spot_img
Home Blog Page 7435

ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରସଂଗ: କେନ୍ଦ୍ର ସରକାରଙ୍କ ମୁଖା ଖୋଲିଲେ ପଞ୍ଚଦଶ ଅର୍ଥ କମିଶନ ଚେୟାରମ୍ୟାନ୍‌

ଭୁବନେଶ୍ୱର: ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟ। ପ୍ରସଙ୍ଗରେ ଆସିଲା ଟ୍ୱିଷ୍ଟ । ଧରା ପଡ଼ିଗଲା କେନ୍ଦ୍ରର ଓଡ଼ିଶା ପ୍ରତି ଟାଳଟୁଳ ନୀତି । ଧରା ପକାଇ ଦେଲା ଅର୍ଥ କମିଶନଙ୍କ ମନ୍ତବ୍ୟ । ସ୍ୱତନ୍ତ୍ର ରାଜ୍ୟପାହ୍ୟ। ନେଇ ଅର୍ଥ କମିଶନ କେନ୍ଦ୍ର ସରକାରଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଏହାପରେ କାଠଗଡ଼ାରେ କେନ୍ଦ୍ର ସରକାର ।

Image result for fifthen finace commisoner

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟ। ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ରାଜ୍ୟ ସରକାର ବାରମ୍ବାର ଦାବି କରି ଆସୁଥିଲେ । ସ୍ୱତନ୍ତ୍ର ପ୍ୟାକେଜ ବି ଦାବି କରାଯାଉଥିଲା । ହେଲେ ଏହାକୁ ଅର୍ଥ କମିଶନଙ୍କ ସୁପାରିସର ଆଳ ଦେଖାଇ କେନ୍ଦ୍ର ସରକାର ଏଡ଼ାଇ ଚାଲିଥିଲେ ।

Image result for special status state odisha

କିନ୍ତୁ ସ୍ୱତନ୍ତ୍ର ରାଜ୍ୟପାହ୍ୟ। ଲାଗି ଅର୍ଥ କମିଶନଙ୍କ କୈାଣସି ସୁପାରିସ ଦରକାର ନାହିଁ ବୋଲି ପଞ୍ଚଦଶ ଅର୍ଥ କମିଶନ କହିଥିବା ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । କେନ୍ଦ୍ର ଚାହିଁଲେ ସ୍ୱତନ୍ତ୍ର ବିଚାର କରି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟ। ଦେଇପାରିବ । ପଞ୍ଚଦଶ ଅର୍ଥ କମିଶନଙ୍କ ଏପରି ମତ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟ। ପ୍ରଦାନ ଦାବି ଓ ପ୍ରସଙ୍ଗ ପୁଣି ତାଜା ହୋଇଛି । ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜେପି ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟ। ଦେବା ଲାଗି ପ୍ରତିଶ୍ରୁତି ଦେଇଥିଲା । କେନ୍ଦ୍ର ସରକାର କିନ୍ତୁ ଅର୍ଥ କମିଶନଙ୍କ ନାଁ ନେଇ ଓଡ଼ିଶାର ଦାବି ଏଡ଼ାଇ ଚାଲିଥିଲେ । ଏବେ ଅର୍ଥ କମିଶନ ଦେଇଥିବା ମନ୍ତବ୍ୟରୁ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ଓ ବୈମାତୃକ ମନୋଭାବ ଧରାପଡ଼ିଛି । ଓଡ଼ିଶାର ହକ୍‌ ନେଇ ରାଜନୀତି ଏବେ ପୁଣି ଜୋର୍‌ ଧରିଥିବା ବେଳେ ରାଜନୈତିକ ସମୀକ୍ଷକ ମଧ୍ୟ ମତ ରଖିଛନ୍ତି ।

ଦୁବାଇରୁ ଉଦ୍ଧାର ହେଲେ ୪ଜଣ ଓଡ଼ିଆ ଶ୍ରମିକ

ଦୁବାଇରେ ଫସିଥିବା ୪ଜଣ ଓଡିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କଲା ରାଜ୍ୟ ସରକାରଙ୍କ ମୋ ପରିବାର ଯୋଜନା । ସେମାନେ ଯାଜପୁର ଅଞ୍ଚଳର ବୋଲି ଜଣା ପଡିଛି । ସେମାନଙ୍କୁ ବର୍ତ୍ତମାନ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।

ଘଟଣାନୁଯାୟୀ ଅଶୋକ କୁମାର ଜେନା ଓ ସୁବାସ କୁମାର ଜେନା ନାମକ ଦୁଇ ଦଲାଲ ୪ଜଣ ଯୁବକ ସଂଜୟ ଜେନା, ଦୀପକ ସେଠୀ, ବିଜୟ ସାହୁ ଓ ଚିରଞ୍ଜୀବ ଜୋନାଙ୍କୁ ଚାକିରି ଲୋଭ ଦେଖାଇ ଦୁବାଇ ନେଇଥିଲେ । କିନ୍ତୁ ସେମାନଙ୍କୁ ସେଠାକାର କମ୍ପାନୀ କାମ ନଦେବା ସହ ମାଡ଼ ମାରୁଥିବାର ଅଭିଯୋଗ ହୋଇଥିଲା । ଘଟଣା ସଂପର୍କରେ ସୂଚନା ମିଳିବା ପରେ ରାଜ୍ୟ ସରକାରଙ୍କ ମୋ ପରିବାର ଟିମ୍‌ ୪ଓଡିଆ ଶ୍ରମିକଙ୍କୁ ଉଦ୍ଧାର କରିଛି ।

ବେଆଇନ କୋଠା ନିର୍ମାତାଙ୍କୁ ଆଶ୍ୱସ୍ତି: ବଢ଼ିଲା ସର୍ବକ୍ଷମା ଯୋଜନାର ଅବଧି

ଭୁବନେଶ୍ୱର: ବେଆଇନ କୋଠା ନିର୍ମାତାଙ୍କୁ ବଡ଼ ଆଶ୍ୱସ୍ତି । ଡେଡ୍‌ଲାଇନ ପୂରିବାର ଦିନକ ପୂର୍ବରୁ ବଢ଼ିଲା ସର୍ବକ୍ଷମା ଯୋଜନାର ଅବଧି । ଆଉ ୧୫ ଦିନ ପାଇଁ ରାଜ୍ୟ ସରକାର ସର୍ବକ୍ଷମା ଯୋଜନାର ଅବଧିକୁ ବୃଦ୍ଧି କରିଛନ୍ତି । ସର୍ବକ୍ଷମା ପାଇଁ ଅଧିକ ଆବେଦନ ଓ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଅବଧି ବୃଦ୍ଧି କରାଯାଇଛି । ୧୫ ଦିନ ପରେ ବେଆଇନ ନିର୍ମାଣ ପାଇଁ ଆଇନଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

Image result for under construction building

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ସ୍ୱାଗତ କରିଥିବା ବେଳେ ବିଜେପି ସମାଲୋଚନା କରିଛି । । ୨୦୧୮ ଜୁନ୍‌ ୨୦ ତାରିଖରେ ସର୍ବକ୍ଷମା ଯୋଜନା ଲାଗୁ ହୋଇଥିଲା । ୨୦୧୯ ଜୁନ୍‌ ୧୯ରୁ ଆଉ ୬ ମାସ ବଢ଼ିଥିଲା । ଶେଷ ଡେଡ୍‌ଲାଇନ ଥିଲା ୨୦୨୦ ଫେବ୍ରୁଆରୀ ୫ ତାରିଖ । ଏବେ ଆଉ ୧୫ଦିନ ବୃଦ୍ଧି କରାଯାଇଛି ।

ସର୍ବକ୍ଷମା ଯୋଜନା ଅବଧି ବୃଦ୍ଧି ନିଷ୍ପତ୍ତିକୁ ସ୍ୱାଗତ କରିଛି କଂଗ୍ରେସ । ସେପଟେ ବିଜେପି କହିଛି, ନିୟମିତ ବ୍ୟବଧାନରେ ସରଜମିନ ତଦନ୍ତ କରାଯାଇ ନଥିବାରୁ ବେଆଇନ ଗୃହ ନିର୍ମାଣ ବଢ଼ିଯାଇଛି । ସର୍ବକ୍ଷମା ଯୋଜନାର ଅବଧି ବୃଦ୍ଧି ଯୋଗୁଁ ଆବେଦନ କରି ନଥିବା ଲୋକମାନେ ଆବେଦନ କରିବାର ସୁଯୋଗ ପାଇବେ ।

ସିନ୍ୱେସ ପାର୍କ: ୧୯ ବର୍ଷରୁ କମ୍ କ୍ରିକେଟ୍, ସେମି ଫାଇନାଲରେ ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ । ଯଶ୍ୱସୀ ଜୟସ୍ୱାଲଙ୍କ ଅପରାଜିତ ୧୦୫ ରନ୍ ।

ସିନ୍ୱେସ ପାର୍କ: ୧୯ ବର୍ଷରୁ କମ୍ କ୍ରିକେଟ୍, ସେମି ଫାଇନାଲରେ ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ । ଯଶ୍ୱସୀ ଜୟସ୍ୱାଲଙ୍କ ଅପରାଜିତ ୧୦୫ ରନ୍ ।

୬ ବର୍ଷରୁ ଅଧିକ କାର୍ଯ୍ୟ କରିଥିବା ବିଇଓ, ଡିଇଓ କର୍ମଚାରୀଙ୍କ ହେବ ବଦଳି

ଭୁବନେଶ୍ୱର: ଏଣିକି  ୬ବର୍ଷରୁ ଅଧିକ ସମୟ ବିଇଓ, ଡ଼ିଇଓ କାର୍ଯ୍ୟାଳୟରେ ରହିପାରିବେନି କୈାଣସି ଅଧିକାରୀ । ଯେଉଁ ଅଧିକାରୀମାନେ ୬ବର୍ଷରୁ ଅଧିକ କାଳ ରହିଲେଣି ସେମାନଙ୍କୁ ବଦଳି କରିବାକୁ ଗଣଶିକ୍ଷା ବିଭାଗ କଡ଼ା ନିର୍ଦ୍ଦେଶ ଜାରି କରିଛି । ଏନେଇ ନେଇ ବିଭିନ୍ନ ଜିଲ୍ଳ।ରେ ବଦଳି ଆରମ୍ଭ ହୋଇଯାଇଥିବା ମନ୍ତ୍ରୀ କହିଛନ୍ତି । ଚଳିତ ଶିକ୍ଷାବର୍ଷରେ ସମ୍ପୂର୍ଣ୍ଣ ବଦଳି କାମ ଶେଷ ହୋଇଯାଇଥିବ ବୋଲି ମନ୍ତ୍ରୀ କହିଛନ୍ତି । ଆଗକୁ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ କ୍ଷେତ୍ରରେ ଏହି ବଦଳିନିୟମ ଲାଗୁ କରିବାକୁ ଗଣଶିକ୍ଷା ବିଭାଗ ବିଚାର ବିମର୍ଷ କରୁଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି । ବିଇଓ ଓ ଡ଼ିଇଓ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ରହୁଥିବା କର୍ମଚାରୀମାନେ ବହୁ ଅନିୟମିତତା ଜଡ଼ିତ ରହୁଥିବା ବିଭାଗ ପାଖକୁ ଅଭିଯୋଗ ଆସିବା ପରେ ବିଭାଗ ଏପରି ପଦକ୍ଷେପ ନେବା ଆରମ୍ଭ କରିଛି । ଅନ୍ୟପଟେ ନିର୍ଦ୍ଦେଶନାମା ପାଇବା ପରେ ବଦଳି ଆରମ୍ଭ ହେବ ବୋଲି ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି ।

ଖାଇବାକୁ ଯାଇ ଚଳଚ୍ଚିତ୍ର ନିର୍ଦ୍ଦେଶକ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ଉପରେ କଲେ ଛୁରାମାଡ଼

ଭୁବନେଶ୍ୱର: ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ଉନ୍ମତ୍ତକାଣ୍ଡ । ବିଳମ୍ବିତ ରାତିରେ ରେଷ୍ଟୁରାଣ୍ଟ ଖାଇବାକୁ ଯାଇ ଚଳଚ୍ଚିତ୍ର ନିର୍ଦ୍ଦେଶକ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ଉପରେ କଲେ ଛୁରାମାଡ଼ । ଛୁରିରେ ଆକ୍ରମଣ କରୁଥିବା ସମୟର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ।

Image result for film director dilip panda

ଭୁବନେଶ୍ୱର ରାମ ମନ୍ଦିର ପାଖ ଏକ ରେଷ୍ଟୁରାଣ୍ଟରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ଓ ତାଙ୍କର କିଛି ସାଥୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସିସିଟିଭିରେ କଏଦ ହୋଇଛି ଏହି ଦୃଶ୍ୟ । ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀପ ପଣ୍ଡା ଓ ତାଙ୍କ ସାଥୀମାନେ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିଲେ । ରେଷ୍ଟୁରାଣ୍ଟ କର୍ମଚାରୀ ମନା କରିବାରୁ ତାଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ବେଶ୍‌ କିଛି ସମୟ ଧରି ଗଣ୍ଡଗୋଳ ଚାଲିଥିଲା । ଏହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଦିଲ୍ଲୀ ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ୩୭୦ ସାଂସଦ

ଦିଲ୍ଲୀ ବିଧାନସଭା ନିର୍ବାଚନ ନେଇ ସବୁ ଦଳ ପକ୍ଷରୁ ଚାଲିଛି ଜୋରଦାର ପ୍ରଚାର । ଭାରତୀୟ ଜନତା ପାର୍ଟି ମଧ୍ୟ ନିଜ ଷ୍ଟାର ପ୍ରଚାରକଙ୍କୁ ନେଇ ରାଲି ଓ ଜନସଭା ଆୟୋଜନ କରୁଛି । ଆଉ ବିଜେପି ପ୍ରଚାରର ନେତୃତ୍ୱ ନେଉଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା । ନବ ନିର୍ବାଚିତ ବିଜେପି ମୁଖ୍ୟ ଜେ.ପି ନଡ୍ଡା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମଧ୍ୟ ଜୋରଦାର ପ୍ରଚାର ଚଳାଇଛନ୍ତି । ଏଭଳି ସମୟରେ ପ୍ରଚାରକୁ ଆହୁରି ଜୋରଦାର କରିବା ନେଇ ଯୋଜନା କରୁଛି ବିଜେପି । ବିଜେପି ନିଜ ପ୍ରଚାରରେ ୩୭୦ରୁ ସାଂସଦଙ୍କୁ ଓହ୍ଲାଇବାକୁ ଯୋଜନା କରିଛି । ଆଗାମୀ ୪ ଦିନ ଯାଏଁ ସଂସଦର କାର୍ଯ୍ୟକ୍ରମ ସରିବା ପରେ ୩୭୦ ସାଂସଦ ରାତିରେ ଦିଲ୍ଲୀର ବସ୍ତି ଅଞ୍ଚଳ ଓ ଅନଧିକୃତ କଲୋନୀକୁ ଯାଇ ଲୋକଙ୍କ ସହ ସାକ୍ଷାତ କରିବେ । ଏଥିସହିତ ପାର୍ଟି କର୍ମକର୍ତ୍ତାଙ୍କ ସହ ମିଶି ଛୋଟ ଛୋଟ ମିଟିଂ କରିବେ । ଗୃହମନ୍ତ୍ରୀ ଅମିତ୍‌ ଶାହା, ୟୁପି ସିଏମ୍‌ ଯୋଗୀ ଆଦିତ୍ୟ ନାଥ, ବିଜେପି ଅଧ୍ୟକ୍ଷ ଜଗତ୍‌ ପ୍ରକାଶ ନଡ୍ଡା ଡୋର୍ ଟୁ ଡୋର୍‌ କ୍ୟାମ୍ପେନ୍‌ ଚଳାଇଛନ୍ତି । ଦିଲ୍ଲୀ ନିର୍ବାଚନକୁ ନେଇ ବିଜେପି ପକ୍ଷରୁ ଜାରି ଅନେକ ଘୋଷଣା ପତ୍ରରେ ଜନସାଧାରଣଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛି ବିଜେପି ।

ରେଳ ଧାରଣାରୁ ଅଧ୍ୟାପକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ଜୁନିୟର କଲେଜର ଅଧ୍ୟାପକଙ୍କ ମୃତଦେହ ଉଦ୍ଧାର । କମ୍ପୁଟର ବିଭାଗର ଅଧ୍ୟାପକ ଭୁବନେଶ୍ୱର ନାୟକଙ୍କ ମୃତଦେହ ବ୍ରହ୍ମପୁର ଖୋଡ଼ାସିଙ୍ଗି ଏଲ୍‌ଆଇସି ଅଫିସ ନିକଟ ରେଳ ଧାରଣାରୁ ଉଦ୍ଧାର କରାଯାଇଛି । ତାଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ । ନିକଟରେ ମଦ ବୋତଲ ପଡ଼ିଛି। ଅଧ୍ୟାପକ ଭୁବନେଶ୍ୱର ନାୟକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ରେଳବାଇ ଏବଂ ବୈଦ୍ୟନାଥପୁର ଥାନା ପୋଲିସ ମୃତଦେହ ଉଦ୍ଧାର ସହ ତଦନ୍ତ ଆରମ୍ଭ କରିଛନ୍ତି ।

ପୁରୀରେ ଐତିହ୍ୟ କରିଡର ନିର୍ମାଣ ନେଇ ବୈଠକ

ଭୁବନେଶ୍ୱର: ପୁରୀରେ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ନିର୍ମାଣ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । ଭୁବନେଶ୍ୱର ସେତୁ ଭବନରେ ଆୟୋଜିତ ବୈଠକରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ, ପୂର୍ତ୍ତ ବିଭାଗର ସଚିବ କିଷନ କୁମାର, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବିଜୟ ସାହୁ, ପ୍ରସ୍ତର ଶିଳ୍ପ ବିଭାଗର ରଘୁନାଥ ମହାପାତ୍ର, ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର ପ୍ରମୁଖ ଯୋଗ ଦେଇଛନ୍ତି ।

Image result for meeting-for-puri-shree-mandir-heritage-corridor

ସାଧାରଣ ଲୋକଙ୍କ ମତାମତ ନିଆଯିବା ପରେ ଶ୍ରୀଜଗନ୍ନାଥ କରିଡର ନିର୍ମାଣ ନେଇ ବୈଠକ ବସିଛି । ଫେବ୍ରୁଆରୀ ସୁଦ୍ଧା ଏନେଇ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯିବ ।

ନିର୍ବାଚନୀ ପ୍ରଚାରକୁ ନେଇ ଦିଲ୍ଲୀ ସରଗରମ, ପ୍ରଚାର ମୈଦାନରେ ହେଭିୱେଟଙ୍କ ଟକ୍କର

ନୂଆଦିଲ୍ଲୀ: ସୁପର୍‌ ଓଭରରେ ଦିଲ୍ଲୀ ନିର୍ବାଚନ ପ୍ରଚାର । ଗତ ୩୦ ଦିନର ପ୍ରଚାରକୁ ଟପିଛି ଗତ ୩ ଦିନର କ୍ୟାମ୍ପନିଂ । ନିଜ ଭାଷଣରେ ନିଆଁ ଲଗାଉଛନ୍ତି ଯୋଗୀ ଆଦିତ୍ୟନାଥ । ଆଜି ପ୍ରଚାର ମୈଦାନରେ ହେବ ହେଭିୱେଟଙ୍କ ପ୍ରଚାର ।

ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହଙ୍କୁ ଟକ୍କର ଦେବ ରାହୁଲ ଓ ପ୍ରିୟଙ୍କାଙ୍କ ଯୋଡ଼ି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମଧ୍ୟ ଆଜି ପ୍ରଚାର କରିବେ। ସେପଟେ କେଜରିୱାଲ୍‌ଙ୍କ ନେତୃତ୍ୱରେ ଆପ୍‌ ବି ପ୍ରଚାର ଜୋରଦାର କରିଛି ।

ତେବେ ବିଜେପି ଓ ଆପ୍‌ର କ୍ୟାମ୍ପନିଂ ଆଗରେ ଫିକା ପଡ଼ିଛି କଂଗ୍ରେସର ପ୍ରଚାର । ସିଏଏ, ସାହନବାଗ ଘଟଣାଠୁ ଆରମ୍ଭ କରି ପାକିସ୍ତାନୀ ମନ୍ତ୍ରୀଙ୍କ କଥାକୁ ମୁଦ୍ଦା କରାଯାଉଛି । ବ୍ୟକ୍ତିଗତ ଆରୋପ-ପ୍ରତ୍ୟାରୋପ ବି ଆରମ୍ଭ ହୋଇସାରିଛି । ଯାହା କି ଦିଲ୍ଲୀର ନିର୍ବାଚନୀ ମାହୋଲକୁ ଅଧିକ ଗରମ କରିଛି ।