spot_img
Home Blog Page 7328

କରୋନା ପାଇଁ ଚାରିଆଡ଼େ ଶୂନଶାନ, ଲଢୁଛି ପୁରା ଦେଶ

ଭୁବନେଶ୍ୱର: ସାରା ଦେଶ ଏବେ ଖାଁ ଖାଁ । ନା ଗାଡ଼ି ମଟରର ଶବ୍ଦ ନା ଲୋକଙ୍କ ଗହଳି ଚହଳି  । ସବୁ ଆଜି ସୁନା ସାନ । କାରଣ କରୋନା ଭାଇରସ୍‌ ପାଇଁ ସାରା ଦେଶରେ ଜନତା କର୍ଫ୍ୟୁ ଲାଗୁ ହୋଇଛି । ଯାହାକୁ ନେଇ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ସମସ୍ତେ ଘରେ ରହିବେ । କୌଣସି ଜରୁରୀକାଳୀନ କାର୍ଯ୍ୟ ନଥିବା ଯାଏଁ ଘରୁ ବାହାରିବେ ନାହିଁ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଆହ୍ୱାନକ୍ରମେ ଆଜି ସକାଳ ୭ଟାରୁ ସାରା ଦେଶରେ ‘ଜନତା କର୍ଫ୍ୟୁ’ ଆରମ୍ଭ ହୋଇଛି । ଏହା ରାତି ୯ଟା ପର୍ଯ୍ୟନ୍ତ ଚାଲିବ ।

ସେପଟେ ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲକଡାଉନକୁ ନେଇ କଡ଼ା ନିର୍ଦ୍ଦେଶ ସମ୍ପୂର୍ଣ ରୂପରେ ସଫଳ ହୋଇଛି । ସାରା ରାଜ୍ୟ ଜନତା କର୍ଫ୍ୟୁକୁ ପାଳନ କରୁଥିବା ବେଳେ ଯେଉଁ ଜିଲ୍ଲା ଗୁଡ଼ିକରେ ଲକ୍‌ଡାଉନ ଜାରୀ ହୋଇଛି ସେଠି ମଧ୍ୟ ଏହାକୁ ସମ୍ପୂର୍ଣ ରୂପରେ ପାଳନ କରୁଛନ୍ତି ଲୋକେ ।

ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକୁ ଛାଡ଼ି ଦେଲେ ବାକି ସବୁ ବନ୍ଦ ରହିଛି । ଭୋର୍ ୪ଟାରୁ ଛାଡ଼ିଥିବା ଟ୍ରେନ୍‌ ଗୁଡ଼ିକୁ ଛାଡ଼ି ଦେଲେ ବାକି ସବୁ ଟ୍ରେନ୍ ବାତିଲ ହୋଇଛି। ରାତି ୧୦ଟା ପରେ ଯାଇ ସବୁ ଟ୍ରେନ୍‌ଗୁଡ଼ିକ ଚଳାଚଳ କରିବେ। ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ଫଳରେ ଆଜି ସାରା ରାଜ୍ୟ ଏକ ପ୍ରକାର ଖାଁ ଖାଁ ଲାଗୁଛି।

ଜରୁରୀକାଳୀନ ପରିସ୍ଥିତି ପାଇଁ କମିଶନରେଟ୍‌ ପୋଲିସର ପାସ୍‌ ବ୍ୟବସ୍ଥା

ଲକ୍‌ଡାଉନ ଏବଂ ଜନତା କର୍ଫ୍ୟୁ ରୁ ସ୍ୱାସ୍ଥ୍ୟସେବା ଭଳି ଜରୁରୀ ସେବାକୁ ବାଦ୍ ଦିଆଯାଇଛି । ମ୍ୟୁନିସିପାଲିଟି କର୍ମଚାରୀ ଓ ବିମାନବନ୍ଦର କର୍ମଚାରୀ ମଧ୍ୟ ସେମାନଙ୍କ କାମ କରିବେ। ପୁଲିସ୍, ରେଲୱେ, ହୋମ୍ ଡେଲିଭରୀ ଓ ଗଣମାଧ୍ୟମକୁ ମଧ୍ୟ ଏଥିରୁ ବାଦ୍ ଦିଆଯାଇଛି ।

 

 

 

କରୋନା ଭାଇରସ୍ ପ୍ରଭାବ: ପୁଣି ବିଗ୍ ବସ୍ ୧୩ର ଟେଲିକାଷ୍ଟ !

ମୁମ୍ବାଇ: ବିଗ୍ ବସ୍ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଯେଉଁମାନେ ବିଗ୍ ବସ୍ ସିଜନ୍ ୧୩ ଦେଖି ନାହାଁନ୍ତି କିମ୍ବା କିଛି ଏପିସୋଡ୍ ମିସ୍ କରିଛନ୍ତି, ସେମାନେ ପୁଣି ଏହି ସିଜିନ୍ ଦେଖିପାରିବେ । ରିପୋର୍ଟ ଅନୁସାରେ, ବିଗ୍ ବସ୍ ୧୩ ପୁଣି ଥରେ ଆରମ୍ଭ ହେବ । ସୋସିଆଲ ମିଡିଆରେ କଲର୍ସ ଏହି ବିଷୟରେ ସୂଚନା ଦେଇଛି। କଲର୍ସ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିଗ୍ ବସ୍ ୧୩ର ପ୍ରମୋ ସେୟାର କରିଛନ୍ତି । ପ୍ରମୋରେ ଲେଖାଯାଇଛି ଯେ, ଏହା ବିଗ୍ ବସ୍ ୧୩ର ରିପିଟ୍ ଟେଲିକାଷ୍ଟ  ।

ଏଥିରେ ସିଦ୍ଧାର୍ଥ ଶୁକ୍ଲା, ରଶ୍ମି ଦେଶାଇ, ଆସୀମ ରିଆଜ, ଶେହନାଜ ଗିଲ, ପାରସ ଛାବ୍ରା ଏବଂ ଅନ୍ୟ ପ୍ରତିଯୋଗୀଙ୍କ ଝଗଡା ଦେଖିବାକୁ ମିଳିବ । ଏମାନେ ମାସ ମାସ ଧରି ଦର୍ଶକଙ୍କୁ ଏଣ୍ଟରଟେନ୍ କରିଥିଲେ। ତେବେ ଯିଏ ଶୋ’ ଦେଖିନଥିଲା, ସେ ପୁଣି ଏହାକୁ ଦେଖି ପାରିବ । ବିଗ୍ ବସ୍ ୧୩ର ଏହି ରିପିଟ୍ ଟେଲିକାଷ୍ଟ ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହେବ । ଏହା ରାତି ୧୦୧୦ଟାରେ ପ୍ରସାରଣ ହେବ ।

ବିଗବସ୍ ର ସିଜିନ୍ ୧୩ ଅନେକ ଟିଆରପି ହାସଲ କରିଥିଲା । ଲୋକମାନେ ଏହି ଶୋ’କୁ ଆଜି ମଧ୍ୟ ମିସ୍ କରନ୍ତି । ବିଗ୍ ବସ୍ 13 ଶେଷ ହେବା ପରେ ଶେହନାଜ୍ ଗିଲ୍ ଏବଂ ପାରସ୍ ଛାବ୍ରାଙ୍କ ଶୋ’ ‘ମୁଝସେ ଶାଦୀ କରୋଗେ’ ଆରମ୍ଭ ହୋଇଥିଲା । କରୋନା ପାଇଁ ଏହି ଶୋ’ ମଧ୍ୟ ବନ୍ଦ ହୋଇଛି । ହେଲେ ବହୁ ପ୍ରତିକ୍ଷିତ ବିଗବସ୍ ଶୋ’ ପୁଣି ଥରେ ଦେଖିବାକୁ ମିଳିବ । ତେବେ ଗୋଟେ ସିଜିନ୍ ର ରିପିଟ୍ ଟେଲିକାଷ୍ଟ ପ୍ରଥମ ଥର ହେବାକୁ ଯାଉଛି, ଯାହା ଆଜି ଯାଏଁ କେବେ ହୋଇନଥିଲା ।

https://www.instagram.com/p/B9_FvuJADtV/?utm_source=ig_embed

ଜରୁରୀକାଳୀନ ପରିସ୍ଥିତି ପାଇଁ କମିଶନରେଟ୍‌ ପୋଲିସର ପାସ୍‌ ବ୍ୟବସ୍ଥା

ଭୁବନେଶ୍ୱର: ଜନତା କର୍ଫ୍ୟୁକୁ ଓଡ଼ିଶାବାସୀଙ୍କ ପୂର୍ଣ୍ଣ ସମର୍ଥନ । ବିଭିନ୍ନ ସ୍ଥାନରେ କମିଶନରେଟ୍‌ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରେ ଜନତା କର୍ଫ୍ୟୁକୁ ନେଇ  ୪୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ସହରର ପ୍ରମୁଖ ଛକରେ ସୂରକ୍ଷା ଦୃଷ୍ଟିରୁ ବାରିକେଡ୍‌ ଲଗାଯାଇଛି  । ଯାତାୟାତ କରୁଥିବା ଲୋକଙ୍କୁ ପୋଲିସର ପଚରାଉଚରା । ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ପୋଲିସ୍‌ କମିଶନର , ଡିସିପି, ଏସିପି, ଆଇଆଇସି ବିଭିନ୍ନ ସ୍ଥାନ ବୁଲି ତଦାରଖ କରୁଛନ୍ତି । ଯଦି କେହି ଜରୁରୀକାଳୀନ ସେବା ପାଇଁ ବାହାରୁ ବାହାରି ଛନ୍ତି ସେହି ଲୋକଙ୍କୁ କମିଶନରେଟ୍‌ ପକ୍ଷରୁ ପାସ୍‌ ବ୍ୟବସ୍ଥା । ଯାହା ପାଇଁ ଆଗ ଚେକିଂ ପଏଣ୍ଟରେ କୌଣସି ଅସୁବିଧାର ସମ୍ମୁଖିନ ନହେବେ । ଖାଲି ସେତିକି ନୁହେଁ ସବୁଠାରୁ ବଡ଼ କଥା ହେଉଛି ଜରୁରୀକାଳୀନ ପରିସ୍ଥିତିରେ ନିଜ ପିସିଆର ଭ୍ୟାନ୍‌ରେ ଲୋକଙ୍କୁ ଗନ୍ତବ୍ୟସ୍ଥଳରେ ଛାଡ଼ୁଛି ପୋଲିସ । ସେପଟେ ମେଡିକାଲ ସେବା କର୍ମଚାରୀଙ୍କ ପାଇଁ ଲାଗିଛି ମୋ ବସ୍‌କୁ କାର୍ଯ୍ୟରେ ଲଗାଯାଇଛି ।

ସେହିପରି ଭୁବନେଶ୍ୱର ରେଳ ଷ୍ଟେସନରେ ଜନତା କର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଛି । ଭୋର ୪ଟା ପରେ ଭୁବନେଶ୍ୱର ଓ ପୁରୀରୁ ଯାତ୍ରା ଆରମ୍ଭ କରୁଥିବା ଟ୍ରେନକୁ ରାତି ୧୦ ଯାଏଁ ବାତିଲ କରାଯାଇଛି । ଆଜି ପାଇଁ ପ୍ଲାଟଫର୍ମ ଓ ଜେନେରାଲ ଟିକେଟ୍ କାଉଣ୍ଟର ବନ୍ଦ ରହିଛି । ସଂରକ୍ଷିତ ଟିକେଟ ଦେଖାଇଲେ ହିଁ ଷ୍ଟେସନ ଭିତରକୁ ପ୍ରବେଶ କରିପାରିବେ ଯାତ୍ରୀ । ଗତକାଲିଠୁ ଯେଉଁ ଟ୍ରେନ ବାହାରିଛି ସେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବ । ରେଳବାଇ କର୍ମଚାରୀ ଓ ଅଧିକାରୀଙ୍କ ସମେତ ଆରପିଏଫ ଯବାନ ଲୋକଙ୍କୁ ସଚେତନ କରାଉଛନ୍ତି ।

ଅନେକଙ୍କୁ କରୋନା ବିପଦରେ ପକାଇ…କୋନିକାଙ୍କ ଡାକ୍ତରଙ୍କ ସହ ଅଭଦ୍ରାମି!

ଲକ୍ଷ୍ନୌ: ନିକଟରେ ବଲିଉଡର ପ୍ରସିଦ୍ଧ ଗାୟିକ କନିକା କପୁରଙ୍କୁ କରୋନା ଭାଇରସ୍ ପଜିଟିଭ୍ ବୋଲି ଜଣାପଡିଛି। ସେ ଲକ୍ଷ୍ନୌରେ ଆୟୋଜିତ ଏକ ପାର୍ଟିରେ ସାମିଲ ହୋଇଥିଲେ । ଏହି ସମୟରେ କନିକା ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଲୁଚାଇଥିବା ଅଭିଯୋଗ ହୋଇଛି। ଏବେ ସେ ଲକ୍ଷ୍ନୌରେ ଚିକିତ୍ସିତ ହେଉଛନ୍ତି । ଅନେକ ଲୋକ ତାଙ୍କୁ ବଲିଉଡରେ ସମର୍ଥନ କରୁଥିବାବେଳେ କିଛି ଲୋକ ତାଙ୍କୁ ବହୁତ ଖରାପ ବୋଲି କହିଛନ୍ତି। କନିକାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହି ସମୟରେ, କରୋନା ପଜିଟିଭ୍ କନିକା କପୁରଙ୍କ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । କନିକାଙ୍କୁ ଏବେ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସେହି ଡାକ୍ତରଖାନାର କର୍ମଚାରୀମାନେ ତାଙ୍କ ନଖରା ଯୋଗୁଁ ବିରକ୍ତ ହେଉଛନ୍ତି। ନିଜେ ଡାକ୍ତର ମଧ୍ୟ କନିକାଙ୍କ ଆଚରଣ ବିଷୟରେ କହିଛନ୍ତି। ଲକ୍ଷ୍ନୌରେ କପୁରଙ୍କ ଚିକିତ୍ସା ଚାଲିଛି। ତାଙ୍କ ବ୍ୟବହାର ଯୋଗୁଁ ସମସ୍ତେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଲକ୍ଷ୍ନୌ ସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (SGPGI) ର ନିର୍ଦ୍ଦେଶକ କନିକାଙ୍କୁ ଚିକିତ୍ସାରେ ସହଯୋଗ କରୁନଥିବା ଅଭିଯୋଗ କରିଛନ୍ତି ଅଭିନେତ୍ରୀ।

ନିର୍ଦ୍ଦେଶକଙ୍କ କହିବା ଅନୁସାରେ କନିକାଙ୍କୁ ସମସ୍ତ ଆବଶ୍ୟକୀୟ ତଥା ଭଲ ସୁବିଧା ଯୋଗାଇ ଦିଆଯାଇଛି। ତାଙ୍କର ଅଲଗା ରୁମ୍ , ବାଥରୁମ୍, ଟିଭି ସହିତ ଅନ୍ୟାନ୍ୟ ସୁବିଧା ମଧ୍ୟ ଦିଆଯାଇଛି । ତାଙ୍କୁ ହସ୍ପିଟାଲ କ୍ୟାଣ୍ଟିନରୁ ଅଲଗା ଖାଦ୍ୟ ଦିଆଯାଉଛି  । ଏହା ସତ୍ତ୍ୱେ ସେ ତାଙ୍କର ବ୍ୟବହାର ଖରାପ କରୁଛନ୍ତି । ସେ ରୋଗୀ ଅପେକ୍ଷା ଜଣେ ଷ୍ଟାର ଭଳି ବ୍ୟବହାର କରୁଛନ୍ତି । ଯେଉଁଥିପାଇଁ କର୍ମଚାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ କନିକା ଭୁଲିଯାଉଛନ୍ତି ଯେ, ସେ ହସ୍ଟିପିଟାଲରେ ଅଛନ୍ତି । ଏତେ ନଖରା କଲେ କେହି ସହିବେ ନାହିଁ ।

ଏହାପୂର୍ବରୁ କନିକା କପୁର ମଧ୍ୟ ଡାକ୍ତରଖାନାର ଅଭିଯୋଗ କରିଥିଲେ। ସେ କହିଛନ୍ତି ଯେ ଡାକ୍ତରମାନେ ତାଙ୍କୁ ଧମକ ଦେଉଛନ୍ତି ଯେ ସେ ଏକ ବଡ ଭୁଲ କରିଛନ୍ତି। ସେ ଟେଷ୍ଟ ନକରି ଚାରିଆଡେ ବୁଲିଛନ୍ତି । କନିକାଙ୍କ କହିବା ଅନୁସାରେ ସେ ଏଭଳି କିଛି କରି ନାହଁନ୍ତି। ସେ ଅଭିଯୋଗ କରିଥିଲେ ଯେ, ‘ ସେଠାରେ ଖାଇବା ପିଇବା କିଛି ନାହିଁ, ପାଣି ନାହିଁ। ସେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ରଣବୀର କପୁରଙ୍କ ସହ ବ୍ରେକଅପ୍ ନେଇ କଣ କହିଲେ ଆଲିଆ, ଜାଣନ୍ତୁ…

ମୁମ୍ବାଇ: ବଲିଉଡରେ ଅଧିକାଂଶ ସମୟ ସେଲିବ୍ରିଟିଙ୍କ ରିଲେସନଶିପ ନେଇ ଅନେକ ଚର୍ଚ୍ଚା ହୋଇଥାଏ । ତେବେ ଆଲିୟା ଭଟ୍ଟ ଏବଂ ରଣବୀର କପୁର ଏବେ ସବୁଠୁ ଲୋକପ୍ରିୟ କପଲ୍ସ ଭାବେ ଜଣାଯାଆନ୍ତି । କିଛି ଦିନ ତଳେ ଶୁଣିବାକୁ ମିଳିଥିଲା ଯେ, ଉଭୟ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ । କିନ୍ତୁ ନିକଟରେ ଦୁହିଁଙ୍କ ବ୍ରେକ୍ଅପ୍ ର ଚର୍ଚ୍ଚା ମଧ୍ୟ ଜୋରସୋର ରେ ଶୁଣିବାକୁ ମିଳୁଥିଲା ।  ହେଲେ ଅଭିନେତ୍ରୀ ଆଲିଆ ଭଟ୍ଟ ରଣବୀର କପୁରଙ୍କ ସହ ବ୍ରେକଅପ୍ ଗୁଜବକୁ ନେଇ ମୁହଁ ଖୋଲିଛନ୍ତି। ସେ ସୋସିଆଲ ମିଡିଆ ମାଧ୍ୟମରେ ନିଜ ପ୍ରଶଂସକଙ୍କୁ ଏହି ଖବର ବିଷୟରେ ଜଣାଇଛନ୍ତି। ନିଜର ଏକ ଫଟୋ ସେୟାର କରିଛନ୍ତି ଆଲିୟା । ଏହି ଫଟୋରେ ସେ ବାଲକୋନୀରେ ଠିଆ ହୋଇ ସନ୍ ରାଇଜ୍ ତଥା ସୂର୍ଯ୍ୟଦୋୟ ଦେଖୁଛନ୍ତି  । ଫଟୋରେ ଆଲିୟା କ୍ୟାପସନ୍ ମଧ୍ୟ ଦେଇଛନ୍ତି ।

https://www.instagram.com/p/B99X60mlLED/?utm_source=ig_embed

ଆଲିଆ ତାଙ୍କ କ୍ୟାପସନରେ ଲେଖିଛନ୍ତି ଯେ, “ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ଏବଂ .. ସୂର୍ଯ୍ୟୋଦୟ ଦେଖନ୍ତୁ।” ଆଲିଆ ନିଜ ଫଟୋର କ୍ରେଡିଟ୍ ରଣବୀରଙ୍କୁ ଦେଇଛନ୍ତି ଓ ତାଙ୍କୁ ଅଲ ଟାଇମ୍ ଫେଭରାଇଟ ବୋଲି କହିଛନ୍ତି। ଆଲିଆଙ୍କ ଭଉଣୀ ଶାହିନ୍ ଭଟ୍ଟ ଏହି ଫଟୋରେ କମେଣ୍ଟ ଦେଇଛନ୍ତି । ଏହା ସହ ରଣବୀରଙ୍କ ମାଆ ତଥା ଭେଟେରାନ ଅଭିନେତ୍ରୀ ନୀତୁ କପୁର ଏହି ଚିତ୍ରରେ ଏକ ହାର୍ଟ ଇମୋଜି ପୋଷ୍ଟ କରିଛନ୍ତି। ତେବେ ଆଲିୟାଙ୍କ ଏହି ଫଟୋ ବ୍ୟତୀତ ଫ୍ୟାନ୍ସ ତାଙ୍କ କ୍ୟାପସନ୍ ଦ୍ୱାରା ଆକର୍ଷିତ ହୋଇଛନ୍ତି । ଉଭୟଙ୍କୁ ଏକା ସହ ଦେଖିବାକୁ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି । ଆଲିଆ ଏବଂ ରଣଭୀରଙ୍କୁ ଆଗାମୀ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ରେ ଏକାଠି ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଆୟାନ ମୁଖାର୍ଜୀ ଦେଇଛନ୍ତି । ଏହା ବ୍ୟତୀତ ଆଲିଆଙ୍କୁ ‘ରୋଡ୍ ୨’ ଏବଂ ‘ଗାଙ୍ଗୁବାଇ କାଠିଆୱାଡି’ରେ ମଧ୍ୟ ଦେଖିବାକୁ ମିଳିବ।

ଦେଶରେ କରୋନା ପାଇଁ ଜନତା କର୍ଫ୍ୟୁ ଏବଂ ରାଜ୍ୟରେ ଲକ୍‌ଡାଉନ୍‌ର ପ୍ରଭାବ

ଭୁବନେଶ୍ୱର: ବିଶ୍ୱ ର ୧୮୬ ଟି ଦେଶ କରୋନା ଜୀବାଣୁଙ୍କ ପାଇଁ ଅସୁରକ୍ଷିତ। ଏହି ବିପଜ୍ଜନକ ସଂକ୍ରମଣର ପ୍ରଭାବ ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦେଶର ପରିସ୍ଥିତିକୁ ଖରାପ ହେବାକୁ ଦିଅନ୍ତୁ ନାହିଁ, ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କ କର୍ଫ୍ୟୁ ଲାଗୁ କରିବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ କର୍ଫ୍ୟୁକୁ ମଧ୍ୟ ସମର୍ଥନ ଜଣାଇଛନ୍ତି ।  ଜନସାଧାରଣ କର୍ଫ୍ୟୁ ରବିବାର ସକାଳ ୭ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ହେବ।

ଦିଲ୍ଲୀ, ମୁମ୍ବାଇ, କୋଲକାତା, ନୋଏଡା, ଲକ୍ଷ୍ନୗ, ବାଙ୍ଗାଲୋର, ଓଡ଼ିଶା ସମେତ ଅନ୍ୟାନ୍ୟ ପ୍ରମୁଖ ସହରରେ ମଲ୍ ଏବଂ ପର୍ଯ୍ୟଟନ ସ୍ଥାନଗୁଡିକ ବନ୍ଦ ହୋଇସାରିଛି । ଅନେକ ରାଜ୍ୟରେ ବସ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଏହା ବ୍ୟତୀତ ଅନେକ ବିମାନ ମଧ୍ୟ ବାତିଲ କରାଯାଇଛି।

ସେପଟେ ଜନତା କର୍ଫ୍ୟୁର ପୁରା ପ୍ରଭାବ ପ୍ରଥମରୁ ଓଡିଶା ଉପରେ ଦେଖିବାକୁ ମିଳିଛି । ଲୋକେ ଏହାକୁ ସମ୍ପୁଣ୍ଣ ରୂପରେ ସମର୍ଥନ କରିଛନ୍ତି  । ବିଭିନ୍ନ ଜିଲ୍ଲାରେ ରାସ୍ତା ଘାଟ ଦୋକାନ ବଜାର ସବୁ ବନ୍ଦ ରହିଛି ।

ଆଜି ଲକ୍‌ଡାଉନ୍‌ ହେବ ୪୦ ପ୍ରତିଶତ ଓଡ଼ିଶା। ସଂପୂର୍ଣ୍ଣ ବନ୍ଦ ରହିଛି ୫ଟି ଜିଲ୍ଲା, ଭୁବନେଶ୍ୱର ସମେତ ୮ଟି ସହର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍‌ଡାଉନ୍‌ ଷ୍ଟ୍ର।ଟେଜିକୁ ସଫଳ କରିବା ପାଇଁ ଓଡ଼ିଶାବାସୀଙ୍କୁ ଆହ୍ଵାନ ଦେଇଛନ୍ତି । ଆସନ୍ତା ସପ୍ତାହେ ଅର୍ଥାତ୍‌ ୨୨ ମାର୍ଚ୍ଚ ରବିବାର ସକାଳ ୭ଟାରୁ ୨୯ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକ୍‌ଡାଉନ୍‌ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି। ଏହି ସମୟରେ ଜରୁରୀ ସେବା ଯେମିତି ପ୍ରଭାବିତ ହେବନି, ତା’ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ, କରୋନାକୁ ପୂରାଇ ଦିଅନ୍ତୁନି ଘରେ। ଅତି ଜରୁରୀ ନଥିଲେ ପଦାକୁ ନଆସିବାକୁ ସେ ଅନୁରୋଧ କରିଛନ୍ତି । ଆସନ୍ତା ସପ୍ତାହକୁ ଜିତିଗଲେ, ଏ ଯୁଦ୍ଧକୁ ଜିତି ହେବ ବୋଲି ନବୀନ କହିଛନ୍ତି ।

ସ୍ବାସ୍ଥ୍ୟ ପ୍ରତି ବିପଦ ରହିଛି…ବ୍ୟବସାୟରେ ଲାଭ ଓ ପାରିବାରିକ ଶାନ୍ତି ମିଳିବ

ମେଷ

ଅଶ୍ବିନୀ ମେଷ-କିଛି ଆକସ୍ମିକ ଦୁର୍ଘଟଣା ଆପଣଙ୍କୁ ବିଚଳିତ କରିପାରେ

ଦ୍ବିଜା ମେଷ-ସମୃସ୍ତ କାରେ ସଫଳତା ପାଇବେ

କୃତ୍ତିକା ମେଷ- ସାଂଗଠନିକ କାର୍ଯ୍ୟରେ ଲୋକସଂପର୍କ ବୃଦ୍ଧି ପାଇବ

ନିଜ ମାଙ୍କ ହାତରୁ ଗୋଟେ ଗ୍ଳ।ସ ପାଣି ପିଇ କାର୍ଯ୍ୟ ଆରମ୍ଭ କରନ୍ତୁ

ବୃଷ

କୃତ୍ତିକା ବୃଷ- ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭ ଯ଼ୋଗ ରହିଛି

ରୋହିଣୀ- ଅନେକ ଦିନର ଆଶା ପୂରଣ ହେବ

ମୃଗଶିରା- ସନ୍ତାନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ

ବୁଲା କୁକୁରକୁ କିଛି ଖାଦ୍ୟ ଦାନ କରନ୍ତୁ

ମିଥୁନ

ମୃଗଶିରା ମିଥୁନ-ଆଳସ୍ୟ ପରିତ୍ୟାଗ କରନ୍ତୁ ଶୁଭ ରହିବ

ଆର୍ଦ୍ରା ମିଥୁନ-ଆର୍ଥିକ କ୍ଷେତ୍ରରେ ବଡଧରଣର ପରିବର୍ତ୍ତନ ହେବ

ପୁର୍ନବସୁ-ବିବାଦୀୟ କାର୍ଯ୍ୟରେ ବିଜୟୀ ହେବେ

ଗୌରବର୍ଣ୍ଣ ବ୍ରାହ୍ମଙ୍କ ଆର୍ଶିବାଦ୍‌ ନିଅନ୍ତୁ,କିଛି ଫଳ ମଧ୍ୟ ଦାନ କରନ୍ତୁ

କର୍କଟ

ପୁର୍ନବସୁ-ସବୁ ଦିଗରୁ ଦିନଟି ମଙ୍ଗଳମୟ ରହିବ

ପୁଷ୍ୟା-ନିଜର ସ୍ବାର୍ଥ ତ୍ୟାଗ ଆପଣଙ୍କ ପାଇଁ ଶୁଭଙ୍କର ହେବ

ଅଶ୍ଳେଷା-କିଛି ମହତ୍‌ କାର୍ଯ୍ୟରେ ସମୟ କାଟିବେ

କିଛି ପାନମଧୁରୀ ନିଜ ପାଖରେ ରଖନ୍ତୁ

ସିଂହ

ମଘା ସିଂହ-ପରିବାର ସହିତ ଖୁସିରେ ଦିନଟି କଟିବ, ବ୍ୟବସାୟରେ ଲାଭ ରହିବ

ପୂର୍ବାଫାଲଗୁନି-ସନ୍ତାନମାନଙ୍କ ସଫଳତାକୁ ନେଇ ସୁସମ୍ବାଦ ମିଳିବ

ଉତ୍ତରା ଫାଲ୍‌ଗୁନି-ନିଜର ସ୍ବାସ୍ଥ୍ୟ ପ୍ରତି ବିପଦ ରହିଛି , ସତର୍କ ରୁହନ୍ତୁ

କିଛି ମିଶ୍ରି ଖାଇ ଜଳପାନ କରି କାର୍ଯ୍ୟ ଆରମ୍ଭ କରନ୍ତୁ

କନ୍ୟା

ଉତ୍ତରାଫାଲଗୁନି-କୈାଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ

ହସ୍ତା କନ୍ୟା-ସମୃସ୍ତ କାର୍ଯ୍ୟରେ ସଫଳତାର ସୁଯୋଗ ରହିଛି

ଚିତ୍ରା କନ୍ୟା-ଅନେକ ଦିନର ଆଶା ପୂରଣ ହେବ

କିଛି ଖାଦ୍ୟ ପଦାର୍ଥ ଅସହାୟ ଗରିବ ଲୋକକୁ ଦାନ କରନ୍ତୁ

ତୁଳା

ଚିତ୍ରା ତୁଳା-କୈାଣସି ବିଶ୍ବସ୍ତ ବ୍ୟକ୍ତି ଆପଣଙ୍କୁ ଧୋକା ଦେଇପାରନ୍ତି

ସ୍ବାତୀ ତୁଳା-ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଭାଗରେ ସହାୟକ ହେବ

ବିଶାଖା ତୁଳା-ବିଶେଷ ସୂତ୍ରରୁ ଅର୍ଥ ପ୍ରାପ୍ତର ଯୋଗ ରହିଛି

କୈାଣସି ଗରିବ ବ୍ୟକ୍ତିକୁ ଆଜି କ୍ଷୀର ଦାନ କରନ୍ତୁ

ବିଛା

ବିଶାଖା-ନିଜ ବୁଦ୍ଧିରେ ହିଁ ଆପଣଙ୍କ ଭାଗକୁ ପରିବର୍ତ୍ତନ କରିପାରେ

ଅନୁରାଧା-ଉଧାର ଟଙ୍କା କାହାକୁ ଦିଅନ୍ତୁ ନାହିଁ

ଜ୍ୟେଷ୍ଠା-ଅନେକ ଦିନର ସ୍ବପ୍ନ ପୂରଣ ହେବାର ଯୋଗ ରହିଛି

ମହାଦେବଙ୍କୁ ହଳଦୀ ଅର୍ପଣ କରନ୍ତୁ

ଧନୁ

ମୂଳା-ଆକସ୍ମିକ ଭାବରେ ଅର୍ଥପ୍ରାପ୍ତର ଯୋଗ ରହିଛି

ପୂର୍ବାଷାଢା-ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ

ଉତ୍ତରାଷାଢା-ଗାଡି ଚଳାଇବା ବେଳେ ସତର୍କ ରୁହନ୍ତୁ

ହନୁମାନ ଚାଳିଶା ପାଠ କରି କାର୍ଯ୍ୟ ଆରମ୍ଭ କରନ୍ତୁ

ମକର

ଉତ୍ତରାଷାଢା-କିଛି ଅପ୍ରିତୀକର ପରିସ୍ଥିତିକୁ ସାମ୍ନା କରିବାକୁ ପଡିପାରେ

ଶ୍ରବଣା-କାର୍ଯ୍ୟକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ

ଧନିଷ୍ଠା-ଧାର୍ମିକ କାର୍ଯ୍ୟରେ ସମୟ କାଟିବେ,ଶରୀର ସୁସ୍ଥ ରହିବ

ହନୁମାନ ଭଗବାନଙ୍କୁ ତୁଳସୀ ଅର୍ପଣ କରନ୍ତୁ

କୁମ୍ଭ

ଧନିଷ୍ଠା-ଦୁରଯାତ୍ରା ସ୍ଥଗିତ ରଖନ୍ତୁ, ସମୟ ଭଲ ନାହିଁ

ଶତଭିଷା-ଗୁରୁଜନଙ୍କର କଥାକୁ ମାନି ଚଳିଲେ ଶୁଭଙ୍କର ହେବ

ପୂର୍ବଭାଦ୍ରପଦ-ଆଶା ରଖୁଥିବା ଦିଗରୁ ଅର୍ଥ ମିଳିପାରେ

ମା’ତାରିଣୀଙ୍କ ପାଖକୁ ଗୋଟିଏ ନଡିଆ ପଠାନ୍ତୁ

ମୀନ

ପୂର୍ବଭାଦ୍ରପଦ-ରାଗରେ କୈାଣସି ନିଷ୍ପତ୍ତି ନିଅନ୍ତୁ ନାହିଁ

ଉତ୍ତରଭାଦ୍ର-ନିଜ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ

ରେବତୀ-ବ୍ୟବସାୟରେ ଲାଭ ଓ ପାରିବାରିକ ଶାନ୍ତି ପାଇବେ

କୈାଣସି ବ୍ୟକ୍ତିଙ୍କୁ କିଛି ଜଳ ଦାନ କରନ୍ତୁ

ଜ୍ୟୋତିର୍ବିଦ ଶ୍ୟାମ ସୁନ୍ଦର ବାଗ୍‌

 

୩୬୫ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

୩୬୫ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ଏହି ଡାକ୍ତରମାନେ । ସେମାନଙ୍କୁ ମାସକ ମଧ୍ୟରେ ନୂଆ ଚାକିରିରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଆସିଷ୍ଟାଣ୍ଟ ସର୍ଜନ ପାହ୍ୟାର ମୋଟ ୩୬୫ ଜଣ ଡାକ୍ତରଙ୍କୁ ଆଜି ବିଭିନ୍ନ ଡାକ୍ତରଖାନାରେ ନିଯୁକ୍ତି ଦିଆଯାଇଛି । ଏହି ଡାକ୍ତରମାନଙ୍କୁ ନିଯୁକ୍ତି ଦେବା ଲାଗି ଲୋକସେବା ଆୟୋଗ ଗତ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କୁ ସୁପାରିସ୍‌ କରିଥିଲେ  । ଏହି ଡାକ୍ତରମାନେ ଆସନ୍ତା ୩୦ ଦିନ ମଧ୍ୟରେ ନୂଆ ଚାକିରି ସ୍ଥାନରେ ଯୋଗ ଦେବା ପୂର୍ବରୁ କର୍ତ୍ତୃପକ୍ଷଙ୍କ ନିକଟରେ ସାର୍ଟିଫିକେଟ୍ ଯାଞ୍ଚ କାର୍ଯ୍ୟ ସମ୍ପାଦକ କରିବେ । ରାଜ୍ୟରେ କରୋନା ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଥିବାବେଳେ ଏହି ନୂଆ ଡାକ୍ତରମାନଙ୍କ ଯୋଗଦାନ ରାଜ୍ୟ ସ୍ୱାସ୍ଥ୍ୟସେବାରେ ଅଧିକ ସହାୟକ ହେବ ବୋଲି କୁହାଯାଉଛି ।

କରୋନା ସମ୍ପର୍କିତ ଗୁଜବ ରୋକିବାକୁ ଉଦ୍ୟମ: ହ୍ୱାଟ୍ସଆପ୍‌ରେ ସଠିକ୍‌ ସୂଚନା ଦେବେ ସରକାର

କରୋନା ନେଇ ବଢୁଛି ଚିନ୍ତା । ସୋସିଆଲ ମିଡିଆରେ ଗୁଜବ ରୋକିବାକୁ ସରକାରଙ୍କ ଉଦ୍ୟମ ଜାରି ରହିଛି । ଗୁଜବ ରୋକିବା ସହିତ ସଠିକ୍‌ ସୂଚନା ପାଇଁ  ହ୍ଵାଟ୍ସଆପ୍‌ ସହିତ ମିଳିତ ଭାବେ ନମ୍ବର ଜାରି କରିଛନ୍ତି କେନ୍ଦ୍ର ସରକାର । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଲୋକଙ୍କ ମନରେ ଭୟ ବଢିବାରେ ଲାଗିଛି । ତେବେ ହ୍ଵାଟ୍ସଆପରେ ଅଧିକ ଗୁଜବ ବ୍ୟାପୁଥିବା ଯୋଗୁଁ ଏଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି । ହ୍ଵାଟ୍ସଆପ ସହ ମିଳିତ ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନମ୍ବର ଜାରି କରାଯାଇଛି । ଏହି ନମ୍ବରକୁ ଫୋନରେ ଅପଲେଡ କଲା ପରେ କରୋନା ସମ୍ପର୍କୀତ ସଠିକ୍‌ ଖବର ମିଳିପାରିବ । ଏନେଇ ଟ୍ୱିଟ୍ କରି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । +919013151515 ନମ୍ବରରେ ମେସେଜ ପଠାଇଲେ କରୋନା ସମ୍ପର୍କୀତ ସଠିକ୍‌ ଖବର ମିଳିପାରିବ । ତା ସହିତ ଟୁଇଟର କୋଭିଡ-19ନାଁରେ ଏକ ସ୍ୱତନ୍ତ୍ର ପେଜ୍‌ ଲଞ୍ଚ କରିଛି । ଏହି ପେଜ୍‌ ଜରିଆରେ କରୋନା ଭାଇରସ୍‌ ନେଇ ସଠିକ୍‌ ସୂଚନା ମିଳିପାରିବ । କରୋନା ମୁ୍କାବିଲା ପାଇଁ ସତର୍କ ରହିବାକୁ ଆହ୍ଵାନ କରିଛନ୍ତି ମୋଦି । କୈାଣସି ଗୁଜବକୁ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛନ୍ତି । ଏହା ସହ ଅନାବଶ୍ୟକ ଯାତ୍ରା ଉପରେ ମଧ୍ୟ ରୋକ୍‌ ଲଗାଇଛନ୍ତି । ବାହାରକୁ ଯାତ୍ରା ବନ୍ଦ ରଖିବା ସହିତ ଘରେ ନିରାପଦରେ ରହିବାକୁ କହିଛନ୍ତି ମୋଦି ।

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା: ପଢ଼ନ୍ତୁ କେଉଁ ଜିଲ୍ଲାରେ ସାମିଲ ହୋଇଛନ୍ତି କେତେ ହିତାଧିକାରୀ

ଭୁବନେଶ୍ୱର: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନୂଆ ହିତାଧିକାରୀ ସାମିଲ । ମୋଟ ୫ ଲକ୍ଷ ହିତାଧିକାରୀ ସାମିଲ କରିଛନ୍ତି ରାଜ୍ୟ ସରକାର । ଏହି ହିତାଧିକାରୀମାନେ ୧ଟଙ୍କା କିଲୋ ଦରରେ ମାସିକ ମୁଣ୍ଡପିଛା ୫କିଲୋ ଚାଉଳ ପାଇବେ। ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି କମିଶନର ବିକ୍ରମ ଯାଦବ ।  ଅନୁଗୁଳ ୭ ହଜାର ୩୬୦, ବାଲେଶ୍ୱର ୩୧,୭୯୭, ଭଦ୍ରକ ୧୧ ହଜାର ୬୦୯, ବଲାଙ୍ଗୀର ୩୫,୭୯୪, ବୌଦ୍ଧ ୩ ହଜାର, କଟକ ୧୨ହଜାର ୭୦୭, ଢେଙ୍କାନାଳ ୨୨ ହଜାର ୩୧୩ , ଦେବଗଡ଼ ୬ହଜାର, ଗଜପତି ୯ହଜାର ୮୬୮, ଗଞ୍ଜାମ ୭୧ ହଜାର, ଜଗତସିଂହପୁର ୯ ହଜାର ୦୪୨, ଯାଜପୁର ୩୭ ହଜାର, ଝାରସୁଗୁଡ଼ା ୫ ହଜାର ୮୧୨, କଳାହାଣ୍ଡି ୧୨ ହଜାର, କନ୍ଧମାଳ ୬ ହଜାର , କେନ୍ଦ୍ରାଡ଼ା ୩୭ ହଜାର ୫୩୫, କେନ୍ଦୁଝର ୨୩ ହଜାର ୨୬୫, ଖୋର୍ଦ୍ଧା ୯ ହଜାର ୮୧, କୋରାପୁଟ ୧୫ ହଜାର, ମାଲକାନଗିରି ୬ହଜାର ୩୦୮, ମୟୂରଭଞ୍ଜ ୧୩ ହଜାର, ନବରଙ୍ଗପୁର ୭ ହଜାର, ନୟାଗଡ଼ ୯ ହଜାର ୮୮୨, ନୂଆପଡ଼ା ୬ ହଜାର, ପୁରୀ ୩୭ ହଜାର, ରାୟଗଡ଼ା ୯ ହଜାର, ସମ୍ୱଲପୁର ୬ ହଜାର ୧୫୮, ସୋନପୁର ୧୧ ହଜାର ୭୬୮, ସୁନ୍ଦରଗଡ଼ ୧୯ ହଜାର ୮୮୦ ଜଣଙ୍କ ହିତାଧିକାରୀଙ୍କୁ ସାମିଲ କରାଯାଇଛି ।