ଭୁବନେଶ୍ୱର: ଉଦଘାଟିତ ହେଲା ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୦ । ଆଜିଠୁ ଆରମ୍ଭ ହୋଇଥିବା ଏହି ମେଳା ୧୨ ତାରିଖ ଯାଏଁ ଚାଲିବ । ଏହି ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏଥର ଥିମ ରହିଛି ଫୋକସ MSME@2020 ।
ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଥିବା ଏହି ଫେୟାରରେ ୨୦ଟି ଇରାନ କମ୍ପାନୀ ଏବଂ ୧୦ଟି ବାଂଲାଦେଶ କମ୍ପାନୀର ପ୍ରତିନିଧି ଯୋଗ ଦେଇଛନ୍ତି । ସେମାନେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ନିମନ୍ତେ ଓଡ଼ିଶାର ଉଦ୍ୟୋଗୀ ମାନଙ୍କ ସହିତ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।
ଟ୍ରେଡ୍ ଫେୟାରରେ MSME ଉତ୍ପାଦ ପାଇଁ ମୋଟ ୨୮୦ ଟି ଷ୍ଚଲ ରହିଛି । ୩୨ଟି ଷ୍ଟଲ ଟେକ୍ନୋଲୋଜି ଡେମୋନଷ୍ଟ୍ରେସନ, ସରକାରୀ ବିଭାଗ, ଅନ୍ତର୍ଜାତୀୟ ଅଂଶଗ୍ରହଣକାରୀ ଏବଂ ପିଏସୟୁ ପାଇଁ ୨୮ ଟି ଷ୍ଟଲ ରହିଛି । ୧୫ଟି ଷ୍ଟଲ ଫୁଡ୍ କୋଟ ପାଇଁ ରହିଛି ।
ଏହି ମେଳା ରେ ଶିଳ୍ପ, ଶକ୍ତି, MSME, ଓ ଗୃହ ବିଭାଗୀୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧକ୍ଷ, ଚିନ୍ମୟ ସାହୁ, MSME ବିଭାଗୀୟ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ରହି ମେଳାର ଉଦଘାଟନ କରିବା ସହ ଲୋଗୋ ଓ ବୁକଲେଟ ଉନ୍ମୋଚନ କରିଥିଲେ I
ଉଦଘାଟିତ ହେଲା MSME ଅନ୍ତର୍ଜାତୀୟ ଟ୍ରେଡ୍ ଫେୟାର
ଆମେରିକା-ଇରାନ୍ ମଧ୍ୟରେ ଯୁଦ୍ଧ ହେଲେ ବିପଦରେ ପଡ଼ିବେ ଏତିକି କୋଟି ଭାରତୀୟ !
