spot_img
Home Blog Page 7471

ନୂଆ ବର୍ଷରେ କେଉଁ କାର ହେବ କେତେ ମହଙ୍ଗା ?

ମୁମ୍ବାଇ: ନୂଆବର୍ଷରେ ଉପହାରରେ କାର ଘରକୁ ଆଣିବାକୁ ଚାହୁଁଛନ୍ତି କି ? ତେବେ, ଜାଣି ନିଅନ୍ତୁ  ଏସବୁ କଥା…

ମହଙ୍ଗା ହେବାରେ ଲାଗୁଛି ସାଧାରଣ ଜୀବନ ଶୈଳୀ ଏଥିରୁ କେମିତି ବା ବାଦ୍ ପଡିଥାନ୍ତା ବଡ଼ବଡ଼ିଆଙ୍କ ସଉକ୍ । ପେଟ୍ରୋଲ ପିଆଜ ପରେ ଏବେ ବଢିବ ବିଳାସପୂର୍ଣ୍ଣ କାରର ଦର । ନୂଆବର୍ଷ ଆରମ୍ଭରୁ ହିଁ ଲାଗୁ ହେବ ନୂଆ ଦର । ଏହାକୁ ନେଇ ବିଭିନ୍ନ କାର ତିଆରି କମ୍ପାନୀ ତରଫରୁ ସ୍ପଷ୍ଟୀକରଣ ମିଳିସାରିଛି । ନୂଆବର୍ଷରେ ନୂଆ ରେଟ୍ ଲାଗୁ ହେବାନେଇ ସ୍ପଷ୍ଟ କରିଛନ୍ତି ବିଭିନ୍ନ କାର କମ୍ପାନୀ । ଏବଂ କାର ନିର୍ମାଣରେ ବ୍ୟବହୃତ ଯନ୍ତ୍ରାଂଶ ଦର ବଢ଼ିଥିବାରୁ ମୂଲ୍ୟ ବୃଦ୍ଧି କରାଯାଉଥିବା କମ୍ପାନୀଗୁଡ଼ିକ ଜଣାଇଛନ୍ତି ।

ତେବେ, ଯଦି ଆପଣ କାର କିଣିବାକୁ ଚାହୁଁଛନ୍ତି ତ ସଜାଗ ହୋଇଯାଆନ୍ତୁ ଏବଂ ନୂଆ ବର୍ଷ ପୂର୍ବରୁ କାର କିଣିବାର ଯୋଜନା କଲେ ହିଁ ଆପଣ ଠିକ୍ ଦରରେ କାର ପାଇପାରିବେ । ତେବେ ଏନେଇ କାର କମ୍ପାନୀ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି  ।

ଜାଣନ୍ତୁ କେଉଁ ବ୍ରାଣ୍ଡର କାର କେତେ ମହଙ୍ଗା ହେବ ?ଭାରତର ବଡ଼ ବିଳାସପୂର୍ଣ୍ଣ କାର କମ୍ପାନୀ ମର୍ସିଡିଜ ତାର କାର ଗୁଡ଼ିକ ରେଟ୍ ବଢିବା ନେଇ ସ୍ପଷ୍ଟ କରିସାରିଛି । ଯାହା ୨୦୨୦ର ପ୍ରଥମ ସପ୍ତାହରୁ ହିଁ ଲାଗୁ କରାଯିବ । ଏହାସହ ମାରୁତି ସୁଜୁକି ଇଣ୍ଡିଆ ମଧ୍ୟ ରେଟ୍ ବଢ଼ାଇବ । କେବଳ ସେତିକି ନୁହେଁ ଜାପାନୀ କମ୍ପାନୀ ଟୟୋଟା ତାର କାର ଗୁଡ଼ିକର ମୁଲ୍ୟ ୪ ପ୍ରତିଶତ ବଢାଇଛି । ନିସାନ ଇଣ୍ଡିଆ କମ୍ପାନୀ ୪ପ୍ରତିଶତ, ଫୋର୍ଡ ୨.୫ପ୍ରତିଶତ, ରେନୋ ତାର କାରର ମୁଲ୍ୟ ୧.୫ ପ୍ରତିଶତ ବଢାଇବା ନେଇ ସୂଚନା ଦେଇଛି । ତେବେ, କାରର ବର୍ଦ୍ଧିତ ଦର ୨୦୨୦ ପ୍ରଥମ ସପ୍ତାହରୁ ହିଁ ଲାଗୁହେବ ।

ଆଜିର ରାଶିଫଳ (୧୪.୧୨.୨୦୧୯) ଶନିବାର

ଆଜିର ପଞ୍ଚାଙ୍ଗ(୧୪.୧୨.୨୦୧୯) ଶନିବାର

ଆଜି ୨୦୧୯ମସିହା ଡିସେମ୍ବର ୧୪ ତାରିଖ, ଶନିବାର, ପୌଷ କୃଷ୍ଣପକ୍ଷ, ସୌରମାସ, ବିଛା ୨୮ ଦିନ, ଦ୍ୱିତୀୟା, ପୁନର୍ବସୁ ନକ୍ଷତ୍ର, ମିଥୁନ ଚନ୍ଦ୍ର, ଶୁକ୍ଳଯୋଗ, ଗରକରଣ ।

ଚନ୍ଦ୍ରଶୁଦ୍ଧି- ମେଷ, ମିଥୁନ, କର୍କଟ, ସିଂହ, କନ୍ୟା, ଧନୁ, ମକର, ମୀନ ରାଶିର

ଘାତବାର- ବୃଷ, ସିଂହ, କନ୍ୟା ରାଶିର

ଘାତଚନ୍ଦ୍ର- କନ୍ୟା ରାଶିର

ରାହୁକାଳ- ଦିବା ୮/୫୯ମି.ରୁ ଦିବା ୧୦/୨୦ମି.

କାଳବେଳା- ପ୍ରାତଃ ୬/୧୭ମି.ରୁ ପ୍ରାତଃ ୭/୩୮ମି.

ଶୁଭବେଳା- ପ୍ରାତଃ୭/୪୩ମି.ରୁ ଦିବା ୮/୫୯ମି.

ପର୍ବପର୍ବାଣୀ- ଜତୀୟ ଶକ୍ତି ସଂରକ୍ଷଣ ଦିବସ

ଆଜିର ରାଶିଫଳ

ମେଷ– କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ବିଭିନ୍ନ ସୂତ୍ରରୁ ଅର୍ଥାଗମନ ଯୋଗ ରହୁଛି । ବନ୍ଧୁବର୍ଗଙ୍କ ସହଯୋଗ ପ୍ରାପ୍ତି ହେବେ । ପରିବାରିକ ଜୀବନ ସୁଖଶାନ୍ତିରେ କଟିବ ।

 

ବୃଷ–ପାରିବାରିକ ଜୀବନ ଅଶାନ୍ତ ରହିବ । ଆୟ ତୁଳନାରେ ବ୍ୟୟ ଭାର ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଆଳସ୍ୟତା ବୃଦ୍ଧି ପାଇବ । ମନ କଥାକୁ ଗୋପନ ରଖି ଉଦାସିନ ରହିବେ ।

 

ମିଥୁନପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ବିଭିନ୍ନ ସୂତ୍ରରୁ ଅର୍ଥାଗମ ଯୋଗ ରହୁଛି । ବନ୍ଧୁବର୍ଗଙ୍କ ସହଯୋଗ ପ୍ରାପ୍ତି ହେବେ ।

 

କର୍କଟପ୍ରତ୍ୟକ କାର୍ଯ୍ୟରେ ସଫଳତା ହାସଲ କରିବେ । ମଧ୍ୟାହ୍ନ ପରେ ସୁ-ସମ୍ବାଦ ପ୍ରାପ୍ତିହେବେ । ଆକସ୍ମିକ ଅର୍ଥଲାଭ ହୋଇପାରେ । ପାରିବାରିକ ଜୀବନ ସୁଖମୟ ହେବ ।

 

ସିଂହ– ମାନସିକ ପୂରଣ ହେବ । ଗୃହକୁ ଅତଥି ଆଗମନ କରିବେ । କୌଣସି ସୁଭ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ । ପାରିବାରିକ ଜୀବନ ଆନନ୍ଦ ଉଲ୍ଲାସ ମଧ୍ୟରେ କଟିବ ।

 

କନ୍ୟା ଦୂର ସ୍ଥାନକୁ ଭ୍ରମଣ କରିପାରନ୍ତି । ମଜା ମଜଲିସ୍ ରେ ଦିନଟି କଟିବ । ସାଙ୍ଗଠନିକ କାର୍ଯରେ ନିଜକୁ ନିୟୋଜିତ କରିବେ । ପାରିବାରିକ ଜୀବନ ସୁଖମୟ ହେବ ।

 

ତୁଳା–ମାନସିକ ଶାନ୍ତି ବ୍ୟାହତ ହେବ । ଅଯଥା କଥାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ଉପୁଜିପାରେ । କୌଣସି ଅଜଣା ବ୍ୟକ୍ତି ସଂସ୍ପର୍ଶରେ ଆସି ଠକାମୀର ଶିକାର ହୋଇପାରନ୍ତି ।

 

ବିଛା– ମାନସିକ ସ୍ଥିତି ଅସ୍ଥିର ରହିବ । କର୍ମକ୍ଷେତ୍ରରେ ଉାଦସିନତା ଅନୁଭବ କରିବେ । ସହକର୍ମୀଙ୍କ ସହ ମତଭେଦ ଦେଖାଦେବ । ପାରିବାରିକ ଜୀବନରେ ବିବ୍ରତ ରହିବେ ।

 

ଧନୁ–ବିଭିନ୍ନ ସତ୍ରରୁ ଅର୍ଥ ଆଗମନ ହେବ । ଇଚ୍ଛା କରୁଥିବା କାର୍ଯ୍ୟରେ ସଫଳତା ହାସଲ କରିବେ । ସାଙ୍ଗଠନିକ କାର୍ଯରେ ନେତୃତ୍ୱ ହାସଲ କରିବେ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ ।

 

ମକର– ଆଜି ଆପଣଙ୍କର ଦିନଟି ବହୁତ ଭଲରେ କଟିବ । କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସାମାଜିକ କର୍ମ ପାଇଁ ତତ୍ପର ହୋଇଉଠିବେ ।

 

କୁମ୍ଭ– ଶାରିରୀକ ଅସୁସ୍ଥତା କାରଣରୁ ବିବ୍ରତ ରହିବେ । କର୍ମକ୍ଷେତ୍ରରେ ଚାପଗ୍ରସ୍ଥ ରହିବେ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । ପାରିବାରିକ ଜୀବନରେ ଶାନ୍ତି ବ୍ୟାହତ ରହିବ ।

 

ମୀନ– ପାରିବାରିକ ଜୀବନ ସୁଖ ଶାନ୍ତି କଟିବ । ସନ୍ତାନ ବର୍ଗଙ୍କୁ ନେଇ ଗର୍ବ ଅନୁଭବ କରିବେ । କର୍ମମୟ ଜୀବନରେ ସଫଳତା ଆଡକୁ ଅଗ୍ରସର ହେବେ । ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ ।

 

ଜ୍ୟୋତିର୍ବିଦ ପ୍ର. ଗଜେନ୍ଦ୍ର କୁମାର ନାଥ

ଯୋଗଯୋଗ- ୯୮୬୧୨୭୧୫୫୭

ଓଡ଼ିଶାକୁ ଫିକି ଇଣ୍ଡିଆ ସ୍ପୋର୍ଟସ ଆୱାର୍ଡ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗକୁ ପୁରସ୍କାର । ବୁଧବାର ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ବିଶେଷ ଉତ୍ସବରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗକୁ ‘ଫିକି ଇଣ୍ଡିଆ ସ୍ପୋର୍ଟସ ଆୱାର୍ଡ-୨୦୧୯’ ପ୍ରଦାନ କରାଯାଇଛି । ଓଡ଼ିଶା ପକ୍ଷରୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ବିଭାଗୀୟ ସଚିବ ବିଶାଲ କୁମାର ଦେବ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଓଡ଼ିଶା ସରକାର ବିଗତ ୨/୩ ବର୍ଷ ମଧ୍ୟରେ ଏକାଧିକ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରିଛନ୍ତି । ଏସୀୟ ଦୌଡ଼କୁଦ, ଏସୀୟ ରଗ୍‌ବି, ବିଶ୍ୱକପ୍‌ ହକି, ବିଶ୍ୱକପ୍‌ ହକି ଯୋଗ୍ୟତା ପର୍ଯ୍ୟାୟ, ରାଜ୍ୟଗୋଷ୍ଠୀ ‌ଟେବୁଲ୍ ଟେନିସ୍‌ ପ୍ରତିଯୋଗିତାର ଅଦ୍ଭୂତପୂର୍ବ ସଫଳତା ପରେ ୧୭ ବର୍ଷରୁ କମ ମହିଲ ଫିଫା ବିଶ୍ୱକପ ଏବଂ ୨୦୨୩ ମସିହାର ପୁରୁଷ ହକି ବିଶ୍ୱକପ୍ ଅଧିକାର ମଧ୍ୟ ଓଡ଼ିଶା ପାଇଛି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ପୋର୍ଟସଷ୍ଟାର୍ ମାଗେଜିନ୍ ଆୱାର୍ଡ ପ୍ରଦାନ କରାଯାଇଥିଲା । ସେହିଭଳି ସିଆଇଆଇ-ଫିଟ୍‌ ଇଣ୍ଡିଆ ପକ୍ଷରୁ ଓଡ଼ିଶାକୁ ଶ୍ରେଷ୍ଠ କ୍ରୀଡ଼ା ବିକାଶ ରାଜ୍ୟ ଲାଗି ପୁରସ୍କୃତ କରାଯାଇଥିଲା ।

ପାସପୋର୍ଟରେ ପଦ୍ମଫୁଲ ଚିହ୍ନକୁ ନେଇ MEAର ସ୍ପଷ୍ଟୀକରଣ, ନକଲି ରୋକିବାକୁ ନିଆଯାଉଛି ପଦକ୍ଷେପ

0

ନୂଆଦିଲ୍ଲୀ : ଏଣିକି ନୂଆ ପାସପୋର୍ଟରେ ରହିବ ପଦ୍ମଫୁଲ ଚିହ୍ନ। ଖବରଟି ପ୍ରଥମେ କେରଳର ଏକ ଖବର କାଗଜରେ ପ୍ରକାଶିତ ହୋଇଥିଲା। ଏହାକୁ ନେଇ ଗତକାଲି ଲୋକସଭାରେ କେରଳର କଂଗ୍ରେସ ସାଂସଦ ହୋହଲ୍ଲା କରିବା ପରେ ଆଜି ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛି ବୈଦେଶିକ ମନ୍ତ୍ରାଳୟ । କଂଗ୍ରେସ ସାଂସଦ ଅଭିଯୋଗ କରିଥିଲେ ଯେ,  କାହିଁକି ପାସପୋର୍ଟରେ ପଦ୍ମଫୁଲ ଚିହ୍ନ ରହିବ । ଏହାକୁ ନେଇ ରାଜନୀତି କରାଯାଉଛି । ଜାଣିଶୁଣି କେନ୍ଦ୍ରୀୟ ସଂସ୍ଥାନ ଓ ତତସଂଗଲ୍ନ କାର୍ଯ୍ୟରେ ରାଜନୀତିକ ଓ ସରକାରୀ ଦଳର ଚିହ୍ନ ବ୍ୟବହାର କରାଯାଉଛି ।

ବିଜେପିର ରାଜନୀତିକ ଚିହ୍ନ ପଦ୍ମ ହୋଇଥିବାରୁ ଦଳ ଏହାକୁ ରାଷ୍ଟ୍ରୀୟ ସଂସ୍ଥାନରେ ବ୍ୟବହାର କରିବାକୁ ଚେଷ୍ଟା କରୁଥିବା ବିରୋଧୀ ଅଭିଯୋଗ କରିଥିଲେ । ମାତ୍ର ବିଜେପି ପକ୍ଷରୁ ଏହାକୁ ଖାରଜ୍ କରାଯାଇଥିଲା । କଂଗ୍ରେସର ଏମ.କେ ରାଘବନଙ୍କ ଆରୋପ ପରେ ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରବିଶ କୁମାର । ଏମଇଏର ମୁଖପାତ୍ର କହିଛନ୍ତି ଯେ, ରାଷ୍ଟ୍ରୀୟ ଫୁଲ ହେଉଛି ପଦ୍ମ। ସୁରକ୍ଷା ଦୃଷ୍ଟିରୁ ଭାରତୀୟଙ୍କ ପାସପୋର୍ଟରେ ଏଭଳି ଚିହ୍ନ ରଖିବାକୁ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ଦିନକୁ ଦିନ ଫେକ୍ ପାସପୋର୍ଟ ସାହାଯ୍ୟରେ ଦେଶକୁ ଅନୁପ୍ରବେଶ ସହ ଆତଙ୍କୀ କାର୍ଯ୍ୟକଳାପ ବଢ଼ୁଛି । ତେଣୁ ଏହାକୁ ରୋକିବାକୁ କେହେ ସୁରକ୍ଷା ବଢ଼ାଇବା ଦରକାର । ସୁରକ୍ଷା ପାଇଁ ପାସପୋର୍ଟରେ ଏଭଳି ନୂଆ ନୂଆ ସାଙ୍କେତିକ ଚିହ୍ନ ଯୋଡ଼ିବାକୁ ନିଷ୍ପତ୍ତି ହୋଇଛି ।

ଏହାଛଡ଼ା ନକଲି ପାସପୋର୍ଟ ଚିହ୍ନିବାରେ ଏହା ସହାୟକ ହେବ । ଏବେ ପାସପୋର୍ଟରେ ପଦ୍ମଫୁଲ ଚିହ୍ନ ପରେ, ଏହାକୁ ରୋଟେସନରେ ବଦଳାଇ ଅନ୍ୟ ରାଷ୍ଟ୍ରୀୟ ଚିହ୍ନ ମଧ୍ୟ ଦିଆଯିବ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏବେ ଏହି ଚିହ୍ନ ପଦ୍ମ ଅଛି, ପୁଣି କିଛିମାସ ପରେ ଏହାସ୍ଥାନରେ ରାଷ୍ଟ୍ରୀୟ ପଶୁ କିମ୍ୱା ପକ୍ଷୀ ରଖାଯାଇପାରିବ । ତେବେ ପଦ୍ମ ଚିହ୍ନ କୌଣସି ଦଳକୁ ନେଇ ନୁହେଁ ବରଂ ରାଷ୍ଟ୍ରୀୟ ଫୁଲ ଭାବରେ ପାସପୋର୍ଟରେ ସ୍ଥାନୀତ ହେବାକୁ ଯାଉଥିବା ସ୍ପଷ୍ଟ କରିଛନ୍ତି ରବିଶ ।

ହରିଦ୍ୱାର-ଋଷିକେଶକୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ହରିଦ୍ୱାର-ଋଷିକେଶକୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରୁ ଭିଡିଓ କନଫରେନସିଂ ଯୋଗେ ବାଲେଶ୍ୱର ଷ୍ଟେସନରୁ ହରିଦ୍ୱାର-ଋଷିକେଶକୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଇଆରସିଟିସି ସହଯୋଗରେ ୨୦୧୬ରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ ୧୨ଟି ତୀର୍ଥଯାତ୍ରୀ ଦଳ ଦେଶରେ ବିଭିନ୍ନ ତୀର୍ଥସ୍ଥାନ ବୁଲି ଦେଖିବାର ସୁଯୋଗ ପାଇଛନ୍ତି ।

ଆଜି ବାଲେଶ୍ୱର ଷ୍ଟେସନରୁ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ୯୭୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ସ୍ୱତନ୍ତ୍ର ଟ୍ରେନ ହରିଦ୍ୱାର ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଯାତ୍ରୀମାନଙ୍କୁ ସହାୟତା ଯୋଗାଇବା ପାଇଁ ୩୦ଜଣ ଏସକର୍ଟ ଅଫିସର ମଧ୍ୟ ଯାଇଛନ୍ତି ।

ତୀର୍ଥ ଯାତ୍ରାରେ ଯାଉଥିବା ଯାତ୍ରୀମାନେ ସରକାରଙ୍କ ଏହି କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ବାଲେଶ୍ୱର ଷ୍ଟେସନରେ ଆୟୋଜିନ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏବଂ ବିଧାୟକମାନେ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ବିଦାୟ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନାଗରିକମାନଙ୍କୁ ଯାତ୍ରା ଶୁଭକାମନା ଜଣାଇଥିଲେ ।

୨୦୧୬ରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରାୟ ୧୨ ହଜାର ବରିଷ୍ଠ ନାଗରିକମାନେ ତୀର୍ଥ ଭ୍ରମଣର ସୁଯୋଗ ପାଇଛନ୍ତି । ୨୦୧୯-୨୦ବର୍ଷରେ ଆଉ ୩ଟି ତୀର୍ଥ ଯାତ୍ରୀ ଦଳ ବ୍ରହ୍ମପୁରରୁ ରାମେଶ୍ୱର-ମଦୁରାଇ (ଜାନୁଆରୀ୨୦୨୦), ସମ୍ବଲପୁରରୁ ଆଗ୍ରା-ମଥୁରା-ବୃନ୍ଦାବନ (ଫେବୃଆରୀ ୨୦୨୦),  ଭୁବନେଶ୍ୱରରୁ ଆହ୍ଲାବାଦ-ବନାରସ (ଫେବୃଆରୀ ୨୦୨୦)କୁ ଭ୍ରମଣର ସୁଯୋଗ ପାଇପାରିବେ।

ଲୋକସେବା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିଶନର, ପର୍ଯ୍ୟଟନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

ବିନା ଆନେସ୍ଥେସିଆରେ କଲେ ଅସ୍ତ୍ରୋପଚାର, ଚିତ୍କାର କଲେ ମହିଳା… କେହି ଶୁଣିପାରିଲେନି

0

ଇଂଲଣ୍ଡ: ବ୍ରିଟେନର ୟେଓଭିଲ୍ ଜିଲ୍ଲା ଡାକ୍ତରଖାନାର କର୍ମଚାରୀମାନେ  ସ୍ୱୀକାର କରିଛନ୍ତି ଯେ ଜଣେ ୩୦ ବର୍ଷିୟା ମହିଳାଙ୍କ ପେଟ ଅସ୍ତ୍ରୋପଚାର ସମୟରେ ତାଙ୍କୁ ଭୁଲ ଆନେସ୍ଥେସିଆ ଦିଆଯାଇଥିଲା । ମହିଳା ଜଣଙ୍କୁ ଅସ୍ତ୍ରୋପଚାର ପୂର୍ବରୁ ସାଧାରଣ ଆନେସ୍ଥେସିଆ ଦେବା ବଦଳରେ ସ୍ପାଇନାଲ ଆନେସ୍ଥେସିଆ ଦିଆଯାଇଥିଲା ।

ଯାହା ଫଳରେ ଅସ୍ତ୍ରୋପଚାର ସମୟରେ ମହିଳା ଅସହ୍ୟ ଯନ୍ତ୍ରଣାର ସମ୍ମୁଖୀନ ହୋଇଥିଲେ । ତାଙ୍କ କହିବା ମୁତାବକ, ଅସ୍ତ୍ରୋପଚାର ସମୟରେ ଯନ୍ତ୍ରଣାରେ ଚିତ୍କାର କହୁଥିଲେ ମଧ୍ୟ କେହି ତାଙ୍କ ଚିତ୍କାର ଶୁଣୁନଥିଲେ । ପେଟରୁ ଉପର ଅଂଶକୁ ପରଦା ଦେଇ ଘୋଡ଼ା ହୋଇଥିଲା ଏବଂ ପାଟିରେ ଅକ୍ସିଜେନ ମାସ୍କ ଥିବାରୁ ତାଙ୍କ ଚିତ୍କାର କେହି ଶୁଣିପାରୁନଥିଲେ ।

ତେବେ ଡାକ୍ତରଖାନା କର୍ମଚାରୀ ମାନେ ନିଜ ଭୁଲକୁ ସ୍ୱୀକାର କରିଛନ୍ତି ।

ଉଦ୍ଧାର ହେଲା ୩ କ୍ୱିଣ୍ଟାଲ ଓ ୧୩ ଫୁଟର ସାଙ୍କୁଚ ମାଛ; ଜାଣନ୍ତୁ କେଉଁଠି

0

ନିଆଳି: ନଦୀରୁ ଉଦ୍ଧାର ହେଲା ବିରଳ ପ୍ରଜାତିର ସାଙ୍କୁଚ ମାଛ । ମାଛ ଧରିବାକୁ ଯାଇଥିବା ବେଳେ ଜାଲରେ ପଡ଼ିଥିଲା ଏହି ମାଛ । ମାଛକୁ ଉପରକୁ ଆଣିବା ପରେ କିଛି ସୟମ ରଖି ଜୀବିତ ଅବସ୍ଥାରେ ପାଣିରେ ଛାଡ଼ି ଦେଇଥିଲେ । ସେଠାରେ ମାଛକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା । ଏ ଦୃଶ୍ୟ ହେଉଛି କଟକ ଜିଲ୍ଲା ନିଆଳି ବ୍ଲକ କୁଣ୍ଡିମୁହଁ ବିଳାଶୁଣୀ ନିକଟ କନ୍ଦଳ ନଦୀର ।

ସୂଚାନ ଅନୁଯାୟୀ, ଆଜି ସକାଳୁ କିଛି ମତ୍ସ୍ୟଜୀବୀ ମାଛଧରିବାକୁ କନ୍ଦଳ ନଦୀକୁ ଯାଇଥିଲେ । ମାଛ ଧରୁଥିବା ସମୟରେ ଏକ ବିରଳ ପ୍ରଜାତିର ସାଙ୍କୁଚ ମାଛ ଆସି ଜାଲରେ ଲାଗିଥିଲା । ପ୍ରଥମେ ଗୋଟିଏ ବଡ଼ ମାଛ ଲାଗିଛି କହି ସମସ୍ତେ ଖୁସି ହୋଇଯାଇଥିଲେ । ଜାଲକୁ ଉପରକୁ ଆଣିବା ପରେ ଜଣାପଡ଼ିଥିଲା କି ଏହା ସାଙ୍କୁଚ ମାଛ ବୋଲି । ମାଛର ଓଜନ ୩ କ୍ୱିଣ୍ଟାଲ ରହିଥିବା ବେଳେ ଲମ୍ବ ୧୩ ଫୁଟ ଓ  ଚଉଡ଼ା ୭ ଫୁଟ ହେବ ବୋଲି ଜଣାପଡିଛି ।

ଏନେଇ ସ୍ଥାନୀୟ ଲୋକ ଘଟଣା ସମ୍ପର୍କରେ ବନବିଭାଗକୁ ଜଣାଇଥିଲେ । ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ସାଙ୍କୁଚକୁ ଉଦ୍ଧାର କରିବା ପରେ ତାର ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ତାର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରିଥିଲେ । ଏହାପରେ ମାଛକୁ କନ୍ଦଳ ନଦୀରେ ଛାଡ଼ି ଦିଆଯାଇଥିବା ବନବିଭାଗ ପ୍ରକାଶ କରିଛି । ତେବେ ଏତେବଡ ସାଙ୍କୁଚ ମହାନଦୀକୁ କିଭଳି ଆସିଲା ତାହା ଏପର୍ଯ୍ୟସ୍ତ ସ୍ପଷ୍ଟ ହୋଇନାହିଁ । ସାଙ୍କୁଚ ମାଛକୁ ଦେଖିବା ପାଇଁ ନଦୀ କୂଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା  ।

ମିର୍ଜା ପରିବାରର କ୍ରିକେଟର ଲିଙ୍କ୍

ପ୍ରଥମେ ବଡ଼ଭଉଣୀ ଏବେ ସାନ ଭଉଣୀ । ଦୁଇ ଭଉଣୀ ଏବେ କ୍ରିକେଟର ପରିବାରର ବୋହୂ । କିନ୍ତୁ ଏଥିରେ ଭିନ୍ନ ତ କେବଳ ଦେଶର । କଥାଟି ଆପଣଙ୍କୁ ଅଖାଡ଼ୁଆ ଲାଗୁଥିବ ନିଶ୍ଚିନ୍ତ । ଆମେ କହୁଛୁ ବିଖ୍ୟାତ ଟେନିସ ଖେଳାଳି ସାନିଆ ମିର୍ଜା ଏବଂ ତାଙ୍କ ସାନଭଉଣୀଙ୍କ କଥା । ସାନିଆଙ୍କ ବିବାହ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକଙ୍କ ସହ ଚର୍ଚ୍ଚାରେ ଥିବା ବେଳେ ଏବେ ତାଙ୍କ ସାନ ଭଉଣୀ ଅନାମ ମିର୍ଜାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି ।

କାରଣ ସାନ ଭଉଣୀ ଅନମ ମିର୍ଜା ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ଅସଦଙ୍କୁ ବିବାହ କରିଛନ୍ତି। ବିବାହ ପରେ ପରେ ଦୁହେଁ ନିଜ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ବିବାହର କିଛି ଫଟୋ ସେୟାର କରିଛନ୍ତି, ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଫଟୋରେ ସାନିଆ ଏବଂ ତାଙ୍କ ପରିବାରର ସମସ୍ତ ସଦସ୍ୟ ନଜର ଆସିଥିବାବେଳେ କୌଣସି ଫଟୋରେ ସାନିଆଙ୍କ ସ୍ବାମୀ ତଥା ପାକିସ୍ତାନ କ୍ରିକେଟର ସୋଏବ ମଲିକ୍‌ ନଜର ଆସି ନ ଥିଲେ। ସୋସିଆଲ ମିଡିଆରେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ସୋଏବ ଏବେ ବାଂଲାଦେଶ ପ୍ରିମିୟର ଲିଗ୍‌ ଖେଳୁଛନ୍ତି । ସେ ରାଜସାହି ରୟାଲ୍ସ ପକ୍ଷରୁ ମ୍ୟାଚ୍‌ ଖେଳୁଛନ୍ତି। ଏହି କାରଣରୁ ସେ ବିବାହ କାର୍ଯ୍ୟରେ ଯୋଗ ଦେଇ ନ ଥିଲେ। ଅନମଙ୍କ ଏହା ଦ୍ୱିତୀୟ ବିବାହ। ପୂର୍ବରୁ ସେ ବ୍ୟବସାୟୀ ଅକବର ରଶିଦଙ୍କୁ ବିବାହ କରିଥିଲେ। କିନ୍ତୁ ଉଭୟଙ୍କ ବିବାହ ବେଶୀ ଦିନ ତିଷ୍ଠି ପାରି ନ ଥିଲା।

ମୁସଲିମ୍ ନେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି, CABକୁ ନେଇ ଡରିବାର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ : ସଂସଦରେ ନାଗରିକତା ଅଧିକାର ସଂଶୋଧନ ବିଲ୍-୨୦୧୯ ପାରିତ ହେବା ପରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି । ନୂଆ ବିଲକୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ନାନା ଆଶା ଆଶଙ୍କା ସୃଷ୍ଟି ହୋଇଛି । ଏନେଇ ଭଦ୍ରକ ,ବାଲେଶ୍ୱର ଓ ଯାଜପୁରର ମୁସଲିମ ସମ୍ପ୍ରଦାୟର ପ୍ରତିନିଧି ଦଳ ଆଜି ଲୋକସେବା ଭବନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ସ୍ଥାନୀୟ ବିଧାୟକଙ୍କ ସହାୟତାରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଆସିଥିଲେ ।

ଏହା ସହ CABକୁ ନେଇ ସେମାନଙ୍କର ସମ୍ଭବ୍ୟ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ତେବେ ରାଜ୍ୟରେ ମୁସିଲିମ ସମ୍ପ୍ରଦାୟର ଲୋକମାନଙ୍କର କୈଣସି ଅସୁବିଧା ହେବନାହିଁ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତିଶୃତି ଦେଇଥିବା ସେମାନେ କହିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କୁ କହିଥିଲେ, ଯେ ସେମାନଙ୍କ ସହ ରାଜ୍ୟ ସରକାର ଅଛନ୍ତି କୌଣସି ଅସୁବିଧା ହେବ ନାହିଁ ।

ସେହିପରି NRC ରାଜ୍ୟରେ ଲାଗୁ ନକରିବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ଭଦ୍ରକ ଚଉଦ ମହଲା ମୁସଲିମ୍ ଜମାଦର ସଭାପତି ଅବଦୁଲ୍ ବାରୀ ସୂଚନା ଦେଇଛନ୍ତି ।