spot_img
Home Blog Page 7302

ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ଶ୍ରୀମନ୍ଦିରକୁ ଆସିଲା ରଥକାଠ

ପୁରୀ: ଘୋଷଜାତ ପାଇଁ ପ୍ରସ୍ତୁତି ଏବେ ଠାରୁ ଆରମ୍ଭ ହୋଇ ସାରିଲାଣି । ପୁରୀରେ ପହଞ୍ଚିଲା ରଥକାଠ । ସରସ୍ୱତୀ ପୂଜାରେ ରଥକାଠ ପୂଜାନୀତି । ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨ଟି ଟ୍ରକରେ ୫୭ଖଣ୍ଡ କାଠ ପହଞ୍ଚିଛି । ଏଥିରେ ରହିଛି ଧଉରା ଓ ଅଶନ ପ୍ରଜାତିର କାଠ ।

Image result for ratha katha comes to puri now

ଦଶପଲ୍ଲା ବନଖଣ୍ଡରୁ ରଥଯାତ୍ରା ପାଇଁ କାଠ ଆସିଛି । ଏହା ପୂର୍ବରୁ ନୟାଗଡ଼ ପୁରୁଣା ସହର ନିକଟ ଜଗନ୍ନାଥ ମନ୍ଦିର ଠାରେ ପୂଜାର୍ଚ୍ଚନା କରାଯାଇଥିଲା । ଏହା ପରେ ରଥକାଠ ଧରି ୨ଟି ଟ୍ରକ ପୁରୀ ଅଭିମୁଖେ ବାହାରିଥିଲା ।

ନେହାଙ୍କ ନୂଆ ବୟଫ୍ରେଣ୍ଡ୍ !

ମୁମ୍ବାଇ: ଇଣ୍ଡିଆନ ଆଇଡଲ ଭଳି ଲୋକପ୍ରିୟ ରିୟଲିଟି ସୋ ରେ ବର୍ତ୍ତମାନ ଆଙ୍କର୍ ଆଦିତ୍ୟ ନାରାୟଣ ଓ ଜଜ୍ ନେହା କକ୍କରଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି । ଦୁହେଁ ଫେବୃଆରୀ ୧୪ରେ ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଛି ।

Image result for neha kakkar and aditya narayan

ତେବେ ନିକଟରେ ଇଣ୍ଡିଆନ୍ ଆଇଡିଅଲର ଏକ ଏପିସୋଡ୍ ରେ ଆଦିତ୍ୟଙ୍କ ବାପା ତଥା କଣ୍ଠଶିଳ୍ପୀ ଉଦିଦ୍ ନାରାୟଣ ଏ ନେଇ ନିଜ ସହମତି ଥିବା କଥା ପ୍ରକାଶ କରି ସାରିଛନ୍ତି । ନିକଟରେ ବିବାହ କରିବା ନେଇ ଯେଉଁ ଭିଡିଓ ଭାଇରାଲ ହୋଇଥିଲା, ତାହା କେବଳ ନେହାଙ୍କୁ ଚିଡ଼ାଇବା ପାଇଁ ଥିଲା ବୋଲି ଆଦିତ୍ୟ କରିଥିଲେ ।

Image result for neha kakkar and aditya narayan

ବିବାହ କରିବା ଖବରରେ କୌଣସି ସତ୍ୟତା ନ ଥିଲା ବୋଲି ସ୍ପଷ୍ଟ ହୋଇ ସାରିଥିଲେ ମଧ୍ୟ ନେହାଙ୍କ ଇନଷ୍ଟା ପୋଷ୍ଟ୍ କିଛି ଅଲଗା କହୁଥିବା ଦେଖାଯାଇଛି ।

