spot_img
Home Blog Page 7441

ଫୁଟ୍‌ପାଥ୍‌ରେ ରଂଗତୂଳୀରୁ ଆହାର ଖୋଜୁଛନ୍ତି ସର୍ବହରା ସିନେ ପ୍ରଯୋଜକ

0

ସେ ଚିତ୍ରକରରୁ ବନିଥିଲେ ପ୍ରଯୋଜକ, ଆଉ ଏବେ ପ୍ରଯୋଜକରୁ ଫୁଟ୍‌ପାଥ୍‌ ଚିତ୍ରକର । ରଙ୍ଗତୂଳୀ କାନ୍‌ଭାସ୍‌ଠୁ କିଛି ସମୟ ଦୂରେଇ ଯାଇ ବଡ଼ ପରଦା ଆଡ଼କୁ ମୁହାଁଇଥିଲେ । କିନ୍ତୁ ଭାଗ୍ୟ ସାଥ୍ ଦେଲାନି, ବରବାଦ ହୋଇଗଲେ । ଏବେ ତାଙ୍କ ପାଇଁ ଅନ୍ନ ମୁଠାଏ ରାନ୍ଧି ଦେବାକୁ କେହି ନାହାନ୍ତି । ଆମେ ଆପଣଙ୍କୁ କଳାର ପୂଜାରୀ ରଘୁ ପିଲାଇଙ୍କ କଥା କହୁଛୁ ଯାହାଙ୍କୁ ଆହା ପଦେ କହିବାକୁ କେହି ନାହାନ୍ତି । । ହଁ ….ସେ ହେଉଛନ୍ତି ସେଇ ରଘୁ ଯିଏ ହେଉଛନ୍ତି ଓଡିଆ ସିନେମା ‘ମାଣିକ’ର ପ୍ରଯୋଜକ,କଳା ନିର୍ଦ୍ଦେଶକ ଓ ଚିତ୍ରନାଟ୍ୟ ନିର୍ଦ୍ଦେଶକ ।

ରଘୁ ପିଲାଇଙ୍କ ଘର କେରଳ । ବନ୍ଧୁ ପି.କେ. ମିଶ୍ରଙ୍କ କଥାରେ କେରଳରୁ ଓଡ଼ିଶା ଆସି ଖାଣ୍ଟି ଓଡ଼ିଆ ହୋଇଯାଇଛନ୍ତି । ରଘୁ ଆଜି ଦାରିଦ୍ର୍ୟର କଷାଘାତ ଭିତରେ ପେଷି ହୋଇଯାଇଛନ୍ତି ।  ଅନ୍ଧକାର ଜୀବନ ସହ ସଂଗ୍ରାମ କରୁଛନ୍ତି । ନା ଅଛି ପଇସା ନା ତାଙ୍କ ପାଇଁ ଅଛି  କାହାର ଆହାପଦ । କେବଳ ରଙ୍ଗ,ତୁଳୀ ଆଉ କାନ୍‌ଭାସ୍‌ ଭିତରେ ଖୋଜି ହେଉଛନ୍ତି ଅତୀତ । ଆଜି ୮୮ ବର୍ଷ ବୟସରେ ଏଇ ମଣିଷ ଜଣକ ନିଜ ସୃଷ୍ଟି ଭିତରୁ ସାଉଁଟିକାବୁ ଚେଷ୍ଟା କରୁଛନ୍ତି ବିଗତ ଦିନର ସ୍ମୃତିକୁ ।

ଓଡ଼ିଶାରେ ରହୁ ରହୁ ରଘୁ ଚିତ୍ରକର ଜୀବନରୁ ହଟି ଓଡିଶାର ଲୋକକଥା,ସାହିତ୍ୟ, ସଂସ୍କୃତି, ବେଦ, ପୁରାଣ, ଉପନିଷଦ ଉପରେ ଦଖଲ ବଢେଇବାକୁ ଲାଗିଲେ । ସେ ଚିନ୍ତା କଲେ ଜଗନ୍ନାଥ ସଂସ୍କୃତି ଉପରେ ଗୋଟେ ଚଳଚିତ୍ର କାହିଁକି ନ କରିବେ । ସେ ବି ଗପ ଲେଖିପାରନ୍ତି, ଚିତ୍ରନାଟ୍ୟ କଣ ଜାଣନ୍ତି,ସହଜେ ତ ସେ ଜଣ କଳା ନିର୍ଦ୍ଦେଶକ  । ୟାପରେ ସେ ନିଜ ନାଁକୁ ଯୋଡିଲେ ପ୍ରଯୋଜକ ହିସାବରେ ।୧୯୮୦ ମସିହାରେ ଜଗନ୍ନାଥ ସଂସ୍କୃତିର ଭାବଧାରାକୁ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ସେ ତିଆରି କରିଥିଲେ ଚଳଚିତ୍ର “ମାଣିକ”  । ମାଣିକପାଟଣାରେ ମାଣିକ,ଜଗନ୍ନାଥ,ବଳଭଦ୍ରଙ୍କୁ ଦହି ପିଇବାକୁ ଦେଇ ମାଣିକ ଗଉଡୁଣୀର ଯେଉଁ କୀର୍ତ୍ତି ଥିଲା ତାକୁ ଚଳଚିତ୍ରରେ ରୂପ ଦେବାପାଇଁ ସେ ହେଲେ ପ୍ରଯୋଜକ, କଳାନିର୍ଦ୍ଦେଶକ ।

ଫିଲ୍ମ ତିଆରି କରିବା ପାଇଁ ତା ପରଦିନ ଠାରୁ ଦୁଇ ବନ୍ଧୁ ମାନେ ପି.କେ. ମିଶ୍ର ଆଉ ରଘୁ ଦୌଡ଼ିବାକୁ ଲାଗିଲେ ଏ ବ୍ୟାଙ୍କ୍‌ରୁ ସେ ବ୍ୟାଙ୍କ । ଏକ ଜିଦ୍‌ ଭଲ ସିନେମା, ଉନ୍ନତ ଜ୍ଞାନକୌଶଳରେ ନିର୍ମିତ ହେବ । କିଛିଦିନ ଦୌଡାଦୌଡି କଲାପରେ ବ୍ୟାଙ୍କ ଠୁ ସବୁଜ ସଙ୍କେତ ଆସିଲା,ହଁ,ଲୋନ୍‌ ମିଳିଯିବ ।

କାହାଣୀ ଚୟନ ହେଇଗଲା,ସ୍କ୍ରିନ୍‌ ପ୍ଲେ  ଆରମ୍ଭ ହେଲା । ଭୁବନେଶ୍ୱର ଆସି ସୁଟିଂ ଶେଷ ହେଲା,ବାକି ରହିଲା ଶୁଟିଂ ଶେଷ ହେବା ପର ପର୍ଯ୍ୟାୟ କଥା ।ସବୁଠୁ ଦୁଖର କଥା ରଘୁବାବୁଙ୍କ ‘ମାଣିକ’ ଚଳଚିତ୍ରରେ ଶେଷ କାମଟା ହେଇପାରିଲାନି । ସିନେମା ହଲ୍‌କୁ ଯିବା ପୂର୍ବରୁ ଯେଉଁ ଶେଷ କାମ ମାନେ ଏଡ଼ିଟିଂ, ମିକ୍ସିଂ ଇତ୍ୟାଦି କାମତକ ହୋଇପାରିଲା ନାହିଁ । ମାଣିକ ଡବା ଭିତରେ ରହି ଖାଲି ଛଟପଟ ହେଲା କାରଣ ସେତେବେଳକୁ ରଘୁବାବୁଙ୍କ ପାଖରେ ପଇସା ସରିଯାଇଥିଲା ।

ଚିତ୍ରକର ରଘୁ ପିଲାଇଙ୍କ ସ୍ୱପ୍ନ ସ୍ୱପ୍ନରେ ରହିଗଲା । ସେ ମୁଖ୍ୟ ପ୍ରଯୋଜକ ହୋଇପାରିଲେନି ବରଂ ଥାର୍ଡପାର୍ଟି ଭାବେ ଦସ୍ତଖତ କରି ସିନେମାକୁ ବିକ୍ରି କରିଦେଲେ । ସେ ସିନା ବାସ୍ତବରେ ପ୍ରଯୋଜକ, କିନ୍ତୁ ଦର୍ଶକଙ୍କ ପାଇଁ ସିନେମା ପରଦାରେ ତାଙ୍କ ନାଁ ରହିଲା ଚିତ୍ରନାଟ୍ୟରେ । ଭାଗ୍ୟର ପଶାପାଲିରେ ଠିକ୍ ଭାବେ ଗୋଟି ଚାଳନା କରି ନ ପାରିବାରୁ ତାଙ୍କ କ୍ଷେତ୍ରରେ  ସମ୍ଭବତଃ ଏମିତି ହେଲା । ସେ ଅନୁଭବ କଲେ, କଳାମାଣିକ ଯେମିତି ତାଙ୍କ କାନ ପାଖରେ କହୁଛି….‘ ତତେ ମୁଁ ଚିତ୍ରକର ହିସାବରେ ଦେଖିବାକୁ ଚାହୁଁଥିଲି, ତୁ ତାକୁ ଭୁଲିଗଲୁ’ । ମାଣିକ ସିନେମା ବରବାଦ ହେବା ପରେ ଚଳଚିତ୍ର ପ୍ରଯୋଜକ ରଘୁରୁ ପୁଣି ଫେରି ଆସିଲେ ଚିତ୍ରକର ରଘୁ ପରିଚୟକୁ । କିନ୍ତୁ ସେତେବେଳେ କାନଭାସ୍‌ ସାମ୍ନାରେ ନ ଥିଲା, ଥିଲା ରାସ୍ତାକଡର ମାଇଲ୍‌ଖୁଣ୍ଟ ଆଉ ଖାଲି କାନ୍ଥ ।ଯେଉଁଥିରେ ଲେଖିବାକୁ ପଡୁଥିଲା କେଉଁଝରରୁ ଆନନ୍ଦପୁର ଏତିକି କିଲୋମିଟର ।

