ଭୁବନେଶ୍ୱର: ଡିଜିଟାଲ ବଜେଟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ କିଛି ସମୟ ପରେ ଗୃହରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ବାପା ବୁଝାଇଲା ପରେ ବୋମା ଫୁଟିଲେ ହସୁଛି ଝିଅ, ଜାଣନ୍ତୁ କାହିଁକି ?
ସିରିଆ: ଦକ୍ଷିଣ ସିରିଆର ଟର୍କିଶ୍ ବର୍ଡରରେ ଏବେ ଯୁଦ୍ଧ ପରିସ୍ଥିତି ଉପୁଜିଛି । ସିରିଆ ବାୟୁସେନା ଏବଂ ରୁଷିଆ ସେନା ମଧ୍ୟରେ ଇଦଲିବ୍ରେ ଲାଗିଥିବା ଲଢ଼େଇରେ ୨୧ ଜଣ ମୃତ୍ୟୁବରଣ କରିସାରିଲେଣି । ଆକାଶମାର୍ଗରୁ ବୋମା ବିସ୍ଫୋରଣ ହେଉଥିବା ବେଳେ ଏହି ସବୁ ପରିସ୍ଥିତିରେ ସାଧାରଣ ଲୋକଙ୍କ ଜୀବନ ଭୟ ଭିତରେ କଟୁଛି । ସ୍ଥାନୀୟ ଲୋକଙ୍କୁ ନାନା ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡୁଛି।

ଅଧିକାଂଶ ସମୟରେ ସେଠାରେ ବୋମା ଫୁଟୁଛି । ବୋମା ମାଡ଼ର ଭୟଙ୍କର ଶବ୍ଦରେ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି । ତେବେ ସିରିଆରେ ଉପୁଜିଥିବା ଏଭଳି ପରିସ୍ଥିତିରେ ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ।

ବୋମା ଶବ୍ଦରୁ ନିଜ ଶିଶୁକୁ ଭୟଭୀତ ହେବାରୁ ରକ୍ଷା କରିବା ପାଇଁ ଜଣେ ବାପା ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି। ସୋସିଆଲ ମିଡିଆରେ ଏହି ବାପ-ଝିଅଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଅଲ୍ଲୀ ମୁସ୍ତାଫା ନାମକ ଜଣେ ଟୁଇଟର ୟୁଜର୍ସ ନିଜ ଆକାଉଣ୍ଟରେ ଏହି ଭିଡିଓଟିକୁ ସେୟାର କରିଛନ୍ତି। ଅବଦ୍ଦୁଲ୍ଲା ନାମକ ଜଣେ ବ୍ୟକ୍ତିଙ୍କ ୪ ବର୍ଷର ଝିଅଟିଏ ଅଛି। ଇଦଲିବ୍ରେ ବୋମା ଫୁଟିବା ମାତ୍ରେ କୁନି ଝିଅ ସେଲଭା ଭୟଭୀତ ହୋଇପଡୁଥିବାରୁ ଅବଦୁଲ୍ଲା ତାଙ୍କ ପାଇଁ ଏକ ଖେଳ ପ୍ରସ୍ତୁତ କରିଥିଲେ।
what a sad world,
To distract 4-year old Selva, her father Abdullah has made up a game.
Each time a bomb drops in Idlib #Syria, they laugh, so she doesn’t get scared.
— علی مصطفی | Ali Mustafa (@Ali_Mustafa) February 17, 2020
ଖେଳର ନିୟମ ଅନୁଯାୟୀ ଯେତେବେଳେ ବୋମା ଫୁଟିବାର ଶବ୍ଦ ହେବ ସେତେବେଳେ ଉଭୟ ବାପା ଏବଂ ଝିଅ ଖୁବ୍ ଜୋରରେ ହସିବେ। ଯାହା ଫଳରେ ବୋମାର ଶବ୍ଦରେ ଝିଅ ଭୟଭୀତ ନହୋଇ ବୋମାର ଶବ୍ଦ ଆଉ ଶୁଣି ପାରିବ ନାହିଁ।
ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ: ଏତଲା ପରେ ବି କାଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ
କେନ୍ଦ୍ରାପଡ଼ା: ଘରୋଇ କଳହକୁ ନେଇ ଘଟିଲା ହତ୍ୟାକାଣ୍ଡ । କେନ୍ଦ୍ରାପଡ଼ା ପଟ୍ଟ।ମୁଣ୍ଡାଇ ବକ୍ତାପୁର ଗାଁରେ ଏଭଳି ଘଟିଥିବା ଅଭିଯୋଗ ହୋଇଛି । ଗାଁର ତ୍ରିଲୋଚନ ମହାଲିକ ଓ ବିପିନ ମହାଲିକଙ୍କ ଭିତରେ ପାରିବାରିକ ସମସ୍ୟା ନେଇ କଳହ ଦେଖା ଦେଇଥିଲା । ଏହି ସମୟରେ ଉତକ୍ଷିପ୍ତ ହୋଇ ପୁତୁରା ତ୍ରିଲୋଚନଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ କୈାଣସି କାଯ୍ୟାନୁଷ୍ଠାନ ନିଆଯାଇ ନଥିବା ଅଭିଯୋଗ ହୋଇଛି ।
ନିର୍ଭୟା ଦୋଷୀମାନଙ୍କ ଓକିଲଙ୍କ ଦମ୍ଭୋକ୍ତି; ୩ ତାରିଖରେ ହେବନି ଫାଶୀ, ପଢ଼ନ୍ତୁ କାହିଁକି
ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ପଟିଆଲା ହାଉସ କୋର୍ଟ ସୋମବାର ୪ ଜଣ ଦୋଷୀଙ୍କ ପାଇଁ ନୂଆ ଡେଥ୍ ଓ୍ୱାରେଣ୍ଟ ଜାରି କରିଛନ୍ତି । ଗତ ୪୧ ଦିନରେ ତୃତୀୟ ଥର ପାଇଁ ଡେଥ୍ ଓ୍ୱାରେଣ୍ଟ ଜାରି କରାଯାଇଛି । ୪ ଜଣ ଦୋଷୀଙ୍କୁ ୩ ମାର୍ଚ୍ଚ ସକାଳ ୬ଟାରେ ଫାଶୀ ଦିଆଯିବା ନେଇ ଆଦେଶ ଦିଆଯାଇଛି । କିନ୍ତୁ ୪ଜଣ ଦୋଷୀଙ୍କ ମଧ୍ୟରୁ ଜଣଙ୍କ ପାଖରେ ଏବେ ବି ରାଜକ୍ଷମା ଆବେଦନ ଓ କ୍ୟୁରେଟିଭ୍ ପିଟିସନ୍ର ବିକଳ୍ପ ରହିଛି । ଏହି ୨ ବିକଳ୍ପ ଖାରଜ ହେଲା ପରେ ବି ପୁଣି ଥରେ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିପାରିବେ ।

ଅପରପକ୍ଷରେ ଦୋଷୀମାନଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା ଚାଲିଛି । ଯାହା ଉପରେ ଫଇସଲା ନଆସିଲା ପର୍ଯ୍ୟନ୍ତ ଫାଶୀ ହୋଇପାରିବନ ନାହିଁ ବୋଲି ଗତ ୭ ବର୍ଷ ହେଲା ନିର୍ଭୟା ଦୋଷୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ଏପି ସିଂହ କହିଛନ୍ତି । ଏଥିସହ ସେ ଆସନ୍ତା ମାର୍ଚ୍ଚ ୩ରେ ଫାଶୀ ଦିଆଯାଇପାରିବନି ବୋଲି ଦୃଢ଼ତାର ସହ କହିଛନ୍ତି ।

ସେ ଆହୁରି କହିଛନ୍ତି, ମୁଁ ଦୋଷୀଙ୍କ ସହ ସାକ୍ଷାତ କରିବି, ସମସ୍ତ ଆଇନଗତ ବିକଳ୍ପ ନେଇ ଆଲୋଚନା କରିବି । ଯାହା ତାଙ୍କ ପରିବାର ଲୋକଙ୍କ ପକ୍ଷରୁ କୁହାଯିବ କରିବି । ଏବେ ବି ଅନେକ ଆଇନଗତ ବିକଳ୍ପ ବାକି ରହିଛି । ସେ ସବୁର ଉପଯୋଗ କରାଯିବ । ରାଷ୍ଟ୍ରପତିଙ୍କ ନିକଟକୁ ପୁଣିଥରେ ମର୍ସି ପିଟିସନ୍ ପଠାଯିବ, ଏହା ଖାରଜ ହେବା ପରେ ପୁଣି ଯାହା ବିକଳ୍ପ ରହିଛି ତାହାର ପ୍ରୟୋଗ କରାଯିବ ।
ସେ କହିଛନ୍ତି ନା ମୁଁ ପରତ୍ମା, ନା ମୁଁ ଯମରାଜ, ମୁଁ ଜଣେ ଓକିଲ । ଯାହା କ୍ଳାଇଣ୍ଟ ଓ ତାଙ୍କ ପରିବାର ଲୋକେ କହିବେ ତାହା ହିଁ କରିବି । ଏହି ମାମଲାରେ ମିଡିଆ ଟ୍ରାଇଲ ହେଉଥିବା ବେଳେ ପବ୍ଳିକ୍ ଏବଂ ରାଜନେତାଙ୍କ ଚାପ ମଧ୍ୟ ରହିଛି । କିନ୍ତୁ ଏହା ଦ୍ୱାରା ନ୍ୟାୟର ପରାକାଷ୍ଠା ନୁଇଁବାକୁ ଦେବିନି ବୋଲି କହିଛନ୍ତି ।
ବିଧାନସଭାରେ ଉଠିଲା ଓଡ଼ିଆ ଭାଷାର ସୁରକ୍ଷା ପ୍ରସଙ୍ଗ, ବିରୋଧୀଙ୍କ ପ୍ରଶ୍ନ କାହିଁକି ମିଳୁନାହିଁ ଟଙ୍କା ?
ଭୁବନେଶ୍ବର : ଓଡ଼ିଆ ଭାଷାକୁ ନେଇ ଗୃହରେ ଦେଖାଦେଇଛି ହଟ୍ଟଗୋଳ । ଓଡ଼ିଆ ଭାଷା ସଂସ୍କୃତିକୁ ଅବହେଳା କରାଯାଉଛି । କେନ୍ଦ୍ର ସରକାର ଭାଷା ସୁରକ୍ଷା ପାଇଁ ୩୦୦ କୋଟି ଟଙ୍କା ଦେଇଛନ୍ତି । କିନ୍ତୁ ଓଡ଼ିଆ ଭାଷା ପାଇଁ ଟଙ୍କାଟିଏ ବି ମିଳିନାହିଁ ।

ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ମାନେ ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ । ବିଭାଗୀୟ ମନ୍ତ୍ରୀ ଏହି ପ୍ରସଙ୍ଗରେ ଗୃହକୁ ଜଣାଇବାକୁ ରୁଲିଂ ଦେଇଥିଲେ । ବାଚସ୍ପତିଙ୍କ ରୁଲିଂ କଂଗ୍ରେସ ବିଧାୟକଙ୍କୁ ସନ୍ତୁଷ୍ଟ କରିପାରିନଥିଲା । ଏହି ପ୍ରସଙ୍ଗରେ ହଟ୍ଟଗୋଳ ହେବାରୁ ଗୃହକୁ ୧୫ ମିନିଟ୍ ପାଇଁ ମୁଲତବୀ ରଖିଥିଲେ ବାଚସ୍ପତି ।
ଗଞ୍ଜାମ: ଗୋଳନ୍ଥରା ଛକ ନିକଟରେ ସଡ଼କ ଦୁର୍ଘଟଣା । ଟ୍ରକକୁ ପିଟିଲା ବାଇକ୍ ୨ମୃତ, ଜଣେ ଗୁରୁତର ।
ଗଞ୍ଜାମ: ଗୋଳନ୍ଥରା ଛକ ନିକଟରେ ସଡ଼କ ଦୁର୍ଘଟଣା । ଟ୍ରକକୁ ପିଟିଲା ବାଇକ୍ ୨ମୃତ, ଜଣେ ଗୁରୁତର ।
ନୃଶଂସ ନୁହେଁ ମାନବ ସମାଜ, ଏଠି କୁକୁରକୁ ବି ମିଳେ ଚାରି କାନ୍ଧ
ଅନୁଗୁଳ: ବେଳେ ବେଳେ ହଜି ଯାଉଛି ମାନବିକତା । ମଲା ପରେ ମଣିଷକୁ ମଶାଣିକୁ ନେବା ପାଇଁ ମିଳୁନି ଚାରି କାନ୍ଧ । କିନ୍ତୁ ଏଠି ଏକ କୁକୁରକୁ ଚାରିକାନ୍ଧ ମିଳିଛି । ମଲା ପରେ ମଣିଷକୁ ସମ୍ମାନର ସହ କୋକେଇରେ ଶ୍ମଶାନକୁ ନେଲା ଭଳି, ଗୋଟିଏ କୁକୁରର ସେମିତି ସଂସ୍କାର କରାଯାଇଛି ।

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଖିଣ୍ଡା ତ୍ରିବେଣୀ ଛକରେ ଗୋଟିଏ ବିଶ୍ୱସ୍ତ କୁକୁର ରାତିରେ ଦୋକାନ ଜଗିଥାଏ । ଦୋକାନୀ ବିନା ଚିନ୍ତାରେ ଘରକୁ ଯାଇଥାନ୍ତି । କିନ୍ତୁ ହଠାତ୍ ଏକ ଗାଡ଼ି ଧକ୍କାରେ କୁକୁରଟି ପ୍ରାଣ ହରାଇଥିଲା ।

ତେବେ ଦୋକାନୀମାନେ ତା’ ଋଣ ଶୁଝିବାକୁ ଚେଷ୍ଟା କରିଛନ୍ତି । ତାକୁ କୋକେଇରେ ନେଇ ରୀତିନୀତି ଅନୁସାରେ ଶବ ସଂସ୍କାର କରିଛନ୍ତି । ବାଜା ବଜାଇ କୁକୁର ଶବକୁ ମଶାଣିକୁ ନେଇ ସଂସ୍କାର କରାଯାଇଛି ।
ଶୋଇଥିବା ବେଳେ ୨ଶିଶୁଙ୍କ ଦେହରେ ଡିବିରିରୁ ଲାଗିଲା ନିଆଁ
ମାଲକାନଗିରି: ମାଲକାନଗିରି ଜିଲ୍ଲା ଗୌଡ଼ଗୁଡ଼ା ଗାଁରେ ଏହି ଅଘଟଣ ଘଟିଛି । ଡିବିରିରୁ ନିଆଁ ଲାଗି ଭାଇ-ଭଉଣୀ ଗୁରୁତର । ଗୁରୁତର ଭାଇର ବୟସ ୮ ବର୍ଷ ଓ ଭଉଣୀର ବୟସ ୨ ବର୍ଷ ।

ସୂଚନା ମୁତାବକ ଭାଇ-ଭଉଣୀ ଘରେ ଶୋଇଥିବା ବେଳେ ପାଖରେ ଜଳୁଥିବା ଡିବିରିରୁ କମ୍ବଳରେ ନିଆଁ ଲାଗି ଯାଇଥିଲା । ଘରେ ଆଉ କେହି ନଥିଲେ । ନିଆଁ ଜଳୁଥିବା ଅବସ୍ଥାରେ ଭାଇ-ଭଉଣୀ ଘରୁ ବାହାରକୁ ଦୌଡ଼ି ପଳାଇ ଯାଇଥିଲେ । ଦୁଇଶିଶୁଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ମାଲକାନଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ କୋରାପୁଟ ସ୍ଥାନାନ୍ତର କରାଯାଇଛି ।
ଆକ୍ସନ ମୋଡ଼ରେ ଓ୍ୱେସ୍କୋ, ବିଲ୍ ବାକି ଥିବା ଉପଭୋକ୍ତାଙ୍କ କାଟୁଛି ବିଦ୍ୟୁତ
ରାଉରକେଲା: ପଶ୍ଚିମ ଓଡ଼ିଶାରେ ଆକ୍ସନ ମୋଡ଼ରେ ଓ୍ୱେସ୍କୋ । ବିଲ୍ ବାକି ଥିବା ଉପଭୋକ୍ତାଙ୍କ ଘର ଓ ବ୍ୟବସାୟୀକ ପ୍ରତିଷ୍ଠାନରୁ ଓ୍ୱେସ୍କୋ ପକ୍ଷରୁ ଆଜିଠାରୁ ବିଦ୍ୟୁତ୍ ବିଚ୍ଛିନ୍ନ ଅଭିଯାନ ଆରମ୍ଭ ହୋଇଛି ।

୨୫ ହଜାରରୁ ଅଧିକ ଟଙ୍କାର ବିଲ୍ ପଇଠ କରିନଥିବା ସୁନ୍ଦରଗଡ଼ ଜିଲ୍ଲାର ୪୯ ହଜାର ବିଦ୍ୟୁତ ଉପଭୋକ୍ତାଙ୍କୁ ନୋଟିସ୍ ଦିଆଯାଇଥିଲା । କିନ୍ତୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିଲ୍ ପଇଠ କରିନଥିବାରୁ ଆଜିଠାରୁ ଉପଭୋକ୍ତାଙ୍କ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବା କାର୍ଯ୍ୟ ଆରମ୍ଭ ହୋଇଛି ।

ସୁନ୍ଦରଗଡ଼ ଜିଲ୍ଲାରେ ଏଥିପାଇଁ ୪୫ଟି ଟିମ୍ ନିୟୋଜିତ ହୋଇଛନ୍ତି । ସେପଟେ ନୂଆପଡ଼ାରେ ଲାଇନ୍ କାଟ ବେଳେ ଉତ୍ତେଜନା ଦେଖାଦେଇଛି । କିସ୍ତିରେ ବିଲ୍ ଆଦାୟ କରିବାକୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଦାବି କରାଯାଇଛି ।
ପେସା ଆଇନ ସଂଶୋଧନର ଆବଶ୍ୟକତା ରାଜ୍ୟ ସରକାର ଉପଲବ୍ଧି କରୁନାହାନ୍ତି: ମନ୍ତ୍ରୀ ପ୍ରତାପ ଜେନା
ଭୁବନେଶ୍ୱର: ପେସା ଆଇନ ୧୪ଟି ଜିଲ୍ଲାର ୧୨୯ ବ୍ଲକ୍ର ସଂପୂର୍ଣ୍ଣ ଅଞ୍ଚଳରେ ଓ ୩ଟି ବ୍ଲକ୍ର ଆଂଶିକ ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି । ୧୧ଟି ବିଭାଗର ୨୧ ବିଷୟକୁ ତ୍ରିସ୍ତରୀୟ ପଞ୍ଚାୟତ ଅନୁଷ୍ଠାନକୁ ହସ୍ତାନ୍ତର କରାଯାଇଛି ।

ଏବେ ପେସା ଆଇନ ସଂଶୋଧନର ଆବଶ୍ୟକତା ରାଜ୍ୟ ସରକାର ଉପଲବ୍ଧି କରୁନାହାନ୍ତି । ବିଧାନସଭାରେ ପେସା ଆଇନର କାର୍ଯ୍ୟକାରିତା ପ୍ରଶ୍ନର ଏହି ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ।

ଏହି ଆଇନ ଜରିଆରେ ୬୯ଟି ଲଘୁ ବନଜାତ ମାଲିକାନା ବ୍ୟବସାୟ ନିୟନ୍ତ୍ରଣ, ମାଇନର ଓ୍ୱାଟର ପଡି, ମାଇନର ମିନେରାଲ ଲାଇସେନ୍ସ, ଖଣି ଉତ୍ତୋଳନ ଓ ନିଲାମ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

