ପୁରୀ: ପଥୁରିଆ ସାହିରେ ହତ୍ୟାକାଣ୍ଡ । ମୃତକ ହେଲେ ନାରାୟଣ ମହାରଣା । ସନ୍ଦେହରେ ଭଡ଼ାଟିଆ । ଘଟଣାର ତଦନ୍ତ କରୁଛି ଟାଉନ ଥାନା ପୋଲିସ । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ସୂଚନା ।
ବିଜେଡିର ‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମ, ରାଜନୀତିରୁ ଉର୍ଦ୍ଧ୍ୱରେ ରହି ସେବା କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷାରେ ଓଡ଼ିଶା ମୋ ପରିବାର ପ୍ରଥମ ଆନୁଷ୍ଠାନିକ ବୈଠକ ନବୀନ ନିବାସରେ ବସିଥିଲା। ରାଜନୀତିରୁ ଉର୍ଦ୍ଧ୍ୱରେ ରହି ସେବା କରିବା ପାଇଁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟତଃ ପରିବେଶ ସୁରକ୍ଷା, ସ୍ୱାସ୍ଥ୍ୟ ଓ ପ୍ରବାସୀ ଓଡ଼ିଆଙ୍କ କଲ୍ୟାଣ ଦିଗରେ ଅଣ-ରାଜନୈତିକ ଫୋରମ୍ ଭାବେ କାମ କରିବେ କମିଟିର ସଦସ୍ୟ।

ଗତ ବର୍ଷର ପଦଯାତ୍ରାରେ ବିଜେଡ଼ିର ସାମାଜିକ ସେବା ଓ୍ବିଙ୍ଗ ଗଠନ ସଂପର୍କରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅବସରପ୍ରାପ୍ତ ଆଇପିଏସ୍ ଅଫିସର ଅରୁପ ପଟ୍ଟନାୟକଙ୍କ ଆବାହକତ୍ୱରେ ଆରମ୍ଭ ହୋଇଥିବା ଓଡ଼ିଶା ମୋ ପରିବାରର ଫୋକସରେ ରହିବ ସେବା । ଏଥିରେ ଏକ ଲକ୍ଷ ଲୋକ ସେବା ପ୍ରଦାନ ଦିଗରେ କାମ କରିବେ ବୋଲି ଏହାର ପ୍ରଥମ ବୈଠକରେ ଆଲୋଚନା ହୋଇଛି। ଜାତିର ପିତା ମହାତ୍ମା ଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ କାମ କରିବ ‘ଓଡ଼ିଶା ମୋ ପରିବାର’ ।

ଓଡ଼ିଶା ମୋ ପରିବାରର ତିନୋଟି କମିଟି ଉପରେ ନଜର ପକାଇବା:
ପରିବେଶ- ସାଂସଦ ପିନାକୀ ମିଶ୍ର ନେବେ ନେତୃତ୍ୱ । ବୃକ୍ଷରୋପଣ, ପ୍ଲାଷ୍ଟିକମୁକ୍ତ ଓଡ଼ିଶା, ଜଳଶୟର ପୁନରୁଦ୍ଧାର କରାଯିବ। ଦେଶରେ ପ୍ଲାଷ୍ଟିକମୁକ୍ତ ଅଭିଯାନରେ ଓଡ଼ିଶା ପରେ ମହାରାଷ୍ଟ୍ର କାମ କରିଛି। ସେହିପରି ଜାତୀୟ ଫରେଷ୍ଟ ରିପୋର୍ଟରେ ଓଡ଼ିଶା ଅଧିକ ଗଛ ଲଗାଇଥିବା ଉଲ୍ଲେଖ ରହିଛି। ଏହାକୁ ଆହୁରି ଆଗକୁ ନେବ ପରିବେଶ କମିଟି।
ସ୍ୱାସ୍ଥ୍ୟ- ବିଧାୟକ ଅତନୁ ସବ୍ୟସାଚୀ ନାୟକ ନେବେ ନେତୃତ୍ୱ । ଜୀବନ ବିନ୍ଦୁ ଜରିଆରେ ରକ୍ତଦାନ ଓ ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ରହିବ ମୁଖ୍ୟ କାର୍ଯ୍ୟ ।
ପ୍ରବାସୀ ଓଡ଼ିଆ- ସାଂସଦ ଚନ୍ଦ୍ରଶେଖର ସାହୁ ନେବେ ନେତୃତ୍ୱ । ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ଓ ଦାଦାନ ଖଟିବାକୁ ଯାଇଥିବା ଓଡ଼ିଆଙ୍କ ଡାଟାବେସ୍ କରାଯିବ। ସେମାନଙ୍କ ଅସୁବିଧା ନିରାକରଣ ସହ ପ୍ରବାସୀ ଓଡ଼ିଆଙ୍କ ସହ ଓଡ଼ିଶାର ଅଧିକ ସଂପର୍କ ଗଢିବା ରହିବ କମିଟିର ଲକ୍ଷ୍ୟ।

ସାରା ଭାରତରେ ଓଡ଼ିଶା ମୋ ପରିବାର ପରି କାର୍ଯ୍ୟରତ ଅନୁଷ୍ଠାନମାନଙ୍କ ସାମାଜିକ କାର୍ଯ୍ୟକ୍ରମ ଗୁଡିକୁ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀଙ୍କ ଏହି ସେବା ଅଭିଯାନରେ ସାମିଲ କରାଯିବାର ପ୍ରସ୍ତାବ ରହିଛି ।
ଜଳେଶ୍ୱର: ଭୋଗରାଇ ଥାନା ଗୁନେଇବସାଣ ଗାଁରେ ଖୁଣ୍ଟରେ ବାନ୍ଧି ୩ ରୋଡ୍ ରାମିଓଙ୍କୁ ଖୁଣ୍ଟର ବାନ୍ଧିଲେ ଗ୍ରାମବାସୀ । ମହିଳାଙ୍କ ଅଶ୍ଲୀଳ ଭିଡିଓ ଉତ୍ତୋଳନ କରି ବ୍ଲାକମେଲ କରୁଥିବା ଅଭିଯୋଗ ।
ଜଳେଶ୍ୱର: ଭୋଗରାଇ ଥାନା ଗୁନେଇବସାଣ ଗାଁରେ ଖୁଣ୍ଟରେ ବାନ୍ଧି ୩ ରୋଡ୍ ରାମିଓଙ୍କୁ ଖୁଣ୍ଟର ବାନ୍ଧିଲେ ଗ୍ରାମବାସୀ । ମହିଳାଙ୍କ ଅଶ୍ଲୀଳ ଭିଡିଓ ଉତ୍ତୋଳନ କରି ବ୍ଲାକମେଲ କରୁଥିବା ଅଭିଯୋଗ ।
‘ସେନା’ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ, ଜାଣନ୍ତୁ ଫାଇଦାରେ ରହିଲା କେଉଁ ଦଳ ?
ମୁମ୍ବାଇ: ମହାରାଷ୍ଟ୍ର ଉଦ୍ଧବ ସରକାରରେ ବିଭାଗ ବଣ୍ଟନ । ମହା ବିକାଶ ଅଘାଡ଼ି ନେତା ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଭାଗ ବଣ୍ଟନ କରିଛନ୍ତି । ଉପ ମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ୍ ପାୱାରଙ୍କୁ ଅର୍ଥମନ୍ତ୍ରୀ ପଦ ମିଳିଛି । ଏନସିପି ନେତା ଅନିଲ ଦେଶମୁଖଙ୍କୁ ଗୃହ ମନ୍ତ୍ରାଳୟ ସହ ମିଳିଛି । ଅର୍ଥ, ଜଳ ସେଚନ, ଗ୍ରାମୀଣ ବିକାଶ, ଅବକାରୀ ଓ ସମବାୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଏନସିପି ହାତରେ ପଡ଼ିଛି ।
ସର୍ବଦା କୃଷିକୁ ନେଇ ଚର୍ଚ୍ଚାରେ ରହୁଥିବା ମହାରାଷ୍ଟ୍ରରେ ଶିବସେନା କୃଷି ବିଭାଗକୁ ନିଜ ପାଖରେ ରଖିଛି । ଯେତେବେଳେ କି କଂଗ୍ରେସର ଅଧିକାଂଶ ବିଧାୟକ ଗାଁ ଅଞ୍ଚଳରୁ ନିର୍ବାଚିତ ହୋଇଛନ୍ତି । ତେବେ, ଗାଁ ସହିତ ସମ୍ପର୍କ ଅଧିକ ବିଭାଗ ପାଇବାକୁ କଂଗ୍ରେସ ଆଶା ରଖିଥିବା ବେଳେ ନିରାଶ ହେବାକୁ ପଡ଼ିଛି । ମନ୍ତ୍ରୀ ମଣ୍ଡଳରେ ଆଦିତ୍ୟ ଠାକରେଙ୍କୁ ପର୍ଯ୍ୟଟନ ବିଭାଗ ମିଳିଛି ।
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ଉଦ୍ଧବ ସେନାରେ ଏବେ ୪୩ ମନ୍ତ୍ରୀ ଅଛନ୍ତି । ୨୮ ନଭେମ୍ବରକୁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେତେବେଳେ ଶିବସେନା, କଂଗ୍ରେସ ଓ ଏନସିପିରୁ ୨ ଜଣ ଲେଖାଏଁ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ।
ଶିବାଜୀ ପାର୍କରେ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀର ଶପଥ ନେଲେ ଉଦ୍ଧବ ଠାକରେ
୧୬ କୋଟିର ଗଞ୍ଜେଇ ଗଛ ନଷ୍ଟ
ବାଲିଗୁଡ଼ା: ବାଲିଗୁଡ଼ାରେ ୧୬ କୋଟି ଟଙ୍କାର ବେଆଇନ ଗଞ୍ଜେଇ ଚାଷ ନଷ୍ଟ । ପ୍ରାୟ ୧ଲକ୍ଷ ୬୦ ହଜାର ଗଛକୁ ଚଢ଼ାଉ ବେଳେ ନଷ୍ଟ କରିଦିଆଯାଇଛି । ପୋଲିସ, ବନ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା ।

କନ୍ଧମାଳ ବାଲିଗୁଡ଼ା ଥାନା ମିଡ଼ିଆକିଆ ଓ ଜକିକିଆ ଅଞ୍ଚଳର ୧୬୦ଏକର ଜମିରେ ଏହି ବେଆଇନ ଗଞ୍ଜେଇ ଚାଷ ହେଉଥିଲା ।
କେଉଁଠୁ ଓ କାହିଁକି ଆରମ୍ଭ ହେଲା ଶାମ୍ବଦଶମୀ ?
ଭୁବନେଶ୍ୱର: ଆଜି ପବିତ୍ର ଶାମ୍ବଦଶମୀ । ଘରେ ଘରେ ସୂର୍ଯ୍ୟ ପୂଜା ସହ ଜମିବ ପିଠା ପଣାର ଆସର । ଏପଟେ ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ।

ଏଥିସହ ସ୍ୱତନ୍ତ୍ର ନୀତି ପରେ ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ ହେବ । ସକାଳୁ ହୋମ ସ୍ୱତନ୍ତ୍ର ନୀତି ପରେ ରଥରେ କଳସ ସ୍ଥାପନ ସହ ସୂର୍ଯ୍ୟ ବିଗ୍ରହଙ୍କୁ ରଥାରୁଢ଼ କରାଯିବ । ରଥ ଉପରେ କାକରା, ୧୦୮ ବରା ଓ ପୋଡ଼ ପିଠା ଲାଗି ହେବ ।

ଏହାପରେ ଶତାଧିକ ଶ୍ରଦ୍ଧାଳୁ ଆନନ୍ଦ ଉଲ୍ଲାସର ସହ ରଥ ଟାଣିବେ । ଏହି ରଥ ୨୭ ଦିନ ପର୍ଯ୍ୟନ୍ତ ଚନ୍ଦ୍ରଭାଗାରେ ରହିବ ।

ମାଘ ସପ୍ତମୀରେ ବାହୁଡା ଅନୁଷ୍ଠିତ ହେବ । ପୌରାଣିକ ମତ ଅନୁସାରେ ଦ୍ଵାପର ଯୁଗରେ କୃଷ୍ଣଙ୍କ ପୁଅ ଶାମ୍ବ କୁଷ୍ଠ ରୋଗରୁ ମୁକ୍ତ ହେବା ପାଇଁ ସୂର୍ଯ୍ୟଙ୍କ ଉପାସନା କରିଥିଲେ । ପରେ ସେ ବ୍ୟାଧି ମୁକ୍ତ ହୋଇଥିଲେ । ଶାକଲ୍ୟ ଦ୍ୱୀପରୁ ବ୍ରାହ୍ମଣଙ୍କୁ ଆଣି ବିଗ୍ରହ ପୂଜା କରି ସୂର୍ଯ୍ୟ ରଥ ଯାତ୍ରା ଆରମ୍ଭ କରିଥିଲେ ।
ଛାଡ଼ିଲା ବର୍ଷା; ୩ରୁ ୪ ଡିଗ୍ରୀ ଖସିବ ପାରଦ, ଥରିବ ଓଡ଼ିଶା
ଭୁବନେଶ୍ୱର: ପାଗରେ ଆସିବ ସୁଧାର । ବର୍ଷାରୁ ମିଳିବ ତ୍ରାହି । ୨ ଦିନ ହେଲା ସାରା ରାଜ୍ୟରେ ଅଦିନିଆ ବର୍ଷା ଲାଗି ରହିଥିବା ବେଳେ ଏବେ ଆଶ୍ୱସ୍ତି ମିଳିବାକୁ ଯାଉଛି । ଆଜିଠୁ ପାଗରେ ପରିବର୍ତ୍ତନ ଆସିବ । ତେବେ, ବର୍ଷା ଛାଡ଼ିବା ପରେ ପୁଣି ହାଡ଼ଭଙ୍ଗା ଶୀତ ଫେରିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
୩ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ଦେଖାଦେବ ଘନ କୁହୁଡ଼ି । ଶୀତଋତୁରେ ୨ ଦିନ ଧରି ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା । ତାଳଚେରରେ ସର୍ବାଧିକ ୫୮ ମିଲିମିଟର, ବାଲେଶ୍ୱରରେ ୨୨, କେନ୍ଦୁଝରରେ ୧୫ ଓ ଭୁବନେଶ୍ୱରରେ ୧୨ମିଲିମିଟର ବର୍ଷା ହୋଇଛି ।
ଆସନ୍ତା ୬ ତାରିଖଠାରୁ ରାଜ୍ୟର ଉପାନ୍ତରୁ ଉପକୂଳ, ସବୁଠି ଶୀତ ଅନୁଭୂତ ହେବ । ସାରା ଓଡ଼ିଶାକୁ ଥରାଇବ ହାଡ଼ଭଙ୍ଗା ଶୀତ । ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏଁ ତାପମାତ୍ରା ହ୍ରାସ ପାଇବ । କୋହଲା ପାଗ ସାଙ୍ଗକୁ ଥଣ୍ଡା ପବନ ବହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଅନୁଗୁଳ: ପୁଣି ଦନ୍ତା ହାତୀର ମୃତ୍ୟୁ । ପୁରୁଣାଗଡ଼ ରେଞ୍ଜ ପୁପୁଣ୍ଡା ଜଙ୍ଗଲରୁ ଦନ୍ତାର ମୃତଦେହ ଠାବ । ମୃତ୍ୟୁର କାରଣ ଅସ୍ପଷ୍ଟ, ଘଟଣାସ୍ଥଳରେ ବନ ବିଭାଗର ତଦନ୍ତ ।
ଅନୁଗୁଳ: ପୁଣି ଦନ୍ତା ହାତୀର ମୃତ୍ୟୁ । ପୁରୁଣାଗଡ଼ ରେଞ୍ଜ ପୁପୁଣ୍ଡା ଜଙ୍ଗଲରୁ ଦନ୍ତାର ମୃତଦେହ ଠାବ । ମୃତ୍ୟୁର କାରଣ ଅସ୍ପଷ୍ଟ, ଘଟଣାସ୍ଥଳରେ ବନ ବିଭାଗର ତଦନ୍ତ ।
ଭାରତ-ଶ୍ରୀଲଙ୍କା ମଧ୍ୟରେ ୩ ଟିକିଆ ଟି-ଟ୍ୱେଣ୍ଟି, ଆଜି ଖେଳାଯିବ ପ୍ରଥମ ମ୍ୟାଚ୍
ଗୁଆହାଟି: ଆଜି ଭାରତ ଶ୍ରୀଲଙ୍କା ପ୍ରଥମ ଟି-୨୦ ମ୍ୟାଚ । ୨୦୨୦ ବର୍ଷର ପ୍ରଥମ ଟି-୨୦ ମ୍ୟାଚ ଜିତିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଆସାମର ଗୁଆହାଟିରେ ଥିବା ବରସାପରା ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ ।
ଆହତରୁ ଦଳକୁ କମବ୍ୟାକ କରିଛନ୍ତି ଦ୍ରୁତ ବୋଲର ଯଶପ୍ରୀତ ବୁମରା ଏବଂ ଓପନର ଶିଖର ଧୱନ । ତେବେ ଆଜିର ମ୍ୟାଚରେ ରୋହିତ ଶର୍ମା ଖେଳୁନଥିବାରୁ ଧୱନ ଇନିଂସ ଓପନ କରିପାରନ୍ତି । ସେପଟେ ଆହତ କାରଣରୁ ଭୁବନେଶ୍ୱର କୁମାର ଓ ଦୀପକ ଚହର ଦଳରୁ ବାଦ୍ ପଡ଼ିଛନ୍ତି ।
ସେହିପରି ମହମଦ ସାମିଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି । ଅନ୍ୟପକ୍ଷେ ଶ୍ରୀଲଙ୍କା ବିଜୟରୁ ତାର ୨୦୨୦ ଟି-୨୦ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ସେହିପରି ଲସିତ ମାଲିଙ୍ଗାଙ୍କ ସହ ଆଞ୍ଜେଲା ମାଥ୍ୟୁସଙ୍କ ଭଳି ବରିଷ୍ଠ ଖେଳାଳି ଥିବାରୁ ଦଳ ଭଲ ପ୍ରଦର୍ଶନ ନେଇ ଆଶାବାଦୀ ରହିଛି ।
ରକେଟ୍ ମାଡ଼ରେ ଥରି ଉଠିଲା ଆମେରିକା, ଟ୍ରମ୍ପ ଦେଲେ ବିଧ୍ୱଂସକ ବୟାନ
ନୂଆଦିଲ୍ଲୀ: ଘନେଇବାରେ ଲାଗିଛି ଆମେରିକା-ଇରାନ୍ ମଧ୍ୟରେ ବିବାଦ । ବାଗଦାଦରେ ଥିବା ଆମେରିକା ଦୂତାବାସ ଓ ବଲ୍ଲାଦ ସେନା କ୍ୟାମ୍ପ ଉପରେ ଇରାନର ରକେଟ୍ ମାଡ଼ ପରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି । ଆମେରିକୀୟ ସେନା ଇରାନର ୫୨ଟି ଠିକଣାକୁ ଚିହ୍ନଟ କରିନେଇଛି । ଇରାନ କୌଣସି ଆମେରିକୀୟ ସମ୍ପତ୍ତି କିମ୍ବା ଆମେରିକୀୟ ନାଗରିକଙ୍କ ଉଫରେ ଆକ୍ରମଣ କରେ ତେବେ, ପରିଣାମ ବହୁତ ବିଧ୍ୱଂସକ ହେବ ବୋଲି ଟ୍ରମ୍ପ କହିଛନ୍ତି ।
….targeted 52 Iranian sites (representing the 52 American hostages taken by Iran many years ago), some at a very high level & important to Iran & the Iranian culture, and those targets, and Iran itself, WILL BE HIT VERY FAST AND VERY HARD. The USA wants no more threats!
— Donald J. Trump (@realDonaldTrump) January 4, 2020
ଇରାକରେ ଆମେରିକୀୟ ଦୂତାବାସ ଓ ବଲ୍ଲାଦ ସେନା କ୍ୟାମ୍ପରେ ରକେଟ୍ ଆକ୍ରମଣ ପରେ ଟ୍ରମ୍ପ ଏଭଳି କଡ଼ା ଚେତାବନୀ ଦେଇଛନ୍ତି । ଇରାନର ଟପ୍ ନେତା କାସିମ ସୁଲେମାନିକୁ ଆମେରିକା ଏୟାର ଷ୍ଟ୍ରାଇକ୍ କରି ମାରିବା ପରେ ୨ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି ।
Under President @realDonaldTrump, America's policy is unambigious toward terrorists who harm or plan to harm any American. pic.twitter.com/4rYsj2ZxSF
— The White House 45 Archived (@WhiteHouse45) January 4, 2020
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, କାସିମ ସୁଲେମାନିକୁ ନିହତ କରି ଆମେରିକା ଦୁନିଆକୁ ଆତଙ୍କୀ ନେତାଠାରୁ ମୁକ୍ତି ଦେଇଛି । ସୁଲେମାନି ଆମେରିକୀୟଙ୍କ ସମେତ ଇରାନୀୟଙ୍କୁ ହତ୍ୟା କରୁଥିଲା । ଆତଙ୍କବାଦକୁ ନେଇ ଆମେରିକାର ନୀତି ସ୍ପଷ୍ଟ । ଯେ କେହିବି ଆମେରିକାର କ୍ଷତି କରିବାକୁ ଭାବିବ । ଆମେ ତାକୁ ଶେଷ କରିଦେବୁ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି ।
ଇରାନ ଜେନେରାଲ କାସେମ ସୋଲେମାନିଙ୍କୁ ହତ୍ୟା କରିବାକୁ ଡୋନାଲ୍ଡ ଟ୍ରମ୍ଫ ଦେଇଥିଲେ ନିର୍ଦ୍ଦେଶ !

