spot_img
Home Blog Page 7419

ଲକ୍ଷଣ ନଥାଇ ବି ଭଦ୍ରକରୁ ଚିହ୍ନଟ ହେଲେ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ତେବେ, ଆଶ୍ଚର୍ଯ୍ୟର କଥା ହେଉଛି ଜ୍ୱର, କାଶ ଥଣ୍ଡା, ଛିଙ୍କ, ନିଶ୍ୱାସ ନେବାର କଷ୍ଟ ଆଦି ଲକ୍ଷଣ ନଥାଇ ବି ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଟ୍ୱିଟ୍ କରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି, ଚତୁର୍ଥ କରୋନା ଆକ୍ରାନ୍ତଙ୍କ ନିକଟରେ କରୋନାର କୌଣସି ଜଟିଳ ଲକ୍ଷଣ ଦେଖିବାକୁ ମିଳିନଥିଲା । କିନ୍ତୁ, ଟେଷ୍ଟ ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

ରାଜ୍ୟରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ, ଘର ଭଦ୍ରକ

ତେଣୁ, ବିଦେଶରୁ ଫେରିଥିବା କିମ୍ବା କରୋନା ସଂକ୍ରମିତ ସ୍ଥାନକୁ ଯାଇଥିବା ସମସ୍ତେ ୨ ସପ୍ତାହ ପାଇଁ ହୋମ୍ କ୍ୱାରେଣ୍ଟାଇନରେ ରହିବା ଆବଶ୍ୟକ । ଏଥିସହ ହୋମ୍ କ୍ୱାରେଣ୍ଟାଇନରେ ରହିବା ପରେ ଆଗାମୀ ୨ ସପ୍ତାହ ଯାଏଁ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଇବା ଜରୁରୀ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

କରୋନା ପ୍ରଭାବ, ଜନ ପ୍ରତିନିଧି ଓ ଉଚ୍ଚ ପଦାଧିକାରୀଙ୍କ ଦରମା ସାମୟିକ ଭାବେ କମିଲା

ରାଜ୍ୟରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ, ଘର ଭଦ୍ରକ

ଭୁବନେଶ୍ୱର: ରାଜ୍ୟରେ ଆଉ ଏକ କରୋନା ପଜିଟିଭ୍ ମାମଲା ମିଳିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଚତୁର୍ଥ କରୋନା ଆକ୍ରାନ୍ତ ଜଣଙ୍କ ଘର ଭଦ୍ରକ ଜିଲ୍ଲାରେ । ତାଙ୍କ ବୟସ ୨୯ ବର୍ଷ ହୋଇଥିବା ଜଣା ପଡ଼ିଛି । ନିକଟରେ ସେ ଦୁବାଇ ଗସ୍ତରୁ ଫେରିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।

ଏହା ପୂର୍ବରୁ ରାଜ୍ୟରେ ୩ ଜଣଙ୍କ ଠାରେ କରୋନା ପଜିଟିଭି ମିଳିଥିଲା । ୨ ଜଣଙ୍କ ଚିକିତ୍ସା କ୍ୟାପିଟାଲ ହସ୍ପିଟାଲରେ ଜାରି ରହିଥିବା ବେଳେ ଅନ୍ୟ ଜଣଙ୍କ ଚିକିତ୍ସା ଏମ୍ସରେ ଜାରି ରହିଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ଥିବା ଜଣାପଡ଼ିଛି । ଆଜି ରାଜ୍ୟରେ ମୋଟ ୧୩୭ଟି ସ୍ୱାବ ପରୀକ୍ଷା ହୋଇଥିବା ବେଳେ ଏମ୍ସରେ ଭଦ୍ରକ ଯୁବକଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

କରୋନା ମୁକାବିଲାରେ ମିଶନ ଶକ୍ତି ପାଲଟିଛି ଓଡ଼ିଶା ଶକ୍ତି

ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଭଦ୍ରକ ଜିଲ୍ଲାପାଳଙ୍କ ସହ ଏନେଇ ଆଲୋଚନା କରିଛନ୍ତି । ଆକ୍ରାନ୍ତ ଯୁବକଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଯୁବକଙ୍କ ସମ୍ପର୍କରେ ଆସିଥିବା ଅନ୍ୟମାନଙ୍କୁ ଖୋଜିବା ଏବଂ ସେମାନଙ୍କ ସାମ୍ପୁଲ ପରୀକ୍ଷା କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥିତି ଉପରେ ଏନଏଚଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ନଜର ରଖିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଧାର୍ମିକ ସମ୍ମିଳନୀରୁ ଦେଶର ୨୦ ରାଜ୍ୟରେ କରୋନା ସଂକ୍ରମଣ !

ରାଜ୍ୟର ପ୍ରଥମ ଓ ଦ୍ୱିତୀୟ ଆକ୍ରାନ୍ତ ବିଦେଶ ଗସ୍ତରୁ ଫେରିଥିବା ବେଳେ ତୃତୀୟ ଆକ୍ରାନ୍ତ ଜଣଙ୍କ ଦିଲ୍ଲୀରୁ ଫେରିବା ପରେ କରୋନା ପଜିଟିଭ୍ ମିଳିଥିଲା । ଚତୁର୍ଥ ଆକ୍ରାନ୍ତ ଜଣଙ୍କ ମଧ୍ୟ ବିଦେଶରୁ ଆସିଛନ୍ତି । ରାଜ୍ୟ ସରକାର ସାମାଜିକ ଦୂରତ୍ୱ ରକ୍ଷା ଉପରେ ଗୁରୁତ୍ୱ ଦେବାସହ ଲକଡାଉନ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

ଏହି ସବୁ ଖାଦ୍ୟ ଖାଇଲେ ମିଳିବ କରୋନା ସହ ଲଢ଼ିବାର ଶକ୍ତି

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ । ବ୍ୟକ୍ତି ଜଣଙ୍କ ଘର ଭଦ୍ରକ ଜିଲ୍ଲାରେ, ବୟସ ୨୯ ବର୍ଷ । ନିକଟରେ ସେ ଦୁବାଇରୁ ଫେରିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ।

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ । ବ୍ୟକ୍ତି ଜଣଙ୍କ ଘର ଭଦ୍ରକ ଜିଲ୍ଲାରେ, ବୟସ ୨୯ ବର୍ଷ । ନିକଟରେ ସେ ଦୁବାଇରୁ ଫେରିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ।

କରୋନା ମୁକାବିଲାରେ ମିଶନ ଶକ୍ତି ପାଲଟିଛି ଓଡ଼ିଶା ଶକ୍ତି

ଭୁବନେଶ୍ୱର: କରୋନା ମୁକାବିଲାରେ ମିଶନ ଶକ୍ତି ଏବେ ଓଡ଼ିଶା ଶକ୍ତି ଭାବେ କାର୍ଯ୍ୟ କରୁଛି । ଏହି ବିପତ୍ତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରିଥିବା ପଦକ୍ଷେପରେ ଏବେ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡ଼ିକ ଅଗ୍ରଭାଗରେ ଅଛନ୍ତି । ରାଜ୍ୟର ଗାଁ ଠାରୁ ସହର ପର୍ଯ୍ୟନ୍ତ ୬ ଲକ୍ଷ ସ୍ୱୟଂ ସହାୟିକା ଗୋଷ୍ଠୀରେ ଥିବା ୭୦ ଲକ୍ଷ ମହିଳା ସଦସ୍ୟା ଏହି ମହାମାରୀ ସମୟରେ ପ୍ରମୁଖ ଦାୟିତ୍ୱ ତୁଲାଉଛନ୍ତି । ମିଶନ ଶକ୍ତିର କମିଶନର ତଥା ନିର୍ଦ୍ଦେଶିକ ସୁଜାତା କାର୍ତ୍ତିକେୟନ ତତ୍ତ୍ୱାବଧାନରେ ଗାଁଠୁ ସହର ପର୍ଯ୍ୟନ୍ତ ତଳ ସ୍ତରର ଲୋକଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଉଛନ୍ତି ଏସ୍‍ଏଚ୍‍ଜି ସଦସ୍ୟା ।

ମାର୍ଚ୍ଚ ମାସ ପ୍ରାରମ୍ଭରୁ କରୋନା ମୁକାବିଲା ଲାଗି ପ୍ରସ୍ତୁତ ସଚେତନତା ପୋଷ୍ଟର ଗୁଡିକ ୭୦ ଲକ୍ଷ ମହିଳାଙ୍କ ମଧ୍ୟରେ ବଣ୍ଟାଯାଇଛି । ସେମାନେ ନିଜ ନିଜ ପରିବାର ସହିତ ସ୍ଥାନୀୟ ଗୋଷ୍ଠୀ ଗୁଡ଼ିକୁ ସଚେତନ କରୁଛନ୍ତି । ଏହାଦ୍ୱାରା ଗ୍ରାମାଞ୍ଚଳ ଗୁଡିକରେ ବ୍ୟାପକ ସଚେତନତା ବିଶେଷକରି ମହିଳାଙ୍କ ମଧ୍ୟରେ କରୋନା ମୁକାବିଲା ନେଇ ସଚେତନତା ସୃଷ୍ଟିରେ ସହାୟକ ହୋଇଛି । କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କରିଥିବା ଅନୁରୋଧର ଶପଥ ସ୍ୱୟଂ ସହାୟିକା ଗୋଷ୍ଠୀ ମଧ୍ୟରେ ବଣ୍ଟନ ହୋଇଛି । କରୋନା ସମ୍ପ୍ରସାରଣ ଉପରେ ଲଗାମ ଲଗାଇବା ପାଇଁ ଉଭୟ ଗ୍ରାମ ଓ ସହରାଞ୍ଚଳ ଲୋକେ ଘର ଭିତରେ ରହିବାପାଇଁ ମୁଖ୍ୟମନ୍ତ୍ରୀ ଶପଥ କରାଇଛନ୍ତି । ଏ କ୍ଷେତ୍ରରେ ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ପ୍ରାରମ୍ଭରେ ସାଧାରଣ ଲୋକଙ୍କ ମଧ୍ୟରେ ମାସ୍କର ଚାହିଦାକୁ ଦେଖି ଯେଉଁ ସହାୟିକା ଗୋଷ୍ଠୀ ଓ ସଂଘ ଗୁଡ଼ିକର ପୂର୍ବରୁ ସ୍କୁଲ ପୋଷାକ ସିଲେଇରେ ଅଭିଜ୍ଞତା ଥିଲା ସେମାନେ ମାସ୍କ ତିଆରି କରୁଛନ୍ତି । ବର୍ତ୍ତମାନ ପାଖାପାଖି ୪୦୦ ଏସ୍‍ଏଚ୍‍ଜି ଦିନକୁ ୫୦ ହଜାର ମାସ୍କ ଉତ୍ପାଦନ କରୁଛନ୍ତି ଯାହାକି ଏ ସମୟରେ ଅତି ଜରୁରୀ ସାମଗ୍ରୀ ପାଲଟିଛି । ଏସ୍‍ଏଚ୍‍ଜି ଗୁଡ଼ିକ ନିକଟରେ ସାଧାରଣ ଲୋକଙ୍କ ବ୍ୟତୀତ ବ୍ୟାଙ୍କ୍‍, ପୋଲିସ୍‍ ଓ ଗ୍ରାମ୍ୟ ସ୍ୱାସ୍ଥ୍ୟକର୍ମୀମାନେ ୬ ଲକ୍ଷ ମାସ୍କ କିଣିଛନ୍ତି । ସେମାନେ ଏହାକୁ ମାତ୍ର ୧୫ରୁ ୨୦ ଟଙ୍କା ଦରରେ କିଣିଛନ୍ତି । କେତେକ ସ୍ୱୟଂ ସହାୟିକା ଗୋଷ୍ଠୀ ଲୋକଙ୍କ ଆବଶ୍ୟକତାକୁ ଦେଖି ସେମାନଙ୍କୁ ମାଗଣାରେ ମାସ୍କ ବାଣ୍ଟିଛନ୍ତି ।

ଲକ୍‍ ଡାଉନ୍‍ ଘୋଷଣା ପରେ ସେତେବେଳେ ଲୋକଙ୍କ ନିକଟରେ ରାସନ ଓ ପନି ପରିବା ପହଞ୍ଚାଇବା ମୁଖ୍ୟ ପ୍ରସଙ୍ଗ ଥିବାବେଳେ ଏସ୍‍ଏଚ୍‍ଜି ଗୁଡ଼ିକ ଏହି ଆବଶ୍ୟକତା ପୂରଣ କରିଥିଲେ । ପାଖପାଖି ୫୦୦ ସ୍ୱୟଂ ସହାୟିକା ଗୋଷ୍ଠୀ ଜିଲ୍ଲା ପ୍ରଶାସନ ସହାୟତାରେ ସମଗ୍ର ରାଜ୍ୟରେ ରାସନ, ପନିପରିବା ଏବଂ ଫଳ ଦୋକାନ ପ୍ରତିଷ୍ଠା କରିଛନ୍ତି । କଟକ, କେନ୍ଦ୍ରାପଡ଼ା, ବ୍ରହ୍ମପୁର ଓ କୋରାପୁଟର ସହରାଞ୍ଚଳରେ ଏସ୍‍ଏଚ୍‍ଜି ସଦସ୍ୟାମାନେ ଲୋକଙ୍କ ଘରେ ନେଇ ମଧ୍ୟ ଆବଶ୍ୟକ ରାସନ ସାମଗ୍ରୀ ପହଞ୍ଚାଉଛନ୍ତି ।

ଲକ୍‍ ଡାଉନ୍‍ ସମୟରେ ସମଗ୍ର ରାଜ୍ୟରେ ଖାଦ୍ୟ ଯୋଗାଣ ନିଶ୍ଚିତ କରିବା ଅତ୍ୟନ୍ତ ସମ୍ବେଦନଶୀଳ କାର୍ଯ୍ୟ । ପ୍ରତି ପଞ୍ଚାୟତରେ ନିରାଶ୍ରୟ ଲୋକଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଯୋଗାଣ ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହିତ ଏହି ଦାୟିତ୍ୱ ଏସ୍‍ଏଚ୍‍ଜିକୁ ଦେଇଛନ୍ତି । ଆଜି ସୁଦ୍ଧା ପାଖାପାଖି ୪୩୩୮ ପଞ୍ଚାୟତରେ ଖାଦ୍ୟ ଆବଶ୍ୟକ ଥିବା ଲୋକଙ୍କୁ ୧,୭୫,୩୮୫ଟି ମିଲ୍‍ ଯୋଗା ଯାଇଥିବା ବେଳେ ୧୧୪ଟି ପୌରାଞ୍ଚଳରେ ୧୪,୩୮୩ଟି ମିଲ୍‍ ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକୁ ଏସ୍‍ଏଚ୍‍ଜିମାନେ ସୁରୁଖରୁରେ ତୁଲାଉଥିବାବେଳେ ପ୍ରତିଦିନ ରୋଷେଇ ହେଉଥିବା ସ୍ଥାନ ସଂଖ୍ୟା ବଢିବାରେ ଲାଗିଛି ।

ଏହାଛଡ଼ା ମିଶନ ଶକ୍ତି ଋଣ ଯୋଜନାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡ଼ିକୁ ବିନା ସୁଧରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଉଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡ଼ିକ ଲାଗି ଚଳିତ ବର୍ଷ ୨୦୦୦ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି । ରାଜ୍ୟର ବ୍ଲକ ସ୍ତରରେ ଥିବା ମହାସଂଘ ଗୁଡ଼ିକ ନିକଟରେ ୨୫ଲକ୍ଷ ଟଙ୍କାର କର୍ପସ ପାଣ୍ଠି ରହିଛି । ଏସ୍‍ଏଚ୍‍ଜି ସଦସ୍ୟମାନଙ୍କ ଆବଶ୍ୟକ ପଡ଼ିଲେ ଅତି କମ୍‍ ସୁଧରେ ଏହି ପାଣ୍ଠିରୁ ଅର୍ଥ ଯୋଗାଯାଉଛି । ସଂଖ୍ୟାଧିକ ସ୍ୱୟଂ ସହାୟିକ ଗୋଷ୍ଠୀ ସେମାନଙ୍କ ସଞ୍ଚିତ ଅର୍ଥରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ଦାନ କରିଛନ୍ତି ।

୨୦୦୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଦ୍ୱାରା ମିଶନ ଶକ୍ତି ଗଠନ ହୋଇଥିବା ବେଳେ ଏହା ଅଧିନରେ ଥିବା ୬ ଲକ୍ଷ ସ୍ୱୟଂ ସହାୟିକା ଗୋଷ୍ଠୀର ୭୦ ଲକ୍ଷ ମହିଳା ସଦସ୍ୟା ଯେକୌଣସି ବିପର୍ଯ୍ୟୟ ଓ ଜରୁରୀ ସମୟରେ ଗୁରୁ ଦାୟିତ୍ୱ ନିର୍ବାହ କରୁଛନ୍ତି । ଏବେ ପୁଣି ଥରେ ମିଶନ ଶକ୍ତିର ସଦସ୍ୟାମାନେ ସରକାର ଓ ଗୋଷ୍ଠୀ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହିତ ତଳ ସ୍ତରରେ ସହଯୋଗୀ ଭାବେ ସେବା ଯୋଗାଉଛନ୍ତି ।

ଛୋଟ ପିଲାଙ୍କ ପାଇଁ ସଫଳ ହୋଇଛି ଲକଡାଉନ୍, କାହିଁକି କହିଲେ ବାଗଚୀ ?

ବୃଥା ହେଲା ସବୁ ପରିଶ୍ରମ, ଅଲିମ୍ପିକ ଖେଳିବାକୁ ଅପେକ୍ଷା କରିବାକୁ ପଡ଼ିବ ଆହୁରି ଏକ ବର୍ଷ

ଭୁବନେଶ୍ୱର: ବୃଥା ହେଲା ସବୁ ପରିଶ୍ରମ। ଅଲିମ୍ପିକ ଖେଳିବାକୁ ଆହୁରି ଏକ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ଦୀର୍ଘ ଦିନ ଧରି ଅଲିମ୍ପିକ ପାଇଁ କରାଯାଇଥିବା ଅଭ୍ୟାସର ସୁଫଳ ମିଳିଲା ନାହିଁ। କରୋନା ପାଇଁ ଅଲମ୍ପିକ ଗେମ୍ସକୁ ଏକ ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଯିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଦୌଡ଼ରାଣୀ ଦୁତିଚାନ୍ଦ। ଅନ୍ୟପଟେ ଅଲିମ୍ପିକ ଘୁଞ୍ଚିବା ନିଷ୍ପତିକୁ ଅନେକ ଓଡ଼ିଆ କ୍ରୀଡାବିତ ସମର୍ଥନ ମଧ୍ୟ କରିଛନ୍ତି।

କରୋନା ପାଇଁ ଘୁଞ୍ଚିଲା ଅଲମ୍ପିକ । ଆସନ୍ତା ଜୁଲାଇ ବଦଳରେ ୨୦୨୧ ଜୁଲାଇ ୨୩ରେ ହେବ ଟୋକିଓ ଅଲିମ୍ପିକ । ସେହିପରି ପାରା ଅଲିମ୍ପିକକୁ  ମଧ୍ୟ ୨୦୨୧ ଅଗଷ୍ଟ ୨୪ ତାରିଖ ପର୍ଯ୍ୟନ୍ତ ଘଞ୍ଚାଇ ଦିଆଯାଇଛି । ଏକ ବର୍ଷ ଅଲିମ୍ପିକ ଘୁଞ୍ଚିବା ପରେ ସାମାନ୍ୟ ନିରାଶ ହୋଇଛନ୍ତି ଆଥଲେଟ୍‌ । ଦୈଡ଼ରାଣୀ ଦୁତୀଚାନ୍ଦଙ୍କ କହିବା କଥା ପ୍ରସ୍ତୁତି ପାଇଁ ଲକ୍ଷେ ଟଙ୍କା ଖର୍ଚ୍ଚ କରିସାରିଥିଲେ। ଆଗାମୀ କିଛି ଦିନ ଭିତରେ ସେ ଅଲିମ୍ପିକ ଟିକେଟ୍‌ ମଧ୍ୟ ହାତେଇଥାନ୍ତେ । ହେଲେ ହାତରେ ଏକ ବର୍ଷ ଅଧିକ ସମୟ ଥିବାରୁ ତାଙ୍କ ପାଇଁ ଅଲିମ୍ପିକ ଯୋଗତା ଅର୍ଜନ କରିବା ସହଜ ହେବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଓଡ଼ିଶାର ଅନେକ କ୍ରୀଡ଼ାବିତ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଓଡ଼ଆ ଆଥଲେଟ୍‌ ଅମୀୟ ମଲ୍ଲିକ କହିଛନ୍ତି ଅଲିମ୍ପିକ୍‌ ଘୁଞ୍ଚିବା ଦ୍ଵାରା ଅଲିମ୍ପିକ ଯୋଗ୍ୟତା ଅର୍ଜନ ପାଇଁ ଅଧିକ ସମୟ ମିଳିବ । ସେପଟେ ପାରା ବ୍ୟାଡମିଣ୍ଟନ ଷ୍ଟାର୍‌ ପ୍ରମୋଦ ଭଗତ କହିଛନ୍ତି ସେ ପ୍ରଥମ ଥର ପାଇଁ ପାରା ଅଲିମ୍ପିକ ଖେଳିବାକୁ ଯାଉଥିବା ବେଳେ ତାଙ୍କୁ ଆହୁରି ଏକ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ।

ଭାରତୀୟ ହକି ଖେଳାଳୀ ଅମିତ ରୋହି ଦାଶ କହିଛନ୍ତି ହାତରେ ଆହୁରି ଗୋଟିଏ ବର୍ଷ ଅଧିକ ସମୟ ଥିବାରୁ ଆମେ ଭଲ ପ୍ରଦର୍ଶନ କରିବୁ ।

 

କରୋନା ପାଇଁ DRDOର ସ୍ୱତନ୍ତ୍ର ମାସ୍କ ଓ ଭେଣ୍ଟିଲେଟର

ଭୁବନେଶ୍ୱର: କରୋନା ଭାଇରସ୍ ସହ ଲଢିବା ପାଇଁ ସାରା ବିଶ୍ୱ ଏବେ ଏକାଠି । କେଉଁଠି ପୂରା ଦେଶ ଲକଡାଉନ ତ ଆଉ କେଉଁଠି ସଜାଗ ରହିବା ପାଇଁ ଚାଲିଛି ସମୂହ ସଚେତନତା । ଏସବୁ ଭିତରେ କରୋନା ଭାଇରସ୍ ମୁକାବିଲା କରିବା ପାଇଁ DRDO ସ୍ୱତନ୍ତ୍ର ମାସ୍କ ଓ ଭେଣ୍ଟିଲେଟର ପ୍ରସ୍ତୁତ କରିଛି । କରୋନା ସଂକ୍ରମଣ ବିରୋଧରେ  DRDO ପ୍ରସ୍ତୁତ କରିଥିବା ଏହି ଅସ୍ତ୍ରକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ପୂର୍ବରୁ N-95 ମାସ୍କ ବ୍ୟବହାର ପାଇଁ ବିଶେଷଜ୍ଞ ପରାମର୍ଶ ଦେଉଥିବାବେଳେ ଏବେ ଏହାଠାରୁ ବି ଅଧିକ ସୁରକ୍ଷିତ ମାସ୍କ ପ୍ରସ୍ତୁତ କରୁଛି ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ-ଡିଆରଡିଓ । DRDO ତିଆରି କରୁଥିବା N-99 ମାସ୍କ ଆହୁରି ଶକ୍ତିଶାଳୀ ଏବଂ ଏହା ଗ୍ୱାଲିୟର ଲ୍ୟାବରେ ପ୍ରସ୍ତୁତ ହେଉଛି । ଏହାର ବିଶେଷତ୍ୱ ହେଲା ଏଥିରେ ପାଞ୍ଚଟି ସ୍ତରର ସୁରକ୍ଷା କବଚ ରହିଛି । କେନ୍ଦ୍ର ସରକାରଙ୍କର ବୟନ ଶିଳ୍ପ ବିଭାଗ ଓ ଅନ୍ୟ ୨ଟି ଘରୋଇ ସଂସ୍ଥା ମିଶି ଏହି ମାସ୍କ ପ୍ରସ୍ତୁତ କରୁଛନ୍ତି । ତେବେ, DRDO କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଆସନ୍ତା ୪ରୁ ୫ ଦିନ ମଧ୍ୟରେ N-99 ମାସ୍କ ସରକାରୀ ଏଜେନ୍ସିକୁ ହସ୍ତାନ୍ତର କରାଯିବ । ଏହାପରେ ଲୋକେ ଏହାକୁ ବ୍ୟବହାର କରିପାରିବେ ।

ସମୟ ଗଡ଼ିବା ସହ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । କିନ୍ତୁ, ପର୍ଯ୍ୟାପ୍ତ ଭେଣ୍ଟିଲେଟର ନଥିବାରୁ ଏବେ DRDO ସ୍ୱତନ୍ତ୍ର ଭେଣ୍ଟିଲେଟରର ବ୍ୟବସ୍ଥା ମଧ୍ୟ କରିଛି । କରୋନା ଭାଇରସ ସଂକ୍ରମଣରେ ଚିକିତ୍ସିତ ହେଉଥିବା ଏକାଧିକ ରୋଗୀଙ୍କୁ ସୁବିଧା ଯୋଗାଇବ ଏହି ଭେଣ୍ଟିଲେଟର । DRDO ଅଧ୍ୟକ୍ଷ ଡ. ଜି ସତୀଶ ରେଡ୍ଡୀଙ୍କ କହିବା ଅନୁଯାୟୀ, ଏହି ଭେଣ୍ଟିଲେଟରକୁ ଏକାଧିକ ଡାକ୍ତରଖାନାରେ ପରୀକ୍ଷା କରାଯାଇଛି । ତେବେ, ଖୁବ୍ କମ ସମୟରେ ଆଉ କିଛି ଆଡଭାନ୍ସ ଫିଚର୍ସ ଯୋଡ଼ା ଯାଇ ଏହାକୁ ବଜାରରେ ଉପଲବ୍ଧ କରାଯିବ ।

