କରୋନା ବୀରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ୪ ମାସର ଆଗୁଆ ଦରମା । ହଇରାଣ କଲେ ହେବ କାର୍ଯ୍ୟାନୁଷ୍ଠାନ । ପୋଲିସକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ।
କରୋନା ମୁକାବିଲା ପାଇଁ ସବୁ ଜିଲ୍ଲା ଚିକିତ୍ସାଳୟକୁ ସହାୟତା । ୪୪ କୋଟି ୫୦ ଲକ୍ଷ ଟଙ୍କାର ପାଣ୍ଠି ଯୋଗାଇଦେଲେ ରାଜ୍ୟ ସରକାର । ଔଷଧ ସପ୍ଲାଏରମାନଙ୍କ ପାଇଁ ଇନସେନଟିଭ । ନିର୍ଦ୍ଧାରିତ ସମୟ ପୂର୍ବରୁ ଔଷଧ ଯୋଗାଇଦେଲେ ମିଳିବ ଅଧିକ ଅର୍ଥ ।
କରୋନା ମୁକାବିଲା ପାଇଁ ସବୁ ଜିଲ୍ଲା ଚିକିତ୍ସାଳୟକୁ ସହାୟତା । ୪୪ କୋଟି ୫୦ ଲକ୍ଷ ଟଙ୍କାର ପାଣ୍ଠି ଯ଼ୋଗାଇଦେଲେ ରାଜ୍ୟ ସରକାର । ଔଷଧ ସପ୍ଲାଏରମାନଙ୍କ ପାଇଁ ଇନସେନଟିଭ । ନିର୍ଦ୍ଧାରିତ ସମୟ ପୂର୍ବରୁ ଔଷଧ ଯୋଗାଇଦେଲେ ମିଳିବ ଅଧିକ ଅର୍ଥ ।
କରୋନା ପାଇଁ ଏନପିଆର ସ୍ଥଗିତ
ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଏହି ପଦକ୍ଷେପ ଅନୁଯାୟୀ ନ୍ୟାସନାଲ ପପୁଲେସନ ରେଜିଷ୍ଟ୍ରାର ଅର୍ଥାତ ଏନପିଆର ଅପଡେଟ୍ ପ୍ରକ୍ରିୟାକୁ ଅନିଶ୍ଚିତ କାଳ ପାଇଁ ସ୍ଥଗିତ ରଖାଯାଇଛି । ଅନେକ ରାଜ୍ୟରେ ଏନପିଆର ପ୍ରକ୍ରିୟା ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବାର ଥିଲା । ତେବେ, କରୋନାକୁ ଦୃଷ୍ଟିରେ ରଖି ଆଗାମୀ ଆଦେଶ ପର୍ଯ୍ୟନ୍ତ ଏନପିଆର ଅପଡେଟକୁ ସ୍ଥଗିତ ରଖିବାକୁ କେନ୍ଦ୍ର ଆଦେଶ ଦେଇଛି ।
ଏପ୍ରିଲରୁ ଲାଗୁହେବ NPR, ଜାଣନ୍ତୁ ଆପଣଙ୍କ ନାଁ ଏଥିରେ ଆସିବ କି ନାହିଁ ?
