spot_img
Home Blog Page 7411

ଚଣ୍ଡିଖୋଲ: ଜାତୀୟ ରାଜପଥ-୧୬ ବଡ଼ଚଣା ଛକ ନିକଟରେ ଦୁର୍ଘଟଣା । ବାଇକକୁ ପଛ ପଟୁ ଧକ୍କାଦେଲା ସ୍କର୍ପିଓ, ୨ ମୃତ । ମୃତକ ଟାଙ୍ଗୀ ଅଞ୍ଚଳର ସୂଚନା ।

ଚଣ୍ଡିଖୋଲ: ଜାତୀୟ ରାଜପଥ-୧୬ ବଡ଼ଚଣା ଛକ ନିକଟରେ ଦୁର୍ଘଟଣା । ବାଇକକୁ ପଛ ପଟୁ ଧକ୍କାଦେଲା ସ୍କର୍ପିଓ, ୨ ମୃତ । ମୃତକ ଟାଙ୍ଗୀ ଅଞ୍ଚଳର ସୂଚନା ।

ନୂଆ ବର୍ଷରେ ମହଙ୍ଗା ମାଡ଼, ଟ୍ରେନ୍ ଭଡ଼ା ବଢ଼ାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନୂଆ ବର୍ଷରେ ମହଙ୍ଗା ମାଡ଼ । ଟ୍ରେନ୍ ଭଡ଼ା ବୃଦ୍ଧି କଲେ କେନ୍ଦ୍ର ସରକାର । ମେଲ୍, ଏକ୍ସପ୍ରେସ ଟ୍ରେନ୍ ସହ ସାଧାରଣ ଟ୍ରେନ୍ ଭଡ଼ାରେ ବୃଦ୍ଧି କରାଯାଇଛି । ଏହି ଭଡ଼ା ଜାନୁଆରୀ ୧ ତାରିଖ ଅର୍ଥାତ୍ ଆସନ୍ତାକାଲି ଠାରୁ ଲାଗୁ ହେବ । ସାରାଦେଶରେ ବର୍ଦ୍ଧିତ ଭଡ଼ା ଲାଗୁ ହେବାନେଇ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।

ଅଣ ଶୀତତାପ ନିୟନ୍ତ୍ରିତ ମେଲ୍, ଏକ୍ସପ୍ରେସ ଟ୍ରେନରେ କିଲୋମିଟର ପିଛା ଭଡ଼ା ୨ ପଇସା ବୃଦ୍ଧି ପାଇଛି । ଶୀତତାପ ନିୟନ୍ତ୍ରିତ କ୍ଲାସରେ ଭଡ଼ା କିଲୋମିଟର ପିଛା ୪ ପଇସା ବୃଦ୍ଧି ହୋଇଛି ।  ଶତାବ୍ଦୀ ସହ ରାଜଧାନୀ ଟ୍ରେନରେ ଆସନ୍ତାକାଲି ଠାରୁ ବର୍ଦ୍ଧିତ ଭଡ଼ା ଲାଗୁ ହେବ ।ମୁମ୍ବାଇରେ ଚାଲୁଥିବା ଲୋକାଲ ଟ୍ରେନ୍ ଭଡ଼ା ଅପରିବର୍ତ୍ତି ରହିଛି । ତା’ଛଡ଼ା ସାଧାରଣ ଅଣ ଶୀତତାପ ନିୟନ୍ତ୍ରିତ ଟ୍ରେନର ଭଡ଼ା ମଧ୍ୟ ବଢ଼ିଛି । ସାଧାରଣ ଟ୍ରେନ୍ ଭଡ଼ା କିଲୋମିଟର ପିଛା ୧ ପଇସା ବୃଦ୍ଧି କରିଛି ଭାରତୀୟ ରେଳବାଇ ।

ଭାରତୀୟ ରେଲୱେ ସିଜିନ୍ ଟିକେଟଧାରୀ ଓ ପାସଧାରୀଙ୍କ ଟିକେଟ ଦରରେ କୌଣସି ବୃଦ୍ଧି କରିନାହିଁ । ଶେଷଥର ପାଇଁ ସରକାର ୨୦୧୪-୧୫ରେ ଟ୍ରେନ୍ ଭଡ଼ା ବଢ଼ାଇଥିଲେ । ପୁଣି ୫ ବର୍ଷ ପରେ ଭଡ଼ା ବୃଦ୍ଧି ପାଇଛି । 

ବନ୍ଦେ ମାତରମ୍, ହମସଫର ଏକ୍ସପ୍ରେସ୍, ରାଜଧାନୀ ଏକ୍ସପ୍ରେସ, ଦୁରନ୍ତୋ, ଗରିବ ରଥ, ରାଜ୍ୟ ରାଣୀ, ଜନ ଶତାବ୍ଦୀ, ସୁବିଧା, ଯୁବ ଓ ସ୍ୱତନ୍ତ୍ର ଟ୍ରେନର ଭଡ଼ା ମଧ୍ୟ ବୃଦ୍ଧି ପାଇବ ।

ନୂଆଦିଲ୍ଲୀ: ବଢ଼ିଲା ଟ୍ରେନ୍ ଭଡ଼ା । ମେଲ୍, ଏକ୍ସପ୍ରେସ ଅଣଶୀତତାପନିୟନ୍ତ୍ରିତ ଟ୍ରେନରେ କିଲୋମିଟର ପିଛା ୨ ପଇସା । ଏସି କ୍ଲାସରେ କିିଲୋମିଟର ପିଛା ୪ ପଇସା ବୃଦ୍ଧି । ଶତାବ୍ଦୀ ସହ ରାଜଧାନୀ ଟ୍ରେନରେ ଜାନୁଆରୀ ୧ରୁ ଲାଗୁ ହେବ ବର୍ଦ୍ଧିତ ଭଡ଼ା ।

ନୂଆଦିଲ୍ଲୀ: ବଢ଼ିଲା ଟ୍ରେନ୍ ଭଡ଼ା । ମେଲ୍, ଏକ୍ସପ୍ରେସ ଅଣଶୀତତାପନିୟନ୍ତ୍ରିତ ଟ୍ରେନରେ କିଲୋମିଟର ପିଛା ୨ ପଇସା । ଏସି କ୍ଲାସରେ କିିଲୋମିଟର ପିଛା ୪ ପଇସା ବୃଦ୍ଧି । ଶତାବ୍ଦୀ ସହ ରାଜଧାନୀ ଟ୍ରେନରେ ଜାନୁଆରୀ ୧ରୁ ଲାଗୁ ହେବ ବର୍ଦ୍ଧିତ ଭଡ଼ା ।

ନୂଆବର୍ଷରେ ନୂଆ ସଭାପତି ପାଇବ ରାଜ୍ୟ ବିଜେପି

ଭୁବନେଶ୍ୱର: ନୂଆବର୍ଷରେ ନୂଆ ସଭାପତି ପାଇବ ରାଜ୍ୟ ବିଜେପି । ଏଥିଲାଗି ବିଜେପି ଶିବିରରେ ଜୋରଦାର କସରତ ଚାଲିଛି । ଦୁଇଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓଡ଼ିଶାରେ ପହଞ୍ଚି ନିର୍ବାଚନ ପ୍ରକ୍ରିୟାର ସମୀକ୍ଷା କରୁଛନ୍ତି । ତେବେ ନିର୍ବାଚନ ନା ସହମତିରେ ରାଜ୍ୟ ବିଜେପି ସଭାପତି ଚୟନ କରାଯିବ, ତାକୁ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ ।

କିଏ ହେବେ ରାଜ୍ୟ ବିଜେପିର ପରବର୍ତ୍ତି ସଭାପତି । କାହାକୁ ମଙ୍ଗ ଧରାଇବେ ଦଳର କେନ୍ଦ୍ରୀୟ ନିର୍ବାଚନ ଅଧିକାରୀ । ଏନେଇ ବିଜେପିରେ ଜାରି ରହିଛି ବିଚାରବିମର୍ଶ । ସପ୍ତାହେ ଭିତରେ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ ପାଇଁ ଓଡ଼ିଶାରେ ଦୁଇଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପହଞ୍ଚି ପୂରା ପ୍ରକ୍ରିୟାର ସମୀକ୍ଷା କରୁଛନ୍ତି । ଏହାପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ରାଜୀବ ପ୍ରତାପ ରୁଡ୍ଡି, କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ନୂଆ ସଭାପତିଙ୍କ ନାଁ ଘୋଷଣା କରିବେ । ତେବେ ନିର୍ବାଚନ ହେବ ନା ସହମତିରେ ଚୟନ ହେବ, ତାକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି । କାରଣ ଏଯାଏ ଦଳର ଭୁବନେଶ୍ୱର ଓ କଳାହାଣ୍ଡି ଜିଲ୍ଳ। ନିର୍ବାଚନ ହୋଇନାହିଁ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସଭାପତି ଦୌଡ଼ରେ ଥିବାରୁ କିଛିଟା ଦ୍ୱନ୍ଦ୍ୱ ରହିଛି । ତେବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ସହମତି ଭିତ୍ତିରେ ସଭାପତି ଚୟନ ପାଇଁ ଚେଷ୍ଟା କରାଯାଉଛି ।

ବିଜେପି ରାଜ୍ୟ ସଭାପତି ଦୌଡ଼ରେ ସମୀର ମହାନ୍ତି, କନକବର୍ଦ୍ଧନ ସିଂହଦେଓ, ପୃଥ୍ୱୀରାଜ ହରିଚନ୍ଦନ, ବିଷ୍ଣୁ ସେଠୀ ଓ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ଅଛି । ଏମାନଙ୍କୁ ମଧ୍ୟରୁ କାହାକୁ ଦଳ ସଭାପତି କରିବ, ସେନେଇ ଭୁବନେଶ୍ୱରରୁ ଦିଲ୍ଲୀ ଯାଏ ଚାଲିଛି ମାନସମନ୍ଥନ । ଜୁଲାଇ ୬ରୁ ଆରମ୍ଭ ହୋଇଥିବା ନିର୍ବାଚନ ପ୍ରକ୍ରିୟାରେ ଏବେ ସୁଦ୍ଧା ୩୭ ହଜାର ବୁଥ୍‌ରୁ ୨୭ ହଜାରୁ ଅଧିକ ବୁଥ୍‌ରେ ନିର୍ବାଚନ ସରିଛି । ସେହିପରି ୩୬ ଟି ଜିଲ୍ଲାରୁ ୩୭ ଜିଲ୍ଲା ଓ ୧୦୦୪ ମଣ୍ଡଳରୁ ୯୦୦ ମଣ୍ଡଳରେ ନିର୍ବାଚନ ସରିଛି ।

ନୂଆ ସଭାପତିଙ୍କୁ ବିଜେପି ରାଜ୍ୟ ପରିଷଦର ୧୩୬ ଜଣ ସଦସ୍ୟ ଓ ଜିଲ୍ଲାସଭାପତିମାନେ ଚୟନ କରିବେ । ଯେଉଁ ୫ ଜଣଙ୍କ ନାଁ ଚର୍ଚ୍ଚା ରେ ଅଛି, ସେମାନଙ୍କ ମଧ୍ୟରୁ କନକବର୍ଦ୍ଧନ ସିଂହଦେଓ ଓ ସମୀର ମହାନ୍ତି ରେସ୍‌ର ଆଗରେ ରହିଛନ୍ତି ।

ଆତସବାଜୀରେ ରଙ୍ଗୀନ ଅକଲାଣ୍ଡର ଆକାଶ, ଅଷ୍ଟ୍ରେଲିଆରେ ଅପୂର୍ବ ଉତ୍ସାହ

ନୂଆଦିଲ୍ଲୀ: ନୂଆ ବର୍ଷ, ନୂଆ ଉତ୍ସାହ, ନୂଆ ଉଦ୍ଦୀପନା । ଅକଲାଣ୍ଡ ପରେ ଅଷ୍ଟ୍ରେଲିଆରେ ନବବର୍ଷକୁ ନେଇ ଆନନ୍ଦ ଉଲ୍ଲାସ । ଭାରତୀୟ ସମୟ ଅପରାହ୍ଣ ୪ଟା ୩୦ରେ ଅକଲାଣ୍ଡରେ ନୂଆବର୍ଷ ଛୁଇଁଛି । ଅକଲାଣ୍ଡ ନ୍ୟୁଜିଲାଣ୍ଡରେ ଅବସ୍ଥିତ । ପ୍ରତିବର୍ଷ ପ୍ରଥମେ ଏଠାରେ ନୂଆବର୍ଷ ମନା ଯାଇଥାଏ ।କାରଣ ଏଠାକାର ସମୟ ଭାରତର ସମୟ ଠାରୁ ୭ ଘଣ୍ଟା ୩୦ ମିନିଟ୍ ଆଗୁଆ । ନ୍ୟୁଜିଲାଣ୍ଡର ଅକଲାଣ୍ଡ ସହର ସ୍କାଏ ଟାୱାରରେ ଆୟୋଜିତ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ଜିଣିଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆତସବାଜୀରେ ରଙ୍ଗୀନ ହୋଇଛି ଅକଲାଣ୍ଡର ଆକାଶ ।

ନ୍ୟୁଜିଲାଣ୍ଡ ପରେ ଅଷ୍ଟ୍ରେଲିଆରେ ଆନନ୍ଦ ଆଣି ଦେଇଛି ୨୦୨୦ । ଭାରତୀୟ ସମୟ ସାଢ଼େ ୬ଟାରେ ଅଷ୍ଟ୍ରେଲିଆରେ ନୂଆବର୍ଷ ପାଳନ ହୋଇଛି । ଆତସବାଜୀରେ ରଙ୍ଗୀନ ହୋଇ ଉଠିଛି ସିଡନୀର ଆକାଶ । ହାର୍ବର ଓ ଔପେରା ହାଉସରେ ଉତ୍ସବ ମନାଯାଇଛି ।ଭାରତରେ ନୂଆବର୍ଷ ଛୁଇଁବାକୁ ଆଉ ଅଳ୍ପ କିଛି ସମୟ ବାକି ଅଛି । ଏଥିପାଇଁ ଦେଶବ୍ୟାପୀ ସବୁଠି ପ୍ରସ୍ତୁତି ସରିଛି । ପ୍ରସ୍ତୁତ ହୋଇ ରହିଛି ବିଭିନ୍ନ ହୋଟେଲ । ନୂଆବର୍ଷ ପାଇଁ ଗୋଆ ବିଚ୍ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛି ।

୨୦୨୦ରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଚ୍ୟାଲେଞ୍ଜ କଣ ?

ଭୁବନେଶ୍ୱର: ବର୍ଷ ୨୦୨୦ ହେବ ସବୁ ରାଜନୈତିକ ଦଳ ପାଇଁ ଚ୍ୟାଲେଞ୍ଜର ବର୍ଷ । ନୂଆବର୍ଷ ସଫଳତାର ବର୍ଷ ହେବ ବୋଲି ପୂର୍ବାନୁମାନ କରିଛନ୍ତି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ବିଜେପି ଓ ବିଜେଡି ପାଇଁ ସାଂଗଠନିକ ନିର୍ବାଚନ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ କଂଗ୍ରେସକୁ ଘାରିଛି ଗୋଷ୍ଠୀ କନ୍ଦଳର ସମାଧାନ ଚିନ୍ତା ।

 

ବର୍ଷ ୨୦୨୦ ଓଡ଼ିଶା ରାଜନୀତିରେ ନୂଆ ଚ୍ୟାଲେଞ୍ଜ ଆଣିବ । ଆଶଙ୍କା ଓ ସମ୍ଭାବନାର ବର୍ଷ ହେବ ୨୦୨୦ । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ନୂଆବର୍ଷରେ ନୂଆ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ଯାଉଛନ୍ତି । ବିଜେଡି ପାଇଁ ବଡ଼ ଚ୍ୟାଲେଞ୍ଜ ସାଂଗଠନିକ ନିର୍ବାଚନ । ଫେବ୍ରୁଆରୀ ଶେଷ ବେଳକୁ ସାଂଗଠନିକ ନିର୍ବାଚନ ଶେଷ କରିବା ଦଳ ପାଇଁ ଚ୍ୟାଲେଞ୍ଜ । ସେହିପରି ପୌର, ମହାନଗର ଓ ସମବାୟ ନିର୍ବାଚନ ଲାଗି ଦଳ ତୃଣମୂଳରୁ ଅଧିକ ପ୍ରସ୍ତୁତ ରହିବ । ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚଇବା ଓ କେନ୍ଦ୍ରଠାରୁ ଓଡ଼ିଶାର ନ୍ୟାଯ୍ୟ ଦାବି ହାସଲ କରିବା ହେଉଛି ବିଜେଡି ପାଇଁ ଚ୍ୟାଲେଞ୍ଜ ।

୨୦୨୦ରେ ବିଜେପି ପାଇଁ ଚ୍ୟାଲେଞ୍ଜ ହେଉଛି, ସାଂଗଠନିକ ନିର୍ବାଚନ ଶେଷ କରି ସହମତିରେ ରାଜ୍ୟ ସଭାପତି ଚୟନ । ମହାନଗର ନିଗମ, ପୌର ଓ ସମବାୟ ନିର୍ବାଚନରେ ଅଧିକ ସିଟ୍‌ରେ ବିଜୟ ଲାଭ, ୩୭ ହଜାର ବୁଥ କମିଟି ଗଠନ ସହ ପ୍ରତ୍ୟେକ ଅଞ୍ଚଳରେ ସଂଗଠନକୁ ମଜବୁତ କରିବା, ବିଧାନସଭା ଭିତରେ ଓ ବାହାରେ ସ୍ୱର ଶାଣିତ କରିବା ହେଉଛି ବିଜେପି ପାଇଁ ନୂଆବର୍ଷର ଚ୍ୟାଲେଞ୍ଜ ।

କଂଗ୍ରେସ ପାଇଁ ମଧ୍ୟ ବିଭିନ୍ନ ଚ୍ୟାଲେଞ୍ଜ ରହିଛି । ଜାନୁଆରୀ ଶେଷ ସୁଦ୍ଧା ବ୍ଲକ୍‌, ଜିଲ୍ଲା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଚୟନ ସହ ୩ ଛାମୁଆ ସଂଗଠନ ଯୁବ, ମହିଳା ଓ ଛାତ୍ର କଂଗ୍ରେସ ସଭାପତି ନାଁ ଘୋଷଣା, ଦଳରେ ଅନ୍ତଦ୍ୱନ୍ଦ୍ୱ ଦୂର, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି, ମହାନଗର ନିଗମ, ପୌର ଓ ସମବାୟ ନିର୍ବାଚନରେ ଭଲ ପ୍ରଦର୍ଶନ କଂଗ୍ରେସ ଲାଗି ୨୦୨୦ରେ ବଡ଼ ଚ୍ୟାଲେଞ୍ଜ ହେବ ।

ନୂଆ ଆଶା ଓ ନୂଆ ସମ୍ଭାବନା ନେଇ ୨୦୨୦ରେ ୩ ରାଜନୈତିକ ଦଳ ଚ୍ୟାଲେଞ୍ଜକୁ କିପରି ସାମ୍ନା କରୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।

 

୨୦୧୯ର ଶେଷ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳାଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ୨୦୧୯ ବର୍ଷର ଅନ୍ତିମ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା । ଭିତ୍ତିଭୂମି କ୍ଷେତ୍ରର ବିକାଶ ସହ ଅର୍ଥନୀତି ଅଭିବୃଦ୍ଧି ପାଇଁ ସରକାର ଘୋଷଣା କରିଛନ୍ତି । ୫ ଟ୍ରିଲିୟନ ଡଲାର ଅର୍ଥନୀତି କରିବା ପାଇଁ ଆଗାମୀ ୫ ବର୍ଷରେ ୧୦୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସରକାର ଯୋଜନା କରିଛନ୍ତି ।ସ୍ୱାଧୀନତା ଦିବସରେ ଭିତ୍ତିଭୂମି କ୍ଷେତ୍ରରେ ୧୦୦ ଲକ୍ଷ କୋଟି ନିବେଶ କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ । ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ଏଥିସହ ୩ ଲକ୍ଷ କୋଟି ଟଙ୍କା ଅନ୍ୟ ଯୋଜନା ପାଇଁ ରଖାଯିବ ।୫ ବର୍ଷ ମଧ୍ୟରେ ଭିତ୍ତିଭୂମି କ୍ଷେତ୍ରରେ ୧୦୦ ଲକ୍ଷ କୋଟି ନିବେଶ କରାଯିବ । ଏଥିପାଇଁ ଗଠିତ ଟାସ୍କ ଫୋର୍ସ ୧୦୨ ଲକ୍ଷ କୋଟିର ପ୍ରୋଜେକ୍ଟ ଚିହ୍ନଟ କରିଛି । ଏଥିସହ ଅଲଗା ଅଲଗା ଭାବେ ସରକରା ୭୦ ଷ୍ଟେକହୋଲ୍ଡର୍ସଙ୍କ ସହ ଆଲୋଚନା କରିଛନ୍ତି । ଏଥିପାଇଁ ଗତ ୪ ମାସ ମଧ୍ୟରେ ପ୍ରାୟ ୭୦ଟି ବୈଠକ କରାଯାଇଥିବା ନିର୍ମଳା କହିଛନ୍ତି । ବିଗତ ୬ ବର୍ଷ ହେଲା ଆମ ସରକାରଙ୍କ ଫୋକସ ଭିତ୍ତିଭୂମି ଉପରେ ଥିଲା ।ବିଦ୍ୟୁତ୍ କ୍ଷେତ୍ର ପାଇଁ ୨୫ ଲକ୍ଷ କୋଟି । ସଡ଼କ ନିର୍ମାଣ ପାଇଁ ୨୦ ଲକ୍ଷ କୋଟି । ରେଳ ପାଇଁ ୧୪ ଲକ୍ଷ କୋଟିର ଯୋଜନା କରାଯାଉଛି । ଏତଦବ୍ୟତୀତ ଜଳସେଚନ, ପରିବହନ, ଶିକ୍ଷା, ସ୍ୱାସ୍ଥ୍ୟ, ଜଳ ଓ ଡିଜିଟାଲ କ୍ଷେତ୍ର ପାଇଁ ମଧ୍ୟ ଯୋଜନା କରାଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏଥିରେ ରାଜ୍ୟର ୩୯ ପ୍ରତିଶତ ଓ କେନ୍ଦ୍ରର ୩୯ ପ୍ରତିଶତ ସହଯୋଗ ରହିବ । ୨୨ ପ୍ରତିଶତ ନିବେଶ ଘରୋଇ କ୍ଷେତ୍ରରୁ ହେବ । ଗତ ୬ ବର୍ଷରେ ବିଭିନ୍ନ ଯୋଜନାରେ ୫୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ନିର୍ମଳା କହିଛନ୍ତି । ଏହି ଯୋଜନା ମାଧ୍ୟମରେ ଭାରତୀୟ ଅର୍ଥନୀତି ୫ ହଜାର ଅରବ ଡଲାର ହେବା ଦିଗରେ ସହଯୋଗ ମିଳିବ ବୋଲି କୁହାଯାଉଛି ।

ପୁଞ୍ଜି ନିବେଶ ପାଇଁ ଭାରତ ଠାରୁ ଭଲ ଜାଗା ନାହିଁ: ନିର୍ମଳା ସୀତାରମଣ

ନୂଆବର୍ଷରେ ଜମ୍ମୁ-କଶ୍ମୀରବାସୀଙ୍କୁ ଭେଟି, ମଧ୍ୟ ରାତିରୁ ସ୍ୱାଭାବିକ ହେବ ମୋବାଇଲ ଓ ବ୍ରଡବ୍ୟାଣ୍ଡ ସେବା

0

ଜମ୍ମୁ-କଶ୍ମୀର: ନୂଆବର୍ଷରେ କଶ୍ମୀରବାସୀଙ୍କୁ ଉପହାର ଭେଟି । ମଙ୍ଗଳବାର ମଧ୍ୟ ରାତ୍ରୀରୁ ଘାଟିରେ ପୁଣିଥରେ ଏସ୍‌ଏମ୍‌ଏସ୍‌ ସେବା ଆରମ୍ଭ କରାଯିବା ସୂଚନା ଦେଇଛନ୍ତି ସରକାର । ଡିସେମ୍ବର ୩୧ ରାତି ୧୨ଟାରୁ ଜମ୍ମୁ-କଶ୍ମୀରରେ ଏସ୍‌ଏମ୍‌ଏସ୍‌ ସେବା ଲାଗୁ କରାଯିବ ବୋଲି ଜଣାପଡ଼ିଛି।

ସେଠାକାର ଲୋକେ ଏସ୍‌ଏମ୍‌ଏସ୍‌ ଜରିଆରେ ସମସ୍ତଙ୍କୁ ନୂଆବର୍ଷର ଶୁଭକାମନା ଜଣାଇବେ। ଏନେଇ ଜମ୍ମୁ-କଶ୍ମୀର ପ୍ରିନ୍ସିପାଲ ସେକ୍ରେଟାରୀ ରୋହିତ କାନସାଲ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ଘାଟିରେ ସୁରକ୍ଷା ଦୃଷ୍ଟିରୁ ଗତ ଅଗଷ୍ଟରୁ ଇଣ୍ଟରନେଟ ସେବା ଓ ଏସ୍‌ଏମ୍‌ଏସ୍‌ ସେବା ବନ୍ଦ କରିଦିଆଯାଇଥିଲା।

ଭୁବନେଶ୍ୱର: ଆସନ୍ତାକାଲି ପାଇଁ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ସମୟ ସୂଚୀରେ ପରିବର୍ତ୍ତନ । ଦିନ ୧୧ଟା ୩୫ ପରିବର୍ତ୍ତେ ଅପରାହ୍ଣ ୪ଟା ୩୦ରେ ଛାଡ଼ିବ ଟ୍ରେନ୍ । ଉତ୍ତର ଭାରତରେ ଘନ କୁହୁଡ଼ି ଓ ଅନ୍ୟ ସଂଯୋଗକାରୀ ଟ୍ରେନ୍ ବିଳମ୍ବରେ ଚାଲୁଥିବାରୁ ନିଷ୍ପତ୍ତି ।

ଭୁବନେଶ୍ୱର: ଆସନ୍ତାକାଲି ପାଇଁ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ସମୟ ସୂଚୀରେ ପରିବର୍ତ୍ତନ । ଦିନ ୧୧ଟା ୩୫ ପରିବର୍ତ୍ତେ ଅପରାହ୍ଣ ୪ଟା ୩୦ରେ ଛାଡ଼ିବ ଟ୍ରେନ୍ । ଉତ୍ତର ଭାରତରେ ଘନ କୁହୁଡ଼ି ଓ ଅନ୍ୟ ସଂଯୋଗକାରୀ ଟ୍ରେନ୍ ବିଳମ୍ବରେ ଚାଲୁଥିବାରୁ ନିଷ୍ପତ୍ତି ।

ନଅ ବର୍ଷ ପରେ ବଡ଼ପରଦାରେ ଡ୍ରିମ ଗାର୍ଲ

ମୁମ୍ବାଇ: ନିକଟରେ ସିମଲା ମିର୍ଚ୍ଚ୍ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି ।  ଦୀର୍ଘ ୯ ବର୍ଷ ପରେ ବଡ଼ପରଦାରେ ଦେଖିବାକୁ ମିଳିବେ ବଲିଉଡର ଡ୍ରିମ ଗାର୍ଲ । ହେମାଙ୍କ ସହ ଏଥିରେ ଅଛନ୍ତି ରାଜକୁମାର ଓ ରକୁଲପ୍ରିତ୍ । ଟ୍ରେଲରରେ ସେ ରାଜକୁମାରଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବେ ।

Image result for shimla mirch movie

ଫିଲ୍ମର ଟ୍ରେଲର ମୁତାବକ ରାଜକୁମାର ବହୁ ଚେଷ୍ଟା କରି ମଧ୍ୟ ନିଜ ହୃଦୟର କଥା ମନର ମଣିଷକୁ କହିପାରୁନାହାନ୍ତି । ତେଣୁ ସେ ଚିଠି ସାହାଯ୍ୟରେ ନିଜ ମନକଥା କହିବାକୁ ଚାହୁଁଛନ୍ତି । ସେଇଠି ଆସୁଛି କାହାଣୀରେ ଟ୍ୱିଷ୍ଟ୍ । ଚିଠିଟି ପ୍ରେମିକା ପାଖକୁ ଯିବା ଆଗରୁ ପ୍ରେମିକାର ମା’ ହାତରେ ଲାଗିଯାଇଛି । ଏଥିସହ ପ୍ରେମିକାର ମା’ ମନେ ମନେ ରାଜକୁମାରଙ୍କୁ ଭଲ ପାଇ ବସିଛନ୍ତି ।

Image result for shimla mirch movie

ଏହି କଠିନ ପରୀକ୍ଷାରୁ ରାଜକୁମାର ନିଜକୁ କେମିତି ବାହାର କରୁଛନ୍ତି, ତାହା କାହାଣୀରେ ଚିତ୍ରିତ ହୋଇଛି ।  ତେବେ ଫିଲ୍ମଟି ନୂଆବର୍ଷରେ ଆସନ୍ତା ଜାନୁଆରୀ ୩ରେ ରିଲିଜ୍ ହେବାକୁ ଯାଉଛି ।