spot_img
Home Blog Page 7461

କ୍ଷମା ଆବେଦନ ସହ ରାଷ୍ଟ୍ରପତିଙ୍କ ନିକଟକୁ ଡାଏରୀ ପଠାଇବାକୁ ଚାହୁଁଛି ବିନୟ

ନୂଆଦିଲ୍ଲୀ:  ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ନେଇ ଡେଥ୍‌ ଓ୍ୱାରେଣ୍ଟ ଜାର ହୋଇସାରିଛି । ଆସନ୍ତା ଫେବ୍ରୁଆରୀ ୧ରେ ସମସ୍ତ ୪ ଜଣ ଦୋଷୀଙ୍କୁ ଫାଶୀ ଦିଆଯିବ । ଏହାପରେ ଫାଶୀରୁ ଫାଶରୁ ମୁଳୁଳିବା ଲାଗି ଦୋଷୀଙ୍କ ପକ୍ଷରୁ ଜାର ରହଛି ପ୍ରୟାସ । ଏମାନଙ୍କ ମଧ୍ୟରେ ଜଣେ ଦୋଷୀ ବିନୟ ତା’ର ଡାଏରୀ ଫେରାଇ ଦେବା ନେଇ ତିହାର ଜେଲ୍‌ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଶୁକ୍ରବାର ଦିଲ୍ଲୀ କୋର୍ଟରେ ଆବେଦନ କରିଛନ୍ତି । ସେ କୋର୍ଟ ନିକଟରେ ଅପିଲ୍‌ କରିଛନ୍ତି ତାଙ୍କ ବ୍ୟକ୍ତିଗତ ଡାଏରୀକୁ କ୍ଷମା ଆବେଦନ ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଯାଉ ।

ଏହାପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ମାମଲାରେ ଅନ୍ୟ ଜଣେ ଦୋଷୀ ମୁକେଶ ସିଂହଙ୍କ ଦୟା ଯାଚିକା ୪ ଦିନ ମଧ୍ୟରେ ଖାରଜ କରିଦେଇଥିଲେ । ଇତିହାସରେ ପ୍ରଥମଥର ପାଇଁ ୪ ଦିନ ମଧ୍ୟରେ ରାଷ୍ଟ୍ରପତି କ୍ଷମା ଆବେଦନକୁ ଖାରଜ କରିଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହା ସବୁଠାରୁ ଦ୍ରୁତ ନିଷ୍ପତ୍ତି ।

ଆଉ ଏବେ ମାମଲାର ଆଉ ଜଣେ ଦୋଷୀ ବିନୟ କ୍ଷମା ଆବେଦନ କରିବା ସହ ବ୍ୟକ୍ତିଗତ ଡାଏରୀ ପଠାଇବାକୁ ଚାହୁଁଛି । ଯାହାଦ୍ୱାରା ସେ ନିଷ୍ପତ୍ତିରେ ବିଳମ୍ୱ କରିବାକୁ ଚାହୁଁଥିବା କୁହାଯାଉଛି । ପୂର୍ବରୁ  କ୍ଷମା ଆବେଦନ ଯୋଗୁଁ କୋର୍ଟଙ୍କୁ ନୂଆ ଡେତ୍‌ ଓ୍ୱାରେଣ୍ଟ ଜାରି କରିବାକୁ ପଡ଼ିଥିଲା । ପୂର୍ବରୁ ୨୨ ଫେବ୍ରୁଆରୀ ଫାଶୀ ହେବାକୁ ଥିବା ବେଳେ ଫ୍ରେବ୍ରୁଆରୀ ପହିଲାରେ ଫାଶୀ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ନିର୍ଭୟା ଦୋଷୀ ବିନୟ ଶର୍ମାଙ୍କ ଓକିଲ ଏପି ସିଂହଙ୍କ କହିବା ହେଲା ଯେ, ସେ ଯେତେବେଳେ ଦୋଷୀ ବିନୟ ସହ ଗତ ୨୨ ତାରିଖରେ କଥା ହୋଇଥିଲେ ସେତେବେଳେ ସେ କ୍ଷମା ଆବେଦନ ସହ ତାଙ୍କ ବ୍ୟକ୍ତିଗତ ଡାଏରୀକୁ ରାଷ୍ଟ୍ରପତିଙ୍କୁ ପାଖକୁ ପଠାଇବାକୁ ଚାହୁଥିବା କହିଛନ୍ତି । ଏପି ସିଂହ କହିଛନ୍ତି ଯେ, ସେ ଜେଲ୍‌ ପ୍ରଶାସନ ସହିତ ଏ ସମ୍ପର୍କରେ କଥା ହୋଇଥିଲେ । ଏବଂ ତାଙ୍କ ଡାଏରୀ ଦେବ ପାଇଁ ଆଗ୍ରହ କରିଥିଲେ । କିନ୍ତୁ ଏ ଯାଏଁ ଜେଲ ପ୍ରଶାସନ ପକ୍ଷରୁ କୌଣସି ଉତ୍ତର ମିଳିନାହିଁ ।

ପୋଲିସ ପଦକ ଘୋଷଣା: ADG ଆର ପି କୋଚ୍ଚେ ଓ ମନୋରଂଜନ ସାମଲଙ୍କୁ ମିଳିବ ବିଶିଷ୍ଟ ସେବା ପଦକ

ନୂଆଦିଲ୍ଲୀ: ପୋଲିସ ପଦକ ଘୋଷଣା । ମୋଟ୍‌ ୨୯ ଜଣଙ୍କୁ ମିଳିବ ପଦକ । ୨ ଜଣଙ୍କୁ ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ ମିଳିବ । ଏଡିଜି ଆର ପି କୋଚ୍ଚେ ଓ ମନୋରଂଜନ ସାମଲଙ୍କୁ ମିଳିବ ବିଶିଷ୍ଟ ସେବା ପଦକ । ୧୬ ଜଣଙ୍କୁ ମିଳିବ ପୋଲିସ ସାହସିକତା ପଦକ । ସେହିପରି ୧୧ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପଦକ ଦିଆଯିବ ।

ବିଶିଷ୍ଟ ସେବା ପଦକ ପାଇବେ, ଏସଆଇ ଗଗନ ବିହାରୀ ନାୟକ, ହାବିଳଦାର କୃଷ୍ଣାଲୋକ ବେହେରା, କନଷ୍ଟେବଳ ମୁରଲୀ ମନୋହର ଦାଶ, ମହେଶ୍ୱର ଧାକଡ଼, ମନୋହର ଭୂମିଆ, ଶିବ ପ୍ରସାଦ ନାୟକ, ଭବାନୀ ଶଙ୍କର ପାଟଲି, ଅର୍ଜୁନ ଚନ୍ଦ୍ର କୁର୍ମୀ,ବିନୟ କୁମାର ମିଶ୍ର, ରାଜେଶ କୁମାର ଦେୱାନ, ରାଜେନ୍ଦ୍ର ଚୌଧୁରୀ, ସୁଖୀରାମ ରାଣା, କମାଣ୍ଡେ। ଗଣେଶ ଧାରୁଆ, ରବୀନ୍ଦ୍ର ପରମାଣିକ, ପଦ୍ମନାଭ ରାୟ, କମାଣ୍ଡେ।, ମଦନ ମୋହନ ପଧାନ ।

ଯେଉଁ ୧୧ ଜଣଙ୍କୁ ଉଲ୍ଲେଖନୀୟ ସେବା ପଦକ ମିଳିବ ସେମାନେ ହେଲେ ଅତିରିକ୍ତ ଏସପି ବିଶ୍ୱନାଥ ମିଶ୍ର, ଡିଏସପି ବିକାଶ ରଂଜନ ଦେହୁରୀ, କନଷ୍ଟେବଳ ବାଳକୃଷ୍ଣ ନନ୍ଦ, ଡିଏସପି ସୁଶାନ୍ତ କୁମାର ଦିଆନ, ଇନିସପେକ୍ଟର ଆଶିଷ ମିଶ୍ର, ସବ୍‌ ଇନିସପେକ୍ଟର ଦିବାକର ସାମନ୍ତସିଂହାର,ଏଏସ୍‌ଆଇ ଶାନ୍ତନୁ ଦାଶ, ପ୍ରଣବ ନାଏକ, ଚିତ୍ତରଂଜନ ରଥ, ନରେନ୍ଦ୍ର ରାଉତ ଓ ଏସ୍‌ କେ ଦାଉଦ୍‌ ।

