spot_img
Home Blog Page 7436

ପ୍ରିୟଙ୍କାଙ୍କ ୨କିଡନିରେ ବଞ୍ଚିଲେ ୨ ପୁରୁଷ

ଦିଗପହଣ୍ଡି: ମୃତ୍ୟୁ ପରେ ଜୀବନ । ଦୁର୍ଘଟଣାରେ ସିନା ଜୀବନ ଚାଲିଗଲା ହେଲେ ଅଙ୍ଗଦାନ କରି ବଞ୍ଚାଇ ଦେଲେ ୨ଜୀବନ । ଦିଗପହଣ୍ଡିର ପ୍ରିୟଙ୍କା ରାଜୁଙ୍କ ମୃତ୍ୟୁ ପରେ ଅଙ୍ଗଦାନ ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ଗଲା ୨୭ତାରିଖରେ ପ୍ରିୟଙ୍କାଙ୍କ ବ୍ରେନ ଡେଡ୍‌ ହୋଇଥିବା ଜାଣିବା ପରେ ପରିବାର ଲୋକ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ।

ପରେ ପ୍ରିୟକାଙ୍କ ୨କିଡନିକୁ ୨ଜଣ ପୁରଷଙ୍କ ଠାରେ ସଫଳତାର ସହ ପ୍ରତ୍ୟାରୋପଣ କରାଯାଇଛି ।

ରାଜ୍ୟର ପ୍ରଥମ କାଡଭରିକ ଟ୍ରାନ୍‌ସ ପ୍ଲାଣ୍ଟ: ଏସସିବିରେ ବିରଳ ଅସ୍ତ୍ରୋପଚାର

ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ନିର୍ମାଣ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ପୁରୀରେ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ନିର୍ମାଣ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । ଭୁବନେଶ୍ୱର ସେତୁ ଭବନରେ ଆୟୋଜିତ ବୈଠକରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ, ପୂର୍ତ୍ତ ବିଭାଗର ସଚିବ କିଷନ କୁମାର, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବିଜୟ ସାହୁ, ପ୍ରସ୍ତର ଶିଳ୍ପୀ ରଘୁନାଥ ମହାପାଚ୍ର, ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର ପ୍ରମୁଖ ଯୋଗଦେଇଛନ୍ତି । ସାଧାରଣ ଲୋକଙ୍କ ମତାମତ ନିଆଯିବା ପରେ ଶ୍ରୀଜଗନ୍ନାଥ କରିଡର ନିର୍ମାଣ ନେଇ ବୈଠକ ବସିଛି । ଫେବ୍ରୁଆରି ସୁଦ୍ଧା ଏନେଇ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯିବ ।

ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ଆଡଭାଇଜରିକୁ ପାଳନ କରିବ ସ୍କୁଲ

ଭୁବନେଶ୍ୱର: କରୋନା ପାଇଁ ସମସ୍ତଙ୍କ ମନରେ ଭୟ ଓ ଆତଙ୍କ । ଏବେ କରୋନା ଭାଇରସ ଏତେ ଭୟଙ୍କର ହୋଇଯାଇଛି ଯେ, ନାଁ ଶୁଣିଲେ ଅସ୍ତବ୍ୟସ୍ତ ହୋଇପଡ଼ୁଛି ଜନଜୀବନ । ଏହି ଭାଇରସ ପାଇଁ ବର୍ତ୍ତମାନ ସୁଧା ଚିନରେ ୪ଶହରୁ ଅଧିକ ଲୋକଙ୍କ ପ୍ରାଣ ଗଲାଣି । ଏବଂ ୨୦ହଜାର ଅଧିକ ଏଥିରେ ସଂକ୍ରମିତ ।

