spot_img
Home Blog Page 7306

କଣ ୨୧ ଦିନରୁ ଅଧିକ ହେବ ଲକ୍ ଡାଉନ୍ ? ଜାଣନ୍ତୁ ସତ କଣ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ମାମଲା ବଢୁଥିବାରୁ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଥିଲା । ଲକଡାଉନକୁ ଆଜି ୬ ଦିନ ହୋଇଛି । ଏହାଭିତରେ ଜୋରଦାର ଚର୍ଚ୍ଚା ଚାଲିଛି ଯେ,ଲକ୍ ଡାଉନ୍ ଆଗକୁ ବଢିପାରେ । ତେବେ ଏହା ଉପରେ ଭାରତ ସରକାରଙ୍କ ସ୍ପଷ୍ଟୀକରଣ ଆସିଛି । କ୍ୟାବିନେଟ୍ ସଚିବ ରାଜୀବ ଗୌବା ବୟାନ ଦେଇ ଏଭଳି ଆଶଙ୍କାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ସରକାରଙ୍କର ଲକ୍ ଡାଉନ ଅବଧି ବଢାଇବାର କୌଣସି ଉଦ୍ଦେଷ୍ୟ ନାହିଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ବିପଦକୁ ଦୃଷ୍ଟିରେ ରଖି ୨୪ ମାର୍ଚ୍ଚ ତାରିଖରେ ୨୧ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରିଥିଲେ । ଏହି ଲକ୍ ଡାଉନ୍ ୧୪ ଏପ୍ରିଲ ପର୍ଯ୍ୟନ୍ତ ଜାରି ରହିବ । ତେବେ କରୋନା ସଂକଟକୁ ଦେଖି ଲକ୍ ଡାଉନ୍ ଅବଧି ବଢିବ ବୋଲି ଆଶଙ୍କା କରାଯାଉଛି । ସରକାର ୧୪ ଏପ୍ରିଲ ପରେ ମଧ୍ୟ ଲକ୍ ଡାଉନ୍ ଜାରି ରଖିବେ ବୋଲି ଆଶଙ୍କା କରାଯାଉଛି ।

ତେବେ ଏବେ ସେହି ସବୁ ଖବର ଉପରେ କ୍ୟାବିନେଟ୍ ସଚିବ ବିରାମ ଲଗାଇଛନ୍ତି । ଏଭଳି ରିପୋର୍ଟକୁ ନେଇ ସେ ଚକିତ ଅଛନ୍ତି ଓ ସରକାରଙ୍କ ବର୍ତ୍ତମାନ ସେଭଳି କୌଣସି ପ୍ଲାନ୍ ନାହିଁ ବୋଲି ସେ କହିଛନ୍ତି ।

କେମିତି ଆରମ୍ଭ ହୋଇଥିଲା ଲକ୍ ଡାଉନ୍ ବଢିବା ନେଇ ଚର୍ଚ୍ଚା ?

୨୧ ଦିନିଆ ଲକ୍ ଡାଉନ୍ କାରଣରୁ ଅର୍ଥନୀତି ପ୍ରଭାବିତ ହୋଇଛି । ସାଧାରଣ ଲୋଲ ବିଶେଷ କରି ଦିନ ମଜୁରିଆ ଏହା ଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି । ସେମାନଙ୍କ ଆଗରେ ଖାଦ୍ୟପଦାର୍ଥର ସଂକଟ ସୃଷ୍ଟି ହୋଇଛି  । ସାଧାରଣ ଲୋକଙ୍କ ଉପରେ ବୋଝ କମ କରିବା ପାଇଁ କେନ୍ଦ୍ର ସରକାର ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ । ଏହାସହ ଗରିବଙ୍କ ପାଇଁ ମଧ୍ୟ ବିଭିନ୍ନ ଜନହିତକାରୀ ପ୍ୟାକେଜ୍ ଘୋଷଣା ହୋଇଥିଲା । ସବୁ ପ୍ୟାକେଜ୍ ଓ ଯୋଜନାର ସମୟ ଅବଧି ୩ ମାସ ରହିଛି । ଏହି ତିନି ମାସର ସମୟ ଅବଧିକୁ ନେଇ ଲୋକଙ୍କ ମଧ୍ୟରେ ଲକ୍ ଡାଉନ୍ ବଢିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ଲକଡାଉନ୍ ପାଇଁ ବଢିପାରେ ପ୍ରିପେଡ୍ ପ୍ଲାନ୍ ଭ୍ୟାଲିଡିଟି…TRAI ର ଟେଲିକମ୍ କମ୍ପାନୀମାନଙ୍କୁ ଚିଠି

ଟେଲିକମ୍ ରେଗୁଲେଟର ଅଫ୍ ଇଣ୍ଡିଆ (TRAI) ଟେଲିକମ୍ କମ୍ପାନୀଗୁଡ଼ିକୁ ପ୍ରିପେଡ୍ ଭ୍ୟାଲିଡିଟି ବୃଦ୍ଧି କରିବାକୁ କହିଛି। କରୋନା ଭାଇରସ୍ ଲକଡାଉନ୍ କୁ ଧ୍ୟାନରେ ରଖି TRAI ଏହି ନିଷ୍ପତ୍ତି ନେଇଛି । ଟ୍ରାଇ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ, ଭୋଡାଫୋନ୍ ଆଇଡିଆ ଏବଂ ବିଏସ୍ଏନ୍ଏଲ୍ କୁ ସେମାନଙ୍କ ପ୍ରିପେଡ୍ ଗ୍ରାହକଙ୍କ ବୈଧତା ବୃଦ୍ଧି କରିବାକୁ କହିଛି  । ଏହା ଦ୍ୱାରା ସେମାନେ ଏହି ଲକଡାଉନ୍ ରେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ।

ରିପୋର୍ଟ ଅନୁସାରେ , ଚଳିତ ମାସ ୨୯ ତାରିଖରେ, TRAI ଏହି ସମସ୍ତ କମ୍ପାନୀକୁ ଏକ ଚିଠି ଲେଖିଛି। ଏହି ଚିଠିରେ କମ୍ପାନୀଗୁଡିକ ସମସ୍ତ ପ୍ରିପେଡ୍ ୟୁଜର୍ସଙ୍କ ପାଇଁ ଭ୍ୟାଲିଡିଟି ବଢାଇବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। ଏହା ସହ TRAI ସୂଚନା ଦେଇଛି ଯେ ଲକଡାଉନ୍ ସମୟରେ ଗ୍ରାହକଙ୍କୁ ସବୁ ସେବା ଦିଆଯାଉ । ଟ୍ରାଏର ଏହି ନିଷ୍ପତ୍ତି ନେଇ କୌଣସି କମ୍ପାନୀ କିଛି ବୟାନ ଦେଇନାହାନ୍ତି । କେହି ଭ୍ୟାଲିଡିଟି ବଢାଇବା ନେଇ ମଧ୍ୟ କିଛି ଘୋଷଣା କରିନାହାନ୍ତି । ଆଶା କରାଯାଉଛି ଯେ, କମ୍ପାନୀଗୁଡିକ ଭ୍ୟାଲିଡିଟି ଏକ୍ସଟେଣ୍ଡ କରିବା ନେଇ ଏଲାନ କରିବେ ।

ସୂଚନାଯୋଗ୍ୟ ଯେ ଏହି କମ୍ପାନୀଗୁଡିକର ମୋଟ ମୂଲ୍ୟର ଏକ ବଡ଼ ଅଂଶ ହେଉଛି ପ୍ରିପେଡ୍ ଉପଭୋକ୍ତା  । ଏଭଳି ପରିସ୍ଥିତିରେ ପ୍ରିପେଡ୍ ୟୁଜର୍ସଙ୍କ ପାଇଁ ବୈଧତା ବୃଦ୍ଧି କରିବାକୁ କୁହାଯାଇଛି। ଖୁବ ଶୀଘ୍ର ଏହା ଲାଗୁ ହୋଇପାରେ । କରୋନା ଭୂତାଣୁ ବିସ୍ତାରକୁ ଦେଖି ଭାରତ ସରକାର ୨୧ ଦିନ ପାଇଁ ଲକଡାଉନ୍ ର ଘୋଷଣା କରିଛନ୍ତି। ଏଭଳି ପରିସ୍ଥିତିରେ, ଯଦି କମ୍ପାନୀଗୁଡିକ ସେମାନଙ୍କର ସମସ୍ତ ପ୍ରିପେଡ୍ ୟୁଜର୍ସଙ୍କ ପାଇଁ ଏହି ପ୍ଲାନକୁ ବଢାନ୍ତି, ତେବେ ଏହା ଉପଭୋକ୍ତାମାନଙ୍କ ପାଇଁ ଏକ ଖୁସି ଖବର ହେବ ।

 

