ଭୁବନେଶ୍ୱର: ସନ୍ଧ୍ୟାରେ ମାର୍କେଟ ବିଲ୍ଡିଂରେ ଆତଙ୍କ ପଛରେ ୧୨ ନାବାଳକ । ସମୁଦାୟ ୨୧ ଜଣଙ୍କୁ ଚିହ୍ନଟ କରିଛି କମିଶନରେଟ୍ ପୋଲିସ । ୧୮ ଜଣଙ୍କୁ ଗିରଫ କରାଯାଇଛି । ଫେରାର୍ ରହିଛନ୍ତି ମୁଖ୍ୟ ଅଭିଯୁକ୍ତ ଗୋପୀ ସହ ଚିଣ୍ଟୁ ଓ ପ୍ରୀତମ । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।
ପୋଲିସ କମିଶନର ଅଭିଯୁକ୍ତଙ୍କ ବିରୋଧରେ ଦଙ୍ଗା ଭଳି ସଙ୍ଗୀନ ଦଫା ଲାଗିଥିବା ସୂଚନା ଦେଇଛନ୍ତି । ଏଥିସହ ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲାଗିଛି । ଫେରାର୍ ଅଭିଯୁକ୍ତମାନଙ୍କୁ ଧରିବାକୁ ପୋଲିସ ୩ଟି ଟିମ୍ ଗଠନ କରିଛି । ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ସିପି କହିଛନ୍ତି ।
ଶୁକ୍ରବାର ସନ୍ଧ୍ୟାରେ ପ୍ରାୟ ୩୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ମାର୍କେଟ ବିଲ୍ଡିଂରେ ଆତଙ୍କ ଖେଳାଇଥିଲେ । ମାରଣାସ୍ତ୍ର ଧରି ଉଠାଦୋକାନୀ ଗ୍ରାହକଙ୍କୁ ଆକ୍ରମଣ କରିଥିଲେ । ଏଥିରେ ୩ ଦୋକାନୀଙ୍କ ସହ ୨ କନେଷ୍ଟବଳ ଆହତ ହୋଇଥିଲେ । ୨ କନେଷ୍ଟବଳଙ୍କୁ ପୁରସ୍କୃତ କରାଯିବ ବୋଲି ସିପି ସୂଚନା ଦେଇଛନ୍ତି ।
ଏଥିସହ ପୋଲିସ ଆକ୍ରମଣ ପଛର କାରଣ କହିଛି । ଗୁରୁବାର ରାତିରେ ଭାଇ ଉଭଣୀ ଘଣ୍ଟା କିଣିବାକୁ ଏକ ଘଣ୍ଟା ଦୋକାନକୁ ଯାଇଥିଲେ । ସେଠାରେ ଦୋକାନୀଙ୍କ ସହ ସେମାନଙ୍କ ଯୁକ୍ତିତର୍କ ହୋଇଥିଲା । ଆଉ ମାମଲା ଯାଇ ପହଞ୍ଚିଥିଲା ଥାନାରେ । ଏହି ଘଟଣା ପରେ ଗତକାଲି କିଛି ଦୁର୍ବୃତ୍ତ ମୁଖାପିନ୍ଧି ଉଠାଦୋକାନୀଙ୍କୁ ଆକ୍ରମଣ କରିଥିଲେ ।


କିଛିଦିନ ହେବ ଘରଟି ବନ୍ଦ ରହିଥିଲା । ସକାଳୁ ପଚା ଦୁର୍ଗନ୍ଧ ହେବାରୁ ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ରାଜଗାଙ୍ଗପୁର ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ମୃତ ରଞ୍ଜିତ ପ୍ରସାଦ, ତାଙ୍କ ସ୍ତ୍ରୀ ଓ ୨ ଛୁଆଙ୍କ ମୃତଦେହ ଉଦ୍ଧାର କରିଛି ।
ତଦନ୍ତ ଚାଲିଛି, ଶବ ବ୍ୟବଚ୍ଛେଦ ପରେ ସମୂହ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି ।



ଗତ ୮ ତାରିଖରେ ବିମାନ ଟେକ୍ ଅଫର କିଛି ସମୟ ମଧ୍ୟରେ କ୍ରାସ ହୋଇ ୧୭୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଯେଉଁଥିରେ ୮୨ ଇରାନ ନାଗରିକଙ୍କ ସହ କାନଡ଼ାର ୬୩ ନାଗରିକ ଥିଲେ । ପ୍ଲେନ୍ କ୍ରାସ୍ ପାଇଁ ପୂର୍ବରୁ ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ ଓ ବ୍ରିଟେନ୍ ଇରାନକୁ ଦାୟୀ କରିଥିଲେ ।