spot_img
Home Blog Page 7320

ଲକଡାଉନ୍ ଉପରେ କେସିଆର୍‌ଙ୍କ ଚେତାବନୀ, ନିୟମ ଭାଙ୍ଗିଲେ ଗୁଳି ମାରିବାକୁ ନିର୍ଦ୍ଦେଶ

ତେଲେଙ୍ଗାନା: କରୋନାର କବଳରୁ ବଞ୍ଚିବା ପାଇଁ ସରକାର ପୁରା ଦେଶକୁ ଲକ୍‌ଡାଉନ୍‌ କରିଛନ୍ତି । ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି ଅତି ଜରୁରୀକାଳୀନ କାର୍ଯ୍ୟ ନଥିଲେ କେହି ଘରୁ ବାହାରନ୍ତୁନି । କରୋନାର କବଳରୁ ବଞ୍ଚିବା ପାଇଁ ଏବେ ଏକ ମାତ୍ର ଉପାୟ ହେଉଛି ସମସ୍ତେ ନିଜ ଘରେ ରହିବା  । ତେବେ ଏତିକି ବେଳେ କିଛି ମନ୍ଦ ପ୍ରକୃତିର ଲୋକ ଏହି ନିର୍ଦ୍ଦେଶକୁ ପାଳନ କରୁନାହାନ୍ତି । ଯାହାପାଇଁ ପୁରା ଦେଶ ଅସୁବିଧାରେ ପଡ଼ିବାର ସମ୍ଭାବନା ଉପୁଜିପାରେ  ।  ଏନେଇ ତେଲେଙ୍ଗାନାରେ ସରକାର ଦୃଡ଼ ପଦକ୍ଷେପ ନେଇଛନ୍ତି ।

ଅନୀଲ, ରାଜୁ, ସେଠ ଜି ଏବଂ ରାମୁ ପାଖରୁ ଜାଣନ୍ତୁ କରୋନାର ତୃତୀୟ ପର୍ଯ୍ୟାୟକୁ କାହିଁକି ଭୟ କରିବା ଉଚିତ୍ ?

ଯେଉଁମାନେ ତାଲା ଭାଙ୍ଗିଛନ୍ତି ସେମାନଙ୍କୁ ଚେତାବନୀ ଦେଇଛନ୍ତି ତେଲେଙ୍ଗାନା ସିଏମ୍ କେ ଚନ୍ଦ୍ରଶେଖର ରାଓ । ସେ କହିଛନ୍ତି ଯେ ଯଦି ଲୋକମାନେ ଲକଡାଉନ୍ ଗ୍ରହଣ ନକରନ୍ତି ତେବେ ସେମାନଙ୍କୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେବେ । ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କେସିଆର କହିଛନ୍ତି ଯେ ଯଦି ଲୋକମାନେ ପୋଲିସ ସହ ସହଯୋଗ କରନ୍ତି ନାହିଁ, ତେବେ ସେମାନେ କେନ୍ଦ୍ରରୁ ସେନା ମୁତୟନ ପାଇଁ ଅନୁରୋଧ କରିବେ।

୩ ସପ୍ତାହ ପାଇଁ ଦେଶ ଲକ୍ ଡାଉନ୍, ମୁକାବିଲା ପାଇଁ ୧୫ ହଜାର କୋଟି ଘୋଷଣା

କରୋନା ମୁକାବିଲା ପାଇଁ ନିଜ ନିର୍ବାଚନ ମଣ୍ଡଳୀକୁ ୧ କୋଟି ପ୍ରଦାନ କଲେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର: ମହାମାରୀ କରୋନା ବିରୋଧରେ ସମସ୍ତେ ଲଢେଇ ଆରମ୍ଭ କରିଥିବା ବେଳେ ଏହାର ମୁକାବିଲା ପାଇଁ ନେତା ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଆଗକୁ ଆସିଛନ୍ତି। କୋରନା ମୁକାବିଲା ପାଇଁ ନିଜ ନିର୍ବାଚନ ମଣ୍ଡଳୀ ଲୋକଙ୍କ ନିକଟରେ ସହାୟତାର ହାତ ବଢାଇଲେ ମନ୍ତ୍ରୀ ପ୍ରତାପ ଜେନା। ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ବ୍ଲକ ପାଇଁ ସେ ଆଜି ୧ କୋଟି ଟଙ୍କା ଅର୍ଥ ପ୍ରଦାନ କରିଛନ୍ତି। ଏମଏଲଏ ଫଣ୍ଡରୁ ଏହି ଅର୍ଥ ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ବ୍ଲକ ପାଇଁ ପ୍ରଦାନ କରିଥିବା ସେ କହିଛନ୍ତି। ଟୁଇଟ୍‌ କରି ସେ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ସେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ନିଜର ତିନି ମାସର ଦରମା ପ୍ରଦାନ କରିଥିଲେ। ଏହାସହ କରୋନା ପ୍ରଭାବିତଙ୍କୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରିବାକୁ ରାଜ୍ୟବାସୀଙ୍କୁ ସେ ନିବେଦନ କରିଥିଲେ।

୩ ସପ୍ତାହ ପାଇଁ ଦେଶ ଲକ୍ ଡାଉନ୍, ମୁକାବିଲା ପାଇଁ ୧୫ ହଜାର କୋଟି ଘୋଷଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ କରୋନା ବିପଦ ମଧ୍ୟରେ ଆଜି ଦେଶକୁ ସମ୍ବୋଧନ କରି ଆସନ୍ତା ୨୧ ଦିନ ପାଇଁ ସମଗ୍ର ଦେଶରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି । କରୋନା ଭଳି ବିଶ୍ୱ ମହାମାରୀରୁ ରକ୍ଷା ପାଇବା ପାଇଁ ଲକ୍ ଡାଉନ୍ ବର୍ତ୍ତମାନ ପାଇଁ ଏକମାତ୍ର ଅସ୍ତ୍ର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

କରୋନାରୁ ରକ୍ଷା ପାଇବା ପାଇଁ ପୂରା ଦେଶ ଲାଗି ଲକ୍ ଡାଉନ୍ ଆବଶ୍ୟକ ବୋଲି କହି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସାମାଜିକ ଦୂରତା କେବଳ ବେମାରଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଭାବିବା ଠିକ୍ ନୁହେଁ । ଏହା ସବୁ ନାଗରିକଙ୍କ ପାଇଁ, ପରିବାର ପାଇଁ, ପ୍ରଧାନମନ୍ତ୍ରୀଙ୍କ ପାଇଁ ବି । କିଛି ଲୋକଙ୍କ ଦାୟିତ୍ୱହୀନତା ଆପଣଙ୍କ ପିଲା, ଆପଣଙ୍କ ମାତା ପିତା ଓ ଆଗକୁ ଆପଣଙ୍କ ଦେଶକୁ ସମସ୍ୟା ଭିତରକୁ ଠେଲିବ । ଏଭଳି ଦାୟିତ୍ୱହୀନତା ଜାରି ରହିଲେ ଭାରତକୁ ବହୁମୂଲ୍ୟ ଦେବାକୁ ପଡିବ । ଯାହାର ଅନୁମାନ କରିବା ଅସମ୍ଭବ । ଅନେକ ରାଜ୍ୟରେ ଲକ୍ ଡାଉନ କରାଯାଇଛି । ଏହାକୁ ଗମ୍ଭୀରତାର ସହ ନେବାକୁ ପଡିବ । ଆଜି ରାତି ୧୨ରୁ ସମଗ୍ର ଦେଶରେ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ହେବ । ଭାରତକୁ ବଞ୍ଚାଇବାକୁ, ଆପଣଙ୍କୁ ବଞ୍ଚାଇବାକୁ, ଆପଣଙ୍କ ପରିବାରକୁ ବଞ୍ଚାଇବାକୁ ରାତି ୧୨ରୁ ଘରୁ ବାହାରିବା ଉପରେ ପ୍ରତିବନ୍ଧକ ଲାଗୁ ହେବ । ସବୁ ଗଳି, ଗାଁକୁ ଲକ୍ ଡାଉନ କରାଯିବ । ଏହା ଗୋଟିଏ ପ୍ରକାରର କର୍ଫ୍ୟୁ । ଜନତା କର୍ଫ୍ୟୁଠାରୁ ଅଧିକ । ଏହା କରୋନା ବିରୋଧରେ ନିର୍ଣ୍ଣାୟକ ଲଢେଇ ହେବ । ଏଥିପାଇଁ ଆମକୁ ବଡ ଆର୍ଥିକ ମୂଲ୍ୟ ଦେବାକୁ ପଡିବ । କିନ୍ତୁ ପ୍ରତି ଭାରତୀୟଙ୍କ ଜୀବନ ବଞ୍ଚାଇବା, ଆମର ,ମୋରଭାରତ ସରକାରଙ୍କର, ରାଜ୍ୟ ସରକାରଙ୍କ ପ୍ରାଥମିକତା ।

ତେଣୁ ମୋର ଆପଣମାନଙ୍କୁ ଅନୁରୋଧ ଆପଣ ଯେଉଁଠି ଅଛନ୍ତି ସେଇଠି ରୁହନ୍ତୁ । ବର୍ତ୍ତମାନ ଲକ୍ ଡାଉନ୍ ୩ ସପ୍ତାହର ହେବ । ୨୧ ଦିନ ପ୍ରତି ନାଗରିକଙ୍କ ପାଇଁ ବହୁତ ଗୁରୁୁତ୍ୱପୂର୍ଣ୍ଣ । ମେଡିକାଲ ବିଶେଷଜ୍ଞଙ୍କ ଅନୁଯାୟୀ ସଂକ୍ରମଣ ଚକ୍ର ଭାଙ୍ଗିବା ପାଇଁ ୨୧ ଦିନ ମହତ୍ୱପୂର୍ଣ୍ଣ । ଯଦି ଏହି ୨୧ ଦିନ ଆମେ ସମ୍ଭାଳିବା ନାହିଁ ତେବେ ଦେଶ ୨୧ ବର୍ଷ ପଛକୁ ଚାଲିଯିବ । ଅନେକ ପରିବାର ସବୁଦିନ ପାଇଁ ବରବାଦ ହୋଇଯିବ । ଏକଥା ମୁଁ ଜଣେ ପ୍ରଧାନମନ୍ତ୍ରୀ ଭାବେ ନୁହେଁ ଆପଣଙ୍କ ପରିବାର ସଦସ୍ୟ ଭାବେ ଏକଥା କହୁଛି । ୨୧ ଦିନ ପାଇଁ ଘରୁ ବାହାରିବା ଭୁଲିଯାଆନ୍ତୁ । ଆପଣଙ୍କ ଘର ଆଗରେ ଲକ୍ଷ୍ମଣରେଖା । ଆପଣଙ୍କୁ ମନେ ରଖିବାକୁ ପଡିବ ଘରୁ ବାହାରକୁ ଆପଣଙ୍କ ଗୋଟିଏ ପାଦ କରୋନାକୁ ଆପଣଙ୍କ ଘରକୁ ଆଣିବ । ସାବଧାନତା ଅବଲମ୍ବନ କରନ୍ତୁ, ଘରେ ରୁହନ୍ତୁ ।

