spot_img
Home Blog Page 7398

ସୁନ୍ଦରଗଡ଼: ବିଦ୍ୟୁତ ଆଘାତରେ ସ୍ତ୍ରୀ ମୃତ, ସ୍ୱାମୀ ଓ ୬ ମାସର ଶିଶୁ ଗୁରୁତର । ଧାରୁଆଡ଼ିହି ଥାନା ଲହଣ୍ଡାବୁଡ଼ ଗାଁରେ ଅଘଟଣ । ପରିବାର ଘରେ ବସି ଟିଭି ଦେଖୁଥିବା ବେଳେ ସର୍ଟ ସର୍କିଟରେ ଟିଭି ବିସ୍ଫୋରଣ । ୨ ଗୁରୁତର ସ୍ଥାନୀୟ ମେଡିକାଲରେ ଭର୍ତ୍ତି ।

ସୁନ୍ଦରଗଡ଼: ବିଦ୍ୟୁତ ଆଘାତରେ ସ୍ତ୍ରୀ ମୃତ, ସ୍ୱାମୀ ଓ ୬ ମାସର ଶିଶୁ ଗୁରୁତର । ଧାରୁଆଡ଼ିହି ଥାନା ଲହଣ୍ଡାବୁଡ଼ ଗାଁରେ ଅଘଟଣ । ପରିବାର ଘରେ ବସି ଟିଭି ଦେଖୁଥିବା ବେଳେ ସର୍ଟ ସର୍କିଟରେ ଟିଭି ବିସ୍ଫୋରଣ । ୨ ଗୁରୁତର ସ୍ଥାନୀୟ ମେଡିକାଲରେ ଭର୍ତ୍ତି ।

ଅନନ୍ତନାଗରେ ଗୁଳିବିନିମୟ, ୨ ଲସ୍କର ଆତଙ୍କବାଦୀ ନିହତ

0

ଜମ୍ମୁ ଓ କଶ୍ମୀର: ଶୁକ୍ରବାର ବିଳମ୍ବିତ ରାତିରେ ଅନନ୍ତନାଗର ବିଜବେହରା ଅଞ୍ଚଳରେ ଗୁଳିବିନିମୟ ହୋଇଛି । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୨ ଜଣ ଲସ୍କର ଆତଙ୍କବାଦୀ ନିହତ ହୋଇଛନ୍ତି । ଜମ୍ମୁ ଓ କଶ୍ମୀର ପୋଲିସର ସୂଚନା ଅନୁସାରେ, ସର୍ଚ୍ଚ ଅପରେସନ୍ ବେଳେ ଲସ୍କର ଏ ତୋଏବାର ୨ ଆତଙ୍କୀକୁ ନିହତ କରାଯାଇଛି ।ନିହତ ଆତଙ୍କୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର ସହ ଗୁଳିଗୋଳା ଜବତ କରାଯାଇଛି । ଦକ୍ଷିଣ କଶ୍ମୀରର ଅନନ୍ତନାଗ ବିଜବେହରାର ଗୁଡବାବା ସଂଗମରେ ଆତଙ୍କବାଦୀ ଥିବା ଖବର ପାଇଁ ଅଞ୍ଚଳକୁ ଘେରି ଯାଇଥିଲେ ସୁରକ୍ଷାକର୍ମୀ । ଗୁଳିବିନିମୟରେ ୨ ଆତଙ୍କୀ ନିହତ ହୋଇଛନ୍ତି ।

ମହାଦୀପ ଉଠିବା ସମୟର ଦୃଶ୍ୟ ଅତ୍ୟନ୍ତ ଭାବପୂର୍ଣ୍ଣ : ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ଲିଙ୍ଗରାଜ ମନ୍ଦିରରେ ମହାଦୀପ । ରାତି ୯ଟା ୪୮ ରେ ମହାଦୀପ ଉଠିବା କାର୍ଯ୍ୟ ସଂପର୍ଣ୍ଣ ହୋଇଛି । ପୂର୍ବରୁ ରାତି ୧୦ରେ ମହାଦୀପ ଉଠିବା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା ।

ନୀତିକାନ୍ତି ଅନୁଯାଇ ସମସ୍ତ ସେବାୟତ ମହାଦେବଙ୍କ ଶିବରାତ୍ରୀ ପୂଜାବିଦ୍ଧି ସମ୍ପନ୍ନ କରିଛନ୍ତି । ମହାଦୀପ ଉଠିବା ପରେ ଉପବାସ ଭାଙ୍ଗିଛନ୍ତି ଶ୍ରଦ୍ଧାଳୁ । ସେପଟେ ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

ଏଭଳି ଶାନ୍ତ ଓ ଭବ୍ୟ ଦୃଶ୍ୟ ଅତ୍ୟନ୍ତ ଭାବପୂର୍ଣ୍ଣ ବୋଲି ଟୁଇଟ୍‌ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ମନ୍ଦିରର କିଛି ଫଟୋ ମଧ୍ୟ ଟୁଇଟ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଟ୍ରକ୍‌ ଓ ମେକ୍ସି ପିକଅପ ମୁହାମୁହିଁ ଧକ୍କା, ୩ ମୃତ ୭ ଗୁରୁତର

0

ସୁବର୍ଣ୍ଣପୁର: ମେଟାକାନି ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଟାଟା ପିକଅପ ଓ ଟ୍ରକ୍‌ ମଧ୍ୟରେ ହୋଇଛି ମୁହାଁ ମୁହିଁ ଧକ୍କା ।

ସୂଚନା ଅନୁଯାୟୀ, ସମ୍ବଲପୁର-ସୋନପୁର ରାଜ୍ୟ ରାଜପଥର ମେଟାକାନି ଛକରେ ଏକ ଟ୍ରକ୍‌ ଓ ମେକ୍ସି ପିକଅପ ମୁହାମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତିନିଜଣଙ୍କର ମୃତ୍ୟୁ ହୋଇଛି । ଉଲୁଣ୍ଡା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରୀ ରଖିଛି । ଏଯାଏଁ ମୃତକମାନଙ୍କ ପରିଚୟ ଜଣା ପଡିନଥିବା ବେଳେ ଗୁରୁତର ଆହତ ମାନଙ୍କୁ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ପଠାଇବାର ବ୍ୟବସ୍ଥା କରୁଛି  ।

ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କ ସୂଚନା, ୩୦ ଥର ଉଠବସ୍ ହେଲେ ମିଳିବ ପ୍ଲାଟଫର୍ମ ଟିକେଟ୍

ନୂଆଦିଲ୍ଲୀ : ରେଳମନ୍ତ୍ରୀ ପିୟୁଷ ଗୋଏଲ୍ ଆଜି ଟ୍ୱିଟର ମାଧ୍ୟମରେ ଏକ ବଡ଼ ସୂଚନା ଦେଇଛନ୍ତି । ଏଣିକି ମାଗଣା ମିଳିବ ପ୍ରାଟଫର୍ମ ଟିକେଟ୍ । ଯଦି ଆପଣଙ୍କ ପାଖରେ ପ୍ଲାଟଫର୍ମ ଟିକେଟ୍ କରିବାକୁ ଟଙ୍କା ନାହିଁ ତେବେ ଚିନ୍ତା କରନ୍ତୁନି କାରଣ କେନ୍ଦ୍ର ସରକାର ମାଗଣାରେ ଏହାକୁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମାତ୍ର ପ୍ରତିବଦଳରେ ଆପଣଙ୍କୁ ମଧ୍ୟ ସୁସ୍ଥ ରହିବାର ପ୍ରତିଶୃତି ସହ  ବ୍ୟାୟାମ କରିବାକୁ ପଡ଼ିବ । ସୁସ୍ଥ ଭାରତକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେସନରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଅର୍ଥାତ୍ ସେଠାରେ ଲାଗିଥିବା ସ୍କୁଆଟ୍ କିଓସ୍କରେ ଆପଣ ୩୦ ଥର ଉଠବସ୍ ହେଲେ ହିଁ ଆପଣଙ୍କୁ ଗୋଟିଏ ପ୍ଲାଟଫର୍ମ ଟିକେଟ୍ ମାଗଣାରେ ମିଳିପାରିବ । ଧିରେ ଧିରେ ଏହାକୁ ଦେଶର ଅନ୍ୟାନ୍ୟ ସ୍ଥାନରେ ଲଗାଇବାକୁ ବ୍ୟବସ୍ଥା କରାଯାଉଛି ।

 

ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶନାମା ବିରୋଧରେ କେନ୍ଦ୍ରକୁ ଅବଗତ କରାଇବ ବିଜେଡି

ଭୁବନେଶ୍ୱର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ବା ଏମ୍ସର ହିନ୍ଦୀ ଭାଷା ପ୍ରେମକୁ ନେଇ ଖପ୍ପା ବିଜୁ ଜନତା ଦଳର ନେତା । ସିଧା ସିଧା ଏମ୍ସର ନିର୍ଦ୍ଦେଶାବଳୀକୁ ବିରୋଧ କରିଛି ବିଜେଡି । ଦଳର ବରିଷ୍ଠ ନେତା ତଥା ସାଂସଦ ପିନାକୀ ମିଶ୍ର ଏମ୍ସର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ କରିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ କଥା ଉଲ୍ଲେଖ କରିଛନ୍ତି ।

କହିଛନ୍ତି, ଭାଷା ଭିତ୍ତିରେ ଓଡ଼ିଶା ରାଜ୍ୟର ଗଠନ ହୋଇଥିଲା । ଆମେ କାହାକୁ ଆମର ମାତୃଭାଷାକୁ କୋଣଠେସା କରିବାକୁ ଦେବୁନାହିଁ । ବିଶେଷକରି ଯେଉଁସଂସ୍ଥା ଓ ଅନୁଷ୍ଠାନ ଓଡ଼ିଶାରେ କାର୍ଯ୍ୟକରୁଛନ୍ତି ସେମାନଙ୍କୁ ତ ଆଦୌ ଏଭଳି କରିବାକୁ ଦିଆଯିବ ନାହିଁ । ହିନ୍ଦୀ ବଦଳରେ ଓଡ଼ିଆ ବ୍ୟବହାର କରିବାକୁ ସେ ଦାବି କରିଛନ୍ତି କାରଣ ଏହା ଲୋକଙ୍କୁ ଏବଂ ଏମ୍ସରେ ରୋଗୀଙ୍କୁ ବୁଝିବାରେ ଓ କାର୍ଯ୍ୟ କରିବାରେ ସହଜ ହେବ । ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଏ ସଂପର୍କରେ ଅବଗତ କରାଯାଇ ବିଜେଡି ତାର ବିରୋଧ ଜାରି ରଖିବ ଏବଂ ନିର୍ଦ୍ଦେଶାବଳୀ ପରିବର୍ତ୍ତନ କରିବାକୁ ପଦକ୍ଷେପ ନେବ  ।

ଗତ ୨୦ ତାରିଖରେ ଭୁବନେଶ୍ୱର ଏମ୍ସ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଏଥିରେ ନିର୍ଦ୍ଦେଶ ରହିଥିଲା ଯେ, ଏମ୍ସର ସମସ୍ତ ଫ୍ୟାକଲ୍ଟି ଓ ଷ୍ଟାଫ୍ ହିନ୍ଦୀ ଭାଷାରେ କାର୍ଯ୍ୟ କରିବେ । ସମସ୍ତ କର୍ମଚାରୀ ହିନ୍ଦୀରେ ଦସ୍ତଖତ କରିବା ବାଧ୍ୟତାମୂଳକ । ସବୁ ଫାଇଲରେ ହିନ୍ଦୀରେ ବିଷୟ ଲେଖିବା, ରେଜିଷ୍ଟରରେ ନାଁ ଓ ସବ୍ ହେଡିଂ ହିନ୍ଦୀରେ ଲେଖିବା, ନୋଟିଂ ଓ ଡ୍ରାଫ୍ଟିଂ ଅନ୍ତତଃ ପକ୍ଷେ ୩୦ ପ୍ରତିଶତ ହିନ୍ଦୀରେ କରିବା, ସମସ୍ତ ଚିଠିର ଉତ୍ତର ହିନ୍ଦୀରେ ଦେବା ପ୍ରଭୁତି ନିର୍ଦ୍ଦେଶ ଜାରି କରାଯାଇଥିଲା । ଏହାକୁ ବିଜେଡି ବିରୋଧ କରିବା ସହ ସାଂସଦ ପିନାକୀ ମିଶ୍ର ଆପତ୍ତି ପ୍ରକାଶ କରି କେନ୍ଦ୍ର ସରକାରଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି ।

୨୩ ରୁ ହେବ ପାଗରେ ପରିବର୍ତ୍ତନ, ୨୪ରୁ ଘଡ଼ଘଡ଼ି ସହ ବର୍ଷା !

ଭୁବନେଶ୍ୱର: ଆସନ୍ତା୨୪ ତାରିଖରୁ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା । ପଶ୍ଚିମ, ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

୨୪ ତାରିଖରେ ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଏବଂ ନୟାଗଡ଼ ରେ ବର୍ଷା ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡିକୁ ୟେଲୋ ଆର୍ଲଟ ଜାରିକରାଯାଇଛି ।

୨୫ ତାରିଖରେ କଟକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ବୌଦ୍ଧ, କନ୍ଧମାଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ।

ବର୍ଷାକୁ ଦୃଷ୍ଟିରେ ରଖି ଦୁଇ ଦିନ ୟେଲୋ ଆର୍ଲଟ ଜାରି କରାଯାଇଛି । ଓ୍ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସର ପ୍ରଭାବରେ ୨୩ ରୁ ପାଗରେ ପରିବର୍ତ୍ତନ ହେବ । ସାରା ରାଜ୍ୟରେ ମେଘୁଆ ପାଗ ଲାଗି ରହିବ ।

ଟି-୨୦ ବିଶ୍ୱକପ୍‌ ଆରମ୍ଭରୁ ମହିଳା କ୍ରିକେଟ୍‌ ଟିମ୍‌ର ବିଜୟର ଧାରା

0

ସିଡ୍‌ନୀ: ଆରମ୍ଭ ହୋଇଛି ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ । ଟି୨୦ ଓ୍ୱାର୍ଲଡ କପ୍‌ ଆରମ୍ଭରୁ ମହିଳା କ୍ରିକେଟ୍ ଟିମ୍‌ର ବିଜୟର ଧାରା ଆରମ୍ଭ ହୋଇଛି । ଅଷ୍ଟ୍ରେଲିଆକୁ ୧୭ ରନ୍‌ରେ ହରାଇଛି ଟିମ୍‌ ଇଣ୍ଡିଆ । ଭାରତୀୟ ଦଳ ପକ୍ଷରୁ ଧାର୍ଯ୍ୟ ୧୩୩ ରନ୍‌ର ବିଜୟ ଲକ୍ଷ୍ୟ ଆଗରେ ଅଷ୍ଟ୍ରେଲିଆ ୧୧୫ ରନ୍‌ କରି ପରାଜୟ ହାସଲ କରିଥିଲା । ସେପଟେ ଆସନ୍ତା ୨୪ ତାରିଖରେ ଭାରତୀୟ ଦଳ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ।

ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଉଭରରେ ୧୩୩ ରନ୍‌ର ଟାର୍ଗେଟ ହେଇଥିଲା । ଭାରତୀୟ ଦଳକୁ ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମା ଭଲ ଆରମ୍ଭ ଦେଇଥିଲେ। ଦୁହେଁ ୪ ଓଭରରେ ୪୦ ରନ୍‌ଯୋଡ଼ିଥିଲେ । ସେପଟେ  ଜେମିମା ରୋଡ୍ରିଗୁଏଜ ଓ ଦୀପ୍ତି ଶର୍ମା ନଜ ଟିମ ପାଇଁ ୫୩ ରନ୍‌ର ଭାଗୀଦାରି କରି ଦଳୀୟ ସ୍କୋରକୁ ୧୦୦ରେ ପହଞ୍ଚାଇ ଥିଲେ ।

ଏହାପରେ ବଳକା ୪ ଓଭରରେ ଭାରତୀୟ ଦଳ ମାତ୍ର ୩୨ ରନ୍‌କରି ୨୦ ଓଭରରେ ୪ ଉଇକେଟ ହରାଇ ୧୩୨ ରନ୍‌କରିବାକୁ ସକ୍ଷମ ହୋଇଥିଲା ଟିମ୍‌ ଇଣ୍ଡିଆ । ଦୀପ୍ତ ୪୯ ଓ ବେଦ କ୍ରିଷ୍ଣମୂର୍ତ୍ତି ୯ ରନ୍‌କରି ଅପରାଜିତ ଥିଲେ। ଘରୋଇ ବୋଲରଙ୍କ ମଧ୍ୟରେ ଜେସ ଜୋନାସେନ ଦୁଇଟି ଉଇକେଟ ନେଇଥିଲେ। ଜବାବରେ ଅଷ୍ଟ୍ରେଲିଆ ୧୯.୫ ଓଭରରେ ୧୧୫ ରନ୍‌ରେ ଅଲଆଉଟ୍‌ହୋଇଯାଇଛି।

କେବଳ ଆଲିସା ହେଲି ୫୧ ଓ ଆଶଲେ ଗାର୍ଡନର (୩୪)ଙ୍କୁ ଛାଡ଼ି ଅନ୍ୟ କେହି ଦୁଇ ଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ। ପୁନମ ଯାଦବ ସର୍ବାଧିକ ୪ ଉଇକେଟ ନେଇଥିବାବେଳେ ଶିକ୍ଷା ପାଣ୍ଡେ ୩ ଉଇକେଟ ନେଇଥିଲେ।