ଆରମ୍ଭ ହେଲା ବିଧାନସଭାର ଅସ୍ଥାୟୀ ଅଧିବେଶନ

ଭୁବନେଶ୍ୱର: ବ୍ୟୟ ମଞ୍ଜୁରୀ ବିଲ୍ ଗୃହିତ ହେବା ପାଇଁ ଲୋକସେବା ଭବନରେ ଆରମ୍ଭ ହୋଇଛି ବିଧାନସଭାର ଅସ୍ଥାୟୀ ଅଧିବେଶନ । କରୋନା ପାଇଁ ଅଧାରୁ ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ବନ୍ଦ ହୋଇଥିଲା । ତେଣୁ କେବଳ SC ST ବିକାଶ ବିଭାଗର ବିଲ୍ ଗୃହିତ ହୋଇପାରିଥିଲା । ଜଳ ସମ୍ପଦ ବିଭାଗର ଖର୍ଚ୍ଚ ଦାବି ପାଇଁ ନିର୍ଦ୍ଧାରିତ ଦିନରେ ହିଁ ବିଧାନସଭା ବନ୍ଦ ହୋଇଥିବାରୁ ଏହା ଗୃହିତ ହୋଇପାରି ନଥିଲା । ତେଣୁ ଆଜି ଗିଲୋଟିନ୍ ମାଧ୍ୟମରେ ଅନ୍ୟ ସମସ୍ତ ବିଭାଗର ଖର୍ଚ୍ଚ ଦାବି ଗୃହିତ ହୋଇପାରେ । ଏନେଇ ପୂର୍ବରୁ ବିରୋଧିମାନେ ବିଲ୍ ଗୃହିତ କରିବାରେ ସହଯୋଗ କରିବେ ବୋଲି ସ୍ପଷ୍ଟ କରିଛନ୍ତି ।

ତେବେ ଏହି ଅଧିବେଶନରେ ପ୍ରତି ରାଜନୈତିକ ଦଳର ୩୦ ପ୍ରତିଶତ ବିଧାୟକ ଉପସ୍ଥିତ ଅଛନ୍ତି । ଅଧିବେଶନରେ ଯୋଗ ଦେବା ପୂର୍ବରୁ ଗେଟ୍ ସାମ୍ନାରେ ସାନିଟାଇଜରରେ ବିଧାୟକମାନେ ହାତ ଧୋଇଛନ୍ତି। ସମସ୍ତେ ମୁହଁରେ ମାସ୍କ ପିନ୍ଧିଥିବାର ଦେଖାଯାଇଛି । ତେବେ ପ୍ରଶ୍ନ ଉତ୍ତର କାଳ ବାତିଲ ହୋଇଛି । ଅପରାହ୍ନ ୧୨ଟା ସୁଦ୍ଧା ସମସ୍ତ ବିଲ୍ ପାସ ହେବ ବୋଲି ଆଶା ରଖାଯାଇଛି । ଏଥର ୧ଲକ୍ଷ୫୦ହଜାର କୋଟି ଟଙ୍କାର ବିଲ୍ ପାରିତ ହେବାନେଇ ସୂଚନା ମିଳିଛି ।

କରୋନା ଭାଇରସ୍ ଚିନ୍ତାରେ ଅର୍ଥମନ୍ତ୍ରୀ କଲେ ଆତ୍ମହତ୍ୟା

ବିଶ୍ୱରେ କରୋନାଭାଇରସ୍ ଯୋଗୁଁ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ମହାମାରୀ କରୋନା (Covid-19) ହେତୁ ସମସ୍ତ ଦେଶ ଚିନ୍ତିତ ଅଛନ୍ତି | ତେବେ ନିକଟରେ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କରୋନା ଭାଇରସ ସଂକ୍ରମଣ ଯୋଗୁଁ ହୋଇଥିବା ଆର୍ଥିକ କ୍ଷୟକ୍ଷତିର ପାଇଁ ଅତ୍ୟନ୍ତ ଚିନ୍ତିତ ଥିବା ଜର୍ମାନୀର ଜଣେ ମନ୍ତ୍ରୀ ଆତ୍ମହତ୍ୟା କରିଛନ୍ତି । ସେ ହେଉଛନ୍ତି ହେସେ ରାଜ୍ୟର ଅର୍ଥମନ୍ତ୍ରୀ ଥୋମାସ ଶେଫର୍ ।

ଅର୍ଥମନ୍ତ୍ରୀ ଥୋମାସ ଶେଫର୍ କରୋନାଭାଇରସର ଆର୍ଥିକ ଅବସ୍ଥାର କ୍ଷତିରେ କୌଣସି ପରିବର୍ତ୍ତନ ଆଣିପାରୁନଥିଲେ । ଦିନକୁ ଦିନ କ୍ଷତି ବଢିବାରେ ଲାଗିଥିବାରୁ ସେ ଖୁବ ଚିନ୍ତିତ ଥିଲେ । ତେବେ ଶନିବାର ରାତିରେ ରେଲୱେ ଟ୍ରାକ ନିକଟରେ ୫୪ ବର୍ଷିୟ ଶେଫରଙ୍କ ମୃତଦେହ ମିଳିଥିଲା।

ସୂଚନାଯୋଗ୍ୟ ଯେ, ମନ୍ତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଅନେକ ଲୋକେ ଦୁଃଖ ପ୍ରକାଶ କରିଛନ୍ତି। ହେସେ ମୁଖ୍ୟମନ୍ତ୍ରୀ ବଫିୟର କହିଛନ୍ତି ଯେ, ଏହି ଘଟଣା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଥୋମାସ ଏବେ ସେମାନଙ୍କ ଗହଣରେ ନାହାନ୍ତି ତାହା ବିଶ୍ୱାସ କରିବା କଷ୍ଟକର ।

୧୦ ବର୍ଷ ଧରି ହେସେର ଅର୍ଥମନ୍ତ୍ରୀ ଭାବେ ଶେଫର୍ କାମ କରୁଥିଲେ । କରୋନା ଯୋଗୁଁ ଶ୍ରମିକମାନଙ୍କୁ ଆର୍ଥିକ ପ୍ରଭାବ ସହ ମୁକାବିଲା କରିବାରେ ସାହାଯ୍ୟ କରିବା ପାଇଁ ଦିନରାତି କାର୍ଯ୍ୟ କରୁଥିଲେ ଥୋମାସ।

ହେସେରେ ଜର୍ମାନୀର ଆର୍ଥିକ ରାଜଧାନୀ ହେଉଛି ଫ୍ରାଙ୍କଫୋର୍ଟ୍ ଯେଉଁଠାରେ ଡୁଏସ୍ ବ୍ୟାଙ୍କ  (Deutsche Bank) ଏବଂ କମର୍ସବ୍ୟାଙ୍କର (Commerzbank) ମୁଖ୍ୟାଳୟ ରହିଛି । ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କ ମଧ୍ୟ ଫ୍ରାଙ୍କଫର୍ଟରେ ଅଛି । ରାଜ୍ୟ ଅର୍ଥମନ୍ତ୍ରୀଙ୍କ ମୃତ୍ୟୁ ଖବରକୁ ନେଇ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି ବଫିୟର ।

ବିଶେଷକରି ଏଭଳି କଠିନ ସମୟରେ ଥୋମାସଙ୍କ ଭଳି ଜଣେ କଠିନ ପରିଶ୍ରମ କରୁଥିବା ବ୍ୟକ୍ତି ତାଙ୍କୁ ଅନେକ ସହଯୋଗ କରିଥାନ୍ତେ ବୋଲି କହିଛନ୍ତି ବଫିୟର । ଶାଫରଙ୍କ ପରିବାରରେ ତାଙ୍କ ପତ୍ନୀ ଏବଂ ଦୁଇଟି ସନ୍ତାନ ଅଛନ୍ତି ଯିଏ ତାଙ୍କ ମୃତ୍ୟୁକୁ ଏଯାଏଁ ସ୍ୱୀକାର କରିପାରୁନାହାନ୍ତି ।

ଆଜି ବିଧାନସଭା ଅଧିବେଶନ: କମ୍‌ ସମୟ ମଧ୍ୟରେ ଅଧିବେଶନ ସାରିବାକୁ ନିଷ୍ପତ୍ତି

ଭୁବନେଶ୍ୱର: ଆଜି ବିଧାନସଭା ଅଧିବେଶନ । ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ । ତେବେ ବିଧାନସଭାର ଜଣେ କର୍ମଚାରୀ କରୋନା ସଂସ୍ପର୍ଶରେ ଆସିଥିବାରୁ ବିଧାନସଭା ବିଲଡିଂ ବଦଳରେ ଲୋକସେବା ଭବନ କନଭେନସନରେ ବସିବ ଅଧିବେଶନ । ଏଥିପାଇଁ ଲୋକସେବା ଭବନ କନଭେନସନ ବାହାର ଓ ଭିତରକୁ ବିଶୋଧନ କରାଯାଇଛି । ତେବେ ମିଳିତ ଭାବେ କରୋନା ମୁକାବିଲା ପାଇଁ ବିରୋଧୀ ସ୍ୱତନ୍ତ୍ର ଅଧିବେଶନ କିମ୍ବା ସର୍ବଦଳୀୟ ବୈଠକ ପାଇଁ ଦାବି କରିପାରନ୍ତି । ଏଥିସହ ବ୍ୟୟମଞ୍ଜୁରୀ ବିଲ୍‌ ପାସ୍‌ କରିବାକୁ ସବୁ ସମର୍ଥନ କରିବା ସ୍ପଷ୍ଟ କରିଛନ୍ତି । ହଠାତ୍‌ ଲକଡାଉନ୍‌ ଯୋଗୁ ବହୁ ବିଧାୟକ ଭୁବନେଶ୍ୱରରେ ଫସି ରହିଛନ୍ତି । ଗିଲୋଟିନ୍‌ ମାଧ୍ୟମରେ ସମସ୍ତ ବିଭାଗର ଖର୍ଚ୍ଚ ଦାବି ଗୃହୀତ ହେବ । କମ୍‌ ସମୟ ମଧ୍ୟରେ ଅଧବେଶନ ସାରିବା ପାଇଁ ପ୍ରଶ୍ନକାଳ ବାତିଲ୍‌ କରିବାକୁ ବାଚସ୍ପତି ନିଷ୍ପତ୍ତି ନେଇଛନ୍ତି ।

ଭାରତରେ ବଢୁଛି କରୋନା ସଂକଟ, ଦେଶରେ ୧୧ଶହରୁ ଅଧିକ ଆକ୍ରାନ୍ତ । ୨୪ ଘଣ୍ଟାରେ ୧୩୦ ନୂଆ ମାମଲା । ଏଯାଏଁ ଗଲାଣି ୨୭ରୁ ଅଧିକ ଜୀବନ, ସେନାରେ ଆଉ ୨ ସଂକ୍ରମିତ…

ଭାରତରେ ବଢୁଛି କରୋନା ସଂକଟ… ଦେଶରେ ୧୧ଶହରୁ ଅଧିକ ଆକ୍ରାନ୍ତ, ୨୪ ଘଣ୍ଟାରେ ୧୩୦ ନୂଆ ମାମଲା…ଏଯାଏଁ ଗଲାଣି ୨୭ରୁ ଅଧିକ ଜୀବନ… ସେନାରେ ଆଉ ୨ ସଂକ୍ରମିତ…

ଭାରତରେ ବଢୁଛି କରୋନାର ସ୍ପିଡ…ଦିଲ୍ଲୀରେ ଗୋଟିଏ ଦିନରେ ୨୩ ନୂଆ ଆକ୍ରାନ୍ତ ଚିହ୍ନଟ

କରୋନା ଥମିବାର ନାଁ ନଉନି । ଧିରେ ଧିରେ ଏହା ବ୍ୟାପିବାରେ ଲାଗିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଛି । ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର ହୋଇଥିବା ବେଳେ ଗତକାଲି ଗୋଟିଏ ଦିନରେ ୧୦୦ ରୁ ଅଧିକ ଆକ୍ରାନ୍ତ ନୂଆ ଚିହ୍ନଟ ହୋଇଛନ୍ତି । କେରଳ ଓ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଶହ ପାର ହୋଇଛି । ରାଜ୍ୟରେ କରୋନା ଟେଷ୍ଟ ବହୁତ କମ୍‌ ହେଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ସମଗ୍ର ବିଶ୍ୱ ଏବେ କରୋନା କବଳରେ । ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଛୁଇଁଛି ।

ରାଜସ୍ଥାନ, ଦିଲ୍ଲୀ, ତେଲେଙ୍ଗାନା, ଗୁଜୁରାଟରେ ମଧ୍ୟ ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ପଞ୍ଜାବରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଚିକିତ୍ସା ପାଇଁ କେନ୍ଦ୍ରର ସହାୟତା ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଦିଲ୍ଲୀରେ ଗୋଟିଏ ଦିନରେ ୨୩ ନୂଆ କେସ୍‌ ସାମ୍ନାକୁ ଆସିଛି । ୨୧ ଦିନିଆ ଲକ୍ ଡାଉନରେ ଦେଶବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ଗତ କାଲି ମନ୍ କି ବାତ୍ କାର୍ଯ୍ୟକ୍ରମରେ କ୍ଷମା ମାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦିଲ୍ଲୀ ଓ ଉତ୍ତରପ୍ରଦେଶରୁ ପ୍ରବାସୀ ଶ୍ରମିକ ମାନେ ନିଜ ଘର ମୁହାଁ ହୋଇଛନ୍ତି । ଏ କ୍ଷେତ୍ରରେ ଦୃଢ ପଦକ୍ଷେପ ନେବାକୁ ସବୁ ରାଜ୍ୟକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ସୀମା ଗୁଡିକ ସିଲ କରିବା ପାଇଁ କୁହାଯାଇଛି । ରାଜପଥରେ ଯେମିତି ଲୋକ ମାନଙ୍କର କୈାଣସି ଗତିବିଧି ନଜରକୁ ନଆସେ ସେଥିପାଇଁ ଧ୍ୟାନ ଦେବାକୁ ମଧ୍ୟ କୁହାଯାଇଛି । ଯେଉଁମାନେ ଲକଡାଉନ ନିୟମକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ୧୪ ଦିନ କ୍ବାରେଣ୍ଟାଇନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭାରତରେ ବଢୁଛି କରୋନାର ସ୍ପିଡ । ଦିଲ୍ଲୀରେ ଗୋଟିଏ ଦିନରେ ୨୩ ନୂଆ ଆକ୍ରାନ୍ତ ଚିହ୍ନଟ । ମୃହାରାଷ୍ଟ୍ରରେ ୨୪ ଘଣ୍ଟାରେ ୩ ମୃତ୍ୟୁ, ସେପଟେ ବିଶ୍ବରେ ୭ ଲକ୍ଷ ଛୁଇଁବ ଆକ୍ରାନ୍ତଙ୍କ ସଂଖ୍ୟା, ୩୨ ହଜାର ମୃତ

ଭାରତରେ ବଢୁଛି କରୋନାର ସ୍ପିଡ…. ଦିଲ୍ଲୀରେ ଗୋଟିଏ ଦିନରେ ୨୩ ନୂଆ ଆକ୍ରାନ୍ତ ଚିହ୍ନଟ…. ମୃହାରାଷ୍ଟ୍ରରେ ୨୪ ଘଣ୍ଟାରେ ୩ ମୃତ୍ୟୁ…. ସେପଟେ ବିଶ୍ବରେ ୭ ଲକ୍ଷ ଛୁଇଁବ ଆକ୍ରାନ୍ତଙ୍କ ସଂଖ୍ୟା, ୩୨ ହଜାର ମୃତ

ଅଧା ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ…ମାନସିକ ଅଶାନ୍ତି ବଢିବ, ଅର୍ଥ ଅଭାବ ରହିବ

ଆଜି ୩୦ ମାର୍ଚ୍ଚ, ୨୦୨୦ ମସିହା, ମୀନ ୧୭ ଦିନ

୧୯୪୧ ଶକାଦ୍ଦ, ୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌

ଚୈତ୍ର ମାସ, ଶୁକ୍ଳପକ୍ଷ, ଷଷ୍ଠୀ ତିଥି, ସୋମବାର

ରୋହିଣୀ ନକ୍ଷତ୍ର, ବୃଷ ରାଶିରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି

ଆଜି ଯୋଗିନୀ ପଶ୍ଚିମ ଦିଗରେ ରହୁଥିବାରୁ ପଶ୍ଚିମ ଦିଗକୁ ଯାତ୍ରା କରିବା ନିଷେଧ

ଆଜି ବିଛା ରାଶି ପାଇଁ ଘାତଚନ୍ଦ୍ର

ମିଥୁନ ରାଶି ପାଇଁ ଆଜି ଘାତବାର

ଶୁଭ ସମୟ-ସକାଳ ୯ଟା ଠାରୁ ଦିନ ୧୦ଟା ୩୦ ମିନିଟ୍‌

ଦିନ ୧ଟା ୩୦ ମିନିଟ୍‌ ଠାରୁ ଦିନ ୩ଟା ପର୍ଯ୍ୟନ୍ତ

ଅଶୁଭ ସମୟ- ସକାଳ ୭ଟା ୩୦ ମିନିଟ୍‌ ଠାରୁ ଦିନ ୯ଟା ପର୍ଯ୍ୟନ୍ତ

ଆଜି ନିମ୍ବ ଖାଇବା ମନା

 

ମେଷ

ଅଶ୍ବିନୀ ମେଷ- ଶରୀର ସୁସ୍ଥ ରହିବ, ପାରିବାରିକ ଶାନ୍ତି ରହିବ

ଦ୍ବିଜା ନକ୍ଷତ୍ର- ଦୁର୍ଘଟଣାର ଭୟ ରହିଛି, ଜଗି ରଖି ଚଳନ୍ତୁ

କୃତ୍ତିକା ନକ୍ଷତ୍ର- ଆନନ୍ଦରେ ଦିନଟି କଟିବ

ଓଁ ମଙ୍ଗଳାୟ ନମଃ ମନ୍ତ୍ର ପାଠ କରି କାର୍ଯ୍ୟ ଆରମ୍ଭ କରନ୍ତୁ

 

ବୃଷ

କୃତ୍ତିକା ନକ୍ଷତ୍ର- ଧା ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ

ରୋହିଣୀ ନକ୍ଷତ୍ର- ସମୟ ଭଲ ରହିବ ନାହିଁ , ଜଗି ରଖି ଚଳନ୍ତୁ

ମୃଗଶିରା -କମ୍‌ ପରିଶ୍ରମରେ ସଫଳତା ପାଇବେ

ଓଁ ଶୁକ୍ରାୟ ନମଃ ମନ୍ତ୍ରକୁ ୩ ଥର ପାଠ କରନ୍ତୁ

 

ମିଥୁନ

ମୃଗଶିରା ନକ୍ଷତ୍ର- ଚେଷ୍ଟା କରୁଥିବା ଦିଗରୁ ଅର୍ଥ ଆସିବ

ଆଦ୍ରା ନକ୍ଷତ୍ର- ଶାରିରୀକ କଷ୍ଟ ରହିବ

ପୁନର୍ବସୁ ନକ୍ଷତ୍ର-ଉତ୍ସାହର ସହ କାର୍ଯ୍ୟ କରିବେ ,ସଫଳତା ପାଇବେ

ଓଁ ନମଃ ଶିବାୟ ମନ୍ତ୍ର ପାଠ କରି କାର୍ଯ୍ୟ ଆରମ୍ଭ କରନ୍ତୁ

 

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର-ବିବାଦୀୟ କାର୍ଯ୍ୟରେ ବିଜୟୀ ହେବେ

ପୁଷ୍ୟ। ନକ୍ଷତ୍ର- ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ରହିବ

ଅଶ୍ଳେଷା- କିଛି ଦ୍ରବ୍ୟ ହାନୀ ହୋଇପାରେ, ସତର୍କ ରୁହନ୍ତୁ

ଓଁ ସୋମାୟ ନମଃ ମନ୍ତ୍ରକୁ ୫ ଥର ପାଠ କରନ୍ତୁ

 

ସିଂହ ରାଶି

ମୃଘା ନକ୍ଷତ୍ର- ବିଳମ୍ବରେ କାର୍ଯ୍ୟ ସଫଳ ହେବ

ପୂର୍ବାଫାଲଗୁନି-ଘରେ କାହାର ସ୍ବାସ୍ଥ୍ୟ ଖରାପ ହୋଇପାରେ

ଉତ୍ତରାଫାଲଗୁନି-ପ୍ରତି କାର୍ଯ୍ୟରେ ସଫଳତା ପାଇବେ

ଓଁ ସୂର୍ଯ୍ୟାୟ ନମଃ ମନ୍ତ୍ରକୁ ୧୧ ଥର ପାଠ କରନ୍ତୁ

 

କନ୍ୟା ରାଶି

ଉତ୍ତରାଫାଲଗୁନି ନକ୍ଷତ୍ର- ପଡୋଶୀଙ୍କ ସହଯୋଗ ପାଇବେ

ହସ୍ତା ନକ୍ଷତ୍ର- ଶରୀରରେ ଆଘାତ ଲାଗିପାରେ

ଚିତ୍ରା ନକ୍ଷତ୍ର- କମ୍‌ ପରିଶ୍ରମରେ ଅଧିକ ଲାଭ ମିଳିବ

ଓଁ ଗଂ ଗଣପତୟେ ନମଃ ମନ୍ତ୍ର ପାଠ କରନ୍ତୁ

 

ତୁଳା ରାଶି

ଚିତ୍ରା ନକ୍ଷତ୍ର- ପରିବାରର ପୂର୍ଣ୍ଣ ସହଯୋଗ ପାଇବେ

ସ୍ବାତୀ ନକ୍ଷତ୍ର- ନିଜ ଉପରେ ବିଶ୍ବାସ ରଖି କାର୍ଯ୍ୟ କରନ୍ତୁ

ବିଶାଖା ନକ୍ଷତ୍ର-ସମସ୍ତ କ୍ଷେତ୍ରରେ ଆଶାତୀତ ସଫଳତା ପାଇବେ

ଓଁ ଦୁର୍ଗା ଦୁର୍ଗାୟ ନମଃ ମନ୍ତ୍ରକୁ ୧୧ ଥର ପାଠ କରନ୍ତୁ

 

ବିଛା ରାଶି

ବିଶାଖା ନକ୍ଷତ୍ର- ଶରୀର ପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରନ୍ତୁ

ଅନୁରାଧା ନକ୍ଷତ୍ର- ଦିନଟି ଭଲରେ କଟିବ, ସଫଳତା ପାଇବେ

ଜ୍ୟୋଷ୍ଠା ନକ୍ଷତ୍ର-କୈାଣସି ଜିନିଷ ଚୋରୀ ହୋଇପାରେ, ସତର୍କ ଥିବେ

ଓଁ ହଂ ହନୁମତେ ନମଃ ମନ୍ତ୍ର ପାଠ କରି କାର୍ଯ୍ୟ କରନ୍ତୁ

 

ଧନୁ ରାଶି

ମୂଳା ନକ୍ଷତ୍ର- ଚାକିରୀ କ୍ଷେତ୍ରରେ ଶୁଭଫଳ ପାଇବେ

ପୂର୍ବାଷାଢା- ମାନସିକ ଅଶାନ୍ତି ବଢିବ, ଅର୍ଥ ଅଭାବ ରହିବ

ଉତ୍ତରାଷାଢା- ଆକସ୍ମିକ ଧନ ଲାଭର ଯୋଗ ରହିଛି

ଓଁ ଭାସ୍କରାୟ ନମଃ ମନ୍ତ୍ରକୁ ୩ ଥର ପାଠ କରନ୍ତୁ

 

ମକର ରାଶି

ଉତ୍ତରାଷାଢା- ବିଭିନ୍ନ ଦିଗରୁ ଲାଭବାନ୍‌ ହେବେ

ଶ୍ରବଣା- ମାନସିକ ଅଶାନ୍ତି ବଢିବ

ଧନିଷ୍ଠା ନକ୍ଷତ୍ର- ପାରିବାରିକ ଜୀବନ ସୁଖମୟ ହେବ

ଓଁ ଭୂ ଭୂବ ସ୍ୱଃ ମନ୍ତ୍ର ପାଠ କରି କାର୍ଯ୍ୟ ଆରମ୍ଭ କରନ୍ତୁ

 

କୁମ୍ଭ ରାଶି

ଧନିଷ୍ଠା- ଆକସ୍ମିକ ଧନ ଲାଭର ଯୋଗ

ଶତଭିଷା ନକ୍ଷତ୍ର- ମାନସିକ ଅଶାନ୍ତି ଭିତରେ ସମୟ କାଟିବେ

ପୂର୍ବଭାଦ୍ର- ଶରୀର ଓ ମନ ସୁସ୍ଥ ରହିବ

ହନୁମାନଙ୍କୁ ଧ୍ୟାନ କରି ବେସନ ଭୋଗ ଲଗାନ୍ତୁ

 

ମୀନ ରାଶି

ପୂର୍ବଭାଦ୍ର- ପରିବାର ଲୋକଙ୍କର ପୂର୍ଣ୍ଣ ସହଯୋଗ ପାଇବେ

ଉତ୍ତରଭାଦ୍ର-ବ୍ୟବସାୟ ଓ କର୍ମକ୍ଷେତ୍ରରେ ଲାଭବାନ୍‌ ହେବେ

ରେବତୀ ନକ୍ଷତ୍ର- ଖର୍ଚ୍ଚ ଅଧିକ ବଢିବ, ମାନସିକ ଅଶାନ୍ତି ରହିବ

 

ଜ୍ୟୋତିର୍ବିଦ ଶ୍ୟାମ ସୁନ୍ଦର ବାଗ୍‌

ସୋଆ ନୂତନ କୋଭିଡ-19 ହସ୍ପିଟାଲ ପରିଦର୍ଶନ କଲେ 5T ସଚିବ ଓ ଉନ୍ନୟନ କମିଶନର

ଭୁବନେଶ୍ୱର: ମହାମାରୀ କରୋନାର ମୁକାବିଲା ପାଇଁ ଦେଶର ସର୍ବବୃହତ କୋଭିଡ-19 ହସ୍ପିଟାଲ ରାଜ୍ୟ ସରକାରଙ୍କ ସହାୟତାରେ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ସମ ହସ୍ପିଟାଲ ପକ୍ଷରୁ ସ୍ଥାପନ କରାଯାଉଛି । ରବିବାର ଏହି ନୂତନ ହସ୍ପିଟାଲର ସ୍ଥାପନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ ।

ସୋଆର କ୍ୟାମ୍ପସ-୨ କନଭେନସନ ସେଣ୍ଟରରେ ଆସନ୍ତା ୧୫ ଦିନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଏହି ନୂତନ କୋଭିଡ-19 ହସ୍ପିଟାଲ ପରିଦର୍ଶନ କରିବା ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ । ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋରଞ୍ଜନ ନାୟକ ଅଧିକାରୀମାନଙ୍କୁ ହସ୍ପିଟାଲ ସମ୍ବନ୍ଧରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।

ପରିଦର୍ଶନ ସମୟରେ ସୋଆ କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, ଆଇଏମଏସ ଓ ସମ୍ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସିନାଲ୍ ମେଡିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ରାଜେଶ ଲେଙ୍କା, ଆଇଟିଆରର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଓ ସୋଆର ଛାତ୍ର ମଙ୍ଗଳ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତି ଥିଲେ ।

ଦେଶର ସର୍ବବୃହତ କୋଭିଡ-19 ହସ୍ପିଟାଲ ସ୍ଥାପନ ନେଇ ଗତ ଗୁରୁବାର ଦିନ ସମ ହସ୍ପିଟାଲ୍ ସହିତ ରାଜ୍ୟ ସରକାରଙ୍କ  ତ୍ରିପାକ୍ଷିକ ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା । ଆସନ୍ତା ୧୫ ଦିନ ମଧ୍ୟରେ ଏହି ସ୍ୱତନ୍ତ୍ର ହସ୍ପିଟାଲ କାର୍ଯ୍ୟକ୍ଷମ ହେବ । ଏହି  ହସ୍ପିଟାଲରେ କୋଭିଡ୍‌-୧୯ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସ୍ଵତନ୍ତ୍ର ଆୟୋଜନ ହେବା ସହ ରୋଗୀ ସେବା, ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ, ଲାବୋରେଟୋରୀ, ରେଡିଓଲୋଜିକାଲ, ଆଇସିୟୁ, ଏବଂ ଅନ୍ୟ ସାହାଯ୍ୟ ଯୋଗାଇଦିଆଯିବ । ଏହି  ସ୍ଵତନ୍ତ୍ର ହସ୍ପିଟାଲ ପାଇଁ ଆର୍ଥିକ ସହଯୋଗ ସରକାରଙ୍କ ଉଦ୍ୟୋଗ ମହାନଦୀ କୋଲ୍‌ ଫିଲ୍ଡ୍‌ ଲିମିଟେଡ୍‌ ଯୋଗାଇଦେବ । କିମ୍ସରେ ନିର୍ମିତ କୋଭିଡ୍-19 ହସ୍ପିଟାଲ ଗସ୍ତ କରି ନିର୍ମାଣ ଅଗ୍ରଗତି ନେଇ 5T ସଚିବ ସମୀକ୍ଷା କରିଥିଲେ ।

କୋଭିଡ ହସ୍ପିଟାଲ ପରିଦର୍ଶନରେ ୫-ଟି ସଚିବ: ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା