spot_img
Home Blog Page 7471

ଭାରତରେ ୧୦୦ ଟପିଗଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ୧୦୦ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଭାଇରସ କବଳରେ ୧୦୫ ଜଣ ଆସିଛନ୍ତି । ଏହି ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି । ତେବେ ଏହାରି ଭିତରେ ୧୧ ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି । ସ୍ଥିତିକୁ ନଜରରେ ରଖି ବିଭିନ୍ନ ସହରରେ ୧୪୪ ଧାରା ଲାଗୁ କରାଯାଇଛି ।

ସେହିପରି କରୋନା ମୁକାବିଲା ପାଇଁ ଆଜି ସାର୍କ ଦେଶ ସହ ଭିଡିଓ କନଫରେନ୍ସିଂରେ କଥା ହେବେ ପ୍ରଧାନମନ୍ତ୍ରୀ । ସେପଟେ  କରୋନା ସଂଙ୍କ୍ରମଣକୁ ରୋକିବାକୁ ଭାରତ ନିଜର ସୀମା ସିଲ୍‌ କରିବାକୁ ନିଷ୍ପତ୍ତି ନେଇଛି । ଭାରତ-ନେପାଳ, ଭାରତ ବାଂଲାଦେଶ, ଭାରତ-ଭୁଟାନ, ଭାରତ-ମିଆଁମାର ସୀମାକୁ ସିଲ୍‌ କରିଦିଆଯାଇଛି । ଏହା ୧୪ ମାର୍ଚ୍ଚ ରାତି ୧୨ଟାରୁ ଲାଗୁ କରାଯାଇଛି ।

କରୋନା: ଦ୍ୱିତୀୟ ପର୍ଯ୍ୟାୟରେ ହିଁ ଜିତିବାକୁ ହେବ ଯୁଦ୍ଧ

ଏହି ସୀମା ଦେଇ ଯାତ୍ରୀଙ୍କ ଯିବା ଆସିବା ଉପରେ କଟକଣା ଲାଗୁ କରାଯାଇଛି । ସେହିପରି ଆଜି ରାତିରୁ ବନ୍ଦ ହେବ କରାତରପୁର ସାହିବ କରିଡର । ୨୦୧୯ରୁ ଆରମ୍ଭ ହୋଇଥିବା ଏହି କରିଡର ଦେଇ ଦିକୁ ୬୦୦ରୁ ୮୦୦ ଶ୍ରଦ୍ଧାଳୁ ଯାତ୍ରା କରୁଥିଲେ । ତେବେ କରୋନା ଆତଙ୍କ ପରେ ଏହି ସଂଖ୍ୟା ୨୫୦ରେ ପହଞ୍ଚିଥିଲା । କିନ୍ତୁ ଆଜିଠାରୁ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

ଜନ୍ମଦିନରେ ସରପ୍ରାଇଜ ପାଇ ଖୁସିରେ ନାଚିଲେ ଆଲିଆ, ଦେଖନ୍ତୁ ଭାଇରାଲ ଭିଡିଓ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ମାତ୍ର ୮ ବର୍ଷ ମଧ୍ୟରେ ବଲିଉଡରେ ଏଭଳି ସ୍ଥାନ ହାସଲ କରିଛନ୍ତି ଯାହା ଖୁବ୍ କମ୍ ସମୟ ମଧ୍ୟରେ ବହୁତ କମ୍ ଲୋକ ହାସଲ କରିବାକୁ ସକ୍ଷମ ଅଟନ୍ତି | ଆଲିଆ ଭଟ୍ଟ ତାଙ୍କ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କୁ ଅନେକ ସ୍ମରଣୀୟ କାହାଣୀ ଏବଂ ଚରିତ୍ର ଦେଇଛନ୍ତି | ଆଜି ହେଉଛି ଆଲିଆ ଭଟ୍ଟଙ୍କ ଜନ୍ମଦିନ । ସେ ଆଜି ୨୭ ବର୍ଷରେ ପଦାର୍ପଣ କରିଛନ୍ତି ।

ଜନ୍ମଦିନରେ ଆଲିଆ ଭଟ୍ଟଙ୍କୁ ମିଳିଛି ବଡ଼ ସରପ୍ରାଇଜ । ଶନିବାର ରାତିରେ ତାଙ୍କ ଭଉଣୀ ଶାହିନ୍ ଭଟ୍ଟ ଏବଂ ଘନିଷ୍ଠ ବନ୍ଧୁମାନେ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ସେହି ଉତ୍ସବର ଆଲିଆ ଭଟ୍ଟଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

https://www.instagram.com/p/B9vANIHhMJR/?utm_source=ig_embed

ସମସ୍ତେ ଆଲିଆ ଭଟ୍ଟଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ଏବଂ ସେମାନଙ୍କ ପାଇଁ ଗୁଡ୍ ୱିସେସ୍ ମଧ୍ୟ ଦେଇଛନ୍ତି | ଆଲିଆଙ୍କ ପ୍ରଶଂସକମାନେ ଏତେ ଅଧିକ ଯେ ସମସ୍ତେ ତାଙ୍କୁ ଏହି ବିଶେଷ ଦିନକୁ ଅଧିକ ସ୍ୱତନ୍ତ୍ର କରିବା ପାଇଁ ବ୍ୟସ୍ତ ଅଛନ୍ତି |

ଭାଇରାଲ ହେଉଥିବା ଭିଡିଓରେ ଆଲିଆ ଗୋଟିଏ ନୁହେଁ ଦୁଇ ଦୁଇଟି କାଟୁଛନ୍ତି। ତାଙ୍କର ଉତ୍ସାହ ଏବଂ ଖୁସି ଭିଡିଓରେ ଦେଖାଯାଉଛି |

ଆଲିଆ ଭଟ୍ଟ ତାଙ୍କ ଜନ୍ମଦିନ ଉତ୍ସବରେ ବହୁତ ସୁନ୍ଦର ପୋଷାକରେ ନଜର ଆସିଛନ୍ତି । ସେ ଏକ ଧଳା ସାର୍ଟ ସହିତ ଡେନିମ୍ ଶଟ୍ ପିନ୍ଧିଛନ୍ତି | ଏହି ଅବସରରେ ତାଙ୍କର ଏହି ଲୁକ୍ ଭଲ ଦେଖାଯାଉଛି।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଆଲିଆ ଭଟ୍ଟ ଅନେକ ବଡ଼ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି | ତାଙ୍କୁ ତାଙ୍କ ବୟଫ୍ରେଣ୍ଡ ତଥା ଅଭିନେତା ରଣବୀର କପୁରଙ୍କ ସହ ବ୍ରହ୍ମାସ୍ତ୍ରରେ ଦେଖିବାକୁ ମିଳିବ। ସମ୍ପ୍ରତି କରୋନା କାରଣରୁ ଫିଲ୍ମର ସୁଟିଂ ବାତିଲ କରାଯାଇଛି ।

ବ୍ରହ୍ମାସ୍ତ୍ର ବ୍ୟତୀତ ଆଲିଆ ଗାଙ୍ଗୁବାଇ କାଠିଆୱାଡିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ନଜର ଆସିବେ । ସେ କରଣ ଜୋହରଙ୍କ ଉଚ୍ଚାଭିଳାଷୀ ଚଳଚ୍ଚିତ୍ର ତଖତ୍ ରେ ମଧ୍ୟ କାମ କରିବେ। କେବଳ ଏତିକି ନୁହେଁ ଆଲିୟା ଆଦିତ୍ୟ ରୟ କାପୁରଙ୍କ ଓପୋଜିଟ୍ ସଡକ୍ ୨ ରେ ମଧ୍ୟ ନଜର ଆସିବେ।

କରୋନା ପାଇଁ ଇରାନରୁ ଫେରିଲେ ୨୩୪ ଭାରତୀୟ, ୧୪ ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ନୀରିକ୍ଷଣରେ ରହିବେ

ନୂଆଦିଲ୍ଲୀ: କରୋନା ପାଇଁ ସାରା ଦେଶ ଏବେ ବିପଦରେ । ବାହାର ଦେଶରେ ଥିବା ଲୋକେ ନିଜ ଦେଶକୁ ଫେରୁଛନ୍ତି । ଆଜି ଇରାନରୁ ଫେରିଲେ ୨୩୪ ଭାରତୀୟ ।  ଭୋର ପ୍ରାୟ ୪ଟା ସମୟରେ ଦିଲ୍ଲୀରେ ପହଞ୍ଚିଥିଲା ଏୟାର ଇଣ୍ଡିଆର ବିମାନ ।

ଏଥିରେ ୧୩୧ ଛାତ୍ର ଓ ୧୦୩ ଜଣ ତୀର୍ଥଯାତ୍ରୀ ରହିଛନ୍ତି । ତେବେ ଏମାନଙ୍କୁ ବର୍ତ୍ତମାନ ୧୪ ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ନୀରିକ୍ଷଣରେ ରଖାଯିବ । ସହଯୋଗ ପାଇଁ ଇରାନକୁ ଧନ୍ୟବାଦ ଜଣାଇଛନ୍ତି ବିଦେଶ ମନ୍ତ୍ରୀ ଜୟଶଙ୍କର । ସେପଟେ ଭାରତ ବର୍ତ୍ତମାନ ସୁଦ୍ଧା ମାଳଦ୍ୱୀପ, ଆମେରିକା, ଇରାନ, ଚୀନ୍‌ ଓ ଅନ୍ୟ ଦେଶରୁ ଲୋକଙ୍କୁ ଭାରତ ଅଣାଯାଇଛି ।

କରୋନା: ଦ୍ୱିତୀୟ ପର୍ଯ୍ୟାୟରେ ହିଁ ଜିତିବାକୁ ହେବ ଯୁଦ୍ଧ

ରାତି ହେଲେ ଦୁଆର ଦୁଆର ବୁଲି ଖାଦ୍ୟ ଖୋଜୁଛି ଭାଲୁ, ଦେଖନ୍ତୁ ଭିଡିଓ

ନବରଙ୍ଗପୁର: ରାତି ହେଲେ ଦୁଆର ଦୁଆର ବୁଲୁଛି ଭାଲୁ । ଜଙ୍ଗଲରୁ ଆସି ସିଧା ଘର ବାହାରେ ପହରା ଦେଉଛି ଭାଲୁ । ମନ୍ଦିର କବାଟ ଭାଙ୍ଗି ଫଳମୂଳ ସହ ଘିଆ ଖାଉଛି । ଏମିତି ପୁରା ଦୃଶ୍ୟ ରୋକର୍ଡ ହୋଇଛି କ୍ୟାମେରାରେ । ତେବେ ଏନେଇ ନବରଙ୍ଗପୁର ଜିଲ୍ଳା ତେନ୍ତୁଳିଖୁଣ୍ଟି ବ୍ଳକ ଅଞ୍ଚଳରେ ଲୋକେ ଭୟଭିତ ଅବସ୍ଥାରେ ରହୁଛନ୍ତି । ରାତି ହେଲେ ଘରର ତାଟି କବାଟ ସବୁ ବନ୍ଦ ହୋଇ ରହୁଛି ।

ସୂଚନା ଅନୁଯାୟୀ, କିଛି ଦିନ ହେବ ଗୋଟି ଏ ଭାଲୁ ଖାଦ୍ୟ ଖୋଜି ଖୋଜି ଗାଁ ମୁହାଁ ହୋଇଛି । ମନ୍ଦିରରେ ଘିଅ ଏବଂ ଫଳମୂଳର ବାସ୍ନାରେ ବୁଲୁଛି ମନ୍ଦର କୁ ମନ୍ଦିର । ଖାଲି ସେତିକି ନୁହେଁ ମନ୍ଦି କବାଟ କୁ ଭାଙ୍ଗିଛି ଭାଲୁ । କେତେକ ଲୋକଙ୍କ ଘରର ଗେଟକୁ ମଧ୍ୟ ଖୋଲିବାକୁ ଚେଷ୍ଟା କରୁଥିବାର ଭିଡିଓ ଏବେ ଭାଇରାଲ ହୋଇଛି ।

ଘିଅ ବାସ୍ନାରେ ଆଉ ଫଳମୂଳ ଖାଇବା ଆଶାରେ ମନ୍ଦିର ଭିତରକୁ ପଶିବାକୁ ଚେଷ୍ଟା କରିଛି। ସେଠାରୁ ଠାକୁରାଣୀ ମନ୍ଦିରକୁ ଏବଂ ସେଠି ମଧ୍ୟ ବିଫଳ ହେଲାପରେ ଭାଲୁଟି ରାଧାକୃଷ୍ଣ ମନ୍ଦିରକୁ ଆସି ପାଚେରୀ ଡେଇଁ କବାଟ ଭାଙ୍ଗି ଥିଲା।  ଏମତି ପ୍ରତି ଦିଅ ଗାଁ ଭିତରକୁ ଆସୁଛି ଭାଲୁ । କୁକୁର ଭୁକିବା ଶବ୍ଦ ହେଲେ ଏବେ  ଭାଲୁ ଆସିଲା ବୋଲି ଗ୍ରାମବାସୀ ଜାଣିଦେଉଛନ୍ତି ।

କରୋନା ପାଇଁ ବଡଦାଣ୍ଡ ଓ ସମୁଦ୍ରକୂଳ ପାଲଟିବ ଖାଁ ଖାଁ, ପର୍ଯ୍ୟଟକଙ୍କୁ ପୁରୀ ମନା

ପୁରୀ: କରୋନା ଭାଇରସକୁ ନେଇ ଆତଙ୍କିତ ଅବସ୍ଥାରେ ଅଛି ସାରା ବିଶ୍ୱ । ଧିରେ ଧିରେ ସବୁ ଜନଗହଳି ପୂର୍ଣ୍ଣ ଅଞ୍ଚଳ ଉପରେ ରୋକ ଲାଗିବାରେ ଲାଗିଛି । ମାର୍କେଟ ଠାରୁ ଆରମ୍ଭ କରି ଫିଲ୍ମ ହଲ୍‌ ସବୁ ଏବେ ବନ୍ଦ ହୋଇପଡ଼ିଛି ।

ସେପଟେ କରୋନା ପାଇଁ ପୁରୀକୁ ପର୍ଯ୍ୟଟକଙ୍କୁ ମନା । ବଡଦାଣ୍ଡ ଓ ସମୁଦ୍ରକୂଳ ପାଲଟିବ ଖାଁ ଖାଁ । ଆଜିଠାରୁ ମାର୍ଚ ୩୧ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପୁରୀ ବୁଲି ଯିବା ଉପରେ କଟକଣା ଜାରି କରାଯାଇଛି । ଏଥିପାଇଁ ଟ୍ରାଭେଲ ଏଜେଣ୍ଟ ଓ ଟୁର ଅପରେଟରଙ୍କୁ ସୂଚନା ଦିଆଯାଇଛି । ପୁରୀରୁ ବିଭିନ୍ନ ସ୍ଥାନକୁ ଚାଲୁଥିବା ବସ୍‌କୁ ମଧ୍ୟ ବାତିଲ କରାଯାଇଛି ।

