spot_img
Home Blog Page 7361

କର୍ମକ୍ଷେତ୍ରରେ ପଦୋନ୍ନତି ପାଇଁ ରାସ୍ତା ପରିସ୍କାର ହେବ: ବ୍ୟବସାୟରେ ହେବ ଭାଗ୍ୟୋଦୟ

ମେଷ ରାଶି: କାର୍ଯ୍ୟକ୍ଷେତ୍ରରେ ପ୍ରତିଷ୍ଠା ବୃଦ୍ଧି ପାଇବ । ଆକସ୍ମିକ ଅର୍ଥ ପ୍ରାପ୍ତି ଯୋଗ ରହିଛି । ଶିକ୍ଷାକ୍ଷେତ୍ରରେ ସଫଳତା  ମିଳିବ । ବୈବାହିକ ଜୀବନ ସୁଖଶାନ୍ତିରେ କଟିବ । କିନ୍ତୁ ଦ୍ୱିଜା ନକ୍ଷତ୍ର ବାମ ପାଦ ଏବଂ ଚକ୍ଷୁ ସମ୍ୱନ୍ଧୀୟ ରୋଗ ଦ୍ୱାରା ପୀଡ଼ିତ ହେବେ । ଗାୟତ୍ରୀମନ୍ତ୍ର ୩ଥର ପାଠକରି କାର୍ଯ୍ୟାରମ୍ଭ କରନ୍ତୁ ।

ବୃଷ: ନୂତନ କର୍ମ ନିଯୁକ୍ତି ମିଳିବାର ଯୋଗ ରହିଛି  । କାର୍ଯ୍ୟ କ୍ଷେତ୍ରରେ ପ୍ରମୋସନ ପାଇଁ ରାସ୍ତା ପରିସ୍କାର ହେବ । । ବିଦ୍ୟାର୍ଥୀମାନଙ୍କ ପାଇଁ ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବା ସହିତ ପାଠ ପଢ଼ା ପ୍ରତି ଆଗ୍ରହ ରହିବ । ପରିବାର ସହିତ ସମୟ କଟିବ । ରୋହିଣୀ ନକ୍ଷତ୍ର ପାଇଁ ସମୟ ବିପକ୍ଷରେ ରହୁଥିବାରୁ ଧନହାନୀର ଯୋଗ ରହିଛି । କାହାକୁ ବିଶ୍ୱାସ କରି କୌଣସି ନିଷ୍ପତ୍ତି ଗ୍ରହଣ କରନ୍ତୁ ନାହିଁ । ବାହାର ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ଶିବଙ୍କ ମନ୍ଦିରରେ କ୍ଷୀର ଓ ଧଳାଫୁଲ ଅର୍ପଣ କରନ୍ତୁ ।

ମିଥୁନ: ବ୍ୟବସାୟ ଓ କର୍ମ କ୍ଷେତ୍ରରେ ଲାଭବାନ ହେବେ । ଧର୍ମିକ କାର୍ଯ୍ୟରେ ସମୟ କଟିବ । ନୂତନ ଯୋଜନା ପ୍ରସ୍ତୁତ କରି ସଫଳ ହେବେ । ଦୂରସ୍ଥାନକୁ ଯାତ୍ରା ଯୋଗ ରହିଛି । କିନ୍ତୁ ଆଦ୍ରା ନକ୍ଷତ୍ର ଆଳସ୍ୟ ପରତ୍ୟାଗ କରନ୍ତୁ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରନ୍ତୁ ନାହିଁ । ଦୂରସ୍ଥାନକୁ ଯାତ୍ରା ସ୍ଥଗିତ ରଖନ୍ତୁ । ଅସହାୟ ବ୍ୟକ୍ତିଙ୍କୁ ଭୋଜନ ଦାନ କରନ୍ତୁ ।

କର୍କଟ: ଦନଟି ଭଲରେ କଟିବ । ଆତ୍ମ ବିଶ୍ୱାସ ବୃଦ୍ଧି ପାଇବ । କର୍ମ କ୍ଷେତ୍ରରେ ନିଜ କାର୍ଯ୍ୟ ପାଇଁ ପ୍ରଶଂସୀତ ହେବେ । ବ୍ୟବସାୟରେ ଲାଭ ଦାମ୍ପତ୍ୟ ଜୀବନ ଆନନ୍ଦ ଉଲ୍ଲାସରେ କଟିବ । ପୁଷ୍ୟା ନକ୍ଷତ୍ର ପାଇଁ ଦିନଟି ଭଲ ରହୁନଥିବାରୁ ବାଦବିବାଦ ଠାରୁ ଦୂରେଇ ରହୁନ୍ତୁ । ଧନହାନୀ ଯୋଗରହୁଥିବାରୁ ଆଜି କାହାକୁ ଧନ ଦିଅନ୍ତୁ ନାହିଁ । ମା’ ଲକ୍ଷ୍ମୀଙ୍କୁ ଧଳାଫୁଲ ଅର୍ପଣ କରନ୍ତୁ ।

ସିଂହ: ସୁଖ ଶାନ୍ତିରେ ସମୟ କିଟିବ । ଦୂରସ୍ଥାନରୁ ସୁସମ୍ୱାଦ ମିଳିବ । ଫଳତଃ ନିଜର ଆତ୍ମ ବିଶ୍ୱାସ ବୃଦ୍ଧି ହେବ । ବିବାଦୀୟ କର୍ଯ୍ୟରେ ବିଜୟୀ ହେବେ । ସ୍ତ୍ରୀଙ୍କ ସହଯୋଗ ମିଳିବ । ଫାଲଗୁନୀ ନକ୍ଷତ୍ର ପାଇଁ ଦିନଟି ବିପକ୍ଷରେ ରହୁଥିବାରୁ ବାହାର ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ପେଟ ସମ୍ୱନ୍ଧୀୟ ରୋଗ ଯନ୍ତ୍ରଣାଦାୟକ ହେବ । ଉଧାର ଟଙ୍କା ଆଜି କାହାକୁ ଦିଅନ୍ତୁ ନାହିଁ । ଗୁଡ଼ଖାଇ ଜଳପାନ କରି କାର୍ଯ୍ୟ ଆରମ୍ଭ କରନ୍ତୁ ।

କନ୍ୟା: ବନ୍ଧୁଙ୍କ ସହଯୋଗ ମିଳିବ । ଆର୍ଥିକସ୍ଥିତି ସନ୍ତୋଷ ଜନକ ରହିବ । ସମାଜରେ ମାନସମ୍ମାନ ବୃଦ୍ଧି ପାଇବ । ସୁଖ ଶାନ୍ତିରେ ଦିନଟି କିଟିବ । ଅର୍ଥଲାଭର ଯୋଗ ରହିଛି । ଧର୍ମ କାର୍ଯ୍ୟରେ ଯୋଗଦାନ ଆପଣଙ୍କୁ ଆନନ୍ଦ ଦେବ । ହସ୍ତାନକ୍ଷତ୍ର ଶତ୍ରୁ ବୃଦ୍ଧି ଯୋଗ ରହିବା ଦ୍ୱାରା ବିବାଦୀୟ କାର୍ଯ୍ୟରେ ବ୍ୟସ୍ତ ରହିବେ । ଧର୍ଯ୍ୟର ସହିତ କାର୍ଯ୍ୟ କରନ୍ତୁ । ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଠାକୁର ଘରେ ଘୃତଦୀପ ଲଗାଇ ମା’ ତାରଣୀଙ୍କୁ ପ୍ରଣାମ କରି କର୍ଯ୍ୟାରମ୍ଭ କରନ୍ତୁ ।

ତୁଳାରାଶି: ଶୁଭ ଖବର ମିଳିବ । ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । । ବ୍ୟବସାୟରେ ଲାଭ ଏବଂ ପାରିବାରିକ ଜୀବନ ସୁଖ ଶାନ୍ତିରେ ମିଳିବ । ପଡ଼ୋଶୀଙ୍କ ସହଯୋଗ ମିଳିବ ।

ସ୍ୱାତୀ ନକ୍ଷତ୍ର ଘର ପାଇଁ ଖର୍ଚ୍ଚ ବୃଦ୍ଧି ହେବ  । ଦ୍ରବ୍ୟହାନୀ ଯୋଗ ରହିଛି । କୌଣସି କାର୍ଯ୍ୟରେ ମଧ୍ୟସ୍ତି କରନ୍ତୁ ନାହିଁ । ଓଁ ନମଃ ଶିବାୟ ମନ୍ତ୍ର ୧୧ ଥର ପାଠ କରନ୍ତୁ ।

ବିଛା: ଆଜି ଧୌର୍ଯ୍ୟର ସହିତ କାର୍ଯ୍ୟ କରନ୍ତୁ, ସଫଳତା ଆବଶ୍ୟ ମିଳିବ । ସମାଜରେ ମାନସମ୍ମାନ ବୃଦ୍ଧି ପାଇବ ।  ଅଧା ଅଧୁରା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବେ । ଜ୍ୟେଷ୍ଠା ନକ୍ଷତ୍ର: ଧନହାନୀ ହେବାଦ୍ୱାରା ମାନସିକ ଅଶାନ୍ତିରେ ସମୟ କଟିବ । କଥାକହିବା ସମୟରେ ଭାବିଚିନ୍ତି କଥା କୁହନ୍ତୁ  । ନଚେତ ବିବାଦୀୟ ପରିସ୍ଥିତି ସୃଷ୍ଟିହେବ । ମହାମୃତ୍ୟୁଞ୍ଜୟମନ୍ତ୍ର ପାଠ କରନ୍ତୁ ।

ଧନୁ: ଆକସ୍ମିକ ଅର୍ଥଲାଭର ଯୋଗ ରହିଛି । ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ମିଳିବ । ମନରେ ଉତ୍ସାହ ରହିବା ସହ ମନୋବଳ ବୃଦ୍ଧି ପାଇବ । ଗୃହପାଇଁ କିଛି ଦ୍ରବ୍ୟ କ୍ରୟ କରିବାର ଯୋଗ ରହିଛି । ପୂର୍ବଷାଢ଼ା ନକ୍ଷତ୍ର ପାଇଁ ସମୟ ଭଲରହୁନଥିବାରୁ କାହାକୁ ବିଶ୍ୱାସ କରି କୌଣସି କାର୍ଯ୍ୟ କରନ୍ତୁ ନାହିଁ । ଠକାମୀରେ ପଢିପାରନ୍ତି । ପାରିବାରିକ କଳହ ନେଇ ମାନସିକ ଚିନ୍ତା ବୃଦ୍ଧି ପାଇବ । ମସଲାଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ହନୁମାନ ଚାଳିଶା ୩ଥର ପାଠ କରନ୍ତୁ ।

ମକର: ଅନେକ ଦିନରୁ ଅଟକିଥିବା କାର୍ଯ୍ୟ ସଫଳହେବ । ବ୍ୟବସାୟରେ ହେଲା ଭାଗ୍ୟୋଦୟର ଦିନ । ନୂତନ କର୍ମନିଯୁକ୍ତ ମିଳିବାର ଯୋଗ ରହିଛି । ଦେହ ଓ ମନ ସମ୍ପର୍ଣ୍ଣ ସୁସ୍ଥ ରହିବ । ଶ୍ରାବଣ ନକ୍ଷତ୍ର ପାଇଁ ଦିନଟି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଓଁ ନମଃ ଶିବାୟ ମନ୍ତ୍ରକୁ ପାଠକରି କାର୍ଯ୍ୟ ଆରମ୍ଭ କରନ୍ତୁ ।

କୁମ୍ଭରାଶି: ଭାଗ୍ୟ ବୃଦ୍ଧିର ଦିନ । ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ନିଜ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ ବଡ଼ ପରିବର୍ତ୍ତନ ହେବ । ମାଙ୍ଗଳିକ କାର୍ଯ୍ୟରେ ସମୟ କଟିବ । ଶତଭିଷା ନକ୍ଷତ୍ର ଖର୍ଚ୍ଚ ବୃଦ୍ଧି ପାଇବ । ଛୋଟ ଛୋଟ କଥାକୁ ନେଇ ସ୍ୱାମୀ ସ୍ୱୀଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ । ତେଣୁ ଆଜି ଶିବଲିଙ୍ଗରେ କଳାରାଶି ଓ ଗଙ୍ଗାଜଳ ଅର୍ପଣ କରନ୍ତୁ ।

ମୀନ: ଆଜି ମାନସିକ ସ୍ଥିତି ସୁଦୃଢ଼ ରହିବ । କାର୍ଯ୍ୟକ୍ଷେତ୍ରରେ ପୂର୍ଣ୍ଣ ସହଯୋଗ ମିଳିବ । ବ୍ୟବସାୟରେ ଲାଭବାନ ହେବାର ଯୋଗ ରହିଛି  । ନୂତନ ପୁଞ୍ଜିନିବେଶ ପାଇଁ ସମୟ ଅତି ଉତ୍ତମ ରହିଛି । ଉତ୍ତରଭାଦ୍ର ନକ୍ଷତ୍ର ପାଇଁ ପରିସ୍ଥିତି ଭଲ ରହୁନଥିବାରୁ ଭାବିଚିନ୍ତି କାର୍ଯ୍ୟ କରନ୍ତୁ । ମାନସମ୍ମାନ ହାନୀର ଯୋଗ ରହିଛି । । ଫଳତଃ ପରିସ୍ଥିତି ଦେଖି କଥା କୁହନ୍ତୁ । ଆଜି ବୁଲା କୁକୁରକୁ କିଛି ଖାଦ୍ୟ ଦାନକରନ୍ତୁ ।

ଜ୍ୟୋତିର୍ବିଦ ଶ୍ୟାମ ସୁନ୍ଦର ବାଗ୍‌

୨୯୪ କୋଟି ଟଙ୍କା ଜିଏସ୍‌ଟି ଠକେଇର ପର୍ଦ୍ଦ।ଫାସ୍‌, ଭୂତସଂସ୍ଥା ଜରିଆରେ ଲୁଟୁଥିଲେ ବ୍ୟବସାୟୀ

ଭୁବନେଶ୍ୱର: ରାଜ୍ୟ ଜିଏସ୍‌ଟି ଏନଫୋର୍ସମେଣ୍ଟ  ସ୍କ୍ୱାଡ ଦ୍ଵାରା ୨୯୪ କୋଟି ଟଙ୍କାର ନକଲି ବିଲ୍‌ର ପର୍ଦ।ଫାସ । ନକଲି ବିଲ୍‌ ମାଧ୍ୟମରେ ୫୨ ଦଶମିକ ୭୭ କୋଟି ଟଙ୍କାର ଜାଲ ଇନପୁଟ ଟାକ୍ସ କ୍ରେଡିଟ କରିଥିଲେ ଦୁଇ ଅଭିଯୁକ୍ତ । ଭୂତ ବ୍ୟବସାୟିକ ସଂସ୍ଥା କରି ଠକି ଚାଲିଥିଲେ ଭୁବନେଶ୍ୱର ଶୈଳଶ୍ରୀ ବିହାର ସାହୁ ଟ୍ରେଡର୍ସର ମାଲିକ ପ୍ରମୋଦ କୁମାର ସାହୁ ଓ ପଟିଆର ବିକାଶ ସରୋଗୀ । କନ୍ଧମାଳ ଜିଲ୍ଲାର ୧୧ ଜଣଙ୍କ ନାଁରେ ଜାଲ କମ୍ପାନୀ ଗଢ଼ି ଠକେଇ କରିଥିଲେ ।

ସନ୍ଦିଗ୍ଧ ୱେ ବିଲ କାରବାର ଯାଞ୍ଚ କରାଯାଇ ଗୁଇନ୍ଦା ତଥ୍ୟ ସଂଗ୍ରହ ପରେ ୧୧ ଗୋଟି ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଏକ ସମୟରେ ଚଢ଼ାଉ କରାଯାଇଥିଲା । ଜଣାପଡ଼ିଥିଲା ଯେ ଏସବୁ ଭୂତ ପ୍ରତିଷ୍ଠାନ । ଗିରଫ ଅଭିଯୁକ୍ତମାନେ ସରକାରୀ ଯୋଜନାର ଲୋଭ ଦେଖାଇ ସାଧାରଣ ଲୋକଙ୍କ କାଗଜପତ୍ର ହାସଲ କରିଥିଲେ ।

ଅଭିଯୁକ୍ତମାନେ ୪୮ ଦଶମିକ ୫୮ କୋଟି ଟଙ୍କାର ଜାଲ ଇନପୁଟ ଟାକ୍ସ କ୍ରେଡିଟ କରି ଅନ୍ୟ ବ୍ୟବସାୟୀମାନଙ୍କୁ ୫୨ଦଶମିକ ୭୭ କୋଟି ଟଙ୍କାର ଜାଲ ଇନପୁଟ ଟାକ୍ସ କ୍ରେଡିଟ ହସ୍ତାନ୍ତର କରିଥିବା ଜିଏସଟି କମିଶନର ସୁଶୀଲ କୁମାର ଲୋହାନୀ କହିଛନ୍ତି ।

ହାତଗଣ୍ଠି ପୂର୍ବରୁ ପଡ଼ିଲା ହାତକଡ଼ି, ଅଧାବାଟରୁ ବରକୁ ଉଠାଇଲା ବାଙ୍କୀ ପୋଲିସ

ଆଠଗଡ଼: ଫୁଲରେ ସଜା ହୋଇଥିଲା ବର ଗାଡ଼ି । ବରକୁ ପାଛୋଟି ନେବାକୁ ପ୍ରସ୍ତୁତ ଥିଲେ କନିଆ ଘର ଲୋକେ । ଭୋଜି ଭାତ ଆୟୋଜନ ବି ସରିଥିଲା । କିନ୍ତୁ ହାତଗଣ୍ଠି ପଡ଼ିବା ବଦଳରେ ବର ହାତରେ ପଡ଼ିଲା ହାତକଡ଼ି । ବାହା ହେବାକୁ ଯାଉଥିବା ବରକୁ ରାସ୍ତାରୁ କରି ନିଆଗଲା ଅପହରଣ । ମଝି ରାସ୍ତାରେ ଗାଡ଼ି ଅଟକାଇ ବରକୁ ଉଠାଇନେଇଥିଲା ପୋଲିସ ।

ସମ୍ପୂର୍ଣ୍ଣ ଫିଲ୍ମି ଷ୍ଟାଇଲରେ ସବୁକିଛି ଘଟିଯାଇଥିବା ବେଳେ ପରିବାର ଲୋକ କିଛି ବୁଝି ପାରିନଥିଲେ । ଆଠଗଡ଼ ଥାନା ସାପୁଆ ବ୍ରିଜ ନିକଟରୁ ଏକ ବୋଲେରୋ ଗାଡ଼ିରେ ସାଧା ପୋଷାକରେ ଆସି ବରକୁ ଉଠାଇନେଇଥିଲା ପୋଲିସ । ପୁଅକୁ ମୁକୁଳାଇବା ପାଇଁ ଥାନାର ଦ୍ଵାରସ୍ଥ ହେବା ପରେ ଘଟଣା ଉପରୁ ପରଦା ହଟିଥିଲା । ୨୦୧୮ ମସିହା କଦଳୀବାଡ଼ିରେ ଏକ ହତ୍ୟା ମାମଲାରେ ସଂପୃକ୍ତ ଥିଲା ବର । ତେବେ ୨ ବର୍ଷ ହେଲା ପୋଲିସକୁ ଚକ୍‌ମା ଦେଇ ଫେରାର ଥିଲା ।

ଢେଙ୍କାନାଳ ଜିଲ୍ଲା ତାଳ-ବରକୋଟ ଗାଁର ପ୍ରକାଶ ସ୍ୱାଇଁ ବାହା ହେବା ପାଇଁ ଆଠଗଡ଼ ସମସରପୁରକୁ ଯାଉଥିଲେ । ବୀରକିଶୋରପୁର ଶିବ ମନ୍ଦିରରେ ବାହାଘର ହୋଇଥାନ୍ତା । ହେଲେ ମାତ୍ର ଘଣ୍ଟାଏ ମଧ୍ୟରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ଖବର ଆସିଲା ଅଧା ବାଟରୁ ବରକୁ ଉଠାଇ ନେଇଛି ପୋଲିସ । ସେପଟେ ପୁଅକୁ ଆଜି ପର୍ଯ୍ୟନ୍ତ ଗିରଫ ନକରି ବାହା ହୋଇ ଯିବା ବେଳେ ଗିରଫ କରିବା ଘଟଣାକୁ ପରିବାର ଲୋକ ନିନ୍ଦା କରିଛନ୍ତି । ମଙ୍ଗୁଳା ଝିଅ ପାଇଁ ପୁଅକୁ ଛାଡ଼ିଦେବାକୁ ଅନୁରୋଧ କରିଛନ୍ତି ପରିବାର ଲୋକ ।

ମାତ୍ର ୧୫ ଦିନ ମଧ୍ୟରେ ରାଜ୍ୟରେ ଏମିତି ୪ଟି ଘଟଣା ଘଟିଛି । ଯେଉଁଠି ବାହାଘର ପୂର୍ବରୁ ବରକୁ ଉଠାଇନେଇଛି ପୋଲିସ । ଏ ଘଟଣା ପରେ ଏବେ ବରର ଚରିତ୍ର ବାବଦରେ ଝିଅ ଘର ଅନୁସନ୍ଧାନ କରୁଛନ୍ତି କି ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ ।

ପାନଡେମିକ୍ କଣ ? କିଏ ଗୋଟିଏ ରୋଗକୁ ପାନଡେମିକ୍ ବୋଲି ଘୋଷଣା କରେ ?

ଦିଲ୍ଲୀ ସରକାର କରୋନାକୁ ମହାମାରୀ ଘୋଷଣା କରିଛନ୍ତି । ମାସକ ପାଇଁ ପାଇଁ ସ୍କୁଲ,କଲେଜ ଓ ସିନେମା ହଲ ବନ୍ଦ ପାଇଁ ଆଦେଶ ଦେଇଛନ୍ତି । ଏହା ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ପାନଡେମିକ୍ ଘୋଷଣା କରିଛି । ତେବେ ଏହି ପାନଡେମିକ୍ କଣ ? କିଏ ଗୋଟିଏ ରୋଗକୁ ପାନଡେମିକ୍ ବୋଲି ଘୋଷଣା କରିଥାଏ ? ପାନଡେମିକ୍ ଘୋଷଣା କରିବାର ଗାଇଡ୍ ଲାଇନ୍ କିଛି ଅଛି କି ? ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାନ୍ତି ଯଦି ପଢନ୍ତୁ…

ପାନଡେମିକ୍ କଣ ?

କୌଣସି ରୋଗକୁ ପାନଡେମିକ୍ ଘୋଷଣା କରିବା ଦ୍ୱାରା ସେହି ରୋଗର ବୈଶିଷ୍ଚ୍ୟରେ କିଛି ମଧ୍ୟ ପରିବର୍ତ୍ତନ ଆସି ନଥାଏ । କୌଣସି ରୋଗ ଯେତେବେଳେ ଭୌଗଳିକ ସୀମା ସରହଦକୁ ଟପି ଦୃତଗତିରେ ବିସ୍ତାର ଲାଭ କରେ ସେହି ପରିସ୍ଥିତିକୁ ବର୍ଣ୍ଣନା କରିବାକୁ ଯାଇ ତାକୁ ପାନଡେମିକ୍ କୁହାଯାଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ଗୋଟିଏ ନୂଆ ରୋଗ ଯାହାର ପ୍ରତିରୋଧକ କ୍ଷମତା ମଣିଶ ପାଖରେ ନଥାଏ,.ଯେତେବେଳେ ବିଶ୍ୱରେ ବ୍ୟାପେ ସେତେବେଳେ ତାହାକୁ ପାନଡେମିକ୍ ବୋଲି ଘୋଷଣା କରା ଯାଇଥାଏ ।

ଗୋଟିଏ ରୋଗକୁ ପାନଡେମିକ୍ ଘୋଷଣା କରିବାକୁ ଡବ୍ଲୁଏଚଓ କେମିତି ନିଷ୍ପତି ନିଏ ?

କୌଣସି ବିଦେଶୀ ରାଷ୍ଟ୍ରରେ ଯେତେବେଳେ ଜଣେ ବ୍ୟକ୍ତି କୌଣଶି ରୋଗ ଦ୍ୱାରା ସଂକ୍ରମିତ ହୋଇ ନିଜ ଦେଶକୁ ସେହି ଭୂତାଣୁ ସହ ଫେରନ୍ତି କିମ୍ବା ନିଜ ଦେଶରେ ଯଦି ଜଣେ ବ୍ୟକ୍ତି ବିଦେଶୀ ଭ୍ରମଣକାରୀଙ୍କ ଦ୍ୱାରା ସଂକ୍ରମିତ ହୁଅନ୍ତି,ସେମାନଙ୍କୁ ‘‘ଇଣ୍ଡେକ୍ସ କେସ୍’’ କୁହାଯାଏ । ତେବେ ଇଣ୍ଡେକ୍ସ କେସକୁ ଆଧାର କରି ପାନଡେମିକ୍ ଘୋଷଣା କରାଯାଇ ନଥାଏ । ସଂକ୍ରମଣର ଦ୍ୱିତୀୟ ଷ୍ଟେଜରେ ଯେତେବେଳ ଗୋଟିଏ ଦେଶ କିମ୍ବା ସମୁଦାୟର ଲୋକ ସଂକ୍ରମିତ ହୁଅନ୍ତି ,ସେତେବେଳେ ଏହାକୁ ପାନଡେମିକ୍ ଘୋଷଣା କରାଯାଇଥାଏ ।

ଥରେ ପାନଡେମିକ୍ ଘୋଷଣା ହେବା ପରେ ଭୂତାଣୁ ତୀବ୍ର ଗତିରେ ସଂକ୍ରମିତ ହେବାର ଯଥେଷ୍ଟ ଆଶଙ୍କା ଥାଏ । ଏଭଳି ପରିସ୍ଥିତିରେ ସରକାର ଓ ସ୍ୱାସ୍ଥ୍ୟ ସିଷ୍ଟମକୁ ସତର୍କ ରହିବାକୁ ପଡେ ।

ପାନଡେମିକ୍ କେବେ ଘୋଷଣା ହୁଏ ?

WHO ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୌଣସି ରୋଗକୁ ପାନଡେମିକ୍ ଘୋଷଣା କରିଥାଏ । ତେବେ କୌଣସି ରୋଗକୁ ପାନଡେମିକ୍ ଘୋଷଣା କରିବାକୁ କିଛି ମଧ୍ୟ ନିର୍ଦ୍ଧିଷ୍ଟ ନିଯମ ବା ଗାଇଡ୍ ଲାଇନ୍ ନାହିଁ । ନିର୍ଦ୍ଧିଷ୍ଟ ସଂଖ୍ୟାରେ ମୃତ୍ୟୁ,କେତେ ଦେଶରେ ଏହା ବ୍ୟାପିଛି ,ଏହାକୁ ନେଇ ପାନଡେମିକ୍ ଘୋଷଣା ହୋଇ ନଥାଏ । ଉଦାହରଣ ସ୍ୱରୁପ ୨୦୦୩ରେ ସାର୍ସ ଭାଇରସ ୨୬ ଦେଶରେ ବ୍ୟାପି ଥିଲେ ମଧ୍ୟ ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାନଡେମିକ୍ ବୋଲି ଘୋଷଣା କରି ନଥିଲା ।

 

 