ତେବେ କେବଳ ସେତିକି ନୁହେଁ କେରଳରେ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯେଉଁମାନେ କି ଚିନର ଉହାନ ଅଞ୍ଚଳରେ ରହୁଥିଲେ । ତେବେ ଏଭଳି ପରିସ୍ଥିତିରେ ଭୟଭୀତ ହୋଇପଡ଼ିଛନ୍ତି ଲୋକେ । ଏନେଇ ଆଗକୁ ପରୀକ୍ଷା ଋତୁ । ତେଣୁ ସ୍କୁଲରେ କରୋନା ନେଇ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । ସ୍କୁଲରେ ଯଦି କୈାଣସି ଛାତ୍ରଛାତ୍ରୀଙ୍କଠାରେ ଥଣ୍ଡା କି ଜ୍ୱର ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ଶିକ୍ଷକମାନେ ଚିକିତ୍ସା ବ୍ୟବସ୍ଥା କରିବେ । ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ଆଡଭାଇଜରିକୁ ସ୍କୁଲରେ ପାଳନ କରାଯିବ ।

ଆଜି ସାରା ବିଶ୍ୱରେ ପାଳନ କରାଯାଉଛି କ୍ୟାନସର ଦିବସ । ମାରାତ୍ମକ କ୍ୟାନସର ସମ୍ବନ୍ଧରେ ଲୋକଙ୍କୁ ସଚେତନ କରିବା ପାଇଁ ଆଜିର ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।

ଆଜି ସାରା ବିଶ୍ୱରେ ପାଳନ କରାଯାଉଛି କ୍ୟାନସର ଦିବସ । ମାରାତ୍ମକ କ୍ୟାନସର ସମ୍ବନ୍ଧରେ ଲୋକଙ୍କୁ ସଚେତନ କରିବା ପାଇଁ ଆଜିର ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।

କରୋନା ଭାଇରସ୍କୁ ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି କେରଳ ସରକାର । ରାଜ୍ୟରେ ୩ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ରାଜ୍ୟ ବିପତ୍ତି ଘୋଷଣା କରାଯାଇଛି ।

କରୋନା ଭାଇରସ୍‌କୁ ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି କେରଳ ସରକାର । ରାଜ୍ୟରେ ୩ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ରାଜ୍ୟ ବିପତ୍ତି ଘୋଷଣା କରାଯାଇଛି ।

ଇତିହାସ ରଚିଲା ଏସ୍ସିବି । କଟକ ବଡ଼ ମେଡିକାଲରେ ବିରଳ ଅସ୍ତ୍ରୋପଚାର । ରାଜ୍ୟର ପ୍ରଥମ କାଡଭରିକ ଟ୍ରାନ୍ସ ପ୍ଲାଣ୍ଟ ବା ମୃତ୍ୟୁ ପରେ କିଡନୀ ପ୍ରତିରୋପଣ କରାଯାଇଛି ।

ଇତିହାସ ରଚିଲା ଏସ୍‌ସିବି । କଟକ ବଡ଼ ମେଡିକାଲରେ ବିରଳ ଅସ୍ତ୍ରୋପଚାର । ରାଜ୍ୟର ପ୍ରଥମ କାଡଭରିକ ଟ୍ରାନ୍‌ସ ପ୍ଲାଣ୍ଟ ବା ମୃତ୍ୟୁ ପରେ କିଡନୀ ପ୍ରତିରୋପଣ କରାଯାଇଛି ।

ଏସ୍‌ସିବି ଚର୍ତୁପାର୍ଶ୍ୱରେ ଉଚ୍ଛେଦ ଜାରି

କଟକ: ଏସସିବିର ନବକଳେବର ପାଇଁ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟ । ଜିଲ୍ଲା ପ୍ରଶାସନ ଏବଂ ସିଏମସି ପକ୍ଷରୁ ଏସ୍‌ସିବି ଚର୍ତୁପାର୍ଶ୍ୱରେ ଉଚ୍ଛେଦ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ଯୋବ୍ରା ମାଛ ମାର୍କେଟ ଅଞ୍ଚଳରେ ବୁଲିଲା ବୁଲଡୋଜର । ମାଛ ମାର୍କେଟ ଅଞ୍ଚଳର ରାସ୍ତା ଓ ସରକାରୀ ଜାଗାରେ ପଡିଥିବା ସାମଗ୍ରୀ ସବୁ ହଟାଯାଉଛି ।

 

ଅନ୍ୟପଟେ ପୂର୍ବରୁ ଜଳସେଚନ ବିଭାଗର ୨ଟି ଗୋଦାମ ଘର ଭାଙ୍ଗିଥିଲା ପ୍ରଶାସନ । ଫେବ୍ରୁଆରୀ ୨୮ ସୁଦ୍ଧା ଅଧିଗ୍ରହଣ କାମ ସରିବ । ମାର୍ଚ୍ଚ ପହିଲାରୁ ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ କାମ ଆରମ୍ଭ କରିବାକୁ ଲକ୍ଷ୍ୟ ରହିଛି । ଅଧିଗ୍ରହଣରୁ ୨୫ ଏକର ଜମି ସରକାରଙ୍କ ହାତକୁ ଆସିବ । ସେହିପରି ତାଳଦଣ୍ଡା କେନାଲ ବନ୍ଧରୁ ଡାକ୍ତରଖାନାକୁ ସଂଯୋଗ କରୁଥିବା ରାସ୍ତାକୁ ୩ ଲେନ୍‌ ବିଶିଷ୍ଟ କରାଯିବା ଯାତାୟତ ସୁବିଧା ପାଇଁ ୨ଟି ଓଭରବ୍ରିଜ ନିର୍ମାଣ କରାଯିବାକୁ ଯୋଜନା ରହିଛି ।

ସ୍ୱାମୀ ନଥିଲା ବେଳେ ଏମିତି କଲେ ପରିବାର ଲୋକ

କେନ୍ଦ୍ରାପଡ଼ା: ଯୌତୁକ ପାଇଁ ନବବଧୂକୁ ଜାଳିଲେ ଶାଶୂଘର ଲୋକ । ସ୍ୱାମୀ ନ ଥିଲା ବେଳେ କିରୋସିନରେ ଢାଳି ଜାଳିଲେ ଶାଶୂ, ଶ୍ୱଶୂର, ଦିଅର ଓ ନଣନ୍ଦ । ମୃତ୍ୟୁମୁଖର ବଞ୍ଚିଯାଇଛନ୍ତି, ହେଲେ ପୋଡ଼ିଯାଇଛି ଶରୀରର ୮୦ ପ୍ରତିଶତ । ଏଭଳି ଘଟଣାକୁ ନେଇ କେନ୍ଦ୍ରାପଡ଼ା ବାରଦିଆ ଗାଁରେ ତୀବ୍ର ପ୍ରତିକ୍ରିୟା । କଟକ ବଡ଼ ମେଡିକାଲରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ପୀଡ଼ିତା ରଶ୍ମିତା ।

୨୦୧୮ ଜୁନ ମାସରେ ବାରଦିଆ ଗାଁର ବୈଲୋଚନଙ୍କ ସହ ହୋଇଥିଲା ବାହାଘର । ରଶ୍ମିତାଙ୍କ ଘର ରାଜନଗର ଥାନା ଧନେଶ୍ୱରପୁରରେ । ଜାଳିବା ପୂର୍ବରୁ ଅନେକ ଥର ଯୌତୁକ ପାଇଁ ନିର୍ଯାତନା ସହିଛନ୍ତି ରଶ୍ମିତା । ତେବେ ରଶ୍ମିତାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିଥିଲେ । ରାଜନଗର ଥାନାରେ ଅଭିଯୋଗ ପରେ ଶାଶୂ ଭାରତୀ ଦାସ, ଶ୍ୱଶୂର ବିକ୍ରମ ଦାସ ଓ ନଣନ୍ଦଙ୍କୁ ଗିରଫ କରିଛି ପୋଲିସ ।

ରାଜ୍ୟର ପ୍ରଥମ କାଡଭରିକ ଟ୍ରାନ୍‌ସ ପ୍ଲାଣ୍ଟ: ଏସସିବିରେ ବିରଳ ଅସ୍ତ୍ରୋପଚାର

କଟକ: ଇତିହାସ ରଚିଲା ଏସ୍‌ସିବି । କଟକ ବଡ଼ ମେଡିକାଲରେ ବିରଳ ଅସ୍ତ୍ରୋପଚାର । ରାଜ୍ୟର ପ୍ରଥମ କାଡଭରିକ ଟ୍ରାନ୍‌ସ ପ୍ଲାଣ୍ଟ ବା ମୃତ୍ୟୁ ପରେ କିଡନୀ ପ୍ରତିରୋପଣ କରାଯାଇଛି । ଗତକାଲି ରାତିରେ ଭୁବନେଶ୍ୱରରୁ ଜଣେ ମୃତକଙ୍କଠାରୁ କିଡନୀ ନେଇ କଟକ ଏସସିବିରେ କିଡନି ହରାଇଥିବା ରୋଗୀଙ୍କଠାରେ ପ୍ରତିରୋପଣ କରାଯାଇଛି ।

ମୃତକ ଜଣେ ମହିଳା। ସଡକ ଦୁର୍ଘଟଣା ପରେ କାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଅଙ୍ଗଦାନ ପାଇଁ ତାଙ୍କ ପରିବାର ଲୋକେ ଇଚ୍ଛା ପ୍ରକାଶ କରିଥିଲେ । ମୃତ୍ୟୁ ପରେ ତାଙ୍କର ୨ଟି କିଡନି ୨ ଜଣ ପୁରୁଷଙ୍କୁ ଦିଆଯାଇଛି। ଏସସିବିରେ ୩ ଘଣ୍ଟା ଧରି ଏହି ବିରଳ ଅପରେସନ୍‌ ଚାଲିଥିଲା । ଲେଫ୍ରୋଲୋଜି ବିଭାଗ ମୁଖ୍ୟ ଚିତ୍ତରଂଜନ କର ଏନେଇ ସୂଚନା ଦେଇଛନ୍ତି।

କରୋନା ଭାଇରସ୍‌କୁ ରାଜ୍ୟ ବିପତ୍ତି ଘୋଷଣା କଲେ ରାଜ୍ୟ ସରକାର

କେରଳ: କରୋନା ଭାଇରସ୍‌କୁ ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି କେରଳ ସରକାର । ରାଜ୍ୟରେ ୩ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ରାଜ୍ୟ ବିପତ୍ତି ଘୋଷଣା କରାଯାଇଛି । ରାଜ୍ୟର ସବୁ ଜିଲ୍ଲାରେ ଏନେଇ ଆଲର୍ଟ ଜାରି କରାଯାଇଛି। ଦେଶର ୩ କରୋନା ଆକ୍ରାନ୍ତ କେରଳର ଓ ସେମାନେ ନିକଟରେ ଚୀନ୍‌ରୁ ଫେରିଛନ୍ତି। ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି ।

ରଳରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ପଡ଼ୋଶୀ ରାଜ୍ୟ କର୍ଣ୍ଣାଟକର ଅନେକ ଜିଲ୍ଲାରେ ହାଇ ଆଲର୍ଟ ଘୋଷଣା କରାଯାଇଛି । କେରଳର ପ୍ରାୟ ୭୦ ଜଣ ଲୋକଙ୍କୁ ଆଇସୋଲେସନ୍‌ ୱାର୍ଡରେ ରଖାଯାଇଛି । ସେପଟେ ଚୀନ୍‌ରେ କରୋନା ନେଲାଣି ୪ଶହରୁ ଅଧିକ ଜୀବନ । ୨୦ହଜାରରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଚୀନ୍‌ର ବୁହାନରୁ ସାରା ବିଶ୍ୱକୁ କାୟା ବିସ୍ତାର କରୁଛି କରୋନା ।