ଦେଶରେ ବଢୁଛି କରୋନା । ୫୫୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ତାମିଲନାଡୁରେ କୋଭିଡ୍-19 ନେଲା ପ୍ରଥମ ଜୀବନ । ୧୨ ଛୁଇଁଲା ମୃତ୍ୟୁସଂଖ୍ୟା । ମହାରାଷ୍ଟ୍ର ଓ ଦିଲ୍ଲୀରେ ସର୍ବାଧିକ ।
ଅତ୍ୟାବଶ୍ୟକୀୟ ସାମଗ୍ରୀର ନିରବଚ୍ଛିନ୍ନ ପରିବହନ ପାଇଁ ସରକାରଙ୍କ ପଦକ୍ଷେପ
ଭୁବନେଶ୍ୱର: କରୋନା ପାଇଁ ଦେଶରେ ଲକ୍ ଡାଉନ୍ । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇବାକୁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ବଢ଼ି ଚାଲିଛି । ଆବଶ୍ୟକୀୟ ସାମଗ୍ରୀର ନିରନ୍ତର ପରିବହନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ପଦକ୍ଷେପମାନ ଗ୍ରହଣ କରିଛନ୍ତି । ସଡ଼କ ପରିବହନ ଓ ହାଇୱେ ମନ୍ତ୍ରାଳୟ ଦେଶର ସମସ୍ତ ଟୋଲ୍ ପ୍ଲାଜାରେ ଟୋଲ ଆଦାୟକୁ ସ୍ଥଗିତ ରଖିଛି । ଫଳରେ ବିଭିନ୍ନ ଟୋଲ୍ ପ୍ଲାଜା ଦେଇ ଅତ୍ୟାବଶ୍ୟକୀୟ ସାମଗ୍ରୀ ନେଇ ଆସୁଥିବା ଗାଡ଼ି ଆଉ ଅଟକିବ ନାହିଁ । ଏନେଇ ସଡ଼କ ପରିବହନ ଓ ହାଇୱେ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀର ପରିବହନକୁ କଟକଣା ମୁକ୍ତ କରିବାକୁ ରାଜ୍ୟ ସରକାର ବରିଷ୍ଠ ଅଧିକାରୀଙ୍କୁ କୋଅର୍ଡିନେଟର ଭାବେ ନିଯୁକ୍ତ କରିଛନ୍ତି । ହୋଲସେଲ୍ ଓ ରିଟେଲ କ୍ଷେତ୍ରରେ ଜରୁରୀ ସାମଗ୍ରୀ ପରିବହନ ଓ ଯୋଗାଣର ତଦାରଖ ପାଇଁ ଏହି ପଦକ୍ଷେପ ନିଆଯାଇଛି ।
| Goods & Services | Coordinator | Contact Details |
| ଶିଳ୍ପ ଓ ଖଣିଜ, ମେଡିକାଲ ଓ ହେଲଥ କେୟାର | ହେମନ୍ତ ଶର୍ମା, ଶିଳ୍ପ ସଚିବ | 0674-2536640/2391384
9438907001/9437062602 |
| ଟେଲିକମ ଓ ଆଇଟି/ଟିଇସି, କେବୁଲ ଓ ଡିଟିଏଚ୍ | ମନୋଜ ମିଶ୍ର, ସଚିବ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା | 0674- 2567584 |
| ଖାଦ୍ୟ (ପନିପରିବା, କ୍ଷୀର, ମାଛ) ପେଟ୍ରୋଲିୟମ ଓ ଏଲପିଜି | ସୁରେନ୍ଦ୍ର କୁମାର, ସଚିବ, ଜଳ ସମ୍ପଦ | 0674-2536764/2323014
9437152002 |
| କୃଷି, ଉଦ୍ୟାନ କୃଷି, ମଞ୍ଜି, ଯନ୍ତ୍ରପାତି ଇତ୍ୟାଦି | ସୌରଭ ଗର୍ଗ, ସଚିବ, କୃଷି | 0674-2391325
9868833666 |
| ବିଦ୍ୟୁତ୍, ପାଣି ଓ ମ୍ୟୁନିସିପାଲ ସେବା | ଜି. ମଥିଭାଥନନ୍, ସଚିବ, ଗୃହ ଓ ନଗର ଉନ୍ନୟନ | 0674- 2590771/ 2397622
9437095067 |
ଏହି ସବୁ ଜରୁରୀ ସାମଗ୍ରୀ ପରିବହନ ବେଳେ କୌଣସି ଅସୁବିଧା ହେଲେ ଉପରୋକ୍ତ ଅଧିକାରୀ ମାନଙ୍କ ସହାୟତା ନେଇପାରିବେ । ଆଉ ସମସ୍ତ ସଚିବ ପ୍ରତିଦିନ ମୁଖ୍ୟ ଶାସନ ସଚିବଙ୍କୁ ସନ୍ଧ୍ୟା ୬ଟାରେ ଆବଶ୍ୟକୀୟ ସାମଗ୍ରୀ ପରିବହନ ନେଇ ରିପୋର୍ଟ ଦେବେ ।
ବାହାରେ ବୁଲୁଛନ୍ତି ‘ମୁଁ ଲୋକଙ୍କ ଶତ୍ରୁ’
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଘନ ଘନ ଅପିଲ୍ ସତ୍ତ୍ୱେ ମାନୁନାହାନ୍ତି ଲୋକ । ଲକ ଡାଉନ୍ କଟକଣାକୁ ଖାତିର ନକରି ବାହାରେ ବୁଲୁଛନ୍ତି । ଏମିତି ଅମାନିଆଙ୍କୁ ବିଚ୍ ରାସ୍ତାରେ ଧରି ସାବାଡ୍ କରିଛି କମିଶନରେଟ୍ ପୋଲିସ୍ । ନିଜ ଜୀବନକୁ ବିପଦରେ ପକାଇବା ସହ ଅନ୍ୟକୁ ମରଣ ମୁହଁକୁ ଠେଲୁଥିବା ଏହିଭଳି କିଛି ଅମାନିଆ ଯୁବକ ଓ ବ୍ୟକ୍ତିଙ୍କୁ ପଟିଆ କିଟ୍ ଅଞ୍ଚଳରୁ ପୋଲିସ ଧରିଛି । ହାତରେ ‘ମୁଁ ଲୋକଙ୍କ ଶତ୍ରୁ’ ଲେଖାଥିବା କାର୍ଡ ଧରାଇଛି ।


କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ ରହିଛି । ଦେଶରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ଟପିଛି । ଓଡ଼ିଶାରେ ୨ ଆକ୍ରାନ୍ତ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି । ମହାମାରୀ କରୋନା ତାର କାୟା ମେଲାଇ ଚାଲିଥିବା ବେଳେ ସଂକ୍ରମଣ ରୋକିବାକୁ ସରକାର ପଦକ୍ଷେପ ନେଇ ଦେଶକୁ ଲକ୍ ଡାଉନ୍ କରିଛନ୍ତି । ଅତ୍ୟାବଶ୍ୟକ ଜିନିଷ ଓ ମେଡିକାଲ ଛଡ଼ା ଅନ୍ୟ କୌଣସି କାମରେ ଘରୁ ବାହାରିବାକୁ ମନା କରିଛନ୍ତି ।


କିନ୍ତୁ, କିଛି ଲୋକ ନିଜ ଜୀବନକୁ ବିପନ୍ନ କରିବା ସହ ଅନ୍ୟମାନଙ୍କୁ ବିପଦମୁହଁକୁ ଟାଣୁଛନ୍ତି । ସକାଳେ ବାଣୀବିହାରରେ କୌଣସି କାମ ନଥାଇ ବୁଲୁଥିବା ୪ ଯୁବକଙ୍କୁ ପୋଲିସ ଧରି ବସ୍ ଉଠ କରାଇଥିଲା । ତଥାପି ଲୋକ ସୁଧୁରୁନାହାନ୍ତି ।
ନିୟମ ଉଲ୍ଲଘଂନକାରୀଙ୍କୁ କିଛି ଏଭଳି ଦଣ୍ଡ ଦେଲା ପୋଲିସ: ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍
କବିର ସିଂ ମାର୍କା ଦାଢି ରଖିଛନ୍ତି କି ? ସତର୍କ ହୋଇଯାନ୍ତୁ କାରଣ ଦାଢି ଦିଏ କରୋନାକୁ ନିମନ୍ତ୍ରଣ ! ଜାଣନ୍ତୁ କାହିଁଁକି ?
କରୋନା ଭୂତାଣୁ ଏପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ୪ ଲକ୍ଷରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିସାରିଛି । ଏହି ସମୟରେ CDC (ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର) କହିଛି ଯେ, ଦାଢିଆ ଲୋକଙ୍କୁ ଏହି ଭୂତାଣୁ ସଂକ୍ରମିତ କରିବାର ଅଧିକ ଆଶଙ୍କା ରହିଛି । ସିଡିସିର ଏମିତି ତଥ୍ୟ ଦେବାର କାରଣ ମଧ୍ୟ ସେ ସ୍ପଷ୍ଟ କରିଛି ।

ସିଡିସି ଅନୁଯାୟୀ, କରୋନା ଭୂତାଣୁ ଏଡ଼ାଇବା ପାଇଁ ସ୍ୱଚ୍ଛତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବାହାରକୁ ଆସିବାବେଳେ, ପାଟିରେ ଏକ ମାସ୍କ ପିନ୍ଧିବା ଉଚିତ୍ ଏବଂ କିଛି ସ୍ପର୍ଶ କରିବା ମାତ୍ରେ ହାତ ଧୋଇବା ଉଚିତ୍ । କିନ୍ତୁ କେତେ ଏହାକୁ ମାନୁଥିବା ବେଳେ ଆଉ କେତେଜଣ ଅମାନ୍ୟ କରୁଛନ୍ତି । କିନ୍ତୁ ବେଶି ଦାଢିଆ ଲୋକଙ୍କୁ ବିନା ମାସ୍କରେ ଦେଖିବାକୁ ମିଳୁଛି । ତେଣୁ ଏମାନେ ସଂକ୍ରମଣର ଶିକାର ହୋଇପାରନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି ।

ତେବେ ଆଜିକାଲି ଲୋକଙ୍କ ଭିତରେ ଦାଢି ରଖିବାର ଏକ ପାଗଳମୀ ଦେଖିବାକୁ ମିଳିଛି । କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କର ଷ୍ଟାଇଲିଷ୍ଟ ଲୁକ୍ ଆପଣଙ୍କ ଜୀବନକୁ ବିପଦରେ ପକାଇପାରେ ?

ସିଡିସି ଅନୁଯାୟୀ, ମୁହଁକୁ ଆଚ୍ଛାଦନ କରୁଥିବା ଫେସ୍ ମାସ୍କ ଦାଢି ହେତୁ ମୁହଁରେ ସଠିକ୍ ଫିଟ୍ ହୋଇପାରିବ ନାହିଁ । ଅଜାଣତରେ ଏହି ଅବହେଳା ହେତୁ ଜଣେ ବ୍ୟକ୍ତି କରୋନା ଭୂତାଣୁ ସଂସ୍ପର୍ଶରେ ଆସିପାରନ୍ତି ।

ସିଡିସି ଦ୍ୱାରା ପ୍ରକାଶିତ ଏହି ଛବିରେ, କେଉଁ ପ୍ରକାରର ଦାଢି ରଖିଲେ ଆପଣ ସୁସ୍ଥ ରହିବେ ଏବଂ ସଂକ୍ରମଣର ଶୀକାର ହେବେନାହିଁ ତାହା ଜାଣିହେବ । କ୍ଲିନ ସେଭ୍ ହେଲେ ତ ଭଲ କିନ୍ତୁ ଯଦି ଆପଣ କେବଳ ନିଶ ରଖିବେ ତେବେ ମଧ୍ୟ ମୁହଁରେ ମାସ୍କ ସଠିକ୍ ଭାବରେ ଫିଟ୍ ରହିବ ।

କିଛି ସମୟ ପୂର୍ବରୁ ନ୍ୟୁୟର୍କର ଜଣେ ସଂକ୍ରାମକ ବିଶେଷଜ୍ଞ ସ୍ପଷ୍ଟ କରିଥିଲେ ଯେ, କେବଳ ଦାଢି ନୁହେଁ ନଖ ମଧ୍ୟ ଦେହ ପାଇଁ କ୍ଷତିକାର ହୋଇପାରେ।

ସେ ଏହା ମଧ୍ୟ କହିଛନ୍ତି ଯେ, କିଛି ଲୋକ ସେମାନଙ୍କର ଖରାପ ଅଭ୍ୟାସ ହେତୁ ସେମାନେ କରୋନା ଭୂତାଣୁର ଶିକାର ହେବାର ସମ୍ଭାବନା ରହିଛି । ଏହା କହିବାର କାରଣ କେତେ ଲୋକ ଅଛନ୍ତି ଯେଉଁମାନେ ପାଟିରେ ନଖ ଖାଇବାର ଅଭ୍ୟାସ ରଖିଥାନ୍ତି । ତେଣୁ ସେ ସେମାନଙ୍କୁ ସଚେତନ କରିଛନ୍ତି । ଏବଂ ଏହାର କାରଣ ମଧ୍ୟ କହିଛନ୍ତି ।

‘ଆମ ନଖ ମଧ୍ୟରେ ଥିବା ମଇଳା କିମ୍ବା ଅଳିଆ ସହଜରେ ଜମା ହୋଇଯାଏ । ଫଳରେ ଯେତେବେଳେ ଆମେ ଏହି ନଖକୁ ଖାଇଥାଉ ସେତେବେଳେ ଏହି ମଇଳା ଆମ ଶରୀର ଭିତରକୁ ସହଜରେ ଯାଇଥାଏ । ଯାହା ଫଳରେ ଆମେ ସଂକ୍ରମଣର ଶିକାର ସହଜରେ ହେଇଥାଉ ।
ତେଣୁ ଲକଡାଉନ୍ ସମୟରେ ଘରେ ରହୁଥିବା ଲୋକେ ଏଥିପ୍ରତି ଯତ୍ନବାନ ହୁଅନ୍ତୁ । ସ୍ୱଚ୍ଛତା ଉପରେ ଆପୋଷ ବୁଝାମଣା କରନ୍ତୁ ନାହିଁ । ଦାଢି କିମ୍ବା ନଖକୁ ସଫା କରନ୍ତୁ ଯେମିତି ଏହା ଆପଣଙ୍କ ସଂକ୍ରମଣର କାରଣ ନହୁଏ ।
ଜଣେ କରୋନା ଆକ୍ରାନ୍ତ ୫୯ହଜାର ଲୋକଙ୍କୁ ସଂକ୍ରମିତ କରିପାରିବେ, ଜାଣନ୍ତୁ କେମିତି…
ଚାରିଆଡ଼େ କରୋନା ଭୟ । ନିଆଁ ଭଳି ବ୍ୟାପୁଥିବା ଏହି କରୋନା ଭାଇରସ ପାଇଁ ସମସ୍ତେ ସଜାଗ । କାରଣ ଜଣେ ସଂକ୍ରମିତ ଲୋକ ଏକାଥରକେ ୫୯ହଜାର ଲୋକଙ୍କୁ ସଂକ୍ରମଣ କରିପାରିବ । ଇଂଲଣ୍ଡର ସଂକ୍ରମଣ ବିଶେଷଜ୍ଞ ହୁ ମଣ୍ଟୋଗୋମରି ଏହାର ଖୁଲାସା କରିଛନ୍ତି । ସେ କହିଛନ୍ତି କରୋନା ଭୂତାଣୁ ସଂକ୍ରମିତ ବ୍ୟକ୍ତି ଏକାସାଙ୍ଗରେ ୫୯ହଜାର ଲୋକଙ୍କୁ ସଂକ୍ରମିତ କରିପାରିବ । ଏବଂଏହା ଏକ ଅତ୍ୟଧିକ ସଂକ୍ରାମକ ଭୂତାଣୁ ।

ଜଣେ କରୋନା ସଂକ୍ରମିତ ବ୍ୟକ୍ତି କିପରି ହଜାର ହଜାର ଲୋକଙ୍କ ମଧ୍ୟରେ ଏହି ଭୂତାଣୁକୁ ବିସ୍ତାର କରି ପାରିବେ ତାହାକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି ଏହି ଡାକ୍ତର । ସେ ସାମାଜିକ ଦୂରତାକୁ କଠୋରତାର ସହ ଅନୁସରଣ କରିବାକୁ କହିଛନ୍ତି ।

ସେ କହିଛନ୍ତି ଯେ,ଜଣେ ସାଧାରଣ ଫ୍ଲୁ ସଂକ୍ରମିତ ବ୍ୟକ୍ତି ସେମାନେ ହାରାହାରି ୧.୩ ରୁ ୧.୪ ଲୋକଙ୍କୁ ସଂକ୍ରମିତ କରନ୍ତି । ଫ୍ଲୁ ସଂକ୍ରମଣ ସମୟରେ ପରବର୍ତ୍ତୀ ସଂକ୍ରମିତ ବ୍ୟକ୍ତି ଅନ୍ୟ ଲୋକଙ୍କୁ ମଧ୍ୟ ସଂକ୍ରମିତ କରନ୍ତି ଏବଂ ଯଦି ୧୦ ଥର ସଂକ୍ରମଣ ଚକ୍ର ଜାରି ରହେ, ତେବେ ୧୪ଟି ସଂକ୍ରମଣ ହେବ।
କେବଳ ସେତିକି ନୁହେଁ ମଣ୍ଟୋଗୋମରି ଫ୍ଲୁ ସହିତ କରୋନା ଭୂତାଣୁକୁ ତୁଳନା କରିଥିଲେ ଏବଂ ବିପଦ ବିଷୟରେ ଚେତାବନୀ ଦେଇ କହିିଛନ୍ତି ଯେ, କରୋନା ଭୂତାଣୁ ଜଣେ ବ୍ୟକ୍ତିଙ୍କ ଠାରୁ ହାରାହାରି ୩ଜଣ ବ୍ୟକ୍ତିଙ୍କୁ ବ୍ୟାପିଥାଏ।

କରୋନା ଭୂତାଣୁ ସଂକ୍ରମଣ ଏକରୁ ତିନି ପର୍ଯ୍ୟନ୍ତ ହୋଇପାରେ ଏବଂ ଯଦି ଏହା ୧୦ଟି ସ୍ତରରେ ଅଗ୍ରଗତି ହୁଏ, ତେବେ ୫୯,୦୦୦ ଲୋକଙ୍କୁ ସଂକ୍ରମିତ ହେବାର ଆଶଙ୍କା ରହିଛି । ଉଦାହରଣ ସ୍ୱରୂପ, ୧ ରୁ ୩, ୩ ରୁ ୯, ୯ ରୁ ୨୭, ୨୭ ରୁ ୮୧, ୮୧ ରୁ ୨୪୩, ୨୪୩ ରୁ ୭୨୯, ୭୨୯ ରୁ ୨୧୮୭, ୨୧୮୭ ରୁ ୬୫୬୧, ୬୫୬୧ ରୁ ୧୯୬୮୩, ୧୯୬୮୩ ରୁ ୫୯,୦୪୯ ଲୋକ ।
ତେବେ ସେ କହିଛନ୍ତି ଯେ ସଂକ୍ରମିତ ଲୋକଙ୍କ ମଧ୍ୟରୁ ମାତ୍ର ଅଳ୍ପ ପ୍ରତିଶତ ଲୋକ ଅସୁସ୍ଥ ହେବେ ଏବଂ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଆଇସିୟୁରେ ରଖିବାକୁ ପଡ଼ିବ । ଅବଶ୍ୟ, ଯେଉଁମାନେ ଅସୁସ୍ଥ ନ ହୁଅନ୍ତି ସେମାନେ ମଧ୍ୟ ସଂକ୍ରମିତ ହୋଇ ଅନ୍ୟମାନଙ୍କ ମଧ୍ୟରେ ଭୁତାଣୁ ବିସ୍ତାର କରିବେ।

ତେବେ ବର୍ତ୍ତମାନ ସୁଧା ସାରା ବିଶ୍ୱରେ କରୋନା ରୋଗୀଙ୍କ ସଂଖ୍ୟା ଅତି ଦ୍ରୁତ ଗତିରେ ବଢୁଛି। ଏଥି ସହିତ, ଏପର୍ଯ୍ୟନ୍ତ ଭାରତରେ ୫୮୭ ଟି କରୋନା ସଂକ୍ରମିତ ମାମଲା ଦେଖିବାକୁ ମିଳିଛି । ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୬ ଜଣ ସୁସ୍ଥ ହୋଇଛନ୍ତି ।
ଦେଶରେ ବଢୁଛି କରୋନା । ୫୫୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ତାମିଲନାଡୁରେ କୋଭିଡ୍-19 ନେଲା ପ୍ରଥମ ଜୀବନ । ୧୨ ଛୁଇଁଲା ମୃତ୍ୟୁସଂଖ୍ୟା । ମହାରାଷ୍ଟ୍ର ଓ ଦିଲ୍ଲୀରେ ସର୍ବାଧିକ ।
ଦେଶରେ ବଢୁଛି କରୋନା । ୫୫୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ତାମିଲନାଡୁରେ କୋଭିଡ୍-19 ନେଲା ପ୍ରଥମ ଜୀବନ । ୧୨ ଛୁଇଁଲା ମୃତ୍ୟୁସଂଖ୍ୟା । ମହାରାଷ୍ଟ୍ର ଓ ଦିଲ୍ଲୀରେ ସର୍ବାଧିକ ।
ବ୍ରିଟିଶ୍ ରାଜା ପରିବାର ଉପରେ କରୋନା ଆକ୍ରମଣ, ପ୍ରିନ୍ସ ଚାର୍ଲସ ପଜିଟିଭ୍
ଲଣ୍ଡନ: କରୋନା ବିଶ୍ୱରେ ଆତଙ୍କ ଖେଳାଇ ଚାଳିଥିବା ବେଳେ ଏହାର ନୂଆ ସେଲିବ୍ରିଟି ସଂକ୍ରମିତ ହେଉଛନ୍ତି, ବ୍ରିଟିଶ ପ୍ରିନ୍ସ ଚାର୍ଲସ । ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ରାଜପରିବାର ପକ୍ଷରୁ କରାଯାଇଥିବା ଘୋଷଣାରେ ପ୍ରିନ୍ସ ଚାର୍ଲସଙ୍କ ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିବା କଥାକୁ ସ୍ୱୀକାର କରାଯାଇଛି । ଚାର୍ଲସଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ରାଜ ପରିବାର ପକ୍ଷରୁ କୁହାଯାଇଛି । ୭୧ ବର୍ଷୀୟ ଚାର୍ଲସଙ୍କ ଟେଷ୍ଟ ସ୍କଟଲାଣ୍ଡରେ ହୋଇଥିଲା ।

ଚାର୍ଲସଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ପତ୍ନୀ କାମିଲାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଉଭୟ ଏବେ ସ୍କଟଲାଣ୍ଡସ୍ଥିତ ନିଜ ଘରେ ଆଇସୋଲେସନରେ ଅଛନ୍ତି । କୁହାଯାଉଛି ଯେ, କିଛିଦିନ ତଳେ ଚାର୍ଲସଙ୍କର ମୋନାକୋର ପ୍ରିନ୍ସ ଆଲବର୍ଟଙ୍କ ସହ ସାକ୍ଷାତ ହୋଇଥିଲା ।
ପରେ ଆଲବର୍ଟ କରୋନା ଦ୍ୱାରା ସଂକ୍ରମିତ ବୋଲି ଜଣା ପଡ଼ିଥିଲେ । ଆଲବର୍ଟଙ୍କ ଠାରୁ ଚାର୍ଲସ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ବ୍ରିଟେନରେ ଏପର୍ଯ୍ୟନ୍ତ ୪୦୦ ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ୮୦୦୦ରୁ ଅଧିକ ଏହାଦ୍ୱାରା ସଂକ୍ରମିତ ହୋଇଛନ୍ତି ।
ଜଣେ କରୋନା ଆକ୍ରାନ୍ତ ୫୯ହଜାର ଲୋକଙ୍କୁ ସଂକ୍ରମିତ କରିପାରିବେ, ଜାଣନ୍ତୁ କେମିତି…
ଅର୍ଥନୀତିରେ ସୁଧାର ଆଣିବା ପାଇଁ ଚଳିତ ସପ୍ତାହରେ ପ୍ୟାକେଜ୍ ଘୋଷଣା କରିପାରେ କେନ୍ଦ୍ର
ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ବିଗିଡ଼ି ଯାଇଛି ଅର୍ଥନୀତି । ୨୧ ଦିନ ପାଇଁ ଲକ୍ ଡାଉନ୍ ଦେଶ । ଅର୍ଥନୀତିକୁ ସୁସ୍ଥ ରଖିବା ପାଇଁ କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ପ୍ୟାକେଜ୍ । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଏବଂ ଦିନ ମଜୁରିଆ ଏହି ପ୍ୟାକେଜ୍ ଦ୍ୱାରା ଉପକୃତ ହେବେ ।
ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଓ କ୍ୟାପିଟାଲ ମାର୍କେଟ୍ ରେଗୁଲେଟର ସିକ୍ୟୁରିଟିଜ୍ ଏବଂ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ ସହ ଆଲୋଚନା କରିଥିବା ଜଣାପଡ଼ିଛି । ଏଥିପାଇଁ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି । ଏହି ଟାସ୍କ ଫୋର୍ସ ଅର୍ଥମନ୍ତ୍ରାଳୟକୁ ଏନେଇ ପ୍ରସ୍ତାବ ଦେବ । ଅର୍ଥ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ମଧ୍ୟ ଏହା ଉପରେ ଯୋଜନା ତିଆରି କରୁଛନ୍ତି ।

ଏହା ପୂର୍ବରୁ କେନ୍ଦ୍ର ସରକାର ୨୦ ବିଲିଅନ୍ ଡଲାର୍ସର ବେଲ୍ ଆଉଟ୍ ପ୍ୟାକେଜ୍ ଆଣୁଥିବା ଚର୍ଚ୍ଚା କରାଯାଉଥିଲା । ତା’ପରେ କେନ୍ଦ୍ର ସରକାର ଅର୍ଥନୀତି ପ୍ୟାକେଜ୍ ନେଇ କାମ ଚାଲିଥିବା ମଙ୍ଗଳବାର ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏବଂ ପ୍ୟାକେଜ୍ ବଜାର ଓ ଶିଳ୍ପକୁ ଆର୍ଥିକ ପ୍ରୋତ୍ସାହନ ଦେବ ବୋଲି କହିଥିଲେ ।
କରୋନା: ଟ୍ୟାକ୍ସ ରିଟର୍ଣ୍ଣ ସମୟ ଜୁନ୍ ପର୍ଯ୍ୟନ୍ତ ବଢ଼ିଲା, ଆଧାର-ପ୍ୟାନ୍ ଲିଙ୍କିଂ ଡେଡଲାଇନ୍ ବି ବୃଦ୍ଧି
କରୋନା ଭାଇରସ୍ କାୟାକୁ ରୋକିବାକୁ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ଏପ୍ରିଲ୍ ୧୪ ଯାଏଁ ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷତିଗ୍ରସ୍ତ ହୋଇପଡ଼ିଛି ।
୩ ସପ୍ତାହ ପାଇଁ ଦେଶ ଲକ୍ ଡାଉନ୍, ମୁକାବିଲା ପାଇଁ ୧୫ ହଜାର କୋଟି ଘୋଷଣା
କରୋନା ଓ ମହାଭାରତ ଯୁଦ୍ଧ ମଧ୍ୟରେ କଣ ପାଇଁ ତୁଳନା କଲେ ପ୍ରଧାନମନ୍ତ୍ରୀ ?
ଭୁବନେଶ୍ୱର: ମହାଭାରତ ଯୁଦ୍ଧ ଓ କରୋନା ବିରୋଧରେ ଯୁଦ୍ଧ ମଧ୍ୟରେ ତୁଳନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ସଂସଦୀୟ କ୍ଷେତ୍ର ବାରଣାସୀର ଭୋଟରଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରି ସେ କହିଛନ୍ତି ଯେ, ମହାଭାରତ ଯୁଦ୍ଧ ୧୮ ଦିନରେ ଜିତା ଯାଇଥିଲା । କରୋନା ସହ ଯୁଦ୍ଧ ୨୧ ଦିନରେ ଜିତିବା ହେଉଛି ଲକ୍ଷ୍ୟ ।
ପିଏମ୍ ମୋଦି କହିଥିଲେ ଯେ, ମହାଭାରତ ଯୁଦ୍ଧ ୧୮ ଦିନରେ ଜିତା ଯାଇଥିଲା । ଆଜି କରୋନା ବିରୋଧରେ ଯେଉଁ ଯୁଦ୍ଧକୁ ଦେଶ ଲଢୁଛି,ସେଥିରେ ୨୧ ଦିନ ଲାଗିବ । ଆମେ ଏହି ଯୁଦ୍ଧକୁ ୨୧ ଦିନରେ ଜିତିବାକୁ ଚାହୁଁଛୁ । ଦେଶକୁ ସମ୍ବୋଧନ କରିବାର ଗୋଟିଏ ଦିନ ପରେ ପିଏମ୍ ନିଜ ସଂସଦୀୟ କ୍ଷେତ୍ରର ଭୋଟରଙ୍କୁ ସମ୍ବୋଧନ କରି ଏକଥା କହିଛନ୍ତି । ସେ କହିଛନ୍ତି ଯେ, ମହାଭାରତ ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣ ମହାରଥୀ ଥିଲେ । କରୋନା ବିରୋଧ ଯୁଦ୍ଧରେ ୧୩୦ କୋଟି ମହାରଥୀଙ୍କୁ ନେଇ ଆମକୁ ଜିତିବାକୁ ହେବ ।
କରୋନା ମୁକାବିଲା ଚିନ୍ତା । ନିଜ ଏମ୍ଏଲ୍ଏ ଲାଡ୍ ଫଣ୍ଡର ବର୍ଷକ ଅର୍ଥ ଦାନ କଲେ ମୁଖ୍ୟମନ୍ତ୍ରୀ । ସିଏମ୍ ରିଲିଫ୍ ଫଣ୍ଡକୁ ଯାଜପୁର ବିଧାୟକ ପ୍ରଣବପ୍ରକାଶ ଦାସ ଦେଲେ ବର୍ଷକର ଲାଡ୍ଫଣ୍ଡ ଅର୍ଥ । ଓଏମ୍ସି ଦେଲା ୫ଶହ କୋଟି ।
କରୋନା ମୁକାବିଲା ଚିନ୍ତା । ନିଜ ଏମ୍ଏଲ୍ଏ ଲାଡ୍ ଫଣ୍ଡର ବର୍ଷକ ଅର୍ଥ ଦାନ କଲେ ମୁଖ୍ୟମନ୍ତ୍ରୀ । ସିଏମ୍ ରିଲିଫ୍ ଫଣ୍ଡକୁ ଯାଜପୁର ବିଧାୟକ ପ୍ରଣବପ୍ରକାଶ ଦାସ ଦେଲେ ବର୍ଷକର ଲାଡ୍ଫଣ୍ଡ ଅର୍ଥ । ଓଏମ୍ସି ଦେଲା ୫ଶହ କୋଟି ।

