କୋରାପୁଟ: କୋରାପୁଟ ସୁନାବେଡ଼ାରେ ଅଭାବନୀୟ ଘଟଣା । ଲୁଗା ଶୁଖାଇବା ହେଲା କାଳ । ସ୍ୱାମୀକୁ ବଞ୍ଚାଇବାକୁ ଯାଇ ପତ୍ନୀଙ୍କର ବି ମୃତ୍ୟୁ । ବିଦ୍ୟୁତ୍ ଆଘାତରେ ସ୍ୱାମୀ,ସ୍ତ୍ରୀଙ୍କର ମୃତ ହୋଇଛି । ଲୁହା ତାରରେ ଲୁଗା ଶୁଖାଇଲା ବେଳେ ଗଲା ଦୁଇ ଜଣଙ୍କ ଜୀବନ ଗଲା । ମୃତକ ହେଲେ ସୁଧାକର ବିଶ୍ୱାଳ ଓ ତାଙ୍କର ପତ୍ନୀ ।
ସୂଚନା ଅନୁସାରେ ସକାଳୁ ଗାଧୋଇ ସାରି ଛାତରେ ସୁଧାକର ଲୁଗା ଶୁଖାଇବା ବେଳେ ବିଦ୍ୟୁତ୍ ସଂସ୍ପର୍ଷ ଆସିଥିଲେ ସ୍ୱାମୀଙ୍କ ଏଭଳି ଅବସ୍ଥା ଦେଖି ତାଙ୍କୁ ବଞ୍ଚେଇବାକୁ ସ୍ତ୍ରୀ ଧାଇଁ ଯାଇଥିଲେ । ତେବେ ଘଟଣା ସ୍ଥଳରେ ହିଁ ୨ଜଣଙ୍କ ମୃତ୍ୟୁ ଘଟିଛି । ସୁଧାକର ସୁନାବେଡ଼ା ମ୍ୟୁନିସିପାଲିଟିରେ କାମ କରୁଥିଲେ । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।



ନୂଆବର୍ଷରେ ମସ୍ତି ପାଇଁ ରାଇଝୋଳ ଗାଁର ୫ ଜଣ ସାଙ୍ଗ ମିଶିକରି ପଦ୍ମତୋଳା ଗାଁକୁ ଯାଇଥିଲେ । ସାଙ୍ଗଘରେ ହସ ମଜା, ଖିଆପିଆ ପରେ ସନ୍ଧ୍ୟାରେ ୨ଟି ବାଇକରେ ରାଇଝୋଳ ଫେରୁଥିଲେ । ହଠାତ୍ କୋଟିନଡ଼ା ବ୍ରିଜ୍ ଉପରୁ ତଳକୁ ଖସି ପଡ଼ିଥିଲା ୨ଟି ବାଇକ୍ । ଆଉ ୫ ଜଣ ସାଙ୍ଗ ବ୍ରିଜ୍ ତଳେ ଥିବା କୂଅ ଭିତରକୁ ଖସି ପଡ଼ିଥିଲେ ।
ଘଟଣାସ୍ଥଳରୁ ୩ ସାଙ୍ଗଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟ ୨ ଜଣଙ୍କୁ ପୋଲିସ, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ, କେମିତି ଏତେ ବଡ଼ ଦୁର୍ଘଟଣା ଘଟିଲା ଜଣାପଡ଼ିନାହିଁ ।
ଭାଷାକୁ ଢାଲ କରି ଶାହ ପ୍ରସ୍ତୁତ କରୁଛନ୍ତି ନୂଆ ଷ୍ଟ୍ରାଟେଜି । ଜେଲରେ ଥାଇ ହିନ୍ଦୀ ଶିକ୍ଷିଥିବା ଅମିତ ଶାହ ଏବେ ବଙ୍ଗଳା ଶିଖୁଛନ୍ତି । ନିର୍ବାଚନୀରେ ରାଲିରେ ଲୋକଙ୍କୁ ଶାହ ବଙ୍ଗଳାରେ ସମ୍ବୋଧନ କରିବେ । ଯାହା ସ୍ଥାନୀୟ ଲୋକଙ୍କୁ ବିଜେପି ପ୍ରତି ଆକର୍ଷଣ କରିବ ବୋଲି ଆଶା ରଖିଛି ଦଳ ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ମାଆ, ମାଟି ଓ ମାନୁଷ’ର ନାରା ଦେଉଛନ୍ତି । ଏପରିକି ବଙ୍ଗାଳି ଅସ୍ମିତାର କଥା କହୁଛନ୍ତି ଦିଦି । ବିଭିନ୍ନ ନିର୍ବାଚନୀ ସଭାରେ ଶାହଙ୍କୁ କଡ଼ା ସମାଲୋଚନା ମଧ୍ୟ କରୁଛନ୍ତି । ଦିଦିଙ୍କ ଶାଣିତ ଆକ୍ରମଣକୁ ପ୍ରତିହତ ଓ ବଙ୍ଗାଳିଙ୍କ ହୃଦୟକୁ ଜିତିବାକୁ ଶାହ ବଙ୍ଗଳା ଭାଷା ଶିଖୁଥିବା କୁହାଯାଉଛି ।
କେବଳ ବଙ୍ଗଳା ନୁହେଁ ଶାହ ତାମିଲ ସହିତ ଅନ୍ୟ ୪ଟି ରାଜ୍ୟର ଭାଷା ଶିଖୁଥିବା ସୂଚନା ମିଳିଛି । ଗୁଜରାଟୀରେ ଦଖଲ ଥିବା ଶାହ ଜେଲରେ ଥିବାବେଳେ ହିନ୍ଦୀ ଶିଖିଥିଲେ ।
