spot_img
Home Blog Page 740

ସମ୍ପତ୍ତି ପାଇଁ ହତ୍ୟା : ବଡ଼ ଭଉଣୀ ସାନ ଭାଇ ମିଶି ମଝିଆଁ ଭଉଣୀକୁ ମାରିଦେଲେ..

ନନ୍ଦିଘୋଷ ବ୍ୟୁରୋ: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗୋବିନ୍ଦପୁର ଥାନା ମଝି ପଡ଼ାରେ ରକ୍ତ ସମ୍ପର୍କରେ ରକ୍ତ ଛିଟା । ସମ୍ପତ୍ତି ଓ ଜମି ବାଡ଼ି ଭାଗ ବଣ୍ଟାକୁ କେନ୍ଦ୍ର କରି ନିଜର ମଝିଆ ଭଉଣୀକୁ ହତ୍ୟା । ବଡ଼ ଭଉଣୀ ଓ ସାନ ଭାଇ ମିଶି ହତ୍ୟା କରିଥିବା ଅଭିଯୋଗ । ଗୋବିନ୍ଦପୁର ନିବାସୀ ବିନୋଦ ବିହାରୀ ସାହୁଙ୍କ ମଝିଆ ଝିଅ ଲିନା ସାହୁ ବିବାହ ପରେ ଗତ କିଛି ବର୍ଷ ହେବ ପରିବାର ସହ ନ ରହି ସମ୍ବଲପୁର ଅଞ୍ଚଳରେ ଏକୁଟିଆ ରହି କାମଧନ୍ଦା କରି ଚଳୁଥିଲେ । ଏହା ମଧ୍ୟରେ ପୈତୃକ ସମ୍ପତ୍ତି ଓ ଜମିବାଡ଼ି ଭାଗ ବଣ୍ଟାକୁ ନେଇ ପରିବାର ଭିତରେ ତିକ୍ତତା ବଢ଼ି ଚାଲିଥିଲା ।

ଗତକାଲି ନିଜର ସମ୍ପର୍କୀୟ ବଡ଼ ବାପାଙ୍କ ଅନ୍ତେଷ୍ଟି କ୍ରିୟାରେ ଯୋଗଦେବାକୁ ଆସିଥିଲେ । ସମ୍ପର୍କୀୟ ଭାଇ ଘରେ ବିଶ୍ବାରାମ କରୁଥିବା ବେଳେ ତାଙ୍କ ଅବିବାହିତା ବଡ଼ ଭଉଣୀ ପୁଷ୍ପାଞ୍ଜଳୀ ସାହୁ ଓ ସାନ ଭାଇ ଗୋଲକ ସାହୁ ଲିନାକୁ ଗାଳିଗୁଳଜ କରିଥିଲେ । ବଚସା ପରେ ଛୁରୀରେ ଲିନାକୁ ଅତର୍କିତ ଆକ୍ରମଣ କରିଥିଲେ । ଲିନାଙ୍କୁ ଗୁରୁତର ଅବସ୍ଥାରେ ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଗୋବିନ୍ଦପୁର ପୋଲିସଅଭିଯୁକ୍ତ ବଡ଼ ଭଉଣୀ ଓ ସାନ ଭାଇକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।  ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ରକ୍ତ ନମୁନା ସଂଗ୍ରହ କରିଛି । ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି କୁଚିଣ୍ଡା ଏସଡିପିଓ ପ୍ରଦୀପ କୁମାର ଦାସ ।

କିନ୍ନର ପୂଜକ ଶଙ୍କର ରାନ୍ଧିଙ୍କୁ ଠେଙ୍ଗାରେ ପିଟି ପିଟି ନିର୍ମମ ହତ୍ୟା

ନନ୍ଦିଘୋଷ ବ୍ୟୁରୋ: କିନ୍ନର ପୂଜକଙ୍କୁ ପିଟିପିଟି ହତ୍ୟା । କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନା କାକି ଗାଁରେ ହତ୍ୟାକାଣ୍ଡ । ମୃତକ ହେଉଛନ୍ତି ଗାଁର କିନ୍ନର ପୂଜକ ଶଙ୍କର ରାନ୍ଧି । ଠେଙ୍ଗାରେ ପିଟି ପିଟି ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ଭାଇ ସଞ୍ଜିତ ରାନ୍ଧି। ଏନେଇ ସୁନାବେଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଗତ ରାତିରେ ଦେବ ଗୁଡ଼ିଆ ଓ ଲକ୍ଷ୍ମୀଧର ନାୟକ ତାଙ୍କୁ ମନ୍ଦିର ଭିତରୁ ଟାଣି ନେଇ ହତ୍ୟା କରି ଘର ଦାଣ୍ଡରେ ଫିଙ୍ଗି ଚାଲିଯାଇଥିଲେ । ତାଙ୍କୁ ତୁରନ୍ତ ସୁନାବେଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ଜଣଙ୍କୁ  ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି । ତେବେ ଏଭଳି ଘଟଣା ସୁନାବେଡ଼ା ଓ ସିମିଳିଗୁଡା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଜଳପ୍ରପାତରେ ବୁଡ଼ିଗଲେ ୪ ଡାକ୍ତର, ଚାଲିଗଲା ଜଣଙ୍କର ଜୀବନ

ନନ୍ଦିଘୋଷ ବ୍ୟୁରୋ: ଜଳପ୍ରପାତରେ ମସ୍ତି କରିବା ମହଙ୍ଗା ପଡ଼ିଛି ଇଣ୍ଟର୍ନ ଡାକ୍ତରଙ୍କୁ । ସାଥୀ ହୋଇ ଯାଇଥିବାବେଳେ ୪ ଜଣ ବୁଡ଼ି ଯାଇଥିଲେ ଆଉ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏଭଳି ଏକ ଦୁଃଖଦ ଖବର ଆସିଛି ଝାଡ଼ଖଣ୍ଡରୁ । ରାଜଧାନୀ ରାଞ୍ଚିର ସବୁଠାରୁ ବଡ଼ ହସ୍ପିଟାଲ ରିମ୍ସର ୨୬ ଜଣ ଇଣ୍ଟର୍ନ ଡାକ୍ତର ପିକନିକ ପାଇଁ ଯାଇଥିଲେ । ରାଞ୍ଚିଠାରୁ ୪୦ କିଲୋମିଟର ଦୂରରେ ଅବସ୍ଥିତ ପୋଓ୍ବାଘା ଓ୍ବାଟରଫଲକୁ ଯାଇଥିଲେ । ଏମାନେ ଏଠାରେ ଗାଧୋଉଥିବାବେଳେ ୪ ଜଣ ବୁଡ଼ି ଯାଇଥିଲେ ।

ସାଥୀ ଇଣ୍ଟର୍ନ ଡାକ୍ତରମାନେ ବୁଡ଼ିଯିବା ପରେ ପାଟି କରିଥିଲେ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଶେଷରେ ଉଦ୍ଧାର ହୋଇଥିଲେ ଅଭିଶେକ । ତାଙ୍କ ଅବସ୍ଥା ଗୁରୁତର ରହିଥିଲା । ପ୍ରଥେମ ସ୍ଥାନୀୟ ହସ୍ପିଟାଲ ଏବଂ ପରେ ରିମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରିଥିଲେ । ମାତ୍ର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଏହି ଖବର ପ୍ରଚାର ହେବା ପରେ ରିମ୍ସରେ ଶୋକର ଛାୟା ଖେଳିଯାଇଛି । ଅଭିଶେକଙ୍କ ପରିବାର ମହାରାଷ୍ଟ୍ରରେ ରହୁଥିବାବେଳେ ଖବର ପାଇଁ ପୁଅ ପାଖକୁ ଆସୁଛନ୍ତି ।

ନିତିଶଙ୍କ ସହ ଚିରାଗଙ୍କ ଭେଟକୁ ନେଇ ଚର୍ଚ୍ଚା, ଜାଣନ୍ତୁ ଏହା ପଛର ବଡ଼ କାରଣ..

ନନ୍ଦିଘୋଷ ବ୍ୟୁରୋ: ବିହାର ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ସୁଦ୍ଧା ଏବେ ରାଜ୍ୟ ରାଜନୀତି ବେଶ ସରଗରମ ରହିଛି । ସମସ୍ତ ରାଜନୈତିକ ଦଳ ସରକାରକୁ ଆସିବା ପାଇଁ ନିଜର ଯୋଜନା ଚଳାଉଥିବାବେଳେ ଏଲଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାଶଓ୍ବାନ ମୁଖ୍ୟମନ୍ତ୍ରୀଙ୍କ ନୀତିଶ କୁମାରଙ୍କୁ ଭେଟିଛନ୍ତି । ଯାହାକୁ ନେଇ ରାଜନୈତିକ ମହଲରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । ସେପଟେ ଏହି ଚର୍ଚ୍ଚା ଭିତରେ ଚିରାଗଙ୍କ ପ୍ରତିକ୍ରିୟା ଆହୁରି ବଢ଼ାଇ ଦେଇଛି । ସେ କହିଛନ୍ତି କି, ମୋତେ ବିହାର ଡାକିଛି ।

ତେବେ ଚିରାଗ ପାଶଓ୍ବାନ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ବିହାର ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ଏନଡିଏ ପକ୍ଷରୁ ଚିରାଗ ପାଶଓ୍ବାନଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଆସିବେ ବୋଲି କୁହାଯାଉଛି । ଏପରିକି ପାଟନାରେ ମଧ୍ୟ ଅନେକ ପୋଷ୍ଟର ଏଭଳି ମରାଯାଇଛି । ଯାହାକୁ ନେଇ କୁହାଯାଉଛି କି, ଆସନ ଭାଗବଣ୍ଟା ନେଇ ଉଭୟଙ୍କ ମଧ୍ୟରେ ଆଳୋଚନା ହୋଇଥିବ । ଏହାସହ ସିଧାସଳଖ ବିଜେପି ହାତକୁ ମୁଖ୍ୟମନ୍ତ୍ରୀ ନକରାଇବା ପାଇଁ ନୀତିଶ ଚଳାଉଥିବା ଯୋଜନା ମଧ୍ୟ ସଫଳ ହେବ ବୋଲି କୁହାଯାଉଛି ।

ରୋହିତ-ବିରାଟଙ୍କୁ ସମ୍ମାନ ଜଣାଇଲା ICC

ନନ୍ଦିଘୋଷ ବ୍ୟୁରୋ: ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସମ୍ମାନ ଜଣାଇଲା ICC । ଏହି ଦୁଇ କିମ୍ବଦନ୍ତୀ ଭାରତୀୟ କ୍ରିକେଟର କିଛି ଦିନ ତଳେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ । ଉଭୟଙ୍କ କ୍ରିକେଟ କ୍ୟାରିଅରର କୀର୍ତ୍ତିମାନକୁ ସମ୍ମାନ ଜଣାଇ ICC । ନିଜ ଏକ୍ସ ଆକାଉଣ୍ଟର ୱାଲପେପର ପରିବର୍ତ୍ତନ କରି ସେମାନେ ଏକାଠି ଖେଳିଥିବା ମ୍ୟାଚର ଫଟୋକୁ ସ୍ଥାନ ଦେଇଛନ୍ତି ।  ତେବେ କହି ରଖୁଛୁ କି, ହଠାତ ଉଭୟଙ୍କ ଅବସର ଘୋଷଣାକୁ ନେଇ ଫ୍ୟାନ୍ସମାନେଚକିତ ହୋଇଥିଲେ । ତେବେ ଏମାନଙ୍କ ଅବସର ପଛରେ କାରଣ କଣ ରହିଛି ? ଏହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା । ତେବେ ପୂର୍ବରୁ ଟି-୨୦ରୁ ଅବସର ଘୋଷଣା କରିଥିବାବେଳେ ଏବେ କେବଳ ଦିନିକିଆରେ ଉଭୟ ନଜର ଆସିବେ ।

ସରିଛି ବାହାଘର, ଯାଇ ପାରୁନାହାନ୍ତି ବରଯାତ୍ରୀ : ପିଣ୍ଡାରେ ପଡ଼ି ରହିଛନ୍ତି…

ନନ୍ଦିଘୋଷ ବ୍ୟୁରୋ: ବରଯାତ୍ରୀ ନାଚକୁ ନେଇ ତୁମୁଳ କାଣ୍ଡ । ବରଯାତ୍ରୀ ଆସିଥିବା ବସକୁ ଭାଙ୍ଗିଲେ କନ୍ୟାଘର ଗାଁ ଲୋକ । ଗତକାଲି ରାତିଠାରୁ ପଡ଼ୋଶୀ ଘର ବାରଣ୍ଡାରେ ପଡ଼ିରହିଛନ୍ତି ବର ଓ ବରଯାତ୍ରୀ । ଅଭିଯୋଗ ଅନୁଯାୟୀ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଞ୍ଚଳର ରାକେଶ ପରିଡାଙ୍କ ପୁଅ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନ ଅନ୍ତର୍ଗତ ଜରି ଅଞ୍ଚଳର ସୁରେନ୍ଦ୍ର ସାମଲଙ୍କ ଝିଅଙ୍କୁ ବିବାହ କରିବା ପାଇଁ ନିଜ ସମ୍ପର୍କୀୟଙ୍କ ସହ ଆସିଥିଲେ | ପ୍ରୋସେସନରେ ନାଚକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମାଡ଼ପିଟ ଲାଗିବା ସହ ବରଯାତ୍ରୀ ଆସିଥିବା ବସକୁ ସମ୍ପୂର୍ଣ୍ଣରୂପେ ଭାଙ୍ଗିଦେଇଥିଲେ କନ୍ୟାପକ୍ଷ ଲୋକ । ତେଣୁ ଗତକାଲି ରାତିରୁ ବିବାହ ସାରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ବରକନ୍ୟାଙ୍କ ସହ ପ୍ରାୟ ୫୦ରୁ ଅଧିକ ବରଯାତ୍ରୀ ଅଟକି ରହିଛନ୍ତି । ଅନ୍ୟପଟେ ଏ ନେଇ ବରଘର ପକ୍ଷରୁ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିବା ସହ କ୍ଷତିପୁରଣ ଦାବି କରିଛନ୍ତି । ବିଞ୍ଝାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠଙ୍କ ନିର୍ଦ୍ଦେଶ : ହାଇକୋର୍ଟ ବିଚାରପତିଙ୍କୁ ମିଳିବ ପୂରା ପେନସନ

ନନ୍ଦିଘୋଷ ବ୍ୟୁରୋ: ଚାକିରିରେ ଆଗପଛ ନାହିଁ । କିଏ କେତେବେଳେ ବିଚାରପତି ହେଲେ କିଏ କେତେବେଳେ ବାରରେ ଯୋଡିହେଲେ କିଛି ଦେଖାଯିବ ନାହିଁ । ଅବସରପ୍ରାପ୍ତ ହାଇକୋର୍ଟ ମୁଖ୍ଯ ବିଚାରପତି ଓ ବିଚାରପତିଙ୍କୁ ମିଳିବ ପୂରା ପେନସନ । ଏନେଇ ଆଜି ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯେ କୌଣସି ସମଯରେ ଚାକିରି କରିଥିଲେ ବି ସେମାନଙ୍କ ଅବସର ପରେ ମୁଖ୍ଯ ବିଚାରପତିଙ୍କୁ ବାର୍ଷିକ ୧୫ ଲକ୍ଷ ଟଙ୍କା ଦେବାକୁ ପ୍ରଧାନବିଚାରପତିଙ୍କ ଅଧ୍ଯକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବିଚାରପତିଙ୍କୁ ବାର୍ଷିକ ୧୩ ଲକ୍ଷ ୫୦ ହଜାର ଦେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତିଙ୍କ କାର୍ଯ୍ଯକାଳକୁ ଦେଖି କୌଣସି ପକ୍ଷପାତ କରାଯିବନି ବୋଲି ଖଣ୍ଡପୀଠ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନେ ଅତିରିକ୍ତ ବିଚାରପତି ନିଯୁକ୍ତ ହୋଇ ଅବସର ନେଇଥିଲେ ମଧ୍ଯ ସେମାନଙ୍କୁ ପେନସନ ବାବଦକୁ ବିଚାରପତିଙ୍କ ପେନସନ ପରି ୧୩ ଲକ୍ଷ ୫୦ ହଜାର ଟଙ୍କା ମିଳିବ ।

‘ଅପରେସନ ସିନ୍ଦୂର’ ଉପରେ ଫିଲ୍ମ ନେଇ ଭିକି କୌଶଲ ଏବଂ ଅକ୍ଷୟ କୁମାରଙ୍କ ମଧ୍ୟରେ ରହିଛି କି ବିବାଦ ? ଟ୍ବିଙ୍କିଲ୍ କହିଲେ..

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ଉତ୍ତେଜନା ଥମିଥିଲେ ସୁଦ୍ଧା ଏହାକୁ ନେଇ ପ୍ରତିଦିନ ନୂଆ ନୂଆ ଖବରସବୁ ସାମ୍ନାକୁ ଆସୁଛି । ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ଆତଙ୍କବାଦ ବିରୋଧରେ କରାଯାଇଥିଲା ’ଅପରେସନ ସିନ୍ଦୂର’ । ତେବେ ଏହାକୁ ନେଇ ବଲିଉଡରେ ଫିଲ୍ମ ନିର୍ମାଣ କରାଯିବ । ଏହି ନାମକୁ ନେଇ ବହୁ ପ୍ରଯୋଜକଙ୍କ ମଧ୍ୟରେ ବିବାଦ ମଧ୍ୟ ଦେଖାଯାଉଥିବା କୁହାଯାଉଛି । ଏପରିକି ଏହି ଶୀର୍ଷକଙ୍କୁ ନେଇ ଅକ୍ଷୟ କୁମାର ଏବଂ ଭିକି କୌଶଲଙ୍କ ମଧ୍ୟରେ ବିବାଦ ମଧ୍ୟ ଲାଗି ରହିଥିବା ଚର୍ଚ୍ଚା ହେଉଛି ।

ଯାହାର ଉତ୍ତର ରଖିଛନ୍ତି ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ବିଙ୍କିଲ୍ ଖାନ୍ନା । ଅଭିନୟଠାରୁ ଦୂରରେ ରହିଥିବା ଟ୍ବିଙ୍କଲ ଏବେ ଲେଖାଲେଖିରେ ବେଶ ଆଗ୍ରହ ରଖିଛନ୍ତି । ଏପରିକି ବିଭନ୍ନ ସମୟରେ ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟ କରୁଥିବା ମଧ୍ୟ ଦେଖିବାକୁ ମିଳେ । ତେବେ ଅପରେସନ ସିନ୍ଦୂର ଶୀର୍ଷକକୁ ନେଇ ଫିଲ୍ମ ନିର୍ମାଣ ଉପରେ ଭିକ୍କି କୌଶଲଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ବେଶ ଚର୍ଚ୍ଚା ହେଉଛି । ଯାହାକୁ ନେଇ ସିଧାସଳଖ ଅକ୍ଷୟ କୁମାରଙ୍କୁ ପଚାରିଥିଲେ ଟ୍ବିଙ୍କଲ ଖାନ୍ନା ।

ସେପଟେ ଫୋନରେ ଅକ୍ଷୟ କୁମାର କହିଥିଲେ କି, ନାଁ ଏସବୁ ମିଛ । ତୁମେ ଫୋନ ରଖ ମୋ ଗୋଡ଼ ଜଳି ଯାଉଛି । ମୋତେ ଲାଗିଥିଲା କି, ସେ ଏହି କଥାକୁ ଏଡ଼ାଇବା ପାଇଁ ଏଭଳି କହିଛନ୍ତି । ମାତ୍ର ଘରେ ଆସି ଦେଖିବା ପରେ ଗୋଡ଼ ସୁଟିଂ ସମୟରେ ଜଳିଥିଲା । ଆଉ ସେହି ବିବାଦ ଗୁଜବ      ବୋଲି କହିଥିଲେ ଅକ୍ଷୟ । ପରେ ଭାବିଥିଲି କି, ସୋସିଆଲ ମିଡିଆରେ ଏଭଳି ଗୁଜବ ପ୍ରଚାର କରାଯାଉଛି । ଏଣୁ ନିଜେ ନଦେଖିବା ବୁଝିବା ପର୍ଯ୍ୟନ୍ତ କୌଣସି କଥାକୁ ବିଶ୍ବାସ କରି ହେଉନି ।

ଡେବ୍ୟୁ ମ୍ୟାଚରେ ଆଉଟ୍ ହେବାପରେ କାହିଁକି କାନ୍ଦିଥିଲେ ବୈଭବ ସୂର୍ଯ୍ୟବଂଶୀ ? କହିଲେ..

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲରେ ପ୍ଲେଅଫରେ ଏବେ ତିନି ଦଳ ନିଜର ସ୍ଥାନ ପକ୍କା କରିଛନ୍ତି । ଗୁଜୁରାଟ,ପଞ୍ଜାବ ଏବଂ ବାଙ୍ଗାଲୋର ପ୍ଲେଅଫରେ ନିଜର ସ୍ଥାନ ପକ୍କା କରିଥିବାବେଳେ ଆଉ ଗୋଟିଏ ସ୍ଥାନ ପାଇଁ ତିନି ଦଳ ରେସରେ ରହିଛନ୍ତି । ତେବେ ରବିବାର ଖେଳାଯାଇଥିବା ପଞ୍ଜାବ ଏବଂ ଗୁଜୁରାଟ ମ୍ୟାଚରେ ଅନେକ କିଛି ଗଡ଼ବଡ଼ ହୋଇଥିଲା । ଏହି ମ୍ୟାଚରେ ପ୍ରଥମରୁ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳିଥିଲେ ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ । ତେବେ ଡେବ୍ୟୁ ମ୍ୟାଚରେ ସେ ଆଉଟ୍ ହେବା ପରେ କାନ୍ଦି ଥିବା ନଜରକୁ ଆସିଥିଲେ । ଯେଉଁଥି ପାଇଁ ସେ ବେଶ ଚର୍ଚ୍ଚାରେ ରହିଥିଲେ ।

ତେବେ ସୂର୍ଯ୍ୟବଂଶୀ କାହିଁକି କାନ୍ଦିଥିଲେ ? ଏହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଚର୍ଚ୍ଚା ହୋଇଥିଲା । ଆଉ ଏବେ ଏହାର ଉତ୍ତର ରଖିଛନ୍ତି ନିଜେ ବୈଭବ ସୂର୍ଯ୍ୟବଂଶୀ । ଏବେ ଏକ ଭିଡିଓ ରାଜସ୍ଥାନ ରୟାଲ୍ସ ପକ୍ଷରୁ ପୋଷ୍ଟ କରାଯାଇଛି । ଯେଉଁଥିରେ ମୁଶିର ଖାନ୍ ତାଙ୍କୁ ପଚାରୁଛନ୍ତି କି, ତୁମେ ସେଦିନ କାହିଁକି କାନ୍ଦୁଥିଲ ? ଆଉ ଏହାର ଉତ୍ତରରେ ସୂର୍ଯ୍ୟବଂଶୀ କହିଛନ୍ତି କି, ବାସ୍ତବରେ ମୁଁ ସେଦିନ କାନ୍ଦୁନଥିଲି । ମୋ ଆଖରେ ଯନ୍ତ୍ରଣା ଅନୁଭବ ହେଉଥିଲା । ଯେଉଁ କାରଣରୁ ମୁଁ ଆଖକୁ ଧରିଥିଲି । ମାତ୍ର ଏହା ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଆଉ ମୁଁ କାନ୍ଦୁଥିବା କୁହାଯାଇଥିଲା । ମାତ୍ର ସମ୍ପୂର୍ଣ୍ଣ ଭାବେ ଭୁଲ୍ ।

ପୁଣି ଉପର ମୁହାଁ ସୁନା ଦର ; ୧୦ ଗ୍ରାମକୁ ୯୬ ହଜାର ୫୦୦ ଟଙ୍କା

ଭୁବନେଶ୍ବର: ପୁଣି ଉପର ମୁହାଁ ସୁନା ଦର । ଆଜି ୨୨ କ୍ୟାରେଟ ୧୦ ଗ୍ରାମ ଉପରେ ୩୫୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ଉପରେ ୭ଶହ ଟଙ୍କା ବୃଦ୍ଧି ପାଇଛି । ସୁନା ୧୦ ଗ୍ରାମକୁ ୮୭ ହଜାର ୫୫୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ୨୪ କ୍ୟାରେଟ ସୁନା ୧୦ ଗ୍ରାମକୁ ୯୬ ହଜାର ୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ଗତ ସପ୍ତାହରେ ୨୨ କ୍ୟାରେଟ୍ ୮୭ ହଜାର ୨ଶହ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ଦର ୯୫ ହଜାର ୮୦୦ ଟଙ୍କା ଥିଲା । ଆଗକୁ ଆହୁରି ବଢ଼ିବ ସୁନା ଦର ।

ଆମେରିକା ଷ୍ଟକ ମାର୍କେଟର ରେଟିଂ ହ୍ରାସ ଘଟିଛି । ଯାହା ପାଇଁ ସୁନାରେ ପୁଞ୍ଜି ନିବେଶ ପାଇଁ ବଢ଼ିଛି ଚାହିଦା । ଆଉ ଷ୍ଟକ ବଜାରକୁ ଭରସା କରିପାରୁନାହାନ୍ତି ନିବେଶକ । ଏପରି ହେଲେ ଚାହିଦା ହୁ ହୁ ବଢ଼ିବ । ଯାହାକୁ ନେଇ ଗ୍ରାହକ କେଉଁଠି ନା କେଉଁଠି ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ବାହାଘର ସିଜିନ୍ ଥିବା କାରଣରୁ ସୁନାର ଡିମାଣ୍ଡ ରହିଛି, ସେଥିପାଇଁ କିଛି ମାତ୍ର ବଢିଛି ସୁନା ଦର । ଆଗକୁ ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବ୍ୟବସାୟୀ  ।