ନୂଆଦିଲ୍ଲୀ: ତିକ୍ତ ହେଉଛି ସମ୍ପର୍କ, ବଢ଼ୁଛି ଯୁଦ୍ଧ ଆଶଙ୍କା । ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ୨ ପାରମ୍ପରିକ ଶତ୍ରୁ ଇରାନ-ଆମେରିକା । ଜଣଙ୍କ ଉପରେ ଆକ୍ରମଣ ପାଇଁ ଅନ୍ୟ ଜଣେ କୌଣସି ସୁଯୋଗ ବି ହାତ ଛଡ଼ା କରୁନାହିଁ । ଯାହାକୁ ନେଇ ପୂରା ମଧ୍ୟପ୍ରାଚ୍ୟରେ ଏବେ ଆତଙ୍କର ବାତାବରଣ । ଯାହାର ପ୍ରଭାବ ପୂରା ଦୁନିଆ ଉପରେ ପଡ଼ିଛି । କାରଣ ଚୀନ ପରେ ଭାରତ ହେଉଛି ଦ୍ୱିତୀୟ ଦେଶ ଯିଏ ଇରାନରୁ ସବୁଠୁ ଅଧିକ ତୈଳ ଆମଦାନୀ କରେ । ଯଦି, ଯୁଦ୍ଧ ହୁଏ ତେବେ, ମଧ୍ୟପ୍ରାଚ୍ୟ ଦେଶରେ ରହୁଥିବା ଭାରତୀୟ ବିପଦରେ ପଡ଼ିବେ ।
ଏବେ ମଧ୍ୟପ୍ରାଚ୍ୟରେ ପାଖାପାଖି ୧ କୋଟି ଭାରତୀୟ ବସବାସ କରୁଛନ୍ତି । ଇରାନରେ ମାତ୍ରାଧିକ ଭାରତୀୟ ନଥିଲେ ସେଠାରେ ସେମାନଙ୍କ ସଂଖ୍ୟା ପ୍ରାୟ ୮ଶହରୁ ୧୨୦୦ ହେବ । କିନ୍ତୁ, ଯୁଦ୍ଧ ହେଲେ ମଧ୍ୟପ୍ରାଚ୍ୟ ଦେଶରେ ରହୁଥିବା ବହୁ ସଂଖ୍ୟକ ଭାରତୀୟ କାମଧନ୍ଦା ଛାଡ଼ି ଦେଶକୁ ଫେରିବା ଥୟ ।
ସୈନ୍ୟ ବଳରେ ଆମେରିକାକୁ ଇରାନ୍ ପାରିବ ନାହିଁ । କିନ୍ତୁ, ଯୁଦ୍ଧ ହେଲେ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଏହାର ପ୍ରଭାବ ପଡ଼ିବ । ଫଳରେ ୧ କୋଟିରୁ ଅଧିକ ଭାରତୀୟ ଏହା ଦ୍ୱାରା ପ୍ରଭାବିତ ହେବେ । ପୂର୍ବରୁ ଆମେରିକା ମଧ୍ୟପ୍ରାଚ୍ୟରେ ରହୁଥିବା ତାର ନାଗରିକମାନଙ୍କୁ ଦେଶକୁ ଫେରିଯିବାକୁ କହିସାରିଛି । ଏଥିସହ ବ୍ରିଟେନ୍ ମଧ୍ୟପ୍ରାଚ୍ୟରେ ଥିବା ତାର ସେନା କ୍ୟାମ୍ପରେ ସୁରକ୍ଷାକୁ ବଢ଼ାଇ ଦେଇଛି ।
ଇରାନ ପରେ ସବୁଠୁ ଅଧିକ ସିୟା ମୁସଲମାନ ଭାରତରେ ରୁହନ୍ତି । କିନ୍ତୁ, ଯୁଦ୍ଧ ହେଲେ ସମସ୍ତେ ପ୍ରଭାବିତ ହେବେ । ମଧ୍ୟପ୍ରାଚ୍ୟରେ ରହୁଥିବା ୧ କୋଟି ଭାରତୀୟ ସଙ୍କଟରେ ପଡ଼ିବେ । ୧୯୯୦ ଯୁଦ୍ଧ ବେଳେ ୧.୭୫ ଲକ୍ଷ ଭାରତୀୟ ନାଗରିକଙ୍କୁ ଏୟାର ଲିଫ୍ଟିଂ କରି ଦେଶକୁ ଅଣାଯାଇଥିଲା ।
ଇରାନ ଜେନେରାଲ କାସେମ ସୋଲେମାନିଙ୍କୁ ହତ୍ୟା କରିବାକୁ ଡୋନାଲ୍ଡ ଟ୍ରମ୍ଫ ଦେଇଥିଲେ ନିର୍ଦ୍ଦେଶ !
ନୂଆଦିଲ୍ଲୀ: ଆମେରିକା ସହ ତିକ୍ତତାକୁ ନେଇ ଭାରତରେ ଅବସ୍ଥାପିତ ଇରାନ୍ ଆମ୍ବାସଡରଙ୍କ ପ୍ରତିକ୍ରିୟା । ଆମେ ଯୁଦ୍ଧ ଚାହୁଁନାହୁଁ । ଆମେ ଭାରତ ସମେତ ସବୁ ଦେଶ ସହ ଶାନ୍ତିରେ ବଞ୍ଚିବାକୁ ଚାହୁଁ । ଭାରତ ଶାନ୍ତି ପାଇଁ କୌଣସି ପଦକ୍ଷେପ ନେଲେ ଆମେ ସ୍ୱାଗତ କରିବୁ ।
ନୂଆଦିଲ୍ଲୀ: ଆମେରିକା ସହ ତିକ୍ତତାକୁ ନେଇ ଭାରତରେ ଅବସ୍ଥାପିତ ଇରାନ୍ ଆମ୍ବାସଡରଙ୍କ ପ୍ରତିକ୍ରିୟା । ଆମେ ଯୁଦ୍ଧ ଚାହୁଁନାହୁଁ । ଆମେ ଭାରତ ସମେତ ସବୁ ଦେଶ ସହ ଶାନ୍ତିରେ ବଞ୍ଚିବାକୁ ଚାହୁଁ । ଭାରତ ଶାନ୍ତି ପାଇଁ କୌଣସି ପଦକ୍ଷେପ ନେଲେ ଆମେ ସ୍ୱାଗତ କରିବୁ ।
ବାଲିଗୁଡ଼ା: ଭାରତ ବନ୍ଦ ବେଳେ ଦାରିଙ୍ଗବାଡ଼ିରେ ହିଂସା । ପର୍ଯ୍ୟଟକଙ୍କ କାର୍ କାଚ କଂଗ୍ରେସ କର୍ମୀ ଭାଙ୍ଗିଥିବା ଅଭିଯୋଗ । ଗାଡ଼ି ପୋଡ଼ି ପାଇଁ ଉଦ୍ୟମ ବେଳେ ଅଟକାଇଲା ପୋଲିସ । ଥାନାରେ ପର୍ଯ୍ୟଟକଙ୍କ ଏତଲା ।
ବାଲିଗୁଡ଼ା: ଭାରତ ବନ୍ଦ ବେଳେ ଦାରିଙ୍ଗବାଡ଼ିରେ ହିଂସା । ପର୍ଯ୍ୟଟକଙ୍କ କାର୍ କାଚ କଂଗ୍ରେସ କର୍ମୀ ଭାଙ୍ଗିଥିବା ଅଭିଯୋଗ । ଗାଡ଼ି ପୋଡ଼ି ପାଇଁ ଉଦ୍ୟମ ବେଳେ ଅଟକାଇଲା ପୋଲିସ । ଥାନାରେ ପର୍ଯ୍ୟଟକଙ୍କ ଏତଲା ।
ଆସନ୍ତାକାଲିଠାରୁ ପୁଣି ଭିଜିବ ଓଡ଼ିଶା, ଘଡ଼ଘଡ଼ି ବିଜୁଳି ସହ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଆସନ୍ତାକାଲିଠାରୁ ପୁଣି ଭିଜିବ ସାରା ରାଜ୍ୟ । ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବ । ଦକ୍ଷିଣ ଓଡ଼ିଶା ଠାରୁ ଆରମ୍ଭ କରି ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ଜିଲ୍ଲାରେ ଘନ କୁହଡ଼ି ଦେଖାଦେବ । ୧୨ ତାରିଖ ପରେ ପୁଣି ଫେରିବ ଶୀତ।

ଶୀତ ସହ ବର୍ଷାର ଲୁଚକାଳି ଖେଳ। ଆସନ୍ତକାଲି ଶୀତକୁ ଠେଲି ପୁଣି ଆସୁଛି ବର୍ଷା। ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ଏବଂ ଅପର ଏୟାର ଟ୍ରପ୍ ଲାଇନ୍ ପ୍ରଭାବରେ ଘଡଘଡି ସହ ବର୍ଷା ହେବ। ୯ ଓ ୧୦ ତାରିଖରେ କଳାହାଣ୍ଡି, କନ୍ଧମାଳ, ନୂଆପଡା, ବଲାଙ୍ଗିର, ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ, ଝାରସୁଗୁଡା, ଦେଓଗଡ, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର ଏବଂ ମୟୂରଭଞ୍ଜରେ ବର୍ଷିବ। ଉପକୂଳ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ। ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବର୍ଷା ପରେ ପୁଣି ଚାଲିବ ଶୀତର ରାଜ୍ । ପ୍ରବଳ ଜାଡ଼ରେ ଥରିବ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶା । ଉପକୂଳ ଜିଲ୍ଲା ଗୁଡ଼ିକରେ ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା କମିଯିବ । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ୪ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଶୀତ ସମେତ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିବ । ଆଭ୍ୟନ୍ତରୀଣ ଓଡ଼ିଶାକୁ ଘୋଡାଇ ରଖିବ କୁହୁଡି। ବିଶେଷ କରି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ପୁରୀ ଏବଂ ଖୋର୍ଦ୍ଧାରେ ଘନ କୁହୁଡ଼ି ଦେଖାଦେବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର ବିଶ୍ୱାସ ।

ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ସତର୍କ ରହିବାକୁ ପରାମର୍ଶ ଦେଇଛି। ଅମଳ ଧାନକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ଦେଇଛି ।
ଓଡ଼ିଶାର ବିକାଶ ମାନଚିତ୍ରରେ ମିଳିବ ମୟୂରଭଞ୍ଜକୁ ସ୍ୱତନ୍ତ୍ର ସ୍ଥାନ: ମୁଖ୍ୟମନ୍ତ୍ରୀ
ବାରିପଦା: ଓଡ଼ିଶାର ବିକାଶ ମାନଚିତ୍ରରେ ମୟୂରଭଞ୍ଜକୁ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି । ବାରିପଦାଠାରେ କିସର ଆବାସିକ ବିଦ୍ୟାଳୟର ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ବିକାଶ ପାଇଁ ଆଜି ୨୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ୫୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହିସବୁ ପ୍ରକଳ୍ପ ମୁଖ୍ୟତଃ ପାନୀୟ ଜଳ, ରାସ୍ତାନିର୍ମାଣ ଏବଂ ଅନ୍ୟାନ ଭିତ୍ତିଭୂମୀ ବିକାଶ ସମ୍ପର୍କୀତ । ବାରିପଦା ସ୍ଥିତ ଦ୍ୱିତୀୟ ଶ୍ରୀକ୍ଷେତ୍ରର ବିକାଶ ପାଇଁ ୫ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କିସର ଆବାସିକ ବିଦ୍ୟାଳୟ ପାଇଁ ଆଦାନି ଗ୍ରୁପ ସହଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶକୁ ସରକାର ଅଗ୍ରାଧିକାର ଦେଉଛନ୍ତି, କାରଣ ଶିକ୍ଷା ହିଁ ପ୍ରକୃତ ସଶକ୍ତିକରଣ । ଏହାଦ୍ଵାରା ପରିବର୍ତ୍ତନ ସମ୍ଭବ ହେଉଛି । ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ସରକାର ୬୫୦୦ରୁ ଅଧିକ ଛାତ୍ରାବାସ କରିଛନ୍ତି, ଯେଉଁଥିରେ ୬ଲକ୍ଷରୁ ଅଧିକ ପିଲା ପାଠ ପଢୁଛନ୍ତି ।

ସହରାଞ୍ଚଳରେ ମଧ୍ୟ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଇଂରାଜୀ ମାଧ୍ୟମ ଶିକ୍ଷା ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ: ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ
ମୟୁରଭଞ୍ଜ: ମୟୁରଭଞ୍ଜରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ବାଙ୍କୀଷୋଳଠାରେ ସ୍ଥାପିତ ଏକ ରେସିଡେନସିଆଲ ସ୍କୁଲ ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏଥିସହ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି ।

ଏହି ଅବସରରେ ଆୟୋଜିତ ଏକ ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁଦାମ ମାଣ୍ଡୀ, ସାଂସଦ ଅଚ୍ୟୁତ ସାମନ୍ତ, ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ସାଂସଦ ବିଶେଶ୍ୱର ଟୁଡୁ ପ୍ରମୁଖ ଉପସ୍ଥିତ ଅଛନ୍ତି । ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ପାନ ଦୋକାନରେ ବିକୁଥିଲେ ବେଆଇନ କଫ୍ସିରପ୍, ଧରାପଡ଼ି ଜେଲ୍ ଗଲେ
ବଲାଙ୍ଗିର: ପାନ ଦୋକନରୁ ଜବତ ହେଲା ବେଆଇନ କଫ୍ସିରପ୍ । ନିଶାଖୋର ବ୍ୟକ୍ତିଙ୍କୁ ଏହି ସବୁ କଫ୍ସିରପ୍କୁ ବ୍ୟବସାୟ କରାଯାଉଥିବା ସୂଚନା ମିଳିଛି । ଖାଲି ସେତିକି ନୁହେଁ ଏହା ସହ ବ୍ୟାପକ ପରିମାଣରେ ଗଞ୍ଜେଇ ମଧ୍ୟ ଜବତ ହୋଇଛି ପାନ ଦୋକାନରୁ । ଏଭଳି ଏକ ଘଟଣା ବଲାଙ୍ଗିର ସହରରେ ଦେଖିବକୁ ମିଳିଛି ।

ସୂଚନା ଅନୁଯାୟୀ, ଆଜି ବଲାଙ୍ଗିର ପୋଲିସ ସରକାରୀ ବସଷ୍ଟାଣ୍ଡ ପଛପଟ ନରସିଂହ ମନ୍ଦିର ଆଗରୁ ଏକ ପାନଦୋକାନରୁ ବ୍ୟାପକ ମାତ୍ରାରେ କଫସିରଫ ଜବତ କରିଛି । ଏହା ସହ ଅଧକେଜି ଗଞ୍ଜେଇ ସମେତ ବ୍ୟାପକ ମାତ୍ରାରେ ଗଞ୍ଜେଇ ସିଗାରେଟ ଜବତ କରିଛି ।

ପାନ ଦୋକାନରେ ବେଆଇନ ନିଶା କାରବାର କରୁଥିବା ମାଫିଆ ସମୀର ନାରାୟଣ ନାୟକକୁ ପୋଲିସ ଗିରଫ କରିଥିବା ବେଳେ ଦୁଇଜଣ ସହଯୋଗୀ ଧରଣୀଧର ସାହୁ ଓ ପଙ୍କଜ ସାହୁକୁ ଥାନାରେ ଅଟକ ରଖିଛି ।

ଗତ ଦୁଇମାସ ମଧ୍ୟରେ ବଲାଙ୍ଗୀର ଜିଲ୍ଲା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩୦ହଜାରରୁ ଅଧିକ ବୋତଲ କଫସିରଫ ଜବତ କରି ମାଫିଆ ମାନଙ୍କୁ କୋର୍ଟ ଚାଲାଣ କରିଛି।
ବନ୍ଦ ପ୍ରଭାବ: ୩ଟି ପାସେଞ୍ଜର ଟ୍ରେନ୍ ବାତିଲ କଲା ରେଳବାଇ
