କୋରନା ମୁକାବିଲା ପାଇଁ ପ୍ରସ୍ତୁତ ଅଛି ଓଡ଼ିଶା । ଆଜିଠୁ କିମ୍ସ ଓ ଅଶ୍ୱିନୀର କୋଭିଡ-19 ହସପିଟାଲ ହେବ କାର୍ଯ୍ୟକ୍ଷମ । ଭିଡିଓ କନଫେରିନ୍ସଂ ଜରିଆରେ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।
ଜ୍ୟୋତିର୍ବିଦ ଶ୍ୟାମ ସୁନ୍ଦର ବାଗ୍
କୋରନା ମୁକାବିଲା ପାଇଁ ପ୍ରସ୍ତୁତ ଅଛି ଓଡ଼ିଶା । ଆଜିଠୁ କିମ୍ସ ଓ ଅଶ୍ୱିନୀର କୋଭିଡ-19 ହସପିଟାଲ ହେବ କାର୍ଯ୍ୟକ୍ଷମ । ଭିଡିଓ କନଫେରିନ୍ସଂ ଜରିଆରେ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।
କେମିତି ରୋକାଯିବ କରୋନା । ଭିଡିଓ କନଫରେନ୍ସିରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ । କରୋନା ମୁକାବିଲା ଓ ଲକଡାଉନ ନେଇ ହେବ ଆଲୋଚନା । ଶ୍ରମିକ ସମସ୍ୟା ଉପରେ ହୋଇପାରେ ନିଷ୍ପତ୍ତି ।
ଆମେରିକାରେ କରୋନା କହର । ଗୋଟିଏ ଦିନରେ ଗଲା ୮ଶହରୁ ଅଧିକ ଜୀବନ, ୫ହଜାର ଟପିଲା ମୃତ୍ୟୁସଂଖ୍ୟା । ଇଟାଲୀ, ସ୍ପେନ୍ରେ ବି ସ୍ଥିତି ସଂଗୀନ୍ । ବିଶ୍ୱରେ ୯ଲକ୍ଷରୁ ଅଧିକ ସଂକ୍ରମିତ ।
ଭାରତରେ ଉପରମୁହାଁ କରୋନା ଗ୍ରାଫ୍ । ଦୁଇ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୪ଦିନରେ ୨ଗୁଣା । ତାମିଲନାଡୁରେ ଆସିଲା ଶହେରୁ ଅଧିକ ନୂଆ ମାମଲା । ଭୟଙ୍କର ଭାଇରସ ନେଲାଣି ୫୮ ଜୀବନ ।
ଭୁବନେଶ୍ୱର: ଲକଡାଉନରେ ଲୋକଙ୍କୁ ମନଇଚ୍ଛା ଖାଦ୍ୟ ବାଣ୍ଟିବା ଉପରେ ରୋକ ଲଗାଯାଇଛି । ରାଜଧାନୀରେ ମନଇଚ୍ଛା ଖାଦ୍ୟ ବାଣ୍ଟି ପାରିବେନି ସ୍ୱେଚ୍ଛାସେବୀ ସଂଗଠନ । ଏହା ଉପରେ କମିଶନରେଟ୍ ପୋଲିସ କଟକଣା ଲଗାଇଛି ।
ଖାଦ୍ୟ ବଣ୍ଟନ ନାଁରେ ସାମାଜିକ ଦୂରତାକୁ ଉଲ୍ଲଂଘନ କରୁଛନ୍ତି । ଫଳରେ ସାମାଜିକ ସଂକ୍ରମଣର ଆଶଙ୍କା ରହୁଛି। ଖାଦ୍ୟର ମାନ ମଧ୍ୟ ଠିକ୍ ନଥିବା ଅଭିଯୋଗ ହୋଇଛି । ତେଣୁ ବିଏମ୍ସି ଓ ପୋଲିସ ବିନା ଅନୁମତିରେ ଖାଦ୍ୟ ବଣ୍ଟନ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଜି ଭୁବନେଶ୍ୱର ରାଜମହଲ ଛକରୁ ଅଟୋ ଓ ଖାଦ୍ୟ ଜବତ କରିଛନ୍ତି ପୋଲିସ।