ଏନପିଆରକୁ କରୋନା ଝଟକା
୨୦୨୧ ଜନଗଣନା ଦୁଇଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ହେବାର ଥିଲା । ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୨୦୨୦ରୁ ସେପ୍ଟମ୍ବର ୨୦୨୦ ଯାଏ ହେବାର ଥିଲା । ପ୍ରଥମ ପର୍ଯ୍ୟାୟରେ ଘର ଗଣନା ଓ ସୂଚୀବଦ୍ଧ ହୋଇଥାନ୍ତା । ଦ୍ୱିତୀୟ ପର୍ଯ୍ୟାୟରେ ଜନଗଣନା ହୋଇଥାନ୍ତା । ଏନପିଆର ଅପଡେଟ୍ କାର୍ଯ୍ୟ ପ୍ରଥମ ପର୍ଯ୍ୟାୟରେ ହେବାର ଥିଲା । କିନ୍ତୁ, ଭାଇରସ ସଂକ୍ରମଣ କାରଣରୁ ଏହାକୁ ରୋକି ଦିଆଯାଇଛି ।
୧୪ ଏପ୍ରିଲ ପର୍ଯ୍ୟନ୍ତ ପୁରା ଦେଶରେ ଲକ୍ ଡାଉନ୍
କରୋନା ଭାଇରସ ଦ୍ୱାରା ଉତ୍ପନ ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୂରା ଦେଶକୁ ଲକ୍ ଡାଉନ କରିଛନ୍ତି । ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଏହ ଲକ୍ ଡାଉନ୍ ଜାରି ରହିବ । ଏହି ସମୟରେ ଜରୁରୀ ସେବାକୁ ଛାଡି ଦେଲେ ବାକି ସବୁକିଛି ବନ୍ଦ ରହିବ ।
୩ ସପ୍ତାହ ପାଇଁ ଦେଶ ଲକ୍ ଡାଉନ୍, ମୁକାବିଲା ପାଇଁ ୧୫ ହଜାର କୋଟି ଘୋଷଣା
କରୋନା ପ୍ରତିରୋଧ ପାଇଁ ୩୦ ଜିଲ୍ଲାକୁ ୪୪.୦୫ କୋଟି ଟଙ୍କା ପ୍ରଦାନ
ଭୁବନେଶ୍ୱର: ମହାମାରୀ କରୋନା ସହ ଲଢ଼ିବା ସରକାର ପ୍ରସ୍ତୁତ ରହିଛନ୍ତି । ଏଥିପାଇଁ ଆଗାମୀ ଦିନରେ ଜନବଳ, ମନୋବଳ ଓ ଅର୍ଥବଳ ଆବଶ୍ୟକ । କରୋନା ପ୍ରତିରୋଧ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ୪୪.୦୫ କୋଟି ଟଙ୍କା ୩୦ ଜିଲ୍ଲାକୁ ଦିଆଯାଇଛି । ସବୁ ଚିକିତ୍ସାଳୟକୁ ଜିନିଷପତ୍ର ଯୋଗାଇବା ତ୍ୱରାନ୍ୱିତ କରିବାକୁ ପଦକ୍ଷେପ ନିଆଯାଇଛି ।

ଓଡ଼ିଶା ରାଜ୍ୟ ଔଷଧ ସେବା ନିଗମ, ଆବଶ୍ୟକୀୟ ମେଡିକାଲ ସାମଗ୍ରୀ ଯୋଗାଣ ଶୀଘ୍ର କଲେ ୫୦ ପ୍ରତିଶତ ଅର୍ଥ ଅଧିକ ଦିଆଯିବ । ୭ ଦିନ ଆଗରୁ ଡେଲିଭରୀ କଲେ ୫୦ ପ୍ରତିଶତ ଅର୍ଥ ଅଧିକ ମିଳିବ । ୧୫ ଦିନ ପାଇଁ ୨୫ ପ୍ରତିଶତ ଓ ମାସକ ପାଇଁ ୧୦ ପ୍ରତିଶତ ଇନସେଣ୍ଟିଭ୍ ମିଳିବ । ଏଥିସହ ପରିବହନର ସମସ୍ତ ଖର୍ଚ୍ଚ ମଧ୍ୟ ଦିଆଯିବ । ଯୋଗାଣର ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରାଜ୍ୟ ଔଷଧ ସେବା ନିଗମ ପେମେଣ୍ଟ ସପ୍ଲାଏରକୁ ଦେବେ ।
ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ଓ ପରିବହନରେ ବାଧା ଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାଜ୍ୟ ବାହାରୁ ଓଡ଼ିଶାକୁ ୭୮ ହଜାର ୨୩୩ ଜଣ ବ୍ୟକ୍ତି ଫେରିଛନ୍ତି । ୩ଟି ଜିଲ୍ଲାରେ ୫୦୦ ପାଖାପାଖି ଲୋକ ଫେରିଥିବା ବେଳେ ଅନ୍ୟ ୨୭ଟି ଜିଲ୍ଲାରେ ଏକ ହଜାରରୁ ୧୧ ହଜାର ଲୋକ ଫେରିଛନ୍ତି । ଏଥିରେ ସଂକ୍ରମିତ ରାଜ୍ୟରୁ ଫେରିଥିବା ଲୋକ ସାମିଲ୍ ଅଛନ୍ତି । ବାହାର ରାଜ୍ୟରୁ ଆସିଥିବା ଲୋକ ୧୪ ଦିନ ପାଇଁ ସଂଘରୋଧ ହୋଇ ରୁହନ୍ତୁ । ଏଥିପାଇଁ ଗ୍ରାମ ପଞ୍ଚାୟତ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।
କବିର ସିଂ ମାର୍କା ଦାଢି ରଖିଛନ୍ତି କି ? ସତର୍କ ହୋଇଯାନ୍ତୁ କାରଣ ଦାଢି ଦିଏ କରୋନାକୁ ନିମନ୍ତ୍ରଣ ! ଜାଣନ୍ତୁ କାହିଁଁକି ?
