spot_img
Home Blog Page 7340

କରୋନା ପାଇଁ ପ୍ରତ୍ୟେକ କର୍ମଚାରୀଙ୍କୁ ୭୪୦୦୦ ବୋନସ ଦେଉଛି ଏହି କମ୍ପାନୀ…

କରୋନା ଜୀବାଣୁ ସଙ୍କଟ ମଧ୍ୟରେ ଅନେକ କମ୍ପାନୀ ନିଜ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଫେସବୁକ କହିଛି ଯେ ସେ ନିଜର ସମସ୍ତ କର୍ମଚାରୀଙ୍କୁ ଘରୁ କାମ କରି ସାହାଯ୍ୟ କରିଥିବାରୁ ୭୪୦୦୦ ଟଙ୍କା ବୋନସ ଦେବ। ରିପୋର୍ଟ ଅନୁସାରେ ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ ଏହି ବିଷୟରେ ଘୋଷଣା କରିଛନ୍ତି। ଫେସବୁକରେ ପ୍ରାୟତଃ ୪୫୦୦୦ ଫୁଲ୍ ଟାଇମ୍ କର୍ମଚାରୀ ଅଛନ୍ତି। କିନ୍ତୁ ଏହା ବ୍ୟତୀତ ଅନେକ ଲୋକେ କଣ୍ଟ୍ରାକଚୁଆଲ ବେସିସ୍ ରେ ମଧ୍ୟ କାମ କରନ୍ତି । ତେବେ ସେମାନେ ଏହି ବୋନସ ପାଇବେ କି ନାହିଁ ତାହା ଜଣା ନାହିଁ । ହେଲେ ସମସ୍ତ ଫୁଲ୍ ଟାଇମ୍ କର୍ମଚାରୀଙ୍କୁ କମ୍ପାନୀ ଏହି ବୋନସ୍ ଦେବ ।

କରୋନା ଜୀବାଣୁ ଦ୍ୱାରା ପ୍ରଭାବିତ ବ୍ୟବସାୟଙ୍କୁ ଫେସବୁକ ୭୩୯ କୋଟି ଟଙ୍କା ଦେବ ବୋଲି ଘୋଷଣା କରିଛି। କରୋନା ଜୀବାଣୁ ଯୋଗୁଁ ଫେସବୁକ ପ୍ରଭାବିତ ହୋଇଛି। କମ୍ପାନୀ ସେୟାରରେ ୨୮ ପ୍ରତିଶତ ହ୍ରାସ ଘଟିଛି। ମାର୍ଚ୍ଚ ଆରମ୍ଭରୁ ଫେସବୁକ ନିଜ କର୍ମଚାରୀଙ୍କୁ ଘରୁ କାମ କରିବାକୁ କହିବା ଆରମ୍ଭ କରିଥିଲା। ନିକଟରେ ଫେସବୁକ୍ ମେଡିକାଲ୍ ଫେସ୍ ମାସ୍କ  ବିଜ୍ଞାପନ ଉପରେ ପ୍ରତିବନ୍ଧକ ମଧ୍ୟ ଲଗାଇଥିଲା। ତେବେ ଫେସବୁକ୍ ର ଏହି ନିଷ୍ପତ୍ତି ପରେ କମ୍ପାନୀର କର୍ମଚାରୀ ବେଶ ଖୁସି ହୋଇଛନ୍ତି ।

ଦୀପିକା ପାଦୁକୋନ ଗ୍ରହଣ କଲେ  #SafeHandsChallenge, ବିରାଟଙ୍କୁ କଲେ ଟ୍ୟାଗ୍‌

କରୋନା ପାଇଁ ଏବେ ସାରା ବିଶ୍ୱ ସତର୍କ  । ସବୁ ସ୍ଥାନରେ କରୋନାଠୁ ଦୁରେଇ ରହିବା ପାଇଁ ନିଆଯାଉଛି କଡ଼ା ପଦକ୍ଷେପ । କାରଣ କରୋନା ଭାଇରସ୍‌ରେ ଏପର୍ଯ୍ୟନ୍ତ ୧ଲକ୍ଷ ୭୯ ହଜାର ୧୧୨ ଜଣ ସଂକ୍ରମିତ ହୋଇସାରିନ୍ତି । ସେଥିମଧ୍ୟରୁ ୭ହଜାର ୪୨୬ ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁଥିପାଇଁ ସାରା ବିଶ୍ୱରେ ଏକ ପ୍ରକାରର ଭୟର ବାତାବରଣ ସୃଷ୍ଟି ହୋଇଛି ।

https://www.instagram.com/p/B92WtavHbr0/?utm_source=ig_embed&utm_campaign=embed_video_watch_again

ନିକଟରେ ଏହି କରୋନାଭାଇରସ୍‌ ସତର୍କତା ପାଇଁ  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ #SafeHandsChallenge ଆରମ୍ଭ କରିଥିଲେ ।

ଯେଉଁ ଚ୍ୟାଲେଞ୍ଚକୁ ଭାରତର ବଡ଼ ବଡ଼ ଖେଳାଳୀ ଏବଂ ଫିଲ୍ମି କଳାକାର ମାନେ ଗ୍ରହଣ କରିଛନ୍ତି । ଦୀପିକା ପାଦୁକୋନ୍ ପ୍ରଥମ ଭାରତୀୟ ସେଲିବ୍ରିଟି ହୋଇଥିଲେ ଯିଏକି ଏହି ଚ୍ୟାଲେଞ୍ଜକୁ ଆକ୍ସେପ୍ଟ କରିଥିଲେ । ଏହିପରେ ବିରାଟ କୋହଲି, ରୋଜର ଫେଡ଼େରର ଏବଂ କ୍ରିଷ୍ଟାନ ରୋନାଲ୍ଡୋଙ୍କୁ ଟ୍ୟାଗ୍ କରିଛନ୍ତି ଦୀପିକା ପାଦୁକୋନ ।

ସେପଟେ ସଚିନ ତେନ୍ଦୁଲକର, ଅନୁଷ୍କା ଶର୍ମା, ଭାଟସାଲ ସେଥ, ସଚିନ ତେନ୍ଦୁଲକର, ମାରିଆ ସାରାପୋଭା, ହିମା ଦାସ ଏବଂ ପିଭି ସିନ୍ଧୁଙ୍କ ପରି ସେଲିବ୍ରିଟିମାନେ #SafeHandsChallenge ଅଂଶଗ୍ରହଣ କରିଛନ୍ତି ।

କରୋନା ରୋକିବାକୁ ପଦକ୍ଷେପ: ମା’ ବିରଜାଙ୍କ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ଯାଜପୁର: ଆଜିଠାରୁ ଏପ୍ରିଲ ୧୫ ଯାଏଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ମନ୍ଦିର ସେବା ପୂଜାରେ କୌଣସି ପରିବର୍ତ୍ତନ ହେବନାହିଁ। ଯେଉଁ ସେବାୟତଙ୍କ ପାଳିଥିବ ସେହି ଦିନ ସେମାନେ ମନ୍ଦିରକୁ ଆସିବେ। କୌଣସି ଯାତ୍ରୀ କିମ୍ବା ଭକ୍ତମାନଙ୍କ ପାଇଁ ମନ୍ଦିର ବନ୍ଦ ରହିଲା। ଆଜି ମନ୍ଦିର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ମନ୍ଦିର ସେବାୟତଙ୍କ ସହ ଆଲୋଚନା କରି ଏପରି ଘୋଷଣା କରିଛନ୍ତି।

ସେହିପରି ଜିଲ୍ଲାରେ ୧୪୪ ଧାରାକୁ କୋହଳ କରାଯାଇଛି। ଜିଲ୍ଲାରେ ୨୧ ତାରିଖରେ ହେବାକୁ ଥିବା ବାରୁଣୀ ମେଳା ଓ ବୁଡ଼ ସ୍ଥାନ ଏବଂ ଏହାର ପାଖାପାଖି ଅଂଚଳରେ ୧୪୪ ବଳବତ୍ତର ରହିଛି। ତେଣୁ କୌଣସି ପର୍ଯ୍ୟଟକ କିମ୍ବା ଯାତ୍ରୀ ମା’ ବିରଜା ମନ୍ଦିରକୁ ନ ଆସିବାକୁ ନିର୍ଦେଶ ଦିଆଯିବା ସହ ବାରୁଣୀ ବୁଡକୁ ନ ଆସିବାକୁ ଅନୁରୋଧ କରାଯାଇଛି।

ପଦହରାଇଲେ ଦାରିଙ୍ଗବାଡ଼ି ବ୍ଲକ୍ ଅଧ୍ୟକ୍ଷା

ଦାରିଙ୍ଗବାଡ଼ି: ପଦବୀ ହରାଇଲେ ଦାରିଙ୍ଗିବାଡ଼ି ବ୍ଲକ୍ ଅଧ୍ୟକ୍ଷା ସୁବେନ୍ତି ପ୍ରଧାନ । ୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ପୂର୍ବତନ ଜି.ଉଦୟଗିରି ବିଧାୟକ ଜାକବ ପ୍ରଧାନଙ୍କ ଧର୍ମପତ୍ନୀ ସୁବେନ୍ତି ପ୍ରଧାନ ବିଜୟୀ ହୋଇ ଦାରିଙ୍ଗିବାଡ଼ି ବ୍ଲକ୍ ଅଧ୍ୟକ୍ଷା ହୋଇଥିଲେ । ହେଲେ ବିପକ୍ଷରେ ଲଢ଼ୁଥିବା ପ୍ରାର୍ଥୀ ରୁଦ୍ଦା ମଲ୍ଲିକ ଅଧ୍ୟକ୍ଷାଙ୍କ ବିରୋଧରେ ୨ରୁ ଅଧିକ ସନ୍ତାନ ଥାଇ କିଭଳି ଅଧ୍ୟକ୍ଷା ହେଲେ ସେନେଇ ଅଭିଯୋଗ କରିଥିଲେ । ଏନେଇ ଉଚ୍ଚ ନ୍ୟାୟାଳୟରେ ଚାଲିଥିଲା ମାମଲା । ମାନ୍ୟବର ହାଇକୋର୍ଟ ମାମଲାର ବିଚାରକରି ଅଧ୍ୟକ୍ଷା ସୁବେନ୍ତି ପ୍ରଧାନଙ୍କୁ ପଦଚ୍ୟୁତ କରିଛନ୍ତି ।