spot_img
Home Blog Page 7326

ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ, ପଛପଟୁ ପିଟିଲା ଟ୍ରଲର

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ସୋରଗଡ଼ ଠାରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ । ମେଘା ପେଟ୍ରୋଲ ପମ୍ପ ନିକଟରେ ୬୦ଜଣ ତୀର୍ଥଯାତ୍ରୀଙ୍କୁ ନେଇ କୋଲକତାରୁ ପୁରୀ ଯାଉଥିବା ବେଳେ ଧକ୍କା ଦେଲା ଟ୍ରଲର । ତେବେ ବସଟି ସୋରଗଡ଼ ନିକଟରେ ରାସ୍ତାରେ ଛିଡା ହୋଇଥିବା ଟ୍ରଲରଟି ପଛପଟୁ ଧକ୍କା ଦେଇଥିଲା ।

ଫଳରେ ୨୦ରୁ ଅଧିକ ଯାତ୍ରୀ ଆହତ ଥିବାବେଳେ ୧୦ରୁ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ବାଲେଶ୍ଵର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ଅଧିକ କୁହୁଡି କାରଣରୁ ଦୁର୍ଘଟଣାଟି ହୋଇଥିବା ସନ୍ଦେହ କରାଯାଉଛି ।

ୟଲୋ ୱାର୍ଣ୍ଣଂ ଜାରି, ଗାଡ଼ି ଚଳାଇବା ବେଳେ ସତର୍କ ରହିବାକୁ ପରାମର୍ଶ ଦେଲେ ପାଣିପାଗ ବିଶେଷଜ୍ଞ

ଭୁବନେଶ୍ୱର: ସାରା ରାଜ୍ୟରେ ଘନ କୁହୁଡ଼ିର ଆସ୍ତରଣ । ଆସନ୍ତା ୫ ଦିନ ଯାଏଁ ଲାଗି ରହିବ ଘନ କୁହୁଡ଼ି । ଏଥିପାଇଁ ୟଲୋ ଓ୍ବାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟର ୧୫ଟି ଜିଲ୍ଲାରେ ଘନ କୁହୁଡ଼ି ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।

ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ଢେଙ୍କାନାଳ, ମାଲକାନଗିରି, ବୌଦ୍ଧ ଓ ଦେବଗଡ଼ ଜିଲ୍ଲାରେ ଘନ କୁହୁଡ଼ି ହେବ । ଏଥିପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ପାଣିପାଗ ବିଭାଗ ସତର୍କ କରାଇଛି । ଗାଡ଼ି ଚଳାଇବା ବେଳେ ସତର୍କ ରହିବାକୁ ପାଣିପାଗ ବିଶେଷଜ୍ଞଙ୍କ ପରାମର୍ଶ ଦେଇଛନ୍ତି ।

ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସୁମରବନ୍ଧରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଏସ୍‌ଓଜି କମ୍ବିଂ କରୁଥିବା ବେଳେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା । ତେବେ ଏଥିରେ ହୋଇଥିବା କ୍ଷୟକ୍ଷତି ସଂପର୍କରେ ସୂଚନା ମିଳିନି । ଗତକାଲି ବିଳମ୍ବିତ ରାତି ଯାଏଁ ଏସଓଜି କମ୍ବିଂ କରିଥିଲେ । କେକେବିଏନ୍‌ ଡିଭିଜନର ୨୫ଜଣ ମାଓବାଦୀ କ୍ୟାମ୍ପ କରିଥିବା ଖବର ପାଇ ସୁରକ୍ଷାକର୍ମୀ କମ୍ବିଂ କରିଥିଲେ । ଏହି ସମୟରେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ମାଓ କ୍ୟାମ୍ପ ଠାବ କରାଯାଇଛି ।

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ FIH ପ୍ରୋ- ଲିଗ୍‌

0

ଭୁବନେଶ୍ୱର: ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ FIH ପ୍ରୋ- ଲିଗ୍‌ । ମୁହାଁମୁହିଁ ହେବେକୁ ଯାଉଛନ୍ତି  ନେଦରଲ୍ୟାଣ୍ଡ ଓ ଭାରତ । ମେ’ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତା ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଖେଳାଯିବ ।

 