ସେ ଆହୁର ମଧ୍ୟ କହିଥିଲେ ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରଥମ ଏକ ଲକ୍ଷରେ ପହଞ୍ଚିବାକୁ ୬୭ ଦିନ ଲାଗିଥିଲା । ତା’ପରେ ମାତ୍ର ୧୧ ଦିନରେ ୧ ଲକ୍ଷ ସଂକ୍ରମିତ ହୋଇଥିଲେ । ଦୁଇ ଲକ୍ଷରୁ ତିନି ଲକ୍ଷ ହେବାକୁ ୪ ଦିନ ଲାଗିଥିଲା । ଆମେରିକା, ଚୀନ, ଜର୍ମାନୀ ଭଳି ଅନେକ ଦେଶ ଯେତେବେଳେ ସ୍ଥିତିର ମୁକାବିଲା କରିବାରେ ଅସମର୍ଥ ହେଲେ ସେତେବେଳେ ସେମାନେ ନିଜ ଦେଶରେ ଲକ୍ ଡାଉନ୍ ଲାଗୁ କରିଥିଲେ । ତା’ ପରେ ସ୍ଥିତି ଧୁରିଛି । ଆମ ପାଖରେ କେବଳ ଗୋଟିଏ ରାସ୍ତା ଅଛି । ଆମକୁ ଘରେ ରହିବାକୁ ସାମାଜିକ ଦୂରତ୍ୱ ରଖିବାକୁ ପଡିବ । ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସମସ୍ତଙ୍କୁ ଏହାକୁ ମାନିବାକୁ ପଡିବ । ଆମେ ଏହି ମହାମାରୀ ଭାଇରସ ସଂକ୍ରମଣକୁ ରୋକିବାକୁ ପଡିବ । ଭାରତ ଆଜି ସେହି ଷ୍ଟେଜରେ ଅଛି, ଯେଉଁଠି ଆମ ପ୍ରତିକ୍ରିୟା ଏହା ନିର୍ଦ୍ଧାରିତ କରିବ ଯେ, ଆମେ ଏହାକୁ କେତେ ନିୟନ୍ତ୍ରିତ କରି ପାରିବା । ଏହା ହେଉଛି ସଂଜମତା ଅବଲମ୍ବନର ସମୟ ।

ମନେ ରଖନ୍ତୁ ଜୀବନ ଅଛି ତ’ ସବୁ ଅଛି । ଏହା ଧୈର୍ଯ୍ୟ ଓ ସଞ୍ଜମତାର ସମୟ । ମୋର ଆପଣଙ୍କୁ ପ୍ରାର୍ଥନା ଆପଣ ଘରେ ରହି ସେହିମାନଙ୍କ କଥା ଭାବନ୍ତୁ, ସେମାନଙ୍କ ମଙ୍ଗଳ କାମନା କରନ୍ତୁ, ଯେଉଁ ମାନେ ନିଜ ଜୀବନକୁ ବାଜି ରଖି କରୋନା ବିରୋଧରେ ଯୁଦ୍ଧ ଲଢୁଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଅବସରରେ କରୋନାର ମୁକାବିଲା ପାଇଁ ୧୫ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ଆଇସୋଲେସନ ବେଡ୍, ଭେଣ୍ଟିଲେଟର ଓ ମେଡିକାଲ ଟ୍ରେନି ୱାର୍କରଙ୍କ ଲାଗି ଏହି ଅର୍ଥ ଘୋଷଣା କରାଯାଇଛି । 

୨୧ ଦିନ ପାଇଁ ସାରା ଦେଶକୁ ଲକ୍ ଡାଉନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଶା ଅଛି ଏହି ମୁସ୍କିଲ ସମୟକୁ ଆମେ ମୁକାବିଲା କରି ବିଜୟୀ ହେବା । ନିୟମର ପାଳନ କରି ଲକ୍ ଡାଉନକୁ ମାନବା ।
ନୂଆଦିଲ୍ଲୀ: ସମସ୍ତଙ୍କୁ ମୋର ଅନୁରୋଧ । କରୋନା ଲକ୍ଷ୍ୟଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ବିନା ଔଷଧ ଖାଆନ୍ତୁ ନାହିଁ ।
ନୂଆଦିଲ୍ଲୀ: WHO, ଭାରତର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ଆଲୋଚନା କରି ସରକାର ପଦକ୍ଷେପ ନେଉଛନ୍ତି । ୧୫ ହଜାର କୋଟି ଟଙ୍କା ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବ୍ୟୟବରାଦ କରିଛୁ । ମେଡିକାଲ ଜରୁରୀ ସାମଗ୍ରୀ ବଢ଼ାଯିବ ।
ନୂଆଦିଲ୍ଲୀ: ସମସ୍ତ ଆବଶ୍ୟକୀୟ ସାମଗ୍ରୀ ପରିବହନ ଜାରି ରହିବ । ସଂକଟର ଏହି ଘଡ଼ି ଗରିବଙ୍କ ପାଇଁ ମୁସ୍କିଲ୍ ହେବ । ଗରିବଙ୍କୁ କମ୍ ଅସୁବିଧା ହେବା ପାଇଁ ସମସ୍ତେ ଏକାଠି ହେବା ।
ନୂଆଦିଲ୍ଲୀ: ଏବେ ଧୈର୍ଯ୍ୟ ଓ ଅନୁଶାସନର ସମୟ । ଯେ ପର୍ଯ୍ୟନ୍ତ ଲକ୍ ଡାଉନ୍ ରହିଛି । ସେ ପର୍ଯ୍ୟନ୍ତ ଘରେ ରୁହନ୍ତୁ, ନିୟମ ପାଳନ କରନ୍ତୁ ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଠାରୁ ନେଇ ଗାଁ ଗହଳିରେ ପ୍ରତି ଲୋକଙ୍କ ପାଇଁ ସାମାଜିକ ଦୂରତ୍ୱ ଜରୁରୀ । ଏମିତି କଲେ ସଂକ୍ରମଣ ରୋକି ହେବ ।
ନୂଆଦିଲ୍ଲୀ: କରୋନା ମାନେ କେହି ରୋଡ୍ ଉପରକୁ ଆସନ୍ତୁ ନାହିଁ ।

ନୂଆଦିଲ୍ଲୀ: ଲକ୍ ଡାଉନ୍ ନକଲେ ଆମେ ବହୁ ଦଶନ୍ଧି ପଛକୁ ପଳାଇବା ।

ନୂଆଦିଲ୍ଲୀ: ଆଜି ରାତିରୁ ସାରା ଦେଶ ଲକ୍ ଡାଉନ୍ । ସମସ୍ତଙ୍କୁ ବଞ୍ଚାଇବା ପାଇଁ ଏହି ପଦକ୍ଷେପ ନିଆଯାଉଛି । କେହି ଘରୁ ନବାହାରିବାକୁ ଅନୁରୋଧ । ପ୍ରତି ଜିଲ୍ଲା ଓ ଗାଁକୁ ମଧ୍ୟ ଲକ୍ ଡାଉନ୍ କରାଗଲା ।

ନୂଆଦିଲ୍ଲୀ: ସ୍ଥିତିକୁ ଦେଖି ଏହି ୨୧ ଦିନ ବା ତିନି ସପ୍ତାହ ଧରି ହେବ । ଆସନ୍ତା ୨୧ ଦିନ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ନୂଆଦିଲ୍ଲୀ: ଏହା ଏକ ପ୍ରକାର କର୍ଫ୍ୟୁ । ପ୍ରତିଟି ଭାରତୀୟଙ୍କ ଜୀବନକୁ ବଞ୍ଚାଇବା ପାଇଁ ଏହି ପଦକ୍ଷେପ ଜରୁରୀ ।

ନୂଆଦିଲ୍ଲୀ: ଆଜି ରାତିରୁ ସାରା ଦେଶ ଲକ୍ ଡାଉନ୍ । ସମସ୍ତଙ୍କୁ ବଞ୍ଚାଇବା ପାଇଁ ଏହି ପଦକ୍ଷେପ ନିଆଯାଉଛି । କେହି ଘରୁ ନବାହାରିବାକୁ ଅନୁରୋଧ । ପ୍ରତି ଜିଲ୍ଲା ଓ ଗାଁକୁ ମଧ୍ୟ ଲକ୍ ଡାଉନ୍ କରାଗଲା ।

ନୂଆଦିଲ୍ଲୀ: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ । କରୋନାରୁ ରକ୍ଷା ପାଇବାର ଏକମାତ୍ର ବିକଳ୍ପ ସାମାଜିକ ଦୂରତ୍ୱ ।

ଲକ୍‌ ଡାଉନର ଅବମାନନା କଲେ ସ୍ଥିତି ହେବ କେତେ ଭୟଙ୍କର, ଅନୁମାନ ଲଗାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆଜିଠୁ ଲକ୍‌ ଡାଉନ୍‌ । ସରକାରୀ ନିର୍ଦ୍ଦେଶକୁ ସମସ୍ତେ ପାଳନ କରିବା ଉଚିତ୍‌ । ବଦଳି ନିର୍ଦ୍ଦେଶ ପାଇଥିବା ସବୁ ଅଧିକାରୀ ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ଦିଅନ୍ତୁ । ନିର୍ଦ୍ଦେଶର ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ । ଏଭଳି କିଛି କଡ଼ା କଥା କହିଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ୍ ବାଗଚୀ । ବର୍ତ୍ତମାନ ପରିସ୍ଥିତିରେ ସବୁ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯାଇଛି । କେବଳ ସ୍ୱାସ୍ଥ୍ୟ ଓ କୋଭିଡ୍‌ ୧୯ ସମ୍ପର୍କିତ ନିର୍ମାଣ କାମ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ।

ତେବେ, ଲକ୍‌ ଡାଉନ୍‌ କାହିଁକି ଏବଂ ଏହାର ଅବମାନନା କଲେ ପରିସ୍ଥିତି କେତେ ଯେ ଭୟଙ୍କର ହେବ ତାହାର ଅନୁମାନ ଲଗାଇଛନ୍ତି ରାଜ୍ୟ ସରକାର । ଚାରିମାସ ତଳେ ଚୀନ୍‌ରେ ଦେଖା ଦେଇଥିଲା କରୋନା ଭାଇରସ୍‌ର ସଂକ୍ରମଣ । ଏବେ ସୁଦ୍ଧା ବିଶ୍ୱରେ ୩ ଲକ୍ଷ ୮୧ ହଜାର ୭୬୧ ଜଣ ସଂକ୍ରମିତ ହୋଇଛନ୍ତି । ଭାରତରେ ଏବେ ସୁଦ୍ଧା ୫୧୧ ଜଣ ସଂକ୍ରମିତ ହୋଇଛନ୍ତି । କେବଳ ଯେ ଲକ୍ଷଣ ଦେଖା ଦେଉଥିବା ଲୋକଙ୍କ ଠାରେ ସଂକ୍ରମଣ ହେବ ତାହା ନୁହେଁ ।

