spot_img
Home Blog Page 7352

ବିଭିନ୍ନ ଦାବି ନେଇ ପାରାଦୀପ ପିଆଇସିଟି ବର୍ଥରେ ଶ୍ରମିକ ଅଶାନ୍ତି

ପାରାଦୀପ: ପାରାଦୀପ ବନ୍ଦରର ୫ ନମ୍ବର ଗେଟ୍ ପିଆଇସିଟି ବର୍ଥରେ ଶ୍ରମିକ ଅଶାନ୍ତି । ପିଆଇସିଟି କମ୍ପାନୀ ପକ୍ଷରୁ ଏଠାରେ ଶ୍ରମିକ ମାନଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି । ୨ରୁ ୩ ମାସରେ ଥରେ ଦରମା ମିଳୁଥିବା ବେଳେ ସେମାନଙ୍କ ଇପିଏଫ୍ ଓ ଇଏସ୍ଆଇ କଟୁଥିଲେ ମଧ୍ୟ ସେମାନଙ୍କୁ ଏହାର ରେକର୍ଡ ପତ୍ର ପ୍ରଦାନ କରାଯାଉନାହିଁ ।

ଫଳରେ ଶ୍ରମିକ ମାନେ ମେଡିକାଲ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ଖାଲି ସେତିକି ନୁହେଁ ଯଦି କୌଣସି ଶ୍ରମିକ ଏହାର ପ୍ରତିବାଦ କରୁଛି, ତେବେ ତାଙ୍କୁ ଚାକିରୀରୁ ବାହାର କରିଦିଆଯାଉଥିବା ଅଭିଯୋଗ ହୋଇଛି ।

ଏପରିକି ଶ୍ରମିକ ମାନଙ୍କୁ ସେଫ୍ଟି ସାମଗ୍ରୀ ମଧ୍ୟ ଦିଆଯାଉନାହିଁ । ଯାହାକୁ ନେଇ ଶ୍ରମିକ ମାନେ ଆଜି ସକାଳୁ ଗେଟ ସମ୍ମୁଖରେ ଧାରଣା ଦେବା ସହିତ ପିଆଇସିଟି ବର୍ଥକୁ ସମ୍ପୂର୍ଣ୍ଣ ଅଚଳ କରିଦେଇଛନ୍ତି । ଯେପର୍ଯ୍ୟନ୍ତ ଦାବି ପୂରଣ ହୋଇନି ଧାରଣା ଜାରି ରହିବ ବୋଲି ଶ୍ରମିକ ମାନେ ପ୍ରକାଶ କରିଛନ୍ତି।

ଆରପାରିରେ ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବ

ଭୁବନେଶ୍ୱର: ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ପରଲୋକ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୬ ବର୍ଷରେ ତାଙ୍କର ପରଲୋକ ହୋଇଛି । ୩ ବର୍ଷରୁ ଅଧିକ ସମୟ ଧରି ସେ ଅସୁସ୍ଥ ରହିଥିଲେ । ଗତ ୨୦୧୬ରୁ ପାରଳା ମହାରାଜଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗିରହିଥିଲା । ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଚେନ୍ନାଇସ୍ଥିତ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

ପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା । ଖାଲି ସେତିକି ନୁହେଁ ପାରଳା ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବ ରାଜନୀତି କ୍ଷେତ୍ରରେ ବେଶ୍‌ ପରିଚିତ ଥିଲେ । ବ୍ରହ୍ମପୁରର ପୂର୍ବତନ ଲୋକସଭା ସାଂସଦ ଥିଲେ ଗୋପୀନାଥ ଗଜପତି । ପାରଳାଖେମୁଣ୍ଡିରେ ଶେଷ ରାଜା ଥିଲେ ଗୋପୀନାଥ ଗଜପତି ଦେବ । ତାଙ୍କ ପରଲୋକରେ ଶୋକର ଛାୟା ଖେଳିଯାଇଛି।

ପାରଳା ମହାରାଜାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଗଜପତିଙ୍କ ବିୟୋଗ ଓଡ଼ିଶା ପାଇଁ ବଡ଼ କ୍ଷତି । ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ଶେଷ ଦିନରେ ଧନୁଯାତ୍ରା, କଂସର ବଧ ପରେ ଅତ୍ୟାଚାରରୁ ମୁକ୍ତ ହେବ ମଥୁରାନଗରୀ

ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆଜି ଶେଷ ଦିନ । ମହାରାଜ କଂସଙ୍କ ଅତ୍ୟାଚାରରୁ ମୁକ୍ତ ହେବେ ମଥୁରାବାସୀ । ବରଗଡ଼ରେ ଦୀର୍ଘ ୧୧ ଦିନ ଚାଲିଆସୁଥିବା ଧନୁଯାତ୍ରାରେ ଆଜି ଅଭିନୀତ ହେବ କଂସ ବଦ୍ଧର ଦୃଶ୍ୟ ।

ଏଥି ସହ କୃଷ୍ଣ ବଳରାମଙ୍କ ମଥୁରା ଭ୍ରମଣ, କୁବଳୟା ବଧ, ଅଷ୍ଟମଲ୍ଲ ବଧ, ଶିବଧନୁ ଭଗ୍ନ, କଂସ ବଧ ଏବଂ ପରିଶେଷରେ ଉଗ୍ରସେନଙ୍କ ରାଜ୍ୟଭିଷେକ ଦୃଶ୍ୟ ଅଭିନୀତ ହୋଇଥିଲା । ଗତକାଲି ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଭବନରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ କଂସଙ୍କ ଠାରୁ ମୁ୍କ୍ତି ପାଇଁ  କୃଷ୍ଣଙ୍କ ନିକଟରେ ଆକୁଳ ବିନତି କରିଥିଲେ ମଥୁରାବାସୀ ।

ଏଥିସହ କୁବଜା ଉଦ୍ଧାର, କଂସଙ୍କ ଦିଗବିଜୟ ଭ୍ରମଣ ଅଭୀନିତ ହୋଇଥିଲା । ଅଦିନିଆ ବର୍ଷା ସତ୍ତ୍ଵେ ଧନୁଯାତ୍ରା ଦେଖିବାକୁ ବରଗଡରେ ପ୍ରବଳ ଜନସମାଗମ ହୋଇଥିଲା ।

ରାତି ଅଧରେ ବେକେରୀ ସପ୍‌ରେ ଲାଗିଲା ନିଆଁ

ଭୁବନେଶ୍ୱର: ରାଜଧାନୀରେ ପୁଣି ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ବେକେରୀ ସପ୍‌ରେ ନିଆଁ ଲାଗିଯାଇଥିଲା । ଶୈଳଶ୍ରୀ ବିହାରରେ ଥିବା ଏକ ବେକେରୀ ସପ୍‌ରେ ଅଗ୍ନିକାଣ୍ଡ ଘଟିଛି । ଖାଲି ସେତିକି ନୁହଁ, ପାଖରେ ଥିବା ଏଟିଏମ୍‌ ଓ ଅନ୍ୟ ଦୋକାନକୁ ମଧ୍ୟ ନିଆଁ ବ୍ୟାପିଯାଇଥିଲା ।

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ସେପଟେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି ।

ରାୟ ଶୁଣାଣିରେ ଆଉ ହେବନି ବିଳମ୍ବ, ଦେଶରେ ନିର୍ମାଣ ହେବ ୧ ହଜାର ୨୩ଟି ଫାଷ୍ଟ ଟ୍ରାକ୍‌ ସ୍ୱତନ୍ତ୍ର କୋର୍ଟ

ନୂଆଦିଲ୍ଲୀ: ଏଣିକି ଦୁଷ୍କର୍ମ ଓ ପୋକ୍ସୋ ଆଇନ ମାମଲାର ହୋଇପାରିବ ଦ୍ରୁତ ଶୁଣାଣି । ଦେଶରେ ପ୍ରତିଷ୍ଠା ହେବ ୧ ହଜାର ୨୩ଟି ଫାଷ୍ଟ ଟ୍ରାକ୍‌ ସ୍ୱତନ୍ତ୍ର କୋର୍ଟ । ଜାତୀୟ ମହିଳା ସୁରକ୍ଷା ଅଭିଯାନ ଅନ୍ତର୍ଗତ ନିଆଯିବ ଏହି ପଦକ୍ଷେପ । ଏନେଇ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଯୋଜନା ।

ବିଭିନ୍ନ ଉଚ୍ଚ ନ୍ୟାୟାଳୟରେ ପଡ଼ି ରହିଥିବା ମାମଲା ଗୁଡ଼ିକୁ ଦୃଷ୍ଟିରେ ରଖି, ସ୍ୱତନ୍ତ୍ର ଭାବେ ଦୁଷ୍କର୍ମ ଏବଂ ପୋକ୍ସୋ ଆଇନ ମାମଲା ଗୁଡ଼ିକର ଶୀଘ୍ର ଶୁଣାଣି କରାଯିବ । ଏହାସହ ପୋକ୍ସୋ ଆଇନ ଅନ୍ତର୍ଗତ ମାମଲାର ଶୁଣାଣି ଲାଗି ୩୮୯ ଅଦାଲତ ପ୍ରତିଷ୍ଠା କରାଯିବ । ଏସବୁ ସେହି ଜିଲ୍ଲା ଗୁଡ଼ିକରେ ଗଠନ କରାଯିବାର ପ୍ରସ୍ତାବ ରହିଛି, ଯେଉଁଠି ଏପରି ଶହେରୁ ଅଧିକ ମାମଲା ପଡ଼ିରହିଛି ।

ଏହି ଯୋଜନା ସମ୍ପର୍କରେ ସମ୍ପୃକ୍ତ ରାଜ୍ୟ ସରକାର କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନକୁ ସେପ୍ଟେମ୍ବର ୨୦୧୯ରେ ସୂଚିତ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ମାନଙ୍କୁ ଚିଠି ଲେଖି ଅନୁରୋଧ କରାଯାଇଛି ।

ନୂଆଦିଲ୍ଲୀ: ୨୦୧୨ ‘ନିର୍ଭୟା’ ମାମଲା । ସୁପ୍ରିମକୋର୍ଟରେ ଆଉ ଜଣେ ଦୋଷୀ ମୁକେଶଙ୍କ କ୍ୟୁରେଟିଭ୍ ପିଟିସନ୍ ଦାଖଲ । ଆସନ୍ତା ୨୨ରେ ଫାଶୀ ପାଇଁ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି ପଟିଆଲା ହାଉସ୍ କୋର୍ଟ ।

ନୂଆଦିଲ୍ଲୀ: ୨୦୧୨ ‘ନିର୍ଭୟା’ ମାମଲା । ସୁପ୍ରିମକୋର୍ଟରେ ଆଉ ଜଣେ ଦୋଷୀ ମୁକେଶଙ୍କ କ୍ୟୁରେଟିଭ୍ ପିଟିସନ୍ ଦାଖଲ । ଆସନ୍ତା ୨୨ରେ ଫାଶୀ ପାଇଁ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି ପଟିଆଲା ହାଉସ୍ କୋର୍ଟ ।

ନିମ୍ନ ମାନର ବ୍ରିଜ୍ ନିର୍ମାଣ ଅଭିଯୋଗରେ ୬ ଇଞ୍ଜିନିୟରଙ୍କ ସହ ଠିକାଦାରଙ୍କୁ ବାନ୍ଧିଲା ଭିଜିଲାନ୍ସ

କଟକ: ବର୍ଷ ଆରମ୍ଭରୁ ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ । ନିମ୍ନ ମାନର କାମ ଅଭିଯୋଗରେ ବଡ଼ ବାବୁ ଓ ଠିକାଦାରଙ୍କୁ ବାନ୍ଧିଛି ଭିଜିଲାନ୍ସ । କଟକ ଭିଜିଲାନ୍ସ ଡିଭିଜନ ୭ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ୬ ଜଣ ଯନ୍ତ୍ରୀଙ୍କ ସହ ଜଣେ ଠିକାଦାର ଅଛନ୍ତି ।

TALADANDA
FILE

୬ ଯନ୍ତ୍ରୀଙ୍କ ମଧ୍ୟରେ ଜଣେ ଅଧିକ୍ଷଣ ଯନ୍ତ୍ରୀ, ଜଣେ ନିର୍ବାହୀ ଯନ୍ତ୍ରୀ, ୩ ଜଣ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜଣେ ଆକାଉଣ୍ଟ ଅଫିସର ଅଛନ୍ତି । କଟକ ତାଳଦଣ୍ଡା ସେତୁ କାମରେ ଅନିୟମିତତା ଅଭିଯୋଗ ପରେ ହାଇକୋର୍ଟ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । କଟକ ଭିଜିଲାନ୍ସ ଡିଭିଜନ ଅଭିଯୋଗର ତଦନ୍ତ କରି ଆଜି ୭ ଜଣଙ୍କୁ ଗିରଫ କରିଛି ।

TALADANDA BRIDGE
FILE

ସେମାନେ ହେଲେ ପୂର୍ବତନ ଅଧିକ୍ଷଣ ଯନ୍ତ୍ରୀ ବିମଳ ପ୍ରସାଦ ଦାସ, ପୂର୍ବତନ ନିର୍ବାହୀ ଯନ୍ତ୍ରୀ ସୁଧୀର ପଣ୍ଡା, ଆସିଷ୍ଟାଣ୍ଟ ଇଞ୍ଜିନିୟର ରଜନୀ ଦଳବେହେରା, ରବି ନାରାୟଣ ସାହୁ, ରଞ୍ଜନ ଦେବତା, ଆକାଉଣ୍ଟ ଅଫିସର ଅବନିକାନ୍ତ ରାଉତ । ଗିରଫ ହୋଇଥିବା ଠିକାଦର ଜଣକ ହେଲେ ତୃପ୍ତି ଦେବତତା । ତୃପ୍ତି ଆସିଷ୍ଟାଣ୍ଟ ଇଞ୍ଜିନିୟର ରଞ୍ଜନ ଦେବତାଙ୍କ ଭାଇ ବୋଲି ଭିଜିଲାନ୍ସ ସୂଚନା ଦେଇଛି ।

କଟକ: ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ । କଟକ ଡିଭିଜନ ଭିଜିଲାନ୍ସ ଦ୍ଵାରା ୬ ଇଞ୍ଜିନିୟର ଓ ଜଣେ ଠିକାଦାର ଗିରଫ । ତାଳଦଣ୍ଡା କେନାଲ ଉପରେ ହୋଇଥିବା ବ୍ରିଜ୍ କାମ ନିମ୍ନ ମାନର ହୋଇଥିବା ଅଭିଯୋଗରେ ଗିରଫ । ଅଭିଯୋଗ ପରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

କଟକ: ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ । କଟକ ଡିଭିଜନ ଭିଜିଲାନ୍ସ ଦ୍ଵାରା ୬ ଇଞ୍ଜିନିୟର ଓ ଜଣେ ଠିକାଦାର ଗିରଫ । ତାଳଦଣ୍ଡା କେନାଲ ଉପରେ ହୋଇଥିବା ବ୍ରିଜ୍ କାମ ନିମ୍ନ ମାନର ହୋଇଥିବା ଅଭିଯୋଗରେ ଗିରଫ । ଅଭିଯୋଗ ପରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।