spot_img
Home Blog Page 7463

ଏବେ ବି ଓଡ଼ିଶାରେ ଅଛନ୍ତି ଏହି ବିଲୁପ୍ତ ପ୍ରାୟ ପ୍ରାଣୀ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଡମପଡ଼ା ଅଭୟାରଣ୍ୟରେ ପ୍ରଥମ ଥର ପାଇଁ ଦେଖାଗଲା ୪ଟି ଜଙ୍ଗଲୀ ଗୟଳ। ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଏସିଆରେ ଏମାନେ ସାଧାରଣତ ଦେଖିବାକୁ ମିଳନ୍ତି ।

ପାଣି ଓ ଘାସ ଥିବା ସ୍ଥାନ ଗୟଳଙ୍କ ପାଇଁ ଉପଯ଼ୁକ୍ତ । ସେମାନଙ୍କ ଗତିବିଧି ନିରୀକ୍ଷଣ କରିବାକୁ ବନ ବିଭାଗ ସିସିଟିଭି ଲଗାଇଛି।

ଏମାନଙ୍କୁ ୧୯୮୬ରେ ଇଣ୍ଟରନାସନାଲ ୟୁନିଅନ କଞ୍ଜରଭେସନ୍‌ ଅଫ୍‌ ନାଚୁରାଲ ଲାଇଫ୍‌ ପକ୍ଷରୁ ବିଲୁପ୍ତ ପ୍ରାୟ ପ୍ରାଣୀ ଘୋଷଣା କରାଯାଇଥିଲା।

ବିଦ୍ୟୁତ୍ ଖୁଣ୍ଟରେ ଘଣ୍ଟାଏ ମରଣ ସହ ଯୁଦ୍ଧ ପରେ ବଞ୍ଚାଇଲା ଦମକଳବାହିନୀ

ଉମରକୋଟ: ଅଧ ଆକାଶରେ ଅଟକିଥିଲା ଜୀବନ । ଘଣ୍ଟାଧିକ କାଳ ଧରି ଚାଲିଥିଲା ଜୀବନ ଓ ମୃତ୍ୟୁ ଭିତରେ ସଂଘର୍ଷ । ଦେବଦୂତ ସାଜି ଉଦ୍ଧାର କଲା ଦମକଳବାହିନୀ । ନବରଙ୍ଗପୁର ଜିଲ୍ଲା ଉମରକୋଟ ମୁଖ୍ୟ ରାସ୍ତାର ଏ ଘଟଣା । ୫୫ ଫୁଟ ଉଚ୍ଚ ବିଦ୍ୟୁତ୍ ଖୁଣ୍ଟରେ ଚଢି କାମ କରୁଥିବା ବେଳେ  ହଠାତ୍ ଅସୁସ୍ଥ ହୋଇ ଫସି ରହିଥିଲେ ଜଣେ ଶ୍ରମିକ ।

ଖବର ପାଇ ଦମକଳ ବାହିନୀ ପହଞ୍ଚି ଘଣ୍ଟାଧିକ କାଳ ଧରି କସରତ କଲା ପରେ ଶ୍ରମିକଙ୍କୁ ଉଦ୍ଧାର କରିଛି । ଉଦ୍ଧାର ଶ୍ରମିକ ହେଲେ ବଇତୁ ଭତ୍ରା । ବିଦ୍ୟୁତ୍ ଖୁଣ୍ଟରେ ନୂଆ କେବୁଲ କାମ ଚାଲିଥିବା ବେଳେ ହଠାତ୍ ତାଙ୍କ ମୁଣ୍ଡ ବୁଲାଇ ଥିଲା ।

ପରେ ସେ ଅଚେତ ହୋଇପଡ଼ିଥିଲେ । ତେବେ ବିନା ସେଫ୍ଟ ବେଲ୍ଟ ଏବଂ ହେଲମେଟରେ କାମ କରୁଥିବା ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି । ଠିକାଦାରଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଭାଗୀୟ ଜେଇ ।

ଫାଶୀ ପୂର୍ବରୁ ଶେଷ ଚିଠି

ନୂଆଦିଲ୍ଲୀ: ପାଖେଇ ଆସିଲାଣି ଫାଶୀ ତାରିଖ। ଆଉ ମାତ୍ର ୭ଦିନ, ଫେବ୍ରୁଆରୀ ପହିଲା ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ। ଏହାପୂର୍ବରୁ ସେମାନଙ୍କୁ ଭେଟିବା ପାଇଁ ତାଙ୍କ ପରିବାର ଲୋକଙ୍କୁ ଚିଠି ଲେଖିଛନ୍ତି ତିହାର ଜେଲ୍‌ କର୍ତ୍ତୃପକ୍ଷ। ଫାଶୀ ତାରିଖ ପାଖେଇଥିଲେ ମଧ୍ୟ ସେମାନଙ୍କ ପରିବାର ଲୋକଙ୍କ ପକ୍ଷରୁ କୈାଣସି ଜବାବ ଆସିନି। ତେବେ ଜେଲ୍‌ ମାନୁଆଲ୍‌ ଅନୁସାରେ ସପ୍ତାହକୁ ୨ଦିନ ହେଉଥିବା ସାକ୍ଷାତକାରରେ ଦୋଷୀଙ୍କୁ ସେମାନଙ୍କ ପରିବାର ସଦସ୍ୟ ଭେଟୁଛନ୍ତି।

ତିହାର ଜେଲରେ ବନ୍ଦୀ ଥିବା ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ଡେଥ୍‌ ୱାରେଣ୍ଟ ଜାରି ହୋଇସାରିଛି। ଏହାପରଠୁ ଫାଶୀ ସଂପର୍କିତ ସମସ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଜେଲ୍‌ ପ୍ରଶାସନ। ତିହାର ଜେଲ୍‌ର ହାଇସିକ୍ୟୁରିଟି ସେଲ୍‌ରେ ନିର୍ଭୟା ଦୋଷୀଙ୍କୁ ରଖାଯାଇଛି। ଜେଲ୍‌ ମାନୁଆଲ ଅନୁସାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବାରମ୍ବାର ସେମାନଙ୍କ ସେଲ୍‌ ବଦଳାଯାଉଛି। ସୁରକ୍ଷାକର୍ମୀ ଓ ସିସିଟିଭି ନଜରରେ ରହିଛନ୍ତି ଦୋଷୀ। ନିୟମିତ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଜେଲ୍‌ ମାନୁଆଲ୍‌ ଅନୁସାରେ ଖାଦ୍ୟ ଦିଆଯାଉଛି। ୪ ଦୋଷୀ ବିନୟ ଶର୍ମା, ଅକ୍ଷୟ  ସିଂହ, ମୁକେଶ ସିଂହ ଓ ପବନ ଗୁପ୍ତାଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ ଦିନ ୫୦ ହଜାର ଟଙ୍କା ଖର୍ଚ୍ଚ ହେଉଛି ।

ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ

କୋଣାର୍କ: ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ । କୋଣାର୍କ ମନ୍ଦିରର ଐତିହାସିକ ପୃଷ୍ଠଭୂମି ଓ ସଂରକ୍ଷଣ କାର୍ଯ୍ୟ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଅନୁଧ୍ୟାନ କରିଛନ୍ତି । ପ୍ରତ୍ନତତ୍ତ୍ଵ ବିଭାଗର ସୁପରିନ୍‌ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ମନ୍ତ୍ରୀଙ୍କୁ ଏସବୁ ବିଷୟରେ ଓ ମନ୍ଦିରର ସଂରକ୍ଷଣ କାର୍ଯ୍ୟ ସଂପର୍କରେ ଅବଗତ କରାଇଥିଲେ ।

କେଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ପରେ ଆଇଓସିଏଲ୍‌ର ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିଥିଲେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ । ଏହି ଅବସରରେ ପ୍ରତ୍ନତତ୍ତ୍ଵ ବିଭାଗ ଓ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହାପରେ ମନ୍ତ୍ରୀ ଚନ୍ଦ୍ରଭାଗ ଇକୋ ରି-ଟ୍ରିଟ୍‌ରେ ଆୟୋଜିତ ଜାତୀୟ ପର୍ଯ୍ୟଟନ ସମ୍ମିଳନୀରେ ଯୋଗଦେଇଥିଲେ ।

ସ୍ୱାମୀ, ସ୍ତ୍ରୀଙ୍କ କଳହ ରୋକିବାକୁ ଯାଇ ମାଡ଼ ଖାଇଲା ପୋଲିସ

ଆନନ୍ଦପୁର: ସ୍ୱାମୀ – ସ୍ତ୍ରୀଙ୍କ ବିବାଦ ସମାଧାନ କରିବାକୁ ଯାଇଥିବା ପୋଲିସ୍‌ ଉପରେ ଆକ୍ରମଣ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ପଦନପୁର ଗାଁରେ ଏହି ଘଟଣା ଘଟିଛି । ଆକ୍ରମଣରେ ଘଷିପୁରା ଥାନା ମହିଳା ସବ୍‌-ଇନ୍‌ସପେକ୍ଟର ଅନୁରାଧା ସେଠୀ ଆହତ ହୋଇଛନ୍ତି ।

ପଦନପୁରର କମଳଲୋଚନ ରାଉତ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ପତ୍ନୀଙ୍କ ବାପାଘର ଲୋକ ପହଞ୍ଚିବା ପରେ ଉଗ୍ରରୂପ ନେଇଥିଲା ବିବାଦ । ସମାଧାନ ପାଇଁ ପହଞ୍ଚିଥିଲା ଘଷିପୁରା ପୋଲିସ ।

ସେଠାରେ ଜଣେ ଯୁବକଙ୍କ ଆକ୍ରମଣରେ ମହିଳା ସବ୍‌-ଇନ୍‌ସ୍ପେକ୍ଟର ଅନୁରାଧା ସେଠୀ ଆହତ ହୋଇଛନ୍ତି । ଆକ୍ରମଣକାରୀ ଯୁବକଙ୍କ ନାଁରେ ମାମଲା ରୁଜୁ କରାଯାଇଛି ଓ ତାଙ୍କୁ ଗିରଫ କରାଯିବ ବୋଲି ଆନନ୍ଦପୁର ଏସ୍‌ଡିପିଓ ବିଦ୍ୟୁତ୍‌ ପଣ୍ଡା କହିଛନ୍ତି ।

ବିଜେବି କଲେଜକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି

ଭୁବନେଶ୍ୱର: ବିଜେବି କଲେଜରେ ୨ଟି ନୂଆ ହଷ୍ଟେଲ ନିର୍ମାଣ ଓ ପ୍ରବେଶ ପଥର ନବୀକରଣ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬ଶହ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଓ ୫୮୫ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି । ଏହାସହ କଲେଜ ପ୍ରବେଶ ପଥର ନବୀକରଣ ପାଇଁ ଶିଳାନ୍ୟାସ କରାଯାଇଛି । ସେହିପରି ମୁଖ୍ୟମନ୍ତ୍ରୀ ଷ୍ଟୁଡେଣ୍ଟସ୍ କମନ ରୁମ୍‌ ଓ କ୍ୟାଣ୍ଟିନ୍‌ର ଉଦ୍‌ଘାଟନ କରିଛନ୍ତି । ଛାତ୍ରଛାତ୍ରୀମାନେ ମାନବଶୃଙ୍ଖଳ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ନବୀନ କଲେଜ ପରିସରରେ ଥିବା ମାହାତ୍ମା ଗାନ୍ଧି ଓ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଭୁବନେଶ୍ୱର: ରାଜଧାନୀରେ ସେକ୍ସ ରାକେଟ ନେଇ କମିଶନରେଟ ପୋଲିସ ଧରପଗଡ଼ । ସ୍ପେଶାଲ ସ୍କ୍ୱାଡ୍ ପଞ୍ଝାରେ ୫ ଦଲାଲ । ଭୁବନେଶ୍ୱରରୁ ଉଠାଇନେଲା ପୋଲିସ । ଦେହ ବ୍ୟବସାୟ ନେଇ ପୋଲିସର ପଚରାଉଚରା ଜାରି ।

ଭୁବନେଶ୍ୱର: ରାଜଧାନୀରେ ସେକ୍ସ ରାକେଟ ନେଇ କମିଶନରେଟ ପୋଲିସ ଧରପଗଡ଼ । ସ୍ପେଶାଲ ସ୍କ୍ୱାଡ୍ ପଞ୍ଝାରେ ୫ ଦଲାଲ । ଭୁବନେଶ୍ୱରରୁ ଉଠାଇନେଲା ପୋଲିସ । ଦେହ ବ୍ୟବସାୟ ନେଇ ପୋଲିସର ପଚରାଉଚରା ଜାରି ।

‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର’ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର’ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୋଦି ବିଜେତା ମାନଙ୍କୁ ଭେଟିବା ସହ ଆଲୋଚନା କରିଛନ୍ତି । ଏ ଅବସରରେ ମୋଦି କହିଛନ୍ତି ବୟସ ଯଦିଓ କମ, ତେବେ ବିଭିନ୍ନ କ୍ଷେତ୍ରରେ ଯେପରି ଭାବେ ସାହସିକତା ଦେଖାଇଛନ୍ତି ତାହା ପ୍ରଶଂସନୀୟ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏ ପୁରସ୍କାର ଆରମ୍ଭ ମାତ୍ର, ସମାଜ ଏବଂ ଦେଶ ପ୍ରତି ସାହସିକ ବାଳକମାନଙ୍କ କାର୍ଯ୍ୟ ଦେଖି ଗର୍ବଲାଗେ । କୁନି ବୟସରେ ଆପଣମାନେ ଯେଉଁ ସାହସ ଦେଖାଇଛନ୍ତି ତାହା ବଡଲୋକମାନେ ମଧ୍ୟ କରିବାକୁ ସାହସ କରିପାରିବେନି ।

Image result for pradhan-mantri-rastriya-bal-purashkar-

ଚଳିତବର୍ଷ  ୪୯ଜଣ ପିଲା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଛନ୍ତି । କଳା, ସଂସ୍କୃତି, ସମାଜସେବା, ଖେଳ ଏବଂ ସାହସିକତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।  ଗତ ବୁଧବାର ଏହି ପିଲାମାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରସ୍କୃତ କରିଥିଲେ ।

ଦନ୍ତା ଆତଙ୍କରେ ସମସ୍ତ ସ୍କୁଲ ହେଲା ବନ୍ଦ, ନେଲାଣି ୨ ଜୀବନ

ଯାଜପୁର: ହାତୀ ଭୟରେ ସ୍କୁଲ ବନ୍ଦ । ଯାଜପୁର ଜିଲ୍ଲା କୋରେଇ, ଦାନଗଦି ଓ ସୁକିନ୍ଦା ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଆଜି ଦିନକ ପାଇଁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଗତକାଲି ଶଙ୍ଖଚିଲା ଅଞ୍ଚଳରେ ଦନ୍ତାହାତୀ ଆତଙ୍କ ଦେଖାଦେଇଥିଲା। ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଥିଲେ ।

ବନ ବିଭାଗ ପକ୍ଷରୁ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ କରାଯିବାରୁ ହାତୀଟି ଉଗ୍ର ହୋଇଥିଲା। ଏଣେ ତେଣେ ଦୌଡ଼ିବା ସହ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିଲା । ତେଣୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋରେଇ, ଦାନଗଦି, ସୁକିନ୍ଦାର ସମସ୍ତ ସ୍କୁଲ ଓ ଅଙ୍ଗନଓ୍ୱାଡ଼ି କେନ୍ଦ୍ର ବନ୍ଦ ରହିଛି ।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଜଙ୍ଗଲରୁ ହାତୀ ଖାଦ୍ୟ ଅନ୍ୱେଷଣରେ ଦାନଗଦି ବ୍ଲକ ଶାଳିଜଙ୍ଗା ଅଞ୍ଚଳକୁ ପଶି ଆସିଥିଲା । ସେଠାରେ ହାତୀ ଆକ୍ରମଣରେ ଜଣେ ପ୍ରାଣ ହରାଇଥିଲେ । ପରେ ବନ ବିଭାଗ ପକ୍ଷରୁ ହାତୀକୁ ଘଉଡ଼ାଯିବାରୁ ସେ କୋରେଇ ବ୍ଲକ ପାଟରଙ୍ଗା ଓ ରଗଡ଼ି ଜଙ୍ଗଲରେ ପଶିଯାଇଥିଲା । ସେଠାରେ ବ୍ୟାପକ କ୍ଷୟକ୍ଷତି କରିବା ସହ ରସୁଲପୁର ବ୍ଲକ ଟିକରପଡ଼ା ଅଞ୍ଚଳକୁ ପଳାଇଥିଲା ।

ପରେ କୋରେଇ ବ୍ଲକ ଶଙ୍ଖଚିଲାରେ ୨ଜଣଙ୍କୁ ଦଳି ମାରିବା ସହ ୨ଜଣଙ୍କୁ ଆହତ କରିଛି । ପରେ ହାତୀଟି ଦାନଗଦି ବ୍ଲକ ଉଲଳ ଜଙ୍ଗଲକୁ ଯାଇଥିବା ଜଣାପଡିଛି । ହାତୀଟି ପୁଣି ଜନବସଟି ଆଡ଼କୁ ଫେରିବା ଆଶଙ୍କାରେ ଆଜି ସ୍କୁଲ ଛୁଟି କରାଯାଇଛି । ଏବେ ନରହନ୍ତା ହାତୀଟି ଦାନଗଦି ବ୍ଲକ୍‌ ନଡ଼ିଆଭଙ୍ଗା ଅଞ୍ଚଳରେ ରହିଥିବା ଜଣାପଡ଼ିଛି।

୨ଟି ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ ୨ ଗୁରୁତର

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଧର୍ମପୁର ରାସ୍ତାରେ ଦୁର୍ଘଟଣା। ୨ଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଆହତ ହୋଇଛନ୍ତି। ଗୁରୁତରଙ୍କୁ ଦିଗପହଣ୍ଡି ମେଡିକାଲରେ ଚିକିତ୍ସା ପରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ମୃତକଙ୍କ ପରିଚୟ ମିଳିପାରିନି । ଘଟଣାସ୍ଥଳରେ ପାଟପୁର ପୋଲିସ ପହଞ୍ଚିଛି । ସାନଖେମୁଣ୍ଡି ଅଗ୍ନିଶମ ବିଭାଗ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଛି । ମୃତାହତମାନେ ସାନଖେମୁଣ୍ଡି ଟି. ଗୋବିନ୍ଦପୁର ପଞ୍ଚାୟତ ବୁରେଇପାହାଡ଼ ଗାଁ ଓ ନୂଆଗଡ଼ ଗାଁର ବୋଲି ଜଣାପଡିଛି।