ରାଉରକେଲା: ବିଶ୍ରା ଅଞ୍ଚଳରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ସୁନ୍ଦରଗଡ଼ ଜିଲ୍ଲାପାଳ । କେହି ଘରୁ ନବାହାରିବାକୁ ନିର୍ଦ୍ଦେଶ । ଦୁଆରମୁହଁରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବ ପ୍ରଶାସନ ।
ଲକଡାଉନ୍ ଅମାନିଆଙ୍କୁ ନାହିଁ ନିସ୍ତାର, ଫାଇନ୍ କାଟି ମାସ୍କ ପିନ୍ଧାଇଲା ପୋଲିସ
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪କୁ ବୃଦ୍ଧି ପାଇଛି । ଦିନକୁ ଦିନ ଏହି ମହାମାରୀ ବ୍ୟାପିବାରେ ଲାଗିଛି । ସଂକ୍ରମଣ ରୋକିବାକୁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛି । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରଶାସନ ମାସ୍କ ବାଣ୍ଟିବାଠୁ ଆରମ୍ଭ କରି ପ୍ରତ୍ୟେକ ଅଞ୍ଚଳ ସାନିଟାଇଜ୍ କରୁଛି । ୧୦ ପ୍ରତିଶତ ଅମାନିଆଙ୍କୁ ଛାଡ଼ି ଦେଲେ ୯୦ ପ୍ରତିଶତ ଲୋକ ସଚେତନ ହୋଇ ଘରେ ରହୁଛନ୍ତି । ସାମାଜିକ ଦୂରତା ରକ୍ଷା କରିବା ସହ ଲୋକେ ଲକଡାଉନ୍ ପାଳନ କରୁଛନ୍ତି । କିଛି ଅମାନିଆ ବିନା ମାସ୍କରେ ବୁଲୁଥିବାରୁ ଫାଇନ୍ ଆଦାୟ ଆରମ୍ଭ ହୋଇଛି ।

ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ପୋଲିସର ଚେକିଂ ଜାରି ରହିଛି । ସରକାରୀ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ପୋଲିସ ଫାଇନ୍ ଆଦାୟ କରିଛି । ଚେକିଂ ବେଳେ ୩୦ରୁ ଅଧିକ ଲୋକେ ବିନା ମାସ୍କରେ ବାହରକୁ ବାହାରିଥିଲେ । ସେମାନଙ୍କୁ ପୋଲିସ ଉଚିତ୍ ଶିକ୍ଷା ଦେଇଛି । ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ୨୦୦ ଟଙ୍କା ଜରିମାନା ଆଦାୟ କରିବା ସହ ମାସ୍କ ପିନ୍ଧାଇଛି ପୋଲିସ ।

ଅପରପକ୍ଷରେ ପରିବା ଓ ଆମିଷ କିଣିବା ପାଇଁ ରାଜଧାନୀର ୪ ନମ୍ବର ହାଟରେ ଲୋକେ ଭିଡ଼ ଜମାଇଥିଲେ । ମାଛ କିଲୋ ୨୫୦ ଟଙ୍କା ଥିବା ବେଳେ ବାଇକ ନେଇ ଆସିଥିବା ଲୋକେ ୫୦୦ ଟଙ୍କା ଫାଇନ ଦେଇଛନ୍ତି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ୫୦ରୁ ଅଧିକ ବାଇକ ପୋଲିସ ଜବତ କରିଛି । ବିଭିନ୍ନ ଥାନା ଅଞ୍ଚଳରେ ପୋଲିସର କଡାକଡି ଚେକିଂ ଚାଲିଛି । ସରକାରୀ ନିୟମ ଉଲ୍ଲଂଘନ ଅଭିଯୋଗରେ ଲୋକଙ୍କଠାରୁ ଫାଇନ କାଟୁଛି ପୋଲିସ ।
୭୦୦୦ କରୋନା ମାମଲା: ଆମେରିକା, ଚୀନ୍ ଏବଂ ଫ୍ରାନ୍ସ ଅପେକ୍ଷା ଭାରତରେ ମୃତ୍ୟୁ ହାର ଅଧିକ
ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ ଦ୍ୱ୍ରାରା ସଂକ୍ରମିକ ଲୋଲଙ୍କ ସଂଖ୍ୟା ୮୦୦୦ରୁ ଅଧିକ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଦେଶରେ କରୋନା ଭାଇରସର କବଳରେ ମୋଟ ୮୩୫୬ ଜଣ ଲୋକ ଆସିସାରିଛନ୍ତି । ଏଥି ମଧ୍ୟରୁ ୭୧୫ ଜଣ ଲୋକ ସଉଳତାର ସହିତ ସୁସ୍ଥ୍ୟ ହୋଇ ଘରକୁ ଫେରି ସାରିଲେଣି । ଅନ୍ୟପଟେ କରୋନା କାରଣରୁ ୨୭୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇସାରିଲାଣି । ଏହିଭଳି ଭାବରେ ଦେଶରେ ବର୍ତ୍ତମାନ କରୋନାର ଆକ୍ଟିଭ କେସ କେସ ମାମଲାର ସଂଖ୍ୟା ୭୩୬୭ ରହିଛି ।

କରୋନା ସଂକ୍ରମଣର ତଥ୍ୟ ଏହି ରୋଗରେ ମିଳିଥିବା ସଫଳତା / ବିଫଳତା ଏବଂ ଏହାର ମୁକାବିଲା କରିବାର ଉପାୟ ବିଷୟରେ ସୂଚନା ଦେଇଥାଏ । ଏଥି ସହିତ, ଯଦି ଆମେ ବିଶ୍ୱର ଅନ୍ୟ ଦେଶମାନଙ୍କ ସହିତ ୭୦୦୦ କରୋନା ରୋଗକୁ ତୁଳନା କରୁ, ତେବେ ଏହା ଦର୍ଶାଏ ଯେ ଭାରତରେ କରୋନା ରୋଗୀଙ୍କ ମୃତ୍ୟୁ ହାର ଚୀନ୍, ଆମେରିକା ଏବଂ ଫ୍ରାନ୍ସ ତୁଳନାରେ ବହୁତ ଅଧିକ ।

ଜର୍ମାନୀ ଏବଂ ଦକ୍ଷିଣ କୋରିଆର କରୋନା ରୋଗୀଙ୍କ ଚିକିତ୍ସାରେ ସବୁଠୁ ଆଗରେ ରହିଛି । ଏଠାରେ ୭୦୦୦ ମାମଲାରେ ମୃତ୍ୟୁ ସଂଖ୍ୟା ଭାରତ ମୁକାବିଲାରେ ବହୁତ କମ ରହିଛି । ଯଦିଓ ଇଟାଲୀ, ସ୍ପେନ. ବ୍ରିଟେନ, ସ୍ୱିଡେନ, ନେଦରଲ୍ୟାଣ୍ଡ, ବ୍ରାଜିଲରେ ୭୦୦୦ କରୋନା ସଂକ୍ରମଣରେ ମୃତ୍ୟୁର ସଂଖ୍ୟା ଭାପତ ତୁଳନାରେ ବହୁତ ଅଧିକ ରହିଛି ।
ଚାଇନା-ଫ୍ରାନ୍ସ ଅପେକ୍ଷା ଭାରତରେ ମୃତ୍ୟୁ ହାର ଅଧିକ ରହିଛି

୭୦୦୦ କରୋନା ସଂକ୍ରମଣ ରୋଗୀଙ୍କ ଆଧାରରେ ଯେଉଁ ଦେଶରେ ଭାରତରୁ କମ୍ ମୃତ୍ୟୁ ଘଟିଛି ସେହି ଦେଶ ହେଉଛି ଜର୍ମାନୀ, ଦକ୍ଷିଣ କୋରିଆ, ଚୀନ୍, ଫ୍ରାନ୍ସ ଏବଂ ଆମେରିକା। ଭାରତରେ, ଯେତେବେଳେ କରୋନା ସଂକ୍ରମଣର ସଂଖ୍ୟା ୭୦୦୦ ଥିଲା, ସେତେବେଳେ ମୃତ୍ୟୁ ସଂଖ୍ୟା ୨୪୯ ଥିଲାବେଳେ ଜର୍ମାନୀରେ ୭୦୦୦ ମାମଲା ଥିଲା, ସେତେବେଳେ କେବଳ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା, ଦକ୍ଷିଣ କୋରିଆରେ ଏହା ୫୬ ଥିଲା, ଆମେରିକାରେ ସେତେବେଳେ କେବଳ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ଘଟିଛି, ଚାଇନାରେ ୧୭୦ ଜଣ ପ୍ରାଣ ହରାଇଛନ୍ତି। ଫ୍ରାନ୍ସରେ ୭୦୦୦ ମାମଲାରେ ମୃତ୍ୟୁ ସଂଖ୍ୟା ୧୭୫ ଏବଂ ଇରାନରେ ଏହି ତଥ୍ୟ ୨୩୭ ଥିଲା ।
ଆସିଲା ୪ କରୋନା ପଜିଟିଭଙ୍କ ତଥ୍ୟ, ଜାଣନ୍ତୁ ପୂରା ରାଜ୍ୟର ସ୍ଥିତି…
ଭୁବନେଶ୍ୱର: ଶନିବାର ଚିହ୍ନଟ ୪ କରୋନା ଆକ୍ରାନ୍ତଙ୍କ ବିଷୟରେ ତଥ୍ୟ ମିଳିଛି । ୨ ଜଣ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର । ଅନ୍ୟ ଜଣେ ଆକ୍ରାନ୍ତ ରାଜଧାନୀର ବୋଲି ଜଣାପଡ଼ିଛି । ଟ୍ୱିଟ୍ କରି ଆକ୍ରାନ୍ତଙ୍କ ତଥ୍ୟ ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ । ଆକ୍ରାନ୍ତ କାହା ସମ୍ପର୍କରେ ଆସିଥିଲେ ଓ କେଉଁଆଡ଼େ ଯାଇଥିଲେ ସେ ତଥ୍ୟ ସଂଗ୍ରହ ଚାଲିଛି ।

ସୁନ୍ଦରଗଡ଼ ଜିଲ୍ଲାରୁ ପ୍ରଥମ କରି ୨ଟି ମାମଲା ଆସିବା ପରେ ବିଶ୍ରା ବ୍ଲକର ୧୦ଟି ଗାଁକୁ ପ୍ରଶାସନ ସିଲ୍ କରିଛି । ଅନ୍ୟପଟେ କେନ୍ଦ୍ରାପଡ଼ା ରାଜନଗର ବ୍ଲକର ୨ଟି ଗାଁକୁ ସିଲ୍ କରି ଦିଆଯାଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪କୁ ବୃଦ୍ଧି ପାଇଥିବା ବେଳେ ୧୨ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି ।
ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ସୁସ୍ଥ ହୋଇ ଘରକୁ ଫେରିଲେ ପ୍ରଥମ କରୋନା ଆକ୍ରାନ୍ତ
ନଜର ପକାନ୍ତୁ ରାଜ୍ୟର କେଉଁ ଜିଲ୍ଲାରେ କେତେ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
| ଜିଲ୍ଲା | ଆକ୍ରାନ୍ତ | ସୁସ୍ଥ | ମୃତ |
| ଖୋର୍ଦ୍ଧା | ୪୧ | ୦୭ | ୦୧ |
| ଭଦ୍ରକ | ୦୩ | ୦୨ | ୦୦ |
| କଳାହାଣ୍ଡି | ୦୨ | ୦୦ | ୦୦ |
| ସୁନ୍ଦରଗଡ଼ | ୦୨ | ୦୦ | ୦୦ |
| କେନ୍ଦ୍ରାପଡ଼ା | ୦୨ | ୦୦ | ୦୦ |
| କଟକ | ୦୧ | ୦୧ | ୦୦ |
| ଯାଜପୁର | ୦୧ | ୦୧ | ୦୦ |
| ପୁରୀ | ୦୧ | ୦୧ | ୦୦ |
| ଢେଙ୍କାନାଳ | ୦୧ | ୦୦ | ୦୦ |
| ମୋଟ | ୫୪ | ୧୨ | ୦୧ |
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜଣଙ୍କର ମୃତ୍ୟୁ ହୋଇଛି । ତେବେ, ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସଂକ୍ରମିତ ରାଜଧାନୀର ବାସିନ୍ଦା । ଦ୍ୱିତୀୟ ସର୍ବାଧିକ ଆକ୍ରାନ୍ତ ଜିଲ୍ଲା ହେଉଛି ଭଦ୍ରକ । ଭଦ୍ରକରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ସୁସ୍ଥ ହୋଇ ଘରକୁ ଫେରିଲେ ପ୍ରଥମ କରୋନା ଆକ୍ରାନ୍ତ
କଳାହାଣ୍ଡି, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରେ ୨ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ଚିକିତ୍ସା ଚାଲିଛି । କଟକ, ଯାଜପୁର ଓ ପୁରୀରେ ଚିହ୍ନଟ ଜଣେ ଲେଖାଏଁ ଆକ୍ରାନ୍ତଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି । ଢେଙ୍କାନାଳ ଜିଲ୍ଲାରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ତାଙ୍କର ଚିକିତ୍ସା ଚାଲିଛି ।
ଲକଡାଉନ୍ ନିୟମ ଉଲ୍ଲଂଘନ କଲେ ବିଦେଶୀ, ୫୦୦ଥର ଲେଖିଲେ ସରି…
ଋଷିକେଶ: ଦିନକୁ ଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏଭଳି ସାଂଘାତିକ ସ୍ଥିତି ପାଇଁ ଦେଶରେ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି । ହେଲେ ତଥାପି କିଛି ଲୋକେ ଏହି ନିୟମ ପାଳନ କରୁନାହାନ୍ତି । ନିକଟରେ ଠିକ୍ ଏମିତି ଏକ ଖବର ସାମ୍ନାକୁ ଆସିଛି । ତୀର୍ଥନଗରୀ ଋଷିକେଶରେ ରହୁଥିବା ଅନେକ ବିଦେଶୀ ନାଗରିକ ଲକଡାଉନ୍ ନିୟମକୁ ଗମ୍ଭୀରତା ସହ ନେଇନାହାନ୍ତି । ଏଭଳି ପରିସ୍ଥିତିରେ ପୋଲିସ ଏହି ଲୋକମାନଙ୍କୁ ଉଚିତ୍ ଶିକ୍ଷା ଦେଇଛି । ତପୋୱନର ଗଙ୍ଗା ଘାଟରେ ୧୦ ଜଣ ବିଦେଶୀ ପର୍ଯ୍ୟଟକଙ୍କୁ ବୁଲିବାର ଦେଖିବାକୁ ମିଳିଥିଲା, ଯେଉଁମାନେ ନିୟମ କଠୋର ହୋଇ ନଥିବାର ଫାଇଦା ଉଠାଇଥିଲେ ।
ସୂଚନାଯୋଗ୍ୟ ଯେ, ଗଙ୍ଗା ଘାଟକୁ ଯାଇ ଏହି ୧୦ ଜଣ ବୁଲାବୁଲି କରିଥିଲେ । ଏହା ପରେ ଦାୟିତ୍ୱରେ ଥିବା ପୋଲିସ ସେମାନଙ୍କୁ ବୁଝାଇବା ଉଦ୍ଦେଶ୍ୟରେ ଏକ ନିଆରା ଦଣ୍ଡ ଦେଇଥିଲା । ପୋଲିସ ସେମାନଙ୍କୁ – ମୋତେ କ୍ଷମା କର… (I did not follow the lockdown. I am so sorry) ୫୦୦ ଥର ଲେଖିବାକୁ କହିଥିଲେ । ଭବିଷ୍ୟତରେ ସେମାନେ ଏପରି ଭୁଲ୍ କରିବେ ନାହିଁ ବୋଲି ଆଶା କରି ପୋଲିସ ତାଙ୍କୁ ଏହି ଦଣ୍ଡ ଦେଇଥିଲା ।