କରୋନା ଭୂତାଣୁ ଏପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ୪ ଲକ୍ଷରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିସାରିଛି । ଏହି ସମୟରେ CDC (ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର) କହିଛି ଯେ, ଦାଢିଆ ଲୋକଙ୍କୁ ଏହି ଭୂତାଣୁ ସଂକ୍ରମିତ କରିବାର ଅଧିକ ଆଶଙ୍କା ରହିଛି । ସିଡିସିର ଏମିତି ତଥ୍ୟ ଦେବାର କାରଣ ମଧ୍ୟ ସେ ସ୍ପଷ୍ଟ କରିଛି ।

ସିଡିସି ଅନୁଯାୟୀ, କରୋନା ଭୂତାଣୁ ଏଡ଼ାଇବା ପାଇଁ ସ୍ୱଚ୍ଛତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବାହାରକୁ ଆସିବାବେଳେ, ପାଟିରେ ଏକ ମାସ୍କ ପିନ୍ଧିବା ଉଚିତ୍ ଏବଂ କିଛି ସ୍ପର୍ଶ କରିବା ମାତ୍ରେ ହାତ ଧୋଇବା ଉଚିତ୍ । କିନ୍ତୁ କେତେ ଏହାକୁ ମାନୁଥିବା ବେଳେ ଆଉ କେତେଜଣ ଅମାନ୍ୟ କରୁଛନ୍ତି । କିନ୍ତୁ ବେଶି ଦାଢିଆ ଲୋକଙ୍କୁ ବିନା ମାସ୍କରେ ଦେଖିବାକୁ ମିଳୁଛି । ତେଣୁ ଏମାନେ ସଂକ୍ରମଣର ଶିକାର ହୋଇପାରନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି ।

ତେବେ ଆଜିକାଲି ଲୋକଙ୍କ ଭିତରେ ଦାଢି ରଖିବାର ଏକ ପାଗଳମୀ ଦେଖିବାକୁ ମିଳିଛି । କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କର ଷ୍ଟାଇଲିଷ୍ଟ ଲୁକ୍ ଆପଣଙ୍କ ଜୀବନକୁ ବିପଦରେ ପକାଇପାରେ ?

ସିଡିସି ଅନୁଯାୟୀ, ମୁହଁକୁ ଆଚ୍ଛାଦନ କରୁଥିବା ଫେସ୍ ମାସ୍କ ଦାଢି ହେତୁ ମୁହଁରେ ସଠିକ୍ ଫିଟ୍ ହୋଇପାରିବ ନାହିଁ । ଅଜାଣତରେ ଏହି ଅବହେଳା ହେତୁ ଜଣେ ବ୍ୟକ୍ତି କରୋନା ଭୂତାଣୁ ସଂସ୍ପର୍ଶରେ ଆସିପାରନ୍ତି ।

ସିଡିସି ଦ୍ୱାରା ପ୍ରକାଶିତ ଏହି ଛବିରେ, କେଉଁ ପ୍ରକାରର ଦାଢି ରଖିଲେ ଆପଣ ସୁସ୍ଥ ରହିବେ ଏବଂ ସଂକ୍ରମଣର ଶୀକାର ହେବେନାହିଁ ତାହା ଜାଣିହେବ । କ୍ଲିନ ସେଭ୍ ହେଲେ ତ ଭଲ କିନ୍ତୁ ଯଦି ଆପଣ କେବଳ ନିଶ ରଖିବେ ତେବେ ମଧ୍ୟ ମୁହଁରେ ମାସ୍କ ସଠିକ୍ ଭାବରେ ଫିଟ୍ ରହିବ ।

କିଛି ସମୟ ପୂର୍ବରୁ ନ୍ୟୁୟର୍କର ଜଣେ ସଂକ୍ରାମକ ବିଶେଷଜ୍ଞ ସ୍ପଷ୍ଟ କରିଥିଲେ ଯେ, କେବଳ ଦାଢି ନୁହେଁ ନଖ ମଧ୍ୟ ଦେହ ପାଇଁ କ୍ଷତିକାର ହୋଇପାରେ।

ସେ ଏହା ମଧ୍ୟ କହିଛନ୍ତି ଯେ, କିଛି ଲୋକ ସେମାନଙ୍କର ଖରାପ ଅଭ୍ୟାସ ହେତୁ ସେମାନେ କରୋନା ଭୂତାଣୁର ଶିକାର ହେବାର ସମ୍ଭାବନା ରହିଛି । ଏହା କହିବାର କାରଣ କେତେ ଲୋକ ଅଛନ୍ତି ଯେଉଁମାନେ ପାଟିରେ ନଖ ଖାଇବାର ଅଭ୍ୟାସ ରଖିଥାନ୍ତି । ତେଣୁ ସେ ସେମାନଙ୍କୁ ସଚେତନ କରିଛନ୍ତି । ଏବଂ ଏହାର କାରଣ ମଧ୍ୟ କହିଛନ୍ତି ।

‘ଆମ ନଖ ମଧ୍ୟରେ ଥିବା ମଇଳା କିମ୍ବା ଅଳିଆ ସହଜରେ ଜମା ହୋଇଯାଏ । ଫଳରେ ଯେତେବେଳେ ଆମେ ଏହି ନଖକୁ ଖାଇଥାଉ ସେତେବେଳେ ଏହି ମଇଳା ଆମ ଶରୀର ଭିତରକୁ ସହଜରେ ଯାଇଥାଏ । ଯାହା ଫଳରେ ଆମେ ସଂକ୍ରମଣର ଶିକାର ସହଜରେ ହେଇଥାଉ ।
ତେଣୁ ଲକଡାଉନ୍ ସମୟରେ ଘରେ ରହୁଥିବା ଲୋକେ ଏଥିପ୍ରତି ଯତ୍ନବାନ ହୁଅନ୍ତୁ । ସ୍ୱଚ୍ଛତା ଉପରେ ଆପୋଷ ବୁଝାମଣା କରନ୍ତୁ ନାହିଁ । ଦାଢି କିମ୍ବା ନଖକୁ ସଫା କରନ୍ତୁ ଯେମିତି ଏହା ଆପଣଙ୍କ ସଂକ୍ରମଣର କାରଣ ନହୁଏ ।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କୁ ଆଗୁଆ ମିଳିବ ୪ ମାସର ଦରମା
ଭୁବନେଶ୍ୱର: ମାନବ ଜାତି ପାଇଁ ମହାମାରୀ ପାଲଟିଛି କରୋନା ଭାଇରସ୍ । ଲଢ଼େଇ ବଡ଼ ଆହ୍ୱାନରେ ପ୍ରଥମ ଲାଇନରେ ଅଛନ୍ତି ଡାକ୍ତର ମାନଙ୍କ ଠାରୁ ଆରମ୍ଭ କରି ପାରା ମେଡିକାଲ କର୍ମଚାରୀ ଓ ସ୍ୱାସ୍ଥ୍ୟସେବାରେ ଲାଗିଥିବା କର୍ମଚାରୀ । ଆପଣଙ୍କ ନିଷ୍ଠା, ତ୍ୟାଗ ଓ ସେବାର ତୁଳନା ନାହିଁ । କଠିନ ପରିସ୍ଥିତିରେ ଆପଣମାନେ ସେବା ଯୋଗାଇ ଚାଲିଛନ୍ତି । ମୁଁ ଓ ଓଡ଼ିଶାବାସୀ ଏହି ସମୟରେ ଆପଣଙ୍କ ପରିବାର ସହ ଅଛୁ ।

ଆପଣମାନଙ୍କ ଏହି ନିଷ୍ଠାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନ ଜଣାଉଛି । ଏଥିସହ ଆପଣଙ୍କ ପରିବାରର ସୁବିଧା ପାଇଁ ୪ ମାସର ଦରମା ଆଗୁଆ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଡାକ୍ତର, ପାରା ମେଡିକାଲ କର୍ମଚାରୀ ଓ ଓ ସ୍ୱାସ୍ଥ୍ୟସେବାରେ ଲାଗିଥିବା କର୍ମଚାରୀଙ୍କୁ ଆଗୁଆ ଦରମା ଦିଆଯିବ । ଏପ୍ରିଲ, ମେ, ଜୁନ୍ ଓ ଜୁଲାଇ ମାସର ଦରମା ଏପ୍ରିଲ୍ ମାସରେ ପ୍ରଦାନ କରାଯିବ ।
ସୁଖ, ସୁବିଧା ତ୍ୟାଗ କରି ସେମାନେ ଆମ ସେବା କରି ଚାଲିଛନ୍ତି । ଯେଉଁମାନେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କାର୍ଯ୍ୟରେ ହଇରାଣ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଜଣେ କରୋନା ଆକ୍ରାନ୍ତ ୫୯ହଜାର ଲୋକଙ୍କୁ ସଂକ୍ରମିତ କରିପାରିବେ, ଜାଣନ୍ତୁ କେମିତି…
ଚାରିଆଡ଼େ କରୋନା ଭୟ । ନିଆଁ ଭଳି ବ୍ୟାପୁଥିବା ଏହି କରୋନା ଭାଇରସ ପାଇଁ ସମସ୍ତେ ସଜାଗ । କାରଣ ଜଣେ ସଂକ୍ରମିତ ଲୋକ ଏକାଥରକେ ୫୯ହଜାର ଲୋକଙ୍କୁ ସଂକ୍ରମଣ କରିପାରିବ । ଇଂଲଣ୍ଡର ସଂକ୍ରମଣ ବିଶେଷଜ୍ଞ ହୁ ମଣ୍ଟୋଗୋମରି ଏହାର ଖୁଲାସା କରିଛନ୍ତି । ସେ କହିଛନ୍ତି କରୋନା ଭୂତାଣୁ ସଂକ୍ରମିତ ବ୍ୟକ୍ତି ଏକାସାଙ୍ଗରେ ୫୯ହଜାର ଲୋକଙ୍କୁ ସଂକ୍ରମିତ କରିପାରିବ । ଏବଂଏହା ଏକ ଅତ୍ୟଧିକ ସଂକ୍ରାମକ ଭୂତାଣୁ ।

ଜଣେ କରୋନା ସଂକ୍ରମିତ ବ୍ୟକ୍ତି କିପରି ହଜାର ହଜାର ଲୋକଙ୍କ ମଧ୍ୟରେ ଏହି ଭୂତାଣୁକୁ ବିସ୍ତାର କରି ପାରିବେ ତାହାକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି ଏହି ଡାକ୍ତର । ସେ ସାମାଜିକ ଦୂରତାକୁ କଠୋରତାର ସହ ଅନୁସରଣ କରିବାକୁ କହିଛନ୍ତି ।

ସେ କହିଛନ୍ତି ଯେ,ଜଣେ ସାଧାରଣ ଫ୍ଲୁ ସଂକ୍ରମିତ ବ୍ୟକ୍ତି ସେମାନେ ହାରାହାରି ୧.୩ ରୁ ୧.୪ ଲୋକଙ୍କୁ ସଂକ୍ରମିତ କରନ୍ତି । ଫ୍ଲୁ ସଂକ୍ରମଣ ସମୟରେ ପରବର୍ତ୍ତୀ ସଂକ୍ରମିତ ବ୍ୟକ୍ତି ଅନ୍ୟ ଲୋକଙ୍କୁ ମଧ୍ୟ ସଂକ୍ରମିତ କରନ୍ତି ଏବଂ ଯଦି ୧୦ ଥର ସଂକ୍ରମଣ ଚକ୍ର ଜାରି ରହେ, ତେବେ ୧୪ଟି ସଂକ୍ରମଣ ହେବ।
କେବଳ ସେତିକି ନୁହେଁ ମଣ୍ଟୋଗୋମରି ଫ୍ଲୁ ସହିତ କରୋନା ଭୂତାଣୁକୁ ତୁଳନା କରିଥିଲେ ଏବଂ ବିପଦ ବିଷୟରେ ଚେତାବନୀ ଦେଇ କହିିଛନ୍ତି ଯେ, କରୋନା ଭୂତାଣୁ ଜଣେ ବ୍ୟକ୍ତିଙ୍କ ଠାରୁ ହାରାହାରି ୩ଜଣ ବ୍ୟକ୍ତିଙ୍କୁ ବ୍ୟାପିଥାଏ।

କରୋନା ଭୂତାଣୁ ସଂକ୍ରମଣ ଏକରୁ ତିନି ପର୍ଯ୍ୟନ୍ତ ହୋଇପାରେ ଏବଂ ଯଦି ଏହା ୧୦ଟି ସ୍ତରରେ ଅଗ୍ରଗତି ହୁଏ, ତେବେ ୫୯,୦୦୦ ଲୋକଙ୍କୁ ସଂକ୍ରମିତ ହେବାର ଆଶଙ୍କା ରହିଛି । ଉଦାହରଣ ସ୍ୱରୂପ, ୧ ରୁ ୩, ୩ ରୁ ୯, ୯ ରୁ ୨୭, ୨୭ ରୁ ୮୧, ୮୧ ରୁ ୨୪୩, ୨୪୩ ରୁ ୭୨୯, ୭୨୯ ରୁ ୨୧୮୭, ୨୧୮୭ ରୁ ୬୫୬୧, ୬୫୬୧ ରୁ ୧୯୬୮୩, ୧୯୬୮୩ ରୁ ୫୯,୦୪୯ ଲୋକ ।
ତେବେ ସେ କହିଛନ୍ତି ଯେ ସଂକ୍ରମିତ ଲୋକଙ୍କ ମଧ୍ୟରୁ ମାତ୍ର ଅଳ୍ପ ପ୍ରତିଶତ ଲୋକ ଅସୁସ୍ଥ ହେବେ ଏବଂ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଆଇସିୟୁରେ ରଖିବାକୁ ପଡ଼ିବ । ଅବଶ୍ୟ, ଯେଉଁମାନେ ଅସୁସ୍ଥ ନ ହୁଅନ୍ତି ସେମାନେ ମଧ୍ୟ ସଂକ୍ରମିତ ହୋଇ ଅନ୍ୟମାନଙ୍କ ମଧ୍ୟରେ ଭୁତାଣୁ ବିସ୍ତାର କରିବେ।

ତେବେ ବର୍ତ୍ତମାନ ସୁଧା ସାରା ବିଶ୍ୱରେ କରୋନା ରୋଗୀଙ୍କ ସଂଖ୍ୟା ଅତି ଦ୍ରୁତ ଗତିରେ ବଢୁଛି। ଏଥି ସହିତ, ଏପର୍ଯ୍ୟନ୍ତ ଭାରତରେ ୫୮୭ ଟି କରୋନା ସଂକ୍ରମିତ ମାମଲା ଦେଖିବାକୁ ମିଳିଛି । ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୬ ଜଣ ସୁସ୍ଥ ହୋଇଛନ୍ତି ।
ମହାମାରୀ ରୋକିବାକୁ ଏକ ମାସ ମହାସଂକଳ୍ପ କରି ପାଳନ୍ତୁ ମହାବ୍ରତ
ପୁରୀ: ସାରା ବିଶ୍ୱରେ ମହାମାରୀ କରୋନା ଭଳି ଭୟଙ୍କର ବିପଦ ବ୍ୟାପିଛି । ଏଥିରୁ ରକ୍ଷା ପାଇବାକୁ ହେଲେ ୨୧ ଦିନ ଧରି ଘର ଭିତରେ ରହିବା ସହ ବ୍ରତ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥଶର୍ମା । ପାପ ମୋକ୍ଷ ଉଦ୍ଦେଶ୍ୟରେ ଓଡ଼ିଆ ତଥା ଉତ୍କଳୀୟ ମାନେ କାର୍ତ୍ତିକ ବ୍ରତ, ମାଘ ବ୍ରତ ଆଦି ମାସାଧିକ ସମୟ ପର୍ଯ୍ୟନ୍ତ ଘରେ ରହି ବ୍ରତ ପାଳନ କରୁଥିବାର ନିଦର୍ଶନ ରହିଛି ।
https://www.facebook.com/nandighoshatv/videos/2686392974907485
ଏପରିକି ପାପରୁ ମୋକ୍ଷ ପାଇବା ପାଇଁ ମହାକୁମ୍ଭ ଏବଂ ଗଙ୍ଗା ସ୍ନାନ ଆଦି କରୁଥିବାର ନଜିର ରହିଛି । କରୋନା ରୂପକ ମହାବିପତ୍ତି ତଥା ଭୂତାଣୁ ଜନିତ ରୋଗରୁ ନିଜକୁ ରକ୍ଷା କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଆଜିଠାରୁ ଏକମାସ ଧରି ମହାସଂକଳ୍ପ ବ୍ରତ ପାଳିବା ସହ ଘରୁ ପଦାକୁ ନବାହାରିବା ଉଚିତ ।
ନିଜକୁ ରୋଗମୁକ୍ତ କରିବା ପାଇଁ ଏହି ଏକମାସ ମହାସଂକଳ୍ପ କରି ମହାବ୍ରତ ପାଳନ କରି ଜଗନ୍ନାଥଙ୍କ ନିକଟରେ ଉପାସନା କଲେ ଏହି ମହାବିପତ୍ତିରୁ ରକ୍ଷା ମିଳିବ ବୋଲି ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ନିବେଦନ କରିଛନ୍ତି ।
ଆନ୍ଧ୍ରରେ ଫସିଥିବା ଓଡ଼ିଆଙ୍କୁ ଉଦ୍ଧାର କଲା ବିଜେଡିର ସମାଜସେବା ଓ୍ୱିଙ୍ଗ୍ ‘ଓଡ଼ିଶା ମୋ ପରିବାର’
ଭୁବନେଶ୍ୱର: ଲକ୍ଡାଉନ୍ ଯୋଗୁ ଆନ୍ଧ୍ରରେ ସମସ୍ୟାର ସମ୍ମୁଖୀନ ହୋଇଥିବା ୭୦ଜଣ ଓଡ଼ିଆଙ୍କ ସମେତ ବିଭିନ୍ନ ରାଜ୍ୟର ମୋଟ୍ ୬ ଶହ ଜଣ କର୍ମଚାରୀଙ୍କୁ ସହାୟତାର ହାତ ବଢ଼ାଇଲା ବିଜେଡିର ସମାଜସେବା ଓ୍ୱିଙ୍ଗ୍ ‘ଓଡ଼ିଶା ମୋ ପରିବାର’। ଏମାନେ ସମସ୍ତେ ଆନ୍ଧ୍ରପ୍ରଦେଶର ପଶ୍ଚିମ-ଗୋଦାବରୀ ଜିଲ୍ଲା ପେଡ଼ା- ଟାଡ଼େପାଲି ସ୍ଥିତ ଶ୍ରୀନିବାସ ସ୍ପିଣ୍ଟକ୍ସ କାରଖାନାରେ କାମ କରୁଥିଲେ । ଲକ୍ଡାଉନ୍ ଘୋଷଣା ପରେ କାରଖାନା ବନ୍ଦ ହୋଇଯାଇଥିଲା ।
ଏହି କର୍ମଚାରୀମାନଙ୍କୁ କାରଖାନା ମାଲିକ ଦରମା ନଦେଇ ଘରକୁ ଚାଲିଯିବାକୁ କହିଥିଲେ । ୬ ଶହ କର୍ମଚାରୀ ସମସ୍ୟାରେ ପଡ଼ିଯାଇଥିଲେ । ଏହି ଘଟଣା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକଙ୍କ ଦୃଷ୍ଟିକୁ ଆସିଥିଲା । ମୁଖ୍ୟମନ୍ତ୍ରୀଙ୍କ ଓଏସ୍ଡି ଗୋପବନ୍ଧୁ ଦାଶ ଓଡ଼ିଶା ଲେବର କମିଶନରଙ୍କୁ ଜଣାଇବା ପରେ ସେ ଆନ୍ଧ୍ର ଲେବର କମିଶନରଙ୍କ ସହ ଯୋଗାଯୋଗ କରିଥିଲେ । ଏହାପରେ ଓଡ଼ିଶାର ୭୦ଜଣଙ୍କ ସମେତ ମୋଟ୍ ୬ ଶହ ଜଣ କର୍ମଚାରୀଙ୍କୁ କାରଖାନା ପରିସରରେ ରହିବାର ବ୍ୟବସ୍ଥା କରାଯାଇଛି । ଲକ୍ଡାଉନ୍ କୋହଳ ପରେ ଏମାନେ ଘରକୁ ଫେରିବାର ବ୍ୟବସ୍ଥା କରାଯିବ ବୋଲି ବିଜେଡିର ସମାଜସେବା ଓ୍ୱିଙ୍ଗ ଓଡ଼ିଶା ମୋ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।
କରୋନା ପ୍ରଭାବ : କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସାମାଜିକ ଦୂରତା
ନୂଆଦିଲ୍ଲୀ: କରୋନା ଭାଇରସ ବିପଦ ଭିତରେ ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି । ଲକ୍ଡାଉନ୍ ଜାରିର ଦିନକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସୋସିଆଲ ଡିଷ୍ଟାନ୍ସିଂ ଦେଖିବାକୁ ମିଳିଛି । ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମତେ ସବୁ ମନ୍ତ୍ରୀ ପରସ୍ପରଠାରୁ ଏକ-ଏକ ମିଟର ଦୂରତାରେ ବସିଥିବା ଦେଖିବାକୁ ମିଳିଛି ।

କରୋନା ଉପରେ ଚର୍ଚ୍ଚା ପାଇଁ ବସିଥିବା ଏହି ବୈଠକରେ ସବୁ ମନ୍ତ୍ରୀଙ୍କ ଚୌକିକୁ ଏକ ନିର୍ଦ୍ଦିଷ୍ଟ ଦୂରତାରେ ରଖାଯାଇଥିଲା ଯେମିତିକି ସାମାଜିକ ଦୂରତା ବଜାୟ ରହିବ । ବିଶେଷଜ୍ଞଙ୍କ କହିବା ହେଉଛି ଦୁଇ ଜଣ ଲୋକଙ୍କ ମଧ୍ୟରେ ଏକ ମିଟରରୁ ଅଧିକା ଦୂରତା ରହିଲେ ଭାଇରସ ସଂକ୍ରମଣ ବିପଦ କମ ହେବ ।
ପ୍ରଧାନମନ୍ତ୍ରୀ ଗତକାଲି ରାଷ୍ଟ୍ରକୁ ସମ୍ବୋଧନ କରି ଦେଶରେ ୨୧ ଦିନ ପାଇଁ ଲକ୍ଡାଉନ୍ ଲଗାଯିବା କଥା ଘୋଷଣା କରିଥିଲେ. । ଲକ୍ଡାଉନକୁ ସଠିକ ଭାବେ ପାଳନ ନକଲେ ଦେଶ ପାଇଁ କ୍ଷତିକାରକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

