ନୂଆଦିଲ୍ଲୀ: ପ୍ରତିବର୍ଷ ଭଳି ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ସ୍ଥାନ ପାଇଛି ଓଡ଼ିଶା ସଂସ୍କୃତି । ଏଥର ୭୧ ତମ ସାଧାରଣତନ୍ତ୍ର ଦିବସରେ ଓଡ଼ିଶାରୁ ପ୍ରଜ୍ଞାପନ ମେଢ ପ୍ୟାରେଡ଼ରେ ସାମିଲ ହେବ । ପ୍ରଜ୍ଞାପନ ମେଢ଼ରେ ଏବେ ଦିଆଯାଉଛି ଶେଷ ସ୍ପର୍ଶ ।

ଚଳିତ ବର୍ଷ ରୁକୁଣା ରଥ ଓଡ଼ିଶାର ପ୍ରଜ୍ଞାପନ ମେଢ ପାଇଁ ସ୍ଥାନ ପାଇଛି । ଓଡ଼ିଶା ଲଳିତ କଳା ଏକାଡ଼େମୀର ସଚିବ ଗଜେନ୍ଦ୍ର ସାହୁ ମେଢ ତିଆରି କାମରେ ଲାଗିଛନ୍ତି । ଶେଷ ପର୍ଯ୍ୟାୟରେ ରହିଛି ପ୍ରସ୍ତୁତି ।

ସେପଟେ ରାଷ୍ଟ୍ରୀୟ ପ୍ୟାରେଡରେ ଅଂଶ ଗ୍ରହଣ କରିଥିବା ସାଂସ୍କୃତିକ ଦଳ ପ୍ରତିଯୋଗିତାରେ ଓଡ଼ିଶା ପ୍ରଥମ ସ୍ଥାନ ପାଇଛି । ଆସନ୍ତାକାଲି ଫାଇନାଲ ରିହରସାଲକୁ ଓହ୍ଲାଇବ ଓଡ଼ିଶାର ପ୍ରଜ୍ଞାପନ ମେଢ ।















ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକର ଉପାନ୍ତ ଅଞ୍ଚଳ ଭାବେ ଜଣାଶୁଣା ଆମ୍ବିଳଆମ୍ବ ଓ ଆଉକିଛି ଗାଁ । ବାହାରକୁ ଯିବାକୁ ହେଲେ ବହୁ ଦୂର ବୁଲିବୁଲି ଯିବାକୁ ହେବ । ତେଣୁ ଗାଁ ପାଖ ପଦ୍ମାବତୀ ନଦୀ ଉପରେ ହରଭଙ୍ଗୀ ସେଚ ପ୍ରକଳ୍ପ ଦ୍ଵାରା ନିର୍ମିତ ଏହି କେନାଲର ଗାର୍ଡ ଉପରେ ସମସ୍ତେ ଯିବା ଆସିବା କରନ୍ତି । ପାଣି ନଥିବା ବେଳେ କେନାଲ ଭିତର ଗାର୍ଡ ୱାଲ୍ ତଳେ ମୁଣ୍ଡ ନୁଆଁଇ ଯିବା ଆସିବା କରି ହେବ । ପାଣି ଥିଲେ ଗାର୍ଡ ୱାଲ୍ ହିଁ ଭରସା ।
ହୁଏତ ନୂଆ ପୋଲଟିଏ ନିର୍ମାଣ କରି ଦେଲେ ଏ ଗାଁ ଲୋକଙ୍କ ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ । ଯଦି ସେତିକି ନହେଉଛି, କେନାଲ ଉପରେ କଂକ୍ରିଟ୍ ଢଳାଇ କରି ବାଡ଼ା ତିଆରି କରିଦେଲେ ମଧ୍ୟ ଜୀବନ ବଞ୍ଚିଯିବ। ହେଲେ ଏକଥା ବୁଝୁଛି କିଏ ?