ଗୁଜୁରାଟର ଅହମ୍ମଦାବାଦରେ ଥିବା ସୂତା କଳରେ ବଡ଼ ଅଘଟଣ । ସୂତା କଳରେ ନିଆଁ ଲାଗି ୩ ଜଣ ଓଡ଼ିଆଙ୍କ ମୃତ ହୋଇଛି । କାମ କରୁଥିବା ସମୟରେ ଗ୍ୟାସ୍ ଟାଙ୍କରେ ନିଆଁ ଲାଗି ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସମସ୍ତ ମୃତକ ଯାଜପୁରର ହୋଇଥିବା ସୂଚନା ମିଳିଛି । ସେମାନେ ଅହମ୍ମଦାବାଦର ଲୋଟସ ସୂତା କମ୍ପାନୀରେ କାମ କରୁଥିଲେ । ମୃତକ ହେଲେ ଯାଜପୁର ସଦର ଥାନା ରେକାବୀ ବଜାର ଅଞ୍ଚଳର ଦୟାନିଧି ଖୁଣ୍ଟିଆ, ଚିନ୍ମୟ ଖୁଣ୍ଟିଆ ଓ କାମେଶ ସିଂ । ୩ ବର୍ଷ ହେଲା ସମସ୍ତେ କଂପାନୀରେ କାମ କରୁଥିବା ଜଣାପଡ଼ିଛି ।















ହିନ୍ଦୀ ଭାଷାରେ ଭୁବନେଶ୍ୱର ଏମ୍ସର ସମସ୍ତ ପ୍ରଶାସନିକ କାର୍ଯ୍ୟ ଓ ଆଲୋଚନା କରିବାକୁ ଗତ ୨୦ ତାରିଖରେ ନୋଟିସ୍ ପ୍ରକାଶ ପାଇଥିଲା । ଯାହାକୁ ବିଜେଡି ପକ୍ଷରୁ ବିରୋଧ କରାଯାଇଛି । ହିନ୍ଦୀକୁ ଜୋରଜବରଦସ୍ତ ଓଡ଼ିଆ ଲୋକଙ୍କୁ ଉପରେ ଲଦି ଦିଆଯାଉଥିବା ଦଳ ଅଭିଯୋଗ କରିଛି । ଦଳ ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରିଛି ।
ତୁରନ୍ତ ନୋଟିସକୁ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି । ଏଥିସହ ଓଡ଼ିଆ ଭାଷାରେ ସମସ୍ତ କାର୍ଯ୍ୟ ହେଲେ ଲୋକ ଚିକିତ୍ସା ସେବାର ସମ୍ପୂର୍ଣ୍ଣ ଲାଭ ଉଠାଇ ପାରିବେ ବୋଲି କୁହାଯାଇଛି ।