ଦିଲ୍ଲୀରେ କରୋନା ଭୟରେ ସିନେମା ହଲ୍‌ ଓ ଶିକ୍ଷାନୁଷ୍ଠାନ ବନ୍ଦ

ଦିଲ୍ଲୀରେ କରେନାକୁ ମହାମାରୀ ଘୋଷଣା କରିଲା ଦିଲ୍ଲୀ ସରକାର । ୩୧ ମାର୍ଚ୍ଚ ସୁଦ୍ଧା ଦିଲ୍ଲୀର ସମସ୍ତ ସିନେମା ହଲ ସବୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ କରୋନା ଜୀବାଣୁ ବିପଦକୁ ଦୃଷ୍ଟିରେ ରଖି ଦିଲ୍ଲୀର ସିନେମା ହଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ଯେଉଁ ସ୍କୁଲ ଏବଂ କଲେଜରେ ପରୀକ୍ଷା ଶେଷ ହୋଇଛି ସେମାନଙ୍କର ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରାଯାଇଚି । ସତର୍କତାମୂଳକ ଭାବେ ରାଷ୍ଟ୍ରିୟ ଭବନ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି ।

ଭାରତରେ ଦିନକୁ ଦିନ କରୋନା ଜୀବାଣୁ ବୃଦ୍ଧି ପାଉଥିବାରୁ ଦିଲ୍ଲୀ ସରକାର ଏପରି ପଦକ୍ଷେପ ନେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୭୩ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଗୁରୁବାର ଦିନ ଉତ୍ତରପ୍ରଦେଶ, ଲଦାଖ, ମହାରାଷ୍ଟ୍ରରୁ କିଛି ନୂଆ କରୋନା କେସ ସେମ୍ନାକୁ ଆସିଛି । ଚଳିତ ବର୍ଷ କରୋନା କାରଣରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଉପରେ ଏହାର କଟକଣା କରାଯାଇଛି । ଏହି ସମୟ ମଧ୍ୟରେ ଦେଶବାସୀଙ୍କଠାରୁ କରୋନା ଭାଇରସ ସହିତ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କରିଛନ୍ତି । ସରକାର ଏଥିପ୍ରତି ସତର୍କ ଅଛନ୍ତି ବୋଲି ସେ କହିଛନ୍ତି ।

ସେପଟେ ଦିଲ୍ଲୀ ସରକାରଙ୍କ ଏଭଳି ନିଷ୍ପତ୍ତି ଚଳଚ୍ଚିତ୍ର ରୋଜଗାର ଉପରେ ବିଶେଷ ପ୍ରଭାବ ପକାଇବ । ଇରଫାନ୍ ଖାନଙ୍କ ଫିଲ୍ମ ଇଂରାଜୀ ମଧ୍ୟମ ୧୩ ମାର୍ଚ୍ଚରେ ମୁକ୍ତିଲାଭ କରିବାକୁ ଯାଉଛି । ମାର୍ଚ୍ଚ ୨୦ ରେ ସନ୍ଦୀପ ଏବଂ ପିଙ୍କି ପଳାତକ ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ସୂର୍ଯ୍ୟବନ୍ସି ମାର୍ଚ୍ଚ ୨୪ ରେ ରିଲିଜ ହେବ । କିନ୍ତୁ ଦିଲ୍ଲୀର ସିନେମା ହଲ ବନ୍ଦ ହେବା ଫିଲ୍ମର ରୋଜଗାର ଏବଂ ମନୋରଞ୍ଜନ ଉପରେ ବିଶେଷ ପ୍ରଭାବ ପକାଇବ।

ଖାଲି ସେନିକି ନୁହେଁ ଅନେକ ବଲିଉଡ ତାରକା ମଧ୍ୟ ସେମାନଙ୍କର ବିଦେଶ ଯାତ୍ରା ବାତିଲ କରିଛନ୍ତି । ଯେଉଁମାନେ ବିଦେଶ ଗସ୍ତକୁ ବାତିଲ କରିଛନ୍ତି ସେମାନଙ୍କ ମଧ୍ୟରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ଅଛନ୍ତି । ଦୀପିକା ପାଦୁକୋନ ପ୍ୟାରିସ ଫ୍ୟାଶନ ସପ୍ତାହକୁ ଯିବା ବନ୍ଦ କରିଦେଇଛନ୍ତି । ଦୀପିକା ମୁଖପାତ୍ର କହିଛନ୍ତି ଯେ ଦୀପିକା ପାଦୁକୋନ ଲୁଇ ଭିଟନଙ୍କ ଫ୍ୟାଶନ ସପ୍ତାହ ୨୦୨୦ ରେ ଯୋଗଦେବା ଉଚିତ ଥିଲା, କିନ୍ତୁ ସେ ତାଙ୍କର ଯାତ୍ରା ବାତିଲ କରିଥିଲେ।

ଘରୋଇ ବ୍ୟାଙ୍କରେ ବୁଡ଼ିବନି ଟଙ୍କା: ଆର୍‌ବିଆଇ

ଭୁବନେଶ୍ୱର: ଘରୋଇ ବ୍ୟାଙ୍କରେ ବୁଡ଼ିବନି ଟଙ୍କା । ରିଜର୍ଭ ବ୍ୟାଙ୍କରୁ ଆସିଲା ଅଭୟବାଣୀ । ମୁଖ୍ୟ ଶାସନ ସଚିବଙ୍କୁ ଆର୍‌ବିଆଇ ଡେପୁଟି ଗଭର୍ଣ୍ଣରଙ୍କ ଚିଠି । ଘରୋଇ ବ୍ୟାଙ୍କରୁ ଟଙ୍କା ପ୍ରତ୍ୟାହାର ନିଷ୍ପତି ନନେବାକୁ ପରାମର୍ଶ । ସବୁ ଘରୋଇ ବ୍ୟାଙ୍କର ତଦାରଖ ଦାୟିତ୍ୱ ଆର୍‌ବିଆଇର । ତେଣୁ ଟଙ୍କା ବୁଡ଼ିବା ଏକ ଚର୍ଚ୍ଚା ମାତ୍ର । ଜମାକାରୀଙ୍କ ଅର୍ଥର ସୁରକ୍ଷା ରିଜର୍ଭ ବ୍ୟାଙ୍କର ଦାୟିତ୍ୱ ବୋଲି ,ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଆରବିଆଇ ଡେପୁଟି ଗଭର୍ଣ୍ଣର ଏନ. ଏସ ବିଶ୍ୱନାଥନ ଚିଠି ଲେଖି ଜଣାଇଛନ୍ତି ।

ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ବିଭିନ୍ନ ରାଜ୍ୟ ସରକାର ସରକାରୀ ସଂସ୍ଥାର ଅର୍ଥ ଘରୋଇ ବ୍ୟାଙ୍କ ଗୁଡ଼ିକରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଭଳି ପଦକ୍ଷେପ ବ୍ୟାଙ୍କିଂ ଓ ଆର୍ଥିକ ଅନୁଷ୍ଠାନ ଗୁଡ଼ିକର ଆର୍ଥିକ ସ୍ଥାୟିତ୍ୱ ଉପରେ ନକରାତ୍ମକ ପ୍ରଭାବ ପକାଉଛି । ଘରୋଇ ବ୍ୟାଙ୍କ ଗୁଡ଼ିକର ତଦାରଖ ପାଇଁ ରିଜର୍ଭ ବ୍ୟାଙ୍କର ପର୍ଯ୍ୟାପ୍ତ କ୍ଷମତା ରହିଛି ।

ଘରୋଇ ବ୍ୟାଙ୍କରେ ଜମାକାରୀଙ୍କ ଅର୍ଥ ସମ୍ପୂଣ୍ଣ ଭାବେ ସୁରକ୍ଷିତ ବୋଲି କହି କୈାଣସି ଜମାକାରୀଙ୍କ କ୍ଷତି ସହିବେ ନାହିଁ । ଆରବିଆଇର ଡେପୁଟି ଗଭର୍ଣ୍ଣର ଏଭଳି ଆଶ୍ୱସ୍ତି ବାଣୀ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ୟେସ ବ୍ୟାଙ୍କରେ ଜମାକାରୀଙ୍କ ଅର୍ଥର ସୁରକ୍ଷା ପାଇଁ ଆରବିଆଇ ଏକ ଯୋଜନା କରୁଛନ୍ତି । ତେଣୁ ଘରୋଇ ବ୍ୟାଙ୍କ ଗୁଡ଼ିକରୁ ସରକାରୀ ଅର୍ଥ ପ୍ରତ୍ୟାହାର ନକରିବାକୁ ସେ ମୁଖ୍ୟ ଶାସନ ସଚିବଙ୍କୁ ପରାମର୍ଶ ଦେଇଛନ୍ତି ।….

ବଙ୍ଗୀୟ ଝିଅ ଓଡ଼ିଶା ବୋହୂ: କେମିତିଥିଲା ୭ବର୍ଷର କ୍ୟାରିୟର ?

ଭୁବନେଶ୍ୱର: ବଙ୍ଗୀୟ ସୁନ୍ଦରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ । ଦିନେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ନାଁ କରିବାକୁ କୋଲକାତାରୁ ଓଡ଼ିଶା ମୁହାଁ ହୋଇଥିଲେ  । ଏବେ ସେ ଓଡ଼ିଆ ସିନେମାର ଜଣେ ଜଣାଶୁଣା ନାୟିକା । ଆଉ ଏବେ ଜଣେ ହାଇପ୍ରୋଫାଇଲଙ୍କ ବୋହୂ । ସେ ଗତ ବୁଧବାର ହାତକୁ ଦିହାତ ହୋଇଛନ୍ତି । ବିଧାୟକ ପ୍ରୀତିରଂଜନ ଘଡାଇଙ୍କୁ  ବିବାହ କରି ଏବେ ଚର୍ଚ୍ଚାରେ ଝିଲିକ୍ । ହଠାତ୍ ବିବାହର ଖବର ପ୍ରଚାର ହେବା ସହ ଝିଲିକ୍ ଚର୍ଚ୍ଚା ଘେରକୁ ଆସିଛନ୍ତି ।

ପ୍ରଥମ ଫିଲ୍ମ : ଟାର୍ଗେଟ୍

୨୦୧୩ ରେ ଟାର୍ଗେଟ ଫିଲ୍ମ ଜରିଆରେ ଡେବ୍ୟୁ କରିଥିଲେ ଝିଲିକ୍। ଫିଲ୍ମରେ ତାଙ୍କ ବିପକ୍ଷରେ ଥିଲେ ଅମ୍ଲାନ ।  ଫିଲ୍ମ ପରେ ଦର୍ଶକଙ୍କ ହୃଦୟରେ ରାଜ୍ କରିଥିଲେ ଝିଲକ୍ । ଏହି ଫିଲ୍ମ ତାଙ୍କୁ ଦେଇଥିଲା ଏକ ନୂଆ ପରିଚୟ ।  ତାପରେ ଆରମ୍ଭ ହେଲା ତାଙ୍କ ସଫଳତାର କାହାଣୀ । କେତେବେଳେ ତାଙ୍କ ଅଭିନୟରେ ତ କେତେବେଳେ ତାଙ୍କ ଇମୋସନରେ ଦର୍ଶକଙ୍କୁ ଘାଏଲ କଲେ ଝିଲିକ୍ । ତାପରେ ଓଡ଼ିଆ ଜଗତକୁ ଗୋଟେ ପରେ ଗୋଟେ ହିଟ ଫିଲ୍ମ ଦେଇଚାଲିଲେ ସେ ।

ପରବର୍ତ୍ତୀ ସମୟରେ ଓଡ଼ିଆ ସିନେମା ଜଗତର ଆଗଧାଡ଼ିର ନାୟକ ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଅରିନ୍ଦମ ହୁଅନ୍ତୁ କି ବାବୁଶାନ ସମସ୍ତଙ୍କ ସହ ଅଭିନୟ କରିବାର ସୁଯୋଗ ପାଇଲେ ଝିଲିକ୍ । ତାଙ୍କ ଅଭିନିତ ଫିଲ୍ମକୁ ଆଜି ବି ଭୁଲିପାରିନାହାନ୍ତି ଦର୍ଶକ ।

୭ ବର୍ଷରେ ୧୨ ଫିଲ୍ମ

୭ବର୍ଷରେ କ୍ୟାରିୟରରେ ସେ ଓଡ଼ିଆ ସିନେ ଜଗତକୁ ଦେଇଥିବା ପ୍ରାୟ ୧୨ଟି ଫିଲ୍ମରୁ ସବୁଗୁଡ଼ିକ ତାଙ୍କର ଗୋଟେ ଗୋଟେ ହିଟ୍ ମୁଭି । ଜଣେ ଅଭିନେତ୍ରୀ ଭାବେ ଓଡ଼ିଆଙ୍କ ହୃଦୟରେ ରାଜ କରୁଥିବା ଝିଲିକ ଏବେ ଜଣେ ନେତାଙ୍କ ବୋହୂ । ଯେମିତିକି ସମସ୍ତେ ଜାଣନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ତଥା ସୁକିନ୍ଦାର ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କୁ ବିବାହ କରିଛନ୍ତି ଝିଲିକ୍ ।

 

ଶ୍ରୀମନ୍ଦିର ଟଙ୍କା ଫେରାଇ ଆଣିବା ପାଇଁ ସରକାରଙ୍କ ଅଭୟବାଣୀ, ତଥାପି ଗୃହ କମିଟି ପାଇଁ ବିରୋଧୀଙ୍କ ଜିଦ୍

ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ରହିବା ନେଇ ବିଧାନସଭାରେ ଘମାଘୋଟ ଆଲୋଚନା । ବିରୋଧୀ ଏ ପ୍ରସଙ୍ଗରେ ଦୁଇ ସରକାରୀ ଅଧିକାରୀଙ୍କୁ କାଠଗଡ଼ାକୁ ଟାଣିବା ସହ ଗୃହ କମିଟି ଗଠନ କରିବାକୁ ଦାବି କରିଛନ୍ତି । ତେବେ ଟଙ୍କା ସୁରକ୍ଷିତ ଅଛି ଓ ଏହା ଫେରିବା ନେଇ କେନ୍ଦ୍ର ଆଶ୍ୱସ୍ତି ଦେଇଥିବା ଅର୍ଥମନ୍ତ୍ରୀ କହିଥିଲେ । ତେବେ ଆଜି ବିଧାନସଭା ବାହାରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ମଧ୍ୟ ଟଙ୍କା ସୁରକ୍ଷିତ ଥିବା କହିଛନ୍ତି ।

ୟେସ୍‌ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ରହିବା ନେଇ ବିଧାନସଭା ସରଗରମ । ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପ୍ରଶ୍ନ କରିଥିଲେ ଯେ କାହା ସ୍ୱାର୍ଥରେ ଜାତୀୟକରଣ ବ୍ୟାଙ୍କରୁ ଟଙ୍କା ଉଠାଇ ୟେସ ବ୍ୟାଙ୍କରେ ରଖାଗଲା ? ରିଜର୍ଭ ବ୍ୟାଙ୍କ ଆଳ ଦେଖାଇ ଅର୍ଥ ବିଭାଗ ଖସି ନଯାଉ । ଏନେଇ ବିଜୟ ସାହୁ ଓ ପ୍ରଦୀପ୍ତ ମହାପାତ୍ରଙ୍କ ଉପରକୁ ସେ ଉପରେ ଅଙ୍ଗୁଳି ଉଠାଇଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ୟେସ୍‌ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ନେଇ ଗୃହ କମିଟି ଗଠନ କରି ତଦନ୍ତ କରିବାକୁ ଉଭୟ ବିଜେପି ଓ କଂଗ୍ରେସ ଦାବି କରିଥିଲେ ।

ମୁଲତବୀ ଆଲୋଚନାର ଉତ୍ତର ରଖି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ ଜଗନ୍ନାଥଙ୍କ ଟଙ୍କା ସୁରକ୍ଷିତ ଅଛି । କେନ୍ଦ୍ରମନ୍ତ୍ରୀ, ଅର୍ଥ ମନ୍ତ୍ରଣାଳୟ ଓ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ସହିତ ଆଲୋଚନାରୁ ଏହାସହା ସ୍ପଷ୍ଟ ହୋଇଛି । ସେପଟେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ଶ୍ରୀଜନ୍ନନାଥଙ୍କ ଟଙ୍କା ନିଶ୍ଚିତ ଫେରିବ । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଶ୍ୱାସନା ଦେଇଛନ୍ତି । ଏଥିରେ ସନ୍ଦେହ କରିବା ଅନୁଚିତ ।

ଶ୍ରୀଜଗନ୍ନାଥଙ୍କ ଟଙ୍କା ରଖିବା ପାଇଁ ଏକ ସ୍ୱଚ୍ଛ ବ୍ୟବସ୍ଥା ମାଧ୍ୟମରେ ବ୍ୟାଙ୍କ ଚୟନ କରାଯାଇଥିଲା । ଏଥିପାଇଁ ୧୨ଟି ବ୍ୟାଙ୍କ ପ୍ରସ୍ତାବ ଦେଇଥିଲେ । ୟେସ ବ୍ୟାଙ୍କ ବାର୍ଷିକ ୮ ଦଶମିକ ୬୧ ପ୍ରତିଶତ ସୁଧ ଦେବା ପାଇଁ ରାଜି ହୋଇଥିବାରୁ ସେହି ବ୍ୟାଙ୍କ ଅର୍ଥ ରଖାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଜଗନ୍ନାଥ ମନ୍ଦିର ଅର୍ଥ ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ଵାରା ପରିଚାଳିତ ହୋଇଥାଏ । ଏଥିରେ ସରକାର ହସ୍ତକ୍ଷପ କରନ୍ତି ନାହିଁ ବୋଲି ଅର୍ଥମନ୍ତ୍ରୀ କହିଥିଲେ ।

କରୋନା ମୁକାବିଲା ପାଇଁ ପ୍ରସ୍ତୁତ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଭାରତକୁ ଘାଇଲା କଲାଣି ମହାମାରୀ କରୋନା । ୭୩ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ଏମାନଙ୍କ ମଧ୍ୟରୁ ଅଧିକାଂଶ ଇଟାଲୀ ଫେରନ୍ତା । ତେବେ ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି କେନ୍ଦ୍ର ସରକାର । ସବୁ ରାଜ୍ୟକୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଖୁବ୍‌ଶୀଘ୍ର କରୋନା କାବୁରେ ଆସିବ ବୋଲି ଆଶା କରାଯାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । କେବଳ ନାଗରିକ ନୁହଁନ୍ତି ମନ୍ତ୍ରୀଙ୍କ ବିଦେଶ ଗସ୍ତରେ ବି ଲାଗିଛି ରୋକ୍‌। ସେପଟେ ରାଜ୍ୟ ସରକାର ବି କରୋନାର କାୟାକୁ ଦେଖି ସଜାଗ । ସ୍କୁଲ ଛାତ୍ରଛାତ୍ରୀଙ୍କୁ ସ୍ୱଚ୍ଛ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ପର୍ଯ୍ୟଟକଙ୍କ ପାଇଁ ଗାଇଡଲାଇନ୍‌ ଜାରି କରିବେ ରାଜ୍ୟ ସରକାର।

ଭାରତକୁ ମାଡ଼ି ଆସୁଛି ମହାମାରୀ। ଆୟତ୍ତ ହେଉନି ଆକ୍ରାନ୍ତଙ୍କ ସଂଖ୍ୟା । କରୋନା କବ୍‌ଜାରେ ୧୦ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଂଚଳ। ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ଇଟାଲୀ ଫେରନ୍ତା । ସେମାନଙ୍କୁ ବିଭିନ୍ନ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି । ସବୁ ରାଜ୍ୟକୁ ସ୍ୱାସ୍ଥ୍ୟମନ୍ତ୍ର।ଳୟ ଗାଇଡ୍‌ ଲାଇନ୍‌ ଜାରି କରିଛି।

ପ୍ରତ୍ୟେକ ଦିନ ସଂଧ୍ୟାରେ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା ଚାଲିଛି। ସାରା ଦେଶରେ ଏବେ ୫୨ଟି କରୋନା ଟେଷ୍ଟିଂ ସେଣ୍ଟର ଏବଂ ୫୬ଟି ସାମ୍ପଲ କଲେକସନ୍‌ ସେଣ୍ଟର ଖୋଲାଯାଇଛି । ସେପଟେ ଇଟାଲୀ ଓ ଇରାନରେ ଫସି ରହିଥିବା ଭାରତୀୟଙ୍କୁ ଏୟାରଲିଫ୍ଟ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି। କରୋନା ଭୟରେ ଭାରତ ଅନ୍ୟ ଦେଶ ସହ ସମ୍ପର୍କ ଛିନ୍ନ କରିଛି । ଏପ୍ରିଲ ୧୫ ପର୍ଯ୍ୟନ୍ତ ଦେଶକୁ କୈାଣସି ବିଦେଶୀ ପ୍ରବେଶ କରିପାରିବେ ନାହିଁ ବିଜ୍ଞପ୍ତି ଜାରି କରିଛନ୍ତି କେନ୍ଦ୍ର ସରକାରା

 

ସେପଟେ ରାଜ୍ୟ ସରକାର ମଧ୍ୟ କରୋନା ମୁକାବିଲା ପାଇଁ ତୟାର। ସ୍ୱଚ୍ଛ ରହିବା ପାଇଁ  ସ୍କୁଲରେ ସଚେତନତା। ନିଜେ ମନ୍ତ୍ରୀ ବୁଲିଛନ୍ତି ସ୍କୁଲ୍‌। ପିଲାଙ୍କୁ ବାଣ୍ଟିଛନ୍ତି ପେପର୍‌ ସୋପ୍‌। ଖୁବ୍‌ଶୀଘ୍ର ପର୍ଯ୍ୟଟନ ବିଭାଗ ବି ଆଡ୍‌ଭାଇଜରି ଜାରି କରିବ । ପର୍ଯ୍ୟଟକଙ୍କୁ ନିଜ ଆଡୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ସେପଟେ ଚୀନରେ ଆୟତକୁ ଆସିଲାଣି ଭାଇରସ୍‌ । ଦିନକୁ ୧୦ରୁ କମ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ ହେଉଛନ୍ତି। ଉହାନ ସହରରେ କିନ୍ତୁ ସ୍ଥିତି କିଛି ସୁଧୁରିନି । ବଡ଼ ବଡ଼ ସହରକୁ ଲୋକେ ଏବେ ଫେରିଲେଣି । ସପିଂ ମଲ, ସିନେମା ହଲରେ ବୁଧବାର ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା।

 

ଦେଶରେ ତିନି ମାସରେ ୧୨୮ କୋଟି ଟଙ୍କାର କାର୍ଡ ଦ୍ୱାରା ଠକେଇ

ଭୁବନେଶ୍ୱର: ବଢିଚାଲିଛି ସାଇବର ଠକଙ୍କ ଦୌରାତ୍ମ୍ୟ । ମାତ୍ର ୩ ମାସରେ ସାଇବର ଲୁଟେରା ଲୁଟି ନେଇଛନ୍ତି ୧୨୮ କୋଟି ଟଙ୍କା । ପ୍ରତି ଏକ ମିନିଟରେ ଦେଶର ୬ ଜଣ ବ୍ୟକ୍ତି ସାଇବର ଲୁଟେରାଙ୍କ ଶିକାର ହେଉଥିବା ଆରବିଆଇ କହିଛି । ତେବେ ପଢ଼ନ୍ତୁ କେମିତି ଚାଲିଛି ଏହି ଅନ୍‌ଲାଇନ୍‌ ରାକେଟ୍‌।

ପ୍ରତି ମାସରେ ଏମିତିଆ ଦୁଇତିନିଟି କଲ୍‌ ଆପଣଙ୍କ ମୋବାଇଲ୍‌କୁ ବି ଆସୁଥିବ। ଅଜଣା ନମ୍ବରରୁ କଲ୍‌ କରି ଏଭଳି କିଛି କହୁଥିବେ ଅପରିଚିତ ବ୍ୟକ୍ତି। କେତେବେଳେ ପୁଅ ତ କେତେବେଳେ ଝିଅର ମିଠା ମିଠା କଣ୍ଠସ୍ୱରରେ ଅଯାଚିତ ଲୋଭ।  ଆଉ ସାଇବର ଠକଙ୍କ ଜାଲରେ ଥରେ ପଡ଼ିଲେ ଆକାଉଣ୍ଟ ସଫା । ଟିକେ ସଜାଗ ହେଲେ, ଲିଙ୍କ୍ ରେ କ୍ଳିକ୍‌ କରିବାକୁ ମେସେଜ ଆସୁଛି। ଅଜଣା ଲିଙ୍କ୍ ରେ  କ୍ଳିକ୍‌ କରିବା ମାତ୍ରେ ଆପଣଙ୍କ ଟଙ୍କାକୁ ନିଜ ଆକାଉଣ୍ଟକୁ ନେଇଯାନ୍ତି ସାଇବର ଲୁଟେରା ।

ଆରବିଆଇର ରିପୋର୍ଟ ଅନୁଯାୟୀ ୩ ମାସରେ ଦେଶର ବିଭିନ୍ନ ରାଜ୍ୟର ବ୍ୟାଙ୍କ୍ ଗ୍ରାହକଙ୍କ ୧୨୮ କୋଟି ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା । ପ୍ରତି ଏକ ମିନିଟରେ ୬ ଜଣ ବ୍ୟକ୍ତି ସାଇବର ଠକାମୀର ଶିକାର ହେଉଥିବା ଆରବିଆଇ କହିଛି ।

ଆଜିକାଲି ଡିଜିଟାଲ୍‌ ବଜାରର ଯୁଗ। ଗାଁ ଗହଳିରୁ ସହର, ଛୋଟରୁ ଛୋଟ କିଣାବିକା ପାଇଁ ଫୋନ ପେ ଓ ଗୁଗୁଲ ପେ ବ୍ୟବହାର କରୁଛନ୍ତି। ହେଲେ ପ୍ରତିଦିନ ଠକାମୀର ଶିକାର ହେଉଛନ୍ତି ଅନେକ। ତିନି ମାସର ସାଂଘାତିକ୍‌ ତଥ୍ୟ ଆପଣଙ୍କୁ ତାଜୁବ୍‌ କରି ଦେବ। ଡେବିଟ୍‌ କାର୍ଡରେ ୧୧ ହଜାର କେସ୍‌ ଦାୟର ହୋଇଥିବା ବେଳେ ଏଥିରେ ୯୫ କୋଟି ଠକେଇ ହୋଇଛି। କ୍ରେଡିଟ୍‌ କାର୍ଡରୁ ହାତସଫେଇ ହୋଇଛି ୨୦ କୋଟି ଟଙ୍କା। ନେଟ୍‌ ବ୍ୟାଙ୍କିଂରେ ପ୍ରାୟ ୧୪ କୋଟି ଲୁଟ୍‌ ହୋଇଛି।

ଓଡ଼ିଶାରେ ସାଇବର ଠକାମୀର ଶିକାର ହୋଇଥିବା ଲୋକଙ୍କ ସଂଖ୍ୟା କିଛି କମ୍‌ ନୁହଁ । ତେବେ ନିଜ ଆକାଉଣ୍ଟ ତଥା ଏଟିଏମ ବା ଡେବିଟ କାର୍ଡର ଡିଟେଲ୍ସ ସେୟାର ନକରିବାକୁ ସାଇବର ଏକ୍ସପର୍ଟ ପରାମର୍ଶ ଦେଇଛନ୍ତି।