spot_img
Home Blog Page 7310

ବିମାନ ଚଳାଚଳ କ୍ଷେତ୍ରରେ ବଡ଼ ଯୋଜନା, ଉଡ଼ିବ ୧୪ ନୂଆ ବିମାନ

ଭୁବନେଶ୍ୱର: ରାଜଧାନୀରେ ଏୟାରଲାଇନ୍ସ ସିଇଓଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । ଭୁବନେଶ୍ୱରରୁ ଆନ୍ତର୍ଜାତିକ ବିମାନ ଚଳାଚଳ ସମ୍ପର୍କରେ ଏଥିରେ ଆଲୋଚନା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଏହି ଅବସରରେ ମଧ୍ୟପ୍ରାଚ୍ୟକୁ ବିମାନ ଚଳାଚଳ ଫୋକସରେ ରହିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ।

ମିଡିଲ ଇଷ୍ଟର ସବୁ ଦେଶକୁ ବିମାନ ଉଡ଼ାଣ ଲକ୍ଷ୍ୟ ରହିଛି । ଆବୁଧାବି ଓ ଦୁବାଇକୁ ବିମାନ ଚଳାଚଳ ହେବ । ସେପଟେ କୁଆଲାଲମ୍ପୁର ଓ ବ୍ୟାଙ୍କକକକୁ ଭଲ ବ୍ୟବସାୟ ହେଉଛି । ଝାରସୁଗୁଡ଼ା ବିମାନ ବନ୍ଦରରୁ ବିଦେଶକୁ  ବିମାନ ଯାତ୍ରା ଯୋଜନା ରଖିଛନ୍ତି ସରକାର ।

ସେହିପରି ଜୟପୁର, ରାଉରକେଲା ଓ ଉତ୍‌କେଲାରୁ ବିମାନସେବା ଆରମ୍ଭ କରିବାକୁ ଯୋଜନା କରାଯାଉଛି । ମେ’ ମାସରୁ ରାଉରକେଲାରୁ ଭୁବନେଶ୍ୱର ବିମାନସେବା ଆରମ୍ଭ କରିବ ଆଲିଆନ୍ସ ଏୟାର । ଭୁବନେଶ୍ୱରରୁ କଳାଇଲୁଣ୍ଡାକୁ ବି ଆଲିଆନ୍ସ ଏୟାରର ଉଡ଼ିବ ବିମାନ । ସେହିପରି ସ୍ପାଇସଜେଟ ବିମାନ ଝାରସୁଗୁଡ଼ାରୁ ମୁମ୍ବାଇ, କୋଲକାତାରୁ ଝାରସୁଗୁଡ଼ା ବିମାନସେବା ଆରମ୍ଭ ହେବ ।

ଯଦି ଦେଶ ଭିତରେ ଦେଖିବା ତେବେ ଭୁବନେଶ୍ୱରରୁ ବେଙ୍ଗାଲୁରୁ, ସୁରଟ, ବାରଣାସୀ ବିମାନ ଉଡ଼ିବ । ସେପଟେ ସିଙ୍ଗାପୁର, ଆବୁଧାବି, ହଂକଂ ଓ ଦୁବାଇ ପାଇଁ ନୂଆ ପଲିସି ତିଆରି କରାଯିବ । ଭୁବନେଶ୍ୱର ବିମାନବନ୍ଦର ପାଇଁ ଅଧିକ ଜମି ଦିଆଯାଇଛି । ତେବେ ଟ୍ରାଫିକ ଇନିସିଏଟିଭ ଏବଂ ଆନ୍ତର୍ଜାତିକ ବିମାନସେବା ପାଇଁ ଭ୍ୟାଟ୍‌ ନେବେନି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଡୋମେଷ୍ଟିକ ଉଡ଼ାଣ ପାଇଁ ୧ ପ୍ରତିଶତ ଭ୍ୟାଟ୍‌ ଧାର୍ଯ୍ୟ କରାଯାଇଛି । ବୈଠକରେ ୨୧ ଟି ବିମାନ କମ୍ପାନୀର ପ୍ରତିନିଧିଙ୍କ ସହ ୫ ଜଣ ସିଇଓ ଯୋଗ ଦେଇଛନ୍ତି । ଇଣ୍ଡିଗୋ, ଏୟାର ଏସିଆ, ମାଲଡିଭିଆନ, ସିଙ୍ଗାପୁର ଓ ଥାଇ ଏୟାରଓ୍ୱେଜର ପ୍ରତିନିଧି ରହିଛନ୍ତି ।

ଓଡ଼ିଶା ଫେରିବ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ

ଭୁବନେଶ୍ୱର: ଓଡିଶା ଫେରିବ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ । ଦୀର୍ଘଦିନ ହେଲା କୋଲକାତା ଏୟାରପୋର୍ଟରେ ପଡ଼ି ନଷ୍ଟ ହେଉଥିବା ଡାକୋଟା ବିମାନ ଫେରାଇ ଆଣିବାକୁ କସରତ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏ ନେଇ ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆର ଚେୟାରମ୍ୟାନଙ୍କୁ ଚିଠି ଲେଖାଯାଇଛି ।

ଏଥିପାଇଁ ହେବାକୁ ଥିବା ଖର୍ଚ୍ଚ ପାଇଁ ରାଜ୍ୟ ସଂସ୍କୃତି ବିଭାଗ ୧୦ କୋଟି ଟଙ୍କା ବ୍ୟୟ ବରାଦ କରିଛି । ଡାକୋଟା ଡିସି-୩ ବିମାନ ଓଡ଼ିଶା ଫେରିଲେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପ୍ରଦର୍ଶନ ଲାଗି ରଖାଯିବ । ଏହା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଲାଗି ଉଚିତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଚିଠିରେ ଦର୍ଶାଯାଇଛି ।

ଓଲଟିଲା ସୁବର୍ଣ୍ଣପୁର ଏସ୍‌ପି ଦେବୀ ପ୍ରସାଦ ଦାସଙ୍କ ଗାଡି

ସୁବର୍ଣ୍ଣପୁର: ଅଳ୍ପକେ ବର୍ତ୍ତିଲେ ସୁବର୍ଣ୍ଣପୁର ଏସ୍‌ପି । ବଡମାଲ ଛକ ନିକଟରେ ଓଲଟିଲା ଏସ୍‌ପି ଦେବୀ ପ୍ରସାଦ ଦାସଙ୍କ ଗାଡି । ଆରଡିସି ମିଟିଙ୍ଗ୍ ପାଇଁ ନିଜ ଗାଡିରେ ସମ୍ବଲପୁର ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।

ଆଗକୁ ଏକ ଗାଇ ପସି ଆସିବାରୁ ଭାରସାମ୍ୟ ହରାଇ ଗାଡିଟି ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ଡ୍ରାଇଭର ଏବଂ ଏସ୍‌ପି ସାମାନ୍ୟ ଆହତ ହୋଇଛନ୍ତି ।

ତେବେ ବର୍ତ୍ତମାନ ସୂଚନା ମୁତାବକ ଦୁହିଁଙ୍କର ସୋନପୁର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଘରକୁ ପଠାଇ ଦେଇଥିବା ଜଣାପଡିଛି ।

ଉଡାନ-୩ ଯୋଜନାରେ ଝାରସୁଗୁଡ଼ାରୁ ବାରଣାସୀ ଓ କୋଲକାତାକୁ ଉଡ଼ିବ ବିମାନ

ଝାରସୁଗୁଡ଼ା: ଉଡାନ-୩ ଯୋଜନାରେ ଝାରସୁଗୁଡ଼ାରୁ ବାରଣାସୀ ଓ କୋଲକାତାକୁ ଉଡ଼ିବ ବିମାନ । ଆସନ୍ତା ୨୭ ତାରିଖରୁ ବାରଏଲଏନ୍ସ ଏୟାର ବିମାନ ପକ୍ଷରୁ ଏହି ସେବା ଆରମ୍ଭ କରାଯିବ ।  ଝାରସୁଗୁଡ଼ା ବିମାନ ବନ୍ଦରରୁ  ୨୭ ତାରିଖରେ କଲିକତା ଅଭିମୁଖେ ଉଡ଼ାଣ ଭରିବ ବାରଏଲଏନ୍ସ ଏୟାର ବିମାନ ।

ସେହିଭଳି ୩୧ ତାରିଖରୁ ବାରଣାସୀ ଅଭିମୁଖେ ଉଡ଼ିବ ବିମାନ । ଏହି ସେବା ଯୋଗୁଁ ପଶ୍ଚିମ ଓଡ଼ିଶା ବାସୀଙ୍କ ସହ ପଡୋଶୀ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡର ଲୋକେ ବି ଉପକୃତ ହୋଇପାରିବେ । ପୂର୍ବରୁ ପଶ୍ଚିମ ଓଡ଼ିଶା ଲୋକେ ବାରଣାସୀ ଯିବାକୁ ହେଲେ ଦିଲ୍ଲୀ ଯିବାକୁ ପଡୁଥିଲା । ଏବେ ଓଡ଼ିଶାରୁ ସିଧାସଳଖ ବାରଣାସୀ ଯାଇପାରିବେ ଯାତ୍ରୀ ।

ଝାରସୁଗୁଡା ବିମାନ ବନ୍ଦରରେ ଯାତ୍ରୀଙ୍କ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଦେଶର ପ୍ରମୁଖ ସହର ଗୁଡିକୁ ବିମାନ ସେବା ଆରମ୍ଭ କରାଯାଇଥିବା କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ।

ରାସ୍ତା କଡ଼ରେ ଛକି ବସିଥିଲା ମୃତ୍ୟୁ, ଚାଲିଗଲା ୫ ଜୀବନ

ରାଉରକେଲା: ସୁନ୍ଦରଗଡ଼ ରାଜଗାଙ୍ଗପୁର ରାମାବାହାଲ ନିକଟରେ କାର ଓ ସ୍କର୍ପିଓ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ରାସ୍ତା କଡ଼ରେ ଶ୍ରମିକ ମାନେ କାମ କରୁଥିବା ବେଳେ ହଠାତ୍ ଦୁଇଟି ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲେ ।

ଗାଡ଼ି ଭିତରେ ଥିବା ୪ ଜଣ ବ୍ୟକ୍ତି ସାମାନ୍ୟ ଆହତ ହୋଇଛନ୍ତି । କିନ୍ତୁ ଦୁଃର୍ଭାଗ୍ୟ ବଶତଃ ଗାଡ଼ିଟି ରାସ୍ତା କଡ଼ରେ କାମ କରୁଥିବା ୬ ଜଣ ଶ୍ରମିକ ଉପରକୁ ମାଡ଼ି ଯାଇଥିଲା । ଯାହ ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି ।

ସମସ୍ତ ଶ୍ରମିକ ରାସ୍ତାକାମରେ ନିୟୋଜିତ ଥିଲେ । ସେପଟେ କାର ମଧ୍ୟରେ ଥିବା ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ଖବରପାଇବା ପରେ ରାଜଗାଙ୍ଗପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ବାସୁଦେବପୁର ବାଳିବିନ୍ଧା ଗାଁରେ ଅଗ୍ନିକାଣ୍ଡ, ଜଳିଗଲା ୧୪ବଖରା

ଭଦ୍ରକ: ଜଳିଗଲା ୧୪ବଖରା । ଭଦ୍ରକ ବାସୁଦେବପୁର ବାଳିବିନ୍ଧା ଗାଁରେ ଅଗ୍ନିକାଣ୍ଡ ଘଟି ୧୪ବଖରା ଘର ଜଳିଯାଇଛି । ସେହି ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା ।

ଅଗ୍ନିକାଣ୍ଡ ଘଟି ବହୁ ମୂଲ୍ୟବାନ ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି ।

ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ଅସ୍ପଷ୍ଟ ରହିଛି ।

 

ଝାରପଡ଼ା ଜେଲ୍‌ର ଟଏଲେଟ ଭିତରରେ ଏଟି ଚିଟ୍‌ଫଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ଅର୍ଥତତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ ।

ଝାରପଡ଼ା ଜେଲ୍‌ରେ ପ୍ରଦୀପ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଟଏଲେଟ୍‌ରେ ଇନଭର୍ଟର ତାରରେ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

ଟଏଲେଟ୍‌ କବାଟ ଭାଙ୍ଗି ତାଙ୍କୁ ଗୁରୁତର ଅବସ୍ଥାରେ ଜେଲ୍‌ କର୍ତ୍ତୃପକ୍ଷ ଉଦ୍ଧାର କରିଛନ୍ତି । ଉଦ୍ଧାର ପରେ ପ୍ରଦୀପଙ୍କୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

 

ଆକାଶରେ ମନଭରି ୪୫ ମିନିଟ ପର୍ଯ୍ୟନ୍ତ ଉଡ଼ିଲେ ଦିବ୍ୟାଙ୍ଗ

ଭୁବନେଶ୍ୱର: ଆଜି ବିମାନ ଯାତ୍ରାର ମଜା ଉଠାଇଛନ୍ତି ଦିବ୍ୟାଙ୍ଗ । ବିମାନରେ ମନଭରି ଆକାଶରେ ଉଡ଼ିଛନ୍ତି ଏମାନେ । ରାଜ୍ୟ ସରକାରଙ୍କ ଉଦ୍ୟମରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ୪୪ ଦିବ୍ୟାଙ୍ଗକୁ ଏହି ସୁବିଧା ଯୋଗାଇ ଦିଆଯାଇଛି ।

ଏୟାର ଇଣ୍ଡିଆରେ ୨୧ ଜଣ ଦିବ୍ୟାଙ୍ଗ ଝିଅ ଏବଂ ୨୩ ଜଣ ପୁଅ ଆଜି  ସକାଳ ୯ଟା ୨୫ରେ ଯାତ୍ରାକରିଥିଲେ । ଆକାଶରେ ପ୍ରାୟ ୪୫ ମିନିଟ୍‌ ଯାତ୍ରାକରି  ଭୁବନେଶ୍ୱରକୁ ଫେରିଛନ୍ତି ।

ସେପଟେ ଏହି ସୁବିଧା ଯୋଗାଇବାରେ ନିଜକୁ ସାମିଲ କରିଥିବାରୁ ଏୟାର ଇଣ୍ଡିଆ ସିଏମ୍‌ଡି ଓ ଆଲିଆନ୍ସ ସିଇଓଙ୍କୁ କୃତଜ୍ଞତା ଜଣାଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ର।ଳୟର  ଯୁଗ୍ନସଚିବ । ସେପଟେ ପ୍ରଶଂସନୀୟ ଉଦ୍ୟମ ପାଇଁ ଓଡ଼ିଶା ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଯୁଗ୍ମସଚିବ ।

କୋର୍ଟରେ ହାଜର ହେଲେ ମାଓ ନେତା ସବ୍ୟସାଚୀ ପଣ୍ଡା

କନ୍ଧମାଳ: ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ କୋର୍ଟରେ ହାଜର ହେଲେ ମାଓ ନେତା ସବ୍ୟସାଚୀ ପଣ୍ଡା । ସ୍ଥାନୀୟ ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ନେଇ ସବ୍ୟସାଚୀଙ୍କ ବିରୋଧରେ ରହିଛି ୨୨ମାମଲା । ଏଥିରୁ ଦୁଇଟି ମାମଲାର ବିଚାର ସହ  ଅନ୍ୟ ଏକ ମାମଲାର ସାଖ୍ୟ ଗ୍ରହଣ ହୋଇଛି । ଦାରିଙ୍ଗବାଡି ଥାନା ଅଞ୍ଚଳରେ ହୋଇଥିବା ବୋମା ବିସ୍ଫୋରଣ ନେଇ ଦୁଇଟି ମାମଲା ରୁଜୁ ହୋଇଥିଲା । ଏହି ଦୁଇଟି ମାମଲାର ଚାର୍ଜ ଫ୍ରେମ୍ ହୋଇଛି । ସେପଟେ ବ୍ରାହ୍ମଣିଗାଁ ଥାନା ଭ୍ରମରବାଡି  ଅଞ୍ଚଳରେ ଏକ ବାଇକରୁ ମାଓ ସାମଗ୍ରୀ ଜବତ ହେବା ଘଟଣାରେ ସବ୍ୟସାଚିଙ୍କ ସମ୍ପୃକ୍ତି ନେଇ ସାଖ୍ୟ ଗ୍ରହଣ ହୋଇଛି ।

Image result for sabyasachi panda the maoist

ସୁଚ଼ନା ମୁତାବକ ଆସନ୍ତା ୨୪ତାରିଖରେ ପୁଣି ବାଲିଗୁଡା କୋର୍ଟରେ ହାଜର ହେବେ ସବ୍ୟସାଚୀ ।

ରାସ୍ତା କାମକୁ ବିରୋଧ କରି ଶ୍ରମିକଙ୍କୁ ନିସ୍ତୁକ ପିଟିଲେ ମାଓବାଦୀ, ୪ ଗାଡ଼ି ପୋଡ଼ିଲେ

କଲ୍ୟାଣସିଂପୁର: ମାଓବାଦୀଙ୍କ ଲଙ୍କାକାଣ୍ଡ । ରାସ୍ତା ନିର୍ମାଣକୁ ବିରୋଧ କରି ଜାଳିଲେ ୪ ଗାଡ଼ି । ରାୟଗଡ଼ା ନିୟମଗିରି ଅଞ୍ଚଳ ଗୁମା ଗାଁର ଏହି ଘଟଣା । ବ୍ଲକର ନାରୀଙ୍ଗତୋଲା ଗାଁଠାରୁ ଗୁମ୍ମାକୁ ରାସ୍ତା ନିର୍ମାଣ ହେଉଥିଲା । ଗତକାଲି ରାତିରେ ପ୍ରାୟ ୬୦ରୁ ଅଧିକ ମାଓବାଦୀ ଆସି ପ୍ରଥମେ ୨ ଶ୍ରମିକଙ୍କୁ ନିସ୍ତୁକ ପିଟିଥିଲେ । ଏହା ପରେ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ ।

ଏଥିରେ ୨ଟି ଜେସିବି ଗୋଟିଏ ରୋଲର ଓ ଗୋଟିଏ ମିକ୍ସଚର ଗାଡ଼ି ରହିଛି । ନିୟମ ଗିରିକୁ ରାସ୍ତା ନିର୍ମାଣକୁ ବିରୋଧ କରୁଛନ୍ତି ମାଓବାଦୀ । ସେପଟେ ଖଣି ଉତ୍ତୋଳନ କଲେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ମାଓବାଦୀ ନିଜ ପୋଷ୍ଟରରେ ଲେଖିଛନ୍ତି ।

ଡଙ୍ଗରିଆଙ୍କ କନ୍ଧମାଳଙ୍କ ଦାବି ଯୋଗୁଁ ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ଵାରା ୧୦ କୋଟି ଟଙ୍କା ଅଟକଳରେ ଚାଲିଥିଲା ନିର୍ମାଣ । ଏହା ପୂର୍ବରୁ ମଧ୍ୟ ଦୁଇଥର ନିୟମଗିରି ରାସ୍ତାକୁ ବିରୋଧ କରି ପୋଡାଜଳା କରିଥିଲେ ମାଓବାଦୀ ।