ଅନୁଗୋଳ: ଖୋଲାଖୋଲି ଚାଲିଛି ଅନ୍ଧବିଶ୍ୱାସର ନାଟକ । ବିଶ୍ୱାସର ଦ୍ଵାହି ଦେଇ ଚାଲିଛି ଅନ୍ଧବିଶ୍ୱାସର ଖେଳ । କେବଳ ସାଧାରଣ ଜନତା ନୁହନ୍ତି, ଏଠି ବିଧାୟକ ମଧ୍ୟ । ଏ ଦୃଶ୍ୟ ହେଉଛି ଆଠ ମଲ୍ଲିକ ଆମ୍ବସରମୁଣ୍ଡାର। ଆଉ ଇଏ ହେଉଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ସାଏ । ଆମ୍ବସରମୁଣ୍ଡା ଗାଁରେ ଗଣ୍ଡ ସମାଜର ଜାତିଦେବୀଙ୍କ ପୂଜା ଥିଲା ।

ପୂଜାରେ ଘଣ୍ଟ, ଶଙ୍ଖ ଓ ବାଦ୍ୟର ତାଳେତାଳେ ମା’ଙ୍କ ଶୋଭାଯାତ୍ରା ଚାଲିଥିଲା ।ହେଲେ ଶୋଭାଯାତ୍ରା ବେଳେ ବିଧାୟକଙ୍କ ଦେହରେ କୁଆଡ଼େ କାଳିସୀ ବିଜେ କରିଥିଲେ ବୋଲି କୁହାଯାଉଛି । ଖଣ୍ଡା ଧରି ଝୁମିଥିଲେ ବିଧାୟକ ରମେଶ ସାଏ । ଇଏ ହେଉଛି ସେ ସମୟର ଦୃଶ୍ୟ । ଦେଖନ୍ତୁ ମୁଣ୍ଡରେ ନାଲି ପଗଡ଼ି, ବେକରେ ଫୁଲମାଳ ସହ ଖଣ୍ଡା ଧରିଛନ୍ତି ବିଧାୟକ ।

ଆଉ ତାଙ୍କ ଦେହରେ ଦେବୀ ଉଭା ହୋଇଥିବା ଭାବି ତାଙ୍କୁ ପୂଜାର୍ଚ୍ଚନା କରୁଛନ୍ତି ଗଣ୍ଡ ସମାଜର ଲୋକ । ଧୂପ, ଦୀପ, ଫୁଲ, ଚନ୍ଦନ ଦେଇ ପୂଜା ଚାଲିଛି । ଶହଶହ ଲୋକଙ୍କ ଆଗରେ ଚାଲିଛି ଅନ୍ଧବିଶ୍ୱାସର ଏ ଖେଳ । ଖୋଦ୍ ବିଧାୟକଙ୍କ ଦେହରେ କାଳିସୀ ବିଜେ କରିଥିବା ଲୋକ କହୁଛନ୍ତି । ଦେବୀଙ୍କ ଆବିର୍ଭାବ ଭାବି ଚାଲିଛି ପୂଜାର୍ଚ୍ଚନା । ହେଲେ ପ୍ରଶ୍ନ ଉଠୁଛି, ଏ କି ମାନସିକତା ? ତେବେ ଏନେଇ ବିଧାୟକ ରମେଶ ସାଏଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।









ଇଞ୍ଜେକ୍ସନ ନେବା ପରେ ନିରଞ୍ଜନଙ୍କ ପାଟି ବନ୍ଦ ହୋଇଯାଇଥିଲା । କୁମାର ହସ୍ପିଟାଲ କର୍ତ୍ତୃପକ୍ଷ ଭୁଲ୍ ଜାଣିପାରି ତାଙ୍କୁ ଭୁବନେଶ୍ୱର ପଠାଇ ଦେଇଥିଲେ । ସେଠାରେ ନିରଞ୍ଜନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । 



ସର୍ବଦା କୃଷିକୁ ନେଇ ଚର୍ଚ୍ଚାରେ ରହୁଥିବା ମହାରାଷ୍ଟ୍ରରେ ଶିବସେନା କୃଷି ବିଭାଗକୁ ନିଜ ପାଖରେ ରଖିଛି । ଯେତେବେଳେ କି କଂଗ୍ରେସର ଅଧିକାଂଶ ବିଧାୟକ ଗାଁ ଅଞ୍ଚଳରୁ ନିର୍ବାଚିତ ହୋଇଛନ୍ତି । ତେବେ, ଗାଁ ସହିତ ସମ୍ପର୍କ ଅଧିକ ବିଭାଗ ପାଇବାକୁ କଂଗ୍ରେସ ଆଶା ରଖିଥିବା ବେଳେ ନିରାଶ ହେବାକୁ ପଡ଼ିଛି । ମନ୍ତ୍ରୀ ମଣ୍ଡଳରେ ଆଦିତ୍ୟ ଠାକରେଙ୍କୁ ପର୍ଯ୍ୟଟନ ବିଭାଗ ମିଳିଛି ।
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ଉଦ୍ଧବ ସେନାରେ ଏବେ ୪୩ ମନ୍ତ୍ରୀ ଅଛନ୍ତି । ୨୮ ନଭେମ୍ବରକୁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେତେବେଳେ ଶିବସେନା, କଂଗ୍ରେସ ଓ ଏନସିପିରୁ ୨ ଜଣ ଲେଖାଏଁ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ।



