ଭୁବନେଶ୍ୱର: ୨୨ ତାରିଖ ରବିବାର ଜନତା କର୍ଫ୍ୟୁ ପାଇଁ ପୂର୍ବତଟ ରେଳପଥର ଘୋଷଣା । ୨୨ ସକାଳ ୪ଟା ପରଠାରୁ ବାହାରିବନି କୌଣସି ଟ୍ରେନ୍ । ସକାଳ ୪ଟା ପୂର୍ବରୁ ଛାଡ଼ିଥିବା ଟ୍ରେନ୍ ଚଳାଚଳରେ ଲାଗିବନି ପ୍ରତିବନ୍ଧକ । ବାତିଲ୍ ଟ୍ରେନ୍ ନେଇ ଶନିବାର ମଧ୍ୟାହ୍ନରେ ସୂଚନା ଦେବ ପୂର୍ବତଟ ରେଳପଥ ।
ଗାଡ଼ି ଚଳାଚଳ କଟକଣା ସହ ରାଜଧାନୀରେ ବନ୍ଦ ହେଲା ଏହି ସବୁ ସୋ ରୁମ୍ ଓ ଦୋକାନ
ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ପ୍ରୟାସ । ରାଜଧାନୀରେ କଟକଣା ଜାରି କଲା ବିଏମସି । ସାଧାରଣ ପରିବହନ ଉପରେ ବିଏମସି ପକ୍ଷରୁ କଟକଣା ଜାରି କରାଯାଇଛି । ସହର ଭିତରେ ଏହି ନିୟମ ଅଟୋ ଓ ଟ୍ୟାକ୍ସି କ୍ଷେତ୍ରରେ ଲାଗୁ ହେବ । ଯେଉଁ ବସ୍, ଟ୍ୟାକ୍ସି ଓ ଅଟୋ ରିକ୍ସାର ରେଜିଷ୍ଟ୍ରେସନ୍ ନମ୍ବର ୦,୨,୪,୬ ଓ ୮ (ଯୁଗ୍ମ) ହୋଇଥିବ ସେମାନେ ୨, ୪, ୬, ୮, ୧୦ ଭଳି ତାରିଖରେ ରାସ୍ତାରେ ଗଡ଼ିବ । ରେଜିଷ୍ଟ୍ରେସନ୍ ନମ୍ବର ୧,୩,୫,୭ ଓ ୯ ଥିଲେ ସେହି (ଅଯୁଗ୍ମ) ତାରିଖରେ ଗାଡ଼ି ରାସ୍ତାକୁ ଓହ୍ଲାଇବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଏହି ନିୟମ କେବଳ ପବ୍ଲିକ ଟ୍ରାନ୍ସପୋର୍ଟ କ୍ଷେତ୍ରରେ ଲାଗୁହେବ । ଘରୋଇ ଗାଡ଼ି କ୍ଷେତ୍ରରେ କୌଣସି ଦିନରେ ଏହି ନିୟମ ଲାଗୁ କରାଯାଇ ନାହିଁ । ସେହିଭଳି ଏହି ନିୟମରେ ସରକାରୀ, ବ୍ୟକ୍ତିଗତ ଓ ଭଡ଼ାରେ ଚାଲୁଥିବା ଗାଡ଼ି ଗୁଡ଼ିକ ଆସିବ ନାହିଁ । ମେଡିକାଲରେ ନିୟୋଜିତ ଥିବା ଘରୋଇ ଗାଡ଼ି କ୍ଷେତ୍ରରେ ମଧ୍ୟ ନିୟମ ପ୍ରଯୁଜ୍ୟ ନୁହେଁ । କିନ୍ତୁ, ସମସ୍ତେ ସାମାଜିକ ଦୂରତା ରକ୍ଷା କରିବାକୁ ବାଧ୍ୟ ।
କରୋନା ମୁକାବିଲା ପାଇଁ ଏକାଠି ହେଲେ କେନ୍ଦ୍ର ଓ ରାଜ୍ୟ, ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ପ୍ରଶଂସା
ସେହିପରି ଭୁବନେଶ୍ୱର ମହାନଗର ନିଗମ ପରିସୀମା ମଧ୍ୟରେ ଥିବା ସମସ୍ତ ଅଳଙ୍କାର ଦୋକାନ ଓ ସୋ ରୁମ୍, ବୈଦ୍ୟୁତିକ ସାମଗ୍ରୀ ସୋ ରୁମ୍ ଓ ଦୋକାନ, ଚାରି ଚକିଆ ଗାଡ଼ି/ସାଇକେଲ ସୋ ରୁମ୍, କ୍ରୀଡ଼ା ସାମଗ୍ରୀ ସୋ ରୁମ୍, ଫର୍ଣ୍ଣିଚର ସୋ ରୁମ୍ ଓ ଗୋଦାମ, ଜୋତା ଓ ବ୍ୟାଗ ସୋ ରୁମ୍, ମାର୍ବଲ ସୋ ରୁମ୍, ଘଣ୍ଟା ଦୋକାନ, ବହି ଦୋକାନ ଓ ଗିଫ୍ଟ ଆଇଟମ୍ ଷ୍ଟୋର ସବୁକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ରଖିବାକୁ ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
କରୋନା ମୁକାବିଲା ପାଇଁ ଏକାଠି ହେଲେ କେନ୍ଦ୍ର ଓ ରାଜ୍ୟ, ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ପ୍ରଶଂସା
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଏକାଠି ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଲୋଚନା ବେଳେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି । ବିଦେଶ ଯାତ୍ରାରେ କଟକଣା ଲଗାଇଥିବାରୁ ପ୍ରଶଂସା କରିଛନ୍ତି । ଭାରତୀୟଙ୍କୁ ଏୟାର ଲିଫ୍ଟ ଓ SDRF ପଦକ୍ଷେପ ପାଇଁ ନବୀନ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀଙ୍କୁ ମୁକାବିଲା କ୍ଷେତ୍ରରେ ନବୀନ ପଟ୍ଟନାୟକ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି ।

ମାଗଣା କରୋନା ପରୀକ୍ଷଣ, ସୁରକ୍ଷା ଉପକରଣ, ମାସ୍କ ଓ ଅନ୍ୟ ସ୍ୱାସ୍ଥ୍ୟ ସାମଗ୍ରୀ ଯୋଗାଇବାକୁ ପ୍ରସ୍ତାବ ଦେଇଛନ୍ତି । ଏଥିସହ ଆର୍ଥିକ ସହାୟତା ମଧ୍ୟ ଦାବି କରିଛନ୍ତି ନବୀନ । MGNREGS ଶ୍ରମିକଙ୍କୁ ୫୦ ଦିନର ମଜୁରୀ ଦିଆଯାଉ, ଜାତୀୟ ଖାଦ୍ୟ ନିରାପତ୍ତା ଆଇନରେ ଅଧିକ ପରିବାରକୁ ସାମିଲ କରାଯାଉ, କୃଷକଙ୍କୁ ଅତିରିକ୍ତ କିସ୍ତି ପ୍ରଦାନ, ନିର୍ମାଣ ଶ୍ରମିକ ଓ ଅନ୍ୟାନ୍ୟ କ୍ଷେତ୍ର ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିବାକୁ ନବୀନ ଦାବି କରିଛନ୍ତି ।
କରୋନା ଆକ୍ରାନ୍ତ କନିକା କପୁରଙ୍କ ସହ ଗୋଟିଏ ପାର୍ଟିରେ ଥିଲେ ବସୁନ୍ଧରା ରାଜେ ଓ ତାଙ୍କ ସାଂସଦ ପୁଅ
ନୂଆଦିଲ୍ଲୀ: ବଲିଉଡ୍ ଗାୟିକା କରିନା କପୁରଙ୍କୁ କରୋନା । ବର୍ତ୍ତମାନ ସେ ଲକ୍ଷ୍ନୌ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କିଛି ଦିନ ଫ୍ଲୁରେ ପୀଡ଼ିତ ଥିବା କନିକା ଗତ ୧୫ ତାରିଖରେ ଲଣ୍ଡନରୁ ଫେରିଥିଲେ । ତାପରେ ସେ ଲକ୍ଷ୍ନୌର ଏକ ପଞ୍ଚ ତାରକା ହୋଟେଲରେ ଆୟୋଜିତ ଏକ ପାର୍ଟିରେ ମଧ୍ୟ ସାମିଲ୍ ହୋଇଥିଲେ । ଯେଉଁ ପାର୍ଟିରେ ସାମିଲ୍ ହୋଇଥିଲେ ପାଖାପାଖି ୪ ଶହ ଲୋକ । ଏହି ପାର୍ଟିରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ତାଙ୍କ ପୁଅ ତଥା ବିଜେପି ସାଂସଦ ଦୁଷ୍ୟନ୍ତ ସିଂହ ମଧ୍ୟ ଥିଲେ । କନିକା ରବିବାର ଲଣ୍ଡନରୁ ଫେରିଥିବା ବେଳେ ସେହିଦିନ ହିଁ ପାର୍ଟି ଆୟୋଜିତ ହୋଇଥିଲା ।
ଏହି ଖବର ପରେ କନିକା ରହୁଥିବା ଆପାର୍ଟମେଣ୍ଟରେ ଲୋକ କିଛିଟା ଭୟଭୀତ ହୋଇପଡ଼ିଛନ୍ତି । ଅନ୍ୟପଟେ ଗୁରୁବାର ଓ ଶୁକ୍ରବାର ସଂସଦ ଆସିଥିବା ବିଜେପି ସାଂସଦ ଦୁଷ୍ୟନ୍ତ ସିଂହ କନିକାଙ୍କ ଠାରେ କରୋନା ପଜିଟିଭ୍ ଖବର ଜାଣିବା ପରେ ଆଇସୋଲେସନରେ ଅଛନ୍ତି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ମଧ୍ୟ ହୋମ୍ ଆଇସୋଲଲେସନରେ ଥିବା ଜଣାପଡ଼ିଛି ।

ଟିଏମସି ସାଂସଦ ଡେରେକ ବ୍ରାୟନ କରୋନା ପାଇଁ ସଂସଦ ଅଧିବେଶନ ସ୍ଥଗିତ ରଖିବାକୁ ଦାବି କରିଛନ୍ତି । ବ୍ରାୟନଙ୍କ ବ୍ୟତୀତ ଅନ୍ୟକିଛି ସାଂସଦ ମଧ୍ୟ ଗୃହକୁ ସ୍ଥଗିତ ରଖିବାକୁ ଦାବି କରିଛନ୍ତି । କିନ୍ତୁ, ସଂସଦ ଅଧିବେଶନ ଏପ୍ରିଲ ୩ ତାରିଖ ଯାଏଁ ଚାଲିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଛନ୍ତି ।
ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦେଲେ ବାଗଚୀ
ଭୁବନେଶ୍ୱର: କରୋନା ଭାଇରସ୍ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ନୂଆ କଟକଣା। ଗୋଟିଏ ସ୍ଥାନରେ ୭ ଜଣରୁ ଅଧିକ ରହିପାରିବେନି । ବହୁ ଲୋକ ସମାଗମ ହେଉଥିବା ହୋଟେଲ୍ ଗୁଡ଼ିକ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗାଡ଼ି ଚଳାଚଳ ଉପରେ ମଧ୍ୟ ଲଗାଯାଇଛି କଟକଣା । ସହରାଞ୍ଚଳରେ ଅଟୋ ଓ ଟ୍ୟାକ୍ସି ଚଳାଚଳ ନିୟନ୍ତ୍ରଣ କରାଯିବ । ଦିନେ ଛାଡ଼ି ଦିନେ ଚାଲିବ ଅଟୋ ଓ ଟ୍ୟାକ୍ସି। ସେହିପରି ହୋଟେଲ ଗୁଡ଼ିକ ପାଳନ କରିବେ ସାମାଜିକ ଦୂରତ୍ୱ ନିୟମ। ଏହି ସୂଚନା ଦେଇଛନ୍ତି କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ । ସ୍ଥିତିରେ ପରିବର୍ତ୍ତନ ନହେବା ଯାଏଁ ଏହି କଟକଣା ବଳବତ୍ତର ରହିବ । ବନ୍ଦ ରହିବ ସରକାରୀ ସମାରୋହ, ଜୟନ୍ତୀ ଆଦି ସାମୂହିକ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ ମାନିବା ପାଇଁ ପରାମର୍ଶ ଦିଆଯାଇଛି ।

ବିଶ୍ୱର ୧୮୨ଟି ଦେଶରେ କରୋନା ବ୍ୟାପିଥିବା ବେଳେ ୨ ଲକ୍ଷ ୪୬ ହଜାର ୫୨୨ ଜଣ ଏଥିରେ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ୨୦୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପ୍ରଥମ ସଂକ୍ରମିତ ଇଟାଲୀ ଫେରନ୍ତା ଯୁବକ ଭଲ ଅଛନ୍ତି । କାଲି ରାଜ୍ୟର ଆଉ ଜଣେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଦ୍ୱିତୀୟ ସଂକ୍ରମିତଙ୍କ ସଂସ୍ପର୍ଶରେ ୪୬ ଜଣ ଆସିଛନ୍ତି । ୪୬ ଜଣଙ୍କ ମଧ୍ୟରୁ ୪୩ ଜଣଙ୍କ ସହ ଯୋଗାଯୋଗ ହୋଇଛି । ସଂକ୍ରମିତଙ୍କ ପରିବାର ଉପରେ ଚାପ ନପକାଇବାକୁ ଦିଆଯାଇଛି ଚେତାବନୀ । ଚାପ ପକାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବିଦେଶୀ ପର୍ଯ୍ୟଟକଙ୍କ ସହ ଖରାପ ବ୍ୟବହାର ନକରିବାକୁ କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ପରାମର୍ଶ ଦେଇଛନ୍ତି । ସମସ୍ତ SC/ST ହଷ୍ଟେଲ ମାର୍ଚ୍ଚ ୨୫ରୁ ଜୁନ୍ ୧୫ ଯାଏଁ ବନ୍ଦ ରହିବ । ସେହି ଛାତ୍ରଛାତ୍ରୀଙ୍କୁ ୩ ମାସର ଷ୍ଟାଇପେଣ୍ଡ ଆଗୁଆ ଦିଆଯିବ ।
ବନ୍ଦ ରହିବ ବାର୍, ରେଷ୍ଟୁରାଣ୍ଟ: ଖୋଲା ରହିବ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ
ଭୁବନେଶ୍ୱର: ସମସ୍ତ ରେଷ୍ଟୁରାଣ୍ଟ , ବାର୍, କଫି ସପ୍, କ୍ୟାଣ୍ଟିନ୍ ଏବଂ ଯେଉଁଠରେ ଅଧିକ ସଂଖ୍ୟାରେ ଲୋକ ଏକତିତ୍ର ହୁଅନ୍ତି ସେସବୁ ବନ୍ଦ କରାଯିବ । ଏହା ସହ ସମସ୍ତ ହୋଟେଲକୁ ଅତିଥିଙ୍କ ମଧ୍ୟରେ ୨ ମିଟରର ସାମାଜିତ ଦୂରତା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି ।

ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ ଗ୍ରାହକଙ୍କୁ ଖାଇବା ବଦଳରେ ପାର୍ସଲ ନେବା ପାଇଁ ପ୍ରୋତ୍ସାହିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟ୍ୟାକ୍ସି ଓ ଅଟୋକୁ ନିୟନ୍ତ୍ରଣ କରାଯିବ । ଦିନେ ଛଡ଼ା ଦିନେ ସହରାଞ୍ଚଳ ସମସ୍ତ ଟ୍ୟାକ୍ସ ଓ ରିକ୍ସାଗୁଡ଼ିକୁ ଚଳାଚଳ କରିବ ।

ସବୁ ମଲ୍ ଖାଦ୍ୟ ସାମଗ୍ରୀ ରୋଷେଇ ପରିବା ମାଛ ମାଂସ ଓ ଦୈନଦିନ ଆବଶ୍ୟକ ସାମଗ୍ରୀ ବ୍ୟବହାର କରାଯିବ । ଗୋଟିଏ ୭ଜଣଠାରୁ ଅଧିକ ଏକାଠି ହେବାକୁ ଦିଆଯିବନାହିଁ । ମ୍ୟୁନିସିପାଲଟି କମିଶନର, ପୋଲିସ କମିଶନର, ଜିଲ୍ଲାପାଳ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବେ ।
ଏହି ବଲିଉଡ ଗାୟିକାଙ୍କ କରୋନା ରିପୋର୍ଟ ପଜିଟିଭ୍, ଲଣ୍ଡନରୁ ଆସି ଲୁଚାଇଥିଲେ… ଫାଇଫ୍ ଷ୍ଟାର ହୋଟେଲରେ ଦେଇଥିଲେ ପାର୍ଟି !
ମୁମ୍ବାଇ: କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାମାରୀ ଘୋଷଣା କରିଛି ସତ କିନ୍ତୁ ଲୋକେ ସତର୍କ ରହିବା ଏପର୍ଯ୍ୟନ୍ତ ଶିଖି ପାରିଲେ ନାହିଁ । ବଲିଉଡର ପ୍ରାୟ ସମସ୍ତ ସେଲିବ୍ରିଟି ନିଜ ନିଜ ଷ୍ଟାଇଲରେ କରୋନାକୁ ଏଡାଇବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ଆଣିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏମିତି ବି କିଛି ଅଛନ୍ତି ଯେଉଁମାନଙ୍କ ପାଇଁ ବାକି ଲୋକଙ୍କ ଜୀବନ ବାଜିରେ ଲାଗୁଛି । ନିକଟରେ ସେହିିଭଳି ଜଣେ ବଲିଉଡ ଗାୟିକାଙ୍କ ଦାୟିତ୍ୱହୀନତା ଦେଖିବାକୁ ମିଳିଛି । ଏହି ଗାୟୀକା ଜଣକ ବିଦେଶରୁ ଫେରିଲେ,ଏୟାରପୋର୍ଟରେ କିନ୍ତୁ ଯାଂଚ ନକରି ଚମ୍ପଟ୍ ମାରିଲେ । ଆଉ ଏବେ ଜଣା ପଡୁଛି କରୋନା ପଜିଟିଭ୍ ଏହି ଗାୟୀକାଙ୍କ ପାଇଁ ଆହୁରି କିଛି କରୋନା ଦ୍ୱାରା ପ୍ରଭାବିତ ହୋଇଥାଇ ପାରନ୍ତି ।

ଏହି ଦାୟିତ୍ୱହୀନ ଗାୟୀକା ହେଉଛନ୍ତି କନିକା କପୁର । ଆଉ ସେ କରୋନା ଦ୍ୱାରା ପ୍ରଭାବିତ ବୋଲି ଜଣା ପଡିଛି । କନିକା କପୁର ବଲିଉଡର ଜଣେ ଚର୍ଚ୍ଚିତ ଗାୟିକା ଏବଂ ସେ ରବିବାର ଲଣ୍ଡନରୁ ଫେରିଛନ୍ତି। ବୋବି ଡଲ ଗୀତ ଗାଇବା ପରେ ସେ ଖୁବ ଚର୍ଚ୍ଚାରେ ଥିଲେ । ଏବେ ତାଙ୍କୁ ଲକ୍ଷ୍ନୋ ୱାର୍ଡରେ ରଖାଯାଇଛି। ସେ କିଛି ଦିନ ପୂର୍ବରୁ ଲଣ୍ଡନରୁ ଫେରିଥିଲେ। ସେ କରୋନାଭାଇରସରେ ପୀଡିତ ଥିବା ନେଇ ଲୁଚାଇ ରଖିଥିଲେ। ବିମାନବନ୍ଦରରେ ଥିବା ବାଥରୁମରେ ଲୁଚି ଅଧିକାରୀଙ୍କଠାରୁ ରକ୍ଷା ପାଇ ବାହାରକୁ ଆସିଥିଲେ। କେବଳ ସେତିକି ନୁହେଁ, ସେ ସହରର ଏକ ବଡ ହୋଟେଲରେ ରହି ସେଠାରେ ଏକ ଗ୍ରାଣ୍ଡ ପାର୍ଟି ମଧ୍ୟ ଦେଇଥିଲେ।

ଗୋଟେଆଡେ ସରକାର ସାଧାରଣ ନାଗରିକଙ୍କ ମଧ୍ୟରେ କରୋନା ନେଇ ସଚେତନତା ଆଣିବାକୁ ଚେଷ୍ଟା କରୁଛନ୍ତି ଏବଂ ସଜାଗ ରହିବାକୁ ପରାମର୍ଶ ଦେଉଛନ୍ତି ଅନ୍ୟପଟେ ଜଣେ ସେଲିବ୍ରିଟି ଏଭଳି ଦାୟିତ୍ୱହୀନ କାର୍ଯ୍ୟ କରିଛନ୍ତି । ଲକ୍ଷ୍ନୋରେ ଏବେ ୯ ଟି କରୋନା ସକରାତ୍ମକ ମାମଲା ସାମନାକୁ ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ଘରୁ ବାହାରିବାକୁ ମନା କରିଛନ୍ତି । ଅଧିକାଂଶ ଲୋକେ ଘରୁ ରହି ମଧ୍ୟ କାମ କରୁଛନ୍ତି । ଲୋକଙ୍କ ସହ ଯୋଗାଯୋଗ କମ କରିବାକୁ, ସାମାଜିକ ସ୍ଥାନରେ ଏକାଠି ନରହିବାକୁ ମଧ୍ୟ ନିବେଦନ କରିଛନ୍ତି। ଏବଂ ଯାହାର ସ୍ୱାସ୍ଥ୍ୟବସ୍ଥାରେ କୌଣସି ଅସୁବିଧା ହେଉଛି ଯେମିତିକି ଜ୍ୱର, ଥଣ୍ଡା, କାଶ ତାଙ୍କୁ ଡାକ୍ତର ପରାମର୍ଶ କରିବାକୁ ମଧ୍ୟ କୁହାଯାଇଛି ।
ୟୁନିୟନ୍ ବ୍ୟାଙ୍କ୍ରେ ଜମା ହେବ ମହାପ୍ରଭୁଙ୍କ ଟଙ୍କା
ପୁରୀ: ୟୁନିୟନ୍ ବ୍ୟାଙ୍କରେ ଜମା ହେବ ମହାପ୍ରଭୁଙ୍କ ଟଙ୍କା । ୩୫୨ କୋଟି ଟଙ୍କା ୟୁନିୟନ୍ ବ୍ୟାଙ୍କ୍ରେ ଜମା ରହିବ । ଏନେଇ ୫.୭୫%ର ସୁଧ ଦେବ ୟୁନିୟନ୍ ବ୍ୟାଙ୍କ୍ । ୩ ବର୍ଷ ପାଇଁ ଜମା ରହିବ ଟଙ୍କା । ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ଜମା ହେବ ଟଙ୍କା ।
ଶ୍ରୀମନ୍ଦିର କର୍ପସ ଫଣ୍ଡ ସହ ଟେମ୍ପଲ ଫଣ୍ଡ୍ ଟଙ୍କା ଜମା ପାଇଁ ଜାତୀୟକରଣ ବ୍ୟାଙ୍କମାନଙ୍କଠାରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଆଜି ଏହା ଖୋଲାଯିବା ପରେ ପ୍ରଥମ ସ୍ଥାନରେ ୟୁନିଅନ୍ ବ୍ୟାଙ୍କ୍ ରହିଥିଲା । ଏଥିରେ ୫.୪୦% ସହ ଦ୍ୱିତୀୟ ସ୍ଥାନରେ ଇଣ୍ଡିଆନ୍ ବ୍ୟାଙ୍କ ଓ ତୃତୀୟରେ କାନାଡ଼ା ବ୍ୟାଙ୍କ ରହିଥିଲା । ସେମାନେ ୫.୭୫% ସୁଧ ଦେବାକୁ ଅରାଜି ହେବାରୁ ମହାପ୍ରଭୁଙ୍କ ସମସ୍ତ ଟଙ୍କା ୟୁନିଅନ୍ ବ୍ୟାଙ୍କ୍ରେ ଜମା ହେବ ।
ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ହେବେ ୫ ଲକ୍ଷ ନୂଆ ହିତାଧିକାରୀ
ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ହେବେ ୫ ଲକ୍ଷ ନୂଆ ହିତାଧିକାରୀ । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ଅନୁମୋଦନ । ଏନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି । ସେହିପରି କରୋନା ନେଇ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଚିନ୍ତା କରିବାର କିଛି କାରଣ ନାହିଁ ।

ବଜାରରେ ଯଥେଷ୍ଟ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି । କଳାବଜାରି ରୋକିବା ପାଇଁ ଯୋଗାଣ ବିଭାଗ ତୀକ୍ଷ୍ଣ ନଜର ରଖିଛି । ଆବଶ୍ୟକ ପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଗଜପତିରେ କରୋନା ଗୁଜବ ପ୍ରଚାର କରି ଜଣେ ଗିରଫ
ଗଜପତି: ପୂର୍ବରୁ କରୋନା ଭାଇରସକୁ ନେଇ ଗୁଜବ ପ୍ରଚାର କରି ୬ଜଣ ବ୍ୟକ୍ତି ଗିରଫ ହୋଇଥିଲେ । କରୋନା ସଚେତନତାକୁ କଡ଼ାକଡ଼ି କରାଯାଇଥିଲେ ମଧ୍ୟ କିଛି ବ୍ୟକ୍ତି ଏହାକୁ ନେଇ ଗୁଜବ ପ୍ରଚାର କରିବାରେ ଲାଗିଛନ୍ତି ।

ଗଜପତି ଜିଲ୍ଲା ମୋହନା ବ୍ଲକରେ ଆଜି ଆଉ ଜଣେ ବ୍ୟକ୍ତି କରୋନା ଗୁଜବ ପ୍ରତାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଗିରଫ ଯୁବକ ଜଣଙ୍କ ହେଉଛନ୍ତି ମୋହନା ବ୍ଲକ ମଳାସପଦର ଗ୍ରାମର ସୂର୍ଯ୍ୟ ପ୍ରଧାନ ।

ବେତାକସିଂ ଗ୍ରାମର ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ବୋଲି ହୋଇଥିବା ଗୁଜବକୁ ନେଇ ଫେସବୁକରେ ପ୍ରଚାର କରିଥିଲେ । ତାଙ୍କୁ ପରବର୍ତ୍ତୀ ସମୟରେ ମୋହନା ପୋଲିସ ମିଛ କରୋନା ଗୁଜବ ପ୍ରଚାର କରିବା ଅଭିଯୋଗରେ ଗିରଫ କରିଛି ।

