spot_img
Home Blog Page 7395

କେଉଁ ପରିସ୍ଥିତିରେ ମୀନାକ୍ଷୀ ଆତ୍ମହତ୍ୟା କଲେ ସେନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଡିଜି ଅଭୟ

ବ୍ରହ୍ମପୁର: ବ୍ରହ୍ମପୁର ମୀନାକ୍ଷୀ ମିଶ୍ର ମୃତ୍ୟୁ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ଅଭୟ। କେଉଁ ପରିସ୍ଥିତିରେ ମୀନାକ୍ଷୀ ଆତ୍ମହତ୍ୟା କଲେ ସେନେଇ ତଦନ୍ତ ହେବ । ଆଇଜିପି ରେଖା ଲୋହାନିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି।

ପୁଅର ଗିରଫଦାରୀ ପ୍ରତିବାଦରେ ବ୍ରହ୍ମପୁର ଏସ୍‌ପି ଅଫିସ କ୍ୟାମ୍ପସରେ ଆତ୍ମାହୁତି ଉଦ୍ୟମ କରିଥିଲେ ମୀନାକ୍ଷୀ। ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ମୀନାକ୍ଷୀ ମିଶ୍ରଙ୍କର ମୃତ୍ୟୁ ହୋଇଥିଲା ।

ସାବରମତି ଆଶ୍ରମରେ ପହଞ୍ଚି ଗାନ୍ଧିଜୀଙ୍କ ବିଷୟରେ ଅଧିକ ଜାଣିବାର ସୁଯୋଗ ପାଇଲେ ଡୋନାଲ୍ଡ ଟ୍ରମ୍ପ୍‌

ସମସ୍ତ ପ୍ରତୀକ୍ଷାର ଅନ୍ତପରେ ଭାରତ ପହଞ୍ଚିଲେ ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ।

ବିମାନ ବନ୍ଦରରୁ ଟ୍ରମ୍ପ ଓ ମୋଦି ଗୁଜରାଟରରେ ଥିବା ବିଶ୍ୱର ସର୍ବବୃହତ୍ତ କ୍ରିକେଟ ଷ୍ଟାଡିୟମ ଅଭିମୁଖେ ଦୀର୍ଘ ୨୨ କିଲୋମିଟର ରୋଡ ଶୋ’ କରିଛନ୍ତି ।

ଏନେଇ ଆଜି ଅହମଦାବାଦରେ ପହଞ୍ଚିଥିଲେ ଟ୍ରମ୍ପ । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏୟାରପୋର୍ଟରେ ସ୍ୱାଗତ କରିଛନ୍ତି ।

ଏହି ଅବସରରରେ ତାଙ୍କ ସହ ମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ମଧ୍ୟ ଆସିଛନ୍ତି ।

 

ପରେ ପ୍ରଧାନମନ୍ତ୍ରୀ ଓ ଟ୍ରମ୍ପ ସାବରମତୀ ଆଶ୍ରମରେ ପହଞ୍ଚିଥିଲେ । ଆଶ୍ରମରେ ଟ୍ରମ୍ପ ଚରଖା ଚଲାଇବା ସହ ଚରଖା ବିଷୟରେ ପଚାରି ବୁଝିଥିଲେ ।୯୦ ବର୍ଷ ପୂର୍ବରୁ ଏହି ଆଶ୍ରମରେ ଜାତିର ପିତା ମହାତ୍ମା ଗାନ୍ଧି ଲବଣ ସତ୍ୟାଗ୍ରହ ଆରମ୍ଭ କରିଥିଲେ । ଏହି ଆଶ୍ରମ ମହାତ୍ମା ଗାନ୍ଧି ଏବଂ ତାଙ୍କ ପତ୍ନୀ କସ୍ତୁରବାଙ୍କ ନିବାସ ସ୍ଥାନ ମଧ୍ୟରୁ ଗୋଟିଏ ।

ଏହା ସହ ପ୍ରଧାନମନ୍ତ୍ରୀ ଗାନ୍ଧିଜୀଙ୍କ ତିନି ମାଙ୍କଡ଼ଙ୍କ ବିଷୟରେ ରାଷ୍ଟପତିଙ୍କୁ ଅବଗତ କରାଇଥିଲେ ।

ଲିଫ୍ଟ ବାହାନାରେ ମହିଳାଙ୍କୁ ଉଠାଇନେଲେ ସରକାରୀ କ୍ୱାର୍ଟର୍ସକୁ, ଆଉ ତାପରେ…

0

ଆନନ୍ଦପୁର: ସରକାରୀ କ୍ୱାର୍ଟର୍ସରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମର ଅଭିଯୋଗ  । ବସ୍‌ ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିବା ମହିଳାଙ୍କୁ ଅପହରଣ ପରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ କରିଛନ୍ତି ମହିଳା । କେନ୍ଦୁଝର ଜିଲ୍ଲା ଶାଳପଡ଼ା ଅଞ୍ଚଳରୁ ଏହି ଅଭିଯୋଗ ଆସିଛି ।

ସୂଚନା ଅନୁଯାୟୀ, ଯାଜପୁର ଅଞ୍ଚଳର ଜଣେ ମହିଳା ଶାଳପଡ଼ା ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିଲେ । ଘରେ ପହଞ୍ଚାଇ ଦେବାକୁ କହି ୫ଜଣ ଯୁବକ ତାଙ୍କୁ ସ୍ଥାନୀୟ ଜଳସମ୍ପଦ ବିଭାଗର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ୱାର୍ଟର୍ସକୁ ନେଇଯାଇଥିଲେ । ସେଠାରେ ତାଙ୍କୁ ମାଡ଼ ମାରିବା ସହ ଦୁଷ୍କର୍ମ ଉଦ୍ୟମ ହୋଇଥିବା ମହିଳା ଜଣଙ୍କ ଘଷିପୁରା ଥାନାରେ ଅଭିଯୋଗ ଆଣିଛନ୍ତି । ପୋଲିସ ୫ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।

 

ଚୀନ ପରେ ଦକ୍ଷିଣ କୋରିଆରେ ମହାମାରୀର ରୂପ ନେଉଛି କରୋନା ଭାଇରସ୍‌

ଚୀନ ପରେ ଏବେ ଦକ୍ଷିଣ କୋରିଆରେ କରୋନା ଭାଇରସର ଭୟ । ଦକ୍ଷିଣ କୋରିଆରେ ବର୍ତ୍ତମାନ ସୁଦ୍ଧା ୫୫୬ ଜଣ ଭାଇରସରେ ଆକ୍ରାନ୍ତ ହୋଇସାରିଲେଣି । ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ରାଷ୍ଟ୍ରପତି ମୁନ୍‌ ଯାଏ ଇନ୍‌ ସବୁ ହସ୍ପଟାଲକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ୱାର୍ଡ ଗଠନ କରି ଚିକିତ୍ସା ଆରମ୍ଭ କରିବାକୁ କୁହାଯାଇଛି ।

ଏଥିସହ ଦେଶରେ ଜାରି କରାଯାଇଛି ଆଲର୍ଟ । ସେପଟେ ଇଟାଲୀରେ କରୋନା ଭାଇରସ୍‌ ଯୋଗୁ ୨ ଜଣଙ୍କ ଜୀବନ ଯିବା ପରେ ଭୟରେ ଲୋକ ଅନ୍ୟତ୍ର ଯିବାକୁ ଚେଷ୍ଟା କରୁଛନ୍ତି । ସ୍କୁଲ, କଲେଜ, ଅଫିସ, ଖେଳକୁଦ ଓ ପ୍ରତିଯୋଗିତା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି । ସରକାରୀ ଅଫିସ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୭୮ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଚୀନରେ ୨ ହଜାର ୩୪୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୬ ହଜାର ୨୮୮ ଜଣ ଆକ୍ରାନ୍ତ ହୋଇଛନ୍ତି । ଜାପାନରେ ୭୩୯ ଜଣ, ସିଙ୍ଗାଗାପୁରରେ ୮୬ ଓ ଆମେରିକାରେ ୩୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ଅହମଦାବାଦରେ ଅବତରଣ କଲା ଟ୍ରମ୍ପଙ୍କ ବିମାନ

0

ଅହମଦାବାଦ: ଭାରତରେ ପହଁଚିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଅହମଦାବାଦରେ ଅବତରଣ କଲା ଟ୍ରମ୍ପଙ୍କ ବିମାନ । ଟ୍ରମ୍ପଙ୍କ ସ୍ୱାଗତ ପାଇଁ ଅହମ୍ମଦାବାଦଠୁ ଆଗ୍ରା, ସବୁଠି ବ୍ୟାପକ ପ୍ରସ୍ତୁତି ।

ପରିବାର ସହ ଭାରତ ଆସିଛନ୍ତି ଆମେକରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ୍ । ସାଙ୍ଗରେ ପତ୍ନୀ ମେଲାନିଆ ଓ ଝିଅ ଇଭାଙ୍କା ମଧ୍ୟ ଆସିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅହମ୍ମଦାବାଦରେ ପହଞ୍ଚିଛନ୍ତି ।

ଅନୁପ ସାଏଙ୍କୁ ପୁଣି ରିମାଣ୍ଡରେ ନେବାକୁ ଆବେଦନ

0

ରାୟଗଡ଼: କଳ୍ପନା ଓ ବବ୍‌ଲି ଡବଲ୍‌ ମର୍ଡର ମାମଲା ପଛରେ ଆଉ କିଏ ? କ’ଣ ରହିଛି ଆଉ ରହସ୍ୟ ? ଅଧିକ ପଚରାଉଚରା ପାଇଁ ଅନୁପ ସାଏଙ୍କୁ ପୁଣି ରିମାଣ୍ଡରେ ନେବାକୁ ଆବେଦନ କରିଛି ରାୟଗଡ଼ ପୋଲିସ। ଆଜି ଏନେଇ ଶୁଣାଣି ହେବ ।  ସତ ଓଗାଳିବାକୁ ଅନୁପ ସାଏଙ୍କୁ ପୁଣି ୩ଦିନ ରିମାଣ୍ଡ ସହ ନାର୍କୋ ଟେଷ୍ଟ ପାଇଁ ଆବେଦନ କରିଛି ରାୟଗଡ଼ ପୋଲିସ। ଟିଆଇ ପରେଡ୍‌ ବେଳେ ଘଟଣାର ପ୍ରତ୍ୟକ୍ଷଦର୍ଶୀ ଦୁଇ ହତ୍ୟାକାରୀଙ୍କୁ ଚିହ୍ନିଛନ୍ତି ।

ସେପଟେ ପୋଲିସ୍‌ ହେପାଜତ୍‌ରେ ଇନୋଭା ଥିବା ବେଳେ, ଏଯାଏଁ ବୋଲେରୋର ପତ୍ତା ମିଳିନି । ହତ୍ୟାରେ ବ୍ୟବହୃତ ଅସ୍ତ୍ର ଜବତ କରିବା ବି ପୋଲିସ ପାଇଁ ଚ୍ୟାଲେଞ୍ଜ । ସେପଟେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଧାରଣାରୁ ଉଠିଛନ୍ତି ଅନୁପ ସାଏଙ୍କ ପରିବାର ଲୋକ । ଅନୁପ ନିର୍ଦ୍ଦୋଷ, ତାଙ୍କୁ ଫସାଇ ଦିଆଯାଇଛି । ଘଟଣାର ସିବିଆଇ ତଦନ୍ତ ପାଇଁ ସେମାନେ ଦାବି କରିଛନ୍ତି ।

ଅନୁପ ସାଏଙ୍କୁ ରାଜ୍ୟ ପଣ୍ୟାଗାର ଅଧ୍ୟକ୍ଷ ପଦରୁ ନିଲମ୍ବିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୂର୍ବ ଶତ୍ରୁତାକୁ ନେଇ ରାତି ଅଧରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

0

ଅନୁଗୁଳ: କୋଶଳା ଗାଁରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ଜଣାପଡିଛି । ଗୁରୁତର ଯୁବକ ହେଉଛନ୍ତି ସୁଶାନ୍ତ ପ୍ରଧାନ। ଗତକାଲି ବିଳମ୍ବିତ ରାତିରେ ୨ଜଣ ଦୁର୍ବୃତ୍ତ ସୁଶାନ୍ତଙ୍କୁ ଖଣ୍ଡାରେ ଆକ୍ରମଣ କରିବା ସହ ତାଙ୍କ ପତ୍ନୀଙ୍କୁ ମାଡ଼ ମାରିଥିଲେ।

 

ସୁଶାନ୍ତଙ୍କ ମୁହଁରେ ଆଘାତ ଲାଗିଛି। କାଜୁ ବ୍ୟବସାୟକୁ ନେଇ ସୁଶାନ୍ତଙ୍କର କିଛି ଲୋକଙ୍କ ସହ ଶତ୍ରୁତା ଥିଲା । ଏହାକୁ ନେଇ ତାଙ୍କୁ ଆକ୍ରମଣ କରାଯାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ସୁଶାନ୍ତଙ୍କ ଘରୁ ଦୁର୍ବୃତ୍ତମାନେ ଟଙ୍କା, ସୁନା ନେଇଥିବା ଅଭିଯୋଗ ହୋଇଛି ।

ସିନ୍ଦୂର ମାଗିବାରୁ ଯବାନ ଦେଲେ ଭିଡ଼ିଓ ଭାଇରାଲର ଧମକ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ଲଭ୍‌, ସେକ୍ସ, ଧୋକା । ବିଏସ୍‌ଏଫ୍‌ ଅଧିକାରୀଙ୍କ ହେଟ୍‌ ଷ୍ଟୋରୀ । ନମ୍ବର ଏକ୍ସଚେଞ୍ଜ, ହ୍ୱାଟସ୍‌ଆପ୍‌ରେ ମିଠା ମିଠା କଥା ଏବଂ ପରେ ପ୍ରେମ ସମ୍ପର୍କ । ପ୍ରେମ ପରେ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡ଼ିଓ ଭାଇରାଲ ଓ ହତ୍ୟା ଧମକ । ସିନ୍ଦୂର ମାଗିବାରୁ ଖଳନାୟକ ସାଜିଲେ ଯବାନ ପ୍ରେମିକ ପ୍ରବର । ଅଶ୍ଳିଳ ଭିଡ଼ିଆ ଡିଲିଟ କରିବା ପାଇଁ ଲକ୍ଷାଧିକ ଟଙ୍କା ମାଗି କରୁଥିଲେ ବ୍ଲ।କମେଲିଂ। ଜଟଣୀ ବିଏସଏଫ୍‌ କ୍ୟାମ୍ପରେ କାର୍ଯ୍ୟରତ ଥିବା ଡିଏସପି ର‍୍ୟାଙ୍କର ଅଧିକାରୀ ମନୋଜ ମହାକୁଡଙ୍କ ନାଁରେ ମହିଳା ଥାନାରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି । ମନୋଜଙ୍କ ଘର ଜଗତସିଂହପୁର ଜିଲ୍ଲା ଚାଷୀଖଣ୍ଡ ଅଞ୍ଚଳରେ ।

ସୂଚନା ଅନୁଯାୟୀ, ୨୦୧୭ ମସିହାରେ ସଂପୃକ୍ତ ଯୁବତୀଙ୍କ ସହିତ ଯବାନଙ୍କର ଏକ ବିଲଡର ସଂସ୍ଥାରେ ଦେଖା ହୋଇଥିଲା । ଯୁବତୀ ଜଣଙ୍କ ବିଲଡର ସଂସ୍ଥାରେ ଏଜେଣ୍ଟ ଭାବେ କାମ କରୁଥିଲେ । ଜାଗାବାଡି କିଣାବିକାକୁ ନେଇ ଫୋନ ନମ୍ବର ଦିଆନିଆ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ପରବର୍ତ୍ତି ସମୟରେ ମନୋଜ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଅନିଚ୍ଛା ସତ୍ତ୍ୱେ ବାରମ୍ବାର ଶାରୀରିକ ସଂପର୍କ ରଖିଥିବା ଅଭିଯୋଗ ହୋଇଛି।

ସରଳତାର ଫାଇଦା ଉଠାଇ ଭିଡ଼ିଓ କରିଥିଲେ ଯବାନ ଜଣକ । ବିବାହ ପାଇଁ ଯୁବତୀ ଜଣକ କହିବାରୁ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ କରିବା ଓ ହତ୍ୟା ଧମକ ଦେଇଥିଲେ ଯବାନ ଜଣକ । ଅଭିଯୋଗ ପରେ ମନୋଜଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଏନେଇ କମିଶନରେଟ ପୋଲିସ ପକ୍ଷରୁ ପତିକ୍ରିୟା ମିଳିପାରିନି।

ରାଜଧାନୀରେ ବୁଲୁଛି ନରହନ୍ତା ଦନ୍ତା ! ପିପିଲିରେ ହାତୀ ନେଇଛି ୪ ଜୀବନ

ଭୁବନେଶ୍ୱର: ପାତ୍ରପଡା ମେଡିସିନାଲ୍‌ ଗାର୍ଡେନ୍‌ରେ ହାତୀ ଠାବ ହୋଇଛି । ହାତୀକୁ ଚାରିପଟୁ ଘେରିଛନ୍ତି ଖୋର୍ଦ୍ଧା ଓ ଚନ୍ଦକା ବନ ବିଭାଗ କର୍ମଚାରୀ।  ଟ୍ରାକିଂ ମାଧ୍ୟମରେ ହାତୀର ଅବସ୍ଥିତି ସଂପର୍କରେ ସୂଚନା ମିଳିଛି । ଏସମ୍ପର୍କରେ ଭୁବନେଶ୍ୱର ସିଟି ଡିଏଫଓ ସୂଚନା ଦେଇଛନ୍ତି । ଆଜି ଭୋରରୁ ହାତୀ ଆକ୍ରମଣରେ ଆଉ ଜଣେ ମହିଳା ଗୁରୁତର ହୋଇଛନ୍ତି । ତେବେ ପାତ୍ରପଡାରେ ଠାବ ହୋଇଥିବା ହାତୀ ପିପିଲର ନରହନ୍ତା ଦନ୍ତା କି ନୁହେଁ, ସେନେଇ ସ୍ପଷ୍ଟ ହୋଇନି ।

ଗତକାଲି ପିପିଲି ଅଞ୍ଚଳରେ ଆତଙ୍କ ଖେଳାଇଥିଲା ଦନ୍ତା । ହାତୀ ଆକ୍ରମଣରେ ୪ଜଣଙ୍କ ଜୀବନ ଯାଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି। ରାତି ତମାମ ହାତୀକୁ ଖୋଜି ଖୋଜି ନାକେଦମ୍‌ ହୋଇଥିଲେ ବନ ବିଭାଗ କର୍ମଚାରୀ । ହାତୀଟି ଭୁବନେଶ୍ୱର ଉପକଣ୍ଠ ପାତ୍ରପଡାକୁ ଆସିଥିବା ସନ୍ଦେହ କରାଯାଉଛି ।

ସନ୍ନି ହିନ୍ଦୁସ୍ତାନୀ ହେଲେ ଇଣ୍ଡିଆନ ଆଇଡଲ-୧୧ର ବିଜେତା

ମୁମ୍ବାଇ: ସନ୍ନି ହିନ୍ଦୁସ୍ତାନୀ ଇଣ୍ଡିଆନ ଆଇଡଲ-୧୧ର ବିଜେତା ହୋଇଛନ୍ତି। ସୋନି ଟିଭିରେ ପ୍ରସାରିତ ଏହି ରିୟଲିଟି ଶୋ’ର ଗ୍ରାଣ୍ଡ ଫାଇନାଲରେ ରବିବାର ସନ୍ଧ୍ୟାରେ ହୋଇଥିଲା। ଫାଇନାଲରେ ସନ୍ନି ଅନ୍ୟ ୪ଜଣ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ବିଜେତା ହୋଇଛନ୍ତି। ପୁରସ୍କାର ବାବଦଙ୍କୁ ତାଙ୍କୁ ୨୫ଲକ୍ଷ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଛି। ଏହା ସହିତ ଟାଟା ଅଲଟ୍ରୋଜ କାର ଓ ହିମେଶ ରେସମିୟାଙ୍କ ପରବର୍ତ୍ତୀ ଫିଲ୍ମ ଓ ଟି-ସିରିଜରେ ଗୀତ ଗାଇବାର ସୁଯୋଗ ଦିଆଯାଇଛି।

ମହାରାଷ୍ଟ୍ର ଲାଟୁରର ରୋହିତ ରାଉତ ପ୍ରଥମ ଓ ପଶ୍ଚିମବଙ୍ଗର ଅଙ୍କୋନା ମୁଖାର୍ଜୀ ଦ୍ୱିତୀୟ ରନର୍ସଅପ୍‌ ହୋଇଛନ୍ତି। ଉଭୟଙ୍କୁ ୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି। ୩ୟ ଓ ୪ର୍ଥ ସ୍ଥାନରେ ରହିଥିଲେ ପଶ୍ଚିମବଙ୍ଗର ଆଦ୍ରିଜ ଘୋଷ ଓ ପଞ୍ଜାବର ରିଦ୍ଧମ କଲ୍ୟାଣ। ଏହି ଦୁଇଜଣଙ୍କୁ ୩ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଫାଇନାଲ​‌ରେ ମୋଟ ୫ଦର୍ଶକ ଭୋଟ ଦେଇଥିବାବେଳେ ସନି ସର୍ବାଧିକ ଭୋଟ ପାଇଥିଲେ।

ଏହି କାର୍ଯ୍ୟକ୍ରମରେ ହିମେସ ରେସିମିୟା, ନେହା କକଡ, ବିଶାଲ ଦଦଲାନି ବିଚାରକ ଭାବେ ଯୋଗ ଦେଇଥିଲେ। ଆଦିତ୍ୟ ନାରାୟଣ ଆଙ୍କରିଙ୍ଗ କରିଥିଲେ। ଫାଇନାଲରେ ବଲିଉଡ ଅଭିନେତ୍ରୀ ଦୀପିକା ପଦୁକୋନ ସ୍ୱତନ୍ତ୍ର ଅତିଥି ଭାବେ ଉପସ୍ଥିତ ଥିଲେ। ସନ୍ନି ଦିନେ ପରିସ୍ଥିତିର ଚାପରେ ପଡି ରାସ୍ତା କଡରେ ଜୋତା ପଲିସ କରୁଥିଲେ। ସେହିପରି ତାଙ୍କ ମା’ ବେଲୁନ ବିକ୍ରି କରୁଥିଲେ। ସେ କୌଣସି ଅନୁଷ୍ଠାନରୁ ସଙ୍ଗୀତ ଶିକ୍ଷା କରିନାହାନ୍ତି।