spot_img
Home Blog Page 7461

ପ୍ରତିଷେଧମୂଳକଭାବେ ଗିରଫ ହେଲେ ଦିଗବିଜୟ

ହୋଟେଲ ବାହାରେ ଧାରଣାରେ ବସିଥିବା କଂଗ୍ରେସ ନେତା ଦିଗବିଜୟ ସିଂହଙ୍କୁ ଗିରଫ କଲା ପୋଲିସ । ପ୍ରତିଷେଧାତ୍ମକଭାବେ ଗିରଫ କଲା ପୋଲିସ । ଗିରଫ ପରେ ତାଙ୍କୁ କମିଶନରଙ୍କ କାର୍ଯ୍ୟାଳୟକୁ ନିଆଯାଇଛି ।

Image

Image

କର୍ଣ୍ଣାଟକର ଏକ ହୋଟେଲରେ ରହୁଥିବା ୨୧ ବିଧାୟକଙ୍କୁ ଦେଖାକରିବାକୁ ଯାଇଥିଲେ ଦିଗବିଜୟ । ସେଠାରେ ତାଙ୍କୁ ଦେଖାକରିବାକୁ ଅନୁମତି ଦିଆଯାଇନଥିବାରୁ ସେ ଧାରଣାରେ ବସିଥିଲେ ।

Image

ବିଧାୟକମାନେ ଥିବା ହୋଟେଲ ବାହାରେ ଧାରଣାରେ ବସିଲେ ଦିଗବିଜୟ

 

ସବୁବେଳେ ମାଆଙ୍କୁ ନିଜ ପାଖରେ ରଖୁଥିବା ଅଭିନେତାଙ୍କର ଆଜି ଜନ୍ମଦିନ

ବଲିଉଡର ସବୁଠୁ ସୁନ୍ଦର ଅଭିନେତାମାନଙ୍କ କଥା କହିଲେ , ଭେଟେରାନ୍ ଅଭିନେତା ଶଶି କପୁରଙ୍କ ନାଁ ମନକୁ ଆସେ । ଶଶି କପୁର ହେଉଛନ୍ତି ବଲିଉଡ ଜଗତର ଜଣେ ଚର୍ଚ୍ଚିତ ଅଭିନେତା ତଥା ପ୍ରଯୋଜକ ।  ହିନ୍ଦୀ ସିନେମା ବ୍ୟତୀତ ସେ ଇଂରାଜୀ ଭାଷାରେ ମଧ୍ୟ ଅନେକ ଫିଲ୍ମ ପ୍ରଡ୍ୟୁସ୍ କରିଛନ୍ତି । ଶଶି କପୁର ଇଣ୍ଡଷ୍ଟ୍ରିରେ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ସେ ଅନେକ ହିଟ୍ ମଧ୍ୟ ଦେଇଥିଲେ ସବୁ ପ୍ରକାର ସିନେମାରେ ତାଙ୍କର ଅବଦାନ ପ୍ରଶଂସନୀୟ ଥିଲା। ସିନେମା ଜଗତରେ ଶଶି କପୁରଙ୍କ ଅବଦାନ ପାଇଁ ତାଙ୍କୁ ଅନେକ ଜାତୀୟ ପୁରସ୍କାର ମିଳିଛି ।

୨୦୧୧ ମସିହାରେ ଭାରତ ସରକାରଙ୍କ ତରଫରୁ ତାଙ୍କୁ ପଦ୍ମ ଭୂଷଣ ଦିଆଯାଇ ସମ୍ମାନୀତ କରାଯାଇଥିଲା । ୨୦୧୪ ମସିହାରେ ତାଙ୍କୁ ଦାଦା ସାହେବ ଫାଲକେ ଆଓ୍ବାର୍ଡ ମିଳିଥିଲା । ରାଜ କପୁରଙ୍କର ତୃତୀୟ ପୁତ୍ର ଥିଲେ ଶଶି । ୧୯୪୮ ମସିହାରେ ଫିଲ୍ମ ‘ଆଗ୍‌’ ଜରିଆରେ ସେ ଶିଶୁ କଳାକାର ଭାବେ ନଜର ଆସିଥିଲେ ।

୧୯୬୧ ମସିହାରେ ୟଶ୍‌ ଚୋପ୍ରାଙ୍କ ପଲିଟିକାଲ ଡ୍ରାମା ଫିଲ୍ମ ‘ଧର୍ମପୁତ୍ରରେ’ ଲିଡ୍‌ ରୋଲରେ ଅଭିନୟ କରି ଅନେକ ଦର୍ଶକଙ୍କ ମନରେ ରାଜ କରିଥିଲେ । ୭୦ ରୁ ୮୦ ଦଶକ ମଧ୍ୟରେ ସେ ଜଣେ ଲୋକପ୍ରିୟ କଳାକାର ଭାବେ ଖୁବ ଜଣାଶୁଣା ଥିଲେ । ସବୁଠୁ ଅଧିକ ଶଶି କପୁରଙ୍କୁ ଦର୍ଶକ ଗୋଟେ ଡାଇଲଗ୍ ପାଇଁ ଅଧିକ ମନେ ପକାନ୍ତି । ତାହା ହେଉଛି ଶଶିଙ୍କର ଫେମସ୍ ଡାଇଲଗ୍ ‘ମେରେ ପାସ ମାଆ ହୈ’।

ସେ ସମୟରେ ଅନେକ ରୋମାଣ୍ଟିକ ଫିଲ୍ମ ‘ମୃହବତ୍‌ ଇସକୋ କେହତେ ହେଁ,’ ‘ଜବ ଜବ ଫୁଲ ଖିଲେ’, ‘ନିନ୍‌ଦ ହମାରୀ ଖ୍ବ।ବ୍‌ ତୁମୃହାରେ,’ ‘ରୁଠା ନା କରୋ’ ଆଦି ଫିଲ୍ମରେ ଜବରଦସ୍ତ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଥିଲେ ଶଶି । ୨୦୧୦ ମସିହାର ଆନୁଆଲ ଫିଲ୍ମଫେୟାର ଆଓ୍ବାର୍ଡସ୍‌ରେ ତାଙ୍କୁ ମିଳିଥିଲା ଫିଲ୍ମଫେୟାର ଲାଇଫଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ । ଆଜି ତାଙ୍କ ଜନ୍ମ ତିଥିରେ ପ୍ରଣାମ ଓଡିଶା ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ।

ଜିଓର ନୂଆ ଧମାକେଦାର ଅଫର…ସବୁକିଛି ଫ୍ରି ଓ ଅନଲିମିଟେଡ୍

ଭାରତର ପପୁଲାର ଟେଲିକମ୍‌ କମ୍ପାନୀ ମଧ୍ୟରୁ ଗୋଟେ ହେଉଛି ରିଲାଏନ୍ସ ଜିଓ। ଜିଓ ଲଗାତାର ଭାବେ ନିଜ ଗ୍ରାହକଙ୍କ ପାଇଁ ଫାଇଦା ହେଉଥିବା ସେବା ଲଂଚ କରେ। ଜିଓ ମାଧ୍ୟମରେ ଅନେକ ଲୋକ ଇଣ୍ଟରନେଟ୍‌ ବ୍ୟବହାର କରିବା ଆରମ୍ଭ କରିଥିଲେ। ଏବେ ଜିଓ ନିଜର ଆଉ ଏକ ନୂଆ ପ୍ଲାନ ମାର୍କେଟକୁ ଆଣିଛି। ବଜାରକୁ ଜିଓ ଆସିବା ପରେ ଅଧିକାଂଶ ନେଟୱାର୍କଙ୍କ ଛୁଟି ହୋଇଥିଲା ।

ନିକଟରେ ରିଲାଏନ୍ସ ଜିଓ ମାଗଣା କଲ୍ ବନ୍ଦ କରି ଗ୍ରାହକଙ୍କୁ ଆଶ୍ଚର୍ଯ୍ୟ କରିଥିଲା  । ହେଲେ ଏବେ ପୁଣି ଜିଓ ନିଜର ଆଉ ଏକ ନୂତନ ପ୍ଲାନ୍ ଆଣିଛି । ଜିଓର ଏହି ନୂତନ ଅଫର ୩୩୬ ଦିନର ହେବ । ଏହି ନୂଆ ଅଫର ବଜାରକୁ ଆସିବା ମାତ୍ରେ ବଜାରରେ ଧମାକା ସୃଷ୍ଟି କରିଛି । ରିଲାଏନ୍ସ ଜିଓ ଟେଲିକମ୍ ଦୁନିଆରେ ପ୍ରବେଶ କରିବା ପରେ ଅଧିକାଂଶ ଅଫର ଗ୍ରାହକଙ୍କୁ ଦେଇଛି ।

ଗୋଟେ ସମୟ ଥିଲା ଯେବେ ଗ୍ରାହକମାନଙ୍କୁ ୧ ମାସ ପାଇଁ ଇଣ୍ଟରନେଟ୍ ପ୍ୟାକ୍ ୩୦୦ ରୁ ୪୦୦ ଟଙ୍କା ଦେବାକୁ ପଡୁଥିଲା । କେବଳ ସେତିକି ନୁହେଁ ଗ୍ରାହକମାନେ କଲିଂ ଏବଂ ମେସେଜିଂ ପାଇଁ ମଧ୍ୟ ରିଚାର୍ଜ କରୁଥିଲେ। କିନ୍ତୁ ଜିଓ ଆସିବା ପରେ ଗ୍ରାହକମାନଙ୍କୁ ସସ୍ତାରେ ଜିଓର ଅନେକ ଅଫର ମିଳୁଥିଲା । ଏବେ କମ୍ପାନୀ ନୂଆ ଅଫରର ମୂଲ୍ୟ ୨,୧୨୧ ଟଙ୍କା ରଖିଛି। ଏହି ଅଫରରେ, ଗ୍ରାହକମାନେ ପୁରୁଣା ଲାଭ ପାଇବେ।

ଏହି ଅଫରରେ ଗ୍ରାହକମାନେ ପ୍ରତିଦିନ ୧.୫ ଜିବି ଡାଟା ପାଇବେ ।  କେବଳ ସେତିକି ନୁହେଁ ଡାଟା ସହିତ ଫ୍ରି କଲିଂର ସୁବିଧା ମଧ୍ୟ ରହିବ । ଏହା ସହିତ ମାଗଣା SMS ରୋମିଂ ସୁବିଧା ମଧ୍ୟ ଉପଲବ୍ଧ ହେବ । ଏହି ଅଫରରେ ଅନଲିମିଟେଡ୍ ଫ୍ରି ଭଏସ୍ କଲିଂ ଉପଲବ୍ଧ ହେବ  । ଏହା ସହିତ ୧୨୦୦୦ ଫ୍ରି କଲିଂ ମିନିଟ୍ ଗ୍ରାହକମାନେ ଏହି ଅଫରରେ ପାଇବେ ।  ଏହି ଅଫରରେ ଫ୍ରି SMS ମଧ୍ୟ ଉପଲବ୍ଧ ହେବ ।

ରେଜିଷ୍ଟ୍ରେସନ୍‌ ନକଲେ ବିଦେଶ ଫେରନ୍ତା କର୍ମଚାରୀ ଭୋଗିବେ ଦଣ୍ଡ

ଭୁବନେଶ୍ୱର: ରାଜ୍ୟରେ କାମ କରୁଥିବା ସମସ୍ତ ଆଇ.ଟି ଏବଂ ଆଇଟିଇଏସ୍ କମ୍ପାନୀଗୁଡ଼ିକୁ ରାଜ୍ୟ ସରକାରଙ୍କ ଆଇ.ଟି ବିଭାଗ ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ଚିଠି ।

ନିକଟ ଅତିତରେ ବିଦେଶରୁ ଫେରିଥିବା କର୍ମଚାରୀଙ୍କ ବିବରଣୀ www.covid19.odisha.gov.in ରେ ଯଥାଶୀଘ୍ର ରେଜିଷ୍ଟ୍ରର କରିବାକୁ ଚିଠିରେ ଉଲ୍ଲେଖ । ଯଦି କୌଣସି ବିଦେଶ ଫେରନ୍ତା କର୍ମଚାରୀ ଏହି ନିୟମ ନ ମାନ୍ତନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ରେଜିଷ୍ଟ୍ରେସନ୍ ପାଇଁ ବିଦେଶରୁ ଫେରନ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଆଗକୁ ପୁଣି ଭିଜିବ ଓଡ଼ିଶା, ୨୦ ଯାଏଁ ଘଡ଼ଘଡ଼ି ସହ ବର୍ଷା !

ଭୁବନେଶ୍ୱର: ପୁଣି ଭିଜିବ ଓଡିଶା । ୨୦ ଯାଏ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଆଜି ୯ ଜିଲ୍ଲାକୁ ବଜ୍ରପାତ ନେଇ ପାଣିପାଗ କେନ୍ଦ୍ର ସତର୍କତା ଜାରି କରିଛି। ଗଞ୍ଜାମ, ଜଗତସିଂପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ପୁରୀ, ନୟାଗଡ଼, ଢେଙ୍କାନାଳ, କେନ୍ଦୁଝର, କଟକକୁ ସତର୍କତା ଜାରି କରାଯାଇଛି ।

ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ହେବ। ଆସନ୍ତା ୨୦ ତାରିଖ ଯାଏ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଆସନ୍ତାକାଲିଠୁ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ୧୪ଟି ଜିଲ୍ଲାରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ରେଜିଷ୍ଟ୍ରେସନ୍ ପାଇଁ ବିଦେଶରୁ ଫେରନ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

କରୋନା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ୍ । ଭିଡିଓ ବାର୍ତ୍ତା ମାଧ୍ୟମରେ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ । ବିଦେଶରୁ ଫେରୁଥିବା ଓଡ଼ିଆଙ୍କୁ ଅନ୍ ଲାଇନ୍‌ ପୋର୍ଟାଲ COVID19.ODISHA.GOV.INରେ ଅଥବା ଟୋଲ ଫ୍ରି ନମ୍ୱର 104ରେ କଲ୍‌ କରି ରେଜିଷ୍ଟର କରିବାକୁ କଲେ ନିବେଦନ ।

ବିଦେଶରୁ ଫେରିବାର ୨୪ ଘଣ୍ଟା ମଧ୍ୟରେ ନିଜ ନାଁକୁ ରେଜିଷ୍ଟର କରିବାକୁ ପରାମର୍ଶ । ଏଥିସହିତ ବିଦେଶରୁ ଫେରିବାର ୧୪ ଦିନ ପର୍ଯ୍ୟନ୍ତ କାହା ସହ ମିଳାମିଶ ନକରି ଅଲଗା ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୧୫୦୦୦ ଟଙ୍କାର ଇନ୍‌ସେନ୍‌ଟିଭ୍‌ ଯୋଗାଇଦିଆଯିବ ।

ଏଥିନିମନ୍ତେ ସହଯୋଗ ପାଇଁ ବିଦେଶରୁ ଫେରନ୍ତାଙ୍କୁ ଅପିଲ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେମାନଙ୍କ ସହଯୋଗ ଦ୍ୱାରା ହିଁ  ରାଜ୍ୟବାସୀ ସୁରକ୍ଷିତ ରଖିପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

https://www.facebook.com/nandighoshatv/videos/688016788404343/

ବିଧାୟକମାନେ ଥିବା ହୋଟେଲ ବାହାରେ ଧାରଣାରେ ବସିଲେ ଦିଗବିଜୟ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପହଞ୍ଚିଲା ମଧ୍ୟପ୍ରଦେଶ ରାଜନୀତି । ବେଙ୍ଗାଲୁରୁ ସ୍ଥିତ ରାମଦା ହୋଟେଲ ବାହାରେ ଧାରଣାରେ ବସିଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ । ତାଙ୍କୁ ବିଧାୟକମାନଙ୍କ ସହ ଦେଖାକରିବାକୁ ଦିଆଯାଇନଥିବାରୁ ସେ ଧାରଣା ବସିଛନ୍ତି । ଆଜି ସକାଳେ ସେ କର୍ଣ୍ଣାଟକରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ସେ ହୋଟେଲ ଅଭିମୁଖେ ବାହାରିଥିଲେ । କିନ୍ତୁ ସେଠାରେ ତାଙ୍କୁ ପୋଲିସ କର୍ମଚାରୀମାନେ ଭିତରକୁ ଯିବାକୁ ଅନୁମତି ଦେଇନଥିଲେ  । ତା’ ଧାରଣା ବସିଲେ ଦିଗବିଜୟ । ବର୍ତ୍ତମା ମଧ୍ୟପ୍ରଦେଶର ୨୧ ବିଧାୟକ ଧାରଣାରେ ବସିଛନ୍ତି ।

ଗତ ୧୬ ତାରିଖରେ ଫ୍ଳୋର ଟେଷ୍ଟ କରାଇବା ନେଇ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ନିର୍ଦ୍ଦେଶକୁ  କରୋନା ଆଳରେ ଟାଳିଦିଆଯାଇଥିଲା  । ତେବେ ଏନେଇ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଆଜି ସାଢ଼େ ୧୦ରେ ଶୁଣାଣି ଆରମ୍ଭ ହେବାର ଅଛି  ।

ମଧ୍ୟପ୍ରଦେଶ କଂଗ୍ରେସର ୨୧ ବିଧାୟକଙ୍କ ବିଦ୍ରୋହ ପରେ ସଂକଟରେ ପଡ଼ିଯାଇଛି କମଳନାଥ ସରକାର । ବେଙ୍ଗାଲୁରୁରେ ରହିଥିବା କଂଗ୍ରେସ ବିଧାୟକମାନେ ଭିଡିଓ ମେସେଜ୍‌ ଦ୍ୱାରା କଂଗ୍ରେସ ଛାଡ଼ିବା ନେଇ ଘୋଷଣା କରିଛନ୍ତି ।

ଲଦାଖରେ ପ୍ରଥମ ଭାରତୀୟ ସେନା ଯବାନଙ୍କୁ କରୋନା  

ଦେଶରେ କରୋନା ଭାଇରସ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । କରୋନା ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଉଛି ଏବଂ ବର୍ତ୍ତମାନ ଏହି ସଂଖ୍ୟା ୧୪୦ ରେ ପହଞ୍ଚିଛି । ମଙ୍ଗଳବାର ଦିନ ଲଦାଖରେ ଭାରତୀୟ ସେନାର ଜଣେ ଯବାନଙ୍କ ମଧ୍ୟରେ ପ୍ରଥମ କରୋନା ଭାଇରସ୍ ଚିହ୍ନଟ ହୋଇଛି । ଗତକାଲି ଲଦାଖ ସ୍କାଉଟ୍ସର ଭାରତୀୟ ସେନା ଯବାନ covid-19 ପାଇଁ ପଜିଟିଭ୍ ପରୀକ୍ଷା କରିଥିଲେ ।

ସେପଟେ ଯବାନଙ୍କ ପିତା ଇରାନରେ ତୀର୍ଥଯାତ୍ରାରୁ ଫେରିଛନ୍ତି । ଯାହା ଏବେ କରୋନା ଭାଇରସ୍ ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହୋଇଛି । ଯବାନଙ୍କ ପିତା ମଧ୍ୟ କରୋନା ଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି । ଯବାନଙ୍କୁ ଚିକିତ୍ସା କରାଯାଉଥିବାବେଳେ ତାଙ୍କ ଭଉଣୀ, ପତ୍ନୀଙ୍କ ସମେତ ତାଙ୍କ ପରିବାରକୁ ଲଦାଖରେ ଏକ ଆଇସୋଲେସନ ଓ୍ୱାର୍ଡରେ ରଖାଯାଇଛି।

ମହଙ୍ଗା ପଡ଼ିଲା ସୋସିଆଲ ମିଡିଆରେ କରୋନା ଗୁଜବ

ତାଳଚେର: ରାଜ୍ୟ ସରକାର କରୋନାକୁ ନେଇ ପ୍ରତି ସମୟରେ ଲୋକଙ୍କୁ ସଚେତନ କରୁଛନ୍ତି । କରୋନା ପାଇଁ ବିଭିନ୍ନ କଡ଼ା ପଦକ୍ଷେପ ମାନ ନେଇଛନ୍ତି । କିନ୍ତୁ ଗୁଜବକାରୀ ସୋସିଆଲ ମିଡ଼ିଆରେ କରୋନାକୁ ନେଇ ଗୁଜବ କରୁଛନ୍ତି ।

ମହଙ୍ଗା ପଡ଼ିଲା ସୋସିଆଲ ମିଡିଆରେ କରୋନା ଗୁଜବ । ମିଛ ଖବର ଭାଇରାଲ କରିବା ଅଭିଯୋଗରେ  ଅନୁଗୋଳର ଜଣଙ୍କର କୋରାନାରେ ମୃତ୍ୟୁ ବୋଲି ସୋସିଆଲ ମେଡିଆରେ ଅପପ୍ରଚାର କରି ବନ୍ଧା ହେଲେ ଯୁବକ । କୋଲିୟରୀ ପୋଲିସ ଦ୍ୱାରା କୋର୍ଟ ଚାଲାଣ ହେଲେ ତାଳଚେର ବଡ ସିଙ୍ଗଡା ଗ୍ରାମର ଜୟ କ୍ରିଷ୍ଣା ସାହୁ।

ଅସ୍ତରଙ୍ଗ ବେଳାଭୂମିରେ ଅଜବ ବାକ୍ସ, ନାବିକଙ୍କ ପାଇଁ ବିପଦର ବନ୍ଧୁ

କୋଣାର୍କ: କୈାତୁହଳର ଲହଡ଼ିରେ ଭାସି ଆସୁଛି କଳଙ୍ଗୀ ଲଗା ବାକ୍ସ। ଯେତେ ପାଖକୁ ଆସୁଛି ସେତେ ଆତଙ୍କ ତିଆରି କରୁଛି। ଅସ୍ତରଙ୍ଗ ବେଳାଭୂମିରେ ହୁରି ପଡିଛି । କିଏ ଡରୁଛି, କିଏ ଡାକ ପାରୁଛି । ଡଙ୍ଗା ଓ ଜାହଜକୁ ଦେଖି ଦେଖି ବଡ଼ ହୋଇଥିବା ମତ୍ସ୍ୟଜୀବୀଙ୍କୁ ବି ନୂଆ ନୂଆ ଲାଗୁଛି ଏହି ଅପରିଚିତ ବାକ୍ସ । ଶେଷରେ ପୋଲିସ୍‌ ପହଞ୍ଚି ପରିଚୟ ଓ ଠିକଣା ଖୋଜିଛି । ବିସ୍ମୟ ସୃଷ୍ଟି କରିଥିବା ଏ ବାକ୍ସ ହେଉଛି ସମୁଦ୍ରପଥରେ ବିପଦର ବନ୍ଧୁ ।

ଇଂରାଜୀ ଏହାକୁ କହନ୍ତି ସି ମାର୍କର୍‌ । ସ୍ଥାନୀୟ ଭାଷାରେ ଏହାକୁ ବଇଁଆ ବୋଲି ମଧ୍ୟ ଡକା ଯାଏ । ସାଧାରଣତଃ ବନ୍ଦର ନିକଟସ୍ଥ ସମୁଦ୍ର ଭିତରେ ଏହାକୁ ଲଙ୍ଗର୍‌ ପକାଇ ସ୍ଥାପନ କରାଯାଇଥାଏ । ଉପରେ ଲାଗିଥାଏ ସୋଲାର୍‌ ଲାଇଟ୍‌ । ଯାହା ସମୁଦ୍ରରେ ଯାତାୟତ କରୁଥିବା ଜାହାଜଙ୍କୁ ଦେଖାଇ ଥାଏ ରାସ୍ତା । କେଉଁଠି ଢିପ ଅଛି, କେଉଁ ପଥରେ ବିପଦ ଅଛି, ଏସବୁର ସୂଚନା ପାଇଥାଏ ନାବିକ ।

ଏହାକୁ ଏମିତି ତିଆରି କରାଯାଇଥାଏ, ଯେ ଏହା ସବୁବେଳେ ସମୁଦ୍ରରେ ଭାସୁଥାଏ । ଗଭୀର ସମୁଦ୍ରରେ ଲଙ୍ଗର ପକାଇ ଏହାକୁ ରଖା ଯାଇଥାଏ । ଆଶଙ୍କା କରାଯାଉଛି, ଗତ ବାତ୍ୟା ସମୟରେ ଏହା ପାରାଦୀପ ବନ୍ଦର ନିକଟରୁ ଖସି ଆସିଛି। ଏବଂ ବିଭିନ୍ନ ଆଡ଼କୁ ଗତି କରିବା ପରେ ଭାସି ଭାସି ଆସି ଲାଗିଛି ପୁରୀ ଜିଲ୍ଲା ଅସ୍ତରଙ୍ଗର ତଣ୍ଡାହାର  ସମୁଦ୍ରକୂଳରେ।