spot_img
Home Blog Page 7354

ନିର୍ଭୟରେ ଖାଆନ୍ତୁ ମାଛ, ମାଂସ ଓ ଅଣ୍ଡା

ନୂଆଦିଲ୍ଲୀ: କରୋନା ପାଇଁ ଆମିଷ ଖାଇବା ଛାଡ଼ି ଦେଇଛନ୍ତି କି ? ତେବେ, ଗୁଜବକୁ ଆଦୌ ବିଶ୍ୱାସ କରନ୍ତୁ ନାହିଁ । ବରଂ ସୁସ୍ଥ ରହିବା ପାଇଁ ମାଛ, ମାଂସ ଓ ଅଣ୍ଡାକୁ ନିର୍ଭୟରେ ଖାଇ ପାରିବେ । ମାଛ, ମାଂସ ଓ ଅଣ୍ଡା ଖାଇବା ଦ୍ୱାରା କରୋନା ହେଉଥିବା ମିଥ୍ୟା ଖବର ସୋସିଆଲ୍ ମିଡିଆରେ ପ୍ରଚାର ପରେ କେନ୍ଦ୍ର ସରକାର ଏହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି । କେନ୍ଦ୍ର ସରକାରଙ୍କ ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରାଳୟ ପ୍ରେସ୍ ରିଲିଜ୍ ଜାରି କରି କହିଛି ଆମିଷ ଖାଇଲେ କରୋନା ହେବ ନାହିଁ । ବରଂ ଆପଣ ସୁସ୍ଥ ରହିବେ ବୋଲି କୁହାଯାଇଛି ।

ମାଛ, ଅଣ୍ଡା ଓ ଚିକେନରେ ପ୍ରୋଟିନ ପରିମାଣ ରହିଛି । ଏସବୁ ଖାଇଲେ ଆପଣଙ୍କ ଶରୀର ସୁସ୍ଥ ରହିବ ଓ ଆପଣଙ୍କ ଶରୀର ପାଇଁ ଆବଶ୍ୟକ ଥିବା ପ୍ରୋଟିନ୍ ମିଳିବ । ତେବେ, ଏସବୁ ଖାଇବା ବେଳେ ସ୍ୱଚ୍ଛତା, ସଫାସୁତୁରା ପ୍ରତି ଧ୍ୟାନ ଦେବାକୁ ପଡ଼ିବ ।

ସଫା ସୁତୁରା କରି ଆମିଷ କରି ଖାଇଲେ କୌଣସି ରୋଗ ହେବ ନାହିଁ । ଆଉ ସୋସିଆଲ୍ ମିଡିଆରେ ପ୍ରଚାରିତ ହେଉଥିବା ଗୁଜବ ଓ ମିଥ୍ୟା ଖବର ପ୍ରତି ଧ୍ୟାନ ନ ଦେବାକୁ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

କରୋନାରୁ ବର୍ତ୍ତିବା ପାଇଁ କଣ ସବୁ କରିବେ ?

 

କାହିଁକି ଅନଲାଇନ୍ ଟ୍ରାଞ୍ଜାକ୍ସନ କରିବା ଆପଣଙ୍କ ପାଇଁ ଜରୁରୀ, କ’ଣ କରିଲେ କାର୍ଡ ହେବନି ବ୍ଲକ୍ ଜାଣନ୍ତୁ

ଆସନ୍ତା ୧୬ ତାରିଖରେ ଅକାମି ହୋଇଯିବ ଆପଣଙ୍କ କ୍ରେଡିଟ ଓ ଡେବିଟ କାର୍ଡ । ଅନ୍‌ଲାଇନ୍‌ ଟ୍ରାଞ୍ଜେକସନ୍‌ କରୁନଥିଲେ ଏବେ କେବଳ ଟଙ୍କା ଉଠାଣ ଓ ଜମା କରିପାରିବେ । ଏହାପରେ କୈାଣସି ଅନଲାଇନ୍‌ କାରବାର କରିପାରିବେ ନାହିଁ ଗ୍ରାହକ । ରିଜର୍ଭ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆ ଜାରି କରିଛି ଏଭଳି ନିର୍ଦ୍ଦେଶନାମା । ତେଣୁ କାର୍ଡ ବ୍ୟବହାର କରୁଥିଲେ, ଆପଣଙ୍କୁ ଅନ୍‌ଲାଇନ୍‌ କାରବାର କରିବା ଏବେ ବାଧ୍ୟତାମୂଳକ ହୋଇଛି।

ଆପଣଙ୍କ କାର୍ଡ ଡେଡ୍ ହେବାର ସମ୍ଭାବନା କେତେ ?

ଆପଣ ଯଦି ନିଜ ଡେବିଟ୍ କାର୍ଡକୁ କେବଳ ଟଙ୍କା ଉଠାଇବା ପାଇଁ ବ୍ୟବହାର କରୁଛନ୍ତି ଓ କ୍ରେଡିଟ୍ କାର୍ଡକୁ କେବଳ ଅଫଲାଇନରେ ସ୍ୱାପ୍ କରୁଛନ୍ତି ତେବେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ । କାରଣ ଗ୍ରାହକଙ୍କୁ ଅନଲାଇନ୍ ଠକେଇରୁ ବଂଚାଇବା ପାଇଁ ରିଜର୍ଭ ବ୍ୟାଙ୍କ ଏହି ନୂଆ ପଦେକ୍ଷପେ ନେଉଛି ।

ଏହା ଅନ୍ତର୍ଗତରେ  ଯଦି ଆପଣ କେବେ ମଧ୍ୟ କାର୍ଡକୁ ଅନଲାଇନ୍ ଟ୍ରାନ୍‌ଜାକ୍ସନ୍‌ ପାଇଁ ବ୍ୟବହାର କରି ନାହାନ୍ତି ତେବେ ଆପଣଙ୍କ କାର୍ଡ ଡେଡ୍  ହେବ ।  ଯାହାର ଅର୍ଥ ଆପଣ କେବଳ ଟଙ୍କା ଉଠାଇ ପାରିବେ ଓ ଜମା କରି ପାରିବେ । ଏହାସହ ଅଫଲାଇନ୍ ବା ଷ୍ଟୋର କିମ୍ବା ପେଟ୍ରୋଲ ପମ୍ପରେ କାର୍ଡ ସ୍ୱାପ୍ କରି ପାରିବେ  । କିନ୍ତୁ କେବେ ମଧ୍ୟ ସେହି କାର୍ଡରେ ଅନଲାଇନ୍ ସପିଂ କିମ୍ବା ବିଲ୍ ପେମେଣ୍ଟ୍ କରିପାରିବେ ନାହିଁ । ଏବେ ଆପଣ ନିଜକୁ ଦୁଇଟି ପ୍ରଶ୍ନ ପଚାରନ୍ତୁ ।

ଆପଣ କେବେ ଡେବିଟ୍‌ କାର୍ଡରେ ଅନ୍‌ଲାଇନ୍‌ ଟ୍ରାନ୍‌ଜାକ୍ସନ୍‌ କରିଥିଲେ?

ଶେଷଥର ପାଇଁ କେବେ କିଣାକିଣି କରିଥିଲେ କ୍ରେଡିଟ୍‌ କାର୍ଡରେ?

ଯଦି ଏ ଦୁଇଟି ପ୍ରଶ୍ନର ଉତ୍ତର ଆପଣଙ୍କ ପାଖରେ ନାହିଁ, ତେବେ ଆପଣଙ୍କୁ ମହଙ୍ଗା ହୋଇପାରେ। କାରଣ ଥରେ ବି ଅନ୍‌ଲାଇନ୍‌ରେ କାରବାର ପାଇଁ ନିଜ କାର୍ଡକୁ ବ୍ୟବହାର କରିନଥିଲେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଆପଣଙ୍କ କାର୍ଡକୁ ଡେଡ୍‌ ଡିକ୍ଳେର କରିବେ। ଏଥିପାଇଁ ଡେଡଲାଇନ୍‌ ହେଲା ମାର୍ଚ୍ଚ ୧୬ ।

ଅନେକ କାର୍ଡରେ କଣ୍ଟାକ୍ଟଲେସ୍‌ ଟ୍ରାଞ୍ଜେକସନ୍‌ ବ୍ୟବସ୍ଥା ଥିବାରୁ ସାଇବର ଲୁଟେରା ଅତି ସହଜରେ ଆପଣଙ୍କ ଆକାଉଣ୍ଟ ଖାଲି କରିପାରନ୍ତି। କେବଳ ଏତିକି ନୁହଁ ଅନେକ ଲୋକେ ଡେବିଟ ଓ କ୍ରେଡିଟ କାର୍ଡର ବ୍ୟବହାର ଜାଣିନଥିବାରୁ ସାଇବର ଠକ ଏହାର ଫାଇଦା ନିଅନ୍ତି। କାର୍ଡ ବ୍ୟବହାରକାରୀଙ୍କ ସାମାନ୍ୟ ଅବହେଳାରୁ ମାତ୍ର କିଛି ସେକେଣ୍ଡରେ ସବୁ ଟଙ୍କା ଚାଲିଯାଏ ସାଇବର ଠକଙ୍କ ପାଖକୁ ।  ଏସବୁ ସମସ୍ୟାକୁ ଏଡାଇବା ପାଇଁ ଆରବିଆଇ ଜାରି କିଛି ଏଭଳି ନିର୍ଦ୍ଦେଶନାମା।..

ଯଦି ଆପଣବି ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି ଓ ଅନଲାଇନ ଟ୍ରାନ୍‌ଜାକ୍ସନ୍‌ କରିନାହାନ୍ତି ତେବେ ୧୬ ମାର୍ଚ୍ଚ ପୂର୍ବରୁ କରିଦିଅନ୍ତୁ । ନଚେତ ଆପଣଙ୍କ କାର୍ଡ ଡେଡ୍ ହୋଇଯିବ।

ସ୍ଥଗିତ ହେଲା ପଦ୍ମ ପୁରସ୍କାର ପ୍ରଦାନ ସମାରୋହ

କରୋନା ପ୍ରଭାବ । ଘୁଞ୍ଚିଲା ସମ୍ମାନଜନକ ପଦ୍ମ ପୁରସ୍କାର ସମାରୋହ । ଆସନ୍ତା ଏପ୍ରିଲ ୩ରେ ଅନୁଷ୍ଠିତ ହେବାର ଥିଲା ସମାରୋହ । କିନ୍ତୁ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଛି ।

ପଦ୍ମ ପୁରସ୍କାର ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ମଧ୍ୟରୁ ଅନ୍ୟତମ । କଳା, ସାମାଜିକ କାର୍ଯ୍ୟ, ଜନସମ୍ପର୍କ, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡା, ନାଗରିକ ସେବା ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ପ୍ରଦାନ କରାଯାଇଥାଏ |

ବର୍ତ୍ତମାନ ପୁରସ୍କାର ପ୍ରଦାନ ସମାରୋହ ସ୍ଥଗିତ ରଖାଯାଇଥିବା ବେଳେ ପରବର୍ତ୍ତୀ ତାରିଖ ନେଇ କୌଣସି ଘୋଷଣ କରାଯାଇନାହିଁ । ମନୋରଞ୍ଜନ କ୍ଷେତ୍ରରେ ଚଳଚ୍ଚିତ୍ର ନିର୍ଦ୍ଦେଶକ କରଣ ଜୋହର, ଅଭିନେତ୍ରୀ କଙ୍ଗନା ରାନାୱତ, ଟିଭି ନିର୍ମାତା ଏକତା କପୁର ପଦ୍ମଶ୍ରୀ ପୁରସ୍କାର ତାଲିକାରେ ସ୍ଥାନ ପାଇଥିବାବେଳେ ଗାୟକ ସୁରେଶ ୱାଡକର, ଅଦନନ୍ ସାମି ଏବଂ ଭେଟେରାନ୍ ଟିଭି ଅଭିନେତା ସରିତା ଯୋଶୀଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି।

ଉପନ୍ୟାସ କରୋନାଭାଇରସ୍ ଗତ ବର୍ଷ ଡିସେମ୍ବରରେ ଚାଇନାର ଉହାନ୍‌ ସହରରେ ଉତ୍ପନ୍ନ ହୋଇଥିଲା ,୧୮୯ ମୃତ୍ୟୁ ଏବଂ ୮୦,୮୨୪ ନିଶ୍ଚିତ ସଂକ୍ରମଣରେ ଚୀନ୍ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। WHO ବୁଧବାର ଦିନ ଏହି ରୋଗକୁ ମହାମାରୀ ବୋଲି ଘୋଷଣା କରିଛି।

 

ନୂଆଦିଲ୍ଲୀ: ସ୍ଥଗିତ ରହିଲା ପଦ୍ମ ସମ୍ମାନ ସମାରୋହ । ଏପ୍ରିଲ୍ ୩ ତାରିଖରେ ରାଷ୍ଟ୍ରପତି ଭବନରେ ହେବାକୁ ଥିଲା କାର୍ଯ୍ୟକ୍ରମ । କରୋନାର ସଂକ୍ରମଣକୁ ନଜରରେ ରଖି ନିଷ୍ପତ୍ତି ।

ନୂଆଦିଲ୍ଲୀ: ସ୍ଥଗିତ ରହିଲା ପଦ୍ମ ସମ୍ମାନ ସମାରୋହ । ଏପ୍ରିଲ୍ ୩ ତାରିଖରେ ରାଷ୍ଟ୍ରପତି ଭବନରେ ହେବାକୁ ଥିଲା କାର୍ଯ୍ୟକ୍ରମ । କରୋନାର ସଂକ୍ରମଣକୁ ନଜରରେ ରଖି ନିଷ୍ପତ୍ତି ।

କରୋନା ଆତଙ୍କ: ମାସ୍କରେ ବିରାଟ କୋହଲିଙ୍କଠାରୁ ଫାଫ୍ ଡୁ ପ୍ଲେସିସ୍

ଲକ୍ଷ୍ନୌ: କରୋନା ଡରାଉଛି । କରୋନାକୁ ହରାଇବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ରାସ୍ତାଘାଟରେ ମାସ୍କ ପିନ୍ଧା ଲୋକ ନଜର ଆସିବା ସାଧାରଣ କଥା ହୋଇଯାଇଛି । ଆମ୍ ଆଦମୀରୁ ସେଲିବ୍ରିଟି ସମସ୍ତେ ନିଜ ସୁରକ୍ଷାକୁ ନେଇ ସଚେତନ ଅଛନ୍ତି । ସେହିଭଳି କିଛି ଦୃଷ୍ୟ ଲକ୍ଷ୍ନୌ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା ।

ବିମାନ ବନ୍ଦରରେ ଟିମ୍ ଇଣ୍ଡିଆ କ୍ୟାପ୍ଟେନ ବିରାଟ କୋହଲିଙ୍କୁ ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ସେ ନିଜ ସାଥୀଙ୍କ ସହ ସିରିଜର ଦ୍ୱିତୀୟ ODI ଇଣ୍ଟରନ୍ୟାସନାଲ୍ ପାଇଁ ପହଞ୍ଚିଥିଲେ । ହେଲେ ପରଜବର୍ତ୍ତି ସମୟରେ ଏହି ସିରିଜର ଦୁଇଟି ମ୍ୟାଚ୍ ବାତିଲ କରାଯାଇଥିଲା । ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟିମ୍ ର ଖେଳାଳି ଲକ୍ଷ୍ନୌରେ ପହଞ୍ଚିବା ପରେ ଦୁଇଟି ମ୍ୟାଚ୍ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏହି ମ୍ୟାଚଗୁଡିକ ପୂର୍ବରୁ କେବଳ ଷ୍ଟାଡିୟମରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମହାମାରୀ ଯୋଗୁଁ ଦର୍ଶକଙ୍କ ପାଇଁ ଖେଳ ପ୍ରତିଯୋଗିତା ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏହା ଦ୍ୱିତୀୟ ଅନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ ଯାହାକୁ ବାତିଲ କରାଯାଇଛି | ଏହା ସହ ଇଂରାଜୀ ଖେଳାଳିମାନେ ମଧ୍ୟ ପାକିସ୍ତାନ ସୁପର ଲିଗ୍ ଛାଡି ଘରକୁ ଫେରୁଛନ୍ତି।

ଦକ୍ଷିଣ ଆଫ୍ରିକା ଦଳର ଦିଗଜ ବ୍ୟାଟ୍ସମ୍ୟାନ୍ ଫାଫ୍ ଡୁ ପ୍ଲେସିସ୍ ମଧ୍ୟ ମାସ୍କ ପିନ୍ଧିଥିବାର ନଜର ଆସିଥିଲେ। ଭାରତ ବିପକ୍ଷ ODI ସିରିଜରେ ଅଧିନାୟକ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି କକ୍ ମଧ୍ୟ ମାସ୍କରେ ନଜର ଆସିଥିଲେ ।

ଭାରତୀୟ ଓପନର୍ ଲୋକେଶ ରାହୁଲଙ୍କୁ ମଧ୍ୟ ମାସ୍କ ପିନ୍ଧିଥିବାର ଦେଖାଯାଇଥିଲା। ଲକ୍ଷ୍ନୌର ବିମାନବନ୍ଦରରେ ୟୁଜବେନ୍ଦ୍ର ଚହଲ ମଧ୍ୟ ମାସ୍କରେ ନଜର ଆସିଥିଲେ। ସେ ମାସ୍କ ପିନ୍ଧି ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି।

ବିରାଟ ଏବଂ କିଛି ଖେଳାଳିଙ୍କ ବ୍ୟତୀତ ସୁରକ୍ଷା କର୍ମୀମାନେ ବିମାନବନ୍ଦରରେ ମାସ୍କ ପିନ୍ଧିଥିବାର ନଜର ଆସିଥିଲେ।

ଭାରତରେ ପ୍ରତ୍ୟେକ ଖେଳ କରୋନା ଭାଇରସ ଦ୍ୱାରା ପ୍ରଭାବିତ ହୋଇଛି | ଆଇପିଏଲ୍ ଏବଂ ଭାରତ-ଦକ୍ଷିଣ ଆଫ୍ରିକା ODI ସିରିଜ୍ ପୁଣିଥରେ ଖେଳା ଯିବ । ଅପରପକ୍ଷରେ ହକିର ପ୍ରତିଷ୍ଠିତ ସୁଲତାନ୍ ଆଜଲାନ୍ ଶାହା କପ୍ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି | ଆସନ୍ତା ଏପ୍ରିଲ ୧୧ ତାରିଖରୁ ମାଲେସିଆ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଫିକ୍ସ କରାଯାଇଥିଲା | କେବଳ ସେତିକି ନୁହେଁ କରୋନା ବିସ୍ତାରକୁ ଦୃଷ୍ଟିରେ ରଖି ମିଜୋରାମର ରାଜଧାନୀରେ ଆୟୋଜିତ ହେବାକୁ ଥିବା ହିରୋ ସନ୍ତୋଷ ଟ୍ରଫି ୨୦୧୯-୨୦୨୦ ର ଅନ୍ତିମ ରାଉଣ୍ଡକୁ ସ୍ଥଗିତ ରଖାଯାଇଛି।

 

 

 

ବିଜେପି ଅଭିଯୋଗକୁ ବିଜେଡିର ଖଣ୍ଡନ: କହିଲେ, ବିଜେପି ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ

ୟେସ୍‌ ବ୍ୟାଙ୍କ୍‌ରେ ମହାପ୍ରଭୁଙ୍କ ଟଙ୍କା ଜମା କରାଯିବା ପ୍ରସଂଗରେ ବିଜେଡିର ପ୍ରେସ୍‌ମିଟ । ସାମ୍ୱାଦିକ ସମ୍ମଳନୀରେ ବିଜେପିର ଅଭିଯୋଗାକୁ ନିରାଧାର କହିଲେ ବିଜେଡି ନେତା ସଞ୍ଜୟ ଦାସବର୍ମା । ୟେସ ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ ଟଙ୍କା ବାବଦରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସ୍ପଷ୍ଟୀକରଣ ଦେଇଛନ୍ତି । ଏଥି ପାଇଁ ଆତଙ୍କିତ ଆବଶ୍ୟକ ନାହିଁ  ।

ବିଜେଡି ସାଂସଦ ମାନେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି । ଟଙ୍କା ସୁରକ୍ଷିତ ଥିବା ନେଇ ମନ୍ତ୍ରୀ ଆଶ୍ୱସ୍ତ କରିଛନ୍ତି । ଘରୋଇ ବ୍ୟାଙ୍କରୁ ଟଙ୍କା ଉଠାଇ ଆଣିବା ଲାଗି କହି ଲୋକଙ୍କୁ ଭୟଭୀତ କରାନଯାଉ । ଫଳରେ ବ୍ୟାଙ୍କରେ ଅଚଳାବସ୍ଥା ସୃଷ୍ଟି ହେବ ବୋଲି ରିଜର୍ଭ ବ୍ୟାଙ୍କ କହିଛନ୍ତି ।  ରିଜର୍ଭ ବ୍ୟାଙ୍କ ସରଭିଲାନ୍ସରେ ଅନ୍ୟ ବ୍ୟାଙ୍କଗୁଡ଼ିକ କାମ କରନ୍ତି । ତଦନ୍ତ ପାଇଁ ସର୍ବଦଳୀୟ ଗୃହ କମିଟି ଗଠନ ହୋଇଛି । ଜମାରାଶି ନେଇ ଗୃହ କମିଟି ବିସ୍ତୃତ ଆଲୋଚନା କରିବ । ଆରବିଆଇ ଓ କେନ୍ଦ୍ର ସରକାରଙ୍କୁ ଭେଟିବ କମିଟି । ବିଜେପିର ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ବିଜେପି ମିଛରେ ବୟାନବାଜି କରୁଥିବା ଅଭିଯୋଗ କରିଛନ୍ତି ବିଜେଡି ନେତା ସଞ୍ଜୟ ଦାସ ବର୍ମା ।

ଅପରପକ୍ଷରେ ପୂର୍ବରୁ ବିଜେପି ପ୍ରେସମିଟ୍ କରି ଗୃହ କମିଟି ନିରପେକ୍ଷ ତଦନ୍ତ କରିବା ନେଇ ଆଶଙ୍କା ପ୍ରକଟ କରିଥିଲା । କମିଟି  ଅଭିଜିତ ଆୟାରଙ୍କ ମାମଲାରେ ଯେଉଁଭଳି ଭାବେ ବିରୋଧୀ ଦଳ ନେତାଙ୍କୁ ଅଧ୍ୟକ୍ଷ କରାଯାଇଥିଲା ସେହିଭଳି ଏହି ମାମଲାରେ ମଧ୍ୟ ଅଧ୍ୟକ୍ଷ କରାଯିବାକୁ ପ୍ରେସ୍‌ମିଟରେ ଦାବି କରିଥିଲେ  କମିଟ ସଦସ୍ୟ ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ  ।

ବାଚସ୍ପତିଙ୍କୁ ହାତବାରିସି କରି ଗୃହକୁ ବନ୍ଦ କରିଦେଇଥିବା ଅଭିଯୋଗ କରିଥିଲା ବିଜେପି । ଏଥିସହିତ ଘରୋଇ ବ୍ୟାଙ୍କ୍‌ରେ କେତେ ଟଙ୍କା ଜମା ଅଛି ସେ ନେଇ ରାଜ୍ୟ ଅର୍ଥ ମନ୍ତ୍ରୀଙ୍କ ପକ୍ଷରୁ ଶ୍ୱେତପତ୍ର  ଜାରିକରିବାକୁ ଦାବି କରିଛି ବିଜେପି । ୟେସ୍‌ ବ୍ୟାଙ୍କ୍‌ ସମ୍ପର୍କିତ ପ୍ରଶ୍ନବାଣରୁ ରକ୍ଷା ପାଇବାକୁ ବିଧାନସଭା ବନ୍ଦ କରିଥିବା ଅଭିଯୋଗ କରିଥିଲେ ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀ ।

ଶନିବାର ଦିନ ସୂର୍ଯ୍ୟଙ୍କ ଗୋଚର କାରଣରୁ ଏହି ସବୁ ରାଶିର ଲୋକଙ୍କୁ ହେବ ଫାଇଦା…

ଆଜିର ଦିନ ଅନେକ ରାଶିର ଲୋକଙ୍କ ପାଇଁ ଶୁଭ ରହିଛି । କିଛି ରାଶିର ଲୋକଙ୍କ ଦୈନଦିନ ଯୋଜନା ବେଶ ସଫଳ ରହିବ । ତେବେ କେଉଁ ରାଶିର ଲୋକଙ୍କ ଚାକିରି, ବେପାରରେ ଫାଇଦା ହେବ ତଥା ପରିବାର ସମେତ ଅନ୍ୟାନ୍ୟ ସମ୍ବନ୍ଧରେ ପରିବର୍ତ୍ତନ ହେବ ଜାଣନ୍ତୁ ।

ମେଷ ରାଶି – ଆଜିର ଦିନ ମେଷ ରାଶିର ଲୋକଙ୍କ ପାଇଁ ସାମାନ୍ୟ ରହିବ । ଶାରିରୀକ ଅବସ୍ଥା ଦୁର୍ବଳ ରହିବ । ଧନ ହାସଲ କରିବା ସହ ଅନ୍ୟାନ୍ୟ ଜିନିଷରେ ଲାଭ ହେବ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ । ପାରିବାରିକ ଜୀବନ ସୁଖମୟ ରହିବ । ପ୍ରେମ ସମ୍ପର୍କରେ ଝଗଡା ହେବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଜୀବନସାଥୀର ସବୁ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ ମିଳିବ ।

ବୃଷ ରାଶିଆଜିର ଦିନ ବୃଷ ରାଶିର ଲୋକଙ୍କ ପାଇଁ ଖୁବ ଭଲ ରହିବ । ବ୍ୟବସାୟରେ ଭଲ ଲାଭ ମିଳିବ। ପରିବାର ଲୋକଙ୍କଠାରୁ ଲାଭ ମିଳିବ । କାର୍ଯ୍ୟ ସ୍ଥାନରେ ପରିଶ୍ରମର ଭଲ ପରିଣାମ ମିଳିବ । ସ୍ୱାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ହେବ । ଧନ ପ୍ରାପ୍ତ ହେବା ସହ ଦିନଟି ଭଲରେ କଟିବ ।

ମିଥୁନ ରାଶି ଆଜିର ଦିନ ମିଥୁନ ରାଶିର ଲୋକଙ୍କ ପାଇଁ ବେଶ କଠିନ ରହିବ । ଅନେକ ପରିଶ୍ରମ କରିବା ପରେ ସଫଳତା ହାସଲ କରିବେ ଏହି ରାଶିର ଲୋକେ । ଭାଗ ନେଇଥିବା ପ୍ରତିଯୋଗୀତାରେ ବିଜୟ ଲାଭ ହେବ । ଦାମ୍ପତ୍ୟ ଜୀବନରେ ଖୁସି ଖବର ମିଳିବ । ବ୍ୟବସାୟରେ ଅନେକ ଲାଭ ପାଇବେ ।

କର୍କଟ ରାଶିଆଜିର ଦିନ କର୍କଟ ରାଶିର ଲୋକଙ୍କ ପାଇଁ ବେଶ ଭଲ ରହିବ । ଅଟକି ରହିଥିବା କାମ ପୂରା ହେବା ସହ ଅନେକ ଫାଇଦା ହେବ । ପ୍ରେମୀ ଯୁଗଳଙ୍କ ପାଇଁ ଆଜି ଖୁବ ଭଲ ଦିନ । ଏହି ରାଶିର ଲୋକଙ୍କର ବିଦେଶ ଯାତ୍ରା ଯୋଗ ରହିଛି । କାର୍ଯ୍ୟରେ ଅଧିକ ଧ୍ୟାନ ଦେବା ଜରୁରୀ । ନହେଲେ ଅନେକ କ୍ଷତି ସାମ୍ନା କରିବାକୁ ପଡିବ ।

ସିଂହ ରାଶି ଏହି ରାଶିର ଲୋକେ ନିଜ ପରିବାର ତାଳମେଳ ଓ ସହଯୋଗ ଦ୍ୱାରା ଖୁବ ଆଗକୁ ବଢିବେ । ପରିବାରର ମାହୋଲ ଭଲ ରହିବା ସହ ଅନେକ ଖୁସି ଖବର ମିଳିବ । କୌଣସି ପରିବାର ସଦସ୍ୟଙ୍କ ସହ ବ୍ୟବସାୟ କଲେ ଭଲ ପରିଣାମ ମିଳିବ । କାର୍ଯ୍ୟସ୍ଥାନରେ ନିଜଠୁ ବଡ ଲୋକଙ୍କଠାରୁ ସମ୍ମାନ ମିଳିବ ।

କନ୍ୟା ରାଶି କନ୍ୟା ରାଶିର ଲୋକଙ୍କ ପାଇଁ ଆଜିର ଦିନ ଅଶୁଭ ରହିଛି । ପରିବାର ଲୋକଙ୍କ ଆଶ୍ରିବାଦ ରହିବ ନାହିଁ । ଦାମ୍ପତ୍ୟ ଜୀବନ ପାଇଁ ଘରେ ଆଶାନ୍ତିର ମାହୋଲ ରହିବ । ପ୍ରେମୀ ଯୁଗଳଙ୍କ ପାଇଁ ଆଜିର ଦିନ ଶୁଭ ରହିଛି । ବ୍ୟବସାୟରେ ଲାଭ ହେବ । ପରିଶ୍ରମର ଭଲ ପରିଣାମ ମିଳିବ ।

ତୁଳା ରାଶି ଆଜି ଏହି ଏହି ରାଶିର ଲୋକଙ୍କ ପାଇଁ ବହୁତ ଭଲ ଦିନ । ଅର୍ଥ ନେଇ ଭଲ ଖବର ଶୁଣିବାକୁ ମିଳିବ । ତୁଳା ରାଶିର ଲୋକେ ପରିବାରରେ ପ୍ରଶଂସିତ ହେବେ । ପ୍ରେମ ଜୀବନ ପାଇଁ ଦିନଟି ଅନୁକୂଳ ହେବ । ଦାମ୍ପତ୍ୟ ଜୀବନରେ କିଛି ଅସୁବିଧାସାମ୍ନା କରିବାକୁ ହେବ । ତେଣୁ ନିଜ ନିଜ ଜୀବନସାଥୀଙ୍କ ସହ କଥା ହେବା ଉଚିତ୍ । କାର୍ଯ୍ୟସ୍ଥାନରେ ସଫଳତା ଲାଭ ହେବ ।

ବିଚ୍ଛା ରାଶି ଆଜି ଦିନରେ ଏମାନଙ୍କ ପାଇଁ ମିଶ୍ରିତ ପ୍ରଭାବ ରହିବ । ଏହି ରାଶିର ଲୋକେ ମାନସିକ ଚାପରେ ରହିବେ । ସ୍ୱାସ୍ଥ୍ୟ ଖରାପ ହୋଇପାରେ । କାର୍ଯ୍ୟରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପରିବାର ସଦସ୍ୟଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ମିଳିବ ।

ଧନୁ ରାଶି ପାରିବାରିକ ଓ ଆର୍ଥିକ ସ୍ଥିତି ଉତ୍ତମ ରହିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଧନୁ ରାଶିର ଲୋକଙ୍କ ଜୀବନରେ ଅନେକ ଫାଇଦା ହେବ । ପରିବାରରେ ସଖ ଶାନ୍ତିର ମାହୋଲ ରହିବ । ପ୍ରେମୀ ଯୁଗଳଙ୍କ ପାଇଁ ଆଜିର ଦିନ ଶୁଭ ରହିଛି । ବ୍ୟବସାୟରେ ଲାଭ ହେବ ।

ମକର ରାଶିଏହି ରାଶିର ଲୋକଙ୍କ ପାଇଁ ଆଜି ଏକ ଭଲ ଦିନ । ପ୍ରେମ ଜୀବନରେ ଭଲ ଫଳାଫଳ ପାଇବା ସହ ଆନେକ ଖୁସି ଖବର ମିଳିବ । ପାରିବାରିକ ପରିବେଶ ଭଲ ରହିବ । କାର୍ଯ୍ୟ ସ୍ଥାନରେ ମାଲିକଙ୍କୁ ସନ୍ତୁଷ୍ଟ କରିବାରେ ସଫଳ ହେବେ । ଆୟ ମଧ୍ୟ ଭଲ ହେବା ସହ ସ୍ୱାସ୍ଥ୍ୟ ଶକ୍ତିଶାଳୀ ରହିବ ।

କୁମ୍ଭ ରାଶି ବିଳମ୍ବିତ କାର୍ଯ୍ୟଗୁଡ଼ିକ ସାରିବା ପାଇଁ ଆଜି ଏକ ଭଲ ଦିନ । ବ୍ୟବସାୟ ସହିତ ଅନ୍ୟାନ୍ୟ ଜିନିଷରେ ଲାଭ ହେବ । ପ୍ରେମ ଜୀବନରେ ଖୁସି ଆସିବ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ । କାର୍ଯ୍ୟସ୍ଥାନରେ ସଫଳତା ଲାଭ ହେବ ।

ମୀନ ରାଶିଆଜି ମୀନ ରାଶିର ଲୋକଙ୍କ ପାଇଁ ଏକ ଭଲ ଦିନ । ପାରିବାରିକ ପରିବେଶ ଅଶାନ୍ତ ରହିପାରେ | କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ । ପ୍ରେମ ଜୀବନରେ ଭଲ ଫଳାଫଳ ପାଇବେ । ବ୍ୟବସାୟରେ କ୍ଷତି ହେବା ପୂର୍ବରୁ ସତର୍କ ହେବା ଆବଶ୍ୟକ ।

କ୍ୟାମେରାରେ କଏଦ ହେଲା ଲୁଟେରାଙ୍କ ଲୁଟ, ୭ ଦିନରେ ଦୁଇଟି ଲୁଟ୍‌

ଦିଗପହଣ୍ଡି: ମୁଖାଧାରୀ ଲୁଟେରାଙ୍କ ଆତଙ୍କ । ୭ଦିନରେ ଦୁଇଟି ଲୁଟ୍‌ । ସିସିଟିଭି କ୍ୟାମେରାରେ କଏଦ ହୋଇଛି ଲୁଟ୍‌ର ଦଶ୍ୟ । ଗଞ୍ଜାମ ଜିଲ୍ଲା ପାଟପୁର ଅଞ୍ଚଳରେ ଏହି ଘଟଣା ଘଟିଛି । ୭ଦିନ ତଳେ ଜଗନ୍ନାଥପୁର ଛକରେ ମୁଖାପିନ୍ଧା ଦୁର୍ବୃତ୍ତମାନେ ଏକ ଢାବାରେ ଖଣ୍ଡା ଦେଖାଇ ଲୁଟ୍‌ କରିଥିବା ଅଭିଯୋଗ ହୋଇଥିଲା ।