Image result for neha kakkar and aditya narayan

ମିଛ ଚର୍ଚ୍ଚା ମଧ୍ୟରେ ନେହା ସତରେ ଆଦିତ୍ୟଙ୍କୁ ଭଲପାଇ ବସିଥିବା ନେଇ ତାଙ୍କ ପୋଷ୍ଟ୍ରୁ ଜଣା ପଡ଼ୁଛି । ନେହା ନିଜ ଇନଷ୍ଟା ପୋଷ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ନିଜ ହାତରେ ଅଧା ହୃଦୟ ତିଆରି କରିଥିବା ଦେଖାଯାଇଛି । ଫଟୋ କ୍ୟାପସନରେ ଲେଖାଯାଇଛି, ଫେବୃଆରି ୧୪ । ସେହିଭଳି ଭାବରେ ଆଦିତ୍ୟ ମଧ୍ୟ ନିଜ ଇନଷ୍ଟାରେ ସମାନ ଫଟୋ ପୋଷ୍ଟ କରିଛନ୍ତି । ନିଜ ହାତରେ ଅଧା ହୃଦୟ ଇଙ୍ଗିତ କରୁଥିବା ଫଟୋ  ଆଦିତ୍ୟ ସେୟାର କରିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଯାଇଥିବା ନେଇ ଚର୍ଚ୍ଚା ପୁଣି ଜୋର ଧରିବାରେ ଲାଗିଛି । ତେବେ ପ୍ରକୃତରେ ଦୁହେଁ ନିଜ ନିଜ ପାଇଁ କ’ଣ ଯୋଜନା ରଖିଛନ୍ତି, ତାହା ଫେବୃଆରି ୧୪ରେ ହିଁ ସ୍ପଷ୍ଟ ହୋଇପାରିବ ।

ତୁର୍କୀରେ ଭୂକମ୍ପ, ୧୮ ମୃତ, ୫୦୦ରୁ ଅଧିକ ଆହତ

ତୁର୍କୀ: ତୁର୍କୀରେ ଶୁକ୍ରବାର ଅନୁଭୂତ ହୋଇଥିବା ଭୂକମ୍ପରେ ୧୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଭୂକମ୍ପ ଯୋଗୁଁ ୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ମପାଯାଇଛି । ଭୂକମ୍ପ ଯୋଗୁଁ ପାଖାପାଖି ୧୦ଟି କୋଠାଘର ଭୁଶୁଡ଼ିପଡ଼ିଛି । ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି ପୂର୍ବ ଇଲାଜିଙ୍ଗ ରାଜ୍ୟରେ ।

ମିଳିଥିବା ସୂଚନା ଅନୁସାରେ, ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଭୂକମ୍ପ ଆସିବା ସମୟରେ ୧୫ ଥର ଝଟକା ଅନୁଭୂତ ହୋଇଥିଲା ଏବଂ ଏଥିରେ ଲୋକେ ଭୟଭୀତ ହୋଇଯାଇଥିଲେ । ଭୂକମ୍ପ ଝଟକା ତୁର୍କୀର ପଡୋଶୀ ଇରାକ, ଇରାନ, ସିରିଆ ଓ ଲେବାନନରେ ମଧ୍ୟ ଅନୁଭୂତ ହୋଇଥିଲା । ମାତ୍ର ଏହି ଦେଶଗୁଡ଼ିକରେ କୌଣସି କ୍ଷୟକ୍ଷତି ହୋଇନାହିଁ ।