ସମ୍ଭବତଃ ସିନେ ପ୍ରଯୋଜକ ବନିବା ତାଙ୍କ ଜୀବନର ଏକ ବଡ ଭୁଲ୍ । ସେ ଏଥିପାଇଁ ସର୍ବହରା ହୋଇଗଲେ ।  ଦୁଇ ଝିଅଙ୍କୁ ଯେନକେନ ପ୍ରକାରେ ବାହା ଦେବା ପରେ ଏଇ ଅଢେଇ ବର୍ଷ ତଳେ ପତ୍ନୀ ବି ହାତ ଛାଡି ଚାଲିଗଲେ ଆରପାରିକୁ । ପତ୍ନୀ ଚାଲିଯିବା ପରେ ଏବେ ରଂଗତୂଳୀ ଆଉ କାନ୍‌ଭାସ୍ ତାଙ୍କର ଜୀବନସାଥୀ ।   

ବହୁତ ବଡବଡ ଲୋକ ତାଙ୍କୁ ପ୍ରଶଂସା କରନ୍ତି,ସ୍ୱପ୍ନକୁ ସାକାର କରିବା ପାଇଁ ସରକାରୀ ସ୍ତରରେ ଚେଷ୍ଟା କରିବାକୁ ପ୍ରତିଶ୍ରୁତି ଦିଅନ୍ତି,ତଥାପି ଫଳ କିଛି ଫଳେନି । ଚିତ୍ରକର ରଘୁଙ୍କର ଅକାଳ ମୃତ୍ୟୁ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନି । ଏବେ ଦେଖିବାର କଥା କଳାମାଣିକ ତାଙ୍କୁ ଶେଷ ସମୟରେ କିଛି ଦେଉଛି ନା ନାହିଁ ।

 

 

ଆସନ୍ତାକାଲି ବାରବାଟୀକୁ ମ୍ୟାଚ୍ ଦେଖିବାକୁ ଯାଉଛନ୍ତି କି ? ଜାଣନ୍ତୁ କେଉଁ ଗେଟ ଦେଇ ଯିବେ ?

କଟକ : ଆସନ୍ତାକାଲି ବାରବାଟୀରେ ଭାରତ- ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ କ୍ରିକେଟ୍ ମ୍ୟାଚ୍ । ସିରିଜର ଶେଷ ମ୍ୟାଚ୍ ପାଇଁ ଉତ୍ସାହ କାହିଁରେ କଣ । ତେବେ ଆପଣ ବାରବାଟୀକୁ ମ୍ୟାଚ୍‌ ଦେଖିବାକୁ ଯାଉଛନ୍ତି କି ? ଯଦି ବାରବାଟୀରେ ଆଗରୁ ମ୍ୟାଚ୍ ନେଇ ଆପଣଙ୍କର କୌଣସି ଅଭିଜ୍ଞତା ନାହିଁ । ଆପଣ ଟିକେଟ କରିଛନ୍ତି ଆଉ ଏତେ ଭିଡ଼ ଭିତରେ ନିଜର ସ୍ଥାନ କେମିତି ପାଇବେ ସେଥିପାଇଁ ନିନ୍ତିତ ଅଛନ୍ତି କି ? ତେବେ ଆପଣଙ୍କ ଗେଟ୍ ନମ୍ବର କେତେ ଏବେଠାରୁ ଟିକେଟ୍ ଦେଖି ଜାଣିନିଅନ୍ତୁ । କାରଣ ୫୦ ହଜାର ଲୋକଙ୍କ ମଧ୍ୟରେ ଆପଣଙ୍କ ସିଟ କେଉଁଠି ଅଛି ତାହା ଆପଣ ସହଜରେ ଖୋଜି ପାଇପାରିବେ ।

ବାରବାଟୀରେ ମୋଟ ରହିଛି ୧୪ଟି ଗେଟ । ସବୁ ଗେଟ୍‌ରେ ସମସ୍ତ ଲୋକ ଯାଇପାରିବେ ନାହିଁ । ଦର୍ଶକ, ଭିଆଇପି, ଭିଭିଆଇପି, ମିଡିଆ, ସିକ୍ୟୁରିଟି, ଟିଭି କ୍ରିଉ ମେମ୍ବର ଏବଂ ଖେଳାଳିଙ୍କ ପାଇ ସ୍ପେଶାଲ ଗେଟ ରହିଛି । ଯଦି ଆପଣ ଆପଣଙ୍କ ଟିକଟରେ ଥିବା ଗେଟ୍‌ ନମ୍ବରରେ ନଯାଇ ଅଲଗା ଗେଟରେ ଯାଉଛନ୍ତି  ତାହେଲେ ଆପଣଙ୍କୁ ପୋଲିସ ଅଟକାଇଦେବ।

ଗେଟ୍‌- ୧

୧-ଏ ମାଲି ଗେଟ, ୧-ବି ନ୍ୟୁ ପାଭିଲିଅନ ଫାଷ୍ଟ ଫ୍ଲୋର, ୧-ସି ନ୍ୟୁ ପାଭିଲିଅନ ସେକେଣ୍ଡ ଫ୍ଲୋର, ୧-ଡି ଓଲ୍ଡ ପାଭିଲିଅନ ଗ୍ରାଉଣ୍ଡ, ୧-ଇ ଓଲ୍ଡ ପାଭିଲିଅନ ଫାଷ୍ଟ ଫ୍ଲୋର, ୧-ଏଫ ଓଲ୍ଡ ପାଭିଲିଅନ ସେକେଣ୍ଡ ଫ୍ଲୋର, ୧-ଜି ଓଲ୍ଡ ପାଭିଲିଅନ ଟପ୍‌ ଫ୍ଲୋର, ୧-ଏଚ୍‌ ପ୍ରେସ୍‌ ବକ୍ସ ମିଡିଲକୁ ରହିଛି ରାସ୍ତା ।

ଗେଟ-୨

ଗ୍ୟାଲେରି ୫ ପାଇଁ ଯିବାକୁ ରାସ୍ତା ରହିଛି

ଗେଟ-୩

ସ୍ପେଶାଲ ଏନକ୍ଲୋଜର ବ୍ଲକ-ଏ କୁ ଯିବାକୁ ରହିଛି ରାସ୍ତା

ଗେଟ-୪

ଗ୍ୟାଲେରି ୬କୁ ଯିବାକୁ ରାସ୍ତା ରହିଛି

ଗେଟ-୫ 

ସ୍ପେଶାଲ ଏନକ୍ଲୋଜର ବ୍ଲକ-ବି କୁ ଯିବାକୁ ରହିଛି ରାସ୍ତା

ଗେଟ-୬

କର୍ପୋରେଟ ବକ୍ସ ବ୍ଲକ୍‌-ଏ, ୬-ଏ ଅଲମ୍ପିକ୍‌ ବକ୍ସ-ଏ କୁ ଯିବା ପାଇଁ ରାସ୍ତା ରହିଛି  ।

ଗେଟ-୭

ଟିଭି କ୍ରିଉ ମାନଙ୍କ ପାଇଁ ରାସ୍ତା । ଏହି ରାସ୍ତାରେ କେବଳ କ୍ରିଉ ମାନେ ହିଁ ଯାଇପାରିବେ ।

ଗେଟ-୮

କର୍ପୋରେଟ ବକ୍ସ ବ୍ଲକ୍‌-ବି, ୮-ଏ ଅଲମ୍ପିକ୍‌ ବକ୍ସ-ବି ପାଇଁ ରହିଛି ରାସ୍ତା

ଗେଟ-୯

ଗ୍ୟାଲେରି-୧ କୁ ଯିବାପାଇଁ ରାସ୍ତା ।

ଗେଟ-୧୦

ଗ୍ୟାଲେରି-୨ କୁ ଯିବାପାଇଁ ରାସ୍ତା ।

ଗେଟ-୧୧

୧୧-ଏ ଗ୍ୟାଲେରି,  ୨-ଏସି ବକ୍ସ, ୧୧-ବି କ୍ଲବ ହାଉସ ଗ୍ରାଉଣ୍ଡ, ୧୧-ସି କ୍ଲବ ହାଉସ ଫାଷ୍ଟ ଫ୍ଲୋର, ୧୧-ଡି କ୍ଲବ ହାଉସ ଟପ୍ ଫ୍ଲୋର, ୧୧-ଇ ଇମଫା ବକ୍ସ କୁ ଯିବା ପାଇଁ ରାସ୍ତା ରହିଛି।

ଗେଟ-୧୨

ଗ୍ୟାଲେରି-୩ କୁ ଯିବାପାଇଁ ରାସ୍ତା ରହିଛି

ଗେଟ-୧୩

ଗ୍ୟାଲେରି-୪ କୁ ଯିବାପାଇଁ ରାସ୍ତା ରହିଛି

ଗେଟ-୧୪

୧୪-ଏ ଗ୍ୟାଲେରି-୪ ଏସି ବକ୍ସ, ୧୪-ବି ପ୍ରେସ ବକ୍ସ ଏସି, ୧୪-ସି ପ୍ରେସ ବକ୍ସ ଉପର, ୧୪-ଡି ଓସିଏ ଅଫିସ, ୧୪-ଇ ବିସିସିଆଇ ବକ୍ସ ଏବଂ ଫଟୋଗ୍ରାଫର, ୧୪-ଏଫ ମିଡିଆ ଏବଂ ୧୪-ଜି ରେ ରହିଛି ଖେଳାଳି ଏବଂ ମ୍ୟାଚ୍‌ ଅଫିସକୁ ଯିବା ପାଇଁ ରାସ୍ତା ।

ତେଣୁ ଆପଣଙ୍କ ଟିକେଟ୍ ଉପରେ କେଉଁ ରାସ୍ତା ଉଲ୍ଲେଖ ଅଛି, ସେହି ଅନୁସାରେ ଏବେଠାରୁ ପ୍ରସ୍ତୁତି କରିନିଅନ୍ତୁ ।

ସଲମାନ ଖାନ୍ ଙ୍କ ପାଇଁ ସୁନିଲ୍ ଓ କପିଲ୍ ଏକାଠି

ମୁମ୍ବାଇ: ୨୦ ଡିସେମ୍ବର ଦିନଟି ସଲମାନ ଖାନଙ୍କ ପାଇଁ ଓ ତାଙ୍କ ପରିବାର ପାଇଁ ଅତ୍ୟନ୍ତ ଶୁଭଥିଲା । ଏହିଦିନ ତାଙ୍କ ଅଭିନିତ ଫିଲ୍ମ ଦବଙ୍ଗ-୩ ର ରିଲିଜ୍ ହେବାପରେ ପରିବାରରେ ସମସ୍ତେ ମିଶି ଭାଇ ସୋହେଲ୍ ଖାନଙ୍କର ଜନ୍ମଦିନ ଉତ୍ସବ ବେଶ୍ ଆନନ୍ଦରେ ମନାଇଥିଲେ ।

एक छत के नीचे आए कपिल-सुनील, सलमान खान बने वजह

ସଲମାନଙ୍କ ଘର ଗ୍ୟାଲେକ୍ସି ଆପାଟମେଣ୍ଟରେ ଏହି ଉତ୍ସବର ଆୟୋଜନ କରାଯାଇଥିଲା । ସୋହେଲଙ୍କର ୫୦ତମ ଜନ୍ମଦିନ ଅବସରରେ ବିଭିନ୍ନ ଷ୍ଟାରମାନେ ମଧ୍ୟ ଯୋଗ ଦେଇଥିଲେ । ଏଥିରେ ସବୁଠୁ ସ୍ୱତନ୍ତ୍ର କଥା ହେଲା ପାର୍ଟିରେ ସୁନିଲ୍ ଗ୍ରୋଭର ଓ କପିଲ୍ ଶର୍ମା ଦୁହିଁଙ୍କୁ ଗୋଟିଏ ଛାତ ତଳେ ଦେଖିବାକୁ ମିଳିଥିଲା ।

एक छत के नीचे आए कपिल-सुनील, सलमान खान बने वजह

ସଲମାନ ଖାନ୍ ବଲିଉଡର ଜଣେ ଏମିତି କଳାକାର ଯିଏକି ସବୁ କିଛି କରିବାକୁ ସମର୍ଥ । ବର୍ତ୍ତମାନ କହିବାକୁ ଗଲେ ସୁନିଲ୍ ଗ୍ରୋଭର ଓ କପିଲ୍ ଶର୍ମା ଦୁହିଁଙ୍କ ସହ ସଲମାନଙ୍କର ଭଲ ସମ୍ପର୍କ ରହିଛି । ତେଣୁ ସେ ତାଙ୍କ ପାର୍ଟିରେ ଦୁହିଁଙ୍କୁ ଡାକିବା କିଛି ଆଶ୍ଚର୍ଯ୍ୟର କଥା ନୁହେଁ । ତେବେ ଏହି ଦୁହିଁଙ୍କ ଛଡା ସେହି ପାର୍ଟିରେ ଅରବାଜ୍ ଙ୍କ ଗାର୍ଲଫ୍ରେଣ୍ଡ୍ ଜାର୍ଜିଆ ଏଣ୍ଡ୍ରିଆ, ସନ୍ନି ଲିଓନି, ରିତେଶ୍ ଦେଶମୁଖ୍, ଜେନେଲିଆ ଡି-ସୌଜା, ସୁନିଲ୍ ସେଟ୍ଟି, ନେହା ଧୁପିଆ ପ୍ରମୁଖ କଳାକାର ମଧ୍ୟ ଯୋଗ ଦେଇଥିଲେ ।

୮ ବର୍ଷ ବୟସରେ ୧୮୪ କୋଟି ଟଙ୍କାର ମାଲିକ

0

ନ୍ୟୁୟର୍କ: ଜଣେ ୮ ବର୍ଷ ବୟସ୍କ ବାଳକଙ୍କ ଚଳିତ ବର୍ଷର ଆୟ ହେଉଛି ୧୮୪ କୋଟି ଟଙ୍କା (୨୬ ନିୟୁତ ଡଲାର) । ଆଶ୍ଟର୍ଯ୍ୟ ହୋଇଗଲେ ନା ! ଏମିତି ଖବର ଶୁଣିଲେ ଯେ କେହି ବି  ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ଘଟଣା ସଂପୂର୍ଣ୍ଣ ଭାବରେ ସତ୍ୟ । ରେୟାନ କାଜି ନାମକ ଜଣେ ବାଳକ ଏପରି କରି ଦେଖାଇଛନ୍ତି ।

ତାଙ୍କର ପ୍ରକୃତ ନାମ ରେୟାନ ଗୌନ୍‌ । ୨୦୧୫ରେ ମାତ୍ର ସାଢ଼େ ୩ ବର୍ଷ ବୟସରେ ରେୟାନ୍ସ୍‌ ୱାଲର୍ଡ ନାମକ ଏକ ୟୁଟ୍ୟୁବ୍‌ ଚ୍ୟାନେଲ ଆରମ୍ଭ କରିଥିଲେ। ଗତ ୩ ବର୍ଷ ମଧ୍ୟରେ ତାଙ୍କ ଚ୍ୟାନେଲକୁ ୩୫ ଶହ କୋଟି ଭିୟୁ ମିଳିଛି ।

ଇତିମଧ୍ୟରେ ୨୦୧୯ ସୁଦ୍ଧା ତାଙ୍କର ଚ୍ୟାନେଲର ସବ୍‌ସ୍କ୍ରାଇବର ସଂଖ୍ୟା ୨୨୯ ଲକ୍ଷ। ଫୋବର୍ସ ପତ୍ରିକା ଅନୁସାରେ ୨୦୧୮ରେ ତାଙ୍କର ରୋଜଗାର ୨୨ ନିୟୁତ ଡଲାର ଥିଲା। ତେବେ ରେୟାନଙ୍କ ଭିଡ଼ିଓକୁ ତାଙ୍କ ମାତାପିତା ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରିଥାନ୍ତି ।

ନିର୍ବାଚନ ପ୍ରତିଶ୍ରୁତି ପୂରଣ କଲା ‘ମହାବିକାଶ ଅଘାଡି’

0

ମହାରାଷ୍ଟ୍ର: ମହାବିକାଶ ଅଘାଡିର ବଡ଼ ନିଷ୍ପତ୍ତି । ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ଼ ନେଇ କଲେ ଘୋଷଣା । ବିଧାନସଭାରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ । ଆସନ୍ତା ମାର୍ଚ୍ଚରୁ କାର୍ଯ୍ୟକାରୀ ହେବ ଯୋଜନା । ହିତାଧିକାରୀଙ୍କ ଖାତାରେ ସିଧାସଳଖ ଜମା ହେବ ଟଙ୍କା ।

ଅପରପକ୍ଷରେ ସମ୍ପୂର୍ଣ୍ଣ କୃଷି ଋଣ ଛାଡ଼ ଦାବିରେ ବିଧାନସଭା ତ୍ୟାଗ କରିଛନ୍ତି ବିରୋଧୀ ।

ଡାକ୍ତରଙ୍କ ଘୃଣ୍ୟ କାରନାମା, ୩୪୯ ଶିଶୁଙ୍କ ସହ ଯୌନ ଶୋଷଣ ଅଭିଯୋଗରେ ହେଲେ ଗିରଫ

0

ଫ୍ରାନ୍ସ : ଡାକ୍ତରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ । ଜଣେ କି ୨ ଜଣ ନୁହେଁ । ୩୪୯ ଝିଅଙ୍କୁ ଦୁଷ୍କର୍ମ ଓ ଯୌନ ଶୋଷଣ କରିବା ଭଳି ସଙ୍ଗୀନ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ୬୮ ବର୍ଷୀୟ ଏହି ଡାକ୍ତରଙ୍କ ବିରୋଧରେ ଯାଞ୍ଚ ହେବା ପରେ ଓକିଲ ଏଭଳି ସୂଚନା ଦେଇଛନ୍ତି । ବର୍ତ୍ତମାନ ସଂପୃକ୍ତ ଡାକ୍ତରଙ୍କୁ ଜେଲକୁ ପଠାଇ ଦିଆଯାଇଛି । 

ଶୁକ୍ରବାର ଫ୍ରାନ୍ସର ବ୍ରିଟେନ ସହରର ଓକିଲ ଲରେଲିନ ପିରୋଫିଟ କହିଛନ୍ତି ଯେ, ଡାକ୍ତରଙ୍କ ଏଭଳି ଆଚରଣର ଶିକାର ହୋଇଥିବା ପୀଡ଼ିତାଙ୍କ ସଂଖ୍ୟା ୩୪୯ ହୋଇପାରେ । ନିଜ ୩୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ୬୮ ବର୍ଷୀୟ ଅବସରପ୍ରାପ୍ତ ଡାକ୍ତର ଜୋଏଲ ଲି. ସ୍କୋର୍ନେକ ଏହି ଅପରାଧରେ ସାମିଲ ଥିବା ସ୍ୱୀକାର କରିଛନ୍ତି ।

ସୂଚନା ଅନୁଯାୟୀ, ଜୋଏଲ ଏକ ଡାଏରୀ ରଖିଥିଲେ, ଯେଉଁଥିରେ ସେ ଶିଶୁ ମାନଙ୍କ ପ୍ରତି କରୁଥିବା ଯୌନ ଆକ୍ରମଣ ଗୁଡ଼ିକୁ ନିର୍ଦ୍ଦିଷ୍ଟ ଭାବରେ ଲେଖି ରଖିଥିଲେ । ପୋଲିସର ତନାଘନା ସମୟରେ ଏହି ଡାଏରୀଟିକୁ ଜବତ କରାଯାଇଥିଲା ଯେଉଁଥିରେ ଶିଶୁଙ୍କ ନାଁ ମଧ୍ୟ ଲେଖା ଯାଇଥିଲା । ପରବର୍ତ୍ତୀ ସମୟରେ ସେହି ଶିଶୁ ମାନଙ୍କ ପରିବାର ସହ ସଂପର୍କ କରିବା ପୋଲିସ ପକ୍ଷେ ସହଜ ହୋଇଥିଲା । ଅନ୍ୟପଟେ ଡାକ୍ତରଙ୍କ ଓକିଲ ସେହି ଡାଏରୀଟି ନକଲି ବୋଲି କହି କୋର୍ଟରେ ଜାମିନ୍ ପାଇଁ ଆବେଦନ କରିଛନ୍ତି ।

ଫ୍ରାନ୍ସରେ ଏହି ଘଟଣାକୁ ଶିଶୁଙ୍କ ଉପରେ ହୋଇଥିବା ଯୌନ ହିଂସାର ସବୁଠୁ ବଡ଼ ମାମଲା ବୋଲି ଧରାଯାଉଛି । ତେବେ ୪ ଜଣ ଶିଶୁଙ୍କ ବୟାନ ମୁତାବକ ଡାକ୍ତରଙ୍କ ବିରୋଧରେ ଆସନ୍ତା ବର୍ଷ ମାର୍ଚ୍ଚରେ ଅଦାଲତରେ ବିଚାର ଆରମ୍ଭ ହେବ ।

ଜୋଏଲ ଜଣେ ପେଟ ରୋଗ ସମ୍ବନ୍ଧିତ ସର୍ଜନ । ନିଜ କ୍ୟାରିୟର ମଧ୍ୟରେ ଡାକ୍ତର ଫ୍ରାନ୍ସର ବିଭିନ୍ନ ସ୍ଥାନରେ ଥିବା ଡାକ୍ତରଖାନାରେ କାମ କରିଛନ୍ତି । ଡାକ୍ତରଙ୍କ ବିରୋଧରେ ଜଣେ ୬ ବର୍ଷର ଶିଶୁଙ୍କ ସମେତ ତାଙ୍କର ଜଣେ ସଂପର୍କୀୟଙ୍କ ସହ ଯୌନ ଶୋଷଣ କରିଥିବାର ଅଭିଯୋଗ ରହିଛି । ଯେହେତୁ କିଛି ଘଟଣା ବହୁ ବର୍ଷ ପୁରୁଣା ତେଣୁ ତା ଉପରେ ମୋକଦ୍ଦମା କରିବା ସମ୍ଭବ ନୁହେଁ ବୋଲି ଓକିଲ କହିଛନ୍ତି ।

ତେଲେଙ୍ଗାନା ଏନକାଉଣ୍ଟର ମାମଲାରେ ହାଇକୋର୍ଟଙ୍କ ରାୟ, ଆଉଥରେ ହେବ ୪ ଅଭିଯୁକ୍ତଙ୍କ ଶବ ବ୍ୟବଚ୍ଛେଦ

ହାଇଦ୍ରାବାଦ : ବହୁଚର୍ଚ୍ଚିତ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କ ଶବକୁ ପୁଣିଥରେ ବ୍ୟବଚ୍ଛେଦ କରିବାକୁ ନିଷ୍ପତ୍ତି ହୋଇଛି । ତେଲେଙ୍ଗାନା ହାଇକୋର୍ଟ ଏ ମାମଲାରେ ଆଜି ଶୁଣାଣି କରି ପୁଣିଥରେ ପୋଷ୍ଟମର୍ଟମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ଏ ନିର୍ଦ୍ଦେଶ ପରେ ଏବେ ଗାନ୍ଧି ହସ୍ପିଟାଲର ଶବ ଗୃହରେ ସଂରକ୍ଷିତ ଥିବା ୪ ଅଭିଯୁକ୍ତଙ୍କ ଶବକୁ ପୁଣିଥରେ ବ୍ୟବଚ୍ଛେଦ କରାଯିବ ।

ସୂଚନା ଯୋଗ୍ୟ ଯେ, ନଭେମ୍ବର ୨୭ ତାରିଖରେ ହାଇଦ୍ରାବାଦରେ ଜଣେ ମହିଳା ପଶୁଡାକ୍ତରଙ୍କୁ ୪ ଜଣ ଅଭିଯୁକ୍ତ ଦୁଷ୍କର୍ମ କରିବା ସହ ଜାଳିଦେଇଥିଲେ । ୨୮ ତାରିଖ ସକାଳେ ଏ ଘଟଣା ସାମ୍ନାକୁ ଆସିବା ସହ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ଶରୀର ଉଦ୍ଧାର କରିଥିଲା ପୋଲିସ । ଏହାପରେ ୨ ଦିନ ମଧ୍ୟକେ ସବୁ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ହେପାଜତକୁ ନେଇଥିଲା । ଏହି ଘଟଣାର ସତ୍ୟାସତ୍ୟ ପାଇଁ ୬ ଡିସେମ୍ବର ରାତି ୩ଟାରେ ୪ ଅଭିଯୁକ୍ତଙ୍କୁ ସିନ୍ ରିକ୍ରିଏସନ୍ ପାଇଁ ଘଟଣାସ୍ଥଳକୁ ନିଆଯାଇଥିବା ବେଳେ ସେମାନେ ଖସି ଯିବାକୁ ଚେଷ୍ଟା କରୁଥିଲେ । ପୋଲିସ ସହ ସଂଘର୍ଷରେ ସେମାନଙ୍କୁ ଏନକାଉଣ୍ଟର କରିଥିଲା ପୋଲିସ ।

ସେହିଠାରେ ହିଁ ୪ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସେତେବେଳେ ସାରା ଦେଶରେ ତର୍କ ବିତର୍କ ସୃଷ୍ଟି ହୋଇଥିଲା । କିଛି ଏହାକୁ ସମର୍ଥନ କରିଥିବା ବେଳେ ଆଉ କିଛି ଗୋଷ୍ଠୀ ପୋଲିସର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହାପରେ ସୁପ୍ରିମକୋର୍ଟରେ ମଧ୍ୟ ମାମଲା ଦାୟର ହୋଇଥିଲା । କୋର୍ଟ ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ୩ ଜଣିଆ କମିଟି ଗଠନ କରିଥିଲେ । ଏ କମିଟି ୬ ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି । ଏବେ ହାଇକୋର୍ଟ ପୁନର୍ବାର ଶବ ବ୍ୟବଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ: ୨ ଦିନ ପରେ ଦେଲେ ଏତଲା

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀଙ୍କୁ ହତ୍ୟା ଧମକ । ଏ ନେଇ ଶାହଦରା ଜିଲ୍ଲା ଡିସିପିଙ୍କୁ ଚିଠି ଲେଖି ଜଣାଇଲେ ଗମ୍ଭୀର । ଅଜଣା ଇଣ୍ଟରନ୍ୟାସନାଲ ନମ୍ୱରରୁ କଲ୍‌ ଆସୁଛି । ଫୋନ୍‌ରେ ତାଙ୍କୁ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଉଥିବା କହିଛନ୍ତି ଗମ୍ଭୀର । ଏ ନେଇ ମାମଲା ରୁଜୁ କରିବା ସହ ମୋ ପରିବାରର ସୁରକ୍ଷା ସୁନିଶ୍ଚିତ କରନ୍ତୁ ବୋଲି ଚିଠିରେ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨ ଦିନ ତଳେ ତାଙ୍କୁ ହତ୍ୟା ଧମକ ମିଳିଥିବା ବେଳେ ସେ ଆଜି ଏ ନେଇ ଅଭିଯୋଗ କରିଛନ୍ତି  ।

ଗୋଟିଏ ଲୋକ, ଦୁଇଟି ଧର୍ମ

0

ଯାଜପୁର: ସାରାଦେଶରେ ନାଗରିକତ୍ୱକୁ ନେଇ ବିବାଦ। କେଉଁଠି କାର ଜଳୁଛି ତ କେଉଁଠି ଟେକା ପଥର ମାଡ଼ରେ ଲହୁ ଲୁହାଣ ହେଉଛନ୍ତି ପୋଲିସ। ଚାଲିଛି ଘମାଘୋଟ ଆଉ ଟଣାଓଟରା । ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତିଙ୍କ ପାଖରେ ରହିଛି ଦୁଇଦୁଇଟି ପରିଚୟ ପତ୍ର । ଆଉ କେବଳ ସେତିକି ନୁହେଁ ଦୁଇଟି ପରିଚୟ ପତ୍ରରେ ନାଁ ଅଲଗା ରହିବା ସହ ଧର୍ମରେ ମଧ୍ୟ ଅଲଗା।

ଯାଜପୁରର ଏହି ବ୍ୟକ୍ତିଙ୍କ ରହିଛି ୨ଟି ପରିଚୟ ପତ୍ର । ଗୋଟିଏ ପରିଚୟ ପତ୍ରରେ ହିନ୍ଦୁ ଓ ଅନ୍ୟଟିରେ ମୁସଲମାନ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗୋଟିଏ ଆଧାର ନମ୍ବର ଥାଇ ଦୁଇଟି ଭିନ୍ନ ଭିନ୍ନ ପରିଚୟ ରହିଛି । ଗୋଟିଏରେ ସୋଲେମାନ ଶେଖ ଏବଂ ଅନ୍ୟଟିରେ ବିଟୁ ବିଶ୍ୱାସ ଆଉ ଆଧାର ନମ୍ବର ରହିଛି 897727291967 । କେବଳ ସେତିକି ନୁହେଁ ସୋଲେମାନ ନାଁରେ ଏକ ଭୋଟ ପରିଚୟ ପତ୍ର ମଧ୍ୟ ରହିଛି। ଉକ୍ତ ପରିଚୟ ପତ୍ରରେ ସୋଲେମାନ ପଶ୍ଚିମବଙ୍ଗର ମୁର୍ସିଦାବାଦ ଅଞ୍ଚଳର ବୋଲି ଜଣା ପଡ଼ିଛି । ଅନ୍ୟପଟେ ଆଉ ଏକ ଆଧାର କାର୍ଡ ରେ ଚୋରଦା , ଯାଜପୁର ରୋଡ଼ ଠିକଣା ରହିଛି । ଦୁଇ ଦୁଇଟି ପରିଚୟ ଥିବା ଘଟଣା ସମ୍ପର୍କରେ ବଜରଙ୍ଗ ଦଳ ପକ୍ଷରୁ ଯାଜପୁର ରୋଡ଼ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ସୂଚନା ଅନୁସାରେ ସୋଲେମାନ ଓରଫ ବିଟୁ ଜଣେ ହିନ୍ଦୁ ଝିଅଙ୍କୁ ବିବାହ କରି ଦିର୍ଘଦିନ ହେବ ଏହି ଯାଜପୁର ରୋଡ଼ ଅଞ୍ଚଳରେ ରହି ଆସୁଛି  ଏବଂ ପରେ ସେ ବିଟୁ ନାଁରେ ଆଉ ଏକ ପରିଚୟ ଦେଇଥିଲା । ଏଥିସହ ବିଟୁ ବିଶ୍ୱାସ ନାଁରେ ସେ ଏକ ବୋଲେରୋ ଗାଡ଼ି ମଧ୍ୟ କିଣିଛନ୍ତି। ଅଭିଯୋଗ ପାଇବା ପରେ ଛାନଭିନ୍ କରୁଛି ପୋଲିସ ।