ଜାନୁଆରୀ ୨୫ ତାରିଖକୁ ଜାତୀୟ ମତଦାତା ଦିବସ ଭାବେ ପାଳନ କରାଯାଉଛି

ନୂଆଦିଲ୍ଲୀ: ଆଜି ୧୦ମ ଜାତୀୟ ଭୋଟର ଦିବସ । ୨୦୧୦ ମସିହାରୁ ଜାନୁଆରୀ ୨୫ ତାରିଖକୁ ଜାତୀୟ ଭୋଟର ଦିବସ ଭାବେ ପାଳନ କରାଯାଉଛି । ଏନେଇ ରାଜ୍ୟ ନିରବାଚନ ଆୟୋଗଙ୍କ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଉତ୍ସବର ଆୟୋଜନ କରାଯାଇଛି ।

ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଯୁବ ଭୋଟର ତଥା ସଚେତନ ଭୋଟରଙ୍କ ଉପରେ ଗଣତନ୍ତ୍ରର ସୁରକ୍ଷା ନିର୍ଭର କରୁଛି । ଏଣୁ ମତଦାନ ଅଧିକାର ନିଜେ ସାବ୍ୟସ୍ତ କରିବା ସହିତ ଅନ୍ୟମାନଙ୍କୁ ଏଦିଗରେ ସଚେତନ କରିବାକୁ ଆହ୍ଵାନ କରିଛନ୍ତି ରାଜ୍ୟପାଳ । କାର୍ଯ୍ୟକ୍ରମରେ ୧୦ଜଣ ନୂଆ ଭୋଟରଙ୍କୁ ସେମାନଙ୍କର ଭୋଟର ପରିଚୟ ପତ୍ର ରାଜ୍ୟପାଳଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା ।

ଦୀର୍ଘ ୪ ଘଣ୍ଟାର କସରତ ପରେ ଗରାରେ ଫସିଥିବା ଶିଶୁ ସୁରକ୍ଷିତ ଉଦ୍ଧାର

କଟକ: ଗରାରେ ଫସିଥିବା ଶିଶୁ ସୁରକ୍ଷିତ ଉଦ୍ଧାର । ଦୀର୍ଘ ୪ ଘଣ୍ଟାର କସରତ ପରେ ଶିଶୁକୁ ସୁରକ୍ଷିତ ଉଦ୍ଧାର କରିଛି ଦମକଳ ବାହିନୀ । କଟକ ବାଙ୍କୀ ବ୍ଲକ ନୂଆଗାଁର ଏ ଘଟଣା ।

ଶୁକ୍ରବାର ରାତିରେ ଶିଶୁଟି ଖେଳୁଥିବା ବେଳେ ଗରା ଭିତରେ ଫସିଯାଇଥିଲା । ଶିଶୁ କାନ୍ଦିବାରୁ ଘରଲୋକ ଏବଂ ପଡୋଶୀ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ । ଖବର ପାଇ ଦମକଳବାହିନୀ ପହଞ୍ଚି ଶିଶୁଟିକୁ ସୁରକ୍ଷିତ ଉଦ୍ଧାର କରିଛି ।

ସ୍ତ୍ରୀକୁ ପିଟିପିଟି ହତ୍ୟା ପରେ ବିଷ ପିଇ ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ

କେନ୍ଦୁଝର: ସ୍ତ୍ରୀକୁ ପିଟିପିଟି ହତ୍ୟା ପରେ ବିଷ ପିଇ ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ମଧୁସୂଦନପୁର ଗାଁରେ ଏଭଳି ଘଟଣା ଘଟିଛି ।

ସ୍ୱାମୀ ପ୍ରସନ୍ନ ଜୁଆଙ୍ଗ ଓ ସ୍ତ୍ରୀ ଶାନ୍ତି ଜୁଆଙ୍ଗଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା । ପ୍ରସନ୍ନ ହିତାହିତ ଜ୍ଞାନ ହରାଇ ସ୍ତ୍ରୀ ଶାନ୍ତିଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହାପରେ ପ୍ରସନ୍ନ ବିଷ ପିଇ ଦେଇଥିଲା ଓ ତା’ପରେ ଫେରାର ହୋଇଯାଇଛି । ତା’ ଅବସ୍ଥା କେମିତି ଅଛି ଓ ସେ କେଉଁଠି ଅଛି, ଜଣାପଡ଼ିନାହିଁ । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଶ୍ରୀଜିଉଙ୍କ ଦର୍ଶନ କଲେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଏନ.ଭି ରମଣ

ପୁରୀ: ଆଜି ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଏନ.ଭି ରମଣ । ଶ୍ରୀଜିଉଙ୍କ ଦର୍ଶନ କରିବା ସହ ଚତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ବେଶ ପ୍ରଶଂସା ମଧ୍ୟ କରିଛନ୍ତି  ସେ । ଶ୍ରୀମନ୍ଦିର ସଂସ୍କାର ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଥିବା ବେଳେ, ଜଷ୍ଟିସ ଏନ.ଭି ରମଣଙ୍କ ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି । ଗତ ନଭେମ୍ବରରେ  ସୁପ୍ରିମକୋର୍ଟ ୨୩ଟି ନିର୍ଦ୍ଦେଶାବଳୀ ଦେଇଥିଲେ । ଏଥିସହ ନିୟମାବଳୀ ଗୁଡିକୁ ଅନୁପାଳନ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।

 

ଅନ୍ୟପଟେ ଜଷ୍ଟିସ ରମଣ ପୁରୀ ପହଞ୍ଚିବା ପରେ ସିଂହଦ୍ଵାର ସମ୍ମୁଖରେ ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର, ଜିଲ୍ଲାପାଳ ବଲୱନ୍ତ ସିଂ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ ।

ରାତିରେ କାହିଁକି କାନ୍ଦେ କୁକୁର ?

ଆମେ ଆଜି ଏଠାରେ ଏକ ଏମିତି ରହସ୍ୟର କଥା କହିବୁ ଯାହା ଅତି ରୋଚକ । ତେବେ ଆସନ୍ତୁ ଜାଣିବା କୁକୁର ରାତିରେ ହିଁ ସବୁବେଳେ କାହିଁକି କାନ୍ଦିଥାଆନ୍ତି…

ଆମେ ସାଧାରଣତଃ ଦଖିଥାଉ ଆମ ଆଖପାଖରେ ଥିବା କୁକୁର ମାନେ କେବେକେବେ କାନ୍ଦିଥାନ୍ତି । ତେବେ ଲକ୍ଷ କରିଥିବେ ସେମାନେ ସବୁବେଳେ ଦିନରେ ନକାନ୍ଦି ରାତିରେ ହିଁ କାନ୍ଦିଥାଆନ୍ତି । ଦିନରେ କେବଳ ସେମାନେ ଭୋକିଥାଆନ୍ତି । କେବେ ଚିନ୍ତା କରିଛନ୍ତି ଏପରି କାହିଁକି ହୋଇଥାଏ । ଏହା ପଛରେ ଏକ ବହୁତ ବଡ ରହସ୍ୟ ରହିଛି । ଜ୍ୟୋତିଷଶାସ୍ତ୍ର ଅନୁସାରେ କୁକୁର ମାନେ ରାତିରେ ଆତ୍ମା ମାନଙ୍କୁ ଦେଖି ପାରନ୍ତି ଓ ଅନୁଭବ ମଧ୍ୟ କରିପାରନ୍ତି ଏବଂ ଏହି କାରଣରୁ ସେମାନେ କାନ୍ଦିଥାନ୍ତି ବୋଲି କହେ ଜ୍ୟୋତିଷଶାସ୍ତ୍ର ।

Image result for dog crying

ପ୍ରକୃତିର ଘରେ ସୂର୍ଯ ଲୁଚିବାକୁ ଲାଗିଲେ ଅନ୍ଧାର ହୁଏ ସାରା ଜଗତ । ଏହି ଅନ୍ଧାରରେହିଁ କୁକୁର ଅନୁଭବ କରେ ଆତ୍ମାକୁ । ହେଲେ ବିଜ୍ଞାନ ଏହାକୁ ମାନେ ନାହିଁ । ବିଜ୍ଞାନ ଅନୁସାରେ କୁକୁରଟି ନିଜ ସାଥୀ ମାନଙ୍କ ପାଖକୁ ସନ୍ଦେଶ ଦେବାକୁ ଏହି ଭଳି ସ୍ୱର କରିଥାଏ । ଅନ୍ୟକିଛି ବୈଜ୍ଞାନିକଙ୍କ ମତରେ ତାକୁ ଭୋକ ଲାଗିଲେ କିମ୍ବା ନିଜର ସ୍ଥିତି ଜାହିର କରିବାକୁ ସେ ସେମିତି ସ୍ୱର କରୁଥିବା କୁହାଯାଇଛି ।

ଭୁବନେଶ୍ୱର: ବିମାନବନ୍ଦରରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କଲେ ଭୁବନେଶ୍ୱର ଡିସିପି ଅନୁପ ସାହୁ । ଆଇନଗତ ଦିଗର ତଦନ୍ତ କରିବ କମିଶନରେଟ ପୋଲିସ । ପୂର୍ତ୍ତ ବିଭାଗ ଓ ଷ୍ଟେଟ୍ ଫରେନସିକ୍ ଲାବ ସହ ମିଶି କାମ କରିବୁ । ଠିକାଦାର କାମର ସମସ୍ତ ଦସ୍ତାବିଜ ପାଇଁ ପଚରାଉଚରା କରୁଛୁ ।

ଭୁବନେଶ୍ୱର: ବିମାନବନ୍ଦରରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କଲେ ଭୁବନେଶ୍ୱର ଡିସିପି ଅନୁପ ସାହୁ । ଆଇନଗତ ଦିଗର ତଦନ୍ତ କରିବ କମିଶନରେଟ ପୋଲିସ । ପୂର୍ତ୍ତ ବିଭାଗ ଓ ଷ୍ଟେଟ୍ ଫରେନସିକ୍ ଲାବ ସହ ମିଶି କାମ କରିବୁ । ଠିକାଦାର କାମର ସମସ୍ତ ଦସ୍ତାବିଜ ପାଇଁ ପଚରାଉଚରା କରୁଛୁ ।

ନିର୍ଭୟା ମାମଲର ଦୋଷୀ ଥିବା ଜେଲ୍‌ରେ ନଷ୍ଟ ହେଉଛି ୨୦ରୁ ୨୫ ହଜାର ରୁଟି: ପଢ଼ନ୍ତୁ କାହିଁକି

ନୂଆଦିଲ୍ଲୀ: ନିର୍ଭୟା ମାମଲାର ଦୋଷୀମାନେ ରହୁଥିବା ତିହାଡ ଜେଲରେ ପ୍ରତିଦିନ ନଷ୍ଟ ହେଉଛି ୨୦ରୁ ୨୫ ହଜାର ରୁଟି । ଆଉ ଏହି ଜେଲରେ ନିର୍ଭୟାର ଦୋଷୀଙ୍କୁ ମଧ୍ୟ ରଖାଯାଇଛି । ଯାହାଙ୍କୁ ଆସନ୍ତା ଫେବ୍ରୁଆରୀ ପହିଲାରେ ଫାଶୀ ଦିଆଯିବ । ଏଠାରେ ପ୍ରତିଦିନ ନଷ୍ଟ ହେଉଥିବ ରୁଟିରେ ଅତି କମ୍‌ରେ ୪ରୁ ୫ ହଜାର ଲୋକଙ୍କ ପେଟ ପୂରିଥାନ୍ତା । ବହୁ କଏଦୀ ଖାଉନଥିବା ଯୋଗୁ୍ଁ ଏଭଳି ରୁଟି ନଷ୍ଟ ହେଉଛି । ବହୁ ବର୍ଷ ଧରି ଏଠାରେ ଏଭଳି ଚାଲିଆସୁଛି । କେବଳ ରୁଟି ନୁହେଁ ଡାଲି ଓ ଭାତ ମଧ୍ୟ ଏଠାରେ ନଷ୍ଟ ହେଉଛି ।

            ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଜେଲ୍‌ରେ ୧୮ ଜଣ କଏଦୀ ରହୁଛନ୍ତି । ଏମାନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ୨୦ରୁ ୨୫ ହଜାର ରୁଟି ନଷ୍ଟ ହେବା ସତ୍ତ୍ୱେ ଏନେଇ ଜେଲ୍‌ର କୌଣସି ଉଚ୍ଚ ପଦାଧିକାରୀ ଘଟଣାକୁ ଗମ୍ଭୀରତାର ସହ ନେଉନାହାନ୍ତି ।

ଜେଲ୍‌ ନିୟମାନୁସାରେ ହିଁ  ସମସ୍ତ କଏଦୀମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ସେମାନେ ଖାଅନ୍ତୁ ଅବା ନଖାଅନ୍ତୁ । ବଳିଯାଉଥିବା ରୁଟିକୁ ଅନାଥ ଆଶ୍ରମ ଓ ପିଲାମାନଙ୍କୁ ବାଣ୍ଟି ଦିଆଯାଉଛି । ତଥାପି ବହୁ ସଂଖ୍ୟାରେ ରୁଟି ଖରାପ ହୋଇଯାଏ ।

            ପ୍ରକୃତ ସମସ୍ୟା ହେଉଛି ଜେଲ୍‌କୁ ଆସିବା ପରେ ଅଧିକାଂଶ କଏଦୀଙ୍କ ଭୋକ ମରିଯାଏ । ଅଶାନ୍ତି ମଧ୍ୟରେ ସେ ଖାଦ୍ୟ ଖାଇପାରେ ନାହିଁ । ଏଥି ଯୋଗୁଁ ଖାଦ୍ୟ ବଞ୍ଚିଯାଏ । ଯେଉଁ କଏଦୀ ବହୁ ଦିନ ଧରି ଜେଲ୍‌ରେ ରହିଲେଣି ସେମାନେ ସେମାନଙ୍କ  ପୂରା ଖାଇବା ଖାଇଥାନ୍ତି । ସାଧାରଣତଃ ଜେଲ୍‌ ନଂ ୨ ରେ ବନ୍ଦୀ ନିଜ ଖାଇବା ଖାଇଥାନ୍ତି । କାହିଁକି ନାଁ ସେଠାରେ ଲମ୍ୱା ସମୟ ଧରି ସଜ୍ଜା କଟୁଥିବା କଏଦୀ ରହୁଛନ୍ତି । କିନ୍ତୁ ଅନ୍ୟ ଜେଲ୍‌ର ଖାଇବା ବଳିଯାଇଥାଏ ।

ଗତ ୫ ବର୍ଷ ଏଭଳି ଚାଲିଆସୁଛି । ମଝିରେ ଏଥିରେ ସୁଧାର ଆଣିବେ ନେଇ ଚେଷ୍ଟା କରାଯାଇଥିଲା । କିନ୍ତୁ ଏଦିଗରେ କିଛି ବିଶେଷ ଧ୍ୟାନ ଦିଆଗଲାନାହିଁ । ଯେଉଁଥିଲାଗି ଏବେ ଏତେ ସଂଖ୍ୟାରେ ରୁଟି ନଷ୍ଟ ହେଉଛି ।

 

ବାଲିଗୁଡ଼ା: ବନ୍ଧୁକ ମୁନରେ ୪୦ ହଜାର ଟଙ୍କା ଲୁଟ୍ । ରାଇକିଆ ଥାନା କରଡ଼ା ହନୁମାନ ମନ୍ଦିର ପୂଜକଙ୍କ ଠାରୁ ଲୁଟିନେଲେ ଦୁର୍ବୃତ୍ତ । ଥାନାରେ ଏତଲା, ପୋଲିସର ଛାନଭିନ୍ ।

ବାଲିଗୁଡ଼ା: ବନ୍ଧୁକ ମୁନରେ ୪୦ ହଜାର ଟଙ୍କା ଲୁଟ୍ । ରାଇକିଆ ଥାନା କରଡ଼ା ହନୁମାନ ମନ୍ଦିର ପୂଜକଙ୍କ ଠାରୁ ଲୁଟିନେଲେ ଦୁର୍ବୃତ୍ତ । ଥାନାରେ ଏତଲା, ପୋଲିସର ଛାନଭିନ୍ ।