ତେବେ, ତୀର୍ଥନଗରୀରେ ସକାଳ ୭ଟାରୁ ୧ଟା ପର୍ଯ୍ୟନ୍ତ ନିୟମ କୋହଳ ରହେ । ଯଦି କୌଣସି ବ୍ୟକ୍ତି ଜରୁରୀ ଜିନିଷ କିଣିବାକୁ ଚାହେଁ ତାହେଲେ ସେ ଏହି ସମୟ ମଧ୍ୟରେ କିଣିପାରିବେ । ହେଲେ ବିଦେଶୀମାନେ ଏହି ସମୟର ଫାଇଦା ଉଠାଇ ବୁଲାବୁଲି କରିବାକୁ ଯାଇଥିଲେ । ସାମଗ୍ରୀ କିଣିବା ବାହାନା କରି ଗଙ୍ଗା କୂଳରେ ବୁଲିବାକୁ ଯାଇଥିଲେ । କିଏ ଗଙ୍ଗାରେ ବୁଡ଼ ପକାଉଥିଲେ ତ କିଏ ବୁଲୁଥିଲେ । ବିଦେଶୀଙ୍କର ଏହି କାରନାମା ଜାଣିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଏହି ଦଣ୍ଡ ଦେଇଥିଲା ।
ଲକଡାଉନ୍ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କୁ ଦେଶର କୋଣ ପ୍ରତିକୋଣରେ ଦଣ୍ଡ ଦିଆଯାଉଛି । କେଉଁଠି ମାଡ଼ ହେଉଛି ତ କିଏ ଫାଇନ୍ ଦେଉଛି । ତଥାପି କିଛି ଲୋକେ ବୁଲିବା ବନ୍ଦ କରୁନାହାନ୍ତି । ଦେଶରେ କରୋନାଭାଇରସ ଯୋଗୁଁ ମୃତ୍ୟୁ ସଂଖ୍ୟା ୨୩୯ ରେ ପହଞ୍ଚିଛି ଏବଂ ସଂକ୍ରମିତଙ୍କ ସଂଖ୍ୟା ୭,୪୭୭ରେ ପହଞ୍ଚିଛି । ଯେଉଁଥିପାଇଁ ଲୋକେ ସତର୍କ ରହିବା ଜରୁରୀ । ଘରେ ରହି ସାମାଜିକ ଦୂରତା ପାଳନ କରି ଏହି ରୋଗର ସଂକ୍ରମଣଠୁ ମୁକ୍ତି ମିଳିବ । ସେଥିପାଇଁ ସମସ୍ତେ ଏହି ବିଷୟକୁ ଗମ୍ଭୀରତା ସହ ନେଇ ଘରେ ରହିବା ଉଚିତ୍ ।
୨୦୦୦ ବର୍ଷରେ କରୋନା ସବୁଠୁ ବଡ଼ ବେମାରୀ, ଯିଏ ଏତ ଶୀଘ୍ର ଲକ୍ଷାଧିକଙ୍କ ଜୀବନ ନେଇଛି
୧୩୪୭ ମସିହାରେ, ବିଶ୍ୱରେ ପ୍ଲେଗ ରୋଗ ଆସିଥିଲା ଯେଉଁଥିରେ ସର୍ବାଧିକ ୨୦ କୋଟି ଲୋକ ପ୍ରାଣ ହରାଇଥିଲେ।
୧୮୧୭ ମସିହାରେ ଭାରତରେ କୋଲେରା ମହାମାରୀ ବ୍ୟାପିଥିଲା, ଏହି ରୋଗ ଏବେ ବି ଅଛି, ଏହା ପ୍ରତିବର୍ଷ ବିଶ୍ୱରେ ୧.୫ ଲକ୍ଷ ଲୋକଙ୍କର ଜୀବନ ନେଉଛି।
ସାରା ବିଶ୍ୱରେ ଏବେ କରୋନା ଭାଇରସ୍ ଦ୍ୱାରା ୧ଲକ୍ଷରୁ ଅଧିକ ଲୋକଙ୍କର ଜୀବନ ଗଲାଣି। ସବୁ ଆଡେ କରୋନା ଭାଇରସକୁ ନେଇ ହାହାକାର। ଲୋକେ ଭୟରେ ଘରୁ ବାହାରିବା ବି ବନ୍ଦ କରିଦେଇଛନ୍ତି। ଦେଶରେ ଏନେଇ ଲକଡାଉନ ଘୋଷଣା କରାଯାଇଛି। ଯାହାଫଳରେ ସରବିଶ୍ୱରେ ଏବେ ଅର୍ଥନୈତିକ ସଙ୍କଟ ଦେଖାଗଲାଣି। କୁହାଯାଉଛି ଏହି କରୋନା ଭାଇରସ ୨ ହଜାର ବର୍ଷ ଭିତରେ ଏଭଳି ଏକ ରୋଗ ଯାହା ଏତେ ଜଲଦି ୧ଲକ୍ଷରୁ ଅଧିକ ଲୋକଙ୍କର ଜୀବନ ନେଲାଣି।
ମଣିଷ ଜେବେଠାରୁ ତାରିଖର ହିସାବ ରଖିବା ଆରମ୍ଭ କଲା, ଅର୍ଥାତ୍ ଶୂନ ଏଡି (0 AD) ରୁ ବର୍ତ୍ତମାନ ପର୍ଯ୍ୟନ୍ତ, ମାନେ ୨ ହଜାର ବର୍ଷ ମଧ୍ୟରେ ସାରା ବିଶ୍ୱରେ ୨୦ ଟି ବଡ ମହାମାରୀ ବ୍ୟାପିଛି। ସେଥିମଧ୍ୟରୁ କରୋନା ହେଉଛି ୧୭ ତମ ମହାମାରୀ। ଯେଉଁଥିରେ ମୃତ୍ୟୁସଂଖ୍ୟା ୧ ଲକ୍ଷକୁ ବୃଦ୍ଧି ପାଇଛି। ଇତିହାସରେ ପ୍ରଥମ ଥର ପାଇଁ ୧୬୫ ମସିହାରେ ମହାମାରୀ ବ୍ୟାପିଥିଲା। ସେହି ସମୟରେ ଆଣ୍ଟୋନାଇନ୍ ମହାମାରୀ ଏସିଆ, ଇଜିପ୍ଟ, ଗ୍ରୀସ୍ (ଗ୍ରୀସ୍) ଏବଂ ଇଟାଲୀରେ ବ୍ୟାପିଥିଲା । ଏହି କାରଣରୁ ପ୍ରାୟ ୫୦ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା। ତେବେ ଆମେ ଆଜି ଆପଣଙ୍କୁ କେଉଁ ମସିହାରେ କେଉଁ ମହାମାରୀ ଆସିଥିଲା ତାର ପୂର୍ଣ୍ଣ ଚିଠା ଏଠାରେ ବର୍ଣ୍ଣନା କରିବୁ।

ଜଷ୍ଟିନିଆନ୍ ପ୍ଲେଗ
ବର୍ଷ: ୫୪୧-୫୪୨
ମୃତ୍ୟୁ: ୫ କୋଟି
ଆଣ୍ଟୋନାଇନ୍ ମହାମାରୀ ପରେ ଜଷ୍ଟିନିଆନ୍ ମହାମାରୀ ଆସିଲା । ଏହି ମହାମାରୀ ୫୪୧-୫୪୨ ମସିହାରେ ଏସିଆ, ଉତ୍ତର ଆଫ୍ରିକା, ଆରବ ଏବଂ ୟୁରୋପରେ ବ୍ୟାପିବାରେ ଲାଗିଲା । ତେବେ ଏହାର ସବୁଠାରୁ ବଡ ପ୍ରଭାବ ପୂର୍ବ ରୋମାନ ସାମ୍ରାଜ୍ୟ ବାଇଜାଣ୍ଟାଇନ ଉପରେ ପଡିଥିଲା। ୧୫୦୦ ବର୍ଷ ପୂର୍ବେ ବ୍ୟାପିଥିବା ଏହି ମହାମାରୀରେ ୫ କୋଟି ଲୋକ ପ୍ରାଣ ହରାଇଥିଲେ। ଏହା ସେତେବେଳେ ବିଶ୍ୱର ମୋଟ ଜନସଂଖ୍ୟାର ଅଧା ଥିଲା । ଏହାର ଅର୍ଥ ହେଉଛି ଏକ ବର୍ଷ ମଧ୍ୟରେ ବିଶ୍ୱ ଜନସଂଖ୍ୟାର ଅଧା ଲୋକ ସେଥିରେ ପ୍ରାଣ ହରାଇଥିଲେ । ଏହି ରୋଗ ଏତେ ବିପଜ୍ଜନକ ଥିଲା ଯେ ଏଥିରେ ବାଇଞ୍ଜେଟାଇନ ସାମ୍ରାଜ୍ୟକୁ ସମାପ୍ତ କରିଥିଲା।

ବ୍ଲାକ ଡେଥ
ବର୍ଷ: ୧୩୪୭-୧୩୫୧
ମୃତ୍ୟୁ: ୨୦ କୋଟି
୧୩୪୭ ରୁ ୧୩୫୧ ମଧ୍ୟରେ ଜଷ୍ଟିନ୍ ମହାମାରୀ ପରେ ପୁଣି ଥରେ ଆଉ ଏକ ମହାମାରୀ ବିଶ୍ୱ ଉପରେ ଭାରି ପଡ଼ିବାକୁ ଲାଗିଲା। ଏହାର ନାମ ହେଲା ‘ବ୍ଲାକ ଡେଥ’ । ଏହାର ପ୍ରଭାବ ୟୁରୋପ ଏବଂ ଏସିଆରେ ପଡ଼ିଥିଲା । ଏହି ମହାମାରୀ ଚାଇନାରୁ ବ୍ୟାପିଥିଲା । ସେହି ସମୟରେ ଅଧିକାଂଶ ବ୍ୟବସାୟ ସମୁଦ୍ର ମାର୍ଗ ଦ୍ୱାରା କରାଯାଉଥିଲା ଏବଂ ସମୁଦ୍ର ଜାହାଜରେ ମୂଷା ଥିଲେ । ଏହି ମୂଷାମାନଙ୍କଠାରୁ ମାଛି ମାଧ୍ୟମରେ ଏହି ରୋଗ ବ୍ୟାପିଥିଲା । କୁହାଯାଏ ଯେ ଏହି ରୋଗ କେବଳ ୟୁରୋପରେ ଏତେ ସଂଖ୍ୟକ ମୃତ୍ୟୁ ଘଟାଇଥିଲା ଯେ ଏହା ୧୩୪୭ ପୂର୍ବରୁ ଜନସଂଖ୍ୟା ସ୍ତରରେ ପହଞ୍ଚିବା ପାଇଁ ୨୦୦ ବର୍ଷ ଲାଗିଥିଲା।

ସ୍ମଲ ପକ୍ସ
ବର୍ଷ: ୧୯୪୨ ରୁ ବର୍ତ୍ତମାନ ପର୍ଯ୍ୟନ୍ତ
ମୃତ୍ୟୁ: ୫.୫ କୋଟି +
ୟୁରୋପୀୟମାନେ ୧୪୯୨ ମସିହାରେ ଆମେରିକାରେ ପହଞ୍ଚିଥିଲେ। ସେ ଆସିବା ମାତ୍ରେ ଆମେରିକାରେ ସ୍ମଲ ପକ୍ସ ନାମକ ଏକ ସଂକ୍ରମଣ ବ୍ୟାପିଗଲା। ଏହି ରୋଗ ଏତେ ବିପଜ୍ଜନକ ଥିଲା ଯେ ସଂକ୍ରମିତ ଲୋକଙ୍କ ମଧ୍ୟରୁ ୩୦% ଲୋକ ପ୍ରାଣ ହରାଇଥିଲେ। ସେହି ସମୟରେ, ଏହି ସଂକ୍ରମଣରେ ପ୍ରାୟ ୨ କୋଟି ଲୋକଙ୍କର ମୃତ୍ୟୁ ଘଟିଥିଲା। ଯାହା ସେହି ସମୟରେ ଆମେରିକାର ମୋଟ ଜନସଂଖ୍ୟାର ୯୦% ଥିଲା। ୟୁରୋପୀୟମାନେ ଏଥିରୁ ଉପକୃତ ହୋଇଥିଲେ। ସେମାନେ ଆମେରିକାରେ ଖାଲି ସ୍ଥାନ ପାଇଲେ । ସେମାନେ ଏଠାରେ ସେମାନଙ୍କର ଉପନିବେଶ ସ୍ଥାପନ କରିବା ଆରମ୍ଭ କଲେ । ସ୍ମଲ ପକ୍ସ ଏବେ ବିସ୍ତାର କରୁଛି ଏବଂ ଏକ ଆକଳନ ଅନୁଯାୟୀ ଏହା ଏପର୍ଯ୍ୟନ୍ତ ୫.୫ କୋଟି ଲୋକଙ୍କର ଜୀବନ ନେଇଛି ।

କୋଲେରା
ବର୍ଷ: ୧୮୧୭ରୁ ଏବେ ପର୍ଯ୍ୟନ୍ତ
ମୃତ୍ୟୁ: ୧୦ ଲକ୍ଷ+
ଉନବିଂଶ ଶତାବ୍ଦୀରେ ମଧ୍ୟ ଏକ ରୋଗ ହୋଇଥିଲା, ଯାହା ଭାରତରୁ ଆସିଥିଲା । ଏହି ରୋଗର ନାମ ଥିଲା- କଲେରା । ଏହି ରୋଗ ଗଙ୍ଗା ନଦୀ ଡେଲ୍ଟା ଦେଇ ଏସିଆ, ୟୁରୋପ, ଉତ୍ତର ଆମେରିକା ଏବଂ ଆଫ୍ରିକାରେ ମଧ୍ୟ ବ୍ୟାପିଗଲା। ମଇଳା ପାଣି ପିଇବା ଏହି ରୋଗର କାରଣ ଥିଲା । ସେହି ସମୟରେ ଏହି ରୋଗ ହେତୁ ୧୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । WHO ଅନୁଯାୟୀ, ପ୍ରତିବର୍ଷ ୧୩ ଲକ୍ଷରୁ ୪୦ ଲକ୍ଷ ଲୋକ ଏହି ରୋଗରେ ପୀଡିତ ଅଛନ୍ତି। ଏହି ରୋଗ ହେତୁ ପ୍ରତିବର୍ଷ ୧.୫ ଲକ୍ଷ ପର୍ଯ୍ୟନ୍ତ ଲୋକଙ୍କ ମୃତ୍ୟୁ ଘଟିଥାଏ।

ସ୍ପେନିସ୍ ଫ୍ଲୁ
ବର୍ଷ: ୧୯୧୮-୧୯
ମୃତ୍ୟୁ: ୫ କୋଟି
୧୯୧୮-୧୯ ରେ ସ୍ପେନିସ୍ ଫ୍ଲୁ ମହାମାରୀ ଗତ ୫୦୦ ବର୍ଷ ଇତିହାସରେ ସବୁଠାରୁ ବିପଜ୍ଜନକ ମହାମାରୀ ଥିଲା । ଏହି ରୋଗ କେଉଁଠାରୁ ବ୍ୟାପିଥିଲା ? ଏହା ଏପର୍ଯ୍ୟନ୍ତ ଜଣା ପଡିନାହିଁ | ଆକଳନ କରାଯାଉଛି ଯେ ବିଶ୍ୱ ଜନସଂଖ୍ୟାର ଏକ ତୃତୀୟାଂଶ ଲୋକ ବା ୫୦ କୋଟି ଲୋକ ଏହି ମହାମାରୀରେ ସଂକ୍ରମିତ ହୋଇଥିଲେ। ସାରା ବିଶ୍ୱରେ ୫ କୋଟି ଲୋକଙ୍କର ମୃତ୍ୟୁ ଘଟିଥିଲା। କେବଳ ଭାରତରେ ୧.୭ କୋଟିରୁ ଅଧିକ ଲୋକ ଏହା ଦ୍ୱାରା ପ୍ରାଣ ହରାଇଥିଲେ। ଏହି ମହାମାରୀରେ ପୁନରୁଦ୍ଧାର ହେବାର ସମ୍ଭାବନା ମାତ୍ର ୧୦ କିମ୍ବା ୨୦% ଥିଲା । ଏହି ରୋଗ ଏତେ ଅଦ୍ଭୁତ ଥିଲା ଯେ ଏହି କାରଣରୁ ସୁସ୍ଥ ଲୋକମାନେ ସର୍ବାଧିକ ମୃତ୍ୟୁ ବରଣ କରିଥିଲେ। ସ୍ପେନିସ୍ ଫ୍ଲୁରେ ସର୍ବାଧିକ ମୃତ୍ୟୁ ୨୦ ରୁ ୪୦ ବର୍ଷ ବୟସ ବର୍ଗରେ ଥିଲା। ସବୁଠାରୁ ବଡ଼ କଥା ହେଉଛି ଯେ ସ୍ପେନୀୟ ଫ୍ଲୁ ପରେ କରୋନା ଚତୁର୍ଥ ବିପଦପୂର୍ଣ୍ଣ ଫ୍ଲୁ ।

ଏସୀୟନ ଫ୍ଲୁ ବା H2N2 ଭାଇରସ
ବର୍ଷ: ୧୯୫୭-୫୮
ମୃତ୍ୟୁ: ୧୧ ଲକ୍ଷ
ଫେବୃଆରୀ ୧୯୫୭ ରେ ହଂକଂରେ ଏହି ରୋଗ ଆରମ୍ଭ ହୋଇଥିଲା। ଏହି ରୋଗ ପୂର୍ବ ଏସିଆରେ ଉତ୍ପନ୍ନ ହୋଇଥିବାରୁ ଏହାକୁ ଏସୀୟନ ଫ୍ଲୁ ମଧ୍ୟ କୁହାଯାଉଥିଲା। କିଛି ମାସ ମଧ୍ୟରେ ଏହା ଅନେକ ଦେଶକୁ ବ୍ୟାପିଥିଲା।

ହଂକଂ ଫ୍ଲୁ କିମ୍ବା H3N2 ଭାଇରସ
ବର୍ଷ: ୧୯୬୮-୭୦
ମୃତ୍ୟୁ: ୧୦ ଲକ୍ଷ
ଏହି ରୋଗ ପ୍ରଥମେ ଆମେରିକାରେ ସେପ୍ଟେମ୍ବର ୧୯୬୮ ରେ ବ୍ୟପିଥିଲା । ଏହି ଭାଇରସର ମୃତ୍ୟୁବରଣ କରିଥିବା ଅଧିକାଂଶ ଲୋକଙ୍କ ବୟସ ୬୫ ବର୍ଷରୁ ଅଧିକ ଥିଲା।

ସ୍ୱାଇନ୍ ଫ୍ଲୁ କିମ୍ବା H1N1 ଭାଇରସ
ବର୍ଷ: ୨୦୦୯
ମୃତ୍ୟୁ: ୫.୫ ଲକ୍ଷ +
ଏହି ଭାଇରସ ପ୍ରଥମେ ଆମେରିକାରେ ରିପୋର୍ଟ କରାଯାଇଥିଲା ଏବଂ ଅଳ୍ପ ସମୟ ମଧ୍ୟରେ ଏହା ସାରା ବିଶ୍ୱରେ ବ୍ୟାପିଥିଲା। ଏହି କାରଣରୁ ମୃତ୍ୟୁବରଣ କରିଥିବା ୮୦% ଲୋକ ଥିଲେ ଯେଉଁମାନେ ୬୫ ବର୍ଷରୁ ଅଧିକ ଥିଲେ ।

କରୋନାଭାଇରସ୍ ବା କୋଭିଡ୍ -19
ବର୍ଷ: ୨୦୧୯
ମୃତ୍ୟୁ: ୧ ଲକ୍ଷ +
ଚୀନ୍ର ଉହାନ ସହରରେ କରୋନାଭାଇରସ୍ କିମ୍ବା କୋଭିଡ୍ -19 ଆରମ୍ଭ ହୋଇଥିଲା । ଏଥିରେ ସଂକ୍ରମିତ ପ୍ରଥମ ରୋଗୀ ପ୍ରଥମ ଥର ପାଇଁ ୮ ଡିସେମ୍ବର ୨୦୧୯ ଚିହ୍ନଟ ହୋଇଥିଲେ। ଏହି ଭାଇରସ ଧୀରେ ଧୀରେ ସାରା ବିଶ୍ୱରେ ବ୍ୟାପିଯାଇଥିଳ। ଜାହାପରେ ୧୩ ମାର୍ଚ୍ଚ ୨୦୨୦ ରେ WHO ଏହାକୁ ମହାମାରୀ ଘୋଷଣା କରିଛି। କରୋନା ଏପର୍ଯ୍ୟନ୍ତ ବିଶ୍ୱର ୨୦୦ ଦେଶରେ ବ୍ୟାପିଛି। ଏହାଦ୍ୱାରା ବର୍ତ୍ତମାନ ସୁଦ୍ଧା ୧ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।

ଭୁବନେଶ୍ୱର: ଗତକାଲି ଚିହ୍ନଟ ୪ କରୋନା ପଜିଟିଭ୍ ମଧ୍ୟରୁ ୨ ଜଣ ସୁନ୍ଦରଗଡ଼ର, ଜଣେ କେନ୍ଦ୍ରାପଡ଼ାର ଓ ଅନ୍ୟ ଜଣେ ଭୁବନେଶ୍ୱରର । ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଓ ଟ୍ରାଭେଲ ହିଷ୍ଟ୍ରୀ ସଂଗ୍ରହ ଚାଲିଛି ।
ଭୁବନେଶ୍ୱର: ଗତକାଲି ଚିହ୍ନଟ ୪ କରୋନା ପଜିଟିଭ୍ ମଧ୍ୟରୁ ୨ ଜଣ ସୁନ୍ଦରଗଡ଼ର, ଜଣେ କେନ୍ଦ୍ରାପଡ଼ାର ଓ ଅନ୍ୟ ଜଣେ ଭୁବନେଶ୍ୱରର । ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଓ ଟ୍ରାଭେଲ ହିଷ୍ଟ୍ରୀ ସଂଗ୍ରହ ଚାଲିଛି ।
ଲକଡାଉନ: ପଟିଆଲାରେ ପୋଲିସ ଉପରକୁ ଆକ୍ରମଣ କଲେ ନିହଙ୍ଗ ଶିଖ୍, କାଟିଦେଲେ ଏଏସଆଇଙ୍କ ହାତ
ପଟିଆଲା: ଗୋଟେପଟେ ଦେଶ କରୋନା ସହ ଲଢ଼େଇ କରୁଥିବାବେଳେ, ଅନ୍ୟପଟେ ପଟିଆଲାର ନିହଙ୍ଗ ଶିଖ୍ ( ପରମ୍ପରାଗତ ଅସ୍ତ୍ର ପାଖରୁ ରଖୁଥିବା ଏବଂ ନୀଳ ରଙ୍ଗର କମଜ ପିନ୍ଧୁଥିବା ଶିଖ୍ ) ମାନେ ପୋଲିସ ଉପରକୁ ଆକ୍ରମଣ କରିଛନ୍ତି, ଏଥିରେ ଜଣେ ପୋଲିସକର୍ମୀଙ୍କ ହାତ ସଂପୂର୍ଣ୍ଣ ଭାବରେ କଟି ଯାଇଛି । ରବିବାର ସକାଳେ ପରିବା ହାଟ ମୁଖ୍ୟ ଦ୍ୱାର ପାଖରେ ଶିଖମାନେ ପୋଲିସ ଉପରକୁ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଅନ୍ୟ ପୋଲିସକର୍ମୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

ପଞ୍ଜାବର ଡିଜିପି ଦିନକର ଗୁପ୍ତା କହିଛନ୍ତି ଯେ, ଆକ୍ରମଣରେ ଏଏସଆଇ ହରଜୀତ ସିଂହଙ୍କର ହାତ କଟି ଯାଇଛି । ଏହାପରେ ତାଙ୍କୁ ଚଣ୍ଡିଗଡ଼ ପିଜିଆଇରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହି ମାମଲାରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି ।

ବରିଷ୍ଠ ପୋଲିସ ଅଧିକ୍ଷକ ମନଦିପ ସିଂହ ସିଦ୍ଧୁ କହିଛନ୍ତି ଯେ, ସେମାନଙ୍କୁ କର୍ଫ୍ୟୁ ପାସ୍ ଦେଖାଇବାକୁ କୁହାଗଲା କିନ୍ତୁ ସେମାନେ ରାସ୍ତାରେ ଲାଗିଥିବା ଅବରୋଧକୁ ଗାଡି ଦ୍ୱାରା ଧକା ମାରି ସେଠାରୁ ପଳାଇଯିବାକୁ ଉଦ୍ୟମ କରିଥିଲେ । ଏହାପରେ ଡ୍ୟୁଟିରେ ଥିବା ଅନ୍ୟ ପୋଲିସ କର୍ମଚାରୀଙ୍କ ଉପରକୁ ଆକ୍ରମଣ କରିଥିଲେ ।

ସିନ୍ଧୁ ସୂଚନା ଦେଇଛନ୍ତି ଯେ, ଖଣ୍ଡା ସାହାଯ୍ୟରେ ଜଣେ ଉପ ନିରୀକ୍ଷକ (ଏଏସଆଇ)ଙ୍କ ହାତ କାଟି ଦିଆଗଲା । ପଟିଆଲା ସଦର ଥାନା ଦାୟିତ୍ୱରେ ଥିବା ଅଧିକାରୀଙ୍କ କହୁଣୀରେ ଆଘାତ ହେଇଛି । ଅନ୍ୟ ପୋଲିସ କର୍ମଚାରୀଙ୍କର ହାତରେ ଗୁରୁତର ଭାବରେ ଆଘାତ ଲାଗିଥିବା ସୂଚନା ରହିଛି । ଏଏସଆଇଙ୍କୁ ରାଜେନ୍ଦ୍ର ହସ୍ପିଟାଲ ନିଆଯିବା ପରେ ତାଙ୍କୁ PGIMEI କୁ ରେଫର କରାଯାଇଛି ।
କେନ୍ଦ୍ରାପଡ଼ା ଜିଲ୍ଲାରେ ଦ୍ୱିତୀୟ କରୋନା ସଂକ୍ରମିତ ଚିହ୍ନଟ, ୨ଟି ଗାଁ ସିଲ୍
କେନ୍ଦ୍ରାପଡ଼ା: ଜିଲ୍ଲାରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ରାଜନଗର ବ୍ଲକ ଅଞ୍ଚଳର । କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ଏନେଇ ସୂଚନା ଦେଇଛନ୍ତି । ସଂକ୍ରମିତ ଜଣଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲ ସ୍ଥିତ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
କରୋନା ସଂକ୍ରମିତଙ୍କ ମଧ୍ୟରେ ବୟସ୍କଙ୍କ ତୁଳନାରେ ଯୁବାଙ୍କ ସଂଖ୍ୟା ଅଧିକ
ସଂକ୍ରମିତ ଚିହ୍ନଟ ହେଲା ପରେ ପ୍ରଶାସନ ରାଜନଗର ବ୍ଲକର ୨ଟି ଗାଁକୁ ସିଲ୍ କରିଛି । ସ୍ୱାସ୍ଥ୍ୟକର୍ମୀ ଘର ଘର ବୁଲି ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ସଂକ୍ରମିତ ବ୍ୟକ୍ତିଙ୍କ ପରିବାର ଲୋକଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ପ୍ରଶାସନ କହିଛି ।
ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ସୁସ୍ଥ ହୋଇ ଘରକୁ ଫେରିଲେ ପ୍ରଥମ କରୋନା ଆକ୍ରାନ୍ତ
ଗତକାଲି ରାଜ୍ୟରେ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡ଼ାର ହୋଇଥିବା ବେଳେ ଆଉ ୨ ଜଣ ସୁନ୍ଦରଗଡ଼ ବିଶ୍ରା ଅଞ୍ଚଳର । ମାର୍ଚ୍ଚ ୬ରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଦୁବାଇ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ସୁନ୍ଦରଗଡ଼ରେ ୨ କରୋନା ପଜିଟିଭ୍ ଚିହ୍ନଟ, ସିଲ୍ ହେଲା ବିଶ୍ରା ବ୍ଲକର ୧୦ଟି ଗାଁ
ରାଉରକେଲା: ସୁନ୍ଦରଗଡ଼ରେ ପ୍ରଥମ ଥର ପାଇଁ କରୋନା ପଜିଟିଭ୍ ମାମଲା ଚିହ୍ନଟ ହୋଇଛି । ଗତକାଲି ରାଜ୍ୟରେ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଅଞ୍ଚଳର । ସୁନ୍ଦରଗଡ଼ ଜିଲ୍ଲାପାଳ ଏ ସୂଚନା ପ୍ରଦାନ କରିଛନ୍ତି ।

ଜିଲ୍ଲାର ବିଶ୍ରା ଅଞ୍ଚଳରୁ ୨ କରୋନା ସଂକ୍ରମିତ ଚିହ୍ନଟ ପରେ ପରେ ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି । ବିଶ୍ରା ବ୍ଲକ ଅଞ୍ଚଳରେ ଥିବା ୧୦ଟି ଗାଁକୁ ପ୍ରଶାସନ ସିଲ୍ କରିଛି । ଏହି ୧୦ଟି ଗାଁରୁ କେହି ଲୋକ ବାହାରକୁ ଯାଇପାରିବେ ନାହିଁ କି କେହି ମଧ୍ୟ ଗାଁ ଭିତରକୁ ପ୍ରବେଶ କରିପାରିବେ ନାହିଁ ।
କରୋନା ସଂକ୍ରମିତଙ୍କ ମଧ୍ୟରେ ବୟସ୍କଙ୍କ ତୁଳନାରେ ଯୁବାଙ୍କ ସଂଖ୍ୟା ଅଧିକ
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମାଇକ୍ ଯୋଗେ ଏନେଇ ଲୋକଙ୍କୁ ଅବଗତ କରାଯାଉଛି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି । ୧୨ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ସୁସ୍ଥ ହୋଇ ଘରକୁ ଫେରିଲେ ପ୍ରଥମ କରୋନା ଆକ୍ରାନ୍ତ

