ଭୁବନେଶ୍ୱର : ଆସନ୍ତା ୨୨ ତାରିଖରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଅ ସିରିଜର ଅନ୍ତିମ ମ୍ୟାଚ୍ । ଏହି ମ୍ୟାଚ ପାଇଁ ଉଭୟ ଟିମ୍ ଆସନ୍ତା କାଲି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ କଡ଼ା ସୁରକ୍ଷା ବଳୟ ଭିତରେ ସେମାନଙ୍କୁ ମେ ଫେୟାର ହୋଟେଲକୁ ନିଆଯିବ। ସେଠାରେ ଖେଳାଳିଙ୍କୁ ଏଥର ଏକ ନିଆରା ଢଙ୍ଗରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବାର ବ୍ୟବସ୍ଥା ହୋଇଛି । ଏହାପରେ ଖେଳାଳିଙ୍କ ପସନ୍ଦ ଅନୁସାରେ ରହିବା ଓ ଖାଇବା ପାଇଁ ବ୍ୟପକ ବନ୍ଦୋବସ୍ତ କରାଯାଇଥିବା ହୋଟେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ପ୍ରଥମଥର ପାଇଁ ଭୁବନେଶ୍ୱରର ମେ ଫେୟାରରେ ଟିମ୍ ଇଣ୍ଡିଆର ଖେଳାଳି ୫ ଦିନ ରହିବେ । ଏଠାରେ ସମସ୍ତଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।ହୋଟେଲ ପକ୍ଷରୁ ଅତିଥିଙ୍କ ସତ୍କାର ପାଇଁ ସବୁପ୍ରକାର ବ୍ୟବସ୍ଥା ହୋଇଛି । ଖେଳାଳିଙ୍କ ଆଗମନକୁ ଦୃଷ୍ଟିରେ ରଖି, ହୋଟେଲରେ ଗତ ୧୦ ଦିନ ଧରି ଚାଲିଛି ପ୍ରସ୍ତୁତି । ଉଭୟ ଟିମ୍ ଓ ଅଫିସିଆଲ ମାନଙ୍କ ପାଇଁ ହୋଟେଲରେ ୯୦ଟି ରୁମ୍ ବୁକ୍ ରହିଛି।

୧୬ତମ ଥର ପାଇଁ ଭାରତୀୟ ଦଳ ମେ ଫେୟାର ହୋଟେଲରେ ରହିବାକୁ ଯାଉଛନ୍ତି । ଭାରତୀୟ ଟିମ୍ ସହ ଅନ୍ୟ ଦଳ ମଧ୍ୟ ଏହି ହୋଟେଲେ ରହିଆସୁଛନ୍ତି। ସେପଟେ ଖେଳାଳିଙ୍କ ପସନ୍ଦ ନାପସନ୍ଦକୁ ମଧ୍ୟ ହୋଟେଲ ପକ୍ଷକୁ ଗୁରୁତ୍ୱ ଦିଆଯାଉଛି। ଯେଉଁ ଖେଳାଳିଙ୍କ ଯେଉଁ ରୁମ ପସନ୍ଦ ତାଙ୍କ ପାଇଁ ସେହି ରୁମ ବୁକ ହୋଇଛି ବୋଲି ହୋଟେଲ ପକ୍ଷରୁ କୁହାଯାଇଛି।

ଏ ସବୁ ମଧ୍ୟରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କ ରୁମକୁ ନେଇ ଚର୍ଚ୍ଚା । ବିରାଟ ମେ ଫେୟାରରେ ନିଜର ରୁମକୁ ଲକି କୁହନ୍ତି । ସେ ଯେତେଥର ଓଡ଼ିଶା ଖେଳିବାକୁ ଆସିଛନ୍ତି ସବୁଥର ମେ ଫେୟାରର ସେହି ରୁମରେ ରହିଛନ୍ତି । ଏ ରୁମରେ ବିରାଟଙ୍କ ପାଇଁ ରହିଛି ସବୁ ପ୍ରକାରର ବ୍ୟବସ୍ଥା । ସ୍ପେସାଲ୍ ଫୁଡ୍ ଠାରୁ ଆରମ୍ଭ କରି ଜିମ୍ ଇକ୍ୟୁଇପମେଣ୍ଟ ଏବଂ ଅଧିକ ସ୍ପେସିୟସ୍ ହୋଇଛି ଏ ରୁମ୍ ।

ତେବେ ୧୩୪ ନମ୍ବର ରୁମ୍ ହେଉଛି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କର ଫେବରାଇଟ୍ ରୁମ୍ । ଯେତେବେଳେ ବି ସେ ଓଡ଼ିଶା ଆସନ୍ତି ଏହିଠାରେ ହିଁ ରୁହନ୍ତି । ବିରାଟଙ୍କ ଭଳି ରୋହିତ ଶର୍ମାଙ୍କର ପ୍ରିୟ ରୁମ ହେଉଛି ୧୨୩ ନମ୍ବର । ଦିନ ୨ଟା ଠାରୁ ଆରାଇଭାଲ କରିବେ ସମସ୍ତ ଖେଳାଳି । ହୋଟେଲରେ ୯ଟି ରେସ୍ତୋରାଁ ରହିଛି । ଯେଉଁଠି ସମସ୍ତ ଖେଳାଳିଙ୍କ ମନ ପସନ୍ଦର ଖାଇବା ଉପଲବ୍ଧ ରହିଛି । କେଉଁ ଖେଳାଳିଙ୍କୁ କେଉଁ ରେସ୍ତୋରାଁ ପସନ୍ଦ ଏହାକୁ ଦୃଷ୍ଟିରେ ରଖି ଖେଳାଳିଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ଏବେଠାରୁ ସ୍ୱାଗତ ପାଇଁ ସଜେଇ ହେଲାଣି ମେ ଫେୟାର ହୋଟେଲ ।



ହିସାର ଜିଲ୍ଲାର ଏକ ଗାଁରେ ଥିବା ସରକାରୀ ବିଦ୍ୟାଳୟରେ ଏମିତି କାରନାମା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଦେଶର ରାଜଧାନୀ ଦିଲ୍ଲୀରୁ ଅଳ୍ପ କିଛିଦୂରରେ ଥିବା ହରିୟାଣର ହିସାରର ଏ ଘଟଣାରେ ପୋଲିସ ଲ୍ୟାବ୍ ଆସିଷ୍ଟାଣ୍ଟ, ପିଇଟି ଟିଚରଙ୍କୁ ଗିରଫ କରିଛି । ମାମଲାରେ ତୃତୀୟ ଅଭିଯୁକ୍ତ କମ୍ପ୍ୟୁଟର ଶିକ୍ଷକ ଫେରାର୍ ଅଛି ।
ଛାତ୍ରୀମାନଙ୍କ ଅନୁସାରେ, ଅଭିଯୁକ୍ତ ଶିକ୍ଷକ ଜଲଦି ସ୍କୁଲ ଆସିବା ଡେରିରେ ଫେରିବାକୁ ବାଧ୍ୟ କରୁଥିଲେ । ପୋଲିସ ୩ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ୪ଟି ଧାରା ସହ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି ।











