ଆସିକା: ଗଞ୍ଜାମ ଜିଲ୍ଲା ଶେରଗଡ଼ ମାରୁଡ଼ି ଛକରେ ଦୁର୍ଘଟଣା । ସକାଳେ ଏକ ବାଇକ୍ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଗୁରୁତର ଆହତ ହୋଇଥିଲେ ଜଣେ ଯୁବକ । ସେତିକି ବେଳେ ଗଞ୍ଜାମ ଜିଲ୍ଲାପାଳ ସେହି ବାଟରେ ଏକ କାର୍ଯ୍ୟକ୍ରମ ସାରି ଫେରୁଥିଲେ । ଆଉ ଲୋକଙ୍କ ଜାମ୍ ଦେଖି ଗାଡ଼ିରୁ ଓହ୍ଲାଇ ଦେଖିଥିଲେ ରାସ୍ତା ଉପରେ ଛିଟକି ପଡ଼ିଛନ୍ତି ଆହତ ଜଣଙ୍କ । ଲୋକଙ୍କ ଗହଳି ଅଛି ହେଲେ, କେହି ମେଡିକାଲ ନେଉନାହାନ୍ତି ।
ଆମ୍ବୁଲାନ୍ସକୁ ଅପେକ୍ଷା ନକରି ଜିଲ୍ଲାପାଳ ତୁରନ୍ତ ଆହତ ଯୁବକଙ୍କୁ ନିଜ ଗାଡ଼ିରେ ଆଣି ହିଞ୍ଜିଳିକାଟୁ ମେଡିକାଲରେ ଭର୍ତ୍ତି କରିଥିଲେ । ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକ ବେଶ୍ ପ୍ରଂଶସା କରୁଛନ୍ତି ।
ଆମ୍ବୁଲାନ୍ସକୁ ଅପେକ୍ଷା ନକରି ନିଜ ଗାଡ଼ିରେ ଗୁରୁତର ଯୁବକଙ୍କୁ ମେଡିକାଲ ନେଲେ ଜିଲ୍ଲାପାଳ
ଢେଙ୍କାନାଳ: କାମାକ୍ଷାନଗରରେ ଲଜ୍ଜା । ୧୦ ବର୍ଷର ମାନସିକ ଅନଗ୍ରସର ନାବାଳିକାକୁ ଅସଦାଚରଣ ଅଭିଯୋଗ । ମଠକରଗୋଳା ଗାଁର ଗଦି ବେପାରୀ ରାଜୁ ମଲ୍ଲିକ ନାଁରେ କାମାକ୍ଷାନଗର ଥାନାରେ ଏତଲା ।
ଢେଙ୍କାନାଳ: କାମାକ୍ଷାନଗରରେ ଲଜ୍ଜା । ୧୦ ବର୍ଷର ମାନସିକ ଅନଗ୍ରସର ନାବାଳିକାକୁ ଅସଦାଚରଣ ଅଭିଯୋଗ । ମଠକରଗୋଳା ଗାଁର ଗଦି ବେପାରୀ ରାଜୁ ମଲ୍ଲିକ ନାଁରେ କାମାକ୍ଷାନଗର ଥାନାରେ ଏତଲା ।
ଡିଏଭି ପୋଖରୀପୁଟର ବାର୍ଷିକ ଉତ୍ସବ ‘ମେରାକି’
ଭୁବନେଶ୍ୱର: ଉଦ୍ଯାପିତ ହୋଇଯାଇଛି ଡିଏଭି ପୋଖରୀପୁଟର ବାର୍ଷିକ ଉତ୍ସବ ‘ମେରାକି’ । ପାରମ୍ପରିକ ରୀତିରେ ବେଦମନ୍ତ୍ର ପାଠ ପରେ ଡିଏଭି ଗାନ କରାଯାଇଥିଲା । ମୁଖ୍ୟଅତିଥିଙ୍କ ଦ୍ୱାରା ଶୁଭ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସମୂହ ସଂଗୀତ ଗାନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଉତ୍ସବରେ ମୁଖ୍ୟ ଅତିଥିରୂପେ ଉଚ୍ଚ ନ୍ୟାୟାଳୟର ବିଚାରପତି ଶ୍ରୀଯୁକ୍ତ ଦେବବ୍ରତ ଦାଶ ଯୋଗଦେଇ ବିଦ୍ୟାର୍ଥୀଙ୍କୁ ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରାଯାଇ ଶୃଙ୍ଖଳିତ କରାଯାଉ । ସେ ତା’ର ଶୈଶବକୁ ଉପଯୁକ୍ତ ଭାବରେ ଉପଭୋଗ କରିବାର ସୁଯୋଗ ଲାଭ କରୁ ବୋଲି କହିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ମଦନମୋହନ ପଣ୍ଡା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ।
ସ୍ୱାଗତ ଅଭିଭାଷଣରେ ବିଦ୍ୟାର୍ଥୀମାନେ ଶିକ୍ଷକତା ବୃତ୍ତିକୁ ଭବିଷ୍ୟତରେ ଆପଣାଇ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହେବାପାଇଁ ଆହ୍ୱାନ ଦେଇଥିଲେ । ଡିଏଭି ବିଦ୍ୟାଳୟ ସମୂହ-୧ର ଆଞ୍ଚଳିକ ଅଧିକାରୀ ଡ. କେ. ସି. ଶତପଥୀ ୪-ଜି ଅର୍ଥାତ୍ ମୋବାଇଲର ସଦ୍ବ୍ୟବହାର, ଶୃଙ୍ଖଳିତ ଜୀବନଯାପନ, ଶ୍ରେଣୀକକ୍ଷରେ ନିୟମିତ ଉପସ୍ଥାନ ଓ ମଟର ସାଇକଲ ବ୍ୟବହାର ନ କରିବାକୁ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁଜାତା ଚଳିତ ବର୍ଷର ବିବିଧ କାର୍ଯ୍ୟକ୍ରମ ତଥା କୃତିତ୍ୱ ସମ୍ବନ୍ଧୀୟ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ପ୍ରତିଭା ସମ୍ପନ୍ନ ଛାତ୍ରଛାତ୍ରୀ, ଦଶମ ଓ ଦ୍ୱାଦଶ ଶ୍ରେଣୀର ଶିକ୍ଷାଦାନ କରୁଥିବା ବିଭିନ୍ନ ବିଭାଗର ଶିକ୍ଷକ ଶିକ୍ଷୟିତ୍ରୀ ତଥା କାର୍ଯ୍ୟାଳୟ କର୍ମକର୍ତ୍ତା ଅଶୋକ କୁମାର ସାହୁଙ୍କୁ ନିଜର କର୍ମ ନିପୁଣତା ପାଇଁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ସାଂସ୍କୃତିକ ବିଭାଗର ଇନା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ମଙ୍ଗରାଜ ।
ଉକ୍ତ କାର୍ଯ୍ୟକ୍ରମରେ ଡିଏଭି ୟୁନିଟ୍-୮ ଅଧ୍ୟକ୍ଷା, ଡିଏଭି କଳିଙ୍ଗନଗରର ଅଧ୍ୟକ୍ଷଙ୍କ ସହ ଡିଏଭି ବିଦ୍ୟାଳୟ ସମୂହ -୧ ର ଅଧିକାଂଶ ଅଧ୍ୟକ୍ଷା ଅଧ୍ୟକ୍ଷ, ଶିକ୍ଷୟିତ୍ରୀ ଶିକ୍ଷକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ପ୍ରାୟ ୬୦୦ ବିଦ୍ୟାର୍ଥୀଙ୍କ ଦ୍ୱାରା ଆକର୍ଷଣୀୟ ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମକୁ ୩୦୦୦ରୁ ଊର୍ଦ୍ଧ୍ୱ ଦର୍ଶକ ମନଭରି ଉପଭୋଗ କରି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ ।
ସାଂସ୍କୃତିକ କାର୍ଯ୍ୟକ୍ରମରେ ପାୟଲ କି ଝଙ୍କାର, ନବରସ୍-ଏକ୍ ଅନୁଭୂତି, ପଞ୍ଜାବ-ଦି-ରୋନକ, ୱେଷ୍ଟନ୍ ସ୍ୱାଗ୍, ଓଡିଆ ନାଟକ – ଭିନ୍ନ ଏକ ଗାନ୍ଧୀ, ଅଗ୍ରଗଣ୍ୟ, ତୁଟ୍-ତା-ତାରା ଆଦି କାର୍ଯ୍ୟକ୍ରମ ଚିତ୍ତାକର୍ଷକ ଶୈଳୀରେ ଶିଶୁଶିଳ୍ପୀମାନେ ପରିବେଷଣ କରି ଦର୍ଶକମାନଙ୍କୁ ବିମୁଗ୍ଧ କରିଥଲେ ।
ଗଞ୍ଜାମ: ଶେରଗଡ଼ ମାରୁଡ଼ି ଛକରେ ଦୁର୍ଘଟଣା । ବାଇକ୍ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଯୁବକ ଗୁରୁତର । ଆମ୍ବୁଲାନ୍ସକୁ ଅପେକ୍ଷା ନକରି ଆହତଙ୍କୁ ନିଜ ଗାଡ଼ିରେ ନେଇ ହିଞ୍ଜିଳି ମେଡିକାଲରେ ଭର୍ତ୍ତି କଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।
ଗଞ୍ଜାମ: ଶେରଗଡ଼ ମାରୁଡ଼ ଛକରେ ଦୁର୍ଘଟଣା । ବାଇକ୍ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଯୁବକ ଗୁରୁତର । ଆମ୍ବୁଲାନ୍ସକୁ ଅପେକ୍ଷା ନକରି ଆହତଙ୍କୁ ନିଜ ଗାଡ଼ିରେ ନେଇ ହିଞ୍ଜିଳି ମେଡିକାଲରେ ଭର୍ତ୍ତି କଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।
କଟକ: ଖୋଲିଲା ବାରବାଟୀ ଷ୍ଟାଡିୟମ ଗେଟ୍ । ଷ୍ଟାଡିୟମ ପ୍ରବେଶ ବେଳେ ଦର୍ଶକଙ୍କୁ ତନ୍ନତନ୍ନ ଯାଞ୍ଚ । କୌଣସି ଖାଦ୍ୟ, ପାଣି ବୋତଲ କି ବ୍ୟାଗ ଓ କଏନ ନେଇ କାହାରିକୁ ଭିତରକୁ ଛଡ଼ାଯାଉନି । ନିଜେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରୁଛନ୍ତି ପୋଲିସ କମିଶନର ।
କଟକ: ଖୋଲିଲା ବାରବାଟୀ ଷ୍ଟାଡିୟମ ଗେଟ୍ । ଷ୍ଟାଡିୟମ ପ୍ରବେଶ ବେଳେ ଦର୍ଶକଙ୍କୁ ତନ୍ନତନ୍ନ ଯାଞ୍ଚ । କୌଣସି ଖାଦ୍ୟ, ପାଣି ବୋତଲ କି ବ୍ୟାଗ ଓ କଏନ ନେଇ କାହାରିକୁ ଭିତରକୁ ଛଡ଼ାଯାଉନି । ନିଜେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରୁଛନ୍ତି ପୋଲିସ କମିଶନର ।
ଅଫିସରଙ୍କୁ ନୂଆ ବର୍ଷ ଭେଟି, ୪୭ ଆଇପିଏସ୍ ଓ ଆଇଏଏସ୍ଙ୍କୁ ପଦୋନ୍ନତି
ଭୁବନେଶ୍ୱର: ନୂଆବର୍ଷରେ ଅଫିସରଙ୍କୁ ରାଜ୍ୟ ସରକାରଙ୍କ ଉପହାର । ୪୭ ଆଇପିଏସ୍ ଓ ଆଇଏଏସ୍ଙ୍କୁ ମିଳିଛି ପଦୋନ୍ନତି । ୧୬ ଜଣ ଆଇପିଏସ୍ଙ୍କୁ ପଦୋନ୍ନତି ଦିଆଯାଇଛି । ୧୯୯୫ ବ୍ୟାଚର ୩ ଜଣ ଆଇପିଏସ୍ଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ରାଧାକ୍ରିଷ୍ଣ ଶର୍ମା, ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ସନ୍ତୋଷ ବାଲାଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି କରାଯାଇଛି । ୨୦୦୨ ବ୍ୟାଚର ୨ ଜଣ ଆଇପିଏସ୍ ଅଫିସର ଆଇଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି ।
ଅମିତ୍ରେନ୍ଦ୍ର ନାଥ ସିହ୍ନା ଓ ନରସିଂହ ଭୋଳ ଆଇଜି ସ୍ତରକୁ ପଦୋନ୍ନତି ହୋଇଛନ୍ତି । ୨୦୦୬ ବ୍ୟାଚର ୫ ଜଣ ଆଇପିଏସ୍ ଡିଆଇଜି ପାହ୍ୟ।କୁ ପଦୋନ୍ନତି ପାଇଛନ୍ତି । ଅନିରୁଦ୍ଧ ସିଂହ, ଅନୁପ କୁମାର ସାହୁ, ଅମ୍ରିତା ଦାସ, ଅନୁପ କ୍ରିଷ୍ଣା, ସୁଧା ସିଂହ ଡିଆଇଜି ପାହ୍ୟ।କୁ ପଦୋନ୍ନତି ପାଇଛନ୍ତି । ୨୦୦୭ ବ୍ୟାଚର ଆଇପିଏସ୍ ସାର୍ଥକ ଷଡଙ୍ଗୀ, ଅବିନାଶ କମୁ।ର, ନୀତି ଶେଖର ଓ ପଣ୍ଡିତ ରାଜେଶ ଉତ୍ତମରାଓ ସିଲେକ୍ସନ ଗ୍ରେଡକୁ ପଦୋନ୍ନତି ପାଇଛନ୍ତି ।
ସେହଭିଳି ୨୭ ଜଣ ଆଇଏଏସ୍ଙ୍କୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ୧୯୯୫ ବ୍ୟାଚର ଆଇଏଏସ୍ ଅଫିସର ହେମନ୍ତ ଶର୍ମା, ବିଷ୍ଣୁପଦ ସେଠୀ, ଚିତ୍ର ଅରମୁଗମ୍ ଓ ସୁଶୀଲ କୁମାର ଲୋହାନିଙ୍କୁ ସରକାର ପ୍ରମୁଖ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । ଏହାସହ ଭୁବନେଶ୍ୱର ଡିସିପି ମଧ୍ୟ ବଦଳିବା ସମ୍ଭାବନା ରହିଛି । ପରବର୍ତ୍ତୀ ଡିସିପି ହୋଇପାରନ୍ତି ବୌଦ୍ଧର ପୂର୍ବତନ ଏସ୍ପି ସୁଧାଂଶୁ ଶେଖର ମିଶ୍ର ।
ବଲାଙ୍ଗିର: ଲୋଇସିଂହା ବ୍ଲକ ଯୋଗୀସୁର୍ଡା ପଞ୍ଚାୟତ ଗୁଞ୍ଜିଭଟ୍ଟା ଗାଁରେ ଅଗ୍ନିକାଣ୍ଡ । ବିକ୍ରି ପାଇଁ ଗଚ୍ଛିତ ଥିବା ୨ ଶହ କ୍ୱିଣ୍ଟାଲ ଧାନରେ ଲାଗିଲା ନିଆଁ । ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ଗାଁର ତିନିଜଣ ଚାଷୀ ବିକ୍ରି ପାଇଁ ଧାନ ରଖିଥିଲେ ।
ବଲାଙ୍ଗିର: ଲୋଇସିଂହା ବ୍ଲକ ଯୋଗୀସୁର୍ଡା ପଞ୍ଚାୟତ ଗୁଞ୍ଜିଭଟ୍ଟା ଗାଁରେ ଅଗ୍ନିକାଣ୍ଡ । ବିକ୍ରି ପାଇଁ ଗଚ୍ଛିତ ଥିବା ୨ ଶହ କ୍ୱିଣ୍ଟାଲ ଧାନରେ ଲାଗିଲା ନିଆଁ । ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ଗାଁର ତିନିଜଣ ଚାଷୀ ବିକ୍ରି ପାଇଁ ଧାନ ରଖିଥିଲେ ।
ପର୍ଯ୍ୟଟନସ୍ଥଳୀର ବିକାଶ ସହ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ବ୍ଲୁପ୍ରିଣ୍ଟ
ଭୁବନେଶ୍ୱର: ରାଜ୍ୟରେ ବ୍ୟାପକ କରାଯିବ ଟୁରିଜିମ୍ ପୋଲିସିଂ ବ୍ୟବସ୍ଥା । କଡ଼ାକଡ଼ି ହେବ ପର୍ଯ୍ୟଟକଙ୍କ ସୁରକ୍ଷା । ପୋଲିସକୁ ଏଥିପାଇଁ ସ୍ୱତନ୍ତ୍ର ତାଲିମ୍ ଦିଆଯିବ । ଏବେ ପିକ୍ନିକ୍ ଋତୁରେ ସବୁ ପର୍ଯ୍ୟଟନସ୍ଥଳୀରେ ଭିଡ଼ ଜମୁଥିବା ବେଳେ ଅସାମାଜିକ କାର୍ଯ୍ୟକଳାପ ଅଭିଯୋଗ ଆସୁଛି । ତେଣୁ, ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ଓଡ଼ିଶାରେ ୩୦୦ରୁ ଅଧିକ ପର୍ଯ୍ୟଟନସ୍ଥଳୀ ରହିଛି । କେଉଁଠି ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ତ ଆଉ କେଉଁଠି ମନ୍ଦିରର କାରୁକାର୍ଯ୍ୟ ପାଲଟିଛି ଆକର୍ଷଣ । କିଛି ସ୍ଥାନରେ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଛି । କିନ୍ତୁ ସବୁ ପର୍ଯ୍ୟଟନସ୍ଥଳୀରେ ଆବଶ୍ୟକ ସଂଖ୍ୟକ ସୁରକ୍ଷାକର୍ମୀ ନାହାନ୍ତି ।
ପର୍ଯ୍ୟଟନସ୍ଥଳୀର ବିକାଶ ସହ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଟୁରିଜିମ୍ ପୋଲିସିଂକୁ ବ୍ୟାପକ ଓ ଅଧିକ ସକ୍ରିୟ କରାଯିବ । ପର୍ଯ୍ୟଟକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ପାଇଁ ସେମାନଙ୍କୁ ବିଭିନ୍ନ ବିଭାଗର ସମନ୍ୱୟରେ ପ୍ରଶିକ୍ଷଣ ଦିଆଯାଉଥିବା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି ।
ଓଡ଼ିଶାରେ ଟୁରିଷ୍ଟ ପୋଲିସିଂ ୨୦୧୫ରୁ ଆରମ୍ଭ ହୋଇଛି । ଟୁରିଷ୍ଟ ପୋଲିସ ବ୍ୟବସ୍ଥା କିପରି କାର୍ଯ୍ୟ କରିବ, ସେନେଇ ରିପୋର୍ଟ ପ୍ରଦାନ ପାଇଁ ରାଜ୍ୟ ସରକାର ଏକ କମିଟି ଗଠନ କରିଥିଲେ । ଏବେ ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ ।


ଏମାନଙ୍କ କହିବା କଥାହେଲା ପିଆଜର ଚଢ଼ା ଦାମକୁ ନେଇ ସମସ୍ତେ ଚିନ୍ତାରେ ଅଛନ୍ତି । ଆଉ କ୍ରିଜରେ ଖେଳାଳି ଚାପଗ୍ରସ୍ତ ହୋଇ ଖେଳୁଛନ୍ତି । ତେଣୁ, ସେମାନଙ୍କୁ ଟିକେ ମୋଟିଭେଟ୍ କରିବା ପାଇଁ ପିଆଜକୁ ନେଇ ପ୍ଲାନିଂ କରିଛୁ । ମାନେ, ଗୋଟିଏ ଛକା ମାରିଲେ କେଜିଏ ପିଆଜ ଦିଆଯିବ ବୋଲି କହିଛନ୍ତି । ଏହାକୁ ନେଇ ବାରବାଟୀରେ ଖୁବ୍ ଚର୍ଚ୍ଚା ।
ମ୍ୟାଚ୍ ସରିବା ପରେ ବସ୍ ରାତିରେ ବାରବାଟୀ ଷ୍ଟାଡିୟମ୍ ନିକଟରୁ ଦର୍ଶକଙ୍କୁ ଭୁବନେଶ୍ୱର ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି । ଅଧିକ ଭିଡ଼କୁ ଦୃଷ୍ଟିରେ ରଖି ୧୦ଟି ବସକୁ ରିଜର୍ଭ ରଖାଯାଇଛି । ଆବଶ୍ୟକସ୍ଥଳେ ବସକୁ ବ୍ୟବହାର କରାଯିବ । ବସ୍ ଦର୍ଶକଙ୍କୁ ଷ୍ଟାଡିୟମର ୯୦୦ ମିଟର ଦୂରରେ ଛାଡ଼ିବ ।
ଏନେଇ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋର୍ଥାଙ୍କ ସୂଚନା ଦେଇଛନ୍ତି । ଯାତ୍ରୀଙ୍କ ପାଇଁ ଭୁବନେଶ୍ୱରରୁ ବାରବାଟୀ ଷ୍ଟାଡିୟମ ଭଡ଼ା ରହିଛି ୩୦ ଟଙ୍କା । ଏଥିସହ କ୍ରିକେଟପ୍ରେମୀଙ୍କ ପାଇଁ ସେଲ୍ଫି ଜୋନ୍ କରାଯାଇଛି ।