ଗତକାଲି ରାତିରେ ଭାଲିଆଝୋଳି ମୁଖ୍ୟ ରାସ୍ତାରେ ଥିବା ଏକ ମାର୍ଟରୁ ଲୁଟ୍‌ କରିଛନ୍ତି । ଏକ ବୋଲେରୋରେ ୪ ଜଣ ମୁଖାଧାରୀ ଦୁର୍ବୃତ୍ତ ଆସି ମୋବାଇଲ ଓ ଟଙ୍କା ସହ ବହୁ ସାମଗ୍ରୀ ଲୁଟି ନେଇଛନ୍ତି । ସିସିଟିଭି ଫୁଟେଜରେ ଚୋରି ସମୟର ଦୃଶ୍ୟ ରହିଛି । ପାଟପୁର ଥାନା ପୋଲିସ ତଦନ୍ତ କରୁଥିଲେ ବି ଏଯାଏଁ ଦୁର୍ବୃତ୍ତଙ୍କୁ କାବୁ କରିପାରିନି ।

ଦ୍ୱିତୀୟ ବିବାହ କରି ସରପଞ୍ଚଙ୍କ ପଦବୀ ଗଲା

ବୌଦ୍ଧ: ଦ୍ୱିତୀୟ ବିବାହ କରିବାରୁ ସରପଞ୍ଚ ନିଲମ୍ବିତ । ବାହାଘର ନିଶା ପାଇଁ ଫସିଲେ ସରପଞ୍ଚ ମହାଶୟ । ସରପଞ୍ଚ ହେବା ପୂର୍ବରୁ ଜଣଙ୍କୁ ଏବଂ ସରପଞ୍ଚ ହେବା ପରେ ଆଉ ଜଣଙ୍କୁ ବିବାହ କରିଥିଲେ । ଏଭଳି ଅଭିଯୋଗ ପରେ ସରପଞ୍ଚଙ୍କୁ ତାଙ୍କ ଦାୟିତ୍ୱରୁ ନିଲମ୍ବନ କରାଯାଇଛି ।

ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ମୁଣ୍ଡିପଦର ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ । ପ୍ରଥମ ପତ୍ନୀ ଥିବା ସତ୍ତ୍ୱେ ଦ୍ୱିତୀୟ ବିବାହ ଅଭିଯୋଗରେ ଗତ ୨୦୧୯ ଡିସେମ୍ବର ୩୦ରେ କମିଶନରେଟ ପୋଲିସ ଗିରଫ କରିଥିଲା। ଏବେ ସେ ଝାରପଡା ଜେଲରେ ରହିଛନ୍ତି। ଏନେଇ ରାଜ୍ୟସରକାର ବୌଦ୍ଧ ଜିଲ୍ଲାପାଳଙ୍କୁ ଏକ ରିପୋର୍ଟ ମାଗିଥିଲେ ।

ବୌଦ୍ଧ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ସମସ୍ତ ରିପୋର୍ଟ ପ୍ରଦାନ କରିଥିଲେ । ଯାହାକୁ ଆଧାର କରି ରାଜ୍ୟ ସରକାର ଅନ୍ତର୍ଯ୍ୟାମୀଙ୍କୁ ମୁଣ୍ଡିପଦର ସରପଞ୍ଚ ପଦବୀରୁ ନିଳମ୍ବନ କରିଛନ୍ତି। ସରପଞ୍ଚ ହେବା ପୂର୍ବରୁ ଅନ୍ତର୍ଯ୍ୟାମୀ ନିଜ ଗାଁରେ ଏକ ଆଶ୍ରମ କରିଥିଲେ । ଏହି ସମୟରେ ଚିକିତ୍ସା ପାଇଁ ଆସିଥିବା ଜଣେ ଯୁବତୀଙ୍କ ସହ ତାଙ୍କ ନିବିଡ଼ତା ବଢିଥିଲା। ଉଭୟେ ମନ୍ଦିରରେ ବାହା ମଧ୍ୟ ହୋଇଥିଲେ। ସରପଞ୍ଚ ହେବା ପରେ ସ୍ଥାନୀୟ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଦ୍ଵିତୀୟ ବିବାହ କରିଥିବା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ତାଙ୍କୁ ବୗଦ୍ଧ ପୋଲିସ ସହାୟତାରେ କମିଶନରେଟ ପୋଲିସ ଗିରଫ କରିଥିଲା । ଏବେ ସେ ଝାରପଡ଼ା ଜେଲରେ ବିଚାର ବିଭାଗୀୟ କଏଦୀ ଭାବେ ଅଛନ୍ତି ।

କରୋନା ଆତଙ୍କ : ହନିମୁନ୍ ପରେ ସ୍ୱାମୀଙ୍କୁ ଛାଡି ପଳାଇଲେ ସ୍ତ୍ରୀ, ପଛରେ ତିନି ରାଜ୍ୟର ପୋଲିସ

ଆଗ୍ରା: କରୋନା ଭାଇରସ ଲୋକଙ୍କୁ ଆତଙ୍କିତ କରିଛି । ଏହା ଭିତରେ ଏମିତି ବି ଖବର ଆସୁଛି ଯାହା ଆପଣଙ୍କୁ ଚିନ୍ତିତ କରିଦେବ । ଯେମିତି ଜଣେ ମହିଳାଙ୍କ ପାଇଁ ତିନି ତିନୋଟି ରାଜ୍ୟର ପ୍ରଶାସନ ଓ ପୋଲିସ ନାକେଦମ ହୋଇଛି । କାରଣ ତାଙ୍କ ପାଇଁ ଆହୁରି କିଛି ଲୋକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।

 

ଏବେ ଆସନ୍ତୁ ପୁରା ଘଟଣାକ୍ରମ କ’ଣ ଜାଣିବା । ଆଗ୍ରାର ଜଣେ ଝିଅ ବିବାହ ପରେ ନିଜ ସ୍ୱାମୀଙ୍କ ସହ ହନିମୁନ ପାଇଁ ଇଟାଲି ଯାଇଥିଲେ । ଇଟାଲିରେ କରୋନା କୋକୁଆଭୟ ଜାରି ଥିବା ବେଳେ ମହିଳାଙ୍କ ପତି ମଧ୍ୟ ଏହାଦ୍ୱାର ସଂକ୍ରମିତ ହୋଇଥିଲେ । ତେବେ ସେ ଜାଣି ପାରିନଥିଲେ । କିନ୍ତୁ ଇଟାଲିରୁ ସେମାନେ ବେଙ୍ଗାଲୁରୁ ଫେରିବା ପରେ ଏହା ଜଣା ପଡିଥିଲା । ମହିଳାଙ୍କ ପତି ଏକ ସଫ୍ଟୱାର କଂପାନିରେ କାମ କରନ୍ତି । ଇଟାଲିରୁ ଫେରିବା ପରେ ତାଙ୍କର ଟେଷ୍ଟ ହୋଇଥିଲା । ତାଙ୍କର କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ବାହାରିଥିଲା । ପତିଙ୍କୁ ଆଇସୋଲେଟେଡ୍ (ପୃଥକ) କରି ରଖାଯାଇଥିଲା । ଏହାପରେ ପ୍ରଶାସନ ମହିଳାଙ୍କୁ ମଧ୍ୟ ଆଇସୋଲେସନରେ ରଖିବାକୁ ଚାହିଁଥିଲା । କିନ୍ତୁ ଏଇଠି ମାମଲାରେ ମୋଡ ଆସିଥିଲା । ମହିଳା ଜଣଙ୍କ ସ୍ୱାମୀଙ୍କୁ ଛାଡି କରୋନା ଭୟରେ ଆଇସୋଲେସନ ୟୁନିଟରେ ଚମ୍ପଟ୍ ମାରିଥିଲେ । ଖାଲି ଚମ୍ପଟ୍ ମାରିନଥିଲେ,ସେ ମଧ୍ୟ ସିଧା ନିଜ ଘର ଆଗ୍ରା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଏମିତି କରି ମହିଳା ଜଣକ ନିଜ ସହ ହଜାର ହଜାର ଯାତ୍ରୀଙ୍କ ଜୀବନକୁ ବାଜି ଲଗାଇଥିଲେ ।

ସେ ବେଙ୍ଗାଲୁରରୁ ଫ୍ଲାଇଟରେ ନୂଆଦିଲ୍ଲୀ ଓ ନୂଆଦିଲ୍ଲୀରୁ ଟ୍ରେନରେ ଆଗ୍ରା ଯାଇଥିଲେ । ଏମିତି କରି ସେ ଏୟାରପୋର୍ଟ,ଟ୍ରେନରେ ତାଙ୍କ ସଂସ୍ପର୍ଷରେ ଆସିଥିବା ଅନେକ ଲୋକଙ୍କୁ କରୋନା ସଂକ୍ରମିତ କରିଥିବା ଆଶଙ୍କା କରାଯାଇଛି । ସେପଟେ ବେଙ୍ଗାଲୁରୁରେ ମହିଳଙ୍କ ନିଖୋଜ ହେବା ଖବର ପ୍ରଘଟ ହେବା ପରେ ସେଠାରେ ଆତଙ୍କ ଖେଳି ଯାଇଥିଲା । ସ୍ଥାନୀୟ ପ୍ରଶାସନ ତାଙ୍କ ଟ୍ରାଭେଲ ରୁଟକୁ ଟ୍ରାକ୍ କରି ଦିଲ୍ଲୀ ଓ ଉତ୍ତର ପ୍ରଦେଶ ସରକାରଙ୍କୁ ସୂଚିତ କରିଥିଲେ ।

ଆଗ୍ରା ପ୍ରଶାସନ ମହିଳାଙ୍କ ବାପଘରେ ପହଂଚି ତାଙ୍କ ବିଶୟରେ ତଥ୍ୟ ସଂଗ୍ରହ କରିଥିଲା । କିନ୍ତୁ ତାଙ୍କ ବାପା ସେ ଘରେ ନଥିବା କହିଥିଲେ । ତେବେ ଅଧିକ ପଚରା ଉଚରା ପରେ ସେ ତାଙ୍କ ଝିଅ ଘରେ ଥିବା କଥା ମାନିଥିଲେ । କିନ୍ତୁ ପୁରା ପରିବାର ବାକି ଲୋକଙ୍କଠାରୁ ଅଲଗା ରୁହନ୍ତୁ ବୋଲି ଅଧିକାରୀଙ୍କ ପରାମର୍ଶକୁ ମହିଳାଙ୍କ ବାପା ମାନିବାକୁ ମନା କରିଦେଇଥିଲେ । ଏହାପରେ ପୋଲିସ ଓ ମାଜିଷ୍ଟ୍ରେଟ୍ ପହଂଚି ଉକ୍ତ ପରିବାରକୁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ସହଯୋଗ କରିବାକୁ କହିଥିଲେ । ତା’ପରେ ଯାଇ ପରିବାରର ୮ ସଦସ୍ୟ ଓ ମହିଳା ଆଇସୋଲେସନରେ ରହିବାକୁ ରାଜି ହୋଇଥିଲେ ।

ଶିକ୍ଷା : କରୋନା ଏକ ସଂକ୍ରମିତ ରୋଗ । ଏଥିରେ ଆପଣ ଯଦି ସଂକ୍ରମିତ ତେବେ ଆପଣଙ୍କ ନୈତିକ କର୍ତ୍ତବ୍ୟ ହେଉଛି ଅନ୍ୟମାନେ ଏହା ଦ୍ୱାରା କେମିତି ସଂକ୍ରମିତ ନେହେବେ ସେଥିଲାଗି ଚେଷ୍ଟା କରିବା । ଆପଣ ନିଜକୁ ଅଲଗା ରଖିବାକୁ ମନା କରିବା ଅର୍ଥ ନିଜ ସହ ପୁରା ସମାଜକୁ ବିପଦରେ ପକାଉଛନ୍ତି ।