ଘୁଞ୍ଚିଲା ଜେଇଇ ମେନ ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ: ସାରା ଦେଶରେ କରୋନା ଭାଇରସ ବିସ୍ତାର ନହେବା ପାଇଁ, ୧୪ ଏପ୍ରିଲ ପର୍ଯ୍ୟନ୍ତ ସମଗ୍ର ଦେଶରେ ୨୧ ଦିନିଆ ତାଲା ପଡିଛି। ଏହି କାରଣରୁ ଅନେକ ବୃତ୍ତିଗତ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ବାତିଲ ହୋଇଛି । ଏହା ବ୍ୟତୀତ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଛି। ଏହି କ୍ରମରେ, ଜାତୀୟ ପରୀକ୍ଷା ଏଜେନ୍ସି (NTA) କରୋନାକୁ ଦୃଷ୍ଟିରେ ରଖି UGC NET ଏବଂ JNU ର ପ୍ରବେଶିକା ପରୀକ୍ଷା ସମେତ ସାତୋଟି ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ କରିବାର ତାରିଖ ବଦଳାଇ ଦେଇଛନ୍ତି । ସେହିପରି ଯୁଗ୍ମ ପ୍ରେବେଶିକା ପରୀକ୍ଷା (ଜେଇଇ-ମେନ) ଏପ୍ରିଲ-୨୦୨୦ କୁ ଘୁଞ୍ଚିଲା ।

ଯୁଗ୍ମ ପ୍ରେବେଶିକା ପରୀକ୍ଷା (ଜେଇଇ-ମେନ) ଏପ୍ରିଲ-୨୦୨୦ କୁ ଘୁଞ୍ଚିବା

ସେହିପରି ୫, ୭ ଓ ୧୧ ଏପ୍ରିଲରେ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା ( ଜେଇଇ-ମେନ) କୁ  ଘୁଞ୍ଚାଇ ଦିଆଯାଇଛି । ପୂବର୍ବରୁ ଏହି ତାରିଖରେ ପରୀକ୍ଷା ହେବା ନେଇ ଗତ ମାର୍ଚ୍ଚ ୧୮ ତାରିଖ ଦିନ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଏନଟିଏ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ସପ୍ତାହ ମେ ମାସ ଅନ୍ତିମ ସପ୍ତାହରେ ଜେଇଇ ମେନ ପରୀକ୍ଷା ଅନୁଷ୍ଠିତ ହେବ । ଆଗାମୀ କିଛି ସପ୍ତାହ ମଧ୍ୟରେ ଆକଳନ କରି ପରୀକ୍ଷାର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯିବ ।

ସଦ୍ୟତମ ସୂଚନା ପାଇଁ ପରୀକ୍ଷାର୍ଥୀ ଏବଂ ଅଭିଭାବକ ମାନଙ୍କୁ ସଦ୍ୟତମ ସୂଚନା ପାଇଁ jeemain.nta.nic.in ଓ www.nta.ac.in ସାଇଟ୍ ଦେଖିବାକୁ ଅନୁରୋଧ କରାଯାଇଛି । ପରୀକ୍ଷାର୍ଥୀ ମାନେ ୮୨୮୭୪୭୧୮୫୨, ୮୧୭୮୩୫୯୮୪୫, ୯୬୫୦୧୭୩୬୬୮, ୯୫୯୯୬୭୬୯୫୩, ୮୮୮୨୩୫୬୮୦୩ ନଂରେ ଯୋଗାଯୋଗ କରି ଯେକୌଣସି ,ସୂଚନା ପାଇପାରିବେ ।

UGC NET ତାରିଖ ମଧ୍ୟ ଆଗକୁ ବୃଦ୍ଧି କରାଯାଇଛି-

ଏହି ପରିପ୍ରେକ୍ଷୀରେ, NTA ଏକ ବିଜ୍ଞପ୍ତି ଜାରି କରିଛି ଯେ JNU ଆଡମିଶନ, IGNOU PhD ଏବଂ MBA ପ୍ରବେଶିକା ପରୀକ୍ଷା ପାଇଁ ଫର୍ମ ପୂରଣ କରିବାର ଶେଷ ତାରିଖ, ଅଲ ଇଣ୍ଡିଆ ହୋଟେଲ ମ୍ୟାନେଜମେଣ୍ଟ ପରୀକ୍ଷା ବର୍ତ୍ତମାନ ୩୦ ଏପ୍ରିଲକୁ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ, UGC NET ଏବଂ CSIR NET ଏବଂ AYUSH PG ଆଡମିଶନ ତାରିଖ ମଧ୍ୟ ବୃଦ୍ଧି କରାଯାଇଛି | ଏହାପୂର୍ବରୁ, ସ୍ଥିତିକୁ ଦୃଷ୍ଟିରେ ରଖି NTA ଏପ୍ରିଲରେ JEE ମେନ୍ ଏବଂ NEET-UG 2020 କୁ ମଧ୍ୟ ସ୍ଥଗିତ ରଖିଛି |

ଦେଶରେ ସଂକ୍ରମଣ ମାମଲା 1000 ରୁ ଅଧିକ ହୋଇଛି

ମଙ୍ଗଳବାର ଦିନ କରୋନାଭାଇରସ୍ ସଂକ୍ରମଣର ୮ ଟି ନୂଆ ମାମଲା ହୋଇଛି। ଏଥିମଧ୍ୟରୁ ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ୫ ଟି, ରାଜସ୍ଥାନରେ ୪ ଟି ଏବଂ ଗୁଜୁରାଟରେ ୨ ଟି ପଜିଟିଭ୍ ମିଳିଛି। ଏହା ସହିତ ଦେଶରେ ସମୁଦାୟ ସଂକ୍ରମିତ ସଂଖ୍ୟା ୧ ହଜାର ୩୬୩ କୁ ବୃଦ୍ଧି ପାଇଛି । ଏହାପୂର୍ବରୁ ସୋମବାର ଦିନ ଗୋଟିଏ ଦିନରେ ସର୍ବାଧିକ୨୦୮ ମାମଲା ରିପୋର୍ଟ ହୋଇଥିଲା ।

କେମିତି ଦେଶକୁ ବିପଦରେ ପକାଇଲା ଜମାତ୍?

ଆମେ କାହିଁକି କ୍ଷମା ମାଗିବୁ? ପ୍ରଥମ ଦିନରୁ ସରକାରଙ୍କ ନିର୍ଦ୍ଦେଶ ପାଳନ କରୁଛୁ ବୋଲି ଦିଲ୍ଲୀରୁ ତେଲେଙ୍ଗାନା, ଆଣ୍ଡାମାନ ପର୍ଯ୍ୟନ୍ତ ମାରାତ୍ମକ କରୋନା ଜୀବାଣୁ ବିସ୍ତାର କରିଥିବା ତବଲିଗୀ ଜମାତ୍‌ ଦାବି କରିଛି । ଏଣୁ କରୋନା ବିସ୍ତାର ନେଇ ଆମକୁ ଦାୟୀ କରାଯାଇପାରିବ ନାହିଁ ବୋଲି ଯୁକ୍ତି ବାଢ଼ିଛନ୍ତି ଜାମାତାର ନେତା । ତେବେ ବର୍ତ୍ତମାନ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଜାମାତ ମୁଖପାତ୍ର ଆସରଫ୍‌ ମଙ୍ଗଳବାର ଦିନ ଗଣମାଧ୍ୟମକୁ ଆସି ଦାବି କରିଛନ୍ତି ଯେ ଲୋକଙ୍କୁ ପଠାଇବା କାମ ୧୨ ମାର୍ଚ୍ଚରୁ ଆରମ୍ଭ ହୋଇଛି।

କିନ୍ତୁ ନିଜାମୁଦ୍ଦିନର ଜମାତ ମୁଖ୍ୟାଳୟରେ ଶହ ଶହ ଲୋକଙ୍କୁ ଦେଖିବାକୁ ମିଳିଥିଲା । ଯେଉଁଥିରୁ ସେମାନେ ସରକାରଙ୍କ ନିୟମକୁ ମାନୁନଥିବା ସ୍ପଷ୍ଯ ଅନୁମେୟ । କରୋନା ଭୂତାଣୁ ଲକ୍ଷଣ ପାଇବା ପରେ ମଙ୍ଗଳବାର ସକାଳେ ନିଜାମୁଦ୍ଦିନ ମରକଜ୍‌ରୁ ୧୦୩୩ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ବିଭିନ୍ନ ଡାକ୍ତରଖାନାକୁ ନିଆଯାଇଥିଲା। ଏଥିମଧ୍ୟରୁ ୨୪ ଟି କରୋନା ପଜିଟିଭ୍, ୭୦୦ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି ।

ତେବେ ଆସନ୍ତୁ ଜାଣିବା ତବଲିଗି ଜମାତ ଯେଉଁ ସଫେଇ ଦେଇଛି ତାହା କେତେ ମିଛ । ସରକାରଙ୍କ ନିମୟକୁ ଅବମାନନା କରି ସେମାନେ କେବଳର ନିଜ ପରିବାର ଲୋକଙ୍କୁ ନୁହଁ ସମ୍ପୂର୍ଣ୍ଣ ଦେଶବାସୀଙ୍କୁ ବିପଦରେ ପକାଇଛନ୍ତି ।

୧୨ ମାର୍ଚ୍ଚ

ଦେଶରେ କରୋନା ହେବାର ଆଶଙ୍କା ବଢ଼ିବା ପରେ କେନ୍ଦ୍ର ସରକାର କୁଟନୀତିକ ନିଯୁକ୍ତି ବ୍ୟତୀତ, ସମସ୍ତ ପ୍ରକାର ଭିସା ବାତିଲ କରିଛନ୍ତି । ତବଲିଗିଙ୍କ ପ୍ରବକ୍ତା ଅସରଫ୍‌ଙ୍କ କହିବାନୁଯାୟୀ ଅନୁଯାୟୀ, ଗତ ଚାରିମାସ ଧରି ନିଜାମୁଦ୍ଦିନ ଦରଗାହ୍‌ରେ ମଜମା ହଠାତ୍ ବନ୍ଦ ହୋଇପାରିବ ନାହିଁ । ଏଣୁ ବିଦେଶରୁ ଆସିଥିବା ୩ଶହ ବିଦେଶୀଙ୍କୁ ଘରକୁ ପଠାଇଦିଆଯାଇଛି । ସରକାରଙ୍କ ସନ୍ଦେହ ସେମାନେ ଭିସା ନିୟମର ଉଲ୍ଲଂଘନ କରି ଭାରତ ଆସିଛନ୍ତି ।

୧୭ ମାର୍ଚ୍ଚ

କରୋନା ପ୍ରଭାବ ଦିଲ୍ଲୀରେ ବୃଦ୍ଧି ପରେ ଅରବିନ୍ଦ କେଜ୍ରିୱାଲ ସରକାର ମଧ୍ୟ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରିଥିଲେ । ୧୭ ମାର୍ଚ୍ଚରେ ଦିଲ୍ଲୀର ନାଇଟ୍ କ୍ଲବ୍ ଏବଂ ସ୍ପା ମଧ୍ୟ ବନ୍ଦ ରହିଥିଲା ​​| ଏହା ସହିତ ୫୦ ଜଣଙ୍କୁ ଏକାଠି ହେବାକୁ ବାରଣ କରାଯାଇଥିଲା। ସମସ୍ତ ରାଜନୀତିକ, ଧାର୍ମିକ, ସାମାଜିକ ତଥା ପାରିବାରିକ କାର୍ଯ୍ୟକ୍ରମ ଏହାର ଅଧୀନରେ ଆସିବ ବୋଲି କେଜ୍ରିୱାଲ ସରକାର ଏକ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସତ୍ତ୍ୱେ ଜାଲସା ନିଜାମୁଦ୍ଦିନ ଦରଗାହ ନିକଟରେ ଥିବା ତବଲିଗି ଜମାତର କାର୍ଯ୍ୟକ୍ରମ ଚାଲିଥିଲା ।

୧୯ ମାର୍ଚ୍ଚ
୨ ଦିନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ଏକ ନୂଆ ଆଦେଶ ଦେଇଥିଲେ । ଏଥିରେ ୨୦ରୁ ଅଧିକ ଲୋକ ଦିଲ୍ଲୀର ଗୋଟିଏ ସ୍ଥାନରେ ଜମା ହୋଇପାରିବେନି ବୋଲି ନିର୍ଦ୍ଦେଶ ଜାରି କରିଥିଲେ ।  ଜାମାତ ଦାବି କରୁଛି ଯେ ସେ ଲୋକମାନଙ୍କୁ ପଠାଇବା ଆରମ୍ଭ କରିଛନ୍ତି । କିନ୍ତୁ ସେଠାରେ ଅଧିକ ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

୨୨ ମାର୍ଚ୍ଚ

କରୋନା ମୁକାବିଲା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଥିଲା । ୨୨ ମାର୍ଚ୍ଚରେ ଦେଶବ୍ୟାପୀ ଜନତା କର୍ଫ୍ୟୁ ପାଳନ କରିଥିଲେ ଜନସାଧାରଣ । ଦିନସାରା ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା । ଯାହାକୁ ସାରା ଦେଶରେ ଅଭୂତପୂର୍ବ ସମର୍ଥନ ମିଳିଥିଲା । କିନ୍ତୁ ଜାମାତା ବିଲ୍ଡିଂରେ ଶହ ଶହ ସଂଖ୍ୟାର ଲୋକଙ୍କୁ ଭିଡ଼ ଜମିଥିଲା । କିନ୍ତୁ ଏହି ସମୟ ବେଳକୁ ବିଲ୍ଡିଂକୁ ଖାଲି କରିଦେବାର ଆବଶ୍ୟକତା ରହିଥିଲା ।

୨୪ ମାର୍ଚ୍ଚ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨୪ ରୁ ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କରୋନା ଭୂତାଣୁର ଭୟାବହତାକୁ ଆଖିଆଗରେ ରଖି ଏଭିଳ କଠୋର ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର । ଏହା ଅଧୀନରେ ସମସ୍ତ ଲୋକଙ୍କୁ ନିଜ ଘରେ ରହିବାକୁ କଡା ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଜାମାତ ମଧ୍ୟ ଏହାକୁ ଅନୁସରଣ କରିନଥିଲେ। ତେବେ ମସଜିଦରୁ ଶହ ଶହ ଲୋକଙ୍କୁ ଭେଟିବାର ଏକ ସପ୍ତାହ ପରେ ଜମାତା ମୁଖପାତ୍ର ସ୍ପଷ୍ଟ କରିଛନ୍ତି ଯେ, ଲକ୍‌ଡାଉନ୍‌ ପଡିଥିବାରୁ ଲୋକମାନେ ଘରକୁ ଯାଇପାରିବେ ନାହିଁ। ଏଭଳି ପରିସ୍ଥିତିରେ ଜାମାତ ଉପରେ ବିପରୀତ ପ୍ରଶ୍ନ ଉଠିଛି ଯେ ଉପରୋକ୍ତ ତାରିଖଗୁଡ଼ିକରେ ଦିଆଯାଇଥିବା ନିର୍ଦ୍ଦେଶକୁ କାହିଁକି ପାଳନ କରାଗଲା ନାହିଁ ଏବଂ କାହିଁକି ଦରଗାହାରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଗଲା ନାହିଁ |

୩୦-୩୧ ମାର୍ଚ୍ଚ

ନିଜାମୁଦ୍ଦିନ ମରକାଜ୍‌ 1033 ରହିଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା । ଯେଉଁଥିରୁ ୨୪ ଜଣ କରୋନା ପଜିଟିଭ୍ | ୭୦୦ ଜଣ କ୍ୱରେଣ୍ଟାଇନ୍‌ରେ ରଖାଯାଇଛି । ଅନୁମାନ କରାଯାଏ ଯେ, ଏହି ମରକଜରେ ପ୍ରାୟ 1500 ରୁ 1700 ଲୋକ ରହୁଥିଲେ। କାଶ୍ମୀର, ଆଣ୍ଡାମାନ, ସାଉଦି, ଥାଇଲ୍ୟାଣ୍ଡ, ଇଣ୍ଡୋନେସିଆରୁ ଲୋକମାନେ ଏଠାରେ ଏକତ୍ରିତ ହୋଇଥିଲେ | ଏଠାରୁ ତେଲେଙ୍ଗାନା ଫେରିଥିବା ୬ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହିତ ଯେଉଁମାନେ ତେଲେଙ୍ଗାନା ଏବଂ ତାମିଲନାଡୁକୁ ନିଜାମୁଦ୍ଦିନଙ୍କ ମରକଜରୁ ଯାଇଛନ୍ତି ସେମାନଙ୍କୁ ଖୋଜା ଚାଲିଛି ।

କରୋନା ପ୍ରଭାବ, ଜନ ପ୍ରତିନିଧି ଓ ଉଚ୍ଚ ପଦାଧିକାରୀଙ୍କ ଦରମା ସାମୟିକ ଭାବେ କମିଲା

ଭୁବନେଶ୍ୱର: ମହାମାରୀ କରୋନା, ଲକଡାଉନ ଫଳରେ ଦେଶ ଓ ରାଜ୍ୟର ଅର୍ଥନୀତି ଉପରୁ ଗୁରୁତ୍ୱର ପ୍ରଭାବ ପଡ଼ିଛି । କୋଭିଡ-୧୯ର ମୁକାବିଲା ପାଇଁ ପ୍ରଚୁର ଅର୍ଥର ଆବଶ୍ୟକତା ରହିଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଗ୍ରସ୍ ସାଲାରିର ୭୦ ପ୍ରତିଶତ କାଟି ୩୦ ପ୍ରତିଶତ ଦରମା ନେବେ । ଏହା ମନ୍ତ୍ରୀ, ବିଧାୟକ, ନିଗମର ଅଧ୍ୟକ୍ଷ, ନିର୍ବାଚିତ ପ୍ରତିନିଧିଙ୍କ କ୍ଷେତ୍ରରେ ଲାଗୁ ହେବ । ସମସ୍ତେ ଗ୍ରସ୍ ସାଲାରିର ୩୦ ପ୍ରତିଶତ ନେବେ । ବଳକା ୭୦ ପ୍ରତିଶତ ଦରମା ସାମୟିକ ଭାବେ ସ୍ଥଗିତ ରହିବ ।

ସେହିଭଳି ଆଇଏଏସ୍, ଆଇପିଏସ୍ ଓ ଆଇଏଫଏସ ଅଧିକାରୀ ଗ୍ରସ୍ ସାଲାରିର ୫୦ ପ୍ରତିଶତ ପାଇବେ । ବଳକା ୫୦ ପ୍ରତିଶତ ଦରମା ସ୍ଥଗିତ ରଖାଯିବ । ଏହି ନିର୍ଦ୍ଦେଶନାମାକୁ ତତକ୍ଷଣାତ୍ ଲାଗୁ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଅନୁରୂପ ନିଷ୍ପତ୍ତି ତେଲଙ୍ଗାନା ସରକାର ନେଇଛନ୍ତି ।

ଛୋଟ ପିଲାଙ୍କ ପାଇଁ ସଫଳ ହୋଇଛି ଲକଡାଉନ୍, କାହିଁକି କହିଲେ ବାଗଚୀ ?

‘ଆପଣଙ୍କୁ କରୋନା ହେଉ’: ହାଇକୋର୍ଟ ବିଚାରପତିଙ୍କୁ ଏମିତି କାହିଁକି କହିଲେ ଓକିଲ

ନୂଆଦିଲ୍ଲୀ: ସାଧାରଣତଃ କୋର୍ଟରେ ବେଳେବେଳେ ଏମିତି ପରିସ୍ଥିତି ଆସି ଯାଏ ଯେତେବେଳେ ଓକିଲ ଯୁକ୍ତି ଉପସ୍ଥାପନା କରିବା ସମୟରେ ଉଗ୍ର ବ୍ୟବହାର କରିଥାନ୍ତି । କିନ୍ତୁ କଲିକତା ହାଇକୋର୍ଟରେ ଜଣେ ଓକିଲଙ୍କୁ ମନମୁତାବକ ଶୁଣାଣି ନହେବାରୁ କୋର୍ଟରେ ସର୍ବସମ୍ମୁଖରେ ଜଜଙ୍କୁ ଦୁର୍ବ୍ୟବହାର ଦେଖାଇଛନ୍ତି । ଦୁର୍ବ୍ୟବହାର ଦେଖାଇ ସେ କହିଛନ୍ତି ଯେ, ଭଗବାନ କରନ୍ତୁ ଆପଣଙ୍କୁ କରୋନା ହେଇଯାଉ । ଆପଣଙ୍କ କ୍ୟାରିୟର ବରବାଦ ହେଇଯାଉ । ଜଜ୍ ଦିପଙ୍କର ଦତ୍ତାଙ୍କ ଖଣ୍ଡପୀଠ  ଓକିଲ ବିଜୟ ଅଧିକାରୀଙ୍କ ଏହି ଦୁର୍ବ୍ୟବହାରକୁ କୋର୍ଟର ଅବମାନନା ମନେ କରିଛନ୍ତି । ଏବଂ ଜଜ ତାଙ୍କୁ ଏକ ନୋଟିସ ଜାରି କରି କହିଛନ୍ତି ଯେ, ନା ମତେ ମୋ ଭବିଷ୍ୟତର ଚିନ୍ତା ଅଛି, ଆଉ ନା ଅଛି କରୋନାର ଡର । କୋର୍ଟର ଗରୀମା ମୋ ପାଇଁ ସର୍ବପ୍ରଥମେ । ଆପଣ ସେହି କୋର୍ଟର ଗରୀମାକୁ ଖଣ୍ଡନ କରିଛନ୍ତି ସେଥିପାଇଁ ଆପଣ ଆରୋପୀ ଅଟନ୍ତି । ତେବେ ଏହି ମାମଲାର ଶୁଣାଣି କୋର୍ଟର ଶ୍ରୀଷ୍ମ ଛୁଟି ରେ ହେବ ବୋଲି ଜଜ୍ ସୀତନା ଦେଇଛନ୍ତି ।

ଓକିଲ ଆଡ୍ରେସିଂ ଟେବୁଲକୁ ଧକ୍କା ଦେବା ସହ ମାଇକ୍ରୋଫୋନକୁ ବି ଭାଙ୍ଗି ଦେଇଥିଲେ-

ଜଷ୍ଟିସ ଦିପଙ୍କର ଦତ୍ତା ଅବମାନନା ନୋଟିସରେ ଘଟଣାକୁ ବିସ୍ତାର ଭାବେ ଉଲ୍ଲେକ କରିଛନ୍ତି । ସେ ଲେଖିଛନ୍ତି ଯେ, କାଳିଦାସ ଦତ୍ତା ବନାମ ଆହ୍ଲାବାଦ ବ୍ୟାଙ୍କର ସହ.କ ମ୍ୟାନେଜର ମାମଲାରେ କାଳିଦାସଙ୍କ ପକ୍ଷରୁ ଓକିଲ ବିଜୟ ଅଧିକାରୀ ଯୁକ୍ତି ବାଢ଼ୁଥିଲେ । ଏହାସହ ମାମଲାର ଶୀଘ୍ର ଶୁଣାଣି କରି ଅନ୍ତିମ ଆଦେଶ ଶୁଣାଇବାକୁ ଦାବି କରିଥିଲେ । ଆବେଦନକର୍ତ୍ତାଙ୍କ କହିବା ଅନୁସାରେ ଲୋନର କିଛି ବକେୟା ଟଙ୍କା ନଦେଇଥିବାରୁ ଜାନୁଆରୀ ମାସରେ ଆବେଦନକାରୀଙ୍କ ଗୋଟେ ବସକୁ ଜୂବତ କରାଯାଇଥିଲା । ଏବେ ବ୍ୟାଙ୍କ ସେହି ବସକୁ ନିଲାମ କରିବାକୁ ଯାଉଥିଲା । ଏବଂ ଏହା ଉପରେ ରୋକ ଲଗାଇବା ପାଇଁ ସେ କହିଥିଲେ । ତେବେ ଜଷ୍ଟିସ ଦିପଙ୍କର ଉକ୍ତ ମାମଲାର ଶୀଘ୍ର ଶୁଣାଣି କରିବା ପାଇଁ ମନା କରିଦେଇଥିଲେ ଏବଂ ଆଦେଶ ଲେଖିବା ଆରମ୍ଭ କରିଦେଇଥିଲେ । ତେବେ ଓକିଲଙ୍କୁ ଲାଗିଲାକି କୋର୍ଟ ତାଙ୍କ କଥା ଶୁଣୁ ନାହାନ୍ତି  । କିନ୍ତୁ କୋର୍ଟ ତାଙ୍କୁ କହିଲେ ଯେ ସେ ଅପର ପକ୍ଷର ଯୁକ୍ତି ନଶୁଣିବା ଯାଏଁ ଏକତରଫା ଆଦେଶ ଦେଇ ପାରିବେନି । ଏହା ଶୁଣଇବା ପରେ ଓକିଲ ନିଜ ହିତାହିତ ଜ୍ଞାନ ହରାଇବସିଲା । ସେ ପ୍ରଥମେ ଆଡ୍ରେସିଂ ଟେବୁଲ ଭାଙ୍ଗିବା ପରେ ମାଇକ୍ରୋଫୋନକୁ ଫାଙ୍ଗିଦେଇଥିଲେ