spot_img
Home Blog Page 7342

ଅସ୍ତରଙ୍ଗ ବେଳାଭୂମିରେ ଅଜବ ବାକ୍ସ, ନାବିକଙ୍କ ପାଇଁ ବିପଦର ବନ୍ଧୁ

କୋଣାର୍କ: କୈାତୁହଳର ଲହଡ଼ିରେ ଭାସି ଆସୁଛି କଳଙ୍ଗୀ ଲଗା ବାକ୍ସ। ଯେତେ ପାଖକୁ ଆସୁଛି ସେତେ ଆତଙ୍କ ତିଆରି କରୁଛି। ଅସ୍ତରଙ୍ଗ ବେଳାଭୂମିରେ ହୁରି ପଡିଛି । କିଏ ଡରୁଛି, କିଏ ଡାକ ପାରୁଛି । ଡଙ୍ଗା ଓ ଜାହଜକୁ ଦେଖି ଦେଖି ବଡ଼ ହୋଇଥିବା ମତ୍ସ୍ୟଜୀବୀଙ୍କୁ ବି ନୂଆ ନୂଆ ଲାଗୁଛି ଏହି ଅପରିଚିତ ବାକ୍ସ । ଶେଷରେ ପୋଲିସ୍‌ ପହଞ୍ଚି ପରିଚୟ ଓ ଠିକଣା ଖୋଜିଛି । ବିସ୍ମୟ ସୃଷ୍ଟି କରିଥିବା ଏ ବାକ୍ସ ହେଉଛି ସମୁଦ୍ରପଥରେ ବିପଦର ବନ୍ଧୁ ।

ଇଂରାଜୀ ଏହାକୁ କହନ୍ତି ସି ମାର୍କର୍‌ । ସ୍ଥାନୀୟ ଭାଷାରେ ଏହାକୁ ବଇଁଆ ବୋଲି ମଧ୍ୟ ଡକା ଯାଏ । ସାଧାରଣତଃ ବନ୍ଦର ନିକଟସ୍ଥ ସମୁଦ୍ର ଭିତରେ ଏହାକୁ ଲଙ୍ଗର୍‌ ପକାଇ ସ୍ଥାପନ କରାଯାଇଥାଏ । ଉପରେ ଲାଗିଥାଏ ସୋଲାର୍‌ ଲାଇଟ୍‌ । ଯାହା ସମୁଦ୍ରରେ ଯାତାୟତ କରୁଥିବା ଜାହାଜଙ୍କୁ ଦେଖାଇ ଥାଏ ରାସ୍ତା । କେଉଁଠି ଢିପ ଅଛି, କେଉଁ ପଥରେ ବିପଦ ଅଛି, ଏସବୁର ସୂଚନା ପାଇଥାଏ ନାବିକ ।

ଏହାକୁ ଏମିତି ତିଆରି କରାଯାଇଥାଏ, ଯେ ଏହା ସବୁବେଳେ ସମୁଦ୍ରରେ ଭାସୁଥାଏ । ଗଭୀର ସମୁଦ୍ରରେ ଲଙ୍ଗର ପକାଇ ଏହାକୁ ରଖା ଯାଇଥାଏ । ଆଶଙ୍କା କରାଯାଉଛି, ଗତ ବାତ୍ୟା ସମୟରେ ଏହା ପାରାଦୀପ ବନ୍ଦର ନିକଟରୁ ଖସି ଆସିଛି। ଏବଂ ବିଭିନ୍ନ ଆଡ଼କୁ ଗତି କରିବା ପରେ ଭାସି ଭାସି ଆସି ଲାଗିଛି ପୁରୀ ଜିଲ୍ଲା ଅସ୍ତରଙ୍ଗର ତଣ୍ଡାହାର  ସମୁଦ୍ରକୂଳରେ।

ଛାତ୍ରଛାତ୍ରୀ ମାନଙ୍କୁ ଆଶାତିତ ଫଳ ମିଳିବ….ପାରିବାରିକ ସୁଖ ପ୍ରାପ୍ତ ଯୋଗ ରହିଛି

ମେଷ ରାଶି –
ଅଶ୍ୱିନୀ ନକ୍ଷତ୍ର –
– ମନୋବଳ ଦୃଢ ରହିବ, ସମସ୍ତ କ୍ଷେତ୍ରରେ ଶୁଭ ପ୍ରଭାବ ଅନୁଭୁତ ହେବ॥

ଦ୍ୱିଜା ନକ୍ଷତ୍ର –
– ମାନସମ୍ମାନ, ଅର୍ଥ, ଲୋକପ୍ରୟତା ଏବଂ ପାରିବାରିକ ସୁଖ ପ୍ରାପ୍ତ ଯୋଗ ରହିଛି ॥

କୃତ୍ତିକା ନକ୍ଷତ୍ର –
– ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଏବଂ ବିରୋଧର ସାମନା କରିବେ, ଅର୍ଥଚିନ୍ତା ରହିବ॥

– ଶୁଭ ରଙ୍ଗ – ଲାଲ
– ଲବଙ୍ଗଟିଏ ପାଖରେ ରଖିଲେ ଶୁଭତ୍ୱ ଅନୁଭୁତ ହେବ॥

ବୃଷ ରାଶି –
କୃତ୍ତିକା ନକ୍ଷତ୍ର –
– ମନମୁତାବକ ଅର୍ଥପ୍ରାପ୍ତି, ସରକାରି ସହାୟତା କିମ୍ବା ଯୋଜନାରେ ସଫଳ, ରାଜନିତିରେ ଲୋକସଂପର୍କ ବଢିବ ॥

ରୋହିଣି ନକ୍ଷତ୍ର –
ଭବିଷ୍ୟତର ଯୋଜନାରେ ସଫଳ ହେବେ, ମାତୄପିତୃ କୃପାରୁ ମନ ଆନନ୍ଦ ରହିବ॥

ମୃଗଶିରା ନକ୍ଷତ୍ର –
– ପେଟଜନିତ ଅସୁବିଧା, ଶୁଭକାର୍ଯ୍ୟରେ ବ୍ୟୟ, ଯାନବାହାନ, ଭୂସମ୍ପତ୍ତି ଓ ସମ୍ମାନ ଲାଭର ସୂଚନା॥
– ଶୁଭ ରଙ୍ଗ – ଧଳା
– ବୃଷଭଙ୍କୁ ଖାଇବାକୁ ଦିଅନ୍ତୁ ॥

ମିଥିନ ରାଶି –
ମୃଗଶିରା ନକ୍ଷତ୍ର –
– ଭୂସମ୍ପତ୍ତି ଓ ନିଜର ସ୍ୱାସ୍ଥ୍ୟ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବେ, ନିଷ୍ପତି ନେବା ପୂର୍ବରୁ ଗୁରୁଜନଙ୍କ ସହିତ ଆଲୋଚନା କରନ୍ତୁ ॥

ଆଦ୍ରା ନକ୍ଷତ୍ର –
– ଉତ୍ସାହ ଉଦ୍ଦିପନା ବୃଦ୍ଧି, ପ୍ରତି ଉଦ୍ୟମ ସିଦ୍ଧି ହେବ, କର୍ମକ୍ଷେତ୍ରରେ ସାଫଲ୍ୟ ॥

ପୂନର୍ବସୁ ନକ୍ଷତ୍ର –
– ମାନସମ୍ମାନ ଲାଭ, ଆର୍ଥିକ ସଫଳତା ଓ ଉତ୍ତରାଧିକାରୀ ସୁତ୍ରେ ସମ୍ପତ୍ତି ଲାଭର ସୂଚନା॥

– ଶୁଭ ରଙ୍ଗ – ସବୁଜ
– ଓଁ ନମଃ ଶିବାୟ ଜପକରି କ୍ଷିର ସହିତ ଗୁଡ ମିଶାଇ ଅଶ୍ୱତ୍ଥ ମୂଳରେ ଦିଅନ୍ତୁ॥

କର୍କଟ ରାଶି –
ପୂନର୍ବସୁ ନକ୍ଷତ୍ର –
– ଶୁଭକାର୍ଯ୍ୟରେ ଯୋଗଦାନ ଓ ଅର୍ଥବ୍ୟୟର ସୁଚନା ସହିତ ସନ୍ତାନ ବର୍ଗରେ ଉର୍ଣ୍ଣତି॥

ପୂଷ୍ୟା ନକ୍ଷତ୍ର –
– କର୍ମକ୍ଷେତ୍ରରେ କର୍ମଚାପ, ନ୍ୟାୟପ୍ରାପ୍ତିରେ ବିଳମ୍ବ ଓ କିଛି ଭୁଲବୁଝାମଣାର ସୁଚନା॥

ଅଶ୍ଲେଷା ନକ୍ଷତ୍ର –
– ବନ୍ଧୁବର୍ଗରେ ସାହାଯ୍ୟ,ଲଟେରି, ବୀମାଧନ କିମ୍ବା ଉତ୍ତରାଧିକାରୀ ସୂତ୍ରେ ଧନଲାଭ ॥

– ଶୁଭ ରଙ୍ଗ – ନିଳ
– ମା ପାର୍ବତିଙ୍କୁ ଦର୍ଶନ ଓ ଦୁର୍ଗାଚାଳିଷା ପାଠ॥

ସିଂହ ରାଶି –
ମଘା ନକ୍ଷତ୍ର –
– ଗୃହରେ ଶୁଭ କର୍ମ ହେବ, ଶତୃଜୟ, ମାନସିକ ଶାନ୍ତି ଏବଂ ସ୍ୱାସ୍ଥ୍ୟ ଭଲ ରହିବ ॥

ପୂର୍ବାଫାଲଗୁନି ନକ୍ଷତ୍ର –
– ପାରିବାରିକ ଜୀବନରେ ନିରବ ରୁହନ୍ତୁ, ବୃଥା ବିଶୃଙ୍ଖଳା ହୋଇପାରେ ସବୁକ୍ଷେତ୍ରରେ ନିରବ ରୁହନ୍ତୁ॥

ଉତ୍ତରାଫାଲଗୁନୀ ନକ୍ଷତ୍ର –
– ଆଇନି ଅଦାଲତର ସାହାର୍ଯ୍ୟ ନେବାକୁ ପଡିପାରେ, କର୍ମଚାପ ରହିବ ॥

– ଶୁଭ ରଙ୍ଗ – ଇଷତ୍ ଲାଲ
– ଆଦିତ୍ୟହୃଦୟ ସ୍ତ୍ରୋତ୍ର ପାଠ କରନ୍ତୁ॥

କନ୍ୟା ରାଶି –
ଉତ୍ତରାଫାଲଗୁନୀ ନକ୍ଷତ୍ର –
– ପ୍ରତ୍ୟେକ କାର୍ଯ୍ୟରେ ଜୟଲାଭ ମିଳିବ, ବ୍ୟବସାୟ ବାଣିଜ୍ୟ ତଥା ଚାକିରି ଓ ପାରିବାରିକ ପରିବେଷ ଭଲ ରହିବ॥

ହସ୍ତା ନକ୍ଷତ୍ର –
– ପାରିବାରିକ ସୌଖ୍ୟ ପ୍ରାପ୍ତି, ବ୍ୟବସାୟରେ ଉର୍ଣ୍ଣତି, ବନ୍ଧୁମିଳନ ଓ ଜନସମ୍ପର୍କ ବୃଦ୍ଧି ॥

ଚିତ୍ରା ନକ୍ଷତ୍ର –
– ମନୋବଳ ସକାରାତ୍ମକ ରହିବ ତେଣୁ ସମସ୍ତ କ୍ଷେତ୍ରରେ ଶୁଭ ପ୍ରଭାବ ଅନୁଭୁତ ହେବ॥

– ଶୁଭ ରଙ୍ଗ – ଲାଲ
– ସ୍ନାନସାରି ଗାୟତ୍ରୀ ମନ୍ତ୍ର ୨୭ଥର ଜପ କରନ୍ତୁ ॥

ତୁଳା ରାଶି –
ଚିତ୍ରା ନକ୍ଷତ୍ର –
– ସନ୍ତାନ ମାନଙ୍କ ଦୃଷ୍ଟିରୁ, ଲୋକ ସମ୍ପର୍କ ଏବଂ ଆର୍ଥିକ ପରିସ୍ଥିତି ଭଲ ରହିବ॥

ସ୍ୱାତୀ ନକ୍ଷତ୍ର –
– ମନ ଦୃଢ ରହିବ ଫଳରେ ସମସ୍ତ ଅଶୁଭତ୍ବ ସତ୍ୱେ ମାନସିକ ଶାନ୍ତି ବଜାୟ ରହିବ ॥

ବିଶାଖା ନକ୍ଷତ୍ର –
– ଭ୍ରମଣ କଷ୍ଟ, ଶରୀରପିଡା ମାତ୍ର ଆଥିକ ସ୍ୱଛଳତା ସହିତ ଯୌଥ ବ୍ୟବସାୟରେ ଉର୍ଣ୍ଣତି ॥
– ଶୁଭ ରଙ୍ଗ – ସବୁଜ
– ମଥାରେ ଲାଲଚନ୍ଦନର ଟିକା ଲଗାନ୍ତୁ ॥

ବିଛା ରାଶି –
ବିଶାଖା ନକ୍ଷତ୍ର –
– ପୈତୃକ ସମ୍ପତ୍ତି ପ୍ରାପ୍ତ ସୁଚନା, ଆଥିକ ବିକାଶ ସହିତ କର୍ମକ୍ଷେତ୍ରରେ ଶୁଭ ସୂଚନା ॥

ଅନୁରାଧା ନକ୍ଷତ୍ର –
– କର୍ମକ୍ଷେତ୍ରରେ କର୍ମଚାପ, ଭାତୃବର୍ଗରେ ମତାନ୍ତର ସହିତ ମାନସିକ ଚାପ ରହିବ ॥

ଜ୍ୟେଷ୍ଠା ନକ୍ଷତ୍ର –
– ପାରିବାରିକ ସହଯୋଗରେ ସମସ୍ତ ଯୋଜନାରେ ସଫଳ ହେବେ, ଆର୍ଥିକ ଉର୍ଣ୍ଣତି ପରିଲିକ୍ଷିତ ହେବ ॥

– ଶୁଭ ରଙ୍ଗ – ଇଷତ୍ ନିଳ
– ନାଗଚମ୍ପା ଫୁଲ ଭଗବାନ ଶିବଙ୍କୁ ଚଢାନ୍ତୁ ॥

ଧନୁ ରାଶି –
ମୂଳା ନକ୍ଷତ୍ର –
– କୌଣସି ପ୍ରକାରରେ ସମ୍ମାନିତ ହେବେ, ଛାତ୍ରଛାତ୍ରୀ ମାନଙ୍କର ଆଶାତିତ ଫଳ ମିଳିବ, ବ୍ୟବସାୟରେ ଲାଭ ବୃଦ୍ଧି ହେବ ॥

ପୂର୍ବଷାଢା ନକ୍ଷତ୍ର –
– ବନ୍ଧୁପରିଜନର ସହଯୋଗ ମିଳିବ, ଭବିଷ୍ୟତରେ ଶୁଭକର୍ମର ସୁଚନା ଷୃଷ୍ଟି ହେବ ॥

ଉତ୍ତରାଷାଢା ନକ୍ଷତ୍ର –
– ରାଜକୀୟ ସମ୍ମାନ ସହିତ ଆର୍ଥିକ ସହାୟତା ପ୍ରାପ୍ତ ହେବ॥

– ଶୁଭ ରଙ୍ଗ – ଧଳା ରଙ୍ଗ
– କଦଳୀ ବୃକ୍ଷ ମୂଳରେ ଜଳ ସହିତ ଗୁଡ ଓ ହଳଦୀ ମିଶାଇ ଅର୍ପଣ କରନ୍ତୁ॥

ମକର ରାଶି –
ଉତ୍ତରାଷାଢା ନକ୍ଷତ୍ର –
– ଯୌଥ ବ୍ୟବସାୟରେ ପରିବର୍ତ୍ତନ, ସ୍ଥାନାନ୍ତର ର ସୂଚନା ॥

ଶ୍ରବଣା ନକ୍ଷତ୍ର –
– ବନ୍ଧୁବର୍ଗରେ ସାହାଯ୍ୟ ମିଳିବ,ଉଦ୍ୟମ ସିଦ୍ଧି, କର୍ମ କ୍ଷେତ୍ରରେ ସାଫଳତା॥

ଧନିଷ୍ଠା ନକ୍ଷତ୍ର –
– ବିଦ୍ୟା ଅଧ୍ଯନରେ ସଫଳତା, ପିତୃମାତୃ କୃପା, ସୁଖ ବୃଦ୍ଧି ॥
– ଶୁଭ ରଙ୍ଗ – ଧଳା ରଙ୍ଗ
– କାଉକୁ ରୁଟି ଖାଇବାକୁ ଦିଅନ୍ତୁ॥
– ଶନି ଭଗବାନଙ୍କୁ ଦର୍ଶନ କରନ୍ତୁ॥

କୁମ୍ଭ ରାଶି –
ଧନିଷ୍ଠା ନକ୍ଷତ୍ର –
– ଜିବନସାଥିର ସ୍ବାସ୍ଥ୍ୟ ପିଡା, ବ୍ୟବସାୟ ସହଯୋଗୀଙ୍କ ସହ ମତାନ୍ତର, ବ୍ୟୟ ବୃଦ୍ଧି ॥

ଶତଭିଷା ନକ୍ଷତ୍ର –
– ବିଦ୍ୟାଶିକ୍ଷାରେ ବାଧା, ଦୁଷିତ ଖାଦ୍ୟ ଓ ପାନୀୟ ପାଇଁ ଶରୀର ପିଡା, କର୍ମଚାପ ରହିବ ॥

ପୂର୍ବଭାଦ୍ର ନକ୍ଷତ୍ର –
– ଯୋଗ୍ୟତା ଅନୁଯାୟୀ ଫଳ ମିଳିବ ନାହିଁ, ପରିଶ୍ରମ ବୃଥା ଯିବ, ମନ ଅଶାନ୍ତଚରହିବ ॥
– ଶୁଭ ରଙ୍ଗ – ଧଳା
– ଅଶ୍ବତ୍ଥ ମୂଳରେ ତେଲ ଦ୍ବୀପ ଦିଅନ୍ତୁ॥

ମୀନ ରାଶି –
ପୂୃର୍ବଭାଦ୍ର ନକ୍ଷତ୍ର –
– ସର୍ବବିଧ ସୁଯୋଗ ସାଫଲ୍ୟ, ଲାଭ ଓ ପ୍ରତିଷ୍ଠା ମିଳିବାର ସୂଚନା ରହିଛି

ଉତ୍ତରଭାଦ୍ର ନକ୍ଷତ୍ର –
– ଗୃହରେ ଶୁଭକର୍ମ ହେବ, ସନ୍ତାନ ବର୍ଗରେ ଉର୍ଣ୍ଣତି, ଆର୍ଥିକ ଲାଭର ସୂଚନା ରହିବ ॥

ରେବତୀ ନକ୍ଷତ୍ର –
– ବନ୍ଧୁମୀଳନ, ଦୁରଭ୍ରମଣ, ଯାନବାହାନ ଆଦି ଦ୍ରବ୍ୟ ଲାଭ ॥
– ଶୁଭ ରଙ୍ଗ – ସବୁଜ ରଙ୍ଗ
– ଶ୍ରୀବିଷ୍ଣୁ ଭଗବାନଙ୍କୁ ଛେନା ଲବଣି ସହିତ ତୁଳସୀ ମାଳା ଅର୍ପଣ ॥

ଜ୍ୟୋତିର୍ବିଦ୍ୟା -‌ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ

କମଲନାଥ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌, ବହୁମତ ସାବ୍ୟସ୍ତ ନେଇ ୨୪ଘଣ୍ଟାରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜାରି ରହିଛି ମଧ୍ୟପ୍ରଦେଶ ମହାନାଟକ । ଆଜି ବି ହୋଇପାରିଲାନି ବହୁମତ ସାବ୍ୟସ୍ତ । ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଭିତରେ ବିତିଗଲା ଦିନ । ସେପଟେ କମଲନାଥ ସରକାରଙ୍କ ସୁପ୍ରିମକୋର୍ଟ ନୋଟିସ ଦେଇଛନ୍ତି । କାହିଁକି ବହୁମତ ସାବ୍ୟସ୍ତ କରୁନାହାନ୍ତି, ସେନେଇ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଛି । ଏହି ପ୍ରସଙ୍ଗରେ ବିଜେପି ଆବେଦନ କରିଥିବା ପିଟିସନର ଶୁଣାଣି ଆସନ୍ତାକାଲି ହେବ ।

ଏପଟେ ମୁଖ୍ୟମନ୍ତ୍ରୀ କମଲନାଥଙ୍କ କହିବା କଥା, ତାଙ୍କ ପାଖରେ ବହୁମତ ରହିଛି । ୧୬ ଜଣ ବିଧାୟକଙ୍କୁ ବେଙ୍ଗାଲୁରୁରେ ନଜର ବନ୍ଦୀ ରଖାଯାଇଛି । ସେମାନଙ୍କୁ ମୁକ୍ତ କରାଗଲେ ଗୃହରେ ବହୁମତ ସାବ୍ୟସ୍ତ କରାଯିବ । ଏନେଇ ରାଜ୍ୟପାଳଙ୍କୁ କମଲନାଥ ଚିଠି ମଧ୍ୟ ଲେଖିଛନ୍ତି । ଏହାକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ।

୨୨ ଜଣ ବିଧାୟକଙ୍କ ଇସ୍ତଫା ପରେ ଦଳ ଗୃହରେ ବହୁମତ ହରାଇଛି । ତାଙ୍କ ପାଖରେ ଆଉ ବିକଳ୍ପ ନାହିଁ । କରୋନା ବି ସେମାନଙ୍କୁ ରକ୍ଷା କରିପାରିବ ନାହିଁ । ଗୃହରେ ଶୀଘ୍ର ବହୁମତ ସାବ୍ୟସ୍ତ କରନ୍ତୁ । କଂଗ୍ରେସର ୨୨ଜଣ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ବାଚସ୍ପତି ୬ ଜଣଙ୍କ ଇସ୍ତଫା ଗ୍ରହଣ କରିଛନ୍ତି  । ଏହାପରେ ବିଧାୟକଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଛି । ବାକି ୧୬ ଜଣ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଗ୍ରହଣ ପରେ କମଲନାଥ ସରକାରଙ୍କ ପାଖରେ ୯୨ ଜଣ ବିଧାୟକ ରହିବ । ଗୃହରେ ବିଜେପି ବିଧାୟକ ସଂଖ୍ୟା ୧୦୭ ରହିଛି। ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ହେଉଛି ୧୦୪ ।

ମହିଳା ନୌସେନା ଅଧିକାରୀଙ୍କ ମୁଣ୍ଡରେ ସୁପ୍ରିମ୍‌କୋର୍ଟ ପିନ୍ଧାଇଲେ ବିଜୟର ଟୀକା

ନୂଆଦିଲ୍ଲୀ: ମହିଳା ନାଭି ଅଫିସର୍‌ଙ୍କ ପାଇଁ ଐତିହାସିକ ଦିନ । ଆଇନ୍‌ଗତ ଲଢେଇରେ ପିନ୍ଧିଲେ ବିଜୟର ଟୀକା । ଏଣିକି ପୁରୁଷଙ୍କ ପରି ନୌସେନାରେ ମହିଳାଙ୍କ ପାଇଁ ସ୍ଥାୟୀ କମିଶନ । ସୁପ୍ରିମକୋର୍ଟ ଦେଇଛନ୍ତି ଗ୍ରୀନ୍‌ ସିଗନାଲ । କେନ୍ଦ୍ରର ଆବେଦନକୁ ଖାରଜ କରିବା ସହ ଲିଙ୍ଗଗତ ଭେଦ ଭାବରେ ପକାଇଛନ୍ତି ପୂର୍ଣ୍ଣଛେଦ । ମହିଳାଙ୍କର ଶାରୀରିକ ଓ ମାନସିକ ସ୍ଥିତିର ବାହାନା କରି ସ୍ଥାୟୀ କମିଶନକୁ ବିରୋଧ କରିଥିଲେ କେନ୍ଦ୍ର ସରକାର ।

ଏଣିକି ମହିଳା ଅଧିକାରୀ ନୌସେନାର ଯେକୈାଣସି ଜାହାଜକୁ ପ୍ରତିନିଧିତ୍ୱ କରିପାରିବେ । ସେମାନେ ଆବଶ୍ୟକ ମୁତାବକ ଜାହାଜର ଗତି ସମ୍ପର୍କରେ ମଧ୍ୟ ନିଷ୍ପତି ନେଇ ପାରିବେ । ଏଥିସହ ଅବସର ପର୍ଯ୍ୟନ୍ତ ମହିଳା ଅଧିକାରୀ ନୌସେନାରେ କାମ କରିପାରିବେ ଏବଂ ଅବସର ପରେ ପେନସନ୍‌ ମଧ୍ୟ ପାଇବେ ।

ମହିଳାଙ୍କୁ ସ୍ଥାୟୀ କମିଶନକୁ ନେଇ ଏକ ମାମଲାରେ ସୁପ୍ରିମକୋର୍ଟର ସ୍ୱତନ୍ତ୍ର ଖଣ୍ଡପୀଠ ଶୁଣାଣି କରୁଥିଲେ । ବିଭିନ୍ନ ଦିଗ ଉପରେ ଆଲୋଚନା ବେଳେ କେନ୍ଦ୍ର ପକ୍ଷରୁ ଅନେକ ତର୍କ ଉପସ୍ଥାପନ କରାଯାଇଥିଲା ।

ଋଷ ନିର୍ମିତ ଜାହାଜରେ ମହିଳାଙ୍କ ପାଇଁ ଅଲଗା ଓ୍ୱାଶ୍‌ରୁମ ନାହିଁ ବୋଲି ମଧ୍ୟ କୁହାଯାଇଥିଲା। ତେବେ ଏସବୁକୁ ସୁପ୍ରିମକୋର୍ଟ ଶୁଣି ନଥିଲେ।  ପୂର୍ବରୁ ସଂସଦରେ ମଧ୍ୟ ସ୍ଥାୟୀ କମିଶନ ପ୍ରସଙ୍ଗ ଉଠିଥିଲା ।

କାଲିଠାରୁ ମାଟ୍ରିକ୍‌ ଖାତାଦେଖା, ୬୧ କେନ୍ଦ୍ରରେ ମୂଲ୍ୟାୟନ କରିବେ ୧୬ହଜାର ଶିକ୍ଷକ ଶିକ୍ଷୟିତ୍ରୀ

ଭୁବନେଶ୍ୱର: ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ମାଟ୍ରିକ ଖାତା ଦେଖା ଆରମ୍ଭ ହେଉଛି । ଏଥିପାଇଁ ବୋର୍ଡ ତାର ପ୍ରସ୍ତୁତିରେ କିଛି ପରିବର୍ତ୍ତନ କରିଛି । ପୂର୍ବରୁ ଖାତା ଦେଖା ନେଇ ପ୍ରସ୍ତୁତି ସାରିଥିବାବେଳେ ଏବେ କରୋନା ପାଇଁ ଏଥିରେ କିଛି ପରିବର୍ତ୍ତନ କରିଛି ବୋର୍ଡ । କରୋନା ଏବେ ଚାଲେଞ୍ଜିଂ ହୋଇଥିବାବେଳେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ପ୍ରବେଶ ଓ ପ୍ରସ୍ଥାନ ସମୟ ବଦଳାଇ ଦିଆଯାଇଛି ।

କେନ୍ଦ୍ର ଭିତରକୁ ଏକାଧିକ ଫାଟକ ଦେଇ ପ୍ରବେଶ କରିବାକୁ କୁହାଯାଇଛି । ଏକସମୟରେ ନଆସି ଅଲଗା ଅଲଗା ସମୟରେ ଆସିବା ସହ ଯିବା ଭିନ୍ନ ଭିନ୍ନ ସମୟ ସାରଣୀ ମଧ୍ୟ ପ୍ରସ୍ତୁତ କରାଯାଇଛି । ସାନିଟାଇଜର ସହ ପରୀକ୍ଷା କେନ୍ଦ୍ରକୁ ସଫାସୁତରା ରଖାଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ସରକାରୀ ଆଡଭାଇଜରିକୁ କଡ଼ାକଡ଼ି ପାଳନ କରାଯିବ ବୋଲି ବୋର୍ଡ କହିଛି ।

ଖାତା ଦେଖାବେଳେ କେନ୍ଦ୍ରରେ କରୋନା ସତର୍କତା ପାଳନ ହେଉଛି କି ନାହିଁ ଜିଲ୍ଲା ଶିକ୍ଷାଧିକାରୀ ତାର ତଦାରଖ କରିବେ । ତେବେ ଠିକ ସମୟରେ ଖାତା ଦେଖା ଆରମ୍ଭ ହେଉଥିବାରୁ ନିର୍ଦ୍ଧାରିତ ସମୟରେ ଫଳ ପ୍ରକାଶ ପାଇବ ବୋଲି ଆଶା ରଖିଛି ବୋର୍ଡ ।

 

ଏ ବର୍ଷ ୫ ଲକ୍ଷ ୬୦ ହଜାର ୯୦୫ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ୧୯ ଫେବ୍ରୁଆରୀରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିଲା ।

କରୋନା ପାଇଁ ଅଗ୍ରୀମ ମିଳିବ ୩ ମାସର ଭତ୍ତା ଓ ପିଡିଏସ୍‌ ସାମଗ୍ରୀ

ଭୁବନେଶ୍ୱର: କରୋନା ପାଇଁ ସତର୍କତା ଓ ସଚେତନତା । ଭିଡ଼କୁ ନା, ସ୍ୱଚ୍ଛତା ଉପରେ ଗୁରୁତ୍ୱ । ସବୁ ସ୍ତରରେ ଏହି ନୀତି ଲାଗୁ ପାଇଁ ବିଭିନ୍ନ ବିଭାଗ ଗୁରୁତ୍ୱ ଦେଇଛନ୍ତି । ଲୋକସେବା ଭବନରୁ ସାରାରାଜ୍ୟକୁ ନିୟନ୍ତ୍ରଣ କରାଯାଉଛି । ବିଭିନ୍ନ ସାମାଜିକ ଭତ୍ତାଧାରୀଙ୍କୁ ଏପ୍ରିଲ, ମେ’, ଜୁନ୍‌ ଓ ଜୁଲାଇ ମାସର ଟଙ୍କା ଏକାସଂଗେ ଅଗ୍ରୀମ ଦିଆଯିବ । ଏଥିରେ ମଧୁବାବୁ ପେନସନ ଯୋଜନାର ୨୮ ଲକ୍ଷ ଏବଂ NSAPର ୨୦ଲକ୍ଷ, ଏପରି ମୋଟ୍‌ ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ ।

ସେହିପରି ୩ମାସ ଆଗୁଆ ପିଡିଏସ ଚାଉଳ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାସହ ଅତ୍ୟାବଶ୍ୟକ ସାମଗ୍ରୀ ବଜାରରେ ମହଜୁଦ ଅଛି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି । ତେବେ ପରିବହନ ବିଭାଗକୁ ଘାରିଛି ଭିଡ଼ଚିନ୍ତା । ବସ୍‌ଷ୍ଟାଣ୍ଡରେ ଭିଡ଼ ନିୟନ୍ତ୍ରଣ ଓ ସ୍ୱଚ୍ଛତା ନେଇ ପରିବହନ ବିଭାଗ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି । କୈାଣସି ଆର୍‌ଟିଓ ଅଫିସ୍‌ରେ ୫୦ରୁ ଅଧିକ ବ୍ୟକ୍ତି ଏକାଠି ହେବେ ନାହିଁ । ଏହାସହ ଅନ୍ତଃରାଜ୍ୟ ବସ୍‌ ଚଳାଚଳ ଉପରେ ନଜର ରଖାଯାଇଛି  ।

ସେହିପରି ଛୁଟି ଘୋଷଣା ସତ୍ତ୍ଵେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀମାନେ ହଷ୍ଟେଲରେ ରହିବେ । ସେମାନଙ୍କୁ ସଚେତନ କରାଯିବା ସହ ହାତଧୂଆ ଓ ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯିବ । ଅନ୍ୟପଟେ ଭିଡ଼ କମାଇବା ପାଇଁ ସବୁ ଆହାର କେନ୍ଦ୍ରର ସମୟ ସରକାର ୨ଘଣ୍ଟା ବୃଦ୍ଧି କରିଛନ୍ତି ।

ଓଡ଼ିଶାରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ ସତର୍କତା ଅବଲମ୍ବନ ସହ ସଚେତନାକୁ  ଫୋକସ କରିଛନ୍ତି ।

ଗ୍ୟାଙ୍ଗ୍‌ଟକ ବୁଲିବାକୁ ଯାଇଥିବା ବେଳେ ଘାଟିରୁ ଖସଲା ଗାଡ଼ି, ୫ଜଣ ଓଡ଼ିଆଙ୍କ ମୃତ୍ୟୁ

ପଶ୍ଚିମବଙ୍ଗ ସିଲିଗୁଡ଼ରେ ଏକ ସଡ଼କ ଦୁର୍ଘଟଣାରେ ୫ଜଣ ଓଡ଼ିଆଙ୍କ ମୃତ୍ୟୁ ହୋଇଛି । ଟାଟା ସୁମୋରେ ଗ୍ୟାଙ୍ଗଟକରୁ  ସିଲିଗୁଡ଼ି ବୁଲିବାକୁ ଯାଉଥିବା ବେଳେ, ଘାଟି ଉପରୁ ୭୦ ଫୁଟ ତଳକୁ ଗାଡ଼ି ଖସିପଡିଥିଲା ।

ଘଟଣାସ୍ଥଳ ହିଁ ୫ଜଣଙ୍କ ମୃତ୍ୟ ହୋଇଥିବା ବେଳେ, ୩ ଗୁରୁତର ଅଛନ୍ତି । ଗୁରୁତର ମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ମୃତକଙ୍କ ପରିଚୟ ମିଳିଛି । ମୃତକ ହେଲ ରତିକାନ୍ତ ନନ୍ଦ, ତାଙ୍କ ସ୍ତ୍ରୀ, ଜ୍ୱ।ଇଁ ଏବଂ ଦୁଇ ସଂପର୍କୀୟ । ସେହିପରି ଝିଅ, ନାତୁଣି ଏବଂ ପରିଚାରିକା ଗୁରୁତର ଅଛନ୍ତି ।

୧୫୦ ନୁହେଁ ୧୫ ଟଙ୍କାରେ ମିଳୁଛି ମାସ୍କ

କଟକ: ବଢୁଛି କରୋନା ଚିନ୍ତା । ସମସ୍ତଙ୍କ ମୁହଁରେ ଏବେ ଗୋଟିଏ କଥା । କେମିତି ମୁକୁଳିବ କରୋନା ପ୍ରକୋପରୁ । ଏନେଇ ଭିଡ ସ୍ଥାନରୁ ଦୂରେଇ ରହିବା ସହିତ ଲୋକଙ୍କୁ ସଚେତନ କରାଯାଉଛି । ଖାସ୍‌ କରି ମାସ୍କରୁ ନେଇ ସାନିଟାଇଜର ଓ ଗ୍ଲୋବସ୍‌ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି ।

ହେଲେ ଏବେ ବଜାରରେ ମାସ୍କ ପଡିଛି ନିଅଣ୍ଟ । ଆଗକୁ ଅଧିକରୁ ଅଧିକ ମାସ୍କ ଦରକାର ପଡୁଥିବା ବେଳେ ଲୋକଙ୍କୁ ମାସ୍କ ଯୋଗାଇବାକୁ ଆଗେଇ ଆସିଛନ୍ତି କିଛି ଏସ୍‌ଏଚ୍‌ଜି ସଦସ୍ୟ । କଟକ କେଶରପୁରରେ ଥିବା ହାଜି ଅଲ୍ଲୀ ଗ୍ରୁପ ତିଆରି କରୁଛନ୍ତି ମାସ୍କ ସବୁ । ୩୦ରୁ ଅଧକି ମହିଳା ଏହି କାମରେ ଲାଗିପଡିଛନ୍ତି । କରୋନା ପାଇଁ ୨୦ହଜାର ମାସ୍କ ଦେଇସାରିଥିବା ବେଳେ ଏବେ ଆଗକୁ ଆହୁରି ୧୫ହଜାର ଅର୍ଡର ରହିଛି । ଏନେଇ ଯେମିତି ତର ନାହିଁ କାହାକୁ ।

ସବୁଠାରୁ ବଡ କଥା ହେଲା ବାହାରେ ମାସ୍କ ଗୁଡିକ ୧୫୦ଟଙ୍କା ପର୍ଯ୍ୟନ୍ତ  ବିକ୍ରି କରାଯାଉଛି । ହେଲେ ଏହି ଗ୍ରୁପ ଦ୍ଵାରା ତିଆରି ମାସ୍କ ଗୁଡିକ ୧୦ଟଙ୍କାରୁ ୧୫ଟଙ୍କାରେ ବିକ୍ରି ହେଉଛି । ମେଡିକାଲରୁ ନେଇ ମେଡିସିନ୍‌ ଷ୍ଟୋର ସବୁ ଏହି ମାସ୍କ କିଣି ନେଉଛନ୍ତି । ତେବେ କେବଳ କେଶରପୁରରେ ନୁହେଁ ଆଠଗଡ, ବାଙ୍କୀ ଓ ସାଲେପୁରରେ ମଧ୍ୟ ଏସ୍‌ଏଚ୍‌ଜି ଗ୍ରୁପ ଦ୍ଵାରା ମାସ୍କ ସବୁ ତିଆରି କରଯାଉଛି । କରୋନା ପାଇଁ ଆବଶ୍ୟକ ହେଉଥିବା ମାସ୍କ ସବୁ ଏମାନେ ଯୋଗାଉଥିବା ବେଳେ ଆଗକୁ ମଧ୍ୟ ବହୁ ଅର୍ଡର ରହିଛି ।

ଘରୋଇ ହସ୍ପିଟାଲରେ କରାଯିବ କ୍ୱାରେଣ୍ଟାଇନ୍‌ କେନ୍ଦ୍ର

ଭୁବନେଶ୍ୱର: କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ପ୍ରେସମିଟ୍‌ କରିଛନ୍ତି । ୧୬୨ଟି ଦେଶକୁ କରୋନା ବ୍ୟାପିଥିବା କହିଛନ୍ତି । ୧ ଲକ୍ଷ ୮୩ ହଜାର ୧୧୬ ଜଣ ଆକ୍ରାନ୍ତ ହୋଇଥିବା ସେ ସୂଚନା ଦେଇଛନ୍ତି । ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୭କୁ ବୃଦ୍ଧି ପାଇଛି ଏବଂ ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି । କରୋନା ସଂକ୍ରମଣରୁ ରକ୍ଷା ପାଇଁ ୪ଟି ଜିନିଷ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ହ୍ୟାଣ୍ଡୱାସ୍, ସାମାଜିକ ଦୂରତ୍ୱ, କ୍ୱାରେଣ୍ଟାଇନ୍ ଓ ନାମ ପଞ୍ଜିକରଣକୁ ଗୁରୁତ୍ୱ ଦିଆଯାଇଛି ।

‘ସତର୍କ ହେଲେ ସଂକ୍ରମଣକୁ ରୋକାଯାପାରିବ’ ବୋଲି ସେ କହିଛନ୍ତି । ଗତ ୨୪ ଘଣ୍ଟାରେ ୧୨୩୯ ଜଣ ନାମ ପଞ୍ଜିକରଣ କରାଯାଇଛି । ଏହା ଭିତରୁ ୫୫୪ ଜଣ କଲ ସେଣ୍ଟରରେ ନାମ ପଞ୍ଜିକରଣ କରିଥିବା ସୂଚନା ରହିଛି । ପୁରୀ ଗଜପତି ବିଦେଶରୁ ଫେରିବା ପରେ ପରୀକ୍ଷଣ ପାଇଁ ନାମ ପଞ୍ଜିକରଣ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ବାଗଚୀ । ବରିଷ୍ଠ ଆଇଏସ ଅଫିସର କିଶନ କୁମାରଙ୍କୁ ନିଶୁଳ୍କ ନଂ-୧୦୪ର ଦାୟିତ୍ୱ ଦିଆଯାଇଛି । ସେପଟେ ସଂକ୍ରମିତ ଯୁବକଙ୍କୁ ନେଇ କୌଣସି ଆଶଙ୍କା ନଥିବା ପ୍ରେସମିଟ୍‌ ଦ୍ଵାରା ସୂଚନା ଦିଆଯାଇଛି ।

କରୋନା ମୁକାବିଲା ଦିଗରେ ସରକାରଙ୍କୁ ସହଯୋଗ ଲାଗି ପୁରୀ ଗଜପତିଙ୍କ ଅପିଲ୍

ଆକ୍ରନ୍ତ ଯୁବକ ସୁସ୍ଥ ଅଛନ୍ତି ଏବଂ ତାଙ୍କ ଚିକିତ୍ସା ଚାଲିଛି । ମୋଟ୍‌ ୩୨ଟି ନମୁନାରୁ ୩୧ଟି ନେଗେଟିଭ୍‌ ଆସିଛି । କରୋନା ମୁକାବିଲା ପାଇଁ ପ୍ରତି ପଞ୍ଚାୟତରେ ଖୋଲାଯିବ ଆଇସୋଲେସନ କେନ୍ଦ୍ର । ଏଥିପାଇଁ ୫ ଲକ୍ଷ ଟଙ୍କାର ମଂଜୁରୀ ମିଳିଥିବା ନେଇ ସୂଚନା ଦିଆଯାଇଛି । ସେପଟେ ବେସରକାରୀ ହସ୍ପିଟାଲରେ କ୍ୱାରେଣ୍ଟାଇନ୍‌ କେନ୍ଦ୍ର କରାଯିବ ।

୬ ଡିଭିଜନର ୨୫୦ ଷ୍ଟେସନରେ ବଢ଼ିଲା ପ୍ଲାଟଫର୍ମ ଟିକେଟ୍‌ ଦର

କରୋନା ପାଇଁ ରେଲଓ୍ୱେ ଷ୍ଟେସନରେ କଡ଼ା ପଦକ୍ଷେପ । ଅଧିକରୁ ଅଧିକ ଲୋକଙ୍କୁ ଷ୍ଟେସନକୁ ଆସିବାରୁ ରୋକିବା ପାଇଁ ବଢ଼ିଲା ପ୍ଲାଟଫର୍ମ ଟିକେଟ୍‌ । ବିନା କାମରେ ଆସୁଥିବା ଲୋକଙ୍କୁ ଅଟକାଇବା ପାଇଁ ନିଆଯାଇଛି ଏଭଳି ପଦକ୍ଷେପ । ଭାରତୀୟ ରେଲଓ୍ୱେ ଏଭଳି କଡ଼ା ନିଷ୍ପତ୍ତି ନେଇଛି କରୋନାକୁ ରୋକିବା ପାଇଁ । ତେବେ ଯେଉଁ ପ୍ଲାଟଫର୍ମ ଟିକେଟ ପୂର୍ବରୁ ୧୦ ଟଙ୍କା ଥିଲା ତାହାର ମୂଲ୍ୟ ବଢ଼ି ଏବେ ୫୦ ଟଙ୍କାରେ ପହଞ୍ଚିଛି । ଭାରତୀୟ ରେଳ ବିଭାଗ ଏହାକୁ ୫ ଗୁଣା ବୃଦ୍ଧି କରିଛି । ରେଳ ମନ୍ତ୍ରଣାଳୟର ସୂଚନା ଅନୂଯାୟୀ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ବୃଦ୍ଧି କରିବାକୁ ଜୋନାଲ ରେଳବାଇ ନିଷ୍ପତ୍ତି ନେଇଛି ।

ସେ କହିଛନ୍ତି ୬ ଡିଭିଜନର ୨୫୦ଟି ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ଦେଶର ବିଭିନ୍ନ ସ୍ଥାନରେ  ୧୦ ଟଙ୍କାରୁ ୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ପଶ୍ଚିମ ରେଳବାଇ ମୁମ୍ବାଇ, ଭଦୋଦ୍ରା, ଅହମ୍ମଦାବାଦ, ରତ୍ଲାମ, ରାଜକୋଟ ଏବଂ ଭବନଗରର ରେଳ ଷ୍ଟେସନରେ ପ୍ଲାଟଫର୍ମରେ ଟିକେଟ୍ର ମୂଲ୍ୟକୁ ୫୦ କୁ ବୃଦ୍ଧି କରାଯାଇଛି ।

ସାରା ବିଶ୍ୱରେ କରୋନାର ବୃଦ୍ଧି ଏବଂ ଭାରତରେ ଏହାର ପ୍ରଭାବ ବଢୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ପ୍ଲାଟଫର୍ମ ଟିକେଟ୍ ମୂଲ୍ୟରେ ବୃଦ୍ଧି ହେବା ଫଳରେ ଷ୍ଟେସନକୁ ଅଧିକ ଲୋକ ଆସିବେ ନାହିଁ ଯାହା ଦ୍ୱାରା ଏକ ପ୍ରକାରର କରୋନାଠୁ ଦୁରେଇ ରହିପାରିବେ ।