ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର ଲିକ ହୋଇଥିବା ଅଭିଯୋଗ । +୩ ଦ୍ୱିତୀୟ ବର୍ଷ ବିଜ୍ଞାନ ବିଭାଗର ଦୁଇଟି ବିଷୟର ପ୍ରଶ୍ନପତ୍ର ଲିକ୍ ହୋଇଛି । ତେବେ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୨୪୦ଟି କଲେଜ ମଧ୍ୟରୁ କେଉଁଠି ପ୍ରଶ୍ନପତ୍ର ଲିକ୍ ହୋଇଛି ସେନେଇ ଜଣାପଡିନାହିଁ । ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷ ୭ଟି ସ୍କ୍ୱାର୍ଡ ଗଠନ କରି ଏହାର ତଦନ୍ତ ପାଇଁ ପଠାଇଛନ୍ତି । ତଦନ୍ତ ରିପୋର୍ଟ ଆସିବା ପରେ ଏନେଇ ଦୃଢ କାଯ୍ୟାନୁଷ୍ଠାନ ନିଆଯିବା ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷ କହିଛନ୍ତି ।
ରାଜ୍ୟର ନୂଆ ଫ୍ରି ଟୁ ଏୟାର ଚ୍ୟାନେଲ ନନ୍ଦିଘୋଷ ଟିଭି ଲୋକାର୍ପିତ
ଭୁବନେଶ୍ୱର: ଲୋକାର୍ପିତ ହୋଇଛି ୨୪ ଘଣ୍ଟିଆ ନ୍ୟୁଜ୍ ଚ୍ୟାନେଲ ନନ୍ଦିଘୋଷ ଟିଭି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗଦେଇ ଏହାର ଲୋକାର୍ପଣ କରିଛନ୍ତି । ଏ ଅବସରରେ ରାଜ୍ୟପାଳ କହିଛନ୍ତି, ନନ୍ଦିଘୋଷ ରଥ ଭଳି ନନ୍ଦିଘୋଷ ଟିଭି ଗଡ଼ିଚାଲିବ । ଉତ୍କଳର ଐତିହ୍ୟକୁ ବିଶ୍ୱରେ ପ୍ରସାରିତ କରିବ ନନ୍ଦିଘୋଷ ଟିଭି ।
ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ଓଡ଼ିଶା ଗଣମାଧ୍ୟମ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଶାସନ ବ୍ୟବସ୍ଥାରେ ଗଣାମଧ୍ୟମ ମାର୍ଗ ଦର୍ଶକ କାମ କରିବ ବୋଲି ନିରଞ୍ଜନ କହିଛନ୍ତି ।
ନନ୍ଦିଘୋଷ ଟିଭିକୁ ଶୁଭକାମନା ଜଣାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବ ନନ୍ଦିଘୋଷ ଟିଭି । ସେହିପରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ତାଙ୍କ ସମ୍ବୋଧନରେ କହିଛନ୍ତି, ଲୋକଙ୍କୁ ନ୍ୟାର୍ଯ୍ୟ ଅଧିକାର ଦେବାରେ ନନ୍ଦିଘୋଷ ଟିଭି କାର୍ଯ୍ୟ କରୁଛି ।
ଲୋକାର୍ପଣ ଉତ୍ସବରେ ନନ୍ଦିଘୋଷ ଟିଭିର ସିଓଓ ଜବର ସିଂ ସ୍ୱାଗତ ଅଭିଭାଷଣ ଦେଇଥିଲେ । ନନ୍ଦିଘୋଷ ଟିଭି ସମ୍ପାଦକ ଶିଶିର ଭଟ୍ଟମିଶ୍ର ନିଜ ଅଭିଭାଷଣରେ କହିଛନ୍ତି, ନନ୍ଦିଘୋଷ ଟିଭି ଅନ୍ୟ ଗଣମାଧ୍ୟମ ସହ ପ୍ରତିଦ୍ୱନ୍ଦ୍ୱିତା କରିବନି । ଟିଆରପି ଚକ୍କରରେ ପଥଭ୍ରଷ୍ଟ ହେବନି ନନ୍ଦିଘୋଷ ଟିଭି ।
https://youtu.be/CTPHXbAUMK8
କାରରେ ଲକ୍ଷେ ୧୦ ହଜାର ଟଙ୍କା ନେଇ ଯାଉଥିଲେ ଜିଲ୍ଲା ଯୋଗାଣ ଅଧିକାରୀ, ଧରିଲା ଭିଜିଲାନ୍ସ
କଳାହାଣ୍ଡି: ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୋରା । ମୋଟା ଅଙ୍କର ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି । ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୋରା ଘରକୁ ଫେରୁଥିବା ବେଳେ ଭିଜିଲାନ୍ସ ରେଡ୍ ମାରିଥିଲା ।
ତାଙ୍କ କାରରୁ ୧ ଲକ୍ଷ ୧୦ ହଜାର ନଗଦ ଟଙ୍କା ଜବତ ହୋଇଛି । ଶିବ ପ୍ରସାଦ ଟଙ୍କା ନେଇ କୈାଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ତାଙ୍କୁ ଅଟକ ରଖି ଭିଜିଲାନ୍ସ ପଚରାଉଚରା କରୁଛି ।
ତେବେ, ଜିଲ୍ଲା ଯୋଗାଣ ଅଧିକାରୀ କେଉଁ ଉଦ୍ଦେଶ୍ୟରେ କାହା ଠାରୁ ଏତେ ଟଙ୍କା କୁଆଡ଼େ ନେଇ ଯାଉଥିଲେ ? ତାର ଛାନଭିନ୍ କରୁଛି ଭିଜିଲାନ୍ସ ।
ଢେଙ୍କାନାଳ: ଟାଉନ ଥାନା ଭଗବାନପୁର ଛକରେ ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା ୧୦୮ ଆମ୍ବୁଲାନ୍ସ । ରୋଗୀ ଓ ଆମ୍ବୁଲାନ୍ସ ଡ୍ରାଇଭର ଆହତ । ଖୁଣ୍ଟରେ ଧକ୍କା ପରେ ଛିଡ଼ିଗଲା ୧୧ କେଭି ବିଦ୍ୟୁତ୍ ତାର ।
ଢେଙ୍କାନାଳ: ଟାଉନ ଥାନା ଭଗବାନପୁର ଛକରେ ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା ୧୦୮ ଆମ୍ବୁଲାନ୍ସ । ରୋଗୀ ଓ ଆମ୍ବୁଲାନ୍ସ ଡ୍ରାଇଭର ଆହତ । ଖୁଣ୍ଟରେ ଧକ୍କା ପରେ ଛିଡ଼ିଗଲା ୧୧ କେଭି ବିଦ୍ୟୁତ୍ ତାର ।
ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୧୪ ଜଣଙ୍କ ମୃତ୍ୟୁ
ଉତ୍ତର ପ୍ରଦେଶ: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ-ୱେରେ ସଡ଼କ ଦୁର୍ଘଟଣା । ବିଳମ୍ବିତ ରାତିରେ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏଥିରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୧ରୁ ଅଧିକ ଆହତ ହୋଇଛନ୍ତି । ବୁଧବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଛି ।ବସରେ ୪୦ରୁ ୪୫ ଜଣ ଯାତ୍ରୀ ଥିଲେ । ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ ହାଇୱେରେ ପମ୍ପଚର ହୋଇଥିବା ଟ୍ରକକୁ ବସଟି ପିଟିଥିଲା ।
ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସ୍ର ଆଗ ଭାଗ ପୂରା ଭାଙ୍ଗିଯାଇଥିଲା । ଦୁର୍ଘଟଣାଗ୍ରସ୍ତ ବସଟି ଦିଲ୍ଲୀରୁ ବିହାର ଅଭିମୁଖେ ଯାଉଥିଲା । ଭଦାନ ଗାଁ ନିକଟରେ ଭାରସାମ୍ୟ ହରାଇ ଏହା ରାସ୍ତାରେ ଠିଆ ହୋଇଥିବା ଟ୍ରକରେ ପିଟି ହୋଇଯାଇଥିଲା । ବସରେ ଥିବା ଯାତ୍ରୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ବାସିନ୍ଦା ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲେ ।
ସଂଖ୍ୟାଲଘୁ ଧର୍ମାନୁଷ୍ଠାନଗୁଡ଼ିକର ହେବ ବିକାଶ: ୧୬ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସଂଖ୍ୟାଲଘୁ ଧର୍ମାନୁଷ୍ଠାନଗୁଡ଼ିକରର ବିକାଶ ପାଇଁ ୧୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ଏହି ଅର୍ଥ ଯୋଗାଇ ଦିଆଯିବ । ଏହି ଅର୍ଥରେ ଧର୍ମାନୁଷ୍ଠାନମାନଙ୍କରେ ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବ ସହିତ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯିବ ।

ନିଷ୍ପତ୍ତି ଅନୁଯାୟୀ, ସତ୍ୟନଗର ଯୀଶୁଖ୍ରୀଷ୍ଟ ଏବଂ ମଦରମେରୀ ଭୁବନେଶ୍ୱର କାଥଲିକ୍ ଚର୍ଚ୍ଚକୁ ୨ କୋଟି ଟଙ୍କା ଓ ଭୁବନେଶ୍ୱର ୟୁନିଟ-୪ କ୍ୟାପିଟାଲ ମସଜିଦ୍କୁ ୨ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ କଟକ ମିଶନ ରୋଡସ୍ଥିତ କଟକ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ଏବଂ ଦରଘାବଜାର କଦ ଇ-ରସଲ ମସଜିଦ୍କୁ ୨ କୋଟି ଟଙ୍କା ଲେଖାଏଁ ଅର୍ଥ ମଞ୍ଜୁର କରାଯାଇଛି ।

ସେହିପରି କେନ୍ଦ୍ରାପଡ଼ା ଫକୀରାବାଦ ମରକାଜି, ମସଜିଦ୍, ସମ୍ୱଲପୁର ସେଣ୍ଟ ଯୋସେଫ୍ କ୍ୟାଥେଡ୍ରାଲ (ରୋମାନ କାଥ୍ଲିକ୍), ବ୍ରହ୍ମପୁର ଭାପୁର ବଜାର ଜାମିୟା ମସଜିଦ୍, ଗିରିରୋଡ୍ ବ୍ରହ୍ମପୁର ଓଡ଼ିଆ ବାପ୍ଟିଷ୍ଟ ଚର୍ଚ୍ଚ ସିଏନ୍ଆଇ, ରାଉରକେଲା ବିଶପ ମିଶନାରୀ (ରୋମାନ୍ କାଥ୍ଲିକ୍) ଏବଂ ରାଜଗାଙ୍ଗପୁର ସୁନ୍ନି ଜାମା ମସଜିଦ୍କୁ ୧ କୋଟି ଟଙ୍କା ଲେଖାଏଁ ଅର୍ଥ ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ।
ଭୁବନେଶ୍ୱର: ମୋ ସରକାରରେ ସାମିଲ ହେଲା ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, 5T ସଚିବ ଭି.କେ ପାଣ୍ଡିଆନ ପ୍ରମୁଖଙ୍କ ଉପସ୍ଥିତିରେ ହେଲା ସାମିଲ ।
ଭୁବନେଶ୍ୱର: ମୋ ସରକାରରେ ସାମିଲ ହେଲା ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, 5T ସଚିବ ଭି.କେ ପାଣ୍ଡିଆନ ପ୍ରମୁଖଙ୍କ ଉପସ୍ଥିତିରେ ହେଲା ସାମିଲ ।
ଭଞ୍ଜନଗର: ବେଲଗୁଣ୍ଠା କୋକଲୁଣ୍ଡା ଗାଁରେ ଅଘଟଣ । ବିଦ୍ୟୁତ୍ ଆଘାତରେ ଜେଜେ ମାଆ ଓ ନାତି ମୃତ । ମୃତକ ହେଲେ ରାଜେଶ ଜେନା ଓ ଶିଶୁଳା ଜେନା । ଦାଣ୍ଡରେ ଓଦା ଲୁଗା ସୂଖାଉଥିବା ବେଳେ ଅଘଟଣ ।
ଭଞ୍ଜନଗର: ବେଲଗୁଣ୍ଠା କୋକଲୁଣ୍ଡା ଗାଁରେ ଅଘଟଣ । ବିଦ୍ୟୁତ୍ ଆଘାତରେ ଜେଜେ ମାଆ ଓ ନାତି ମୃତ । ମୃତକ ହେଲେ ରାଜେଶ ଜେନା ଓ ଶିଶୁଳା ଜେନା । ଦାଣ୍ଡରେ ଓଦା ଲୁଗା ସୂଖାଉଥିବା ବେଳେ ଅଘଟଣ ।
ଯାଜପୁର: ଦାନଗଦୀ ହାଟ ଅଞ୍ଚଳରେ ଜାଲ୍ ନୋଟ୍ କାରବାର । ୪ ଲକ୍ଷ ୭୭ ହଜାର ଟଙ୍କାର ନକଲି ନୋଟ ଜବତ କଲା ଯାଜପୁର ରୋଡ୍ ପୋଲିସ । ଜାଲ୍ ନୋଟ କାରବାରରେ ସମ୍ପୃକ୍ତ ୬ ଅଭିଯୁକ୍ତ ଗିରଫ । ୨ଟି ପ୍ରିଣ୍ଟର, ୩ଟି ମୋବାଇଲ ଓ ୨ଟି ବାଇକ୍ ଜବତ ।
ଯାଜପୁର: ଦାନଗଦୀ ହାଟ ଅଞ୍ଚଳରେ ଜାଲ୍ ନୋଟ୍ କାରବାର । ୪ ଲକ୍ଷ ୭୭ ହଜାର ଟଙ୍କାର ନକଲି ନୋଟ ଜବତ କଲା ଯାଜପୁର ରୋଡ୍ ପୋଲିସ । ଜାଲ୍ ନୋଟ କାରବାରରେ ସମ୍ପୃକ୍ତ ୬ ଅଭିଯୁକ୍ତ ଗିରଫ । ୨ଟି ପ୍ରିଣ୍ଟର, ୩ଟି ମୋବାଇଲ ଓ ୨ଟି ବାଇକ୍ ଜବତ ।
ଘରୋଇ କଳହକୁ ନେଇ ସ୍ତ୍ରୀକୁ ହାଣିଲା ସ୍ୱାମୀ
ରାୟଗଡ଼ା: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ । ରାୟଗଡ଼ା ଥାନା କୁଡିଙ୍ଗଗୁଡା ଗାଁର ସତାନା ଜାକାକା ତାଙ୍କ ପତ୍ନୀ ବାନାଇ ଜାକାକାଙ୍କୁ ହତ୍ୟା କରିଛି । ଗତ କିଛି ଦିନ ହେଲା ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା ।

ଗତକାଲି ମଧ୍ୟ ଗଣ୍ଡଗୋଳ ହୋଇଥିଲା । ତେବେ ରାତିରେ ସତାନା ସ୍ତ୍ରୀଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ପରେ ଏନେଇ ନିଜେ ଥାନାରେ ସୂଚନା ଦେଇଥିଲା।

ଟାଉନ୍ ଥାନା ପୋଲିସ ଗାଁରେ ପହଞ୍ଚି ଆହତ ବାନାଇଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୋଲିସ ସତାନାକୁ ଗିରଫ କରି ପଚରାଉଚରା କରୁଛି।