ଖୋର୍ଦ୍ଧା: ଦରଦାମ ବୃଦ୍ଧି, ଶ୍ରମ ମାରଣ ନୀତି, ବେକାରୀ ସମସ୍ୟା ସମେତ ମୋଟ ୧୨ ଦଫା ଦାବି ନେଇ ବିଭିନ୍ନ ଟ୍ରେଡ୍ ୟୁନିଅନ୍ ପକ୍ଷରୁ ଭାରତ ବନ୍ଦ ପାଳନ କରାଯାଉଛି । ଏହି ଆନ୍ଦୋଳନରେ ମୋଟ ୧୦ଟି ଟ୍ରେଡ୍ ୟୁନିଅନ୍ ସାମିଲ ହୋଇଥିବା ବେଳେ କଂଗ୍ରେସ ଓ ସମାଜବାଦ ପାର୍ଟି ଏହାକୁ ସମର୍ଥନ କରିଛନ୍ତି । ବନ୍ଦ ପାଳନ ଯୋଗୁଁ ଜନ ଜୀବନ ପ୍ରଭାବିତ ହୋଇଛି । ଟ୍ରେଡ୍ ୟୁନିଅନ୍ କର୍ମକର୍ତ୍ତା ବିଭିନ୍ନ ଷ୍ଟେସନ୍ରେ ଟ୍ରେନ୍ ଅଟକାଇବ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯାହାଫଳରେ ଟ୍ରେନ୍ ଚଳାଚଳରେ ବିଳମ୍ୱ ହୋଇଥିବା ବେଳେ କିଛି ଟ୍ରେନ୍ ଚଳାଚଳକୁ ବାତିଲ କରିଛି ରେଳବାଇ । କଟକ-ଭଦ୍ରକ-କଟକ ପାସେଞ୍ଜର, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର, ପରାଦୀପ-କଟକ-ପରାଦୀପ ପାସେଞ୍ଜରକୁ ବାତିଲ କରାଯାଇଛି ।
ଅପରପକ୍ଷରେ ଟ୍ରେନ୍ ଯାତ୍ରା ନେଇ ବହୁ ସମୟ ଧରି ଯାତ୍ରୀଙ୍କୁ ଅପେକ୍ଷା କରିବାକୁ ପଡ଼ିିଥିବା ବେଳେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଷ୍ଟେସନ୍କୁ ଯିବା ପାଇଁ ମଧ୍ୟ ଯାତ୍ରୀଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି । ଅଟୋ ଚଳାଚଳ ସେତେଟା ସ୍ୱାଭାବିକ ନଥିଲା । ଅଳ୍ପ କିଛି ଅଟୋ ଚଳାଚଳ କରୁଥିବା ବେଳେ ସେମାନେ ଅନ୍ୟ ଦିନମାନଙ୍କ ଅପେକ୍ଷା ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ନେଉଥିବା ଦେଖିବାକୁ ମିଳିଛି ।
ବନ୍ଦ ପାଳନ ଯୋଗୁଁ ପଶ୍ଚିମବଙ୍ଗରେ ସର୍ବାଧିକ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । ଏଯାଏଁ ମୋଟ ୪୧ଟି ଟ୍ରେନ୍ ବାତିଲ ହୋଇଥିବା ସୂଚନା ରହିଛି । ତେବେ ସରକାର ଅଫିସ ଗୁଡ଼ିକରେ ବନ୍ଦର ପ୍ରଭାବ ଦେଖିବକୁ ମିଳିନି । ପ୍ରାୟ ୯୦%ରୁ ଅଧିକ କର୍ମଚାରୀ ଉପସ୍ଥିତ ରହିଛନ୍ତି ।
ବ୍ରହ୍ମଗିରି ରେଞ୍ଜରେ ଆରମ୍ଭ ହେଲା ପକ୍ଷୀ ଗଣନା
ବ୍ରହ୍ମଗିରି: ଆଜି ବ୍ରହ୍ମଗିରି ରେଞ୍ଜର ୪ଟି ଜୋନରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ବର୍ତମାନ ସୁଦ୍ଧା ୪୦ ପ୍ରଜାତିର ୧୦ ହଜାରରୁ ଅଧିକ ପକ୍ଷୀ ଗଣନା ସରିଛି । ସକାଳ ୬ଟାରୁ ବ୍ରହ୍ମଗିରି ବନଖଣ୍ଡ ଅଧିନରେ ପକ୍ଷୀ ଗଣନା ଆରମ୍ଭ ହୋଇଛି ।

ଢାବାଛକ ଠାରୁ ତଳମାଳ ପର୍ଯ୍ୟନ୍ତ ପକ୍ଷୀ ଗଣନା କରାଯାଉଛି । ମୋଟ ୪ଟି ଟିମ୍ ରେ ୪୦ ଜଣ ଗଣନା କାମରେ ସାମିଲ ଅଛନ୍ତି ।