ବାଲିଗୁଡ଼ା: ସମସ୍ତଙ୍କୁ ଘାରିଛି କରୋନା ଭୟ। ଘରେ ରହି ରହି ଲୋକେ ବିରକ୍ତ ହୋଇଗଲେଣି । ଏଣିକି ଲକ୍ଡାଉନ୍ ସମୟରେ ଆଉ ବୋର ହେବେନି । ଘରେ ବସିବସି ବୋର୍ ନହୋଇ କରୋନା ଉପରେ ଆଧାରିତ କବିତା, ଚିତ୍ରାଙ୍କନ, ରଚନା, କ୍ଷୁଦ୍ରଗଳ୍ପ,ଗିତ ଆଦି ରଚନା କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି । ଫଳରେ ଲୋକମାନେ ଘରେ ବସି ବସି ଆଉ ବୋର୍ ହେବେନି । ସେ ସବୁକୁ ପଠାଇବାପାଇଁ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଏକ ହ୍ବାଟ୍ସଆପ୍ ନମ୍ବର ମଧ୍ୟ ଯାରି କରାଯାଇଛି । ଯେଉଁ କବିତା ଭଲ ହୋଇଥିବା ତାହା ସଚେତନତା କାର୍ଯ୍ୟକ୍ରମରେ ସ୍ଥାନ ପାଇବ ଏବଂ ବାଲିଗୁଡା ଆଇଆଇସି ପ୍ରଶାନ୍ତ କୁମାର ବେହେରା ନିଜ କଣ୍ଠରେ ତାକୁ ଗାଇବେ । ଏଥିସହିତ ଭଲ ଗପ, କ୍ଷୁଦ୍ରଗଳ୍ପ,କବିତା, ଚିତ୍ରାଙ୍କନ, ଗିତ କନ୍ଧମାଳ ଏସପିଙ୍କ ଟ୍ବିଟର ରେ ମଧ୍ୟ ପୋଷ୍ଟ କରାଯିବ । କରୋନା ଯୁଦ୍ଧ ସରିବାପରେ ଯେଉଁ ବ୍ୟକ୍ତିଙ୍କ କବିତା,ଗଳ୍ପ, ରଚନା, ଚିତ୍ରାଙ୍କନ,ଗିତ ମନୋନୀତ ହୋଇଥିବ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି କହିଛନ୍ତି ବାଲିଗୁଡ଼ା ଏସଡିପିଓ ।
ଏହାସହ ଶ୍ରେଷ୍ଠ ଗପ, କ୍ଷୁଦ୍ରଗଳ୍ପ, କବିତା, ଚିତ୍ରାଙ୍କନ ଓ ଗୀତ ଏସ୍ପିଙ୍କ ଟ୍ୱିଟରରେ ପୋଷ୍ଟ କରାଯିବ । ଲକ୍ଡାଉନ୍ ପରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବବୋଲି କହିଛନ୍ତି ବାଲିଗୁଡ଼ା ଏସ୍ଡିପିଓ ।
ଭୁବନେଶ୍ବର: ସମଗ୍ର ବିଶ୍ବ ଏବେ କରୋନା କବଳରେ । ଦିନକୁ ଦିନ ଆହୁରି ସ୍ଥିତି ସାଂଘାତିକ ହେଉଛି । ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।ସବୁଠି କରୋନା ପାଇଁ ହାହାକାର ଛାଇଯାଇଛି । ଗତ ୩ ଦିନ ଭିତରେ ଭାରତରେ ୭ ଶହରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଦୁଇ ହଜାର ପାଖାପାଖି ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୯୮୦ ସଂଖ୍ୟା ରହିଛି । ତେବେ ଭାରତରେ ଗତ ଚାରି ଦିନ ମଧ୍ୟରେ ହଠାତ୍ କରୋନା ମାମଲା ବଢିଛି ।

ଏବେ ସୁଦ୍ଧା ୫୮ ଜଣଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶରେ ଗୋଟିଏ ଦିନରେ ୬୮ଟି ନୂଆ କେସ ଚିହ୍ନଟ ହୋଇଛି । ମହାରାଷ୍ଟ୍ର , କେରଳ, ରାଜସ୍ଥାନରେ ପ୍ରତ୍ୟେକ ଦିନ ୩୦ରୁ ଅଧିକ ନୂଆ କେସ୍ ସାମ୍ନାକୁ ଆସୁଛି । କରୋନା ଯୋଗୁଁ ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି । ଉତ୍ତରପ୍ରଦେଶ ଓ ଦିଲ୍ଲୀରେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ରାଜସ୍ଥାନରେ ଗୋଟିଏ ଦିନରେ ୩୦ଟି ମାମଲା ନଜରକୁ ଆସିଛି । ସେପଟେ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଛି । ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । ଗତ ୨୪ ଘଣ୍ଟାରେ ଇଟାଲୀରେ ୭ ଶହ ଓ ସ୍ପେନରେ ୬ ଶହ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଇଟାଲୀରେ ମୃତ୍ୟୁ ସଂଖ୍ୟା ୧୩ ହଜାର ଟପିଛି ବେଳେ ସ୍ପେନରେ ୯ ହଜାର ଟପିଛି ।
ମେଷ ରାଶି
ଅଶ୍ବିନୀ ନକ୍ଷତ୍ର – ଉତ୍ସାହ ଉଦ୍ଦିପନା, କର୍ମରେ ସଫଳତା ସହିତ ପାରିବାରିକ ଶାନ୍ତି ବଜାୟ ରହିବ,ସରକାରି ସହାୟତା ମିଳିବ ।
ଦ୍ବିଜା ନକ୍ଷତ୍ର – ମାନ ସମ୍ମାନ,ଧନ କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ଦିଗରୁ କର୍ମ ସମ୍ବନ୍ଧିୟ ଶୁଭ ଖବର ମିଳିବ ।
କୃତ୍ତିକା ନକ୍ଷତ୍ର – ସୁଖଶାନ୍ତି କାରକ ଦ୍ରବ୍ୟ ପ୍ରାପ୍ତି ହେବ, ଅଧିକ ହଳଦିଆ ଦ୍ରବ୍ୟ ବ୍ୟବହାର, ପିତୃମାତୃ ସ୍ବାସ୍ଥ୍ୟଚିନ୍ତା ବଢିବ,ମାତୃଶକ୍ତି ଉପାସନା ଶୁଭ ଦାୟକ ।
– ଶୁଭ ରଙ୍ଗ – ହଳଦିଆ
– ଆଜି ଦେବୀ ତାରିଣିଙ୍କୁ ହଳଦିଆ ବସ୍ତ୍ର ଅର୍ପଣ କରନ୍ତୁ ।
ବୃଷ ରାଶି
କୃତ୍ତିକା ନକ୍ଷତ୍ର – କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ, ସରକାରି ସହାୟତା ମିଳିବ, ଲୋକସଂପର୍କ ବୃଦ୍ଧି ହେବ, ନୂତନ ବନ୍ଧୁଦର୍ଶନରେ ଆତ୍ମଶାନ୍ତି ମିଳିବ ।
ରୋହିଣି ନକ୍ଷତ୍ର – ପାରିବାରିକ ପରିବେଷରେ ଖୁସି ମିଳିବ, ପିଲାଙ୍କର ଚାକିରିର ସୁଯୋଗ ଆସିବ, ନିଜ ପାଖପଡୋସିଙ୍କର ସେବାରେ ବ୍ୟସ୍ତ ରହିବେ ।
ମୃଗଶିରା ନକ୍ଷତ୍ର – ସମୟର ସ୍ରୋତ ଆପଣଙ୍କର ସପକ୍ଷରେ ଯିବ, ଦାୟିତ୍ବ ବୃଦ୍ଧି ହେବ,ପାରିବାରିକ ସମ୍ପର୍କରେ ଆନନ୍ଦ ମିଳିବ, ମହିଳାମାନେ ଆନନ୍ଦିତ ରହିବେ ।
– ଶୁଭ ରଙ୍ଗ – ସବୁଜ
– କଳା କୁକୁରଙ୍କୁ ପେଟପୁରା ଖାଇବାକୁ ଦିଅନ୍ତୁ ।
ମିଥୁନ ରାଶି
ମୃଗଶିରା ନକ୍ଷତ୍ର – ଟଙ୍କାପଇସାକୁ ନେଇ ମାନସିକ ସ୍ତରରେ ବ୍ୟତିବ୍ୟସ୍ତ ରହିବେ,ଗୁରୁଜନ ମାନଙ୍କର ସ୍ବାସ୍ଥ୍ୟଚିନ୍ତା ବଢିବ, ବିବାହ କିମ୍ବା ବ୍ୟବସାୟର ସମ୍ଭାବନା ଷୃଷ୍ଟି ହେବ ।
ଆଦ୍ରା ନକ୍ଷତ୍ର -କୌଣସି ଅଚାନକ ଅଯଥା ବ୍ୟୟଭାର ବଢିବ କିମ୍ବା କାହା ସହିତ ମନାନ୍ତର ମତାନ୍ତର ହେବ ତେଣୁ ସତର୍କ ରହିଥିବେ ।
ପୂନର୍ବସୁ ନକ୍ଷତ୍ର – ମାନସମ୍ମାନ ଲାଭ, ଆର୍ଥିକ ଉନ୍ନତି ହେବ, କୌଣସି ସମାଜକଲ୍ୟାଣ ସେବାକରି ସମ୍ମାନିତ ହେବେ, ଶତୃମାନେ ବିରୁଦ୍ଧାଚରଣ କରିବେ ।
– ଶୁଭ ରଙ୍ଗ – କମଳା
– ଶିବ ଭଗବାନଙ୍କୁ କ୍ଷିର କଦଳୀ ଗୁଡ ଏବଂ ମହୁରେ ଅଭିଷେକ କରନ୍ତୁ ।
କର୍କଟ ରାଶି
ପୂନର୍ବସୁ ନକ୍ଷତ୍ର – ନିଜର ବାହାନ ଜନିତ ଭୟ ରହିଛି ସତର୍କ ରହିଥିବେ,ମହିଳାମାନେ ରୋଷେଇ କଲାବେଳେ ଏବଂ ପାରିବାରିକ ଜିବନରେ ସତର୍କତାର ସହିତ ରୁହନ୍ତୁ ।
ପୂଷ୍ୟା ନକ୍ଷତ୍ର – କର୍ମକ୍ଷେତ୍ରରେ କୌଣସି ବଡ ଯୋଜନାର ରୁପାୟନରେ କର୍ମଚାପ ମଧ୍ୟରେ ରହିବେ, ବ୍ଯୟ ବୃଦ୍ଧି ଓ ଭୁଲ ନିଷ୍ପତିର ଶିକାର ହେବେ,ବିପଦର ସମ୍ମୁଖିନ ହେବେ ।
ଅଶ୍ଲେଷା ନକ୍ଷତ୍ର – ପାରିବାରିକ ଅଶାନ୍ତି, ଚାକିରି କିମ୍ବା ବ୍ୟବସାୟରେ ଭୁଲବୁଝାବଣା ରହିବ, ନିଜଲୋକମାନେ ହଇରାଣ ହରକତ କରିବେ ।
– ଶୁଭ ରଙ୍ଗ – ଲାଲ
– କୌଣସି ଦେବୀଶକ୍ତିଙ୍କର ଅଭିଷେକ କରାନ୍ତୁ ଏବଂ ଅସହାୟକୁ ଷୋରିସ ଖାଦ୍ୟ ଦାନ କରନ୍ତୁ ।
ସିଂହ ରାଶି
ମଘା ନକ୍ଷତ୍ର – ଜନସଂପର୍କ, ପୂଜାକଲ୍ୟାଣ କାର୍ଯ୍ୟରେ ସମ୍ପୃକ୍ତି, ଉଚ୍ଚ ଶିକ୍ଷାରେ ଋଚି ବଢିବ ଏବଂ ମାନସିକ ଶାନ୍ତି ବଢିବ,ନୂଆନୂଆ କାର୍ଯ୍ୟପନ୍ଥା ପ୍ରତି ମନଯୋଗ ଦେବେ ।
ପୂର୍ବାଫାଲଗୁନି ନକ୍ଷତ୍ର – ଗ୍ରାମ ଗଣ୍ଡଗୋଳରେ ସହଯୋଗ କରନ୍ତୁ ନାହିଁ, କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦେଇ ପ୍ରସଂଶିତ ହେବେ, ମାତୁଳ ବର୍ଗ ଏବଂ ଜ୍ଞାତିବର୍ଗ ରୁ ସାହାର୍ଯ୍ୟ ମିଳିବ ।
ଉତ୍ତରାଫାଲଗୁନୀ ନକ୍ଷତ୍ର – କଳାପଶୁ କିମ୍ବା କୌଣସି ଦ୍ରବ୍ୟ ଲାଭ, ବିଭାଦରେ ଜୟ କିମ୍ବା କୌଣସି ସମସ୍ୟାରୁ ମୁକ୍ତି ପାଇବେ, ନୂତନ ବନ୍ଧୁଦର୍ଶନରେ ଶାନ୍ତି ମିଳିବ ।
– ଶୁଭରଙ୍ଗ – ଧଳା
– ଗୋସେବା ଏବଂ ଶୁକ୍ରଙ୍କର ଗାୟତ୍ରୀ ଜପ ଶୁଭପ୍ରଦ ।
କନ୍ୟା ରାଶି
ଉତ୍ତରାଫାଲଗୁନୀ ନକ୍ଷତ୍ର – ବ୍ୟବସାୟରେ କ୍ଷତି ସହିବେ ମାତ୍ର ନୂତନ ଗୃହନିର୍ମାଣ କରିବେ ଏବଂ ରାଜକୃପା ଓ ଦେବକୃପା ବଳରେ କର୍ମୋଣ୍ଣତି ଏବଂ ପଦପଦବି ଲାଭ ହେବ ।
ହସ୍ତା ନକ୍ଷତ୍ର – ଆର୍ଥିକ ସମୃଦ୍ଧି,ଯଶ ଓ ପଦ ମର୍ଯ୍ୟଦା ବୃଦ୍ଧି, ବିଳାସ ଦ୍ରବ୍ୟ,ପାରିବାରିକ ଶାନ୍ତି ମିଳିବ,ମହିଳା ସନ୍ତାନମାନଙ୍କ ପାଇଁ ଚିନ୍ତିତ ରହିବେ ।
ଚିତ୍ରା ନକ୍ଷତ୍ର – ଶୁଭ ମାଙ୍ଗଳିକ କର୍ମରେ ଯୋଗଦାନ, ସନ୍ତାନବର୍ଗରେ ଶୁଭଫଳ, ପୁଞ୍ଜିନିବେଶରୁ ଲାଭ ହେବ, ସ୍ବାସ୍ଥ୍ୟପ୍ରତି ସତର୍କ ରୁହନ୍ତୁ ।
– ଶୁଭ ରଙ୍ଗ – ହଳଦିଆ, କମଳା
– ଶ୍ରୀ ବିଷ୍ଣୁ ଭଗବାନଙ୍କୁ ଅତିପ୍ରିୟ ତୁଳସି ଏବଂ ଲବଣି ଅର୍ପଣ କରନ୍ତୁ ।
ତୁଳା ରାଶି
ଚିତ୍ରା ନକ୍ଷତ୍ର – କୌଣସି ପ୍ରକାରର ଆର୍ଥିକ ଅଭିବୃଦ୍ଧି, ଠିକାଦାରି କିମ୍ବା ସରକାରଙ୍କର କୌଣସି ଯୋଜନାରେ ଲାଭାନ୍ବିତ ହେବେ, ପାରିବାରିକ ଶାନ୍ତି ମିଳିବ ।
ସ୍ବାତୀ ନକ୍ଷତ୍ର – କୌଣସି ଧାର୍ମିକ ଅନୁଷ୍ଠାନରେ ସମ୍ମିଳିତ ହେବେ, ପିଲାମନଙ୍କୁ ନୁତନ କର୍ମନିଯୁକ୍ତିର ଖବର ମିଳିବ,ଜିବନର କୌଣସି ଲକ୍ଷ ପୂର୍ଣ୍ଣ ହେବ ।
ବିଶାଖା ନକ୍ଷତ୍ର – ଅଧିକ ଭ୍ରମଣ କଷ୍ଟ ମିଳିବ, ସ୍ବାସ୍ଥ୍ୟପିଡା ରହିବ ମାତ୍ର ଆଥିକ ଦିଗଟି ସ୍ବଛଳ ରହିବ ଏବଂ କର୍ମକ୍ଷେତ୍ରରେ ସମୟ ସାଥ ଦେବ ।
– ଶୁଭ ରଙ୍ଗ – ଇଷତ୍ ଲାଲ
– ପାରାଙ୍କୁ ଖାଇବାକୁ ଦିଅନ୍ତୁ ଆର୍ଶିବାଦ ପ୍ରାପ୍ତ ହେବ ।
ବିଛା ରାଶି
ବିଶାଖା ନକ୍ଷତ୍ର – ମାନସିକ ଅଶାନ୍ତି ବୃଦ୍ଧି ହେବ, ଆଥିକ ଅବନତି ସହିତ କର୍ମକ୍ଷେତ୍ରରେ ଅଶୁଭ ସୂଚନା ମିଳିବ ।
ଅନୁରାଧା ନକ୍ଷତ୍ର – କର୍ମକ୍ଷେତ୍ରରେ କର୍ମଚାପ, ଭାତୃବର୍ଗରେ ମତାନ୍ତର ସହିତ ମାନସିକ ଚିନ୍ତା ବଢିବ ।
ଜ୍ୟେଷ୍ଠା ନକ୍ଷତ୍ର – କୌଣସି ଯୋଜନାରେ ଅସଫଳ ହେବେ, ଆର୍ଥିକ ଦୁର୍ବଳତା ପରିଲିକ୍ଷିତ ହେବ, ମନ ଚିନ୍ତାଗ୍ରସ୍ତ ରହିବ ।
– ଶୁଭ ରଙ୍ଗ – ହଳଦିଆ
– ମାତା ପାର୍ବତିଙ୍କୁ ଦର୍ଶନ କରନ୍ତୁ ଏବଂ “ଓଁ ରାଂ ରାହବେ ନମଃ” ୨୭ଥର ଜପ କରନ୍ତୁ ।
ଧନୁ ରାଶି
ମୂଳା ନକ୍ଷତ୍ର – ନିଜ ବନ୍ଧୁପରିଜନରେ କିମ୍ବା ସମାଜରେ କଲ୍ୟାଣକାରି କାର୍ଯ୍ୟକରି ଆତ୍ମସମ୍ମାନ ବୃଦ୍ଧି ହେବ, ପ୍ରତ୍ୟେକ ବ୍ୟବସାୟରେ ଲାଭ ବୃଦ୍ଧି ହେବ ।
ପୂର୍ବଷାଢା ନକ୍ଷତ୍ର – କୌଣସି ଜାଗାରୁ ଅଚାନକ ଅର୍ଥ ମିଳିବ,ବନ୍ଧୁପରିଜନଙ୍କର ସାହାର୍ଯ୍ୟ ସହଯୋଗ ମିଳିବ ତେଣୁ ମାନସିକ ଆତ୍ମସନ୍ତୋଷ ଦିନଭରି ପରିଲିକ୍ଷିତ ହେବ ।
ଉତ୍ତରାଷାଢା ନକ୍ଷତ୍ର – କୌଣସି ଅତିପରିଚିତ ବା ନିଜ ଲୋକଠାରୁ ଧୋକା ମିଳିବ, ଅଚାନକ ମନସ୍ତାପ ବଢିବ, ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ଭୁଲ ନିଷ୍ପତି ନେବ ।
– ଶୁଭ ରଙ୍ଗ – ବାଇଗେଣୀ ରଙ୍ଗ
– “ଓଁ ମା ଦୁର୍ଗାଦେବୀ ଶରଣଂ ” ଜପ ସହିତ ଅଶ୍ବତ୍ଥ ମୂଳରେ ୯ଥର ଜଳ ଅର୍ପଣ କରିବେ॥
ମକର ରାଶି
ଉତ୍ତରାଷାଢା ନକ୍ଷତ୍ର – ଅଚାନକ ସୁ-ଖବର ପ୍ରାପ୍ତ ହେବ, କୌଣସି ଗୃହସ୍ଥ ପରିଯୋଜନାରେ ସଫଳ ହେବେ, ମାତ୍ର ଆୟଠାରୁ ବ୍ୟୟ ବଢିବ ଯାହା କିଛିଅଶଂରେ ମାନସିକ ଅଶାନ୍ତି ଦେବ ।
ଶ୍ରବଣା ନକ୍ଷତ୍ର – ବନ୍ଧୁପରିଜନରେ ସାହାଯ୍ୟ ସହଯୋଗ ମିଳିବ, ଯାହା ଉଦ୍ୟମ କରିବେ ପୁରଣ ହେବ, କିଛିକିଛି ସରକାରି ସହାୟତା ପାଇବେ ।
ଧନିଷ୍ଠା ନକ୍ଷତ୍ର – ସ୍ବାସ୍ଥ୍ୟଗତ ଅସୁବିଧା ରହିବ, ଦୁରଯାତ୍ରା କରନ୍ତୁ ନାହିଁ ଏବଂ ଗଛ କିମ୍ବା ଯାନବାହାନ ଚଢନ୍ତୁ ନାହିଁ, କିଛିକିଛି ଧର୍ମକର୍ମ କଲେ ପରିସ୍ଥିତି ନିୟନ୍ତ୍ରଣରେ ରହିବ ।
– ଶୁଭ ରଙ୍ଗ – ନାରଙ୍ଗି
– ଭୋକିଲା ଜୀବଙ୍କୁ ଖାଇବାକୁ ଦିଅନ୍ତୁ ।
କୁମ୍ଭ ରାଶି
ଧନିଷ୍ଠା ନକ୍ଷତ୍ର – ଜୀବନସାଥି ସହ ମତାନ୍ତର ହୋଇପାରେ, ପରିବାରରେ ଅସହଯୋଗ ମିଳିବ ତେଣୁ ଦିନଭରି ମନ ଦୁର୍ବଳ ରହିବ, ଅର୍ଥଚିନ୍ତା ଦ୍ବିଗୁଣିତ ହେବ ।
ଶତଭିଷା ନକ୍ଷତ୍ର – କର୍ମଚାପ କିଛି କିଛି ରହିବ, କିନ୍ତୁ ଆଥିକ ଲାଭ କିମ୍ବା ଚେଷ୍ଟା କରୁଥିବା କୌଣସି କାର୍ଯ୍ୟ ସହଜରେ ପୁରଣ ହେବ ଫଳରେ ଅତ୍ମବଳ ସୁଦୃଢ ରହିବ ।
ପୂର୍ବଭାଦ୍ର ନକ୍ଷତ୍ର – ଚେଷ୍ଟା ଅନୁଯାୟୀ ଫଳ ମିଳିବ ନାହିଁ, ମନ ଅଶାନ୍ତ ରହିବ ମାତ୍ର ରାଜଦଣ୍ଡର ସୁଚନା ରହିବ ତେଣୁ ପ୍ରତି କ୍ଷେତ୍ରରେ ସତକର ସହିତ ରହିବା ଜରୂରୀ ।
– ଶୁଭ ରଙ୍ଗ – ହଳଦିଆ
– ସ୍ନାନସାରି ସୁଯ୍ୟଙ୍କୁ ଜଳ ଅର୍ଘ୍ୟ ଦିଅନ୍ତୁ ଏବଂ ଆଦିତ୍ୟ ହୃଦୟ ସ୍ତ୍ରୋତ୍ର ପାଠ କରନ୍ତୁ ।
ମୀନ ରାଶି
ପୂର୍ବଭାଦ୍ର ନକ୍ଷତ୍ର – ଜମିବାଡି ସଙ୍କ୍ରାନ୍ତିୟ କିମ୍ବା ମାତୃ ବର୍ଗରେ କିମ୍ବା ଯାନବାହାନ ଜନିତ କ୍ଷୟକ୍ଷତି ରହିବ ତେଣୁ ଆଜି ସତର୍କ ରହିବା ସହିତ କାହକୁ କିଛି କଥା ଦିଅନ୍ତୁ ନାହିଁ ।
ଉତ୍ତରଭାଦ୍ର ନକ୍ଷତ୍ର – ନିଜର କୌଣସି ଗୃହପାଳିତ ଜିବ କିମ୍ବା ନିଜ ମା’ଙ୍କର ସ୍ବାସ୍ଥ୍ୟଗତ ଅସୁବିଧା ବଢିବ, ଅର୍ଥଚିନ୍ତା ଏବଂ ମାନସିକ ଅଶାନ୍ତି ବଢିବ ତେଣୁ ଭଗବାନଙ୍କୁ ସ୍ମରଣକରି ପ୍ରତି ମୂହୁର୍ତ୍ତ ଅତିବାହିତ କରିବା ନିହାତି ଜରୂରୀ ।
ରେବତୀ ନକ୍ଷତ୍ର – କର୍ମକ୍ଷେତ୍ରରେ କିଛି ଭୁଲ ନିଷ୍ପତି ନେଇ ପଶ୍ଚାତାପ କରିବେ, ଅଯଥା ଅର୍ଥହାନି ହେବ, ସ୍ବାସ୍ଥ୍ୟପିଡା କିଛିକିଛି ପରିଲିକ୍ଷିତ ହେବ ଫଳରେ ମାନସିକ ସ୍ଥିତି ଭଲ ରହିବ ନାହିଁ ।
– ଶୁଭ ରଙ୍ଗ – ମାଟିଆ
– ଓଁ ନମଃ ଶିବାୟ ୧୦୮ ଜପ କରନ୍ତୁ ।
ଜ୍ୟୋତିର୍ବିଦ ଶ୍ୟାମ ସୁନ୍ଦର ବାଗ୍
ଭୁବନେଶ୍ୱର: ରାଜଧାନୀରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଆଜି ଭୁବନେଶ୍ୱର ଏମ୍ସରେ ୫୩ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ଗୋଟିଏ ପଜିଟିଭ୍ ଆସିଛି । କରୋନାରେ ଆକ୍ରାନ୍ତ ୬୦ ବର୍ଷୀୟ ବୃଦ୍ଧ ଜଣଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
A 60 year old person of Surya Nagar Bhubaneswar with multiple co-morbid conditions admitted at AIIMS Bhubaneswar tests positive for COVID. This is the 5th COVID positive case in the state.
— H & FW Dept Odisha (@HFWOdisha) April 1, 2020
ପଞ୍ଚମ ଆକ୍ରାନ୍ତଙ୍କ ଘର ଭୁବନେଶ୍ୱରର ସୂର୍ଯ୍ୟ ନଗର ଅଞ୍ଚଳରେ । ତାଙ୍କ ବୟସ ୬୦ । ସେ ବିଭିନ୍ନ ରୋଗରେ ମଧ୍ୟ ଆକ୍ରାନ୍ତ ଥିବା ଜଣାପଡ଼ିଛି । ଏମ୍ସର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରୁଛି । ଏହି ମାମଲା ସହ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ତେବେ, ସମ୍ପୃକ୍ତ ବ୍ୟକ୍ତି ବିଦେଶ କିମ୍ବା ରାଜ୍ୟ ବାହାରକୁ ଯାଇଥିଲେ ତାହା ସ୍ପଷ୍ଟ ହୋଇନି ।
ଅନ୍ୟପଟେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି । ଦ୍ୱିତୀୟ ଆକ୍ରାନ୍ତ ସୁସ୍ଥ ହୋଇ ଏମ୍ସରୁ ଡିସଚାର୍ଜ ହୋଇଛନ୍ତି । ତୃତୀୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ମଙ୍ଗଳବାର ଭଦ୍ରକରୁ ଚିହ୍ନଟ ହୋଇଥିବା ଦୁବାଇ ଫେରନ୍ତା ଚତୁର୍ଥ କରୋନା ଆକ୍ରାନ୍ତଙ୍କୁ କଟକ SCBରେ ଭର୍ତ୍ତି କରାଯାଇଛି । ରାଜ୍ୟ ସରକାର ସାମାଜିକ ଦୂରତା ରକ୍ଷା କରିବା ସହ ଘରେ ରହିବାକୁ ବାରମ୍ବାର ପରାମର୍ଶ ଦେଉଛନ୍ତି ।
କରୋନା ପ୍ରଭାବ, ଜନ ପ୍ରତିନିଧି ଓ ଉଚ୍ଚ ପଦାଧିକାରୀଙ୍କ ଦରମା ସାମୟିକ ଭାବେ କମିଲା
ଭୁବନେଶ୍ୱର: ରାଜ୍ୟରେ ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ । ୬୦ ବର୍ଷୀୟ ବୃଦ୍ଧଙ୍କ ଘର ସୂର୍ଯ୍ୟ ନଗର ଅଞ୍ଚଳରେ । ସେ ରୋଗରେ ମଧ୍ୟ ଆକ୍ରାନ୍ତ । ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି ।