ଭୁବନେଶ୍ୱର : ୨୦୨୦ ଜାନୁଆରୀ ମାସରେ ମୋ ସରକାରରେ ସାମିଲ ହେବ ଶ୍ରମ ବିଭାଗ । ଯେଉଁ ସରକାରୀ ଅଧିକାରୀ ଚଂଚକତା କରୁଥିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ।

ସେ ଆହୁରି କହିଛନ୍ତି ଯେ, କେହି ବି ଚାହୁଁନାହାନ୍ତି ସରକାରୀ ଅଧିକାରୀ ଦଣ୍ଡିତ ହୁଅନ୍ତୁ । ସେଥିପାଇଁ ସେମାନଙ୍କୁ ଭଲ କାମ କରିବାକୁ ପଡ଼ିବ । ଦଲାଲଙ୍କ ହାବୁଡ଼ରେ ଯେମିତି ଶ୍ରମିକ ନ ପଡ଼ନ୍ତୁ, ସେ ନେଇ ବିଭାଗ ସଚେତନ ଅଛି । ଦଲାଲଙ୍କ ଖବର ମିଳିଲେ ତୁରନ୍ତ ପଦକ୍ଷେପ ନିଆଯାଉଛି । ୫ଟି ରାଜ୍ୟରେ ଓଡ଼ିଶା ଶ୍ରମିକଙ୍କ ପାଇଁ ହେଲ୍ପଡେସ୍କ ଖୋଲାଯାଇଛି । ଏହି ୫ ରାଜ୍ୟ ହେଲେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ ଓ ଦିଲ୍ଲୀ ।

ବିଦେଶକୁ ଯାଉଥିବା ଶ୍ରମିକଙ୍କ ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ ସହ ସମନ୍ୱୟ ରକ୍ଷା କରିବାକୁ ଦିଲ୍ଲୀଠାରେ ସ୍ୱତନ୍ତ୍ର ଡେସ୍କ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିବା ମନ୍ତ୍ରୀ କହିଛନ୍ତି । ଦାଦନ ରୋକିବାକୁ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିବେ । ହେଲେ ଦାଦନ ସମସ୍ୟା ଦଶନ୍ଧିରୁ ଚାଲିଛି, କାରଣ ସଚେତନତାର ଅଭାବ ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ାରେ ଏହି ସମସ୍ୟା ଅଧିକ ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଶ୍ରମ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଓ ମୋ ସରକାର ସଚେତନତା କର୍ମଶାଳାରେ ଯୋଗଦେଇ କହିଛନ୍ତି । ଏଥିରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷ ସୁବାଷ ସିଂ, ଶ୍ରମ କମିଶନର ନିରଂଜନ ସାହୁ ପ୍ରମୁଖ ଯୋଗଦେଇଥିଲେ । ପ୍ରଥମେ ଥାନା ଓ ଡାକ୍ତରଖାନାରେ ଲାଗୁ ହୋଇଥିବା ମୋ-ସରକାର ଧିରେ ଧିରେ ମହିଳା ଓ ଶିଶୁ କଲ୍ୟାଣ ଏବଂ ପଞ୍ଚାୟତି ରାଜ ବିଭାଗରେ ମଧ୍ୟ ଲାଗୁ କରାଯାଇଛି । ଲୋକଙ୍କୁ ଉତ୍ତମ ସରକାରୀ ସେବା ପ୍ରଦାନ କରିବା ଲକ୍ଷ୍ୟରେ ସରକାର ଏହାର ଆରମ୍ଭ କରିଛନ୍ତି ।



ବଡ଼ଦିନ ବା ଖ୍ରୀଷ୍ଟମାସ ୨୫ ଓ ୨୬ ତାରିଖରେ ରାଜ୍ୟର ଗୋଟିଏ ୨ଟି ସ୍ଥାନରେ ବର୍ଷା ହୋଇପାରେ । ଫଳରେ ପୂର୍ବରୁ ଡିସେମ୍ବରରେ ହେଉଥିବା ହାଡ଼ଭଙ୍ଗା ଶୀତ ଚଳିତଥର ଅନୁଭୂତ ହେବନାହିଁ । ପୂର୍ବରୁ ଡିସେମ୍ବର ଶେଷ ସପ୍ତାହରେ ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ହାଲକା ତୁଷାରପାତ ହେଉଥିଲା । ଚଳିତବର୍ଷ ସେଠାରେ ତାପମାତ୍ରା ପାଖାପାଖି ୧୦ ଡିଗ୍ରୀ ରହିଛି ।
ଉତ୍ତର ଭାରତରେ ପାଣିପାଗ ସ୍ଥିତି ବଦଳୁଥିବାରୁ ଓଡ଼ିଶାରେ ତାର ପ୍ରଭାବରେ ଏମିତି ସ୍ଥିତି ସୃଷ୍ଟି ହୋଇଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି । ଗତକାଲି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ଥିବାବେଳେ ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ, ସୁନ୍ଦରଗଡ଼ ଏବଂ ତାଳଚେରରେ ୧୨ ଡିଗ୍ରୀ, ଭୁବନେଶ୍ୱରରେ ୧୭.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।



ବର୍ତ୍ତମାନ କଂଗ୍ରେସ-ଜେଏମ୍ଏମ୍-ଆରଜେଡି ମେଣ୍ଟ ୪୪ ସିଟରେ ଆଗୁଆ ଥିବାବେଳେ ବିଜେପି ୨୫ଟି ଆସନରେ ଆଗୁଆ ଚାଲିଛି । ଜେଭିଏମ୍ ୩, ଆଜସୁ ୪ ଓ ଅନ୍ୟ ପ୍ରାର୍ଥୀ ୫ଟି ଆସନରେ ଆଗୁଆ ରହିଛନ୍ତି ।