spot_img
Home Blog Page 7433

ଲକଡାଉନ୍‌କୁ ନେଇ ଆରବିଆଇର ସାମ୍ବାଦିକ ସମ୍ମିଳନୀ, ରେପୋ ରେଟ୍‌ରେ ୭୫ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ବେଳେ ରିଜର୍ଭ ବ୍ୟାଙ୍କ୍‌ ଆଶା କରାଯାଉଥିବା ରେପୋ ହାରକୁ ହ୍ରାସ କରିଛି । ରେପୋ ହାରରେ ଏହି ହ୍ରାସ ଆରବିଆଇ ଇତିହାସରେ ସବୁଠାରୁ ବଡ  ।

ଲକ୍‌ଡାଉନ୍‌ ବେଳେ ଦେଶର ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ଏହା ଅଧୀନରେ ରିଜର୍ଭ ବ୍ୟାଙ୍କ ଆଶା ଅନୁଯାୟୀ ରେପୋ ହାରକୁ ୭୫ ପଏଣ୍ଟ ହ୍ରାସ କରିଛି । ଏହି ହ୍ରାସ ପରେ ରେପୋ ହାର ୫.୧୫ ରୁ ୪.୪୫ ପ୍ରତିଶତକୁ ଖସି ଆସିଛି ।

ରେପୋ ରେଟ୍ ହ୍ରାସର ଲାଭ କୋଟି କୋଟି ଲୋକଙ୍କ ପାଇଁ ଉପଲବ୍ଧ ହେବ ବୋଲି ଆଶା କରାଯାଏ, ଯେଉଁମାନେ ଘର, କାର କିମ୍ବା ଅନ୍ୟାନ୍ୟ ପ୍ରକାରର ଲୋନ ସହିତ ଅନେକ EMI ପୂରଣ କରିଛନ୍ତି  । ଏହା ସହିତ ଆରବିଆଇ ରିଭର୍ସ ରେପୋ ହାରକୁ ୯୦ ପଏଣ୍ଟକୁ ୪ ପ୍ରତିଶତକୁ ହ୍ରାସ କରିଛି।

ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ କରୋନା ଭାଇରସ୍‌ ଦ୍ୱାରା ସୃଷ୍ଟି ହୋଇଥିବା ନଗଦ ପ୍ରବାହ ଚ୍ୟାଲେଞ୍ଜର ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଛି। କ୍ୟାସ ରିଜର୍ଭ ଅନୁପାତ (CRR) ୧୦୦ ପଏଣ୍ଟକୁ ୩ ପ୍ରତିଶତକୁ ହ୍ରାସ କରାଯାଇଛି । ଏକ ବର୍ଷ ପର୍ଯ୍ୟନ୍ତ ଏହା କରାଯାଇଛି ବୋଲି ଆରବିଆଇ ଗଭର୍ଣ୍ଣରଙ୍କ ଅନୁଯାୟୀ ସମସ୍ତ ବାଣିଜ୍ୟିକ ବ୍ୟାଙ୍କକୁ ସୁଧ ଏବଂ ଲୋନ ପରିଶୋଧ କରିବାକୁ ୩ ମାସର ରିହାତି ଦିଆଯାଉଛି । ଏହି ନିଷ୍ପତ୍ତି ସହିତ ସିଷ୍ଟମରେ ୩.୭୪ କୋଟି ଟଙ୍କା ନଗଦ ଆସିବ |

ଦେଶରେ ବଡ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, Covid-19ରେ ଗଲାଣି ୧୬ ଜୀବନ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ୮୯ଟି ନୂଆ ମାମଲା ସାମନାକୁ ଆସିଛି । ପୂରା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭୨୦ ଟପିଛି । ସେପଟେ Covid-19ରେ ୧୬ଜଣଙ୍କର ଜୀବନ ଯାଇଛି । ତେବେ ଚିନ୍ତା ବଢାଇଛି ମହାରାଷ୍ଟ୍ର ସ୍ଥିତି ।

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ

ଏଯାଏଁ ରାଜ୍ୟରେ ୧୨୫ ଆକ୍ରାନ୍ତ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । ରୋଗର ଶୀକାର ଅଧିକାଂଶ ଯୁବବର୍ଗର ବୋଲି ଜଣାପଡିଛି । ୩୧ରୁ ୪୦ ବର୍ଷ ମଧ୍ୟରେ ସର୍ବାଧିକ ରୋଗୀ ଥିବା ଜଣାପଡିଛି । ସେହିପରି ରାଜ୍ୟର ସାଂଗଲି ଜିଲ୍ଲାର ଇସ୍‌ଲାମପୁର ଗାଁରେ ଗୋଟିଏ ପରିବାରର ୧୨ଜଣ ସଦସ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ସେହିଭଳି ରାଜସ୍ଥାନ କେରଳରେ ମଧ୍ୟ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି।

ରାତି ହେଲେ ଗାଁ ମୁହାଁ ହେଉଛନ୍ତି ହାତୀ ପଲ୍ଲ, ଘର ଭାଙ୍ଗିବା ସହ ଧାନ ଚାଉଳ ନଷ୍ଟ କରୁଛନ୍ତି

କଳାହାଣ୍ଡି: ଲାଞ୍ଜିଗଡ ଦୁର୍ଗମ ଅଞ୍ଚଳରେ ମାତିଛନ୍ତି ଗଜରାଜ। ବିଭିନ୍ନ ପଞ୍ଚାୟତରେ ହାତୀପଲ୍ଲ ଉତ୍ପାତ କରିବା ସହ ଘରଦ୍ଵାର ଭଙ୍ଗାରୁଜା କରିଛନ୍ତି । କୁମାଖାଲ ପଞ୍ଚାୟତର ବିଭିନ୍ନ ଜଙ୍ଗଲରେ ରହି ରାତି ହେଲେ ଗାଁ ମୁହାଁ ହେଉଛନ୍ତି ।

ଗୁରୁବାର ରାତିରେ ହାତୀମାନେ କୁମାଖାଲ ପଞ୍ଚାୟତର ପୁନିଗୁଡା ପାଲଖନରେ ଥିବା ଡୁଦୁ ମାଝୀଙ୍କ ଘରେ ଆତଙ୍କ ଖେଳାଇଥିଲେ । ୧୦ ରୁ ଅଧିକ ହାତୀପଲ୍ଲ ଡୁଦୁଙ୍କ ମାଟି ଘର ଭାଙ୍ଗିବା ସହ ଘରେ ଥିବା ଧାନ, ଚାଉଳ, ମାଣ୍ଡିଆ କୋଳଥ ସହ ଘରେ ଥିବା ବିଭିନ୍ନ ସାମଗ୍ରୀକୁ ନଷ୍ଟ କରିଥିଲେ । ଫଳରେ ଜୀବନ ବିକଳରେ ଡୁଦୁର ସ୍ତ୍ରୀ ଓ ପିଲା କୁମ୍ଭାରପଡାରେ ଆଶ୍ରୟ ନେଇଛନ୍ତି ।

ଲକ୍‌ଡାଉନ୍‌ ପାଇଁ ତାମିଲନାଡୁରେ ଫସିଛନ୍ତି ଓଡ଼ିଆ ଶ୍ରମିକ, ଫେରାଇ ଆଣିବାକୁ କଲେ ସରକାରଙ୍କୁ ନିବେଦନ

ଭୁବନେଶ୍ୱର: ତାମିଲନାଡୁ ତିରୁପୁରରେ ଫସିଛନ୍ତି ଓଡିଆ । ଜଗତସିଂହପୁର ନାଉଗାଁ ଅଞ୍ଚଳର କିଛି ଓଡିଆ ଶ୍ରମିକ ତିରୁପୁରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ତେବେ ଲକ୍‌ଡାଉନ୍‌ ଯୋଗୁଁ କମ୍ପାନୀ ବନ୍ଦ ହୋଇଯାଇଥିବାରୁ ସେମାନେ ସମସ୍ୟା ଭୋଗୁଛନ୍ତି । ଏଭଳି ସ୍ଥିତିରେ ଘରକୁ ଫେରାଇ ଆଣିବା ପାଇଁ ସେମାନେ ଭିଡିଓ ମାଧ୍ୟମରେ ସରକାରଙ୍କୁ ନିବେଦନ କରିଛନ୍ତି । ସେପଟେ ବୌଦ୍ଧ ହରଭଙ୍ଗାର ୨୦ ଶ୍ରମିକ ଆନ୍ଧ୍ରପ୍ରଦେଶରେ ଫସି ରହିଛନ୍ତି ।

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ

ଲକ୍‌ଡାଉନ୍‌ ପାଇଁ ଟ୍ରେନ୍‌ ବସ ବନ୍ଦ ରହିଥିବାରୁ ସେମାନେ ଘରକୁ ଫେରି ପାରୁନାହାନ୍ତି। ପାଖରେ ପଇସା ସରିଯାଇଥିବାରୁ ଖାଇବା ପାଇଁ ସମସ୍ୟା ଭୋଗୁଛନ୍ତି। ତାମିଲନାଡୁ ମଦୁରାଇରେ ଫସିଛନ୍ତି ୪୦ରୁ ଅଧିକ ଓଡିଆ ଶ୍ରମିକ। ଏମାନେ ନୟାଗଡ଼, ଖୋର୍ଦ୍ଧା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର। ମଦୁରାଇ ପେରିଆରରେ ନିର୍ମାଣ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ତେବେ ଲକ୍‌ଡାଉନ୍‌ ଯୋଗୁଁ ସେମାନେ ସେଠାରେ ଫସିରହିଛନ୍ତି।

ମୁକାବିଲା ପାଇଁ ୫ ଟ୍ରିଲିୟନ ଡଲାର ଦେବେ ୧୯ ଦେଶ, ଲାଭ କ୍ଷତି ଛାଡ଼ି ମାନବିକତାକୁ ଧ୍ୟାନ ଦେବାକୁ ମୋଦିଙ୍କ ପରାମର୍ଶ

ବିଶ୍ୱ ଅର୍ଥନୀତିକୁ ଧ୍ୱଂଶ କରିଦେଲା କରୋନା ଭାଇରସ । ଲକଡାଉନ ପାଇଁ ଆମେରିକା, ଚୀନ, ସ୍ପେନରେ ବେରୋଜଗାର ପ୍ରତିଶତ ଇତିହାସର ସବୁଠୁ ଅଧିକା ହୋଇଛି । ଜି-20 ବୈଠକ ବେଳେ ଏଭଳି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ୧୯ଟି ଦେଶ ।

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ

ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଭ କ୍ଷତିକୁ ଛାଡ଼ି ମାନବିକତା ଉପରେ ସବୁ ଦେଶ ଧ୍ୟାନ ଦେବା ଦରକାର ବୋଲି ବୈଠକରେ ପରାମର୍ଶ ଦେଇଛନ୍ତି । ବୈଠକରେ ବିଶ୍ୱ ଅର୍ଥନୀତିର ସ୍ଥିତି ନେଇ ମଧ୍ୟ ଆଲୋଚନା ହୋଇଛି । କରୋନା ମୁକାବିଲା ପାଇଁ ଜି-20 ଦେଶ ୫ ଟ୍ରିଲିୟନ ଡଲାର ଦେବେ ବୋଲି ସ୍ଥିର ହୋଇଛି । ତେବେ ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜି-20 ବୈଠକ ହୋଇଛି ।

ସମସ୍ତ କାର୍ଯ୍ୟରେ ସଫଳତା ପାଇବେ…ଆଳସ୍ୟ ପରିତ୍ୟାଗ କରି ଧୈର୍ଯ୍ୟର ସହ କାମ କରନ୍ତୁ

ମେଷ ରାଶି-

ଅଶ୍ୱିନୀ ମେଷ-କିଛି ଆକସ୍ମିକ ଘଟଣା ଆପଣଙ୍କୁ ବିଚଳିତ କରିପାରେ

ଦ୍ୱିଜା ନକ୍ଷତ୍ର- ସାଂଗଠନିକ କାର୍ଯ୍ୟରେ ଲୋକସଂପର୍କ ବୃଦ୍ଧି ପାଇବ

କୃତ୍ତିକା ନକ୍ଷତ୍ର- ସମସ୍ତ କାର୍ଯ୍ୟରେ ସଫଳତା ପାଇବେ

ନିଜ ମା’ଙ୍କ ହାତରୁ ପାଣି ପିଇ ଘରୁ ବାହାରିବେ

ବୃଷ ରାଶି-

କୃତ୍ତିକା ନକ୍ଷତ୍ର-ମାଙ୍ଗଳିକ କାର୍ଯ୍ୟର ପୂର୍ବପ୍ରସ୍ତୁତି ପାଇଁ ବ୍ୟସ୍ତ ରହିବେ

ରୋହିଣୀ ନକ୍ଷତ୍ର- ଅନେକ ଦିନରୁ ରହିଥିବା ଆଶା ସଫଳ ହେବ

ମୃଗଶିରା ନକ୍ଷତ୍ର-ସମୟ ସପକ୍ଷରେ ରହୁନାହିଁ, ଖର୍ଚ୍ଚ ବଢିବ

ବୁଲା କୁକୁରକୁ କିଛି ଖାଦ୍ୟ ଦିଅନ୍ତୁ

ମିଥୁନ ରାଶି-

ମୃଗଶିରା ନକ୍ଷତ୍ର- ଆଳସ୍ୟ ପରିତ୍ୟାଗ କରି ଧୈର୍ଯ୍ୟର ସହ କାମ କରନ୍ତୁ

ଆଦ୍ରା ନକ୍ଷତ୍ର- ବିବାଦୀୟ କାର୍ଯ୍ୟରେ ବିଜୟୀ ହେବେ

ପୁନର୍ବସୁ ନକ୍ଷତ୍ର- ସମାଜରେ ନିଜ ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ

ଗୌରବର୍ଣ୍ଣ ବ୍ରାହ୍ମଣଙ୍କ ଠାରୁ  ଆଶିର୍ବାଦ  ନିଅନ୍ତୁ

କର୍କଟ ରାଶି-

ପୁନର୍ବସୁ ନକ୍ଷତ୍ର-ନିଜ ଚେଷ୍ଟାରେ ସଫଳତା ପାଇବେ

ପୁଷ୍ୟ। ନକ୍ଷତ୍ର- ପରିବାରରେ ଶାନ୍ତି ରଖିବାକୁ ଚେଷ୍ଟା କରିବେ

ଅଶ୍ଲେଷା- କିଛି ମହତ୍‌ କାର୍ଯ୍ୟ କରିବାର ଯୋଗ ରହିଛି

କିଛି ପାନମଧୁରୀ ନିଜ ପାଖରେ ରଖନ୍ତୁ

ସିଂହ ରାଶି-

ମୃଘା ନକ୍ଷତ୍ର- କର୍ମକ୍ଷେତ୍ରରେ ନିଜ କାର୍ଯ୍ୟପାଇଁ ପ୍ରଶଂସିତ ହେବେ

ପୂର୍ବା ଫାଲଗୁନି-ସନ୍ତାନମାନଙ୍କର ସଫଳତାକୁ ନେଇ ସୁସମ୍ବାଦ ପାଇବେ

ଉତ୍ତରାଫାଲଗୁନି-ନିଜର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ

କିଛି ମିଶିରି ଖାଇ ଦିନର କାର୍ଯ୍ୟ ଆରମ୍ଭ କରନ୍ତୁ

କନ୍ୟା ରାଶି-

ଉତ୍ତରାଫାଲଗୁନି ନକ୍ଷତ୍ର-କୈାଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ

ହସ୍ତା ନକ୍ଷତ୍ର-ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ, ସଫଳତା ରହିଛି

ଚିତ୍ରା ନକ୍ଷତ୍ର-ଉନ୍ନତିର ରାସ୍ତା  ଖୋଲିବାର ସମୟ ରହିବ

ଅସହାୟ ଗରିବ ଲୋକଙ୍କୁ କିଛି ଦାନ କରନ୍ତୁ

ତୁଳା ରାଶି-

ଚିତ୍ରା ନକ୍ଷତ୍ର-ନିଜର ବିଶ୍ୱସ୍ତ ବ୍ୟକ୍ତି ଆପଣଙ୍କୁ ଧୋକା ଦେବେ

ସ୍ୱାତୀ ନକ୍ଷତ୍ର-ବିଶେଷ ସୂତ୍ରରୁ ଅର୍ଥ ମିଳିବାର ଯୋଗ ରହିଛି

ବିଶାଖା ନକ୍ଷତ୍ର-ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାଗ୍ୟ ବୃଦ୍ଧିରେ ସହାୟକ ହେବ

କୈାଣସି ଗରିବ ଭିକାରୀକୁ କ୍ଷୀର ଦାନ କରନ୍ତୁ

ବିଛା ରାଶି-

ବିଶାଖା ନକ୍ଷତ୍ର-ନିଜର ବୁଦ୍ଧି ଓ ପରାକ୍ରମ ଲଗାଇ କାର୍ଯ୍ୟ କରନ୍ତୁ

ଅନୁରାଧା ନକ୍ଷତ୍ର- ଦିନଟି ବିପକ୍ଷରେ ରହୁଥିବାରୁ ଉଧାର ଟଙ୍କା କାହାକୁ ଦିଅନ୍ତୁ ନାହିଁ

ଜ୍ୟେଷ୍ଠା ନକ୍ଷତ୍ର-ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ

ମହାଦେବଙ୍କୁ ହଳଦୀ ଅର୍ପଣ କରନ୍ତୁ

ଧନୁ ରାଶି-

ମୂଳା ନକ୍ଷତ୍ର-ପ୍ରତି କ୍ଷେତ୍ରରେ ସତର୍କ ରହି କାମ ଆରମ୍ଭ କରନ୍ତୁ

ପୂର୍ବାଷାଢା-ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ

ଉତ୍ତରାଷାଢା-ଗାଡି ଚଳାଇବା ବେଳେ ସତର୍କ ରୁହନ୍ତୁ

ହନୁମାନ ଚାଳିଶା ପାଠ କରି କାର୍ଯ୍ୟ ଆରମ୍ଭ କରନ୍ତୁ

ମକର ରାଶି-

ଉତ୍ତରାଷାଢା-ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ

ଶ୍ରବଣା- ଅଟକି ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ

ଧନିଷ୍ଠା ନକ୍ଷତ୍ର-ଧାର୍ମିକ କାର୍ଯ୍ୟରେ ସମୟ କଟିବ

ହନୁମାନଙ୍କୁ ତୁଳସୀ ଅର୍ପଣ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା-ଦୁର ଯାତ୍ରା କରିବାର ଥିଲେ ତାହାକୁ ସ୍ଥଗିତ ରଖନ୍ତୁ

ଶତଭିଷା ନକ୍ଷତ୍ର-ଆଶା ରଖୁଥିବା ଦିଗରୁ ଅର୍ଥ ମିଳିପାରେ

ପୂର୍ବଭାଦ୍ର-କିଛି ମନୋସ୍କାମନା ରଖୁଥିଲେ ତାହା ପୂରଣ ହୋଇଯିବ

ମା’ତାରିଣୀଙ୍କ ପାଖକୁ ଗୋଟିଏ ନଡିଆ ପଠାନ୍ତୁ

ମୀନ ରାଶି

ପୂର୍ବଭାଦ୍ର-ପାରିବାରିକ ଶାନ୍ତି ଆପଣଙ୍କୁ ଆନନ୍ଦ ଦେବ

ଉତ୍ତରଭାଦ୍ର-ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖି ନିଷ୍ପତ୍ତି ନିଅନ୍ତୁ

ରେବତୀ ନକ୍ଷତ୍ର- ପୂର୍ବରୁ ଅଟକି ରହିଥିବା ଟଙ୍କା ଫେରିପାଇବେ

କୈାଣସି ବ୍ୟକ୍ତିକୁ ଜଳ ଦାନ କରନ୍ତୁ

ଜ୍ୟୋତିର୍ବିଦ ଶ୍ୟାମ ସୁନ୍ଦର ବାଗ୍‌

 

ଲକଡାଉନ୍ : ଇପିଏଫ୍ ଉପରେ ଆଶ୍ୱସ୍ତି, କିନ୍ତୁ EMI ଏବଂ ଲୋନର କଣ ହେବ ?

ନୂଆଦିଲ୍ଲୀ: 21 ଦିନିଆ ଲକଡାଇନ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗରିବଙ୍କ ପାଇଁ ୧.୭୦ ଲକ୍ଷ କୋଟିର ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍ ମାଧ୍ୟମରେ ବୃଦ୍ଧ, ବିଧବା ଏବଂ ଭିନ୍ନକ୍ଷମଙ୍କ ବ୍ୟତୀତ କୃଷକ, ଶ୍ରମିକ ଏବଂ ମହିଳାଙ୍କୁ ରିଲିଫ ଯୋଗାଇବା ପାଇଁ ପ୍ରୟାସ କରାଯାଇଛି। କିନ୍ତୁ ମଧ୍ୟବିତ୍ତଙ୍କ ଆଶା ଆଜି ମଉଳି ଯାଇଛି ।

ବାସ୍ତବରେ, ଲକଡାଉନ ହେତୁ ମଧ୍ୟବିତ୍ତମାନଙ୍କୁ ଲୋନ ଏବଂ ପୈଠ କରାଯାଉଥିବା EMI ଏବେ ଚିନ୍ତାରେ ପକାଇଛି । ଏଭଳି ପରିସ୍ଥିତିରେ ଗୁରୁବାର ଦିନ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଶ୍ରେଣୀକୁ କିଛି ରିହାତି ଦେବେ ବୋଲି ଲୋକମାନେ ଆଶା କରିଥିଲେ। କିନ୍ତୁ ଏହା ହୋଇ ନଥିଲା, ଯଦିଓ ଅର୍ଥମନ୍ତ୍ରୀ ଇପିଏଫ୍ ଜମାକାରୀଙ୍କୁ କିଛିଟା ଆସ୍ୱସ୍ତି ଦେଇଛନ୍ତି ।

EPF ଜମାକାରୀଙ୍କୁ ପାଇଁ ୩ ମାସ ଯାଏଁ ଜମାକରିବାକୁ ପଡ଼ିବନି ଟଙ୍କା-

ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ଅଂଶ ୩ ମାସ ପାଇଁ ଇପିଏଫରେ ପ୍ରଦାନ କରିବେ। ଏହି ନିୟମ ସେହି ସମସ୍ତ କମ୍ପାନୀ କିମ୍ବା ଅନୁଷ୍ଠାନ ପାଇଁ ପ୍ରଯୁଜ୍ୟ ହେବ ଯେଉଁଠାରେ ୧୦୦ରୁ କମ୍ କର୍ମଚାରୀ ଅଛନ୍ତି ଏବଂ ଯେଉଁଠି ୯୦ ପ୍ରତିଶତ କର୍ମଚାରୀଙ୍କ ଦରମା ୧୫,୦୦୦ରୁ କମ୍ ରହିଛି । ଏହି ନିୟମ କେବଳ ୩ ମାସ ପାଇଁ | ଏହା ପ୍ରାୟ ୮୦ ଲକ୍ଷ କର୍ମଚାରୀ ଏବଂ ପ୍ରାୟ ୪ ଲକ୍ଷ ପ୍ରତିଷ୍ଠାନ ପାଇଁ ଉପକୃତ ହେବ |

ଲୋନ୍ ଏବଂ EMI ଉପରେ କ’ଣ କହିଲ ସିତାରମଣ-

ଲୋନ୍ ଏବଂ ଇଏମଆଇ ବିଷୟରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଆମର ଧ୍ୟାନ ଗରିବ ଲୋକଙ୍କୁ ଖାଦ୍ୟ ଏବଂ ଟଙ୍କା ଯୋଗାଇବା ଉପରେ ରହିଛି । ବର୍ତ୍ତମାନ ମଧ୍ୟବିତ୍ତଙ୍କ ପାଇଁ ଅର୍ଥମନ୍ତ୍ରୀ କୌଣସି ଘୋଷଣା କରିନାହାନ୍ତି ।

ଲକଡାଉନ୍ : ଇପିଏଫ୍ ଉପରେ ଆଶ୍ୱସ୍ତି, କିନ୍ତୁ EMI ଏବଂ ଲୋନର କଣ ହେବ ?

ନୂଆଦିଲ୍ଲୀ: 21 ଦିନିଆ ଲକଡାଇନ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗରିବଙ୍କ ପାଇଁ ୧.୭୦ ଲକ୍ଷ କୋଟିର ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍ ମାଧ୍ୟମରେ ବୃଦ୍ଧ, ବିଧବା ଏବଂ ଭିନ୍ନକ୍ଷମଙ୍କ ବ୍ୟତୀତ କୃଷକ, ଶ୍ରମିକ ଏବଂ ମହିଳାଙ୍କୁ ରିଲିଫ ଯୋଗାଇବା ପାଇଁ ପ୍ରୟାସ କରାଯାଇଛି। କିନ୍ତୁ ମଧ୍ୟବିତ୍ତଙ୍କ ଆଶା ଆଜି ମଉଳି ଯାଇଛି ।

ବାସ୍ତବରେ, ଲକଡାଉନ ହେତୁ ମଧ୍ୟବିତ୍ତମାନଙ୍କୁ ଲୋନ ଏବଂ ପୈଠ କରାଯାଉଥିବା EMI ଏବେ ଚିନ୍ତାରେ ପକାଇଛି । ଏଭଳି ପରିସ୍ଥିତିରେ ଗୁରୁବାର ଦିନ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଶ୍ରେଣୀକୁ କିଛି ରିହାତି ଦେବେ ବୋଲି ଲୋକମାନେ ଆଶା କରିଥିଲେ। କିନ୍ତୁ ଏହା ହୋଇ ନଥିଲା, ଯଦିଓ ଅର୍ଥମନ୍ତ୍ରୀ ଇପିଏଫ୍ ଜମାକାରୀଙ୍କୁ କିଛିଟା ଆସ୍ୱସ୍ତି ଦେଇଛନ୍ତି ।

EPF ଜମାକାରୀଙ୍କୁ ପାଇଁ ୩ ମାସ ଯାଏଁ ଜମାକରିବାକୁ ପଡ଼ିବନି ଟଙ୍କା-

ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ଅଂଶ ୩ ମାସ ପାଇଁ ଇପିଏଫରେ ପ୍ରଦାନ କରିବେ। ଏହି ନିୟମ ସେହି ସମସ୍ତ କମ୍ପାନୀ କିମ୍ବା ଅନୁଷ୍ଠାନ ପାଇଁ ପ୍ରଯୁଜ୍ୟ ହେବ ଯେଉଁଠାରେ ୧୦୦ରୁ କମ୍ କର୍ମଚାରୀ ଅଛନ୍ତି ଏବଂ ଯେଉଁଠି ୯୦ ପ୍ରତିଶତ କର୍ମଚାରୀଙ୍କ ଦରମା ୧୫,୦୦୦ରୁ କମ୍ ରହିଛି । ଏହି ନିୟମ କେବଳ ୩ ମାସ ପାଇଁ | ଏହା ପ୍ରାୟ ୮୦ ଲକ୍ଷ କର୍ମଚାରୀ ଏବଂ ପ୍ରାୟ ୪ ଲକ୍ଷ ପ୍ରତିଷ୍ଠାନ ପାଇଁ ଉପକୃତ ହେବ |

ଲୋନ୍ ଏବଂ EMI ଉପରେ କ’ଣ କହିଲ ସିତାରମଣ-

ଲୋନ୍ ଏବଂ ଇଏମଆଇ ବିଷୟରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଆମର ଧ୍ୟାନ ଗରିବ ଲୋକଙ୍କୁ ଖାଦ୍ୟ ଏବଂ ଟଙ୍କା ଯୋଗାଇବା ଉପରେ ରହିଛି । ବର୍ତ୍ତମାନ ମଧ୍ୟବିତ୍ତଙ୍କ ପାଇଁ ଅର୍ଥମନ୍ତ୍ରୀ କୌଣସି ଘୋଷଣା କରିନାହାନ୍ତି ।