କଳିଙ୍ଗ ଷ୍ଟାଡିୟମରେ ଜାନୁଆରୀ ୧୮ ଓ ୧୯ ତାରିଖରେ ଟିମ ଇଣ୍ଡିଆ ଦୁଇଟି ମ୍ୟାଚ ଖେଳିବାକୁ ଥିବାବେଳେ ଫେବ୍ରୁଆରୀ ମାସରେ ୪ଟି ମ୍ୟାଚ ଖେଳିବ । ସେହିପରି ଏପ୍ରିଲରେ ୨ଟି ଓ ମେ ମାସରେ ୨ଟି ମ୍ୟାଚ ଖେଳିବ । ଅଲମ୍ପିକ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଏହି ପ୍ରତିଯୋଗିତା ବେଶ ଗୁରୁତ୍ୱ ବହନ କରୁଛି । ଆଜିର ମ୍ୟାଚରେ ଟିମ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ନିଜ ନିଜ ଦଳର ଅଧିନାୟକ ।

କୁହୁଡ଼ି ହେଲା କାଳ: ୬ଫୁଟ୍ ତଳକୁ ଖସିଲା ବୋଲେରୋ

ବାଲେଶ୍ୱର: କୁହୁଡ଼ି ଯୋଗୁଁ ଦୁର୍ଘଟଣା । ଚାରିଆଡ଼େ ଘନ କୁହୁଡ଼ି କାରଣରୁ ଦୁର୍ଘଟଣାଗ୍ରସ୍ତ ହେଲା ବୋଲେରୋ । କିଛି ନ ଦିଶିବା କାରଣରୁ ପଛପଟୁ ଧକ୍କା ଦେଲା ଟ୍ରକ ।

ଚନ୍ଦନେଶ୍ୱର ରାସ୍ତାର ନହରା ଠରେ ଘନ କୁହୁଡି କାରଣରୁ ପଛପଟୁ ଧକ୍କା ଦେଲା ଟ୍ରକ । ଫଳରେ ୬ ଫୁଟ ତଳକୁ ଖସିଲା ବୋଲେରୋ ।

ବୋଲେରୋରେ ୧୫ଜଣ ଥିବାବେଳେ ୧୦ ଆହତ ଓ ୫ ଗୁରୁତରଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଯାଇଛି ।

ହାତୀ ନେଲା ୨ଜୀବନ

ବେଗୁନିଆ:ପୁଣି ହାତୀ ନେଲା ପ୍ରାଣ । ବେଗୁନିଆ ବ୍ଲକ ହଜ ଓ କଲରାଝରରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ୨ମୃତ । ମୃତକ ହଜର ବଂଶୀଧର ଛୁଆଳସିଂହ ଓ କଲରାଝରରର ସନାତନ ପ୍ରଧାନ । ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ ହୋଇଛି ।

ଓ୍ୱାଙ୍ଖଡେର ପ୍ରତିଶୋଧ ରାଜକୋଟ୍‌ରେ: ୩୬ ରନ୍‌ରେ ମ୍ୟାଚ୍ ଜିତିଲା ଟିମ୍‌ ଇଣ୍ଡିଆ

0

ରାଜକୋଟ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଏକଦିବସୀୟରେ ଭାରତ ବିଜୟୀ । ୩୬ ରନ୍‌ରେ ମ୍ୟାଚ୍‌ ଜିତିଲା ଟିମ୍ ଇଣ୍ଡିଆ । ୧-୧ ସହ ବରାବର ସ୍ଥିତିରେ ସିରିଜ୍‌ । ଆସନ୍ତା ୧୯ରେ ବେଙ୍ଗାଲୁରୁ ଖେଳାଯିବ ନିର୍ଣ୍ଣାୟକ ମ୍ୟାଚ୍ । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ ।

୬ ଓ୍ୱିକେଟ ହରାଇ ନିର୍ଦ୍ଦାରିତ ଓଭରରେ ୩୪୦ ରନ୍‌ ବିଶାଳ ଲକ୍ଷ୍ୟ ରଖିଥିଲା ଆଷ୍ଟ୍ରେଲିଆ ସାମ୍ନାରେ । ଅପରପକ୍ଷରେ ୩୪୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଟିମ୍‌ ସମସ୍ତ ଓ୍ୱିକେଟ ହରାଇ ୩୦୪ ରନ୍‌ କରିବାକୁ ସମର୍ଥ ହୋଇଥିଲା । ଏଥିସହ ଚଳିତ ସିରିଜ୍‌ ପ୍ରଥମ ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ ।

ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ପକ୍ଷରୁ ଓପନର୍‌ ଶିଖର ଧାଓ୍ୱନ୍‌ ସର୍ବାଧିକ ୯୬ ରନ୍‌ କରିଥିବା ବେଳେ କେଏଲ୍‌ ରାହୁଲ ୮୦ ରନ୍‌ କରିଥିଲେ । ଆଉ କ୍ୟାପ୍‌ଟେନ୍‌ କୋହଲୀ କରିଥିଲେ ୭୮ ରନ୍‌ । ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ୍‌ ଜାମ୍ପା ସର୍ବାଧିକ ୩ ଓ୍ୱିକେଟ୍ ନେଇଥିବା ବେଳେ କେନ୍‌ ରିଚାର୍ଡସନ୍‌ ୨ ଓ୍ୱିକେଟ୍ ନେଇଥିଲେ । ରୋହିତ ଶର୍ମା ଓ ଶିଖର ଧାଓ୍ୱନଙ୍କ ଓପନିଂ ଯୋଡ଼ି ଧୂଆଁଧାର ଆରମ୍ଭ କରିଥିଲେ ।

ବିନା  ଓ୍ୱିକେଟ୍‌ ହରାଇ ୮୧ ରନ୍‌ ଯୋଡ଼ିଥିଲେ ଉଭୟ । ୪୨ ରନ୍‌ରେ ରୋହିତ ଶର୍ମାଙ୍କୁ ଆଉଟ୍‌ କରିଥିଲେ ଜାମ୍ପା । ଏହାପରେ ନିଜ ଶତକରୁ ମାତ୍ର ୪ ରନ୍‌ ଦୂରରେ ଥିବା ଶିଖର ଧାଓ୍ୱନ୍‌ ଆଉଟ୍‌ ହୋଇଥିଲେ । ପରେ କୋହଲୀ ଓ କେଲ୍‌ ରାହୁଲ୍‌ଙ୍କ ପାର୍ଟନରସିପ୍‌ ଆଷ୍ଟ୍ରେଲିଆ ସମ୍ମୁଖରେ ବଡ଼ ଟାର୍ଗେଟ ଦେବରେ ସହାୟକ ହୋଇଥିଲା  । ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭେନ୍‌ ସ୍ମିଥ୍‌ ସର୍ବାଧିକ ୯୮ ରନ୍‌ କରିଥିବା ବେଳେ ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୩ଟି ଓ୍ୱିକେଟ୍ ନେଇଥିଲେ ।

ପୁଣି କମ୍ପିବ କଳିଙ୍ଗ: ମୁହାଁମୁହିଁ ହେବେ ଭାରତ ଓ ନେଦରଲ୍ୟାଣ୍ଡ

0

ଭୁବନେଶ୍ୱର: ଆସନ୍ତାକାଲିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ FIH ପ୍ରୋ- ଲିଗ୍‌ । ସାମ୍ନାସାମ୍ନି ହେବେ ଶକ୍ତିଶାଳୀ ନେଦରଲ୍ୟାଣ୍ଡ ଓ ଭାରତ । ମେ’ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତା ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଖେଳାଯିବ । କଳିଙ୍ଗ ଷ୍ଟାଡିୟମରେ ଜାନୁଆରୀ ୧୮ ଓ ୧୯ ତାରିଖରେ ଟିମ ଇଣ୍ଡିଆ ଦୁଇଟି ମ୍ୟାଚ ଖେଳିବାକୁ ଥିବାବେଳେ ଫେବ୍ରୁଆରୀ ମାସରେ ୪ଟି ମ୍ୟାଚ ଖେଳିବ ।

ସେହିପରି ଏପ୍ରିଲରେ ୨ଟି ଓ ମେ ମାସରେ ୨ଟି ମ୍ୟାଚ ଖେଳିବ । ଅଲମ୍ପିକ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଏହି ପ୍ରତିଯୋଗିତା ବେଶ ଗୁରୁତ୍ୱ ବହନ କରୁଛି । ଆସନ୍ତାକାଲିର ମ୍ୟାଚରେ ଟିମ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ଭାରତୀୟ ଦଳର ଅଧିନାୟକ ।

ସେପଟେ ବିଶ୍ୱକପରେ ଉପବିଜେତା ହୋଇଥିବା ନେଦରଲ୍ୟାଣ୍ଡର ଖେଳାଳି କଳିଙ୍ଗ ଷ୍ଟାଡିୟମ ସହ ବେଶ ପରିଚିତ । ଏହି ଷ୍ଟାଡିୟମରେ ଆକର୍ଷଣୀୟ ପ୍ରଦର୍ଶନ କରି ବିଶ୍ୱକପ ଉପବିଜେତା ହୋଇଥିଲା ନେଦରଲ୍ୟାଣ୍ଡ । କାଲିର ମ୍ୟାଚ୍ ନିଜ ସପକ୍ଷରେ ଯିବ ବୋଲି ନେଦରଲ୍ୟାଣ୍ଡ ଦଳର ଅଧିନାୟକ କହିଛନ୍ତି ।

ଜାନୁଆରୀ ୨୦ରୁ ‘କୃଷି ଓଡ଼ିଶା ୨୦୨୦’

ଭୁବନେଶ୍ୱର: ଜାନୁଆରୀ ୨୦ରୁ ‘କୃଷି ଓଡ଼ିଶା-2020’ । ଜାନୁଆରୀ ୨୦ରୁ ୨୪ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବ ଏହି ମହୋତ୍ସବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । କୃଷିର ଗୁରୁତ୍ୱ ଏବଂ କୃଷକଙ୍କ  ଅବଦାନକୁ ସ୍ୱୀକୃତି ପ୍ରଦାନ ସହିତ କୃଷିକ୍ଷେତ୍ରରେ ନୂତନ ଜ୍ଞାନକୈାଶଳ ପ୍ରୟୋଗ ପାଇଁ ଲକ୍ଷ୍ୟ ଥିବା କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।

ଚଳିତବର୍ଷ ୨୨୮ଟି ଷ୍ଟଲ ନିର୍ମାଣ କରାଯାଇଛି । ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନର କୃଷି ବିଜ୍ଞାନୀ, ବିଶେଷଜ୍ଞ, କୃଷି ଅଧିକାରୀ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ ଯୋଗଦେବେ । କୃଷି ଓଡ଼ିଶା ମହୋତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାର ସଫଳ ଚାଷୀ, ଯୁବ କୃଷି ଉଦ୍ୟୋଗୀ ଓ ଜିଲ୍ଲା ସ୍ତରରେ ପୁରସ୍କୃତ ଅଗ୍ରଣୀ ଚାଷୀମାନେ ଯୋଗଦେବେ । ଜାନୁୟାରୀ ୨୪ ତାରିଖରେ ଉଦଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ।

କେଜ୍ରିଓ୍ୱାଲଙ୍କ ବିପକ୍ଷରେ ନିର୍ଭୟାଙ୍କ ମା’ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ନିର୍ବଚାନ ଲଢ଼ିବେ ନିର୍ଭୟାଙ୍କ ମା’ ଆଶା ଦେବୀ । କଂଗ୍ରେସରେ ସାମିଲ ହେବେ ଆଉ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍‌ଙ୍କ ବିପକ୍ଷରେ ପ୍ରାର୍ଥୀ ହେବେ । କିଛି ଏଭଳି ଚର୍ଚ୍ଚା ଏବେ ଜାତୀୟ ଗଣମାଧ୍ୟମରେ ।

ମା’ ତୁଝେ ସଲାମ୍ । ଆଶା ଦେବୀ ଆପଣଙ୍କୁ ସ୍ୱାଗତ । ନିର୍ଭୟାର ମା’ଙ୍କ ଉଦ୍ଦେଶ୍ୟରେ କିଛି ଏଭଳି ଟ୍ୱିଟ୍‌ କରିଛନ୍ତି କଂଗ୍ରେସ ନେତା କୀର୍ତ୍ତି ଆଜାଦ । ଆଉ ଏହା ପରେ ଆରମ୍ଭ ହୋଇଛି କଳ୍ପନାଜଳ୍ପନା ।  ତେବେ ଟ୍ୱିଟ୍‌ କରାଯିବର କିଛି ସମୟ ପରେ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ସୁବାଷ ଚୋପ୍ରା କେଜ୍ରିଓ୍ୱାଲଙ୍କ ବିପକ୍ଷରେ ଆଶା ଦେବୀଙ୍କୁ ପ୍ରାର୍ଥୀ କରାଯିବା ନେଇ କୌଣସି ଆଲୋଚନା ହୋଇନଥିବା ସ୍ପଷ୍ଟ କରିଛନ୍ତି ।

ଅପରପକ୍ଷରେ ରାଜନୀତି ପ୍ରତି ମୋର କୌଣସି ଆଗ୍ରହ ନାହିଁ । ଏ ନେଇ କଂଗ୍ରେସର କୌଣସି ନେତା ସହ ଆଲୋଚନା କରିନାହିଁ । ମୁଁ କେବଳ ମୋ ଝିଆ ପାଇଁ ନ୍ୟାୟ ଚାହେଁ ବେଲି କହିଛନ୍ତି ନିର୍ଭୟାଙ୍କ ମା’ ଆଶା ଦେବୀ ।