spot_img
Home Blog Page 7356

ଜାତୀୟ ହାରଠୁ ଓଡ଼ିଶାରେ ସଂକ୍ରମଣ ହାର କମ୍

ନୂଆଦିଲ୍ଲୀ: ଲକଡାଉନ୍ ପୂର୍ବ ଓ ପରର କରୋନା ସଂକ୍ରମଣ ସ୍ଥିତି ଆଙ୍କିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଲକଡାଉନ ପୂର୍ବରୁ ସଂକ୍ରମଣ ମାମଲା ତିନିଦିନରେ ଦୁଇଗୁଣ ବୃଦ୍ଧି ପାଉଥିଲା । ଦେଶବ୍ୟାପୀ ଲକଡାଉନ ପରେ ୬.୨ ଦିନରେ ସଂକ୍ରମଣ ଦ୍ୱିଗୁଣିତ ହେଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍ ଶୁକ୍ରବାର ଏହି ସୂଚନା ଦେଇଛନ୍ତି ।

ଏଥିସହ ୧୯ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଜାତୀୟ ସ୍ତର ଅପେକ୍ଷା କରୋନା ସଂକ୍ରମଣ ବୃଦ୍ଧିର ହାରାହାରି ଦୁଇଗୁଣରୁ କମ୍ ରହିଛି । ଖୁସି ଖବର ହେଉଛି ଏହି ରାଜ୍ୟ ତାଲିକାରେ ରହିଛି ଓଡ଼ିଶା । ରାଜ୍ୟରେ ଏଯାବତ୍ ୬୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏବେ ୪୦ ଜଣ ସକ୍ରିୟ ଥିବା ସଂକ୍ରମିତଙ୍କ ଚିକିତ୍ସା ଚାଲିଛି । ରାଜ୍ୟର ପଜିଟିଭ୍‌ ହାର ଆଜି ୦.୭୯ ପ୍ରତିଶତ ରହିଛି ।

ଜାତୀୟ ସ୍ତରଠାରୁ ସଂକ୍ରମଣ ହାର କମ୍ ଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ହେଉଛି କେରଳ, ଉତ୍ତରାଖଣ୍ଡ, ହରିୟାଣା, ହିମାଚଳ ପ୍ରଦେଶ, ଚଣ୍ଡିଗଡ଼, ଲଦାଖ, ପୁଡୁଚେରୀ, ଦିଲ୍ଲୀ, ବିହାର, ଓଡ଼ିଶା, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, ପଞ୍ଜାବ, ଆସାମ ଓ ତ୍ରିପୁରା ।

ବ୍ୟାଙ୍କ ଉପରେ ନିର୍ଭର କରେ ଆପଣ ତିନି ମାସ ପାଇଁ EMI ଦେବେ କି ନାହିଁ ,କାହିଁକି ଜାଣନ୍ତୁ

ବର୍ତ୍ତମାନ ଯାଏଁ ଦେଶରେ ୧୩ ହଜାର ୮୩୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭୬୬ ଜଣ ଆରୋଗ୍ୟ ହୋଇଛନ୍ତି । ଆରୋଗ୍ୟ ହାର ଦେଶରେ ୧୩.୬ ପ୍ରତିଶତ ରହିଛି । ବିଗତ ୨୪ ଘଣ୍ଟାରେ ୧ ହଜାର ୭୬ଟି ସଂକ୍ରମିତ ମାମଲା ଆସିଛି । ଗତ ୨୪ ଘଣ୍ଟାରେ ୨୩ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୪୫୨କୁ ବୃଦ୍ଧି ପାଇଛି ।

କରୋନାକୁ ନେଇ ପିଲାଙ୍କ ସଚେତନତା ବାର୍ତ୍ତା: ପ୍ରଧାନମନ୍ତ୍ରୀ ସେୟାର କଲେ ଭିଡ଼ିଓ

ଭୁବନେଶ୍ୱର: ପଲ୍ଲୀରୁ ଦିଲ୍ଲୀ ସବୁଆଡ଼େ କରୋନାକୁ ନେଇ ଭୟ । ସବୁ ସ୍ଥାନରେ ସବୁ ମୁହୁର୍ତ୍ତରେ କରୋନା ସଙ୍କଟ । କେଉଁଠୁ କେଉଁଠିକୁ ସଂକ୍ରମିତ ହେଉଛି ତାହାର ଟେର୍ ପାଇବା ବି ବହୁତ କଷ୍ଟ ସାଧ୍ୟ ହୋଇଯାଉଛି । ଏଭଳି ସ୍ଥିତିରେ କେମିତି ଡରି ଡରି ବଞ୍ଚିବାଟା ହେଉଛି ସାର । ଏବଂ ଏହା ବିରୋଧରେ ଲଢିବାର ଏକ ମାତ୍ର ବାଟ ହେଉଛି ସାମଜିକ ଦୂରତା । ତେଣୁ ଲକଡାଉନ କରାଯିବା ସହ ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏଭଳି ସ୍ଥିତିକୁ କେତକ ଅମାନିଆ ଲୋକ ଗମ୍ଭୀରତାର ସହ ନେଉ ନାହାଁନ୍ତି ଯାହାଙ୍କ ପାଇଁ କରୋନା ସଂକ୍ରମଣ ବଢିବାରେ ଲାଗିଛି । କିନ୍ତୁ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି କିଛି ପିଲା । ଏବଂ କରୋନାର ସଂକ୍ରମଣ କିପରି ବ୍ୟାପୁଛି ତାହାକୁ ମଧ୍ୟ ଅତି ସହଜରେ ନିଜ ଢଙ୍ଗରେ ବୁଝାଇ ଦେଖାଇଛନ୍ତି ।

ଏହି ପିଲାମାନଙ୍କର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓଟିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେୟାର କରିଛନ୍ତି । ଭିଡ଼ିଓରେ ଦେଖାଯାଇଛି କିଭିଳି ସାମାଜିକ ଦୂରତା କରୋନା ପାଇଁ ଅତି ଜରୁରୀ । କିଛି ପିଲାମାନେ ଖେଳ ଖେଳରେ ଏହି ବାର୍ତ୍ତାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ସକ୍ଷମ ହୋଇଛନ୍ତି ।

https://www.facebook.com/nandighoshatv/videos/935488350237890/

ଭିଡ଼ିଓରେ ଦେଖାଯାଇଛି ଇଟା ଗୁଡିକୁ ଲାଇନରେ ରଖାଯାଇଛି ଗୋଟିଏ ପିଲା ଗୋଟିଏ ଇଟା ପକାଇବା ଫଳରେ ଲାଇନରେ ଥିବା ସମସ୍ତ ଇଟା ଖସିଯାଉଛି । ଏବଂ ପରେ ପିଲାଟି ପୁଣି ଥରେ ଇଟାକୁ ପକାଏ ବନ୍ଦ ହୋଇଯାଏ ।  ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।

କରୋନା କାଳ : ଲୋକଙ୍କୁ ବୁଝାଇବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ!

ରାଜସ୍ଥାନ: କରୋନା କର୍ମବୀରଙ୍କ ଉପରେ ଆକ୍ରମଣ ଥମିବାର ନାଁ ନେଉନାହିଁ । ରାଜସ୍ଥାନରେ ପୋଲିସ ଟିମ୍‌ ଉପରେ ହୋଇଛି ହମ୍‌ଲା । ଟୋଙ୍କ ଜିଲ୍ଲାରେ ପୋଲିସକୁ ଲୋକେ ଘେରି ଯାଇ ଆକ୍ରମଣ କରିଛନ୍ତି । ଠେଙ୍ଗା ଓ ଖଣ୍ଡାରେ ଆକ୍ରମଣ ଯୋଗୁଁ ତିନି ପୋଲିସ କର୍ମଚାରୀ ଆହତ ହୋଇ ଜିଲ୍ଲା ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ରାଜସ୍ଥାନର ଟୋଙ୍କର  କସାଇ ମୋହାଲା ଅଞ୍ଚଳରେ ପାଟ୍ରୋଲିଂ କରିବାକୁ ଯାଇଥିବା ଏକ ପୋଲିସ୍ ଟିମ୍ ଉପରେ ଆକ୍ରମଣ ହୋଇଛି ।  ଫଳସ୍ୱରୂପ ତିନି ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଟୋଙ୍କ ପୋଲିସ ୧୨ ଜଣଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଛି । ଆହତ ପୋଲିସ କର୍ମଚାରୀଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଟୋଙ୍କରେ ଅନେକ କରୋନାଭାଇରସ୍ ମାମଲା ତାଲିକାଭୁକ୍ତ ହୋଇଛି । ତେଣୁ କରୋନାଭାଇରସ୍ ହଟସ୍ପଟ୍ ଚାରିପାଖରେ କର୍ଫ୍ୟୁ ଲାଗୁ କରାଯାଇଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ କାସାଇ ମୋହଲା ଅଞ୍ଚଳରେ ଏକ ଜନସମାଗମ ଆରମ୍ଭ ହୋଇଥିଲା। ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ କରିବା ଏବଂ ସ୍ଥାନୀୟ ଲୋକଙ୍କୁ ଘରେ ରହିବାକୁ ମନାଇବା ପାଇଁ ଏକ ପୋଲିସ ଦଳ ପଠାଯାଇଥିଲା । ତେବେ ବାହାରେ ଏକାଠି ହୋଇଥିବା ସ୍ଥାନୀୟ ଲୋକ ପୋଲିସ ଦଳ ଉପରେ ଆକ୍ରମଣ ଆରମ୍ଭ କରିଥିବା ଅଭିଯୋଗ ହୋଇଛି ।

ସେମାନଙ୍କ ମଧ୍ୟରୁ କେତେକ ଲୋକ ପୋଲିସ କଥା ମାନିବାକୁ ମନା କରିଦେଇଥିଲେ । ଏହାପରେ ପୋଲିସ ସେମାନଙ୍କୁ ବିରୋଧ କରିବା ପରେ ଉତ୍ୟକ୍ତ ଲୋକେ ପୋଲିସ ଉପରେ ଆକ୍ରମଣ କରିଥିଲେ । ଘଟଣାର ସୂଚନା ପାଇବା ମାତ୍ରେ ଅତିରିକ୍ତ ପୋଲିସ ଟିମ୍ ଉଦ୍ଧାର କରିବାକୁ ଆସିଥିଲେ । ପୋଲିସ ୧୨ ଜଣଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ କରି ସେମାନଙ୍କୁ ଅଟକ ରଖିଛି ।

ସେପଟେ ଗତ ୨୪ ଘଣ୍ଟାରେ ବିହାରର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ହୋଇଛି । ଆକ୍ରମଣ ନେଇ ସରକାର ମୁହଁ ଖୋଲୁନଥିବାରୁ ସ୍ୱାସ୍ଥ୍ୟକର୍ମୀମାନେ ଅସନ୍ତୋଷ ଜାହିର କରିଛନ୍ତି । ଏହା ପୂର୍ବରୁ ଉତ୍ତରପ୍ରଦେଶ ମୁରାଦାବାଦରେ ଏକ ମେଡିକାଲ ଟିମ୍‌ ଉପରେ ଆକ୍ରମଣ ହୋଇଥିଲା । କରୋନା ଜନିତ ଏକ ମୃତ୍ୟୁ ମାମଲାରେ ଯେତେବେଳେ ଡାକ୍ତରୀ ଟିମ୍‌ ପରିବାର ସଦସ୍ୟଙ୍କୁ କ୍ୱାରେଣ୍ଟାଇନ କରିବାକୁ ପହଞ୍ଚିଥିଲେ ସେତେବେଳେ ଲୋକେ ଘେରିଯାଇ ପଥର ମାଡ଼ କରିଥିଲେ । ଏଥିରେ ଡାକ୍ତର ସମେତ ଅନେକ ଆହତ ହୋଇଥିଲା । ପୋଲିସ ୧୭ ଜଣଙ୍କୁ ଗିରଫ କରିଥିଲା ।

ଟିକଟକ୍ ଉପରେ ପ୍ରତିବନ୍ଧକ ଲାଗାଇବାକୁ ଦାବି କଲେ ଅଭିନେତା କୁଶଲ ଟଣ୍ଡନ, କହିଲେ ଚାଇନାକୁ କାହିଁକି ଦେବା ବ୍ୟବସାୟର ସୁଯୋଗ

କରୋନା ଜୀବାଣୁ ସଂକ୍ରମଣ ଚାଇନାର ୱୁହାନ ସହରରୁ ସମଗ୍ର ବିଶ୍ୱକୁ ବ୍ୟାପିଛି। କରୋନାରୁ ମୁକ୍ତି ପାଇବା ପାଇଁ ସମସ୍ତ ଦେଶ ନିଜ ନିଜ ସ୍ତରରେ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି, କିନ୍ତୁ ଏହା ସତ୍ତ୍ୱେ କରୋନା ବିରୋଧରେ ମାନବ ସମାଜ ଲଢ଼େଇ ଜିତିପାରିନି । ଭାରତରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ କରୋନା ପଜିଟିଭ୍ ଅଛନ୍ତି ଏବଂ ଏହି ଜୀବାଣୁ ସଂକ୍ରମଣକୁ ସୀମିତ ରଖିବା ପାଇଁ ଲକଡାଉନ୍ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସମୟରେ ଟିଭି ଅଭିନେତା କୁଶଲ ଟଣ୍ଡନ ଚୀନ୍ ସହ ଜଡିତ ଏକ ଆବେଦନ ବିରୋଧରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି।

କୁଶଲ ଟଣ୍ଡନ ଇନଷ୍ଟାଗ୍ରାମରେ ଅତି କ୍ରୋଧିତ ଢ଼ଙ୍ଗରେ ଲେଖିଛନ୍ତି, “ଚୀନ୍‌ର ଏହି ଅବହେଳା ପାଇଁ ସମଗ୍ର ବିଶ୍ୱ ଅସୁବିଧାରେ ପଡିଥିବାବେଳେ ସମସ୍ତ ଭାରତୀୟ ଏବଂ ଅନ୍ୟମାନେ ଚୀନ ମୋବାଇଲ ଆପ ଟିକ୍ ଟକ୍ ରେ ଭିଡିଓ କରି ଏହର ବ୍ୟବସାୟ ବଢ଼ାଉଛନ୍ତି । ସେ କହିଛନ୍ତି ଯେ ସମସ୍ତେ ଟିକ୍ ଟକ୍ ରେ ଭିଡିଓ ପ୍ରସ୍ତୁତ କରୁଛନ୍ତି । ଏସବୁ କରିବା ଦ୍ୱାରା ଚୀନର ବ୍ୟବସାୟରେ ବୃଦ୍ଧି ଘଟୁଛି । ତେଣୁ ଟିକ୍ ଟକ୍ ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ | ମୁଁ ଗର୍ବ ଅନୁଭବ କରୁଛି ଯେ ମୁଁ କେବେ ଟିକ୍ ଟକ୍ ବ୍ୟବହାର କରି ନାହିଁ ।

କମେଣ୍ଟ ବକ୍ସରେ ଲୋକମାନେ କୁଶଲ ଟଣ୍ଡନଙ୍କ ଏହି କଥାକୁ ମଧ୍ୟ ସମର୍ଥନ କରିଛନ୍ତି | ଜଣେ ଉପଭୋକ୍ତା ଲେଖିଛନ୍ତି, “ୱାହ ଭାଇ, ତୁମେ କଣ କହିଛ” | ଅନ୍ୟ ଜଣେ ଲେଖିଛନ୍ତି, ଠିକ୍ କଥା… ଟିକଟକ୍ ପ୍ରକୃତରେ ବନ୍ଦ ହେବା ଉଚିତ୍।  କୁଶଲଙ୍କ ପୋଷ୍ଟକୁ ହଜାର ହଜାର ଲୋକ ପସନ୍ଦ କରିଛନ୍ତି ଏବଂ ଅନେକ ଲୋକ ଏହାକୁ ସମର୍ଥନ କରି ଟିକ୍ ଟକ୍ ବିରୋଧରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି।

ହ୍ୱାଟସ୍‌ ଆପ୍‌ର ନୂଆ ଫିଚର, ଲକଡାଉନରେ ମିଳିବ ଏହି ଲାଭ

ଭିଡିଓ କନଫରେନ୍ସିଂ ପ୍ଲାଟଫର୍ମ ଜୁମ୍ ଏବେ ସାରା ବିଶ୍ୱରେ ଲୋକପ୍ରିୟ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଅନ୍ୟ କମ୍ପାନୀଗୁଡିକ ମଧ୍ୟ ସେମାନଙ୍କର ଭିଡିଓ କଲିଂ ସଫ୍ଟୱେରେ ପରିବର୍ତ୍ତନ କରୁଛନ୍ତି  । ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସ୍ ଆପ୍ ମଧ୍ୟ ଭିଡିଓ କଲ୍ ରେ ଅଧିକ ଲୋକଙ୍କୁ ଯୋଡିବା ଉପରେ କାମ କରୁଛି । ହ୍ୱାଟସ ଆପ୍‌ରେ ଭିଡିଓ କଲିଂରେ ଏବେ ମାତ୍ର ୪ ଜଣ କଥା ହୋଇପାରୁଛନ୍ତି । ଯେତେବେଳେକି ଜୁମରେ ୧୨ ଜଣରୁ ଅଧି ଲୋକ ଏକାଥରକେ ଭିଡିଓ କଲ ମାଧ୍ୟମରେ କଥା ହେଇପାରିବେ ।

ଆଣ୍ଡ୍ରଏଡ୍ ପାଇଁ ରିଲିଜ୍ ହୋଇଥିବା ହ୍ୱାଟସ୍ ଆପ୍ ବେଟା ଠାରୁ ଏହି ସୂଚନା ମିଳିଛି ଯେ କମ୍ପାନୀ ଗ୍ରୁପ୍‌ ଭିଡିଓ କଲର ସୀମା  ଭଢ଼ାଇପାରେ। ବଢ଼ିବାର କାରଣ ହେଉଛି ଏବେ କରୋନା ପାଇଁ ସମସ୍ତ ଘରେ ରହୁଛନ୍ତି । ସାଙ୍ଗ ମାନଙ୍କ ସହ କଥା ହେବା ପାଇଁ ଜୁମ କିମ୍ବା DUO କୁ ବ୍ୟବହାର କରୁଛନ୍ତି । କାରଣ ଏହି ଦୁଇଟି ଆପ୍‌ରେ ୧୨ ଜଣରୁ ଅଧି ଲୋକ ଏହି ଆପ୍‌ରେ କଥାହୋଇପାରିବେ ।  ବର୍ତ୍ତମାନ ଏହା ସାମାଜିକ ଦୂରତା ପାଇଁ ଏକ ଆବଶ୍ୟକତା ପାଲଟିଛି  । ସେଥିପାଇଁ ହ୍ୱାଟସ ଆପ୍‌ ମଧ୍ୟ ତାର ଭିଡ଼ିଓ କଲ ସୀମାକୁ ବଢ଼ାଇପାରେ ।

ହ୍ୱାଟସ୍ ଆପର ୱେବସାଇଟ୍ ୱାବେଟେନ୍ଫୋ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଆଣ୍ଡ୍ରଏଡ୍ ପାଇଁ ପ୍ରକାଶିତ ହ୍ୱାଟସ୍ ଆପ୍ v2.20.128 ବିଟା ରେ ଭିଡ଼ିଓ କଲ ବର୍ଦ୍ଧିତ ସୀମା ଦିଆଯାଇଛି । ତଥାପି, ଏହା ଏପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ କମ୍ପାନୀ ଦ୍ୱାରା ପରାମର୍ଶ ଦିଆଯାଇନାହିଁ ।

ବର୍ତ୍ତମାନ ସମୟରେ, ହ୍ୱାଟସ୍ ଆପରେ ଗ୍ରୁପ୍ କଲ୍ ପାଇଁ ସୀମା ବୃଦ୍ଧି କରି କେତେ କରାଯିବ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଶୀଘ୍ର କମ୍ପାନୀ ଏହା ଘୋଷଣା କରିପାରିବ ।

 

ମଲ୍ଲ ଯୋଦ୍ଧାଙ୍କ ଜମାତି ଟ୍ୱିଟକୁ ନେଇ ବିବାଦ, କହିଲେ ମୁଁ ନୁହେଁ ଜାୟରା ୱାସୀମ୍

ନୂଆଦିଲ୍ଲୀ: ଦେଶ ଯୁଝୁଛି ମହାମାର କରୋନା ସହ । ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଚାଲିଛି ଯୁଦ୍ଧ । କିଛିଦିନ ତଳେ ମଲ୍ଲ ଯୋଦ୍ଧା ବବିତା ଫୋଗତଙ୍କ ଜମାତି ଟ୍ୱିଟକୁ ନେଇ ବିବାଦ ଦେଖା ଦେଇଥିଲା । ଏହାପରେ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିବା ପାଇଁ କେତକ ଦାବି କରିଥିଲେ । ଯାହାର ଜବାବ ଏକ ଭିଡିଓ ମାଧ୍ୟମରେ ଦେଇଛନ୍ତି ବବିତା ।

ତାଙ୍କ ଟ୍ୱିଟ୍ ପରେ କିଛିଦିନ ହେଲା ଲୋକ ତାଙ୍କୁ ଧମକ ଦେଉଛନ୍ତି । ମୁଁ କିନ୍ତୁ ଜାୟରା ୱାସୀମ ନୁହେଁ ଯେ ଧମକକୁ ଡରି ଘରେ ବସି ରହିବି ବୋଲି ବବିତା ଭିଡିଓରେ କହିଛନ୍ତି ।

ବବିତାଙ୍କ କହିବା ଅନୁଯାୟୀ ଦେଶରେ ତବିଲିଗି ଜମାତରେ ଯୋଗ ଦେଇଥିବା ଲୋକ କରୋନା ସଂକ୍ରମଣ ବଢ଼ାଇଛନ୍ତି । ଦେଶରେ ସଂକ୍ରମିତ ସଂଖ୍ୟାର ଅଧିକାଂଶ ଆକ୍ରାନ୍ତ ଜମାତ୍ ସହ ଜଡ଼ିତ । ଯଦି ଜମାତିମାନେ କରୋନା ସଂକ୍ରମଣକୁ ବୃଦ୍ଧି କରିନଥାନ୍ତେ ତେବେ, ଲକଡାଉନ୍ ଶେଷ ହୋଇ ସାରନ୍ତାଣି ।

ନବୀନଙ୍କ କୋଭିଡ୍-୧୯ ମୁକାବିଲା ରଣନୀତିକୁ ସାଧ୍ୱୀଙ୍କ ପ୍ରଶଂସା

ଭୁବନେଶ୍ୱର: ମହାମାରୀ କରୋନା ମୁକାବିଲା ରଣନୀତି ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛୁଟୁଛି ପ୍ରଶଂସାର ସୁଅ ।  ସମର୍ଥକଙ୍କ ସହ ରାଜନୈତିକ ବିରୋଧୀ ମଧ୍ୟ ଓଡ଼ିଶା ସରକାରଙ୍କ କୋଭିଡ୍-୧୯ ମୁକାବିଲା ରଣନୀତିକୁ ପ୍ରଶଂସା କରିଛନ୍ତି । ଦେଶ ପାଇଁ ଓଡ଼ିଶା ପାଲଟିଛି ରୋଲ୍ ମଡେଲ । ଜଣାଶୁଣା ବ୍ଲଗର ତଥା ଇଣ୍ଡିଆ ଟୁଡେର ୱେବସାଇଟ୍ ଡେଲିଓ ପାଇଁ ଲେଖୁଥିବା ବ୍ଲଗର ତଥା ରାଜନୈତିକ ସମୀକକ୍ଷ ସାଧ୍ୱୀ ଖୋସଲା, ନବୀନଙ୍କୁ ପ୍ରଶଂସା କରି ଟ୍ୱିଟ୍ କରିଛନ୍ତି ।

https://twitter.com/sadhavi/status/1250990095152197633

ଟ୍ୱିଟ୍ କରି ସାଧ୍ୱୀ ଖୋସଲା ଲେଖିଛନ୍ତି, ଓଡ଼ିଶାରେ ୧୫ ଓ ୧୬ ତାରିଖ ଦୁଇ ଦିନ ଧରି କୌଣସି କରୋନା ସଂକ୍ରମିତ ମାମଲା ଆସିନାହିଁ । ଏସବୁ ସମ୍ଭବ ହୋଇପାରିଛି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ । ଯିଏ କି ଲୋ ପ୍ରୋଫାଇଲ୍ ମେଣ୍ଟେନ୍ କରନ୍ତି । ମାତ୍ରାଧିକ ଜନସମ୍ପର୍କ ରଖନ୍ତି ନାହିଁ । କିନ୍ତୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାମ କଥା କୁହେ ।

ପୂର୍ବରୁ ମଧ୍ୟ ବିଭିନ୍ନ ବିପର୍ଯ୍ୟୟ ପରିଚାଳନାରେ ଦକ୍ଷତା ଦେଖାଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାକୃତିକ ବିପର୍ଯ୍ୟୟ ବେଳେ କିଭଳି ଧନ ଓ ଜୀବନ କ୍ଷତି ରୋକିହେବ ନବୀନଙ୍କୁ ସେ କୌଶଳ ବେଶ୍ ଭଲ ଭାବେ ଜଣା ବୋଲି ସାଧ୍ୱୀ ଲେଖିଛନ୍ତି ।

ଅର୍ଥନୀତି ଅପେକ୍ଷା ଜୀବନ ବଡ଼, ଏପ୍ରିଲ ୩୦ ଯାଏଁ ରାଜ୍ୟରେ ଜାରି ରହିବ ଲକ୍‌ଡାଉନ୍

ଦେଶରେ କମୁଛି କରୋନା ସଂକ୍ରମଣ, ସୁସ୍ଥ ହେବାର ହାର ମୃତ୍ୟୁ ଅପେକ୍ଷା ଚାରି ଗୁଣ ଅଧିକ

ଦେଶରେ କରୋନା ସଂକ୍ରମଣ ସଂଖ୍ୟା ପ୍ରାୟ ୧୩ ହଜାର ପାଖାପାଖି ପହଞ୍ଚିଛି । ଗୁରୁବାର ଦିନ ୮୨୬ଟି ନୂଆ ମାମଲା ଚିହ୍ନଟ କରାଯିବା ସହିତ ରୋଗୀଙ୍କ ସଂଖ୍ୟା ୧୨,୭୫୯ କୁ ବୃଦ୍ଧି ପାଇଛି  । ଏପର୍ଯ୍ୟନ୍ତ ୪୨୦ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧,୫୧୪ ଜଣ କରୋନା ବିପକ୍ଷରେ ଯୁଦ୍ଧରେ ଜିତିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୯୪୧ ଟି ନୂଆ ମାମଲା ହୋଇଥିବାବେଳେ ୩୭ ଜଣଙ୍କର ମୃତ୍ୟୁ ଘଟିଛି । ଏହିଭିତରେ ୩୦,୦୪୩ ଜାଞ୍ଚ ସହିତ, ଏପର୍ଯ୍ୟନ୍ତ ୨.୯୦ ଲକ୍ଷ ନମୁନା ପରୀକ୍ଷା କରାଯାଇଛି  ।

ସୂଚନା ଅନୁଯାୟୀ ଦେଶରେ ସଂକ୍ରମଣରୁ ମୃତ୍ୟୁ ତୁଳନା ଠାରୁ ୪ ଗୁଣା ଲୋକ ସଂକ୍ରମଣରୁ ଭଲ ହେଉଛନ୍ତି । ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ୩୨୫ ଟି ଜିଲ୍ଲା ଅଛି ଯେଉଁଠାରେ ଏପର୍ଯ୍ୟନ୍ତ କୌଣସି ଲୋକ ସଂକ୍ରମିତ ହୋଇ ନାହାନ୍ତି । ଦେଶରେ ସଂକ୍ରମଣରେ ମୃତ୍ୟୁ ହାର ୩.୩ ପ୍ରତିଶତ ହୋଇଥିବା ବେଳେ ସୁସ୍ଥ ହେଉଥିବା ରୋଗୀଙ୍କ ପ୍ରତିଶତ ୧୨.୦୨ ରହିଛି ।

ସେପଟେ ପୂର୍ବରୁ ଯେଉଁ ଅଞ୍ଚଳ ଗୁଡ଼ିକରେ ସଂକ୍ରମଣ ଚିହ୍ନଟ କରାଯାଇଥିଲା ସେହି ଅଞ୍ଚଳରେ ଏବେ  ସବୁ କିଛି ଧିରେ ଧିରେ ଠିକ୍‌ ହେବାରେ ଲାଗିଲାଣି । ସେପଟେ ପୁଡୁଚେରୀର ମାହେ ଜିଲ୍ଲାରେ କୌଣସି ସକାରାତ୍ମକ ମାମଲା ୨୮ ଦିନ ହେବ ଆସିନାହିଁ  । କେବଳ ଏତିକି ନୁହେଁ, ୧୭ ଟି ରାଜ୍ୟର ୨୭ ଟି ଜିଲ୍ଲାରୁ ଗତ ୧୪ ଦିନ ମଧ୍ୟରେ କୌଣସି ସଂକ୍ରମିତଙ୍କ ସୂଚନା ଆସିନାହିଁ ।

ବିବାହ ପାଇଁ ସାଇକେଲରେ ୮୫୦ କିମି ଯାତ୍ରା କରି କ୍ୱାରେଣ୍ଟାଇନ୍ ହୋମରେ ପହଂଚିଲେ ଯୁବକ !

ବଳରାମପୁର: ସମଗ୍ର ବିଶ୍ୱ କରୋନା ମହାମାରୀ ସହିତ ଲଢ଼ୁଛି। ଏହି ମାରାତ୍ମକ ଜୀବାଣୁ ଯୋଗୁଁ ଭାରତରେ ଲକଡାଉନ ଜାରି କରାଯାଇଛି । ଏହି କାରଣରୁ ଲୋକଙ୍କ କାର୍ଯ୍ୟ ବନ୍ଦ ହୋଇପଡିଛି ଏବଂ ଲୋକମାନେ ଘରେ ବନ୍ଦୀ ହୋଇ ରହିଛନ୍ତି। କିନ୍ତୁ ଏହି ଲକଡାଉନ ଭିତରେ ଜଣେ ଯୁବକ ବିବାହ କରିବା ପାଇଁ ପାଖାପାଖି ଏକ ହଜାର କିଲୋମିଟର ଲମ୍ବା ରାସ୍ତା ପାର କରିବାକୁ ସାହସ କରିଥିଲେ । | କିନ୍ତୁ ଦୁର୍ଭାଗ୍ୟକୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଯୁବକ ପୋଲିସ ହାବୁଡରେ ପଡିଥିଲେ । ଆଉ ବିବାହ ବେଦୀକୁ ଯିବା ବଦଳରେ କ୍ୱାରେଣ୍ଟାଇନ୍ ହୋମରେ ପହଂଚିଥିଲେ ।

ନିଜ ବିବାହ ପାଇଁ ଉଛନ୍ନ ଥିବା ଏହି ଯୁବକ ଏବେ  ଉତ୍ତର ପ୍ରଦେଶର ବଳରାମପୁରର କ୍ୱାରେଣ୍ଟିନ ସେଣ୍ଟର ଅଛନ୍ତି । ଆସନ୍ତୁ ଜାଣିବ ପୁରା ଘଟଣାକ୍ରମ କଣଥିଲା ।  ସୋନୁ କୁମାର ଚୌହାନ ମହରାଜଗଞ୍ଜ ଜିଲ୍ଲାର ପିପଲା ରସୁଲପୁର ଗାଁର ବାସିନ୍ଦା । ପଞ୍ଜାବର ଲୁଧିଆନାରେ ଟାଇଲ୍ସ କାମ କରନ୍ତି ।

ଲକଡାଉନ ପରେ ଯେତେବେଳେ କାମ ବନ୍ଦ ହୋଇଗଲା ସୋନୁ କୁମାରଙ୍କୁ ନିଜ ଘରର ଚିନ୍ତା ଘାରିବାକୁ ଲାଗିଲା । ସୋନୁ କୁମାରଙ୍କ ଏପ୍ରିଲ ୧୫ ତାରିଖ ଦିନ ବାହାଘର ମଧ୍ୟ ଠିକ ହୋଇଯାଇଥିଲା । ତାଙ୍କ ବାହଘର ଗାଁଠୁ ପ୍ରାୟ ୨୫ କିମି ଦୂରରେ ହୋବାକୁ ଥିଲା ।

ସୋନୁ ନିଜ ଅନ୍ୟ ତିନି ସାଙ୍ଗଙ୍କ ସହିତ ସାଇକେଲ ଚଲେଇ ହିଁ ଲୁଧିଆନାରୁ ବାହାରି ପଡ଼ିଲା । ଛଅ ଦିନରେ ୮୫୦ କିମି ରାସ୍ତା ଅତ୍କ୍ରମ କରି ସୋନୁ ନିଜ ସାଙ୍ଗ ମାନଙ୍କ ସହ ବଳରାମପୁର ପହଞ୍ଚିଥିଲା । ଯେଉଁ ପୋଲିସ ତାଙ୍କୁ ଏହି ତାଙ୍କ ସାଙ୍ଗ ମାନଙ୍କୁ ସେଇଠି ଅଟକାଇ ଦେଇଥିଲେ । ପୋଲିସ ତାଙ୍କ ଆଗକୁ ଯିବାର ଅନୁମତି ଦେଇନଥିଲେ ।

ଲକଡାଉନରେ ଡାକ୍ତରଖାନା ଯିବା ପାଇଁ ମିଳିଲାନି ଗାଡ଼ି, ପୋଲିସ୍ ଜିପ୍ ରେ ଦେଲେ ସନ୍ତାନକୁ ଜନ୍ମ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଲକଡାଉନ ମଧ୍ୟରେ ଜଣେ ମହିଳା ପୋଲିସ୍ ଜିପ୍ସିରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଉଭୟ ମହିଳା ଏବଂ ଶିଶୁ ସୁସ୍ଥ ଅଛନ୍ତି। ପୋଲିସର ସୂଚନାନୁସାରେ, ଗୁରୁବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ମିନି ନାମକ ଜଣେ ମହିଳା ତାଙ୍କ ସ୍ୱାମୀ ଏବଂ ପରିବାରଙ୍କ ସହ ଖିଲା ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ରଘୁବୀର ନଗର ପୋଲିସ ପୋଷ୍ଟରେ ପହଞ୍ଚି  ସେ ଗର୍ଭଯନ୍ତ୍ରଣା ଅନୁଭବ କରୁଥିବା କହିଥିଲେ। ଡାକ୍ତରଖାନାରେ ପହଞ୍ଚିବା ପାଇଁ ଏକ ଗାଡ଼ି ଦରକାର ବୋଲି କହିଥିଲେ । ସେଠାରେ ଉପସ୍ଥିତ ଥିବା ଜଣେ ମହିଳା ପୋଲିସ କର୍ମଚାରୀ ସୁମନ ତୁରନ୍ତ ଖିଲା SHO  କୁମାର କୁନ୍ଦନଙ୍କୁ ଏହା ବିଷୟରେ ଜଣାଇଥିଲେ।

ଏହା ପରେ ମହିଳାଙ୍କୁ ତୁରନ୍ତ ପୋଲିସ ଜିପ୍ସିରେ ବସି ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଜିପ୍ସି ନିକଟ ଗୁପ୍ତା ନର୍ସିଂହୋମ ବାହାରେ ପହଞ୍ଚିବା ମାତ୍ରେ ମହିଳା ନିଜେ ଜିପ୍ସିରେ ଏକ ସନ୍ତାନ ଜନ୍ମ ଦେଇଥିଲେ। ଏହି ସମୟ ମଧ୍ୟରେ ମହିଳାଙ୍କ ସହ ଉପସ୍ଥିତ କର୍ମଚାରୀମାନେ ତାଙ୍କୁ ସାହାଯ୍ୟ କରିଥିଲେ। ପୋଲିସ ତୁରନ୍ତ ନର୍ସିଂହୋମ ଭିତରୁ ନର୍ସ ଏବଂ ଅନ୍ୟ କର୍ମଚାରୀଙ୍କୁ ଡାକିଥିଲା। ମହିଳା ଜଣକ ବର୍ତ୍ତମାନ ଏକ ନର୍ସିଂହୋମରେ ଅଛନ୍ତି ଏବଂ ଉଭୟ ପିଲା ଓ ମାଆ ସୁସ୍ଥ ଅଛନ୍ତି। ଏହାପୂର୍ବରୁ କିଡୱାଇ ନାଗରରେ ଜଣେ ମହିଳା ପୋଲିସ୍ ଜିପ୍ସିରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ।