spot_img
Home Blog Page 7308

୨୦୦୭ର ବିଶ୍ୱକପ୍ ହିରୋ ଏବେ କରୋନା ବିରୋଧୀ ସୁପରହିରୋ…

୨୦୦୭ ଟି -୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନକୁ ଭାରତ ବିପକ୍ଷରେ ଶେଷ ୪ ବଲରୁ ୬ ରନ୍ ଆବଶ୍ୟକ ଥିଲା । ସେମାନଙ୍କର ବିଜୟ ନିଶ୍ଚିତ ଥିଲା। ଏଭଳି କଠିନ ପରିସ୍ଥିତିରେ ଭାରତର ବୋଲର ଯୋଗୀନ୍ଦର ଶର୍ମା ଜଣେ ହିରୋ ଭାବେ ଏଣ୍ଟ୍ରି କରି ବିଜୟ ହାସଲ କରିଥିଲେ ଏବଂ ଟିମ୍ ଇଣ୍ଡିଆକୁ ବିଶ୍ୱକପ୍ ଟ୍ରଫି ଦେଇଥିଲେ।

ଯୋଗିନ୍ଦର ଶର୍ମା ବର୍ତ୍ତମାନ କରୋନା ଯୋଗୁଁ ଲକଡାଉନ ପାଇଁ ଡ୍ୟୁଟି କରୁଛନ୍ତି। ଯୋଗୀନ୍ଦର ଶର୍ମା ହରିୟାଣା ପୋଲିସରେ ଡିଏସପି ପଦବୀରେ ଅଛନ୍ତି। କଠିନ ପରିସ୍ଥିତିରେ ଯୋଗିନ୍ଦରଙ୍କ ଉତ୍ସାହ ଦେଖି ଆଇସିସି ତାଙ୍କୁ ସଲାମ୍ କରିଛି। ଯୋଗୀନ୍ଦର ଶର୍ମାଙ୍କୁ ଆଇସିସି ପ୍ରଶଂସା କରି ‘୨୦୦୭ ରେ ଟି -୨୦ ବିଶ୍ୱକପ ହିରୋ ଏବଂ ୨୦୨୦ରେ ବିଶ୍ୱର ପ୍ରକୃତ ହିରୋ କହି ସମ୍ବୋଦନ କରିଛନ୍ତି।

କ୍ରିକେଟ୍ କ୍ୟାରିୟର ପରେ ପୋଲିସ୍ ଭାବେ ଭାରତରେ କାମ କରୁଛନ୍ତି ଯୋଗୀନ୍ଦର ଶର୍ମା ।  ଏହାପୂର୍ବରୁ ଯୋଗୀନ୍ଦର ଶର୍ମା ଟ୍ୱିଟ୍ କରି କହିଛନ୍ତି ଯେ  ୨୦୦୭ ମସିହାରୁ ସେ ହରିୟାଣା ପୋଲିସର ଡିଏସପି ଅଛନ୍ତି। ଏହା ତାଙ୍କ ପାଇଁ କୌଣସି ଚ୍ୟାଲେଞ୍ଜଠୁ କମ ନଥିଲା । ଏବେ ତାଙ୍କ କାମ ସକାଳ ଛଅଟାରୁ ଆରମ୍ଭ ହେଉଛି  । ଲୋକମାନଙ୍କୁ ସଚେତନ କରାଇବା, ଏବଂ ଚିକିତ୍ସା ସୁବିଧା ଯୋଗାଇବା ତାଙ୍କର ମୁଖ୍ୟ କାମ ।

https://www.instagram.com/p/B99XSoKBMHi/?utm_source=ig_embed

ଯୋଗୀନ୍ଦର ଶର୍ମା ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି  । ଏହି ଭିଡିଓ ସେୟାର କରି ଲୋକଙ୍କୁଘରେ ରହିବାକୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ ଯେ,ଭାରତରେ ଏପର୍ଯ୍ୟନ୍ତ ୧୦୦୦ରୁ ଅଧିକ ଲୋକେ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। ୨୬ଜଣଙ୍କର ମୃତ୍ୟୁ ହୋଇସାରିଛି ।

 

ସାମାଜିକ ଦୂରତା ବଢ଼ାନ୍ତୁ, ଭାବ ପ୍ରବଣତା କମାନ୍ତୁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ଗମ୍ଭୀରତା ଓ ଦୁନିଆର ବିକଶିତ ଦେଶର ଅବସ୍ଥାକୁ ଦେଖି ସରକାର ରିସ୍କ୍ ନେଇ ଲକଡାଉନ୍ ଭଳି ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ‘ମନ୍ କି ବାତ୍’ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି । ଲକଡାଉନ ଯୋଗୁଁ ଲୋକେ ବିଭିନ୍ନ ଅସୁବିଧାର ସାମନା କରୁଛନ୍ତି । କିନ୍ତୁ, ବିକଶିତ ଦେଶ ଗୁଡ଼ିକର ପରିସ୍ଥିତି ଦେଖି ଏଭଳି କଡ଼ା ନିଷ୍ପତ୍ତି ଆବଶ୍ୟକ ଥିଲା ।

ଦୁନିଆର ସ୍ଥିତି ଦେଖି ଲାଗିଲା ଆପଣଙ୍କ ପରିବାରକୁ ବଞ୍ଚାଇବା ପାଇଁ ଏହା ହିଁ (ଲକଡାଉନ୍) ଏକମାତ୍ର ରାସ୍ତା । ଲକଡାଉନ ପରେ ଦେଶର ବିଭିନ୍ନ ସ୍ଥାନର ଚିତ୍ର ଦେଖି ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ଦାଦନ ଶ୍ରମିକ ମାନେ ସହର ଛାଡ଼ି ଚାଲି ଚାଲି ଗାଁକୁ ଯାଉଥିବା ପ୍ରଧାନମନ୍ତ୍ରୀଙ୍କୁ ବ୍ୟଥିତ କରିଛି । ଲୋକ ହଜାର ହଜାର କିଲୋମିଟର ଦୂରତା କୌଣସି ସହାୟତା ବିନା ଛୋଟ ଛୁଆଙ୍କୁ କୋଳରେ ନେଇ ତାଲି ଚାଲି ଯାଉଛନ୍ତି । ଏହା ବହୁତ ସମ୍ବେଦନଶୀଳ ।

ଜୀବନ-ମୃତ୍ୟୁର ଲଢ଼େଇ

କରୋନା ଠାରୁ ସମସ୍ତଙ୍କ ଜୀବନ ବଞ୍ଚାଇବା ଲାଗି ଆଉ କୌଣସି ରାସ୍ତା ନଥିଲା । ମୁଁ ଆପଣମାନଙ୍କ ଦୁଃଖ ବୁଝୁଛି । କରୋନା ବିରୋଧରେ ଯୁଦ୍ଧ ଲଢ଼ିବା ପାଇଁ ଲକ୍ ଡାଉନ୍ ବ୍ୟତୀତ ଆଉ କିଛି ରାସ୍ତା ନାହିଁ । କରୋନା ବିରୋଧରେ ଲଢ଼େଇ, ଜୀବନ-ମୃତ୍ୟୁ ସହ ସଂଘର୍ଷ ଅଟେ । ଏବଂ ଯୁଦ୍ଧରେ ଆମକୁ ହିଁ ଜିତିବାକୁ ହେବ । ରୋଗ ଆରମ୍ଭରୁ ତାକୁ ଚିକିତ୍ସା କରିବାକୁ ହେବ ନହେଲେ ପରେ ଚିକିତ୍ସା ଅସମ୍ଭବ ।

ଭାବ ପ୍ରବଣତା ନୁହେଁ, ସାମାଜିକ ଦୂରତା ରଖନ୍ତୁ

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, କିଛି ଲୋକ କରୋନା ସନ୍ଦିଗ୍ଧଙ୍କ ସହ ଖରାପ ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ଭାବ ପ୍ରବଣତା ନୁହେଁ, ସାମାଜିକ ଦୂରତ୍ୱ ବଜାୟ ରଖିବା ଜରୁରୀ । ଆପଣଙ୍କୁ ବଞ୍ଚାଇବା ଲାଗି ଲୋକ କ୍ୱାରେଣ୍ଟାଇନରେ ରହୁଛନ୍ତି । ସେଥିପାଇଁ ସେମାନଙ୍କୁ ସହଯୋଗ କରିବା ହେଉଛି ଆମର କର୍ତ୍ତବ୍ୟ । କରୋନା ଠାରୁ ମୁକ୍ତିର ବାଟ ହେଉଛି ସାମଜିକ ଦୂରତ୍ୱ । ତାମାନେ ନୁହେଁ ଆପଣ ସାମାଜିକ କଥାବାର୍ତ୍ତ ଓ ସମ୍ପର୍କକୁ ଖରାପ କରିବେ ବୋଲି ‘ମନ୍ କି ବାତ୍’ରେ ସନ୍ଦେଶ ଦେଇଛନ୍ତି ।

https://www.facebook.com/nandighoshatv/videos/223740245365229

ଚୀନର ଏକ ଶବଦାହ ଗୃହକୁ ୨ ଦିନରେ ଆସିଲା ୫୦୦୦ ଅସ୍ଥି କଳସ, ମୃତ୍ୟୁ ସଂଖ୍ୟା ଲୁଚାଉଛି କି ଚୀନ?

ଉହାନ: କରୋନା ଭାଇରସ ପାଇଁ ବିଶ୍ୱର ବଡ଼ ବଡ଼ ଦେଶର ସ୍ଥିତିକୁ ଖରାପ ହେବାରେ ଲାଗିଛି । ଏହି ସମୟରେ, ଚୀନ୍‌ର ଉହାନରେ ଥିବା ଶବଦାହକୁ ହଜାର ହଜାର ଅସ୍ଥି କଳସର ଡେଲିଭରୀ ଦିଆଯାଉଥିବା ଖବର ବାହାରକୁ ଆସୁଛି। କରୋନା ଭାଇସର ସହ ଜଡିତ ତଥ୍ୟ ସମ୍ପର୍କରେ ବିଶ୍ୱ ଚୀନ୍‌କୁ ପୂର୍ବରୁ ପ୍ରଶ୍ନ କରିଆସୁଛି। ଏବେ ପ୍ରଶ୍ନ ଉଠୁଛି କି ଚୀନ୍ ମଧ୍ୟ ମୃତକଙ୍କ ସଂଖ୍ୟାକୁ ଭୁଲ କହୁଛି କି? କହିରଖୁଛୁ ଯେ ଚାଇନାରେ ମଧ୍ୟ ଶବ ଜାଳିବାର ପରମ୍ପରା ରହିଛି ।

ନ୍ୟୁୟର୍କ ପୋଷ୍ଟ ଚୀନ୍‌ର ସ୍ଥାନୀୟ ଗଣମାଧ୍ୟମକୁ ଉଦ୍ଧୃତ କରି କହିଛି ଯେ କରୋନା ଭାଇରସ ଯୋଗୁଁ ଚାଇନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଉପରେ ସନ୍ଦେହ ହେବାରେ ଲାଗିଛି । ଚୀନ୍‌ର ସୋସିଆଲ ମିଡିଆରେ ଅସ୍ଥି କଳସ ନେଇଥିବା ସମ୍ପର୍କୀୟଙ୍କ ଚିତ୍ର ସେୟାର କରାଯାଉଛି।

ଚୀନ୍‌ର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଦୁଇ ଦିନ ମଧ୍ୟରେ ଉହାନରେ ଏକ ଶବଦାହ ଗୃହକୁ ୫୦୦୦ ଅସ୍ଥି କଳସର ଡେଲିଭରୀ କରାଯାଇଛି । ତେବେ ଏହା ସ୍ପଷ୍ଟ ହୋଇନାହିଁ ଯେ ଅସ୍ଥି କଳସ ଗୁଡ଼ିକରେ କେତୋଟି କଳସରେ ଅସ୍ତି ଭରି ରହିଛି । ଚୀନ୍ ଏପର୍ଯ୍ୟନ୍ତ କେବଳ ୩୩୦୦ ଜଣଙ୍କର କରୋନା ଭାଇରସରେ ମୃତ୍ୟୁ ହୋଇଥିବା ରିପୋର୍ଟ ଦେଇଛି । କିନ୍ତୁ ସାରା ବିଶ୍ୱରେ ମୃତକଙ୍କ ସଂଖ୍ୟାକୁ ଦେଖିଲେ ଚୀନ୍‌ର ମୃତ୍ୟୁ ସଂଖ୍ୟା ରିପୋର୍ଟ ଉପରେ ସନ୍ଦେହ ସୃଷ୍ଟି ହେଉଛି ।

ଉହାନରେ ଶ୍ମଶାନରେ କାମ କରୁଥିବା ଲୋକମାନେ ଏହି ମାମଲାରେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି। ସେମାନେ କହିଛନ୍ତି ଯେ କେତୋଟି କଳସରେ ଅସ୍ଥି ଭରିହୋଇରହିଛି ତାହା ସେମାନେ କହିପାରିବେ ନାହିଁ ।

 

ଭାରତରେ ହଜାରେ ଟପିଲା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୧୭୯ ଟି ନୂଆ ପଜିଟିଭ କେସ୍‌ । ମହାରାଷ୍ଟ୍ର ଓ କେରଳରେ ସବୁଠୁ ଅଧିକ ।

ଭାରତରେ ହଜାରେ ଟପିଲା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ୧୭୯ଟି ନୂଆ ପଜିଟିଭ କେସ୍‌ । ମହାରାଷ୍ଟ୍ର ଓ କେରଳରେ ସବୁଠୁ ଅଧିକ ।

କରୋନା ଯୋଗୁଁ ସ୍ପେନ ରାଜକୁମାରୀ ମାରିଆ ଟେରେସାଙ୍କର ମୃତ୍ୟୁ

କରୋନା କାୟା ବିସ୍ତାର କରିବାରେ ଲାଗିଛି। କରୋନା ଯୋଗୁଁ ସ୍ପେନର ରାଜ ପରିବାରର ରାଜକୁମାରୀ ମାରିଆ ଟେରେସାଙ୍କର ମୃତ୍ୟୁ ହୋଇଛି । ୮୬ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଛି । ତାଙ୍କ ପରିବାର ଲୋକେ ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି। ଚଳିତ ମାସ ୨୬ ତାରିଖରେ ରାଜକୁମାରୀଙ୍କର ମୃତ୍ୟୁ ହୋଇଥିଲା।

କରୋନାଭାଇରସ ସଂକ୍ରମିତ ହେବା ପରେ ସେ ଚିକିତ୍ସିତ ହେଉଥିଲେ। ଏହି ରୋଗର ଅନେକ ଲୋକେ ଶିକାର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଠିକ୍ ହୋଇ ଘରକୁ ମଧ୍ୟ ଫେରିଛନ୍ତି  । ତେବେ ନିକଟରେ ରାଜକୁମାରୀଙ୍କ ମୃତ୍ୟୁ ନେଇ ସ୍ପେନରୁ ଏହି ବଡ ଖବର ଆସିଛି। ସୂଚନାଯୋଗ୍ୟ ଯେ, ଇଟାଲି ପରେ ସ୍ପେନ୍ ରେ କରୋନା ପାଇଁ ଅଧିକ ଲୋକେ ପ୍ରଭାବିତ ହୋଇଛନ୍ତି  । ସ୍ପେନରେ କରୋନା ବଡ଼ ଧ୍ୱଂସ କରିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ସ୍ପେନରେ ୮୪୪ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସ୍ପେନ ଏବଂ ଇଟାଲିରେ ଚାଇନାରୁ ଅଧିକ ଲୋକେ ସଂକ୍ରମିତ ଅଛନ୍ତି ।  ସ୍ପେନରେ ଏବେ ଜରୁରୀକାଳୀନ ପରିସ୍ଥିତି ରହିଛି ଯାହା ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି ।

ବର୍ତ୍ତମାନ ସୁଦ୍ଧା ସାରା ବିଶ୍ବରେ ୩୦ ହଜାର ୮୪୫ଶହ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ  ୬୨ହଜାର ୬୭୪କୁ ବୃଦ୍ଧି ପାଇଛି । ଭାରତରେ ବର୍ତ୍ତମାନ ସୁଦ୍ଧା ୨୬ ଜଣ କରୋନା ଭାଇରସରେ ମୃତ୍ୟୁ ବରଣ କରିଛନ୍ତି । ୧୦୦୦ରୁ ଅଧିକ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ତେବେ ୮୪ ଜଣ କରୋନା ସଂକ୍ରମିତ ଭଲ ହୋଇ ଘରକୁ ଫେରିଥିବା ଜଣାପଡିଛି ।

 

ସଙ୍କଟରେ ଲକଡାଉନ୍…ଦିଲ୍ଲୀରୁ ପାଞ୍ଚ ଲକ୍ଷରୁ ଅଧିକ ଶ୍ରମିକଙ୍କ ପଳାୟନ

କରୋନା ଯୋଗୁଁ ଭାରତ ସରକାର ସାରା ଦେଶରେ ୨୧ ଦିନ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି । ତେବେ ଲକଡାଉନ୍ ର ଚତୁର୍ଥ ଦିନରେ ଶ୍ରମିକଙ୍କକୁ ନିଜ ଘରକୁ ସ୍ଥାନାନ୍ତର କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଥିଲେ । ଦିଲ୍ଲୀର ପାଞ୍ଚ ଲକ୍ଷରୁ ଅଧିକ ଲୋକେ ଉତ୍ତରପ୍ରଦେଶରେ ପ୍ରବେଶ କରିଛନ୍ତି। ସମସ୍ତ ଶ୍ରମିକଙ୍କୁ ସ୍ଥାନାନ୍ତର କରିବା ପାଇଁ ୟୁପି ସରକାର ଏକ ହଜାର ବସ୍ ପରିବହନ ପାଇଁ ଆଦେଶ ଦେଇଥିଲେ। ଶୁକ୍ରବାର ଏବଂ ଶନିବାର ଦିନ ବସ୍ ଗୁଡିକ ରାତାରାତି ଚାଲିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଅପରପକ୍ଷରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଳମ୍ବିତ ରାତି ପର୍ଯ୍ୟନ୍ତ ପରିସ୍ଥିତି ଉପରେ ନଜର ରଖିଥିଲେ।

ଏଥିପାଇଁ ବର୍ତ୍ତମାନ, ଦିଲ୍ଲୀ-ଏନସିଆରର ଅବସ୍ଥା ଅତ୍ୟନ୍ତ ଖରାପ ରହିଛି। ହଜାର ହଜାର ଲୋକେ ନିଜ ପଳାୟନ କରିଥିବାରୁ ବସ୍ ଷ୍ଟାଣ୍ଡରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ ଜମିଥିଲା । ଏହି କାରଣରୁ, ହଇଚଇର ବାତାବରଣ ସୃଷ୍ଟି ହୋଇଥିଲା । ଏଥିପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଶ୍ରମିକମାନେ ଯେଉଁଠାରେ ଅଛନ୍ତି ସେମାନଙ୍କୁ ସେଠାରେ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଏହା ସତ୍ତ୍ବେ ଦିଲ୍ଲୀରେ ଭିଡ କମିନଥିଲା ।

ବହୁ ସଂଖ୍ୟାରେ ଶ୍ରମିକଙ୍କ ପଳାୟନକୁ ଦୃଷ୍ଟିରେ ରଖି ସରକାର ଶ୍ରମିକମାନଙ୍କୁ ସୁବିଧା ଯୋଗାଇଦେବାକୁ କହିଛନ୍ତି। ଲକଡାଉନ୍ ପରେ ସୀମାରେ ବାସ କରୁଥିବା ଲକ୍ଷ ଲକ୍ଷ ଶ୍ରମିକ ନିଜ ଗାଁକୁ ଫେରିଯିବା ପାଇଁ ରାସ୍ତାରେ ଚାଲିବା ଆରମ୍ଭ କରିଥିଲେ । କେବଳ ସେତିକି ନୁହେଁ ବିନା ଖାଦ୍ୟ ଓ ପାଣିରେ ସେମାନଙ୍କ ଅବସ୍ଥା ଖରାପ ହୋଇଥିଲା । ଖାଦ୍ୟ, ବସ୍ତ୍ର, ଚିକିତ୍ସା ସେବା ଇତ୍ୟାଦିର ବ୍ୟବସ୍ଥା, ବନ୍ଦ ଯୋଗୁଁ ଫସି ରହିଥିଲେ ଅନେକ ଶ୍ରମିକ ।

ଶ୍ରମିକମାନେ ରାସ୍ତାରେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ପଳାୟନ କରିବା ଆରମ୍ଭ କରିଥିଲେ । ଯେଉଁଥିପାଇଁ ଲକଡାଉନ୍ ର କୌଣସି ପ୍ରଭାବ ରହିନଥିଲା । ଗୋଟେ ସ୍ଥାନରେ ଲୋକଙ୍କ ଭିଡ ଜମିଥିଲା । ଲକଡାଉନ୍ ର ମୁଖ୍ୟ ଉଦେଶ୍ୟ ଲୋକଙ୍କ ମଧ୍ୟରେ ଯଗାଯୋଗ କମ କରିବାକୁ ଥିଲା । ହେଲେ କାଲିର ଦୃଶ୍ୟ ଦେଖିଲେ ସ୍ପଷ୍ଟ ଜଣାପଡୁଛି ଯେ, ସେମାନଙ୍କ ମଧ୍ୟରେ କିଛି ଦୂରତା ନଥିଲା । ଏଥିପାଇଁ ୨୧ ଦିନିଆ ଲକଡାଉନ୍ ସମୟରେ ଶ୍ରମିକଙ୍କ ପାଇଁ ଅର୍ଥ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।

ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳ ହେବେ…ଆର୍ଥିକସ୍ଥିତିରେ ପରିବର୍ତ୍ତନ ଆସିବ

ମାର୍ଚ୍ଚ ୨୯ ତାରିଖ, ୨୦୨୦ ମସିହା, ମୀନ ୧୬ ଦିନ

୧୯୪୧ ଶକାଦ୍ଦ, ୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌

ଚୈତ୍ରମାସ,ଶୁକ୍ଲପକ୍ଷ, ପଞ୍ଚମୀ ତିଥି,ରବିବାର

କୃତ୍ତିକା ନକ୍ଷତ୍ର, ବୃଷ ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି

ଯୋଗିନୀ ରହିବେ ଦକ୍ଷିଣ ଦିଗରେ ତେଣୁ ଦକ୍ଷିଣ ଦିଗକୁ ଯାତ୍ରା କରିବା ନିଷେଧ

ବିଛା ରାଶି ପାଇଁ ଘାତଚନ୍ଦ୍ର

ମେଷ ରାଶି ପାଇଁ ଘାତବାର

 

ଶୁଭ ସମୟ- ସକାଳ ୯ଟା ଠାରୁ ଦିନ ୧୦ଟା ୩୦ ମିନିଟ୍‌

ଦିନ ୧ଟା ୩୦ ରୁ ଦିନ ୩ ଟା ପର୍ଯ୍ୟନ୍ତ

ଅଶୁଭ ସମୟ-ଦିନ ୪ଟା ୩୦ ମିନିଟ୍‌ ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ

ଆଜି ପଣସ ଖାଇବା ମନା

ମେଷ ରାଶି

ଅଶ୍ବିନୀ ନକ୍ଷତ୍ର- ଆର୍ଥିକ ଦିଗରେ ଲାଭ ପାଇବେ

କୃତ୍ତିକା ନକ୍ଷତ୍ର- ମାଙ୍ଗଳିକ କାର୍ଯ୍ୟରେ ସମୟ କଟିବ

ଦ୍ବିଜା ନକ୍ଷତ୍ର- ପାରିବାରିକ ଅଶାନ୍ତି ଆପଣଙ୍କୁ ବିବ୍ରତ କରିବ । ଜଗିରଖି ଚଳନ୍ତୁ ।

ପ୍ରତିକାର-ତୁଳସୀ ପତ୍ର ୫ ଗୋଟି ନିଜ ପାଖରେ ରଖି କାର୍ଯ୍ୟ କରନ୍ତୁ

ବୃଷ ରାଶି

କୃତ୍ତିକା ନକ୍ଷତ୍ର- ସାହାସିକ ପଦକ୍ଷେପ ନେଇ ସଫଳ ହେବେ

ମୃଗଶିରା ନକ୍ଷତ୍ର- ମିତ୍ର ବନ୍ଧୁଙ୍କ ସହଯୋଗ ମିଳିବ

ରୋହିଣୀ ନକ୍ଷତ୍ର- ଶାରିରୀକ ସମସ୍ୟା ମନକୁ ଅଶାନ୍ତି କରିବ

ପ୍ରତିକାର- ଲୁଣ ଓ ଚିନିକୁ ମିଶ୍ରଣ କରି ନିଜ ପାଖରେ ରଖନ୍ତୁ

 

ମିଥୁନ ରାଶି

ମୃଗଶିରା ନକ୍ଷତ୍ର- ସୁଖଶାନ୍ତିରେ ସମୟ କଟିବ । ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳ ହେବେ

ପୁନବର୍ସୁ ନକ୍ଷତ୍ର- ଆର୍ଥିକସ୍ଥିତିରେ ପରିବର୍ତ୍ତନ ଆସିବ

ଆଦ୍ରା ନକ୍ଷତ୍ର- ପାରିବାରିକ ଜୀବନକୁ ନେଇ ଚିନ୍ତିତ ରହିବେ

ପ୍ରତିକାର- ୫ଟି ଗ୍ରୀନ୍‌ ଗୁଜୁରାତି ନିଜ ପାଖରେ ରଖି କାର୍ଯ୍ୟରେ କରନ୍ତୁ

କର୍କଟ ରାଶି-

ପୁନବର୍ସୁ ନକ୍ଷତ୍ର- କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗ ରହିବ

ଅଶ୍ଳେଷା ନକ୍ଷତ୍ର- ସମସ୍ତ କାର୍ଯ୍ୟରେ ବାଧା ପ୍ରତିବନ୍ଧକ ଦେଖାଯିବ

ପୁଷ୍ୟ ନକ୍ଷତ୍ର-ଶରୀର ସୁସ୍ଥ ରହିବା ସହ ଆୟ ବଢିବ

ପ୍ରତିକାର-ଅରୁଆ ଚାଉଳ ଓ ହଳଦୀ ନିଜ ପାଖରେ ରଖନ୍ତୁ

ସିଂହ ରାଶି

ମୃଘା ନକ୍ଷତ୍ର- କର୍ମକ୍ଷେତ୍ରରେ ଆଶାଜନକ ସଫଳତା ମିଳିବ । ଶରୀର ଓ ମନ ସୁସ୍ଥ ରହିବ ।

ଉତ୍ତରାଫାଲଗୁନୀ- ହସଖୁସିରେ ସମୟ କଟିବ

ପୂର୍ବା ଫାଲଗୁନୀ- ସ୍ବାସ୍ଥ୍ୟ ପ୍ରତି ବିପଦ ଥିବାରୁ ଜଗିରଖି କାମ କରନ୍ତୁ

ହଳଦୀ ରଙ୍ଗ ଫୁଲକୁ ନିଜ ପାଖରେ ରଖନ୍ତୁ

କନ୍ୟା ରାଶି

ଉତ୍ତର ଫାଲଗୁନୀ- କର୍ମକ୍ଷେତ୍ରରେ ସମସ୍ତ ଦିଗରୁ ସଫଳତା ପାଇବେ

ହସ୍ତାନକ୍ଷତ୍ର- ହଠାତ୍‌ ଖର୍ଚ୍ଚ ଅଧିକ ହୋଇଯିବ

ଚିତ୍ରା ନକ୍ଷତ୍ର- ଗୁପ୍ତ ଶତୃ ପରାଜିତ ହେବେ

୭ଟି ଗୋଲମରିଚ ନିଜ ପାଖରେ ରଖନ୍ତୁ

ତୁଳା ରାଶି-

ଚିତ୍ରା ନକ୍ଷତ୍ର- ମାଙ୍ଗଳିକ କାର୍ଯ୍ୟରେ ସମୟ କଟିବ

ବିଶାଖା ନକ୍ଷତ୍ର- ପୁରାତନ ଓ ନୂତନ ବନ୍ଧୁଙ୍କର ସହଯୋଗ ରହିବ

ସ୍ବାତୀ ନକ୍ଷତ୍ର-ପରିବାର ଭିତରେ ଛୋଟ କଥାକୁ ନେଇ ମତାନ୍ତର ରହିବ

ପ୍ରତିକାର- ମା’ତାରିଣୀଙ୍କ ପାଖକୁ ନଡିଆ ପଠାଇବେ

ବିଛା ରାଶି-

ବିଶାଖା ନକ୍ଷତ୍ର- ଦୁର ସ୍ଥାନରୁ ସୁସମ୍ବାଦ ମିଳିବ

ଅନୁରାଧା ନକ୍ଷତ୍ର- ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ

ଜ୍ୟେଷ୍ଠା ନକ୍ଷତ୍ର- ମନରେ ଉତ୍ସାହ ରହିବ କିଛି ନୂଆ କାର୍ଯ୍ୟ କରି ପାରନ୍ତି

ପ୍ରତିକାର- ମହାଦେବଙ୍କୁ ତ୍ରିଶାଖା ବେଲପତ୍ର ନିଜ ପାଖରେ ରଖନ୍ତୁ

ଧନୁ ରାଶି-

ମୂଳା ନକ୍ଷତ୍ର- ପରିବାର ସହିତ ହସଖୁସିରେ ସମୟ କାଟିବେ

ଉତ୍ତରାଷାଢା ନକ୍ଷତ୍ର- ଶୁଭ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ ଦେଇପାରନ୍ତି

ପୂର୍ବାଷାଢା ନକ୍ଷତ୍ର-ଧନହାନୀ ସହ ପ୍ରାଣପୀଡା ପରିସ୍ଥିତି ହୋଇପାରେ

ପ୍ରତିକାର- ଗୋମାତଙ୍କୁ ରୁଟି,ଗୁଡ ଖାଇବାକୁ ଦିଅନ୍ତୁ

କର ରାଶି

ଉତ୍ତରାଷାଢା ନକ୍ଷତ୍ର- ଅନେକ ଦିନର ଆଶା ସଫଳ ହେବ

ଧନିଷ୍ଠା ନକ୍ଷତ୍ର-ଧର୍ମ କାର୍ଯ୍ୟରେ ଆଗ୍ରହ ଦେଖାଦେବ

ଶ୍ରବଣା ନକ୍ଷତ୍ର-ସ୍ତ୍ରୀଙ୍କ କଥାକୁ ନେଇ ମାନସିକ ଯନ୍ତ୍ରଣା ବୃଦ୍ଧି ପାଇବ

ପ୍ରତିକାର-ହନୁମାନଙ୍କୁ ଦର୍ଶନ କରି ଧଳା ସୋରିଷ ପାଖରେ ରଖନ୍ତୁ

କୁମ୍ଭ ରାଶି-

ଧନିଷ୍ଠା ନକ୍ଷତ୍ର- ବ୍ୟବସାୟରେ ଲାଭ , ସୁଖମୟ ଦାମ୍ପତ୍ୟ ଜୀବନ ରହିବ

ପୂର୍ବଭାଦ୍ର ନକ୍ଷତ୍ର- ମାନସିକ ଶାନ୍ତି ଅନୁଭବ କରିବେ

ଶତଭିଷା ନକ୍ଷତ୍ର-ଆକସ୍ମିକ ଦୁର୍ଘଟଣାର ଯୋଗ ରହିଛି

ପ୍ରତିକାର- ମା’ଦୁର୍ଗାଙ୍କୁ ଲାଲ ମନ୍ଦାର,ସିନ୍ଦୁର ଅର୍ପଣ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର -ସୁଖଶାନ୍ତିରେ ସମୟ କଟିବ

ଉତ୍ତର ଭାଦ୍ର ନକ୍ଷତ୍ର- ସହକର୍ମୀମାନେ ଶତୃ ଭଳି ବ୍ୟବହାର କରିବେ

ରେବତୀ ନକ୍ଷତ୍ର- ଅନେକ ଦିନରୁ ଅପେକ୍ଷା କରିଥିବା କାର୍ଯ୍ୟ ସଫଳ ହେବ

ପ୍ରତିକାର- ଓଁ ଧବଳେଶ୍ବରାୟ ନମଃ ମନ୍ତ୍ରକୁ ୩ଥର ପାଠ କରନ୍ତୁ

 

ଜ୍ୟୋତିର୍ବିଦ୍‌ – ଡ. ଶ୍ୟାମସୁନ୍ଦର ବାଗ୍

 

 

 

 

 

 

ଲକ୍ ଡାଉନ୍‌ରେ ବନ୍ଦ ହେବନି ପାଠ ପଢ଼ା: ଅନ୍‌ଲାଇନ୍‌ ଟିଚିଂରେ ଦୂର ହେବ ସବୁ ସମସ୍ୟା

ଭୁବନେଶ୍ୱର: ଲକଡାଉନ ସମୟରେ ସମସ୍ତେ ଘର ଭିତରେ । ସ୍କୁଲ କଲେଜ ସବୁ ବନ୍ଦ । ପାଠ ପଢ଼ାବି ଏକ ପ୍ରକାର ଠପ ହୋଇଗଲାଣି । ଏଭଳି ପରିସ୍ଥିତିରେ ପିଲାଙ୍କ ଭବିଷ୍ୟତ ପାଇଁ ଚିନ୍ତା କରୁଛନ୍ତି କି ? ବ୍ୟସ୍ତ ହୁଅନ୍ତୁ ନାହିଁ ଅନଲାଇନ ଟିଚରରେ ଦୂର ହେବ ସବୁ ସମସ୍ୟା ।

ଲକଡାଉନ ପରେ ସ୍କୁଲ କଲେଜ ସବୁ ବନ୍ଦ । ପାଠ ପଢାରେ ବି ଲାଗିଲା ବିରାମ । ତେବେ ଘରେ ବେକାର ନବସି ପାଠପଢା ସାରିବା ପାଇଁ ଚିନ୍ତା କଲେ ଶିକ୍ଷକ । ଆଉ ଅନଲାଇନରେ ଆରମ୍ଭ ହେଲା ପାଠ ପଢ଼ା । କେନ୍ଦ୍ରୀୟ ବିଦ୍ୟାଳୟର କମ୍ଫ୍ୟୁଟର ସାଇନ୍ସ ଶିକ୍ଷକ ମାନସ ରଞ୍ଜନ ଆରମ୍ଭ କଲେ ଅନଲାଇନ ଟିଚିର । ଘରେ ଅଛନ୍ତି ଶିକ୍ଷକ ଓ ନିଜ ନିଜ ଘରେ ବସିଛନ୍ତି ଛାତ୍ରଛାତ୍ରୀ । ZOOM ଆପରେ ଚାଲିଛି ପାଠପଢା ।

ଡିଜିଟାଲ ଦୁନିଆରେ ଏବେ ସଭିଙ୍କ ହାତରେ ମୋବାଇଲ । ଆଉ କାଳକ୍ରମେ ବଢିବାରେ ଲାଗିଛି ଇ-ଲର୍ଣ୍ଣିଂ ବ୍ୟବସ୍ଥା । ଓଡିଶା ସ୍କୁଲ ଛାତ୍ରଛାତ୍ରୀଙ୍କ ବୌଧିକ ବିକାଶ ପାଇଁ ରାଜ୍ୟ ସରକାର ଗତ ବର୍ଷ ମଧୁ ଆପର ବ୍ୟବସ୍ଥା କରିଥିଲେ । ମଧୁ ଆପ ଜରିଆରେ ବିଭିନ୍ନ ଭିଡିଓ ଦେଖିବାରେ ସୁଯୋଗ ପାଉଛନ୍ତି ଛାତ୍ରଛାତ୍ରୀ । ତେବେ ଏକ୍ସପର୍ଟଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସମୟରେ ଅନେକ ଆପ୍ଲିକେସନ ଛାତ୍ରଛାତ୍ରୀଙ୍କୁ ଡାଉଟ କ୍ଲିଅର କରୁଛି ।

ଦୀକ୍ଷା ଆପ, ଗୁଗୁଲ ଇ-ପାଠଶାଳା, ସ୍ୱୟଂମ, ଓ ଖାନ ଏତାଡେମୀ ଭଳି ଅନେକ ଆପ୍ଳାକେସନ୍‌ ଜରିଆରେ ଛାତ୍ରଛାତ୍ରୀ ପାଠ ପଢିପାରିବେ ।  ଛାତ୍ରଛାତ୍ରୀଙ୍କୁ ଇ ଲର୍ଣ୍ଣିଂ ପ୍ରତି ଆକୃଷ୍ଟ କରିବା ପାଇଁ ଆକର୍ଷଣୀୟ ଢଙ୍ଗରେ ଡିଜାଇନ ହୋଇଛି ଆପ ।

ବିଭିନ୍ନ ଆପ ଭଳି NCERT ଓ୍ୱେବସାଇଟରେ ଛାତ୍ରଛାତ୍ରୀ ପ୍ରଥମରୁ ଦ୍ଵାଦଶ ଶ୍ରେଣୀର ବିଷୟବସ୍ତୁ ଡାଉନଲୋଡ କରି ପଢିପାରିବେ ।

କୋଭିଡ ହସ୍ପିଟାଲ ପରିଦର୍ଶନରେ ୫-ଟି ସଚିବ: ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା

ଭୁବନେଶ୍ୱର: କିମ୍ସରରେ ନିର୍ମିତ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ପରିଦର୍ଶନ କରିଛନ୍ତି 5-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍ । ହସ୍ପିଟାଲ ନିର୍ମାଣର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ୫-ଟି ସଚିବ ।

ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ, ସ୍ୱାସ୍ଥ୍ୟ ସଚିବ ଏନ୍‌କେ ଧଳ, ଡିଏମ୍‌ଇଟି ସିବିକେ ମହାନ୍ତି ତାଙ୍କ ସହ ଉପସ୍ଥିତ ଥିଲେ ।  କିମ୍ସ ହସ୍ପିଟାଲର ଡାକ୍ତର ବି.ପି ପାଣିଗ୍ରାହୀ, ଡ. ସୁବ୍ରତ ଆଚାର୍ଯ୍ୟ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଆଶଙ୍କାରେ ସ୍ୱତନ୍ତ୍ର କଭୋଡି ହସ୍ପିଟାଲ ନିର୍ମାଣ କରୁଛି ଓଡ଼ିଶା ।

ଏନେଇ ଭୁବନେଶ୍ୱରର ୨ଟି ଘରୋଇ ହସ୍ପିଟାଲ ସମ୍‌ ଓ କିମ୍ସ ସହ ଏମ୍‌ଓୟୁ ସ୍ୱାକ୍ଷିରିତ ହୋଇଛି । ଉଭୟ ହସ୍ପିଟାଲରେ ମୋଟ ୧୦୦୦ଟି ବ୍ୟାଡ଼୍‌ ରହିବ । ଏଭଳି ସ୍ୱତନ୍ତ୍ର ଭାବେ ମେଡିକାଲ କରାଯିବା ଦ୍ୱାରା ହସ୍ପିଟାଲରେ ଥିବା ଅନ୍ୟ ରୋଗୀଙ୍କୁ ସଂକ୍ରମଣରୁ ରୋକାଯାଇପାରିବ । ଦେଶର ପ୍ରଥମ ରାଜ୍ୟ ଭାବେ କୋଭିଡ ହସ୍ପିଟାଲ ତିଆରି କରୁଛି ଓଡ଼ିଶା ।

 

କରୋନା ମୁକାବିଲା: ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସବୁଦଳର ପ୍ରଶଂସା

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଦଳମତ ନିର୍ବିଶେଷରେ ସମସ୍ତେ ପ୍ରଶଂସା କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ଲୋକଙ୍କ ପାଖରେ ଠିକ୍‌ଭାବେ ପହଞ୍ଚାଇବାକୁ ବିଜେପି ଓ କଂଗ୍ରେସ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେହିପରି ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇବାକୁ ଦାବି କରାଯାଇଛି । ଶାସକ ଦଳ କହିଛି ରାଜ୍ୟ ସରକାର ସବୁବେଳେ ଲୋକଙ୍କ ସହ ଅଛନ୍ତି ଓ ରହିବେ ।

https://www.facebook.com/nandighoshatv/videos/614505362478276/

ହଜାରେ ବେଡ୍‌ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ । ୨୨ଶହ କୋଟିର ସ୍ୱତନ୍ତ୍ର ପ୍ୟାକେଜ । କରୋନା ମୁକାବିଲା ପାଇଁ ସ୍ୱତନ୍ତ୍ର କମିଟି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏସବୁ ପଦକ୍ଷେପକୁ ବିରୋଧୀ ପ୍ରଶଂସା କରିଛନ୍ତି । ତେବେ ବିଦେଶ ଫେରନ୍ତା ଲୋକଙ୍କ ଉପରେ ଦୃଷ୍ଟି ଦେଇ ସ୍ୱାସ୍ଥ୍ୟ ପରୀକ୍ଷା ସହ ନିରୀକ୍ଷଣରେ ରଖିବା ପାଇଁ କଂଗ୍ରେସ ପରାମର୍ଶ ଦେଇଛି । ବିଜେପି କହିଛି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ ।

ବ୍ୟାଙ୍କ ଉପରେ ନିର୍ଭର କରେ ଆପଣ ତିନି ମାସ ପାଇଁ EMI ଦେବେ କି ନାହିଁ ,କାହିଁକି ଜାଣନ୍ତୁ

ଅସହାୟ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବାକୁ ଉଭୟ ବିଜେପି ଓ କଂଗ୍ରେସ ପରାମର୍ଶ ଦେଇଛନ୍ତି । ରାଜ୍ୟ ବାହାରେ ଓ ଭିତରେ ଫସିଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । କଣ୍ଟ୍ରୋଲ ରୁମ୍‌ ଖୋଲିଛି। ପ୍ରତି ପଞ୍ଚାୟତରେ ଖୋଲିଛି ଅସ୍ଥାୟୀ ଚିକିତ୍ସାଳୟ । ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ହୋଇଥିବା ବେଳେ ଧାନ ସଂଗ୍ରହ ସମୟ ବୃଦ୍ଧି ପାଇଁ ସରକାର ବିଚାର କରୁଥିବା ବିଜେଡି କହିଛି ।

ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି । ଲୋକମାନେ ଆବଶ୍ୟକଚାଠାରୁ ଅଧିକ ନକିଣିବାକୁ ସରକାର ପରାମର୍ଶ ଦେଇଛନ୍ତି । ଦଳମତ ନିର୍ବିଶେଷରେ ଲକ୍‌ଡାଉନକୁ ରାଜ୍ୟବାସୀ ମାନିବା ପାଇଁ ଅପିଲ କରାଯାଇଛି ।