spot_img
Home Blog Page 7349

ଶିକ୍ଷକଙ୍କୁ ମହଙ୍ଗାପଡ଼ିଲା କରୋନା ଗୁଜବ: ଗିରଫ ପରେ ସ୍ୱାସ୍ଥ୍ୟବସ୍ଥା ଖରାପ

କଳାହାଣ୍ଡି: ଗୁଜବ ସୃଷ୍ଟିକାରୀ ସାବଧାନ୍‌ । କରୋନା ନେଇ ଅପପ୍ରଚାର କଲେ ମିଳିବନି ଛାଡ଼ । ବିପର୍ଯ୍ୟୟ ଲାଗି ଜାରି ଅଧିନିୟମ ଅନୁସାରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । କରୋନା ଗୁଜବ ପାଇଁ ବନ୍ଧା ହେଲେ ଶିକ୍ଷକ । ଗିରଫ ଶିକ୍ଷକ ହେଲେ କଳାହାଣ୍ଡି ଦୁଡକେଲ ଗାଁର ବିନ୍ଦୁ ମହାନନ୍ଦ । ଗିରଫ ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଧର୍ମଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗୋଲାମୁଣ୍ଡା ଖଳିଆକାନୀରେ ଜଣେ ଯୁବକ କରୋନାରେ ଆକ୍ରାନ୍ତ ଥିବା ଅପପ୍ରଚାର କରିଥିଲେ ବିନ୍ଦୁ । ସୋସିଆଲ ମିଡିଆରେ ଗୁଜବ ଭାଇରାଲ ପରେ କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧର ତାଙ୍କୁ ଗିରଫ କରିଛନ୍ତି । ଖଳିଆକାନିର ଯୁବକ ଜଣକ ଶ୍ରମିକ ଶ୍ରେଣୀର ହୋଇଥିବା ବେଳେ ନିଜ ଘରେ କବାଟ ବନ୍ଦ କରି ରହୁଥିବାରୁ ସେ କରୋନା ଆକ୍ରାନ୍ତ ବୋଲି ବିନ୍ଦୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । କରୋନାକୁ ନେଇ ସୋସିଆଲ୍‌ ମିଡିଆରେ ମିଥ୍ୟ । ପ୍ରଚାର ଅଭିଯୋଗରେ ଶୁକ୍ରବାର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ସତ୍ୟ ନାରାୟଣ ସାମଲଙ୍କୁ ଗିରଫ କରାଯାଇଥିଲା ।

୩୦ ଟଙ୍କାର ମାସ୍କ୍ ୧୫୦ଟଙ୍କାରେ ବିକ୍ରି !

ଭୁବନେଶ୍ୱର: ରାଜଧାନୀରେ କରୋନାକୁ ନେଇ କଳାବଜାରି । ଭୁବନେଶ୍ୱରରେ ବିଭିନ୍ନ ମେଡିସିନ ଦୋକାନରେ କମିଶନରେଟ ପୋଲିସ ପକ୍ଷରୁ ଚଢାଉ । ମାସ୍କ, ହ୍ୟ।ଣ୍ଡୱାସ ଓ ସାନିଟାଇଜର କଳାବଜାରି ରୋକିବା ପାଇଁ ଯାଞ୍ଚ । ୩୦ ଟଙ୍କାର ମାସ୍କକୁ ୧୫୦ ଟଙ୍କାରେ ବିକ୍ରି ହେଉଥିବା ଅଭିଯୋଗ ଆସିଛି । ସେହିଭଳି କରୋନାକୁ ନେଇ ବିଭିନ୍ନ ମଲ୍‌ରେ ନିଆଯାଇଛି ଆଗୁଆ ପଦକ୍ଷେପ । ଆଡ୍‌ଭାଇଜରି ଜାରି ସହ ହୋଟେଲଗୁଡ଼ିକ ପାଇଁ ଏସ୍‌ଓପି ଜାରି କରାଯାଇଛି ।

୩୦ ଟଙ୍କାର ମାସ୍କକୁ ବିକ୍ରି ହେଉଛି ୧୫୦ ଟଙ୍କାରେ ।  ଭୁବନେଶ୍ୱରର ବିଭିନ୍ନ ମେଡିସିନ ଦୋକାନରେ କମିଶନରେଟ ପୋଲିସର ରେଡ୍‌ ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ମାସ୍କ, ହ୍ୟାଣ୍ଡୱାସ ଓ ସାନିଟାଇଜର କଳାବଜାରୀ ରୋକିବା ନେଇ ପୋଲିସର ଯାଞ୍ଚ ହୋଇଥିଲା । କଟକରୋଡ ଲାଇଭ ଲାଇଫ୍‌ ମେଡିସନ ଷ୍ଟୋରର ଖୋଲିଛି ମୁଖା । ୧୦ ଟଙ୍କାର ମାସ୍କକୁ  ୩୦ ଓ ୩୦ ଟଙ୍କାର ମାସ୍କକୁ ୧୫୦ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ସେହିପରି ସହିଦ ନଗର, ନୟାପଲ୍ଲୀ ସମେତ ଅନେକ ଥାନା ଅଞ୍ଚଳରେ ଯାଞ୍ଚ କରିଛି ପୋଲିସ । ମେଡିସନ ମାଲିକ ପ୍ରତ୍ୟେକ ଲୋକଙ୍କୁ ଗୋଟିଏ ଲେଖାଁଏ ମାସ୍କ ଦେବା ସହ କଳାବଜାରୀ ନକରିବା ପାଇଁ ତାଗିଦ କରିଛି । ନିୟମ ଉଲ୍ଲଂଘନ କଲେ ସିଲ କରାଯିବ ବୋଲି ଚେତଇ ଦେଇଛି ପୋଲିସ ।

ମଲରେ କିଭଳି ପ୍ରତିଷେଧକ ନିଆଯିବ, ସେନେଇ ଟୁଇଟ କରିଛନ୍ତି ପୋଲିସ କମିଶନର । ମଲ ଭିତରେ ଅଳ୍ପ ସଂଖ୍ୟକ ଲୋକଙ୍କୁ ପ୍ରବେଶ କରାଇବା, ଗ୍ରାହକ ମାନେ ୬ ଫିଟ ଦୁରତା ବଜାୟ ରଖିବା, ମଲ ଭିତରେ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ଉପରେ ରୋକ୍‌ ସହ ମାସ୍କ ପିନ୍ଧିବାକୁ ଜାରି ହୋଇଛି ଆଡଭାଇଜରି । ମଲ ଭିତରକୁ ଯିବା ପୂର୍ବରୁ ଚେକିଂ କରିବା ସହ ସାନିଟାଇଜର ବ୍ୟବହାର କରିବାକୁ ଅନୁରୋଧ କରାଯାଉଛି । ଏହାସହ ମଲ ଭିତରେ ସ୍ୱଚ୍ଛତା ରଖିବା ପାଇଁ ସଫେଇ କରିବା ସହ ମଲ କର୍ମଚାରୀ ମାସ୍କ ବ୍ୟବହାର କରୁଛନ୍ତି । ଆଉ ଯିଏ ବି ମଲ ଭିତରକୁ ଯାଉଛନ୍ତି ହାତରେ ସାନିଟାଇଜର ବ୍ୟବହାର କରୁଛନ୍ତି ।

ଭିଡ଼ ନିୟନ୍ତ୍ରଣ ରୋକିବ କରୋନା ସଂକ୍ରମଣ, ବିଏମସି ପକ୍ଷରୁ ଏସଓପି ଜାରି

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ରୋକିବାକୁ ବିଏମସିର ପ୍ରସ୍ତୁତି । ବିଏମସି କାର୍ଯ୍ୟାଳୟରେ ବସିଥିବା ବୈଠକରେ କରୋନା ମୁକାବିଲା ନେଇ ଆଲୋଚନା ହୋଇଛି । ରାଜଧାନୀରେ ଥିବା ସମସ୍ତ ହୋଟେଲ ଓ ମଲ୍ ପାଇଁ ବିଏମସି ଏସଓପି ଜାରି କରିଛି । ଏସଓପି ପାଳନ ନକଲେ ବିଏମସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ହୋଟେଲ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ହ୍ୟାଣ୍ଡ ୱାସ୍ ମହଜୁଦ୍ ରଖିବା ସହ କମ୍ ସଂଖ୍ୟକ ଅତିଥି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ଯାତ୍ରା ବିବରଣୀ ଓ ମୋବାଇଲ ନମ୍ବର ସଂଗ୍ରହ କରିବେ ।

କରୋନା: ଦ୍ୱିତୀୟ ପର୍ଯ୍ୟାୟରେ ହିଁ ଜିତିବାକୁ ହେବ ଯୁଦ୍ଧ

ସେହିଭଳି ଉତ୍ସବ ସମୟରେ ପରସ୍ପର ମଧ୍ୟରେ ଦୂରତା ରଖିବାକୁ ବିଏମସି ମାଇକ୍ ମାଧ୍ୟମରେ ସଚେତନ କରିବ । ଥଣ୍ଡା, ଜ୍ୱର ହୋଇଥିବା ବ୍ୟକ୍ତି ବିଶେଷ ଉତ୍ସବରେ ସାମିଲ ନହେବାକୁ ବିଏମସି ପକ୍ଷରୁ କୁହାଯାଇଛି । ପାର୍କ ଗୁଡ଼ିକରେ ମୁକ୍ତାକାଶ ଜିମ୍ ସାମଗ୍ରୀକୁ ଆସନ୍ତାକାଲି ଠାରୁ ଲକ୍ କରାଯିବ । ଚିକିତ୍ସା ବେଳେ କୌଣସି ସନ୍ଦିଗ୍ଧ ଚିହ୍ନଟ ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ବିଏମସିକୁ ଜଣାଇବେ ।

ବିଏମସିରେ ଆସନ୍ତାକାଲି ଠାରୁ ଖୋଲିବ ସ୍ୱତନ୍ତ୍ର କୋଭିଡ-୧୯ ସେଲ୍ । ଏହି ସେଲ୍ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କରୋନା ସମ୍ପର୍କିତ ତଥ୍ୟ ଓ ସୂଚନା ଦେବ । ବିଏମସି କଲ୍ୟାଣ ମଣ୍ଡପ ଆଉ ବୁକିଂ କରାଯିବ ନାହିଁ । ଘରୋଇ ମଣ୍ଡପ ଗୁଡ଼ିକ ବୁକିଂ ରଖିଲେ ଏସଓପି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଚିଂ ସେଣ୍ଟର ଗୁଡ଼ିକୁ କ୍ଲାସ୍ ବନ୍ଦ କରିବା ପାଇଁ ଚିଠି ଯୋଗେ ଅବଗତ କରାଯାଇଛି । ମାସ୍କ ଓ ସାନିଟାଇଜରର କଳାବଜାରୀ ରୋକିବା ପାଇଁ ୩ଟି ସ୍କ୍ୱାଡ୍ ଗଠନ କରାଯାଇଛି । ବିଏମସି ସଫେଇ ଉପରେ ଧ୍ୟାନ ଦେଇଥିବା ବେଳେ ୧୦୦ଟି ସ୍ପ୍ରେ ମେସିନ୍ ଅଣାଯିବ ।

କରୋନାରୁ ବର୍ତ୍ତିବା ପାଇଁ କଣ ସବୁ କରିବେ ?

ବିଏମସିର ଅଧିକାରୀ ମାନେ ୨ ଘଣ୍ଟା ଧରି ବିଭିନ୍ନ ୱାର୍ଡ ବୁଲି ସ୍ଥିତିର ତଦାରଖ କରିବେ । ଅନ୍ୟପଟେ ଗୁରୁତ୍ୱର ଅଭିଯୋଗ ନଥିଲେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ନଆସିବାକୁ ବିଏମସି ଅନୁରୋଧ କରିଛି । ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଭୁବନେଶ୍ୱରର ସମସ୍ତ ଘରୋଇ ହସ୍ପିଟାଲ, ହୋଟେଲ ଓ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ।

ଭୁବନେଶ୍ୱର: ଓଡ଼ିଶା କୋଭିଡ-୧୯ ନିୟାମକ, ୨୦୨୦ କାର୍ଯ୍ୟକାରିତା ପାଇଁ ୪ IASଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର । IAS ସୋମେଶ କୁମାର ଉପାଧ୍ୟାୟ, ପି. ଅନଭେଶ ରେଡ୍ଡୀ, ପାଟିଲ ଆଶିଷ ଈଶ୍ୱର, ଦିବାକର ଟି.ଏସଙ୍କୁ ଅତିରିକ୍ତ ଦାୟିତ୍ୱ । ଜୁନ୍ ୩୦ ତାରିଖ ଯାଏ ସ୍ୱତନ୍ତ୍ର ଭାବେ ଦାୟିତ୍ୱରେ ରହିବେ ୪ ଅଧିକାରୀ ।

ଭୁବନେଶ୍ୱର: ଓଡ଼ିଶା କୋଭିଡ-୧୯ ନିୟାମକ, ୨୦୨୦ କାର୍ଯ୍ୟକାରିତା ପାଇଁ ୪ IASଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର । IAS ସୋମେଶ କୁମାର ଉପାଧ୍ୟାୟ, ପି. ଅନଭେଶ ରେଡ୍ଡୀ, ପାଟିଲ ଆଶିଷ ଈଶ୍ୱର, ଦିବାକର ଟି.ଏସଙ୍କୁ ଅତିରିକ୍ତ ଦାୟିତ୍ୱ । ଜୁନ୍ ୩୦ ତାରିଖ ଯାଏ ସ୍ୱତନ୍ତ୍ର ଭାବେ ଦାୟିତ୍ୱରେ ରହିବେ ୪ ଅଧିକାରୀ ।

ଦୁଇ ରାଜ୍ୟ ମଧ୍ୟରେ ବାଲ୍ଟି ପାଇଁ ଲଢେଇ, ଗଡ଼ିଥିଲା ୨ହଜାର ମୁଣ୍ଡ

ଆପଣମାନେ ଜାଣିଥିବେ ସମଗ୍ର ବିଶ୍ୱରେ ଗୋଟିଏରୁ ଗୋଟିଏ ବିପଦଜନକ ଯୁଦ୍ଧ ହୋଇଛି, ଯେଉଁଥିରେ ହଜାର ହଜାର ଲୋକଙ୍କ ଜୀବନ ମଧ୍ୟ ଯାଇଛି । କିନ୍ତୁ ଏହି ଯୁଦ୍ଧଗୁଡିକର ଉଦ୍ଦେଶ୍ୟ ଥିଲା ସେହି ଅନ୍ୟ ରାଜ୍ୟକୁ ଦଖଲ କରିବା ଅର୍ଥାତ୍ ସେମାନଙ୍କର ଶକ୍ତି ବିସ୍ତାର କରିବା । କିନ୍ତୁ ପ୍ରାୟ ୬୯୫ ବର୍ଷ ପୂର୍ବେ କେବଳ ଗୋଟିଏ ବାଲ୍ଟି ପାଇଁ ଯୁଦ୍ଧ ହୋଇଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଭୟଙ୍କର ଯୁଦ୍ଧରେ ୨ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ସାମାନ୍ୟ ବାଲ୍ଚି ପାଇଁ ଦୁଇ ରାଜ୍ୟ ଭିତରେ ଭିଷଣ ଯୁଦ୍ଧ । ଆଉ ଏହି ଯୁଦ୍ଧରେ ୨୦୦୦ ଲୋକ ପ୍ରାଣ ମଧ୍ୟ ହରାଇଥିଲେ । କଥାଟା ମିଛି ଭିଳି ଲାଗୁଥିବ ନିଶ୍ଚୟ କିନ୍ତୁ ଏହା ନିରାଟ ସତ । ଏହି ଐତିହାସିକ ଘଟଣା ୧୩୨୫ ମସିହାର ହୋଇଥିଲା । ପ୍ରକୃତରେ, ସେହି ସମୟରେ ଇଟାଲୀରେ ଧାର୍ମିକ ଉତ୍ତେଜନା ଯଥେଷ୍ଟ ବୃଦ୍ଧି ପାଇଥିଲା ।

ଏଠାର ଦୁଇ ରାଜ୍ୟ ବୋଲଗ୍ନା ଏବଂ ମୋଡେନା ମଧ୍ୟରେ ସବୁବେଳେ ଯୁଦ୍ଧ ହେଉଥିଲା । କାରଣ ବୋଲଗନାକୁ ଇସାଇ ଧର୍ମଗୁରୁ ପୋପର ସମର୍ଥନ ମିଳିଥିଲା ଯେତେବେଳେ କି ମୋଡେନାକୁ ରୋମନ ସମ୍ରାଟଙ୍କର ସମର୍ଥନ ମିଳିଥିଲା  । ପ୍ରକୃତରେ ବୋଲଗ୍ନାର ଲୋକେ ପୋପଙ୍କୁ ଇସାଇ ଧର୍ମର ପ୍ରକୃତ ଗୁରୁ ବୋଲି ଭାବୁଥିଲେ । ଯେବେ କି ମୋଡେନାର ଲୋକେ ରୋମନ ସମ୍ରାଟଙ୍କୁ ତାଙ୍କ ପ୍ରକୃତ ଗୁରୁ ମାନୁଥିଲେ ।

୧୩୨୫ ପୂର୍ବରୁ ୧୨୯୬ରେ ବୋଲଗ୍ନା ଏବଂ ମୋଡେନା ମଧ୍ୟରେ ଯୁଦ୍ଧ ହୋଇସାରିଥିଲା । ସେବେଠାରୁ ଦୁଇ ରାଜ୍ୟ ମଧ୍ୟରେ ସବୁବେଳେ ତିକ୍ତତା ଲାଗି ରହିଥିଲା। କୁହାଯାଏ କି ରିନାଲ୍ଡୋ ବୋନାକୋଲ୍ସିଙ୍କ ଶାସନ କାଳରେ ମୋଡେନା ଅଧିକ ଆକ୍ରମଣାତ୍ମକ ହୋଇ ବୋଲଗ୍ନା ଉପରେ ବାରମ୍ବାର ଆକ୍ରମଣ କରୁଥିଲା। ଦୁଇ ରାଜ୍ୟ ମଧ୍ୟରେ ଏହି ତିକ୍ତତା ଏକ ପ୍ରମୁଖ ଯୁଦ୍ଧରେ ପରିଣତ ହୋଇଥିଲା ଯେତେବେଳେ ୧୩୨୫ ମସିହାରେ ମୋଡେନାର କିଛି ସେନା ଲୁଚିଛପି ବୋଲଗନାର ଏକ ଦୁର୍ଗରେ ପଶି ସେଠାରୁ ଏକ କାଠ ବାଲ୍ଟି ଚୋରି କରିଥିଲେ ।

କୁହାଯାଏ ଯେ ବାଲ୍ଟି ହୀରା ଏବଂ ଅଳଙ୍କାରରେ ଭରି ରହିଥିଲା। ଯେତେବେଳେ ବୋଲଗ୍ନାଙ୍କ ସନ୍ୟ ବହୁମୂଲ୍ୟ ରତ୍ନରେ ପରିପୂର୍ଣ୍ଣ ବାଲ୍ଟି ଚୋରି ବିଷୟରେ ଜାଣିଲେ, ସେମାନେ ମୋଡେନାଙ୍କୁ ଏହାକୁ ଫେରାଇବାକୁ କହିଥିଲେ, କିନ୍ତୁ ମୋଡେନା ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲା । ଏହାପରେ ବୋଲଗ୍ନା ମୋଡେନା ବିରୁଧରେ ଯୁଦ୍ଧ ଘୋଷଣା କରିଥିଲେ।

ବୋଲଗ୍ନାର ସେତେବେଳେ ୩୨ ହଜାର ସୈନ୍ୟ ଥିବାବେଳେ ମୋଡେନାର ମାତ୍ର ସାତ ହଜାର ସୈନ୍ୟ ଥିଲେ । ଦୁଇ ରାଜ୍ୟ ମଧ୍ୟରେ ଯୁଦ୍ଧ ପ୍ରତ୍ୟୁଷରୁ ଆରମ୍ଭ ହୋଇ ମଧ୍ୟରାତ୍ରି ପର୍ଯ୍ୟନ୍ତ ଆରମ୍ଭ ହୋଇଥିଲା । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ମୋଡେନା ଏହି ଯୁଦ୍ଧରେ କମ୍ ସୈନ୍ୟ ଥିବା ସତ୍ତ୍ୱେ ଜିତିଥିଲା । ଏହି ଯୁଦ୍ଧରେ ଦୁଇ ହଜାରରୁ ଅଧିକ ସୈନ୍ୟ ନିହତ ମଧ୍ୟ ହୋଇଥିଲେ ।

ବୋଲଗ୍ନା ଏବଂ ମୋଡେନା ମଧ୍ୟରେ ଏହି ଯୁଦ୍ଧକୁ ‘War of the bucket’ ତଥା ବାଲ୍ଟି ଯୁଦ୍ଧ କୁହାଯାଇଥାଏ । ତେବେ ଯେଉଁ ବାଲ୍ଟି ପାଇଁ ୨ହଜାର ଲୋକଙ୍କ ଜୀବନ ଯାଇଥିଲା ସେହି ବାଲ୍ଟିକୁ  ଆଜି ବି ସଂଗ୍ରହାଳୟରେ ରଖାଯାଇଛି ।

ଶ୍ରୀମନ୍ଦିର ଗରୁଡ଼ ସ୍ତମ୍ଭ ଓ ଅରୁଣ ସ୍ତମ୍ଭକୁ ସ୍ପର୍ଶ ଓ ଆଲିଙ୍ଗନ କରିପାରିବେନି ଭକ୍ତ

ପୁରୀ: କରୋନା ପାଇଁ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ବଡ଼ ନିଷ୍ପତ୍ତି । ଏପ୍ରିଲ ୧ ତାରିଖ ଯାଏଁ ପୁରୀ ଆସୁଥିବା ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଗରୁଡ଼ ସ୍ତମ୍ଭ ଓ ଅରୁଣ ସ୍ତମ୍ଭକୁ ସ୍ପର୍ଶ ଓ ଆଲିଙ୍ଗନ କରିପାରିବେ ନାହିଁ । ଶ୍ରୀମନ୍ଦିରରେ ନିୟୋଜିତ ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ତେବେ, ସେବାୟତଙ୍କ ପାଇଁ ଏହା ବାଧ୍ୟତାମୂଳକ ନୁହେଁ । ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଧାଡ଼ିରେ ଛଡ଼ାଯିବ । ଧାଡ଼ି ଦର୍ଶନ ବେଳେ ଅତିକମରେ ୧ ମିଟର ଦୂରତା ରହିବ । ଏଥିସହ ସହ ଶ୍ରଦ୍ଧାଳୁ ନିଜସ୍ୱ ଘୋଷଣା ନାମା ଦେବାକୁ ବାଧ୍ୟ । ପରିବାରର କେହି ବି ବିଦେଶ ଗସ୍ତ କରିଥିଲେ ଶ୍ରଦ୍ଧାଳୁ ଘୋଷଣା ନାମାରେ ତାହା ଉଲ୍ଲେଖ କରିବେ ।

ଶ୍ରୀମନ୍ଦିର ଚାରିଦ୍ୱାରରେ ସାନିଟେସନ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଭକ୍ତମାନେ ମହାପ୍ରସାଦ ଘରକୁ ନେଇ ଖାଇବାକୁ ନିବେଦନ କରାଯାଇଛି । ଶ୍ରୀମନ୍ଦିର ଭିତର କାଠରୁ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ । ଏଥିରେ କୌଣସି କଟକଣା ନାହିଁ । କୋଣାର୍କ ମନ୍ଦିରକୁ ବିଦେଶୀଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଛି । ଅତି ଜରୁରି ନଥିଲେ ପୁରୀକୁ ଆସିବାକୁ ଥିବା ଭକ୍ତ ଓ ଯାତ୍ରୀ ସୁରକ୍ଷା କାରଣରୁ ଗସ୍ତ କାର୍ଯ୍ୟକ୍ରମ ସାମୟିକ ଭାବେ ସ୍ଥଗିତ କରିବାକୁ ନିବେଦନ କରାଯାଇଛି ।

ସମୁଦ୍ର କୂଳରେ ଅଯଥାରେ ବୁଲାବୁଲି ନକରିବା ଓ ନଗାଧେଇବାକୁ ଜିଲ୍ଲା ପ୍ରଶାସନ ନିବେଦନ କରିଛି । ବିଭିନ୍ନ ସ୍ଥାନରେ ମଧ୍ୟ ହେଲ୍ପ ଡେସ୍କ ଖୋଲାଯିବ । ପୁରୀରେ କରୋନା ସ୍କ୍ରିନିଂ ବ୍ୟବସ୍ଥା କରାଯିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଥିବା ସିଡିଏମଓ ସୂଚନା ଦେଇଛନ୍ତି । ସାରା ବିଶ୍ୱକୁ କରୋନା ଭଳି ଭୟଙ୍କର ଭାଇରସ୍ କବଳରୁ ମୁକ୍ତି ପାଇଁ ଜଗତ ମଙ୍ଗଳ ହୋମ କରାଯିବାକୁ ସେବାୟତଙ୍କ ସହ ଆଲୋଚନା କରାଯାଇ ବ୍ୟବସ୍ଥା ହେବ ।

କରୋନା: ଦ୍ୱିତୀୟ ପର୍ଯ୍ୟାୟରେ ହିଁ ଜିତିବାକୁ ହେବ ଯୁଦ୍ଧ

 

କରୋନା ମୁକାବିଲା: ସଚେତନତା ସୃଷ୍ଟି ଲାଗି ଗଣମାଧ୍ୟମ ସମ୍ପାଦକଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭୁବନେଶ୍ୱର: କରୋନା ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁଠୁ ଆଗରେ ଏହାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । କରୋନା ମୁକାବିଲା ପାଇଁ ସରକାର ୨୦୦ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା ମଧ୍ୟ କରିଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ପରିପ୍ରେକ୍ଷାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ଆଜି ରବିବାରରେ ମଧ୍ୟ ଖୋଲା ରହିଛି । 5-T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଡି. ଏସ୍ କୁଟ୍ଟେ ଓ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ବିଭିନ୍ନ ଗଣମାଧ୍ୟମର ସମ୍ପାଦକ ମାନଙ୍କୁ ଡାକି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଅନୁରୋଧ କରିଛନ୍ତି ।

ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ କରୋନାକୁ ନେଇ ଆତଙ୍କିତ ହେବାର କୈଣସି କାରଣ ନାହିଁ । ସଚେତନ ହେଲେ ସମସ୍ୟାର ମୁକାବିଲା କରିହେବ । ସାମାଜିକ ଦାୟିତ୍ୱବୋଧ ଦୃଷ୍ଟିରୁ ଗଣମାଧ୍ୟମ ନିରନ୍ତର ସଚେତନତା ସୃଷ୍ଟି କରିବା ସହ ସାମାଜିକ ଗଣମାଧ୍ୟମରେ ହେଉଥିବା ଗୁଜବରୁ ସମସ୍ତେ ଦୂରେଇ ରହିବା ଲାଗି ପରାମର୍ଶ ଦେଇଛନ୍ତି । କାଶ, ଥଣ୍ଡା ଓ ଜ୍ୱର ଭଳି ସାମାନ୍ୟ ରୋଗରେ ପଡ଼ିଥିବା ଲୋକେ ଅଯଥା ଆତଙ୍କିତ ନହେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏଭଳି ରୋଗରେ ଆକ୍ରନ୍ତ ହୋଇଥିବା ଲୋକଙ୍କୁ  ସେମାନଙ୍କ ପରିବାର ଅନ୍ୟୂନ ୧୪ ଦିନ ପର୍ଯ୍ୟନ୍ତ ପୃଥକ ଭାବେ ରଖି ଚିକିତ୍ସା କରାଇବା ଲାଗି ସେ କହିଛନ୍ତି । ଥଣ୍ଡା, କାଶ ଓ ଜ୍ୱର ପାଇଁ ସରକାର ଔଷଧ ଯୋଗାଇ ଦେବେ । ଏସବୁ ସାମାନ୍ୟ ରୋଗ ପାଇଁ ଆତଙ୍କିତ ହୋଇ ଡାକ୍ତରଖାନାକୁ ଦୌଡ଼ିବାର ଆବଶ୍ୟକତା ନାହିଁ । କାରଣ ଡାକ୍ତରଖାନାକୁ ଗଲେ ଅଧିକ ସଂକ୍ରମଣ ହେବାର ଆଶଙ୍କା ରହିଛି । ଡାକ୍ତରଙ୍କ ପରାମର୍ଶ ନେଇ  ନିୟମିତ ଏବଂ ପୃଥକ ଭାବେ ରହି ଔଷଧ ସେବନ କଲେ ଉପଶମ ମିଳିବ ବୋଲି ସେ ପରାମର୍ଶ ଦେଇଛନ୍ତି  । ହାଡ଼ଫୁଟି ଓ ବସନ୍ତ ରୋଗ ଆକ୍ରାନ୍ତଙ୍କୁ ପରିବାର ମଧ୍ୟରେ ପୃଥକ ରଖି ଚିକିତ୍ସା କରିବା ଲାଗି ଯେଉଁଭଳି ସଚେତନତା ରହିଛି ଠିକ୍ ସେହିଭଳି ପଦକ୍ଷେପ ନେଲେ ଏଭଳି ଏକ ବିପର୍ଯ୍ୟୟରୁ ମୁକ୍ତି ମିଳିବ ।

ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଡି.ଏସ୍ କୁଟ୍ଟେ କହିଛନ୍ତି ଯେ, କରୋନାକୁ ନେଇ ସାମାଜିକ ଗଣମାଧ୍ୟମରେ ବହୁ ଗୁଜବ ସୃଷ୍ଟି ହେଉଛି । ଏହାଠାରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରିବା ଲାଗି ଗଣମାଧ୍ୟମ ପଦକ୍ଷେପ ଗ୍ରହଣ କରିବାକୁ ସେ ଅନୁରୋଧ କରିଥିଲେ ।  ଗୁଜବ ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ ବିପର୍ଯ୍ୟୟ ଲାଗି ଜାରି ଅଧି ନିୟମ ଅନୁସାରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ସଂପ୍ରତି ଆମେରିକା ମଧ୍ୟ କରୋନାକୁ ବିପର୍ଯ୍ୟୟ ଭାବେ ଘୋଷଣା କରିଛି । ସମଗ୍ର ବିଶ୍ୱରେ ଯେହେତୁ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି ତେଣୁ ବାହାର ଦେଶ ଓ ରାଜ୍ୟରେ ରହୁଥିବା ଓଡ଼ିଆ ମାନେ ସେମାନଙ୍କ ଘରକୁ ଫେରିବାର ସମ୍ଭାବନା ରହିଛି । ବାହାର ରାଜ୍ୟ ବା ବାହାର ଦେଶରୁ ଫେରୁଥିବା ଲୋକଙ୍କୁ ପରିବାର ପକ୍ଷରୁ ୧୪ଦିନ ଲାଗି ପୃଥକ ରଖି ଅନୁଧ୍ୟାନ କରିବା ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି । ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶାବଳୀକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି ।

 

ଧୋନିଙ୍କ ନୂଆ ଲୁକର ଭିଡ଼ିଓ ହେଲା ଭାଇରାଲ

କ୍ରିକଟର ନମ୍ବର ୱାନ ବାଜିଗର ଲୁକକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ନିଜର ସିମ୍ପଲ୍ ଅନ୍ଦାଜ ପାଇଁ ସବୁ ବେଳେ କ୍ରିକେଟ ପ୍ରେମୀଙ୍କ ହୃଦୟରେ ରାଜ କରୁଥିବା ମହେନ୍ଦ୍ର ସିଂ ଧୋନି ଏବେ ପୁଣି ଲାଇମଲାଇଟରେ । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖିବା ପରେ ଦଳ କାର୍ଯ୍ୟସୂଚୀ ଛାଡି ଧୋନି ତାଙ୍କ ଫ୍ୟାନ୍ସ ମାନଙ୍କୁ ସମୟ ଦେଉଥିବାର ନଜର ଆସିଥିଲେ ।

https://twitter.com/ChennaiIPL/status/1238810892789153795

ଏନେଇ ଚେନ୍ନାଇ ସୁପର କିଙ୍ଗ୍ ଦଳ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ପୂର୍ବତନ ଭାରତୀୟ ଅଧିନାୟକ ଧୋନି ସମସ୍ତଙ୍କୁ ଭେଟିଥିବାର ନଜର ଆସିଛନ୍ତି । ତେବେ ଏହି ଭିଡ଼ ଭିତରୁ ଜଣେ ପ୍ରଶଂସକ ତାଙ୍କୁ କହିଥିଲେ, ସାର୍ ଚେନ୍ନାଇ ହେଉଛି ତୁମର ଘର । ଫ୍ୟାନ୍ସଙ୍କ ଏହି କଥାରେ ଧୋନି ସ୍ମିତ ହସ ଦେଇ ମୁଣ୍ଡ ହଲାଇ ହଁ ମଧ୍ୟ କହିଥିଲେ । ଏହି ଭିଡ଼ିଓରେ ଧୋନିଙ୍କ ନିୟୁ ଲୁକ୍ ମଧ୍ୟ ଦେଖିବାକୁ ମିଳିଥିଲା । ଯେଉଁଥିରେ ସେ ଫ୍ରେନ୍ସ କଟ୍ ଦାଢିରେ ନଜର ଆସିଛନ୍ତି  । ଭିଡିଓରେ ଧୋନିଙ୍କ ନିୟୁ ଲୁକ ପାଇଁ ଭିଡ଼ିଓଟି ଭାଇରାଲ ହେବାରେ ଲାଗିଛି ।

ଦୀର୍ଘ ଦିନ ଧରି କ୍ରିକେଟ୍ ଠାରୁ ଦୂରେଇ ରହିଥିବା ଧୋନି ବର୍ତ୍ତମାନ ଚେପାଁକ୍ ଷ୍ଟାଡିୟମରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ଯେଉଁଠାରେ ସେ ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ଭେଟିଥିବାର ନଜର ଆସିଛନ୍ତି । ତାଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଏହା ପୂର୍ବରୁ ମଧ୍ୟ ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯୋଉଁଥିରେ ସେ ଏହି ଖାଲି ସମୟ ପ୍ରଶଂସକଙ୍କ ସହ ବିତାଉଛନ୍ତି। ଏହି ଭିଡିଓରେ ମଧ୍ୟ ଲୋକମାନେ ପ୍ରଶଂସକଙ୍କ ସହ ଫଟୋ କ୍ଲିକ୍ କରୁଛନ୍ତି ଏବଂ ଅଟୋଗ୍ରାଫ୍ ଦେଉଛନ୍ତି ।

କରୋନା ସଂକ୍ରମଣ ପାଇଁ ଏହି ଜିନିଷର କରନ୍ତୁ ବ୍ୟବହାର, କହିଲେ ଡାକ୍ତର…

କରୋନା ଭାଇରସ୍ ର ଆତଙ୍କ ଚାରିଆଡେ ବ୍ୟାପୁଛି । କିଛି ଲୋକେ ଏହି ଭାଇରସରୁ ରକ୍ଷା ପାଇବା ପାଇଁ ଖୁବ୍ ଚିନ୍ତିତ ରହୁଛନ୍ତି । ହେଲେ ଏହି ଭୂତାଣୁରୁ ସୁରକ୍ଷିତ ରହିବା ପାଇଁ ଡାକ୍ତରମାନେ କିଛି ପଦକ୍ଷେପ ବିଷୟରେ କହିଛନ୍ତି । କରୋନା ଭାଇରସ୍ ରୁ ବଞ୍ଚିବା ପାଇଁ ପରିଷ୍କାର ରହିବା ଅତି ଆବଶ୍ୟକ । ଏହି କାରଣରୁ ଦେଶର ଅନେକ ଡାକ୍ତରମାନେ ସାଧାରଣ ଲୋକଙ୍କୁ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ହାତ ଧୋଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ AIIMSର ଡାକ୍ତରଙ୍କ କହିବା ଅନୁସାରେ ସଠିକ୍ ଭାବରେ ହାତ ଧୋଇଲେ କରୋନାଭାଇରସରୁ ମୁକ୍ତି ମିଳିପାରିବ। ସେ କହିଛନ୍ତି ଯେ ବାହାରୁ ଆସିବା ମାତ୍ରେ ସାବୁନ୍ ରେ ହାତ ଭଲ ଭାବରେ ଧୋଇବା ଉଚିତ୍।

ଡାକ୍ତରଙ୍କ କହିବା ଅନୁସାରେ ଉଭୟ ହାତର ନଖକୁ ସାବୁନରେ ଭଲ ଭାବରେ ସଫା କରାଯିବା ଉଚିତ୍। ସାବୁନ୍, ନଖ, ଆଙ୍ଗୁଠି ଏବଂ ହାତଗୋଡ଼ରେ ଦୁଇ ହାତକୁ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ । ଏହି ଉପାୟରେ, ହାତ ଧୋଇ ସଫା ରହିବା ଦ୍ୱାରା କରୋନା ଭାଇରସ୍ ବିପଦକୁ ଏଡାଯାଇପାରିବ । ସେ କହିଛନ୍ତି ଯେ ଏପରି ପରିସ୍ଥିତିରେ ଯେତେବେଳେ ଆପଣଙ୍କର ସାବୁନ ଉପଲବ୍ଧ ନଥାଏ କିମ୍ବା ଆପଣ ଯାତ୍ରା କରୁଛନ୍ତି, ତେବେ ଆପଣ ହାତକୁ ସଫା ରଖିବା ପାଇଁ ସାନିଟାଇଜର ବ୍ୟବହାର କରିପାରିବେ । ଏଥି ସହିତ କରୋନାଭାଇରସ୍ ରୋକିବାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସାଧାରଣ ନାଗରିକମାନଙ୍କୁ କିଛି ଦିନ ଭିଡ଼ରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି।

ଅଧିକାଂଶ ଡାକ୍ତରଙ୍କ କହିବା ଅନୁସାରେ ସତର୍କତା ଅବଲମ୍ବନ କରି ଶତପ୍ରତିଶତ କରୋନା ଭାଇରସ ବିପଦକୁ ଏଡାଯାଇପାରିବ। ସାନିଟାଇଜର ଏବଂ ମାସ୍କ ବ୍ୟବହାର କରିବା ଉଚିତ୍ । ସେ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜରକୁ ସାଧାରଣ ଲୋକଙ୍କ ପାଇଁ ଅନାବଶ୍ୟକ ବୋଲି ବର୍ଣ୍ଣନା କରିଛନ୍ତି। ଜଣେ ସାଧାରଣ ବ୍ୟକ୍ତି ଆଖି, ନାକ ଏବଂ ପାଟି ଛୁଇଁବା ପୂର୍ବରୁ ପ୍ରତ୍ୟେକ ଥର ସାବୁନରେ ହାତ ଧୋଇବା ଉଚିତ୍ । ଯଦି ଆପଣ ଏହା କରନ୍ତି, ତେବେ କରୋନା ଭାଇରସରୁ ସୁରକ୍ଷା ନିହାତି ସମ୍ଭବ । ଡାକ୍ତର ଏବଂ ଔଷଧ ସମ୍ବନ୍ଧୀୟ କର୍ମଚାରୀଙ୍କ ପାଇଁ ହ୍ୟାଣ୍ଡ ସାନିଟାଇଜର ଆବଶ୍ୟକ, କାରଣ ପ୍ରତ୍ୟେକ ରୋଗୀଙ୍କୁ ପରୀକ୍ଷା କରିବା ପରେ ଡାକ୍ତରମାନେ ବାରମ୍ବାର ହାତ ଧୋଇବା ସମ୍ଭବ ନୁହେଁ । ତେଣୁ ସେମାନେ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବା ଜରୁରୀ।

 

କରୋନାରୁ ବର୍ତ୍ତିବା ପାଇଁ କଣ ସବୁ କରିବେ ?

ସ୍ମାର୍ଟଫୋନର ବ୍ୟାଟେରୀ ଅଧିକ ସମୟ ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ…

ସ୍ମାର୍ଟଫୋନ୍ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି । ଏବେ ପିଲାଠୁବଡ଼ ଯାଏଁ ସମସ୍ତଙ୍କ ପ୍ରଥମ ଆବଶ୍ୟକତା ସ୍ମାର୍ଟ ଫୋନ । ଏମିତି ବି କୁହାଯାଇପାରିବ ଏହା ଆମ ଜୀବନର ଏକ ଅଭିନ୍ନ ଅଙ୍ଗ ମଧ୍ୟ । ତଥାପି, ସ୍ମାର୍ଟଫୋନର ସବୁଠାରୁ ବଡ ସମସ୍ୟା ହେଉଛି ଏହାର ବ୍ୟାଟେରୀ ଏବେ ଏହାର ବ୍ୟବହାର ଏତେ ମାତ୍ରାରେ ହେଉଛି ଯେ ୧୦୦ପ୍ରତିଶତ ବ୍ୟାଟେରୀ ମଧ୍ୟ କିଛି ସମୟରେ ସରିଯାଉଛି । ଅଧିକାଂଶ ସ୍ମାର୍ଟଫୋନ୍ ବ୍ୟାଟେରୀ କେବଳ ଦିନରେ ହିଁ ରହିଥାଏ । ସ୍ମାର୍ଟ ଫୋନର ଏତ୍ୟଧିକ ବ୍ୟହାରରେ କମ ସମୟରେ ବ୍ୟାଟେରୀ ମଧ୍ୟ ସରିଯାଉଛି । ଏପରି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ ସ୍ମାର୍ଟଫୋନରେ କିପରି ବ୍ୟାଟେରୀ ଅଧିକ ସମୟ ପର୍ଯ୍ୟନ୍ତ ରହିବ ସେନେଇ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେଉଛୁ ।

ୱାଇଫାଇ, ବ୍ଲୁଟୁଥ୍, ମୋବାଇଲ୍ ଡାଟା ଏବଂ ଫୋନର ଜିପିଏସ୍ ଭଳି ଅପସନ ଗୁଡ଼ିକ ଆବଶ୍ୟକ ପଡ଼ିଲେ ହିଁ ଖୋଲିବା ଦରକରା ନହେଲେ ଏହି ଅପସନ ଗୁଡ଼ିକୁ ସବୁବେଳେ ବନ୍ଦ ରଖିବା ଦରକାର । ଏହା ଫୋନ୍ ବ୍ୟାଟେରୀ ଖର୍ଚ୍ଚକୁ ବନ୍ଦ କରେ  । ଏବଂ ବ୍ୟାଟେରି ସରିବାରେ ସମୟଲାଗେ ।

ଯେତେବେଳେ ଆପଣ ଏକ ଆପ୍ ବ୍ୟବହାର କରନ୍ତି ଏବଂ କାମ ସରିବା ପରେ ଏହାକୁ ବନ୍ଦ କରିନ୍ତି ନାହିଁ କିମ୍ବା ବନ୍ଦ କରିବାକୁ ଭୁଲିଯାଆନ୍ତି  ।, ଏହା କ୍ରମାଗତ ଭାବରେ ଆପଣଙ୍କର ବ୍ୟାଟେରୀ ସାରିବାକୁ ଲାଗିଥାଏ  । ତେଣୁ ଏହା ଜରୁରୀ ଯେ ଆପଣ ଆପ୍ସକୁ ବ୍ୟବହାର କରିବା ପରେ ସଙ୍ଗେ ସଙ୍ଗେ ବନ୍ଦ କରିନିଅନ୍ତୁ ।

ବର୍ତ୍ତମାନ ଅନେକ ସ୍ମାର୍ଟଫୋନରେ ସବୁବେଳେ ଫିଚର ଗୁଡ଼ିକ ଡିସପ୍ଲେ ହୋଇଥିବ । ଏହି ଫିଚର ଗୁଡ଼ିକ ସ୍ମାର୍ଟ ଫୋନରେ ସମୟ ଓ ନୋଚିଫିକେସନ ଦେଖାଇଥାଏ ତେଣୁ ଡିସପ୍ଲେ ସବୁ ବେଳେ ଅନ ରହିଥାଏ । ତେଣୁ ଯଦି ଆପଣ ଫୋନର ବ୍ୟାଟେରୀକୁ ବଞ୍ଚେଇବାକୁ ଚାହାଁନ୍ତି ତେବେ ସର୍ବଦା ଅନ୍ ଡିସପ୍ଲେକୁ ବନ୍ଦ କରନ୍ତୁ । ପ୍ରଥମେ ସେଟିଂକୁ ଯାଆନ୍ତୁ । ତା’ପରେ ଡିସପ୍ଲେ ସେଟିଂକୁ ଯାଆନ୍ତୁ । ସର୍ବଦା ଡିସପ୍ଲେ ଅପ୍ସନକୁ ଟର୍ନ୍ ଅଫ୍ କରନ୍ତୁ ।

ଯେତେବେଳେ ଆପଣ ଅନୁଭବ କରିବେ ଯେ ଆପଣଙ୍କ ଫୋନରେ ପର୍ଯ୍ୟାପ୍ତ ପରିମାଣର ବ୍ୟାଟେରୀ ରଖୁ ନାହିଁ, ତେବେ ଫୋନକୁ ଅଧିକ ସମୟ ଚାଲିବା ପାଇଁ ଏହାର ପାୱାର ସେଭିଂ ମୋଡ୍ ଟର୍ନ୍ ଅନ୍ କରନ୍ତୁ । ଯଦି ଆପଣ ପାୱାର୍ ସେଭିଙ୍ଗ୍ ମୋଡ୍ ଟର୍ନ୍ ଅନ୍ କରିବାକୁ ଚାହୁଁନାହାଁନ୍ତି ତେବେ ଆପଣ ଡିସପ୍ଲେର ବ୍ରାଇଟନେସ କମାଇଦିଅନ୍ତୁ ।

ଯଦି ଆପଣଙ୍କର ଫୋନ୍ ଦିନସାରା ରିଙ୍ଗ୍ ମୋଡ୍ ରେ ରହେ, ତେବେ ଏହାର ବ୍ୟାଟେରୀ ମଧ୍ୟ ବହୁତ ଖର୍ଚ୍ଚ ହୁଏ । ତେଣୁ, ବ୍ୟାଟେରୀ ସଞ୍ଚୟ କରିବାକୁ, ଫୋନକୁ ସାଇଲେଣ୍ଟ କିମ୍ବା ଭାଇବ୍ରେଟ୍ ମୋଡରେ ରଖନ୍ତୁ ।