spot_img
Home Blog Page 7343

ଏକ୍‌ଷ୍ଟ୍ରା କ୍ଲାସ ପାଇଁ ବାତିଲ ହେବ ନାହିଁ ଶିକ୍ଷକଙ୍କ ଖରାଛୁଟି

ଭୁବନେଶ୍ୱର: ପାଠପଢ଼ାରେ ଦୁର୍ବଳ ଥିବା ପିଲାଙ୍କ ପାଇଁ ସ୍କୁଲ୍‌ରେ ଖରାଛୁଟି ସମୟରେ ଏକ୍‌ଷ୍ଟ୍ରା କ୍ଲାସ୍‌ ନିଆଯିବ । ତେବେ ଏଥିଲାଗି ଶିକ୍ଷକଙ୍କ ଖରାଛୁଟି ବାତିଲ ହେବ ନାହିଁ । ଏକ୍‌ଷ୍ଟ୍ର। କ୍ଲାସ୍‌ ହେଲେ ଶିକ୍ଷକଙ୍କ ଖରାଛୁଟି ବାତିଲ ହେବ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଉଛି, ତାକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଖଣ୍ଡନ କରିଛନ୍ତି । କହିଛନ୍ତି, ଖରାଛୁଟି ସମୟରେ ସ୍କୁଲରେ ରୋଟେସନ ଡ୍ୟୁଟିରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ପାଠ ପଢ଼ାଇବେ । ଯଦି ଟାଣଖରା ଯୋଗୁ ପିଲା ସ୍କୁଲ୍‌ ଆସିବାରେ ସମସ୍ୟା ହୁଏ, ତେବେ ସେତେବେଳେ ସେନେଇ ନିଷ୍ପତ୍ତି ନିଆଯିବ । କିନ୍ତୁ ଏକ୍‌ଷ୍ଟ୍ର। କ୍ଲାସ୍‌ ପାଇଁ ଶିକ୍ଷକଙ୍କ ଖରାଛୁଟି ବାତିଲ ହେବନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ଭୁବନେଶ୍ୱର: ଭିଜିଲାନ୍ସ କୋର୍ଟରେ ନିଲମ୍ବିତ IAS ବିଜୟକେତନ ଉପାଧ୍ୟାୟଙ୍କ ଜାମିନ ଆବେଦନର ଶୁଣାଣି । ରାୟ ସଂରକ୍ଷିତ ରଖିଲେ କୋର୍ଟ । ସରକାରୀ ଓକିଲଙ୍କ ଯୁକ୍ତି, ବେଲ୍ ମିଳିଲେ ପ୍ରଭାବିତ ହେବ ତଦନ୍ତ ।

ଖୋର୍ଦ୍ଧା: ଶ୍ରୀ ମନ୍ଦିର ପ୍ରଶାସନ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବଉଳ ମାଳା ପଥର ଖଣି ଉପରେ ଚଢ଼ାଉ । ଭଙ୍ଗା ଚାଲିଛି ସମସ୍ତ ପଥର କଟିଂ ୟୁନିଟ୍ ।

ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ । CAA, NRC ବିରୋଧରେ କଂଗ୍ରେସର ରାଲି ବେଳେ ସପକ୍ଷବାଦୀଙ୍କ ସହ ମୁହାଁମୁହିଁ ।

କୋଣାର୍କ: ନିମାପଡ଼ା ବଜାରରୁ ୫୦ ଗ୍ରାମ୍ ବ୍ରାଉନସୁଗର ଜବତ, ୨ ଗିରଫ । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା । ମିଳିତ ଚଢ଼ାଉ କରି ଧରିଲା କଟକ ଗୁଇନ୍ଦା ଓ ପୁରୀ ଅବକାରୀ ବିଭାଗ ।

ବାଲିଗୁଡ଼ା: ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ପିଛା କରିବା ବେଳେ ପୋଲିସ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ରାଇକିଆ ଥାନା ମଣ୍ଡାକିଆ ନିକଟରେ ଦୁର୍ଘଟଣା । ଥାନା ଅଧିକାରୀ ଓ ଡ୍ରାଇଭର ଆହତ ।

ଭୁବନେଶ୍ୱର: ଜାତି ଭିତ୍ତିକ ଜନଗଣନା ନେଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା । ରାଜ୍ୟ ସରକାର OBCଙ୍କ ପାଇଁ ସଂରକ୍ଷଣ ଚାହୁଁଛନ୍ତି । ସୁପ୍ରିମକୋର୍ଟ ୫୦%ରୁ ଅଧିକ ସଂରକ୍ଷଣ କରି ପାରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି । ୨୦୧୧ SECC ତଥ୍ୟ କେନ୍ଦ୍ର ସରକାର ଦେଉନାହାନ୍ତି, ଆଗ ତାହା ଦିଅନ୍ତୁ । ବିଜେପି ବନ୍ଧୁ ଦୟାକରି ରାଜ୍ୟ ସରକାରଙ୍କ ଏହି ଚିନ୍ତାଧାରାକୁ ସମର୍ଥନ କରନ୍ତୁ । କେନ୍ଦ୍ର ପାଖରେ ଜାତି ଭିତ୍ତିକ କଲମ ରଖି ଜନଗଣନା ପାଇଁ ଦାବି କରନ୍ତୁ । ଏଥିରେ ରାଜନୀତି କେଉଁଠୁ ଆସିଲା ବୋଲି ପ୍ରଶ୍ନ କଲେ ସସ୍ମିତ ପାତ୍ର ।

ବନ୍ଦ ଘରୁ ମିଳିଲା ଦିଅର, ଭାଉଜଙ୍କ ମୃତଦେହ, କେନ୍ଦୁଝରରେ ଚାଞ୍ଚଲ୍ୟ

କେନ୍ଦୁଝର: ଦୁଇଟି ଅଲଗା ଅଲଗା ବନ୍ଦ ଘରୁ ଦିଅର ଭାଉଜଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ନିକଟରୁ କିଟନାସକ ବୋତଲ ମିଳିଥିବାରୁ ଏହା ଆତ୍ମହତ୍ୟା ସନ୍ଦେହ କରାଯାଉଛି ।

ଘଟଣାଟି ହେଉଛି କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ନୂଆବନ୍ଧ ଗାଁର । ୨ଟି ଅଲଗା ଅଲଗା ବନ୍ଦ ଘରୁ ୨ଟି ମୃତଦେହ ଉଦ୍ଧାର କରାଯାଇଛି ।

ଗୋଟେ ଘରୁ ଜଣେ ମହିଳା ଓ ଅନ୍ୟ ଘରୁ ଜଣେ ପୁରୁଷଙ୍କ ମୃତଦେହ ଠାବ ହୋଇଛି। ମୃତକମାନେ ହେଉଛନ୍ତି ପୁଷ୍ପଲତା ନାଏକ ଓ ସଞ୍ଜୟ ନାଏକ ।

ସଂପର୍କରେ ଉଭୟ ଦିଅର ଓ ଭାଉଜ ହେବେ । ମୃତଦେହ ନିକଟରୁ ଦୁଇଟି କୀଟନାଶକ ବୋତଲ ଉଦ୍ଧାର କରାଯାଇଛି । ସଞ୍ଜୟ ଯୋଡ଼ାରେ ଚାକିରୀ କରୁଥିବା ବେଳେ ଗତକାଲି ଘରକୁ ଆସିଥିଲେ। ତେବେ ଆତ୍ମହତ୍ୟା ନା ହତ୍ୟା ସେନେଇ ପୋଲିସ ତଦନ୍ତ କରୁଛି।

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପରେଡରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ବାୟୁସେନାର ୪୧ଟି ଲଢ଼ୁଆ ବିମାନ । ପରେଡରେ ପ୍ରଥମଥର ପାଇଁ ସାମିଲ ହେବ ଆମେରିକା ନିର୍ମିତ ହେଲିକପ୍ଟର ଚିନୁକ ଓ ଆପାଚେ ।

ଭୁବନେଶ୍ୱର: ଇରାନ ଓ ଆମେରିକା ଯୁଦ୍ଧ ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ସିରିଆ ଆମ୍ବାସଡର । ଯେଉଁଠି ଆମେରିକା, ସେଠି ବିପଦ ଅଛି । ତାଙ୍କୁ କିଏ ଡାକିଥିଲା । ସେମାନଙ୍କ ମଧ୍ୟପ୍ରାଚ୍ୟ ପାଇଁ ପଲିସି ଓ ପୋଗ୍ରାମ ଫେଲ୍ ମାରିଛି । କାରଣ ଆମେରିକା କାହାରିକୁ ନେଇକି ଚାଲୁନି ।