ଟ୍ରିବ୍ୟୁନାଲରେ ଆଜି ମହାନଦୀ ଜଳ ବିବାଦ ମାମଲାର ଶୁଣାଣି
ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଆଜି ଟ୍ରିବ୍ୟୁନାଲରେ ହେବ । ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ବିଚାରପତି ଏ. ଏମ୍ ଖାନବିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଓଡ଼ିଶା ଓ ଛତିଶଗଡ଼ ଉଭୟ ମହାନଦୀ ପ୍ରକଳ୍ପ ଅଞ୍ଚଳ ଅନୁଧ୍ୟାନ ସମ୍ପର୍କରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇବାର ସମ୍ଭାବନା ରହିଛି । ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ୨ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ଅନୁଧ୍ୟାନ କରି ସାରିଛନ୍ତି ।
ଓଡ଼ିଶା ସରକାରଙ୍କ ବୈଷୟିକ ଟିମ୍ ଅକ୍ଟୋବର ୨୯ରୁ ନଭେମ୍ବର ୩ ପର୍ଯ୍ୟନ୍ତ ଛତିଶଗଡ଼ରେ ମହାନଦୀ ଅବବାହିକାରେ ନିର୍ମିତ ପ୍ରକଳ୍ପ ବୁଲି ଦେଖିଥିଲେ । ଛତିଶଗଡ଼ ପକ୍ଷରୁ ମଧ୍ୟ ୨୫ରୁ ୨୮ ମଧ୍ୟରେ ହୀରାକୁଦ, ମହାନଦୀ ଡେଲଟା ଅଞ୍ଚଳ ବୁଲି ଦେଖିଥିଲେ । ତେବେ ଓଡ଼ିଶାର ବିବାଦୀୟ କ୍ଷେତ୍ର ପରିଦର୍ଶନ ପାଇଁ ଛତିଶଗଡ଼ ଅଧିକ ସମୟ ମାଗିବା ସମ୍ଭାବନା ରହିଛି ।
ପୁଣି ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ
ନୂଆଦିଲ୍ଲୀ: ଭୋରରୁ ରାଜଧାନୀ ନୂଆଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ । ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ପାଖରେ ଥିବା ଏକ କାଠ ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲିଭାଇବା କାର୍ଯ୍ୟରେ ୨୧ଟି ଦମକଳ ଗାଡି ନିୟୋଜିତ ହୋଇଛନ୍ତି ।
ଭୋର ୫ଟା ବେଳେ କାଠ ଗୋଦାମରେ ହଠାତ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ, ମୃତାହତ ନେଇ କୌଣସି ସୂଚନା ମିଳିନି ।
ଗତ ରବିବାର ଉତ୍ତର ଦିଲ୍ଲୀର ଝାନ୍ସି ରୋଡରେ ଥିବା ଏକ ସ୍କୁଲ ବ୍ୟାଗ ତିଆରି କାରଖାନାରେ ନିଆଁ ଲାଗିଥିଲା । ଫଳରେ କାରଖାନା ଭିତରେ ଥିବା ୪୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ।
https://nandighoshatv.combuilding-owner-arrested-in-delhi-fire-tragedy/
ଆଜିଠୁ ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍, ୪୯ ଦିନ ଧରି ଚାଲିବ ଉତ୍ସବ
ପୁରୀ: ସଜ୍ଜେଇ ହୋଇଛି କୋଣାର୍କ ରାମଚଣ୍ଡୀ ବେଳାଭୂମି । ସମୁଦ୍ରର ସୁ ସୁ ଗର୍ଜ୍ଜନ ସାଙ୍ଗକୁ ବାଲିରେ ଟେଣ୍ଟର ପଞ୍ଚତାରକା ହୋଟେଲ । ତା ସହିତ ଭଳିକି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ, ଜଳକ୍ରୀଡ଼ା, ଖାଦ୍ୟପେୟ ଓ ନେଚର ଟ୍ରାଏଲସର ମଜ୍ଜା । ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ଆଉ ଏକ ଦିଶା ଦେବାକୁ ଆଜିଠୁ ଆରମ୍ଭ ହେଉଛି ମେରାଇନ୍ ଡ୍ରାଇଭ ଇକୋ-ରିଟ୍ରିଟ୍ । ଏହି ଉତ୍ସବକୁ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ।
ଆଜିଠାରୁ ଆରମ୍ଭ ହେଉଥିବା ଏହି ଉତ୍ସବ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ବେଳାଭୂମିରେ ପର୍ଯ୍ୟଟକ ରହିବା ପାଇଁ ଟେଣ୍ଟଗୁଡ଼ିକୁ କ୍ଲାସିକ୍ କଟେଜ୍, ଡିଲକ୍ସ କଟେଜ୍, ପ୍ରିମିୟମ୍ କଟେଜ୍, ରୟାଲ କଟେଜ୍ ଓ ପ୍ରେସିଡେନ୍ସିଆଲ ଭିଲ୍ଲା ଆଦି ଶ୍ରେଣୀରେ ରଖାଯାଇଛି । ଏଠାରେ ରହିବା ପାଇଁ ରାତି ପିଛା ଦର ରହିଛି ୭ ହଜାର ଟଙ୍କୁ ୨୨ ହଜାର ଟଙ୍କା ।
ନିର୍ଦ୍ଧାରିତ ମୂଲ୍ୟରେ ଜଣେ ଭୁବନେଶ୍ୱରରୁ ବାହାରିବା ଠାରୁ ଖାଦ୍ୟପେୟ, ବିଚ୍ ସ୍ପା, ଦୁଃସାହାସିକ ଜଳକ୍ରୀଡ଼ା, ନେଚର ଟ୍ରାଏଲ୍ସ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିପାରିବ । ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ୪ କୋଟି ୮୨ ଲକ୍ଷ ଟଙ୍କା ବ୍ୟୟ କରିଛି । ପ୍ରତି ସନ୍ଧ୍ୟାରେ ବେଳାଭୂମିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ରାଜ୍ୟର ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରିବେ । ପ୍ରତି ଶନିବାର ଦେଶର ଜଣାଶୁଣା ପପ୍, ସେଲିବ୍ରିଟି ଡିଜେ ଓ ବଲିଉଡ୍ କଣ୍ଠଶିଳ୍ପୀ ସଙ୍ଗୀତରେ ମନୋରଞ୍ଜନ କରିବେ ।

ଇକୋ-ରିଟ୍ରିଟକୁ ୩ ଭାଗରେ ବଣ୍ଟାଯାଇଛି । ପ୍ରଥମ ଭାଗରେ ଇନ୍ ହାଉସ୍ ବା ଟେଣ୍ଟ ବୁକିଂ ଅଞ୍ଚଳ । ଦ୍ୱିତୀୟ ପବ୍ଲିକ ଏରିଆ(ବିଚ୍ ମାର୍କେଟ) । ଏଠାରେ ହସ୍ତତନ୍ତ, ହସ୍ତଶିଳ୍ପ ସହ ବିଭିନ୍ନ ତାରକା ହୋଟେଲ ଓ ରେସ୍ତୋରାଁ ରହିବ । ତୃତୀୟଟି ହେଉଛି ସାଂସ୍କୃତିକ ମଞ୍ଚ । ଯେଉଁଠି ନୃତ୍ୟ ସଙ୍ଗୀତ ଆୟୋଜନ ହେବ । ଇକୋ-ରିଟ୍ରିଟର ପ୍ରବେଶ ପଥ ଟିକେଟ କାଉଣ୍ଟରରୁ ଟିକେଟ୍ ନେଇ ଦର୍ଶକ ସଙ୍ଗୀତ କାର୍ଯ୍ୟକ୍ରମ ଉପଭୋଗ କରିପାରିବେ ।
ଗ୍ୟାସ୍ ଟ୍ୟାଙ୍କରର ଫାଟିଲା ଟାଙ୍କି, ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ
ସମ୍ବଲପୁର: ଯୁଜୁମୁରା ଥାନା ନିକଟରେ ଭୟଙ୍କର ଦୁର୍ଘଟଣା । ଜୀଅନ୍ତା ଜଳିଗଲେ ୨ ଜଣ । ଭୋରରୁ ଏକ ଟ୍ରକ୍ ସହ ଗ୍ୟାସ୍ ଟ୍ୟାଙ୍କର ଧକ୍କା ହୋଇଥିଲା । ଏହାପରେ ଗ୍ୟାସ୍ ଟ୍ୟାଙ୍କରର ତେଲ ଟାଙ୍କି ଫାଟି ନିଆଁ ଲାଗି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୨ ଗାଡ଼ିର ଡ୍ରାଇଭର ଜୀଅନ୍ତା ଜଳି ଯାଇଥିଲେ । ତେବେ, ମୃତକଙ୍କ ପଚିଚୟ ଜଣାପଡ଼ିନାହିଁ ।
ଭୋର୍ ପ୍ରାୟ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଖବର ପାଇ ଯୁଜୁମୁରା ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି । ପରେ ସମ୍ବଲପୁର ଓ ରେଢ଼ାଖୋଲରୁ ଦମକଳ ବାହିନୀ ଆସି ନିଆଁ ଲିଭାଇଛନ୍ତି । ତେବେ, ଗ୍ୟାସ୍ ଟ୍ୟାଙ୍କରରେ ନିଆଁ ସତ୍ତ୍ୱେ ଗ୍ୟାସ୍ ସହ ସଂଯୋଗ ନହେବାରୁ ବଡ଼ ଦୁର୍ଘଟଣା ବା ବିସ୍ଫୋରଣ ଟଳି ଯାଇଛି ।
ଗାଡ଼ିରେ ଗ୍ୟାସ୍ ଲୋଡିଂ ଥିବାରୁ ଅଗ୍ନିଶମ ବାହିନୀ କୁଲିଂ ପ୍ରକ୍ରିୟା ଜାରି ରଖିଛି । ଗ୍ୟାସ୍ ଲିକ୍ ହେଉଥିବାରୁ ପୋଲିସ ଉକ୍ତ ସ୍ଥାନକୁ କର୍ଡନ କରି ରଖିଛି । ଅଘଟଣ ଏଡ଼ାଇବାକୁ ରାସ୍ତାରେ ଯାତାୟତ ବନ୍ଦ କରାଯାଇଛି ।


ଅସୁସ୍ଥତା କାରଣରୁ ଦଳରୁ ଭୁବନେଶ୍ୱର କୁମାର ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଦଳରେ ଶାର୍ଦୁଲ ଠାକୁରଙ୍କୁ ସ୍ଥାନିତ କରିଛି ଅଲ୍ ଇଣ୍ଡିଆ ସିନିୟର କମିଟି । ପ୍ରଥମ ଏକଦିବସୀୟ ମ୍ୟାଚ୍ ଆସନ୍ତାକାଲି ଚେନ୍ନାଇର ଏମ୍.ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ଏହା ପୂର୍ବରୁ ଭାରତ-ଇଣ୍ଡିଜ୍ ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜ୍ ଖେଳାଯାଇଥିଲା । ଯାହାକୁ ଭାରତ ୨-୧ରେ ଜିତି ନେଇଥିଲା । ଏବେ ଟି-ଟ୍ୱେଣ୍ଟି ପରେ ଭାରତ ଦିନିକିଆ ସିରିଜ୍ ହାତେଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ।