ଭୁବନେଶ୍ୱର: ଝଲସିବ ରାଜ୍ୟ ପର୍ଯ୍ୟଟନ । ଆହୁରି ସୁନ୍ଦର ଦିଶିବ ଦେବାଦେବୀ ପୀଠ ଓ ଐତିହ୍ୟସ୍ଥଳୀ । ପୁରୀର ଜଗନ୍ନାଥ ମନ୍ଦିର, ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ଓ କୋଣାର୍କ ଭଳି ହେବ ଗଞ୍ଜାମ ତାରାତାରିଣୀ ପୀଠ । ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟକରଣ ଅନୁରୂପ ଭାବେ ହେବ । ରାଜ୍ୟ ସରକାର ତାରାତାରିଣୀର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ।
5T ସଚିବ ତାରାତାରିଣୀ ମନ୍ଦିର ପରିଦର୍ଶନ କରିବା ପରେ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା ପ୍ରକାଶ ପାଇଛି । ଆଜି 5T ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍ ଗଞ୍ଜାମ ଗସ୍ତରେ ଯାଇ ତାରାତାରିଣୀ ପୀଠ ପରିଦର୍ଶନ କରିଥଲେ । ମନ୍ଦିରର ବିକାଶ, ଯାତ୍ରୀମାନଙ୍କ ସୁବିଧା ଓବଂ ଋଷିକୂଲ୍ୟା ମୂହାଣର ବିକାଶ ନେଇ ଆଲୋଚନା କରିଛନ୍ତି ।
ହିଞ୍ଜିଳି ବ୍ଲକ ଓ ମ୍ୟୁନିସିପାଲିଟିର ୨୬ଟି ହାଇସ୍କୁଲ ହାଇସ୍କୁଲ ପରିଦର୍ଶନ କରିଥିଲେ । ସେଠାରେ ବିଦ୍ୟାଳୟ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ସହ ବିଦ୍ୟାଳୟର ଉନ୍ନତି ପାଇଁ ନିଆଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ହାଇସ୍କୁଲ ଶିକ୍ଷା, ପାନୀୟଜଳ, ସଡ଼କ, ସ୍ୱାସ୍ଥ୍ୟସେବା, ବିଜୁଳି ଯୋଗାଣ ଓ ଜଳସେଚନ ଉପରେ ଗୁରୁତ୍ୱ ଦେଇଛନ୍ତି ।
ବିକାଶ ସହ ତାରାତାରିଣୀ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ
ଅଶାନ୍ତ ହୋଇପଡିଛି ସ୍ୱାଭିମାନ ଅଞ୍ଚଳ
ମାଲକାନଗିରି: ସ୍ୱାଭିମାନ ଅଞ୍ଚଳ ଦେଖାଦେଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଛି ଫାଟ । ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳ ଏବେ ଅଶାନ୍ତ ହୋଇପଡିଛି । ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।

ଗୁରୁବାର ଦିନ କିଛି ପଞ୍ଚାୟତର ଶହଶହ ଲୋକେ ଏକାଠି ହୋଇ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି ମେଳି କରିଥିଲେ । ଅନ୍ୟ ପକ୍ଷରେ ଅନ୍ୟ ପଂଚାୟତର ଲୋକେ ମଧ୍ୟ ବୈଠକ କରିଥିବା ଦେଖିବାକୁ ମିଳିଥିଲା ।

ସେପଟେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳ ଲାଗି ରହିଥିବା ବେଳେ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ ଜାରି ରହିଛି । କିଛି ଦିନ ତଳେ ମାଓବାଦୀ ମାନେ ଗାଁରେ ନିଆଁ ଲଗାଇଥିବା ଘଟଣାକୁ କେନ୍ଦ୍ର କରି ଅଶାନ୍ତି ବଢିବାରେ ଲାଗିଛି ।

ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ବଢିଚାଲିଥିବା ବେଳେ ପ୍ରଜାମେଳି ଦେଖିବାକୁ ମିଳିଥିଲା । ସୁରକ୍ଷା ପାଇଁ ମଧ୍ୟ ପୁଲିସ ମୁତୟନ କରାଯାଇଛି ।
ଫାଶୀ ତାରିଖ ସ୍ଥଗିତ ପରେ କୋହରେ ‘ନିର୍ଭୟା’ଙ୍କ ମାଆ କହିଲେ ଏମିତି…
ନୂଆଦିଲ୍ଲୀ: ଫାଶୀ ତାରିଖ ଘୁଞ୍ଚିବା ପରେ ପ୍ରତିକ୍ରିୟା ରଖିଛନ୍ତି ‘ନିର୍ଭୟା’ଙ୍କ ମାଆ ଆଶା ଦେବୀ । ଦୋଷୀଙ୍କ ଓକିଲ ଏପି ସିଂ, ସେମାନଙ୍କୁ କେବେ ବି ଫାଶୀ ହେବନାହିଁ ବୋଲି କହୁଛନ୍ତି । ୪ ଦୁଷ୍କର୍ମକାରୀଙ୍କୁ ଫାଶୀ ହେବା ପର୍ଯ୍ୟନ୍ତ ମୁଁ ଲଢ଼େଇ ଜାରି ରଖିବି ।
ସେମାନଙ୍କୁ ଫାଶୀ ହେଲେ ଯାଇ ମୋ ଝିଅର ଆତ୍ମାକୁ ଶାନ୍ତି ମିଳିବ ବୋଲି କହିଛନ୍ତି ଆଶା ଦେବୀ । ଏଥିସହ ଆଶା ଦେବୀ, ସରକାର ଦୁଷ୍କର୍ମକାରୀଙ୍କୁ ନିଶ୍ଚିତ ଫାଶୀ ଦେବା ଦରକାର ବୋଲି କହିଛନ୍ତି ।
‘ନିର୍ଭୟା’ ରିଭ୍ୟୁ ପିଟିସନରୁ ନିଜକୁ ଦୂରେଇ ରଖିଲେ ପ୍ରଧାନ ବିଚାରପତି, ଜାଣନ୍ତୁ କାହିଁକି ?
ମେ’ ପ୍ରଥମ ସପ୍ତାହରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା
ଆସନ୍ତା ମେ’ ପ୍ରଥମ ସପ୍ତାହରେ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା । ଚଳିତ ବର୍ଷ ସମସ୍ତ ପରୀକ୍ଷା CBT ବା କମ୍ପୁଟର ବେସ୍ ଟେଷ୍ଟିଂ ମାଧ୍ୟମରେ ଅନୁଷ୍ଠିତ ହେବ । ଉଭୟ ୟୁଜି ଓ ପିଜି ପାଠ୍ୟକ୍ରମରେ ଅନ୍ଲାଇନ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ବି ଫାର୍ମା, ଲାଟେରାଲ ଏଣ୍ଟ୍ରି ଟୁ ବି ଫାର୍ମା, ଏମ୍ବିଏ, ଲାଟେରାଲ ଏଣ୍ଟ୍ରି ଟୁ ବିଟେକ୍ ଫର ଡିପ୍ଳୋମା ଷ୍ଟୁଡେଣ୍ଟ, ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ଲାଟେରାଲ ଏଣ୍ଟ୍ରି ଟୁ ବିଟେକ୍, ଏମ୍ସିଏ, ଲାଟେରାଲ ଏଣ୍ଟ୍ରି ଟୁ ଏମ୍ସିଏ, ଏମ୍ବିଏ, ଏମ୍ଟେକ୍, ଆର୍କିଟେକ, ଏମ୍ପ୍ଳାନ ପରୀକ୍ଷା ଅନ୍ଲାଇନ୍ ମାଧ୍ୟମରେ କରାଯିବ ବୋଲି ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦିପ ଚାନ୍ଦ । ଗତ ବର୍ଷ ଏହି ପରୀକ୍ଷା ଅଫଲାଇନ୍ ମାଧ୍ୟମରେ କରାଯାଇଥିଲା ।
‘ନିର୍ଭୟା’ ଦୁଷ୍କର୍ମକାରୀଙ୍କ ଫାଶୀ ଉପରେ ସ୍ଥଗିତାଦେଶ
ନୂଆଦିଲ୍ଲୀ: କାଲି ହେବନାହିଁ ‘ନିର୍ଭୟା’ ଦୁଷ୍କର୍ମକାରୀଙ୍କୁ ଫାଶୀ । ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ଫାଶୀ ଉପରେ ସ୍ଥଗିତା ଆଦେଶ ଦେଇଛନ୍ତି । ୪ ଦୋଷୀ ବିନୟ, ମୁକେଶ, ବିନୟ ଓ ପୱନଙ୍କୁ ଆସନ୍ତାକାଲି ଫାଶୀ ଦିଆଯିବ ନାହିଁ ।
ଫାଶୀ ତାରିଖ ଘୁଞ୍ଚାଇବା ପାଇଁ ଦୋଷୀମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଆଜି ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ ଫାଶୀ ସ୍ଥଗିତ ରଖିଛନ୍ତି । ପୂର୍ବରୁ ଦିଲ୍ଲୀ ପଟିଆଲା ହାଉସକୋର୍ଟ ଜାନୁଆରୀ ୨୨ରେ ଫାଶୀ ପାଇଁ ଡେଥ୍ ୱାରେଣ୍ଟ ଜାରି କରିଥିଲେ । ପରବର୍ତ୍ତୀ ସମୟରେ ଦୋଷୀ ଆଇନରେ ଥିବା ଗଳାବାଟର ଆଶ୍ରୟ ନେବାରୁ ଫାଶୀ ତାରିଖ ଟଳିଥିଲା ।
‘ନିର୍ଭୟା’ ରିଭ୍ୟୁ ପିଟିସନରୁ ନିଜକୁ ଦୂରେଇ ରଖିଲେ ପ୍ରଧାନ ବିଚାରପତି, ଜାଣନ୍ତୁ କାହିଁକି ?
ନୂଆଦିଲ୍ଲୀ: ଘୁଞ୍ଚିଲା ‘ନିର୍ଭୟା’ ଦୋଷୀଙ୍କ ଫାଶୀ ତାରିଖ । ଆସନ୍ତାକାଲି ୪ ଦୋଷୀଙ୍କୁ ଫାଶୀ ହେବନାହିଁ । ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ ଫାଶୀ ସ୍ଥଗିତ ।
ନୂଆଦିଲ୍ଲୀ: ଘୁଞ୍ଚିଲା ‘ନିର୍ଭୟା’ ଦୋଷୀଙ୍କ ଫାଶୀ ତାରିଖ । ଆସନ୍ତାକାଲି ୪ ଦୋଷୀଙ୍କୁ ଫାଶୀ ହେବନାହିଁ । ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ ଫାଶୀ ସ୍ଥଗିତ ।
ଆସନ୍ତାକାଲି ମାଘ ସପ୍ତମୀ, ପାପ ଧୋଇବାକୁ ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼
ଆସନ୍ତାକାଲି ମାଘ ସପ୍ତମୀ । ଓଡ଼ିଆ ପରମ୍ପରା ଅନୁଯାୟୀ ଚନ୍ଦ୍ରଭାଗାରେ ବୁଡ ପକାଇବେ ଶ୍ରଦ୍ଧାଳୁ । ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖାଦେବ । ଠାକୁରଙ୍କ ମହାସ୍ନ।ନ ପାଇଁ ଲଗ୍ନ ସ୍ଥିର କରାଯାଇଥିବା ବେଳେ ଏହା ପରେ ଶ୍ରଦ୍ଧାଳୁ ପକାଇବେ ବୁଡ । ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ନେଇ କୋଣାର୍କ ଏନଏସି ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ପାଇଁ ସବୁ ବ୍ୟବସ୍ଥା କରାଯାଇଛି । ଏହା ସହିତ ପୂର୍ତ୍ତ ବିଭାଗ ପକ୍ଷରୁ କୃତ୍ରିମ ପୁଷ୍କରିଣୀ ତିଆରି କରାଯିବା ସହିତ ବ୍ୟାରିକେଡ ଦିଆଯାଇଛି । ମେଳା ପଡିଆରେ ସ୍ୱତନ୍ତ୍ର ଭାବରେ ପାନୀୟ ପରିମଳ ଦିଗରେ ସୁବନ୍ଦୋବସ୍ଥ କରାଯାଇଛି ।
ପରମ୍ପରା ଅନୁସାରେ ପ୍ରଥମେ ତ୍ରିବେଣୀଶ୍ୱର, ଐଶାନେଶ୍ୱର ଓ ଦକ୍ଷିଣେଶ୍ୱର ମହାଦେବଙ୍କ ମହାସ୍ନ।ନ ପରେ ଶ୍ରଦ୍ଧାଳୁ ବୁଡ ପକାଇବେ । ଭୋର ୩ଟା ୩୦ମିନିଟ୍ରେ ସ୍ନ।ନ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି । କିମ୍ବଦନ୍ତୀ ଅନୁସାରେ କୃଷ୍ଣ ପୁତ୍ର ଶାମ୍ବ ଚନ୍ଦ୍ରଭାଗା କୂଳରେ ତପସ୍ୟା କରି ଏକ ଅଭିଶାପରୁ ମୁକ୍ତ ହୋଇଥିଲେ । ଏହି ଦିନରେ ଏଠାରେ ବୁଡ ପକାଇଲେ ସବୁ ପାପ କ୍ଷୁର୍ଣ୍ଣ ହୋଇଥାଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି ।
ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କଲେ 5ଟି ସଚିବ
ବ୍ରହ୍ମପୁର: ଆଜି 5ଟି ସଚିବ ଭି.କେ ପଣ୍ଡିଆନ ସକାଳ ସମୟରେ ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ପ୍ରସିଦ୍ଧ ତାରାତାରିଣୀ ପୀଠ ପରିଦର୍ଶନ କରି ମନ୍ଦିରର ଉନ୍ନୟନ କାମ ସଂପର୍କରେ ସମୀକ୍ଷା କରିଛନ୍ତି ।

ଏହାପରେ ପୁରୁଷୋତ୍ତମପୁର ଏବଂ ହିଞ୍ଜିଳିକାଟୁ ବ୍ଲକର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି 5T ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ।

ପ୍ରଥମେ ସେ ନନ୍ଦିକ ହାଇସ୍କୁଲ ପରିଦର୍ଶନ କରିଥିଲେ । ପରେ ପୁଟିଆପଦର, ଧୋବାହି, ସାହାପୁର, ଭାବନ୍ଧ ସ୍କୁଲ ଓ ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ସ୍କୁଲ ପରିଦର୍ଶନ କରିଥିଲେ 5T ସଚିବ ।

ସ୍କୁଲରେ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ ଭି. କାର୍ତ୍ତିକେୟନ ପାଣ୍ଡିଆନ ।

ଜମ୍ମୁ – କାଶ୍ମୀରରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ
ଆଜି ଭୋରରୁ ଜମ୍ମୁ – କାଶ୍ମୀରରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଯାଇଛି । ଏଥିରେ ୩ଆତଙ୍କି ନିହତ ହୋଇଥିବାବେଳେ ଜଣେ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ ନୋଗ୍ରାତାର ବନ୍ ଅଞ୍ଚଳରେ ଥିବା ଟୋଲ ଗେଟ୍ ପାଖରେ ତଲାସି ଅଭିଯାନ ଜାରି ରହିଥିଲା । ଏହି ସମୟରେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ ଆତଙ୍କବାଦୀ । ଉଭୟ ପକ୍ଷ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ଯବାନଙ୍କ ଗୁଳିରେ ୩ଆତଙ୍କି ଟଳି ପଡ଼ିଥିଲେ ସେଇଠି । ଖସିଯାଇଥିବା ଆତଙ୍କିଙ୍କୁ ଖୋଜି ବାହାର କରିବାକୁ ତଲାସି ଅଭିଯାନ ଓ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଜମ୍ମୁ-ଶ୍ରୀନଗର ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରହିଛି । ଆତଙ୍କି ମାନଙ୍କ ଟ୍ରକଟି ଶ୍ରୀନଗର ଅଭିମୁଖେ ଯାଉଥିବା ଜଣା ପଡିଛି ।
ଆଉ ଦୂର ନୁହେଁ ଧାର୍ମିକ ସହର ବାରଣାସୀ
ଝାରସୁଗୁଡା: ଧାର୍ମିକ ସହର ବାରଣାସୀକୁ ଯିବାପାଇଁ ଆଉ କଷ୍ଟ କରିବାକୁ ପଡିବ ନାହିଁ । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ବାରଣାସୀକୁ ଆଜିଠୁ ବିମାନ ସେବା ଆରମ୍ଭ ହୋଇଛି । ସକାଳ ୧୦ଟାରେ ବିମାନ ବନ୍ଦରରୁ ଉଡାଣ ଭରିଥିଲା ବିମାନ ।

ପ୍ରଥମ ଦିନରେ ୭୦ଜଣ ଯାତ୍ରୀ ଯାତ୍ରା କରିଛନ୍ତି । ଝାରସୁଗୁଡ଼ାରୁ ପ୍ରତିଦିନ ବାରଣାସୀକୁ ବିମାନ ଚଳାଚଳ କରିବ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ କହିଛନ୍ତି ।