ଯେଉଁ ହାରରେ ସଂକ୍ରମଣ ସଂଖ୍ୟା ବଢୁଛି, ତାକୁ ଆକଳନ କଲେ ମେ ୩୧ ତାରିଖ ସୁଦ୍ଧା ଭାରତରେ ସଂକ୍ରମଣ ସଂଖ୍ୟା ୫୮ ହଜାର ୭୬୧କୁ ଛୁଇଁବ । ଆକଳନ କହୁଛି, ପ୍ରାୟ ୧୦ ଲକ୍ଷ ଲୋକ କରୋନା ଭାଇରସର ଶିକାର ହେବେ । ସେହିଭଳି ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ୱାସଯୋଗ୍ୟ ଆକଳନ ଅନୁଯାୟୀ ୩୬ ହଜାର ଅତିକ୍ରମ କରିବ । ତେବେ ବର୍ତ୍ତମାନ ଅର୍ଥିନୀତି କଥା ଚିନ୍ତା କରିବାର ସମୟ ନାହିଁ। ସମୟ ଆସିଛି, ଏହାର ମୁକାବିଲା ପାଇଁ ସମସ୍ତେ ଲକ୍‌ ଡାଉନକୁ ମାନିବା ।

ଭୁବନେଶ୍ୱର: କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀଙ୍କ ପ୍ରେସମିଟ୍ । ବଦଳି ନିର୍ଦ୍ଦେଶ ପାଇଥିବା ସରକାରୀ କର୍ମଚାରୀ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ନିର୍ଦ୍ଧାରିତ ସ୍ଥାନରେ ରିପୋର୍ଟ କରିବେ । ରିପୋର୍ଟ ନକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଭୁବନେଶ୍ୱର: କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀଙ୍କ ପ୍ରେସମିଟ୍ । ବଦଳି ନିର୍ଦ୍ଦେଶ ପାଇଥିବା ସରକାରୀ କର୍ମଚାରୀ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ନିର୍ଦ୍ଧାରିତ ସ୍ଥାନରେ ରିପୋର୍ଟ କରିବେ । ରିପୋର୍ଟ ନକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

କରୋନା ପାଇଁ ଏକ ବର୍ଷ ଘୁଞ୍ଚିଲା ଟୋକିଓ ଅଲିମ୍ପିକ୍ସ

କରୋନା ଭାଇରସ୍‌ ଯୋଗୁଁ ଟୋକିଓ ଅଲିମ୍ପିକ୍ସକୁ ଏକ ବର୍ଷ ପାଇଁ ସ୍ଥଗିତ ରଖାଯାଇଛି । Covid -19 ଆରମ୍ଭ ହେତୁ ଅଲିମ୍ପିକ୍ସର ଭବିଷ୍ୟତ ବିପଦରେ ଥିଲା । କେବଳ ଆମେରିକା, କାନାଡା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଅଲିମ୍ପିକ୍ ଗେମ୍ସ ପାଇଁ ଖେଳାଳି ନ ପଠାଇବାକୁ ନିଷ୍ପତ୍ତି ନେବା ପରେ ଖେଳକୁ ଏକ ବର୍ଷ ସ୍ଥଗିତ ରଖିବାକୁ ଚାପ ପଡିଥିଲା ।

ଅଲିମ୍ପିକ୍ ଗେମ୍ସ ୨୪ ଜୁଲାଇରୁ ୯ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାନ୍ତା । କିନ୍ତୁ ଏହା ବର୍ତ୍ତମାନ ୨୦୨୧ ରେ ଖେଳାଯିବ । ବର୍ତ୍ତମାନ ପର୍ଯ୍ୟନ୍ତ, Covid-19 ଯୋଗୁଁ ସାରା ବିଶ୍ୱରେ ୧୭,୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ କହିଛନ୍ତି ଯେ ଖେଳକୁ ଏକ ବର୍ଷ ସ୍ଥଗିତ ରଖିବାକୁ ସେ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟିକୁ ନିବେଦନ କରିଛନ୍ତି । ଯାହା ଆଇଓସି ରାଜି ହୋଇଛନ୍ତି ଏବଂ ଖେଳର ମହାକୁମ୍ବକୁ ଏକ ବର୍ଷ ପାଇଁ ସ୍ଥଗିତ ରଖିବାକୁ ସ୍ଥିର କରାଯାଇଛି ।

ଆଇଓସି ସଭାପତି ଥୋମାସ୍ ବାକ ସହ କଥା ହେବା ପରେ ସିଞ୍ଜୋ ଆବେ କହିଛନ୍ତି ଯେ ମୁଁ ଟୋକିଓ ଅଲିମ୍ପିକ୍ ଗେମ୍ସକୁ ଏକ ବର୍ଷ ପାଇଁ ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଥିଲି ଏବଂ ଚେୟାରମ୍ୟାନ୍ ବକ୍ ଏଥିରେ ରାଜି ହୋଇଛନ୍ତି ।

ଶାହଙ୍କୁ ସୁରକ୍ଷା ମାଗିଲେ ଡାକ୍ତର

ନୂଆଦିଲ୍ଲୀ: ଅସହାୟ ରିଅଲ ହିରୋ । ୨ ଦିନ ତଳେ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧରେ ଦେଶ ଯାହାଙ୍କ ପାଇଁ ଏକାଠି ହୋଇଥିଲା ଆଜି ସେମାନେ ସୁରକ୍ଷିତ ମଣୁନାହାନ୍ତି । କରୋନା ଆକ୍ରାନ୍ତଙ୍କୁ ଠିକ୍ କରିବାକୁ ରାତି ଦିନ ଲଗାଇଥିବା ଡାକ୍ତରଙ୍କୁ ବହୁ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି । ଦେଶର ଜଟିଳ ସ୍ଥିତିରେ ଛିଡ଼ା ହେଉଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ହଇରାଣ ହେବାକୁ ପଡ଼ୁଛି । ଏନେଇ ଦିଲ୍ଲୀ ଏମ୍ସ ରେସିଡେଣ୍ଟ ଡକ୍ଟର ଆସୋସିଏସନ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପତ୍ର ଲେଖି ସୁରକ୍ଷା ଲୋଡ଼ିଛି ।

ଘଡ଼ିସନ୍ଧି ମୁହୂର୍ତ୍ତରେ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀ କୋଭିଡ-୧୯ ଆକ୍ରାନ୍ତଙ୍କ ସେବାରେ ଲାଗିଛନ୍ତି । ଅନ୍ୟପଟେ କିଛି ଭଡ଼ା ଘର ମାଲିକ ଓ କଲୋନୀ ବାସିନ୍ଦା ଏମାନଙ୍କୁ ପ୍ରବେଶ ଅନୁମତି ଦେଉନାହାନ୍ତି । ଫଳରେ କେତକ ଡାକ୍ତର ଲଗେଜ୍ ଧରି ରାସ୍ତାରେ ଛିଡ଼ା ହୋଇଥିବା ଅଭିଯୋଗ କରାଯାଇଛି । ଏହାକୁ ଆସୋସିଏସନ ପକ୍ଷରୁ ନିନ୍ଦା କରାଯିବା ସହ ଏଭଳି କରୁଥିବା ଘର ମାଲିକଙ୍କ ବିରୋଧରେ ଦମନମୂଳକ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।ଅନ୍ୟପଟେ ଲକ୍ ଡାଉନ୍ ପରିସ୍ଥିତି ଯୋଗୁଁ ସାଧାରଣ ପରିବହନ ସମ୍ପୂର୍ଣ୍ଣ ଠପ୍ ରହିଛି । ଫଳରେ ଠିକ୍ ସମୟରେ ମେଡିକାଲରେ ପହଞ୍ଚି ହେଉନି । ବହୁ ଅସୁବିଧାର ସାମନା କରିବାକୁ ପଡ଼ୁଛି । ତେଣୁ, ଘରଠାରୁ ମେଡିକାଲ ଯାଏଁ ପରିବହନ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି । ଏପରିକି ସେମାନଙ୍କ ଯାତାୟତରେ ପୋଲିସ ଓ ପ୍ରଶାସନ ହସ୍ତକ୍ଷେପ ଚିକିତ୍ସାରେ ବାଧା ସୃଷ୍ଟି କରିଥିବା କହିଛନ୍ତି ।

ଅନୀଲ, ରାଜୁ, ସେଠ ଜି ଏବଂ ରାମୁ ପାଖରୁ ଜାଣନ୍ତୁ କରୋନାର ତୃତୀୟ ପର୍ଯ୍ୟାୟକୁ କାହିଁକି ଭୟ କରିବା ଉଚିତ୍ ?

ମୁଖ୍ୟମନ୍ତ୍ରୀଙ୍କ ଇମୋସନାଲ ଅପିଲ୍, ଘରୁ ବାହାରନ୍ତୁ ନାହିଁ…

ଭୁବନେଶ୍ୱର: ଚୀନରୁ ଆମେରିକା, ୟୁରୋପ ଆଉ ଇରାନ୍ । ମାଇଲ୍ ମାଇଲ୍ ଦୂରରେ ଥିଲା କରୋନା ଭାଇରସ୍ । ସାତ ଦରିଆ, ସମୁଦ୍ର ଡେଇଁ ଦିଲ୍ଲୀ ପହଞ୍ଚି ଏବେ ଓଡ଼ିଶାରେ । ଆମ ଘର ପାଖରେ ପହଞ୍ଚିଛି । ତେଣୁ, ଆମ ନିଜ ପାଇଁ ଆମ ପରିବାରର ଭଲ ପାଇଁ ଦାୟିତ୍ୱ ବଢ଼ିଛି । ଆମେ ଭାଇରସକୁ ଘରେ ପଶିବାକୁ ଦେବା ନାହିଁ । ତେଣୁ, ଲକ୍ ଡାଉନ୍ କରାଯାଇଛି । ଗତ ୨୦ ବର୍ଷ ମଧ୍ୟରେ ମୁଁ ବହୁତ ଅନୁରୋଧ କରିଛି, ଯାହାକୁ ଆପଣ ପାଳନ କରୁଛନ୍ତି । ସେଥିପାଇଁ ମୁଁ ଆପଣମାନଙ୍କ ନିକଟରେ ଋଣୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆପଣ ଓ ଆପଣଙ୍କ ପରିବାରର ସୁରକ୍ଷା ଆପଣଙ୍କ ହାତରେ । କରୋନା ଭାଇରସ୍ ଆପଣଙ୍କ ଘରକୁ ଆସିବା ନଆସିବା ଆପଣଙ୍କ ବ୍ୟବହାର ଉପରେ ନିର୍ଭର କରୁଛି । ସାବଧାନ ରହିଲେ ଏହା ଆପଣଙ୍କ ଘର ଭିତରକୁ ପଶି ପାରିବ ନାହିଁ । ସମସ୍ତେ ନିଜ ପିଲା ଛୁଆ, ବାପା ମାଆଙ୍କ ନାଁରେ ଶପଥ ନିଅନ୍ତୁ । ମୁଁ ଏବେ ବାହାରକୁ ଯିବି ନାହିଁ । ବାହାରକୁ ଗଲେ କରୋନା ଭାଇରସ୍ ମୋ ସହ ଘରକୁ ଆସି ପରିବାରର କ୍ଷତି ପହଞ୍ଚାଇବ । ଯଦି ବାହାରକୁ ଜରୁରୀ କାମରେ ଯାଏ ତେବେ ଫେରିଲେ ସାବୁନରେ ୨୦ ସେକେଣ୍ଡ ଯାଏଁ ହାତ ଧୋଇ ଘରେ ପଶିବି ।

ଏହି ଶପଥକୁ ପରିବାର ସହ ପାଠ କରନ୍ତୁ । ନିଜ ଘର ଏଣ୍ଟ୍ରାନ୍ସରେ ଏହାକୁ ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାର ଭିଡିଓ କରି ତାଙ୍କ ନିକଟକୁ ପଠାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

 

ଲକ୍ ଡାଉନ୍ କ’ଣ ଓ ଏହାର ସୁବିଧା ଅସୁବିଧା କ’ଣ ? ଜାଣନ୍ତୁ…

କରୋନା ପାଇଁ କେନ୍ଦ୍ରଠୁ ରାଜ୍ୟ ଚାଡ଼ିଆଡ଼େ ଚିନ୍ତା । ଦିନକୁ ଦିନ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଭାରତ ଇତିହାସରେ ଏମିତି ଲକ୍ ଡାଉନ ପରିସ୍ଥିତି ପ୍ରଥମ ଥର ପାଇଁ ଆସିଛି । ଏପରି ପରିସ୍ଥିତିରେ କେଉଁ ସବୁ ଦେକାନ ଖୋଲା ରହିବ ଏବଂ କେଉଁ ଗୁଡ଼ିକ ବନ୍ଦ ରହିବ ସେଗୁଡ଼ିକ ଜାଣିବା ନିହାତି ଆବଶ୍ୟକ । ତେଣୁ ଆପଣଙ୍କ ମନରେ ଥିବା କିଛି ଏମିତି ପ୍ରଶ୍ନର ଉତ୍ତର ଆମେ ଆପଣଙ୍କୁ ଦେଉଛୁ ।

ଲକ୍ ଡାଉନ୍ ଅର୍ଥ କ’ଣ ?

ଲୋକଙ୍କୁ ଲକଡାଉନରେ ଘରେ ରହିବାର ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କୁ କେବଳ ଔଷଧ, ଖାଦ୍ୟ ପଦାର୍ଥ କିମ୍ବା ବ୍ୟାଙ୍କ ଏବଂ ଏଟିଏମରୁ ଟଙ୍କା ଉଠାଇବା ଭଳି ଜରୁରୀ ଜିନିଷ ପାଇଁ ବାହାରକୁ ଯିବାକୁ ଅନୁମତି ଦିଆଯାଇଛି । ବାହାରକୁ ଗଲେ ସଂକ୍ରମଣର ଶୀକାର ହେବା ଭୟ ଥିବାରୁ ଲକ୍ ଡାଉନ ଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।

ଲକ୍ ଡାଉନ୍ ରେ କ’ଣ ସବୁ ସୁବିଧା ମିଳିବ?

ପୋଲିସ ଷ୍ଟେସନ, ହସ୍ପିଟାଲ, ଅଗ୍ନିଶମ ବିଭାଗ, ଜେଲ, ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ, ଖାଦ୍ୟ ପଦାର୍ଥ ସୁବଧା ମିଳିବ ।

ବିଦ୍ୟୁତ୍-ଜଳ, ଇଣ୍ଟରନେଟ୍, ବ୍ୟାଙ୍କିଙ୍ଗ୍ ଏବଂ ଏଟିଏମ୍ ସୁବିଧା ପାଇପାରିବେ ।

ଡାକଘର, ଏବଂ ଇଲେକ୍ଟ୍ରୋନିକ୍ ମିଡିଆ ପାଇଁ ଅନୁମତି ଦିଆଯାଇଛି ।

ଲକ୍ ଡାଉନ କାରଣରୁ କେଉଁ ସବୁ ସୁବିଧାରୁ ବଞ୍ଚିତ ହେବୁ ଆମେ ?

ଡ୍ରେସ୍ ଦେକାନ, ବଡ଼ ଷ୍ଟୋର, କାରଖାନା, ଧର୍ମଶାଳା, ଗୋଦାମ, ସାପ୍ତାହିକ ବଜାର ।

ଜନସାଧାରଣ ପରିବହନ ବନ୍ଦ ରିହିବ ଏବଂ ୨୫ ପ୍ରତିଶତ ସରକାରୀ ବସ୍ କିଛି ରାଜ୍ୟରେ ଚଳାଚଳ କରିବ କିନ୍ତୁ ସବୁ ରାଜ୍ୟରେ ନୁହେଁ ।

ସାଧାରଣ ଲୋକମାନେ କ’ଣ ନିଜ ଗାଡ଼ିରେ ବାହରକୁ ଯାଇପାରିବେ ?

ଡାକ୍ତରୀ କିମ୍ବା ଜରୁରୀକାଳୀନ ପରି ଜରୁରୀ କାର୍ଯ୍ୟରେ ଆବଶ୍ୟକତା ଅନୁଯାୟୀ ଆମ୍ବୁଲାନ୍ସ ସେବା ଉପଲବ୍ଧ ହୋଇପାରିବ । କିମ୍ବା ଯଦି ଅନ୍ୟ କୌଣସି ଜରୁରୀକାଳୀନ ପରିସ୍ଥିତି ଥାଏ, ତେବେ ଆପଣଙ୍କର ସୁରକ୍ଷା ବ୍ୟବସ୍ଥା ସହିତ ଜଡିତ ପ୍ରଶାସନିକ ଲୋକଙ୍କଠାରୁ ଆପଣଙ୍କୁ ସାହାଯ୍ୟ ନେବାକୁ ପଡିବ ।

ଆପଣଙ୍କର ବ୍ୟକ୍ତିଗତ ଗାଡିରେ ଯାତ୍ରା କରିବାକୁ ଅନୁମତି ଦିଆଯିବନି ।

ନିତିଦିନିଆ ବ୍ୟବହାର କରାଯାଉଥିବା ଦ୍ରବ୍ୟ ମିଳିବ କି ନାହିଁ  ?

ପନିପରିବା, କ୍ଷୀର, ଔଷଧ, ଆଦି ନିତିଦିନିଆ ଆବଶ୍ୟକ ହେଉଥିବା ଜିନିଷ ଗୁଡ଼ିକ ମିଳିପାରିବ ।

ଏହି ସମୟରେ କଣ ଆପଣମାନେ ପାର୍କରେ ବୁଲିପାରିବେ ?

ଲକ୍ ଡାଉନ୍ ଆପଣଙ୍କ ଜୀବନକୁ ସୁରକ୍ଷିତ ରଖିବାକୁ ହୋଇଛି । ଯଦି ଆପଣ ଘରୁ ବାହାରକୁ ଯିବେ ତେବେ ଅନ୍ୟ ଲୋକଙ୍କ ସମ୍ପର୍କରେ ଆସିବେ ଯାହା ଆପଣଙ୍କ ପାଇଁ ବହୁତ କ୍ଷତିକାରକ ହୋଇଯିବ । ଏହି କାରଣରୁ ଲକଡାଉନ୍ କରାଯଆଉଛି । ଯଦି ଆପଣଙ୍କୁ ତୁରନ୍ତ ଘରୁ ବାହାରକୁ ଯିବାକୁ ପଡେ, ଯେପରିକି ଡାକ୍ତରଖାନା, ବ୍ୟାଙ୍କରେ ଟଙ୍କା ଉଠାଇବା, ଖାଦ୍ୟ ସାମଗ୍ରୀ କିଣିବା ତେବେ ଆପଣ ଯାଇପାରିବେ ।

ବିବାହ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ହୋଇପାରିବ କି ନାହିଁ  ?

ବର୍ତ୍ତମାନ କରୋନା ଭୂତାଣୁକୁ ନେଇ ସାରା ଦେଶ ଚିନ୍ତାରେ । ଏପରି ପରିସ୍ଥିତିରେ କୌଣସି ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ ନାହିଁ । ସଂକ୍ରମଣରୁ ଦୂରେଇ ରହିବାକୁ ହେଲେ ଏହି ଜିନିଷଗୁଡିକ ପ୍ରତି ବିଶେଷ ଧ୍ୟାନରେ ରଖନ୍ତୁ ।

ସରକାରୀ-ବେସରକାରୀ ଅନୁଷ୍ଠାନଗୁଡ଼ିକ ଲକଡାଉନ୍ ରେ ବନ୍ଦ ଅଛି କି?

ଜରୁରୀକାଳୀନ ସେବା ସହିତ ସମ୍ପୃକ୍ତ ବିଭାଗଗୁଡ଼ିକ କେବଳ ଖୋଲା ରହିବ ।

ପେଟ୍ରୋଲ, ଘରୋଇ ଗ୍ୟାସ୍ ଏବଂ ଇଣ୍ଟରନେଟ୍ ଉପଲବ୍ଧ ହେବ କି ?

ପେଟ୍ରୋଲ ଟାଙ୍କି, ଘରୋଇ ଗ୍ୟାସ ଏବଂ ଇଣ୍ଟରନେଟ ସେବା ଏଥିରୁ ବାଦ ପଡ଼ିଛି । ବୁକିଂ କରିବା ମାତ୍ରେ ସାଧାରଣ ଦିନ ପରି ଗ୍ୟାସ ଆପଣଙ୍କ ଘରେ ପହଞ୍ଚିବ, ଇଣ୍ଟରନେଟ୍ ସେବା ଚାଲୁ ରହିବ ।

ଘରୋଇ ଡାକ୍ତରଖାନାରେ ଚିକିତ୍ସା ସେବା ଉପଲବ୍ଧ ହେବ କି ?

ଘରୋଇ ଡାକ୍ତରଖାନାଗୁଡ଼ିକରେ ମଧ୍ୟ ସେବା ଉପଲବ୍ଧ ହେବ । ଛୋଟ ସମସ୍ୟା ପାଇଁ, ଆପଣ ଆପଣଙ୍କ ପରିବାର ଡାକ୍ତରଙ୍କ ସହ କଥା ହୋଇପାରିବ ।