ଭୁବନେଶ୍ୱର ବିମାନବନ୍ଦରରେ ଅଘଟଣ,ଜଣେ ମୃତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ଅଘଟଣ । ବିଳମ୍ବିତ ରାତିରେ ଭୁଶୁଡ଼ି ପଡ଼ିଲା ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ନବନିର୍ମିତ କୋଠାର ଛାତ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି ଆଉ ଜଣେ ଗୁରୁତର ହୋଇଛନ୍ତି । ମୃତ ଶ୍ରମିକ ହେଲେ ବଡ଼ମ୍ବାର ଅନ୍ତର୍ଯାମୀ ଗୁରୁ। ଏୟାରପୋର୍ଟର ଟର୍ମିନାଲ ୧ ଓ ଟର୍ମିନାଲ ୨ ମଧ୍ୟରେ ନିର୍ମାଣଧୀନ କୋଠା ଭୁଶୁଡ଼ିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ବିମାନବନ୍ଦରର ଟର୍ମିନାଲ-୧ ରୁ ଟର୍ମିନାଲ-୨କୁ ଯୋଡ଼ିବା ପାଇଁ୧୦ ହଜାର ବର୍ଗଫୁଟର ଏକ ଛାତ କାମ ଚାଲିଥିଲା । ଦିଲୀପ କନଷ୍ଟ୍ରକଶନ ନାମରେ ଏକ ନିର୍ମାଣ ସଂସ୍ଥା ଦ୍ୱାରା ଏହି କାମ କରାଯାଉଥିଲା । ରାତିରେ ଢଳେଇ ପଡ଼ିବା ସମୟରେ ଛାତଟି ସଂପୂର୍ଣ୍ଣ ରୂପେ ଗଳି ପଡ଼ିଥିଲା ବୋଲି କୁହାଯାଉଛି ।ଘଟଣାସ୍ଥଳରେ ସ୍ଥିତି ପରଖିଲେ ମନ୍ତ୍ରୀ ଅଶୋକ ପଣ୍ଡା । ଡିସିପି କହିଲେ ମନୁଷ୍ୟକୃତ ଭୁଲ ଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ବିମାନବନ୍ଦର ପକ୍ଷରୁ ସୂଚନା ମିଳିବା ପରେ ଏୟାରପୋର୍ଟରେ ପହଞ୍ଚିଥିଲେ ଏନଡିଆରଏଫ,CISF ଏବଂ ଓଡ୍ରାଫ ଟିମ୍‌ । ଶୁକ୍ରବାର ମଧ୍ୟରାତ୍ରିରେ ହଠାତ୍‌ ବିମାନବନ୍ଦରର ଏକ ନିର୍ମାଣଧୀନ ଲିଙ୍କ ବିଲ୍ଡଂର ଛାତ ଭୁଶୁଡ଼ି ପଡ଼ିଥିଲା । ତେବେ ଦୁର୍ଘଟଣା ପରେ ବିମାନବନ୍ଦରରେ ବିମାନ ଚଳାଚଳ ସ୍ୱାଭାବିକ ହୋଇଥିବା ସୂଚନା ।

https://www.facebook.com/nandighoshatv/videos/481315159241961/

ଭାରତକୁ ବିଭାଜନ କରୁଛନ୍ତି ମୋଦି: ଅନ୍ତର୍ଜାତୀୟ ପତ୍ରିକା ‘ଦି ଇକୋନୋମିଷ୍ଟର’ ଚାଞ୍ଚଲ୍ୟକର ରିପୋର୍ଟ

ବିପଦରେ ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର । ଭାରତର 20 କୋଟି ମୁସଲମାନ ଅସୁରକ୍ଷିତ । ଏପରି ଏକ ସମ୍ୱେଦନଶୀଳ ରିପୋର୍ଟ ପ୍ରକାଶ କରି ଚମକାଇ ଦେଇଛି ଲଣ୍ଡନରୁ ପ୍ରକାଶିତ ସାପ୍ତାହିକୀ ପତ୍ରିକା ‘ଦି ଇକୋନୋମିଷ୍ଟ’ । ଏହା ପୂର୍ବରୁ ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ, ଭାରତର ଗଣତନ୍ତ୍ର ୧୦ ର‍୍ୟାଙ୍କ ତଳକୁ ଖସିଛି ବୋଲି ରିପୋର୍ଟରେ ପ୍ରକାଶ ।

ଲଣ୍ଡନରୁ ପ୍ରକାଶିତ ଦି ଇକୋନୋମିଷ୍ଟର ଏହା ହେଉଛି ବଡ଼ ରିପୋର୍ଟ । ଯାହାକୁ ନେଇ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଛି ଜବରଦସ୍ତ ବିତର୍କ । ଦି ଇକୋନୋମିଷ୍ଟର ନୂଆ ସଂସ୍କରଣର କଭର ପେଜର ଶୀର୍ଷକ ରହିଛି, ଅସହିଷ୍ଣୁ ଭାରତ: କିପରି ମୋଦି ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରକୁ ବରବାଦ କରିବାକୁ ବସିଛନ୍ତି !’

ଏହାସହିତ କଣ୍ଟା ତାରର ବେଷ୍ଟନୀ ଭିତରେ ରହିଛି ଭାରତୀୟ ଜନତା ପାର୍ଟିର ନିର୍ବାଚନୀ ପ୍ରତୀକ ପଦ୍ମ ଫୁଲ । ଫଟୋ ଜରିଆରେ ଦେଶ ଭିତରେ ପ୍ରାଚୀର ଠିଆ କରାଇବାକୁ ବିଜେପି ଯୋଜନା କରୁଛି ବୋଲି ବାର୍ତ୍ତା ଦେଇଛି । ସାଧାରଣତଃ ଦୁଇ ଦେଶ ମଧ୍ୟରେ ଏପରି କଣ୍ଟାର ପ୍ରାଚୀର ବିଛାଯାଇଥାଏ ।

ଭିତରେ ପୃଷ୍ଠାରେ ମୋଦି ସରକାରଙ୍କ ନୀତି ବିଷୟରେ ବିସ୍ତୃତ ଆଲୋଚନା କରିଛି ଦି ଇକୋନୋମିଷ୍ଟ । ତିନିଟି ଉପ-ଶୀର୍ଷକ କରି ତିନିଟି ଆର୍ଟିକଲ ଉପରେ ଆଲୋଚନା କରାଯାଇଛି ।

ପ୍ରଥମରେ ମୋଦି ସରକାରଙ୍କ ସିଏଏ, ଏନଆରସି ଉପରେ ଲେଖା ଯାଇଛି

ଦ୍ୱିତୀୟରେ ଏହାକୁ ନେଇ ସମାଧାନ କରିବାରେ ଅସମର୍ଥ ସରକାର ଓ ଶେଷରେ ଦେଶର ଆର୍ଥକ ମାନ୍ଦାବସ୍ଥା  

କିନ୍ତୁ ଏହାବାଦ୍‌ ଯାହା ଅଧିକ ଚିନ୍ତାଜନକ, ତାହାହେଲା ଲିଡର ଶୀର୍ଷକ ନିବନ୍ଧ । ଯେଉଁଥିରେ କୁହାଯାଇଛି କି, ନାଗରିକ ସଂଶୋଧନ ଆକ୍ଟ ଦ୍ଵାରା ଭାରତର ୨୦ କୋଟି ମୁସଲିମ ସଂପ୍ରଦାୟ ବିପଦରେ ପଡିଯାଇଛନ୍ତି। ଏହି ଆଇନ ଭାରତକୁ ଏକ ହିନ୍ଦୁ ରାଷ୍ଟ୍ର ନିର୍ମାଣକୁ ପ୍ରୋତ୍ସାହନ କରୁଛି ବୋଲି କୁହାଯାଇଛି । ଯାହାର ପ୍ରଥମ ଅଧ୍ୟାୟ ୮୦ ଦଶକରେ ରାମ ମୃନ୍ଦିର ନିର୍ମାଣ ଆନ୍ଦୋଳନରୁ ଆରମ୍ଭ ହୋଇଥିଲା । ତେଣୁ ବିଜେପି ପାଇଁ ଯାହା ନିର୍ବାଚନୀ ଅମୃତ ତାହା ଦେଶ ପାଇଁ ରାଜନୈତିକ ବିଷ । ଭାରତୀୟ ସମ୍ବିଧାନରେ ଥିବା ଧର୍ମନିରପେକ୍ଷତାକୁ ଅଣଦେଖା କରି ମିଷ୍ଟର ମୋଦି ଭାରତରେ ଧର୍ମର ବିଷ ମଞ୍ଜି ବୁଣି ଚାଲିଛନ୍ତି । ଯାହା ଆଗାମୀ ପିଢିକୁ ମଧ୍ୟ କ୍ଷତି ପହଞ୍ଚାଇବା ବୋଲି  ବୋଲି ପତ୍ରିକା ଲେଖିଛି ।

ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିବାବେଳେ ବିଜେପି ମାଗାଜିନକୁ ଔପନିବେଶକ ମାନସିକତା ବୋଲି ଅଭିହିତ କରିଛି

ପ୍ରଦୂଷଣମୁକ୍ତ ହେବ ସ୍ମାର୍ଟସିଟି: ସ୍ଥାପନ ହେବ ୪୩ଟି ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱରକୁ ପଦୂଷଣମୁକ୍ତ କରିବା ପାଇଁ ବିଏମ୍‌ସିର ଆଉଏକ ପଦକ୍ଷେପ । ମହାନଗର ଅଞ୍ଚଳରେ ୪୩ଟି ମାଇକ୍ରେ। କମ୍ପୋଷ୍ଟ କେନ୍ଦ୍ର ସ୍ଥାପନ କରାଯିବ । ପ୍ରତ୍ୟେକ କେନ୍ଦ୍ର ପାଇଁ ୭୦ଲକ୍ଷ ଲେଖାଏଁ ମୋଟ୍‌ ୩୦କୋଟିରୁ ଅଧିକ ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି । ଏସବୁ ପ୍ରକଳ୍ପ ପାଇଁ କିଛି ବାଧକ ଥିଲେ ବି ୬ମାସରୁ ବର୍ଷକ ମଧ୍ୟରେ କାମ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ।

ସ୍ମାର୍ଟସିଟି ଭୁବନେଶ୍ୱରର ବିଭିନ୍ନ ଓ୍ୱାର୍ଡରୁ ଦୈନିକ ସଂଗୃହୀତ ଅଳିଆ ଆବର୍ଜନାର ସୁପରିଚାଳନା ପାଇଁ ନୂଆ ଯ଼ୋଜନା । ବର୍ଜ୍ୟବସ୍ତୁରୁ ଶୁଖିଲା, ଓଦା ଓ ପ୍ଲାଷ୍ଟିକ୍‌କୁ ଅଲଗା କରି ରିସାଇକ୍‌ଲ କରାଯିବ । ପଦୂଷଣ ନିୟନ୍ତ୍ରଣରେ ଏହା ବେଶ୍‌ ସହାୟକ ହେବ ।

ବିଏମ୍‌ସିରେ ୬୭ଟି ଓ୍ୱାର୍ଡ ମଧ୍ୟରୁ ଏବେ ୪୩ଟି ସ୍ଥାନରେ ମାଇକ୍ରେ। କମ୍ପୋଷ୍ଟ କେନ୍ଦ୍ର ବା ଏମ୍‌ସିସି ସ୍ଥାପନ କରାଯିବ । ପ୍ରତି କେନ୍ଦ୍ର ପାଇଁ ୭୦ଲକ୍ଷ ଟଙ୍କା ହିସାବରେ ୩୦କୋଟିରୁ ଅଧିକ ଟଙ୍କା ଅଟକଳରେ କାମ ଆରମ୍ଭ ହୋଇଛି । ତେବେ ଏଥିରେ କିଛି ବାଧା ଅଛି । କିଛି ଅଞ୍ଚଳରେ ଲୋକ ବିରୋଧ କରୁଛନ୍ତି । ସ୍ଥାନ ପରିବର୍ତ୍ତନ କରିବାକୁ ଦାବି ହୋଇଛି ।

ତେବେ ବିଏମ୍‌ସି କମିଶନର ନିଜେ ସମ୍ପୃକ୍ତ ଅଞ୍ଚଳକୁ ଯାଇ ଲୋକଙ୍କ ସହ ଆଲୋଚନା କରି ସମସ୍ୟାର ସ୍ଥାୟୀ ସମାଧାନର ବାଟ ବାହାର କରୁଛନ୍ତି । ଏନେଇ ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍‌ଙ୍କ ନିର୍ଦ୍ଦେଶ ଥିବାରୁ ଖୁବ୍‌ଶୀଘ କାମ ସଂପୂର୍ଣ୍ଣ କରାଯିବ ବୋଲି ବିଏମ୍‌ସି କମିଶନର ସ୍ପଷ୍ଟ କରିଛନ୍ତି । ପ୍ରଦୂଷଣଜନିତ ସମସ୍ୟା ଦିନକୁ ଦିନ ଜଟିଳ ହେଉଥିବା ବେଳେ ଭୁବନେଶ୍ୱର ମହାନଗର ନିଗମର ପଦକ୍ଷେପ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ।

ଆଇକନିକସିଟି ହେବ ପୁରୀ ଓ କୋଣାର୍କ

ଭୁବନେଶ୍ୱର: ଆଇକନିକ୍‌ ସିଟି ହେବ ଶ୍ରୀକ୍ଷେତ୍ର ପୁରୀ ଓ ଅର୍କକ୍ଷେତ୍ର କୋଣାର୍କ । କେନ୍ଦ୍ର ସରକାର ଏନେଇ ଖୁବ୍‌ଶୀଘ୍ର ଘୋଷଣା କରିବେ । ଏହି ସୂଚନା ଦେଇଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ । ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ତଥା ଧାର୍ମିକ ସ୍ଥଳର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରୁଥିବାବେଳେ କେନ୍ଦ୍ର ସରକାର ଏବେ ନୂଆ ସ୍ୱପ୍ନ ଦେଖାଇଛନ୍ତି ।

ବିଶ୍ୱରେ ପୁରୀ ଓ କୋଣାର୍କ ସୂର୍ଯ୍ୟ ମନ୍ଦିରର ସ୍ୱତନ୍ତ୍ର ପରିଚୟ ରହିଛି । ଜଗନ୍ନାଥ ସଂସ୍କୃତି ଏବଂ ଉତ୍କଳୀୟ ଐତିହ୍ୟ ସର୍ବଦା ଗବେଷକ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଏବେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେବାକୁ ଯାଉଛି ଓଡ଼ିଶା । ଖୁବ୍‌ଶୀଘ୍ର ପୁରୀ ଓ କୋଣାର୍କକୁ କେନ୍ଦ୍ର ସରକାର ଆଇକନିକ ସାଇଟ ଘୋଷଣା କରିବେ । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ଓ ଏହାର ସୁରକ୍ଷା ନେଇ ପ୍ରତ୍ନତତ୍ତ୍ଵ ବିଭାଗ ସହ ଆଲୋଚନା କରିଛନ୍ତି ।

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ ପାଇଁ  ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସ୍ୱତନ୍ତ୍ର ବିକାଶ ଯୋଜନା । ପୁରୀରୁ ଏହା ଆରମ୍ଭ ହୋଇଛି । ପୁରୀ ସହ କୋଣାର୍କ ଓ ଲିଙ୍ଗରାଜ ଭଳି ଅନ୍ୟ  ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଯୋଜନା କରାଯାଇଛି । ତେବେ ରାଜ୍ୟରେ ରହିଛି ଆହୁରି ଅନେକ ଧାର୍ମିକ,ଐତିହ୍ୟ ଓ ପର୍ଯ୍ୟଟନ କ୍ଷେତ୍ର । ସବୁର ବିକାଶ ହେଲେ ରାଜ୍ୟର ରାଜସ୍ୱ ପାଣ୍ଠି ବୃଦ୍ଧି ସହ ଓ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶା ନୂଆ ପରିଚୟ ପାଇବ ବୋଲି ମତ ପ୍ରକାଶ ପାଇଛି ।

ଓଡ଼ିଶାକୁ ଅତି ନିକଟରୁ ବୁଝିବା ପାଇଁ ଚନ୍ଦ୍ରାଭାଗା ବେଳାଭୂମିରେ ଆୟୋଜିତ ଇକୋ ରିଟ୍ରିଟ ଏକ ମାଧ୍ୟମ ପାଲଟିଛି । ଏଠାରେ ନ୍ୟାସନଲ ଟୁରିଜିମ କନଫେରେନ୍‌ସ ଆୟୋଜନ ଦ୍ଵାରା ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟରେ ସମନ୍ୱୟ ରକ୍ଷା ହୋଇପାରଛି । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ଏଥିରେ ଯ଼ୋଗଦେଇଥିଲେ ।

ସୈତାନଙ୍କ ସରିନି ଖେଳ, ଫାଶୀ ଘୁଞ୍ଚାଇବାକୁ ପୁଣି ଚାଲ୍‌ !

ନୂଆଦିଲ୍ଲୀ: ଫାଶୀରୁ ବର୍ତ୍ତିବା ପାଇଁ ପୁଣି ଚାଲ ଖେଳିବାକୁ ଯାଉଛନ୍ତି ନିର୍ଭୟାକାଣ୍ଡର ସୈତାନ । ମୁକେଶ ସିଂହ ପରେ ଏବେ ଫାଶୀରୁ ବଞ୍ଚିବା ପାଇଁ ପୱନ, ଅକ୍ଷୟ ଓ ବିନୟ ରାଜକ୍ଷମା ଆବେଦନ କରିବାକୁ ଇଛା କରିଛନ୍ତି । ସୁପ୍ରିମକୋର୍ଟରେ ପୱନ ଓ ଅକ୍ଷୟ କ୍ୟୁରେଟିଭ ପିଟିସନ ଦାଖଲ କରିବାକୁ ଚାହୁଁଥିବାବେଳେ ରାଜକ୍ଷମା ଆବେଦନ ଲାଗି ତିନିହେଁ ଇଛା ପ୍ରକାଶ କରିଛନ୍ତି । ଏ ନେଇ ଓକିଲ ଏ ପି ସିଂହ ପଟିଆଲା ହାଉସ କୋର୍ଟରେ ଆବେଦନ କରିଛନ୍ତି । କିନ୍ତୁ ତିହାର ଜେଲ କର୍ତ୍ତୃପକ୍ଷ ଏ ସଂପର୍କୀତ ଜରୁରୀ କାଗଜପତ୍ର ହସ୍ତାନ୍ତର କରିବାକୁ ବିଳମ୍ବ କରୁଥିବା ଆବେଦନପତ୍ରରେ ଅଭିଯୋଗ କରିଛନ୍ତି ଓକିଲ । ଜାଣିଶୁଣି ତିହାର କର୍ତ୍ତୃପକ୍ଷ କାଗଜପତ୍ର ଦେଉନାହାଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଦାବି ମୁତାବକ କାଗଜପତ୍ରରେ ସେମାନଙ୍କ ଡାଏରୀରେ ଲେଖାଯାଇଥିବା ପରିବାର ପ୍ରତି ଦାୟିତ୍ୱ, ବିଭିନ୍ନ ସମୟରେ ସେମାନଙ୍କ ଉପରେ କରାଯାଇଥିବା ମେଡିକାଲ ରିପୋର୍ଟ ଆଦି ରହିଛି । ଯଦି ତିହାର କର୍ତ୍ତୃପକ୍ଷ କାଗଜପତ୍ର ହସ୍ତାନ୍ତର କରନ୍ତି ତେବେ ଫେବ୍ରୁଆରୀ ପହିଲାକୁ ଧାର୍ଯ୍ୟ ଫାଶୀ ଟଳିଯିବ । ଯଦି ସେମାନଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଯାଏ ଏହାପରେ ସେମାନେ ରାଷ୍ଟ୍ରପତିଙ୍କ ନିକଟରେ ଦଣ୍ଡକୁ ଆଜୀବନ କରିବା ଲାଗି ଗୁହାରୀ କରି ରାଜକ୍ଷମା ଆବେଦନ କରିପାରନ୍ତି । ତେଣୁ ଫାଶୀ ଟଳିବ ପକ୍କା ।

ସେପଟେ ଫାଶୀକୁ ଆଉ ୭ଦିନ ବାକି ଅଛି । ଡେଥ ୱାରଣ୍ଟ ଜାରି ହେବା ପରେ ସେମାନଙ୍କୁ ଭେଟିବା ପାଇଁ ତାଙ୍କ ପରିବାର ଲୋକଙ୍କୁ ଚିଠି ଲେଖିଥିଲେ ତିହାର ଜେଲ୍‌ କର୍ତ୍ତୃପକ୍ଷ । ଜେଲ୍‌ ମାନୁଆଲ୍‌ ଅନୁସାରେ ସପ୍ତାହକୁ ୨ଦିନ ହେଉଥିବା ସାକ୍ଷାତକାରରେ ଦୋଷୀଙ୍କୁ ସେମାନଙ୍କ ପରିବାର ସଦସ୍ୟ ଭେଟୁଛନ୍ତି । କିନ୍ତୁ ଜେଲ କର୍ତ୍ତୃପକ୍ଷ ଶେଷ ସାକ୍ଷାତର ତାରିଖ ମାଗିଥିଲେ ସୁଦ୍ଧା ୪ ଦୋଷୀଙ୍କ ପରିବାର ଲୋକ ନିରବ ଅଛନ୍ତି । କେହି ବି ତାରିଖ ଫିକ୍ସ କରିନାହାଁନ୍ତି । ଯାହା ସୂଚନା ମିଳୁଛି, ସେମାନଙ୍କ ପରିବାର ଶେଷ ଥର ପାଇଁ ଭେଟିବାକୁ ଚାହୁଁନାହାଁନ୍ତି ବୋଲି କୁହାଯାଉଛି ।

ଦିନ ଦିପହରେ ଝାମ୍ପିନେଲେ ଟଙ୍କା ଭର୍ତ୍ତି ବ୍ୟାଗ୍

ଖୋର୍ଦ୍ଧା: ଖୋର୍ଦ୍ଧା ଅଞ୍ଚଳରେ ମାତିଲେ ଲୁଟେରା । ଦିନ ଦିପହରେ ସତ୍ୟସାଇ ମନ୍ଦିର ରାସ୍ତାରୁ ୨୩ ଲକ୍ଷ ଲୁଟ୍‌ । ସ୍ଥାନୀୟଅଞ୍ଚଳର ବାପୁଜି ମହାରଣାଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଲୁଟିନେଇଛନ୍ତି ଲୁଟେରା ।

ଏଲ୍‌ଆଇସି ଅଫିସକୁ ଟଙ୍କା ବାନ୍ଧିବାକୁ ଯାଉଥିଲେ ବାପୁଜି । ହେଲେ ବାଟରେ ତାଙ୍କୁ ପିଛା କରି ଏହି ଲୁଟପାଟ କରିଛନ୍ତି ଲୁଟେରା । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ପୋଲିସ ।

ନୂଆ ଅନ୍ଦାଜରେ ବିବାହ କଲେ ଦୁଇ ଭଉଣୀ, ଭାଇରାଲ ହେଲା ଭିଡ଼ିଓ

ବହରାଲ: ଘୋଡ଼ାରେ ଚଢ଼ି, ମୁଣ୍ଡରେ ପଗଡ଼ି ବାନ୍ଧି, ହାତରେ ଖଣ୍ଡା ଧରି ଆସନ୍ତି ସ୍ୱପ୍ନର ରାଜକୁମାର ତାଙ୍କ ରାଜକୁମାରୀଙ୍କୁ ନେବାକୁ  । ସାଙ୍ଗରେ ଆସନ୍ତି ତାଙ୍କ ପରିବାର ଓ ସାଙ୍ଗସାଥିମାନେ ପାଛୋଟି ନେବାକୁ ନବବଧୂକୁ । କିନ୍ତୁ ଧାରାରେ ଆଣାଯାଇଛି ସାମାନ୍ୟ ପରିବର୍ତ୍ତନ ଯାହା ଜାଣିଲେ ଆପଣଙ୍କୁ ହୁଏତ କିଛିକ୍ଷଣ ପାଇଁ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ । କାରଣ ଏଥର ରାଜକୁମାର ସ୍ଥାନରେ ଅଛନ୍ତି ରାଜକୁମାରୀ ତାଙ୍କ ସ୍ୱପ୍ନର ରାଜକୁମାରକୁ ବିବାହ କରିବାକୁ  । ଆଉ ଏହା ଦେଖିବାକୁ ମିଳିଛି ବହରାଲର ପଟିଦାର ସମାଜରେ ।

https://www.facebook.com/nandighoshatv/videos/117610519568486/

ଯେଉଁଠି ଦୁଇ ଭଉଣୀ ଘୋଡ଼ାରେ ବସି ମୁଣ୍ଡରେ ପଗଡ଼ି ବାନ୍ଧି, ହାତରେ ଖଣ୍ଡା ତାଙ୍କ ସାଙ୍ଗସାଥିଙ୍କ ବାହାରିଯାଇଛନ୍ତି ତାଙ୍କ ରାଜକୁମାରକୁ ବିବାହ କରିବାକୁ । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଠି ଝିଅମାନଙ୍କୁ ଘରର ଏରୁଣ୍ଡି ଡ଼େଇଁବାକୁ ମନା ହେଉଛି ।

ଏକା ବାହାରିବା ଝିଅ ବାହାରିଲେ ସେ ସୁରକ୍ଷିତ ଫେରିବ କି ନାହିଁ ତାହା ଭାବିବାକୁ ପଡ଼ୁଛି । ଏମିତି ସମାଜରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ପଟିଦାର ସମାଜର ଝିଅମାନେ । ପଟିଦାର ସମାଜ ଏମିତି ଏକ ପୂର୍ବ ସଂସ୍କୃତିକୁ ପୂନରଉଥାନ କରିଛି । ଯେଉଁଠି ପୁଅ ଘରକୁ ଝିଅ ତାର ବାରାତ ନେଇକି ଯିବ ।

ଝିଅମାନଙ୍କ ସୁରକ୍ଷା ପାଇଁ ସରକାର ବେଟି ବଚାଓ ବେଟି ପଢାଓ ଭଳି ଯୋଜନା କରୁଛନ୍ତି ସେଠାରେ ଏଭଳି ପଟିଦାର ସମାଜର ଏଭଳି ସଂସ୍କୃତି ସତରେ ପ୍ରସଂଶନୀୟ ।