spot_img
Home Blog Page 7419

କଟକ: ପୂର୍ବତନ ଡିଜି ପ୍ରଫୁଲ୍ଲ ଚନ୍ଦ୍ର ରଥଙ୍କ ପରଲୋକ । କଟକସ୍ଥିତ ବାସଭବନରେ ୮୫ ବର୍ଷ ବୟସରେ ଦେହାନ୍ତ । ୨ ଥର ଡିଜି ଦାୟିତ୍ୱରେ ଥିଲେ ପ୍ରଫୁଲ୍ଲ ।

କଟକ: ପୂର୍ବତନ ଡିଜି ପ୍ରଫୁଲ୍ଲ ଚନ୍ଦ୍ର ରଥଙ୍କ ପରଲୋକ । କଟକସ୍ଥିତ ବାସଭବନରେ ୮୫ ବର୍ଷ ବୟସରେ ଦେହାନ୍ତ । ୨ ଥର ଡିଜି ଦାୟିତ୍ୱରେ ଥିଲେ ପ୍ରଫୁଲ୍ଲ ।

ବ୍ରହ୍ମପୁର: ବସରେ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣା । ‘ସିଲ୍କ ସିଟି’ ବସ୍ ଡ୍ରାଇଭର ଗଗନ ବିହାରୀ ନାୟକ ଗିରଫ । କୋର୍ଟ ଚାଲାଣ କଲା ଗୋଳନ୍ଥରା ପୋଲିସ । ଘଟଣା ପରଠାରୁ ଫେରାର ଥିଲା ଗଗନ ।

ବ୍ରହ୍ମପୁର: ବସରେ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣା । ‘ସିଲ୍କ ସିଟି’ ବସ୍ ଡ୍ରାଇଭର ଗଗନ ବିହାରୀ ନାୟକ ଗିରଫ । କୋର୍ଟ ଚାଲାଣ କଲା ଗୋଳନ୍ଥରା ପୋଲିସ । ଘଟଣା ପରଠାରୁ ଫେରାର ଥିଲା ଗଗନ ।

ଭୁବନେଶ୍ୱର: ଅରବିନ୍ଦ କେଜ୍ରିୱାଲ ଓ ଆମ୍ ଆଦମୀ ପାର୍ଟିକୁ ଶୁଭେଚ୍ଛା । ଲଗାତାର ତୃତୀୟଥର ବିଜୟୀ ହୋଇ ସରକାର ଗଠନ କରୁଥିବାରୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର: ଅରବିନ୍ଦ କେଜ୍ରିୱାଲ ଓ ଆମ୍ ଆଦମୀ ପାର୍ଟିକୁ ଶୁଭେଚ୍ଛା । ଲଗାତାର ତୃତୀୟଥର ବିଜୟୀ ହୋଇ ସରକାର ଗଠନ କରୁଥିବାରୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭଞ୍ଜନଗର: ଖଣ୍ଡା ଦେଖାଇ ୧ ଲକ୍ଷ ୩୭ ହଜାର ଟଙ୍କା ଲୁଟ୍ ଅଭିଯୋଗ । କେଶରା-ରଙ୍ଗବାଲି ଛକ ନିକଟରେ ଏକ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟିନେଲେ ଦୁର୍ବୃତ୍ତ । ସୋରଡ଼ା ଥାନା ପୋଲିସର ଛାନଭିନ୍ ।

ଭଞ୍ଜନଗର: ଖଣ୍ଡା ଦେଖାଇ ୧ ଲକ୍ଷ ୩୭ ହଜାର ଟଙ୍କା ଲୁଟ୍ ଅଭିଯୋଗ । କେଶରା-ରଙ୍ଗବାଲି ଛକ ନିକଟରେ ଏକ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟିନେଲେ ଦୁର୍ବୃତ୍ତ । ସୋରଡ଼ା ଥାନା ପୋଲିସର ଛାନଭିନ୍ ।

ଗର୍ଭବତୀ ମହିଳାଙ୍କୁ ପୋଡ଼ି ମାରିଲେ ଶାଶୁ ଘର ଲୋକ

0

ରାଉରକେଲା: ଗର୍ଭବତୀ ମହିଳାଙ୍କୁ ପୋଡ଼ି ହତ୍ୟା ଅଭିଯୋଗ । ରାଉରକେଲା ବନ୍ଧମୁଣ୍ଡା ଥାନା କୋଇଲା ଗେଟ୍‌ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଜଣେ ବିବାହିତା ମହିଳା ଗର୍ଭବତୀଙ୍କୁ ଶାଶୁ ଘର ଲୋକ ପୋଡ଼ି ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ସ୍ୱାମୀଙ୍କ ସହ ୪ ଜଣଙ୍କୁ ଅଟକ ରଖିଛି ବନ୍ଧମୁଣ୍ଡା ପୋଲିସ । ମୃତକ ହେଲେ ରାଉରକେଲା ଗୋପବନ୍ଧୁପାଲି ଅଞ୍ଚଳରେ ଶିବ ପ୍ରସାଦ ସୋନକାରଙ୍କ ଝିଅ ରାଧା କୁମାରୀ । ୬ ବର୍ଷ ତଳେ ବନ୍ଧମୁଣ୍ଡା କୋଇଲା ଗେଟ୍‌ ଅଞ୍ଚଳର ବିନୋଦ ସିଂଙ୍କୁ ସେ ବିବାହ କରିଥିଲେ । କିନ୍ତୁ ବିବାହର କିଛି ଦିନ ପରେ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାର ଛାନଭିନ୍‌ ଆରମ୍ଭ କରିଛି ।

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ଫଳାଫଳକୁ ଗ୍ରହଣ କଲା ବିଜେପି । ଜନମତକୁ ଗ୍ରହଣ କରୁଛୁ । ଆମେ ବିରୋଧୀ ଭୂମିକା ନିଭାଇବୁ, ଲୋକଙ୍କ ସ୍ୱର ବିଧାନସଭାରେ ଉଠାଇବୁ । ବିଜୟ ନେଇ କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇଲେ ବିଜପେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । 

ବିପୁଳ ବିଜୟ ନେଇ କେଜ୍ରିୱାଲଙ୍କ ପ୍ରତିକ୍ରିୟା, ପୁଅ ଉପରେ ଭରସା ରଖିଛି ଦିଲ୍ଲୀ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଚାଲିଲା ଝାଡ଼ୁ, ଝଡ଼ିଲା ଫୁଲ । ଝାଡ଼ୁ ମାଡ଼ରେ ‘ପଦ୍ମ’ ସଫା ହୋଇଯାଇଛି । ଲଗାତାର ତୃତୀୟଥର ପାଇଁ ଦିଲ୍ଲୀ ଦଖଲ କରିଛି କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି । ୨୦୧୫ ଭଳି ଆମ୍ ଆଦମୀ ପାର୍ଟି ୬୦ରୁ ଅଧିକ ଆସନରେ ବିଜୟୀ ହେଉଥିବା ବର୍ତ୍ତମାନ ଟ୍ରେଣ୍ଡ ଦର୍ଶାଉଛି । ଅନ୍ୟପଟେ ନିର୍ବାଚନରେ ଆପକୁ କଡ଼ା ଟକ୍କର ଦେଉଥିବା ବିଜେପିକୁ ମିଳିଛି ମାତ୍ର ୬ରୁ ୭ଟି ଆସନ । ଟ୍ରେଣ୍ଡ୍ ଦର୍ଶାଉଛି ତୃତୀୟଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଅରବିନ୍ଦ କେଜ୍ରିୱାଲ ।ବିପୁଳ ବିଜୟ ପରେ ଅରବିନ୍ଦ କେଜ୍ରିୱାଲ ସମର୍ଥକଙ୍କ ସହ ଦିଲ୍ଲୀବାସୀଙ୍କୁ ସମ୍ବୋଧନ କରିଛନ୍ତି । ଦିଲ୍ଲୀବାସୀ କମାଲ କରିଛନ୍ତି । ତୃତୀୟଥର ନିଜ ପୁଅ ଉପରେ ଭରସା କରିଛନ୍ତି । ଏ ବିଜୟ ସବୁ ପରିବାରର । ମୋତେ ଆପଣମାନେ ନିଜ ପୁଅ ଭାବି ସମର୍ଥନ ଦେଇଛନ୍ତି । ଦିଲ୍ଲୀର ଲୋକ ଦେଶରେ ନୂଆ ପ୍ରକାରର ରାଜନୀତିକୁ ଜନ୍ମ ଦେଇଛନ୍ତି । ଯାହାର ନାମ ହେଉଛି ‘କାମ ରାଜନୀତି’ ।

କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ବିଜୟ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏହା ଭାରତ ମାତାର ବିଜୟ । ଆଜି ମଙ୍ଗଳବାର ପ୍ରଭୁ ହନୁମାନଙ୍କ ଦିନ । ହନୁମାନ କୃପା କରିଛନ୍ତି । ତେବେ, କେଜ୍ରିୱାଲଙ୍କ ଏହି ସମ୍ବୋଧନ ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ନଜର ଆସିନଥିଲେ ।

ଆପ କାର୍ଯ୍ୟାଳୟରେ ଉତ୍ସବର ବାତାବରଣ, ପହଞ୍ଚୁଛନ୍ତି ବହୁ ବରିଷ୍ଠ ନେତା

ପ୍ରସିଦ୍ଧ ତାରାତାରିଣୀ ପୀଠର ବିକାଶ ପାଇଁ ସ୍ଥିତି ପରଖିଲେ ଉଚ୍ଚସ୍ତରୀୟ ଅଧିକାରୀ

0

ଗଞ୍ଜାମ: ପ୍ରସିଦ୍ଧ ତାରାତାରିଣୀ ପୀଠର ବିକାଶ ପାଇଁ ସ୍ଥିତି ପରଖିଲେ ଉଚ୍ଚସ୍ତରୀୟ ଅଧିକାରୀ । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦିଲ୍ଲୀପ କୁମାର ମହାନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ତାରାତାରିଣୀ ପୀଠକୁ ଯାଇ ସ୍ଥିତି ଅନୁଧ୍ୟାନ ଓ ସମୀକ୍ଷା କରିଛନ୍ତି । ତାଙ୍କ ସହିତ ବହୁ ଅଫିସର ମନ୍ଦିର ପରିସର ବୁଲି ଦେଖିଥିଲେ ।

ମନ୍ଦିରର ସୌନ୍ଦର୍ଯ୍ୟକରଣ, ପର୍ଯ୍ୟଟନସ୍ଥଳୀର ବିକାଶ, ଭକ୍ତ ଓ ପର୍ଯ୍ୟଟକ ସୁବିଧା ପାଇଁ କ’ଣ କରାଯିବ, ତାହା ଅନୁଧ୍ୟାନ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ଓ ପୂଜାରୀଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦିଲ୍ଲୀପ କୁମାର ମହାନ୍ତି ଆଲୋଚନା କରିଥିଲେ । ଏହା ମଧ୍ୟରେ ତାରାତାରିଣୀ ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିସାରିଛନ୍ତି । ଏହା ପୂର୍ବରୁ 5-T ସଚିବ ଭି.କେ. ପାଣ୍ଡିଆନ ତାରାତାରିଣୀ ପୀଠ ପରିଦର୍ଶନ କରିଥିଲେ ।

ନୂଆଦିଲ୍ଲୀ: ବିଜୟ ନେଇ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇଲେ ଅରବିନ୍ଦ କେଜ୍ରିୱାଲ । ତୃତୀୟଥର ପାଇଁ ଆପ୍ ଉପରେ ବିଶ୍ୱାସ କରିଥିବାରୁ ଧନ୍ୟବାଦ । ଏହା ମୋର ନୁହେଁ ଦିଲ୍ଲୀବାସୀଙ୍କ ବିଜୟ ।

ନୂଆଦିଲ୍ଲୀ: ବିଜୟ ନେଇ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇଲେ ଅରବିନ୍ଦ କେଜ୍ରିୱାଲ । ତୃତୀୟଥର ପାଇଁ ଆପ୍ ଉପରେ ବିଶ୍ୱାସ କରିଥିବାରୁ ଧନ୍ୟବାଦ । ଏହା ମୋର ନୁହେଁ ଦିଲ୍ଲୀବାସୀଙ୍କ ବିଜୟ ।

ବିମସଟେକ୍ ର ଦ୍ୱିତୀୟ କର୍ମଶାଳାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ଭୁବନେଶ୍ୱର: ଏନଡିଆରଏଫ୍ ଦ୍ଵାରା ଆୟୋଜିତ ବିମସଟେକ୍ ର ଦ୍ୱିତୀୟ କର୍ମଶାଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦକ୍ଷିଣ ଏସିଆ ଏବଂ ଏସିଆନ୍ ଦେଶରେ ବିମସଟେକ୍ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଦାୟିତ୍ୱସମ୍ପନ୍ନ ସଂଗଠନ ଭାବରେ ଅନେକ କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରୁଛି । ଏହି ଅଞ୍ଚଳରେ ବିଶ୍ୱର ୨୨ ପ୍ରତିଶତ ଲୋକ ରହୁଥିବାବେଳେ ସେମାନଙ୍କ ମଧ୍ୟରେ ସହଯୋଗ ସ୍ଥାପନ ଏବଂ ମୁଖ୍ୟତଃ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ବିମସଟେକ୍ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି । ଓଡିଶା ମଧ୍ୟ ଅନେକ ସମୟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଏ । ୧୯୯୯ ମହାବାତ୍ୟା ପରେ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ନିଜକୁ ସ୍ୱୟଂସମ୍ପୂର୍ଣ୍ଣ କରିପାରିଛି । ନିଜର ସ୍ୱତନ୍ତ୍ର ବିପର୍ଯ୍ୟୟ ପ୍ରଶମନ ବାହିନୀ ପ୍ରସ୍ତୁତ କରିବାରେ ଦେଶରେ ଓଡିଶା ପ୍ରଥମ ରାଜ୍ୟ ।

Image result for BIMSTEC

ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସହ ଜିରୋ କାଜୁଆଲିଟି ପାଇଁ ଓଡିଶା ଜାତିସଂଘ ଦ୍ଵାରା ପ୍ରଶଂସିତ ହୋଇପାରିଛି । ତେବେ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଦ୍ଵାରା ଓଡିଶାରେ ଥିବା ପ୍ରାଚୀନ ଐତିହ୍ୟ ଅନେକ ମାତ୍ରାରେ ପ୍ରଭାବିତ ଏବଂ ନଷ୍ଟ ହେଉଛି । ପ୍ରଚୀନ ଐତିହ୍ୟର ସୁରକ୍ଷା ଦିଗରେ ବିମସଟେକ୍ ଅନେକ ପଦକ୍ଷେପ ନେଉଥିବାବେଳେ ଓଡିଶାରେ ମଧ୍ୟ ପ୍ରଭାବିତ ପୁରାତନ ଐତିହ୍ୟର ସଂରକ୍ଷଣ ଏବଂ ସୁରକ୍ଷା ଦିଗରେ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ତେଣୁ ଏହି କର୍ମଶାଳାରେ ଯୋଗ ଦେଇଥିବା ସମସ୍ତ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ଓଡିଶାର ପ୍ରାଚୀନ ସୁରକ୍ଷା ଦିଗରେ ସେମାନେ ନିଶ୍ଚିତ ଭାବରେ ପଦକ୍ଷେପ ନେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।