spot_img
Home Blog Page 7344

କରୋନା ସମ୍ପର୍କିତ ସବୁ ଖବର

  • ଲଦାଖରେ ପ୍ରଥମ ଭାରତୀୟ ସେନା ଯବାନଙ୍କୁ କରୋନା
  • ଓଡ଼ିଶାରେ ଚିହ୍ନଟ କରୋନା ରୋଗୀଙ୍କ ବାପା ଓ ଘର ରୋଷେୟାଙ୍କୁ ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲ ଆଇସୋଲେସନ୍‌ ଓ୍ୱାର୍ଡକୁ ପଠାଗଲା ।
  • ମୁମ୍ୱାଇର କସ୍ତୁରୀବା ହସ୍ପିଟାଲରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୃତ ଜଣଙ୍କ ୬୪ ବର୍ଷିୟ ମହିଳା
  • ଆଫଗାନିସ୍ତାନ, ଫିଲିଫାଇନ୍ସ ଓ ମାଲେସିଆକୁ ବିମାନ ଯାତ୍ରା ଉପରେ ରୋକ ଲଗାଇଲା ଭାରତ । କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି
  • ଇଟାଲୀ ଫେରନ୍ତା ଜଣେ ୩୩ ବର୍ଷିୟ ଯୁବକଙ୍କୁ କରେନା, ସେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି
  • ସେ ମାର୍ଚ୍ଚ ୬ ତାରିଖରେ ଦିଲ୍ଲୀ ପରେ ମାର୍ଚ୍ଚ ୧୨ ତାରିଖରେ ଓଡ଼ିଶାରେ ପହଞ୍ଚିଥିଲେ

ଇତିହାସରେ ଆଜିର ଦିନକୁ କାହିଁକି ମନେରଖାଯାଇଛି ?

୧୯୦୬-ତାଇୱାନରେ ହୋଇଥିବା ଭୂକମ୍ପରେ ୧୨୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା ।

୧୯୬୨- ଭାରତୀୟ ଅନ୍ତରୀକ୍ଷ ଯାତ୍ରୀ କଳ୍ପନା ଚାୱାଲାଙ୍କ ଜନ୍ମ ହରିୟାଣାର କରନାଲ ଜିଲ୍ଲାରେ ହୋଇଥିଲା ।

୧୯୯୦- ବ୍ୟାଡମିଣ୍ଟନ୍‌ ପ୍ଲେୟାର ସାଇନା ନେହୱାଲଙ୍କ ଜନ୍ମ ହୋଇଥିଲା ।

୧୯୬୯- ଗୋଲଡା ମେୟର ଇସ୍ରାଏଲର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ ।

୧୯୯୬- କ୍ରିକେଟ ବିଶ୍ୱକପ୍‌ ଫାଇନାଲରେ ଶ୍ରୀଲଙ୍କା ଅଷ୍ଟ୍ରେଲିଆକୁ ସାତ ୱିକେଟରେ ହରାଇ ଜିତିଥିଲା ।

ଭାରତର ସାହାସି ଝିଅ କଳ୍ପନା ଚାୱଲାଙ୍କ ଆଜି ଜନ୍ମଦିନ

କଳ୍ପନା ଚାୱଲା ଥିଲେ ଜଣେ ଆମେରିକା ଅନ୍ତରୀକ୍ଷ ଯାତ୍ରୀ ତଥା ଇଂଜିନିୟର । ଏବଂ ପ୍ରଥମ ଭାରତୀୟ ମହିଳା ମହାକାଶ ଯାତ୍ରୀ ଭାବେ ସେ ମହାକାଶ ଯାତ୍ରା କରିଥିଲେ । ୧୯୯୭ରେ ନାସା ପକ୍ଷରୁ ‘ସ୍ପେଶ୍‌ ସଟଲ୍‌ କଲମ୍ବିଆର’ ମିଶନ୍‌ ସ୍ପେଶାଲିଷ୍ଟ ଭାବେ ପ୍ରଥମ ଉଡାଣରେ ସାମିଲ ହୋଇଥିଲେ । ୧୭ମାର୍ଚ୍ଚ ୧୯୬୨ରେ କଳ୍ପନା ହରିୟାଣାଠାରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କ ପ୍ରାରମ୍ଭିକ ଶିକ୍ଷା ହରିୟାଣାର ଟାଗୋର ପବ୍ଲିକ ସ୍କୁଲରେ ସମାପ୍ତ କରିଥିଲେ ।

ପଂଜାବ ଇଂଜିନିୟରି କଲେଜରୁ ବ୍ୟାଚଲର ଡିଗ୍ରୀ ହାସଲ କରିବା ପରେ ୧୯୮୨ରେ ଆମେରିକା ଚାଲିଯାଇଥିଲେ । ସେଠାରେ ଏରୋସ୍ପେସ୍‌ ଇଂଜିନିୟରିଂରେ ମାଷ୍ଟର ଡିଗ୍ରୀ କରିଥିଲେ । ଏହାପରେ ୧୯୮୬ରେ ସେ ଦ୍ୱିତୀୟ ମାଷ୍ଟର ଡିଗ୍ରୀ ସମାପ୍ତ କରିବା ପରେ ୧୯୮୮ରେ ଏରୋସ୍ପେସ୍‌ ଇଂଜିନିୟରିଂରେ ପିଏଚଡି ସମାପ୍ତ କରିଥିଲେ । ୧୯୮୮ରେ ସେ ନାସା ରିସର୍ଚ୍ଚ ସେଣ୍ଟରରେ ଯୋଗ ଦେଇଥିଲେ। ୧୯୯୭ ନଭେମ୍ବର ୯ରେ ସେ ପ୍ରଥମ ମହାକାଶ ଯାତ୍ରା ଆରମ୍ଭ କରିଥିଲେ । ୨୦୦୩ରେ ‘ସ୍ପେଶ୍‌ ସଟଲ୍‌ କଲମ୍ବିଆ’ର ଆକସ୍ମିକ ଦୁର୍ଘଟଣାରେ କଳ୍ପନାଙ୍କୁ ମିଶାଇ ସମସ୍ତ କ୍ରିଉ ମେମ୍ବରଙ୍କ ମୃତ୍ୟୁ ହୋଇଥିଲା । ଜାତୀୟ ସ୍ତରରେ ତାଙ୍କର ଏହି ଦୁଃସାହସିକ ଯାତ୍ରା ପାଇଁ ସମ୍ମାନ ପ୍ରଦାନ କରାଯାଇଛି । ଆଜି ତାଙ୍କ ଜନ୍ମଦିବସରେ ପ୍ରଣାମ ଓଡିଶା ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ।

ସପିଂ ମଲ୍ ଖୋଲି ଫାଇନ୍ ଗଣିଲେ ମାଲିକ

ସମ୍ବଲପୁର: ସପିଂ ମଲ୍‌ ଉପରେ ୫୦ହଜାର ଫାଇନ୍‌ । ବୁଢାରାଜା ଅଞ୍ଚଳରେ ଥିବା ଏକ ମଲ୍‌ ଉପରେ ମୋଟା ଅଙ୍କର ଫାଇନ ଲଗାଯାଇଛି । କରୋନା ପାଇଁ ସମ୍ବଲପୁର ପ୍ରଶାସନ ପକ୍ଷରୁ ସପିଂ ମଲ୍‌ ଓ ଜନ ଗହଳି ପୂର୍ଣ୍ଣ ସ୍ଥାନରେ କଟକଣା ଲଗାଯାଇଥିଲା ।

ମଲ୍‌ ଗୁଡ଼ିକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରାଯାଇଥିଲା । କିନ୍ତୁ ଗତକାଲି ସନ୍ଧ୍ୟାରେ ମଲ୍‌ଟି ଖୋଲାରହିଥିଲା । ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ଼ ମଲ୍‌ ଉପରେ ଚଢାଉ କରିଥିଲା । ନିୟମ ଉଲ୍ଲଘଂନ ଅଭିଯୋଗରେ ପ୍ରଶାସନ ପକ୍ଷରୁ ୫୦ହଜାର ଟଙ୍କାର ଫାଇନ୍‌ ଲଗାଯାଇଛି ।

ସପନାଙ୍କ ସ୍ୱପ୍ନରୁ ଆସିଲେ ଏହି ରାଜକୁମାର…ଖୁବ ଶୀଘ୍ର କରିବେ ବିବାହ

ନୂଆଦିଲ୍ଲୀ: ଭୋଜପୁରୀ ଗାୟିକା ତଥା ଅଭିନେତ୍ରୀ ସପନା ଚୌଧୁରୀ ନିଜ ଡ୍ୟାନ୍ସିଂ ଜଲୱା ପାଇଁ ପରିଚିତ। ହରିଆଣାରୁ ଆରମ୍ଭ କରି ୟୁପି, ବିହାର ଯାଏଁ ତାଙ୍କ ଦେଶୀ ଷ୍ଟାଇଲ ସବୁବେଳେ ଚର୍ଚ୍ଚାରେ ରହେ। ସେ ନିଜ ଦେଶୀ ଷ୍ଟାଇଲ ପାଇଁ ବହୁତ ଫେମସ୍ । ଏବେ ସେ ପରଦାର ଜଣେ ଜଣା ଶୁଣା ପ୍ରତିଭା । ସ୍କ୍ରିନ୍ ହିଟ୍ କରିବା ପରେ ମଧ୍ୟ ସେ ଆଜି ବି ଡ୍ୟାନ୍ସ ଶୋ’ରେ ନଜର ଆସୁଛନ୍ତି।

ରିଆଲିଟି ଶୋ ଓ ଛୋଟ ପରଦାରେ ଅଭିନୟ କରି ସେ ଅନୋକ ଲୋକପ୍ରିୟତା ହାସଲ କରିଛନ୍ତି। ସାଲୱାର ସୁଟ୍‌ରେ ଡ୍ୟାନ୍ସ କରୁଥିବା ସପନାଙ୍କ ଦେଶୀ ଷ୍ଟାଇଲକୁ ଦର୍ଶକ ଖୁବ ପସନ୍ଦ କରନ୍ତି। ସପନାଙ୍କ ହଟ୍ ଡ୍ୟାନ୍ସ ଲୋକଙ୍କ ମଧ୍ୟରେ ନିଆଁ ମଧ୍ୟ ଲଗାଏ । ଛୋଟ ପରଦାରୁ ନିଜ କ୍ୟାରିଅର ଆରମ୍ଭ କରି ଆଜି ଟପ୍ ସେଲିବ୍ରିଟିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସପନା । ସୋସିଆଲ ମିଡିଆରେ ଅଧିକାଂଶ ସମୟରେ ସପନାଙ୍କର ଡ୍ୟାନ୍ସ ଭିଡିଓ ଭାଇରାଲ ହେଉଥାଏ ।

ସପନା ଚୌଧୁରୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି । ସୂଚନାଯୋଗ୍ୟ ଯେ, ସପନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ହରିୟାଣା ଫିଲ୍ମ ତାରକା ଭୀର ସାହୁଙ୍କୁ ବିବାହ କରିବାକୁ ଯାଉଛନ୍ତି ଡ୍ୟାନ୍ସିଂ କୁଇନ୍ ସପନା । କିନ୍ତୁ ସପନା ନିଜେ ଏହି ବିଷୟରେ  ଏଯାଏଁ କୌଣସି ଘୋଷଣା କରି ନାହାଁନ୍ତି। ଆଗାମୀ କିଛି ମାସ ମଧ୍ୟରେ ଉଭୟଙ୍କ ବିବାହ ତାରିଖ ଘୋଷଣା କରାଯିବ। ଉଭୟଙ୍କର ଗୁପ୍ତ ନିର୍ବନ୍ଧ ହେବାର ସୂଚନା ମିଳିଛି ।

ସପନା ଓ ଭୀରଙ୍କ ରିଲେସନଶିପ ନେଇ ଦୀର୍ଘ ଦିନ ଧରି ଆଲୋଚନା ହେଉଛି । ଦୁହେଁ ପରସ୍ପରଙ୍କୁ ଡେଟ୍ କରିବା ପରେ ରିଲେସନଶିପରେ ଆସିଥିଲେ । ରିପୋର୍ଟ ଅନୁସାରେ ଭୀର ସାହୁ ଅଭିନେତା ହେବା ସହ ଜଣେ ଗାୟକ ମଧ୍ୟ ଏବଂ ସେ ଅନେକ ଗୀତ ଗାଇଛନ୍ତି। ଭୀର ସାହୁ ହରିୟାଣାରେ ବାବୁ ମନ୍ଙ୍କ ନାଁରେ ଫେମସ୍ । ୨୦୧୬ ମସିହାରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ଥୁଡି ବାଡି’ରେ ଅଭିନୟ କରି ଭୀର ଡେବ୍ୟୁ କରିଥିଲେ । ଏହା ପରେ ‘ଗାନ୍ଧୀ ଫିର ଆ ଗୟା’, ‘ରସୁକ୍ ଆଲା ଜାଟ୍’ ଏବଂ ‘ଖଳନାୟକ’ ଭଳି ଚଳଚ୍ଚିତ୍ର ମୁକ୍ତିଲାଭ ହୋଇଥିଲା ଯାହା ହିଟ୍ ହୋଇନଥିଲା ।

କରୋନାରୁ ବଞ୍ଚିବା ପାଇଁ ଦିଆଗଲା ପ୍ରଥମ ଟୀକା !

ଭାଇରସ ପାଇଁ ଭ୍ୟାକ୍‌ସିନ । ଆମେରିକାରେ ପ୍ରଥମ ଟୀକା ନେଲେ ୪୩ ବର୍ଷୀୟ ମହିଳା । ୪୫ ଜଣଙ୍କ ଉପରେ ୪୫ ଦିନ ଧରି ଚାଲିବ ରିସର୍ଚ୍ଚ । ଯଦି ପରୀକ୍ଷଣ ସଫଳ ରୁହେ, ତେବେ ୧୨ରୁ ୧୮ ମାସ ମଧ୍ୟରେ ଏହା ବଜାରରେ ଉପଲବ୍ଧ ହେବ । ଏଥିରେ ୧୮ରୁ ୫୫ ବର୍ଷୀୟ ୪୫ ଜଣଙ୍କୁ ସାମିଲ କରାଯାଇଛି ।

୬ ସପ୍ତାହ ପର୍ଯ୍ୟନ୍ତ ଏହାର ଅଧ୍ୟୟନ ଚାଲିବ । ସିୟାଟଲ ରିସର୍ଚ୍ଚ ସେଣ୍ଟରରେ କୋଭିଡ୍‌-19 ଭାଇରସର ମୁକାବିଲା ପାଇଁ ପରୀକ୍ଷା ଚାଲିଛି । ଏହି ସଫଳତା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଡକ୍ତରଙ୍କୁ ପ୍ରଶଂସା କରିଛନ୍ତି । ବର୍ତ୍ତମାନ ଏହାର କ୍ଲିକାଲ ଟ୍ରାଏଲ ଆରମ୍ଭ କରିଛି ଆମେରିକା । ଏହାସହ କରୋନା ମୁକାବିଲା ପାଇଁ ଅନ୍ୟ ଥେରିପିକୁ ମଧ୍ୟ ବିକଶିତ କରୁଛି ।

ସେପଟେ ପ୍ରଥମ ଭ୍ୟାକସିନ ନେଇଥିବା ୪୩ ବର୍ଷୀୟ ଜେନିଫର ହାଲେର ନିଜର ଖୁସି ଜାହିର କରିଛନ୍ତି । ସେ କହିଛନ୍ତି ଏହା ପୂର୍ବରୁ ସେ ନିଜକୁ ଅସହାୟ ମନେ କରୁଥିଲେ । ତେବେ ବଡ଼ କଥା ହେଉଛି ଏହି ପରୀକ୍ଷା ସଫଳ ହେଲେ ମଧ୍ୟ ବଜାରରେ ଭ୍ୟାକିସନ ଆସିବାକୁ ୧୨ରୁ ୧୮ ମାସ ସମୟ ଲାଗିପାରେ ।

ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା । ୪୮ ଘଣ୍ଟାରେ ଇଟାଲୀରେ ଗଲା ୭୧୭ ଜୀବନ । ଫ୍ରାନ୍ସରେ ୧୫ ଦିନର ଲକ୍ଡାଉନ୍ । ଘରୁ ନ ବାହାରିବାକୁ ରାଷ୍ଟ୍ରପତିଙ୍କ ଘୋଷଣା । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬ ।

ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା । ୪୮ ଘଣ୍ଟାରେ ଇଟାଲୀରେ ଗଲା ୭୧୭ ଜୀବନ । ଫ୍ରାନ୍ସରେ ୧୫ ଦିନର ଲକ୍‌ଡାଉନ୍‌ । ଘରୁ ନ ବାହାରିବାକୁ ରାଷ୍ଟ୍ରପତିଙ୍କ ଘୋଷଣା । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬ ।

କରୋନା ଭାଇରସ ପାଇଁ ଭ୍ୟାକସିନ୍ । ଆମେରିକାର ମହିଳା ନେଲେ ପ୍ରଥମ ଟୀକା । ୪୫ ଲୋକଙ୍କ ଉପରେ ୪୫ ଦିନ ହେବ ରିସର୍ଚ୍ । ସଫଳ ହେଲେ ୧୨ରୁ ୧୮ ମାସରେ ବଜାରରେ ହେବ ଉପଲବ୍ଧ ।

କରୋନା ଭାଇରସ ପାଇଁ ଭ୍ୟାକସିନ୍‌ । ଆମେରିକାର ମହିଳା ନେଲେ ପ୍ରଥମ ଟୀକା…୪୫ ଲୋକଙ୍କ ଉପରେ ୪୫ ଦିନ ହେବ ରିସର୍ଚ୍ ।  ସଫଳ ହେଲେ ୧୨ରୁ ୧୮ ମାସରେ ବଜାରରେ ହେବ ଉପଲବ୍ଧ ।

CBSE ପରୀକ୍ଷା ପାଇଁ ବଡ ନିଷ୍ପତ୍ତି… ଆଜିଠାରୁ ହେବ ଲାଗୁ

ଦେହରାଡୁନ୍: କରୋନା ବୃଦ୍ଧି ଯୋଗୁଁ ନିକଟରେ ଅନେକ ପରୀକ୍ଷା ସ୍ଥଗିତ ହୋଇଥିଲା । ହେଲେ ନିକଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (CBSE) ସିବିଏସି ବୋର୍ଡ ପରୀକ୍ଷାରେ ବଡ଼ ପରିବର୍ତ୍ତନ କରିଛି। ସୂଚନାଯୋଗ୍ୟ ଯେ, ମଙ୍ଗଳବାର ତଥା ଆଜିଠୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ଏହି ପରିବର୍ତ୍ତନ ଜାରି ହେବ। ସିବିଏସି ଦେହରାଡୁନ୍ ଆଞ୍ଚଳିକ ଅଧିକାରୀ ରଣବୀର ସିଂଙ୍କ ଦ୍ୱାରା ଏହି ଚିଠି ସମଗ୍ର ଅଞ୍ଚଳର ସମସ୍ତ ପରୀକ୍ଷା କେନ୍ଦ୍ରକୁ ପଠାଯାଇଛି। ବୋର୍ଡର ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ପରୀକ୍ଷା କେନ୍ଦ୍ରରେ ଛାତ୍ର ଓ ଛାତ୍ରୀମାନଙ୍କ ମଧ୍ୟରେ ଅତି କମରେ ଗୋଟେ ମିଟରର ଦୂରତା ରହିବା ଜରୁରୀ।  ଗୋଟେ ପରୀକ୍ଷା ହଲରେ ୧୨ ଜଣ ଛାତ୍ର ଛାତ୍ରୀ ବସିପାରିବେ  । ଛାତ୍ରଛାତ୍ରୀମାନଙ୍କର ସବୁ ସୁବିଧାର ବ୍ୟବସ୍ଥା କରାଯିବ ।

ପରୀକ୍ଷା ସେଣ୍ଟରରେ କକ୍ଷ କମ ଥିଲେ ଛାତ୍ର ଛାତ୍ରୀ ମାନଙ୍କୁ ଲାଇବ୍ରେରୀ, ଅଡିଟୋରିୟମ୍, ଲ୍ୟାବ୍ ଇତ୍ୟାଦିରେ ବସିବାର ସୁବିଧା କରାଯିବ । ବୋର୍ଡ ଏହି ଆଦେଶ ପାଳନ କରିବାକୁ ସୂଚନା ଦେଇଛି । ଯେଉଁମାନେ ଏହି ନିର୍ଦ୍ଦେଶନାମା ପାଳନ କରୁନାହାଁନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ପରିସ୍ଥିତିରେ ଭୟଭିତ ନ ହୋଇ ସତର୍କ ରହିବା ଅତ୍ୟନ୍ତ ଜରୁରୀ । ଡାକ୍ତରମାନଙ୍କ ଅନୁସାରେ କରୋନାକୁ ନେଇ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ । ଏଥିପାଇଁ କେବଳ ସତର୍କତା ଅବଲମ୍ବନ କରିବା ଉଚିତ୍ । ଯାହାଦ୍ୱାରା ଏହା ବ୍ୟାପିବ ନାହିଁ ।

 

ରାଜ୍ୟପାଳଙ୍କ ନୂଆ ନିର୍ଦ୍ଦେଶ ପରେ ଆଜି ମଧ୍ୟପ୍ରଦେଶରେ ଆସ୍ଥାଭୋଟ୍‌

ଆଜି ହେବ ମଧ୍ୟପ୍ରଦେଶରେ ଆସ୍ଥାଭୋଟ୍‌ । ଏନେଇ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ରାଜ୍ୟପାଳ ନୂଆ ନିର୍ଦ୍ଦେଶ ଦେଇଛନ୍ତି । ଆଜି ବଜେଟ ଅଧିବେଶନ ଆରମ୍ଭ ହୋଇଥିଲେ ବି କଂଗ୍ରେସ ଓ ବିଜେପିର ହଟ୍ଟଗୋଳ ପାଇଁ ବିଶ୍ୱାସ ମତ ସାବ୍ୟସ୍ତ ହୋଇପାରିନଥିଲା । ବରଂ କରୋନା ଭୟ ଦେଖାଇ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଗୃହକୁ ବାଚସ୍ପତି ମୁଲତବୀ ରଖିଥିଲେ । ତେବେ ଆଜି ସ୍ୱତନ୍ତ୍ର ଅଧିବେଶନରେ ଆସ୍ଥା ଭୋଟ୍‌ ଦେବେ କମଲନାଥ । ଯାହାକୁ ନେଇ ଚଳଚଞ୍ଚଳ ହୋଇପଡିଛି ମଧ୍ୟପ୍ରଦେଶ କଂଗ୍ରେସ । ଏପଟେ ବାଚସ୍ପତିଙ୍କ ପ୍ରଥମ ରୁଲିଂ ବିରୋଧରେ ବିଜେପି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛି । ତେବେ କରୋନା ବାହାନାରେ ବିରୋଧୀ ବିଧାୟକଙ୍କୁ ମନାଇବା ପାଇଁ କମଲନାଥଙ୍କ ଚାଲ୍‌ ଫସର ଫାଟି ଯାଇଛି ।