କରୋନା: ଦ୍ୱିତୀୟ ପର୍ଯ୍ୟାୟରେ ହିଁ ଜିତିବାକୁ ହେବ ଯୁଦ୍ଧ

ହୋଟେଲ ମାନଙ୍କୁ ମଧ୍ୟ ଆଡଭାଇଜରି ଜାରି କରାଯାଇଛି । ପ୍ରତ୍ୟେକ ଦିନ ୭ ଶହରୁ ୮ଶହ ପର୍ଯ୍ୟଟକ ପୁରୀ ବୁଲିବାକୁ ଯାଉଥିବା ବେଳେ ଏବେଠୁ ପର୍ଯ୍ୟଟକ ଶୁନ୍ୟ ହେବ ପୁରୀ ।

ସେପଟେ ପୁରୀ ବାସୀଙ୍କୁ ମଧ୍ୟ ଜିଲ୍ଲାପାଳ ସତର୍କ ରହିବାକୁ କହିଛନ୍ତି । ଯେତେଦୂର ସମ୍ଭବ ଘରେ ଭିତରେ ରୁହନ୍ତୁ ଏବଂ ନିହାତି ଆବସ୍ୟକ ନହେଲେ ଘରୁ ବାହାରନ୍ତୁ ନାହିଁ । ପୁରୀରେ ପ୍ରଶାସନକୁ ସାହାଯ୍ୟ କରିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ପୁରୀ ବାହାରୁ ଆସୁଥିବା ଲୋକଙ୍କୁ ଅଧିକ ଆବଶ୍ୟକତା ଅଥିଲେ ହିଁ ପୁରୀକୁ ଆସନ୍ତୁ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।

ଚିନ୍ତା ବଢ଼ାଉଛି କରୋନା ଭାଇରସ୍‌, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦କୁ ବୃଦ୍ଧି

ନୂଆଦୀଲ୍ଲି: କରୋନା ପାଇଁ ସାରା ବିଶ୍ୱ ଏକ ପ୍ରକାର ଠପ୍‌ ହୋଇଗଲାଣି । ସବୁ କାର୍ଯ୍ୟକ୍ରମକୁ ବାତିଲ କରି କରୋନାକୁ କିପରି ମୁକାବିଲା କରାଯିବ ସେଥିପାଇଁ ସମସ୍ତେ ଚେଷ୍ଟା ଚଳାଇଛନ୍ତି । ଭାରତରେ କରୋନା ସଂଖ୍ୟା ୯୦ରେ ପହଞ୍ଚିଲାଣି । କେରଳ ପରେ ଏବେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ସରକାର ସ୍କୁଲ, କଲେଜ, ସିନେମା ହଲ, ମ୍ୟୁଜିୟମକୁ ମାର୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି ।

ଏଥିସହ ଉତ୍ତରପ୍ରଦେଶ ଓ ଜାମ୍ମୁ କାଶ୍ମୀରର କିଛି ସ୍ଥାନରେ ୧୪୪ ଧାରା କରାଯାଇଛି । ଲୋକେ କିପରି ବିଭିନ୍ନ ସ୍ଥାନରେ ଗହଳି ନକରିବେ ସେଥିପାଇଁ ପ୍ରଶାସନକୁ ଆଲର୍ଟ କରାଯାଇଛି । ଏପଟେ ଆଜି ସାର୍କ ଦେଶ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥାହେବେ ପ୍ରଧାନମନ୍ତ୍ରୀ । ସମସ୍ତେ ମିଳିମିଶି କିପରି କରୋନାର ମୁକାବିଲା କରିହେବ ତାର ବିଚାର ବିମର୍ଶ କରିବେ ।

କରୋନା: ଦ୍ୱିତୀୟ ପର୍ଯ୍ୟାୟରେ ହିଁ ଜିତିବାକୁ ହେବ ଯୁଦ୍ଧ

ସେପଟେ ଇରାନରେ ଥିବା ଭାରତୀୟଙ୍କର କରୋନା ସଂକ୍ରମଣ ନେଇ ରକ୍ତ ନମୂନା ପରୀକ୍ଷା କରିବାକୁ ସେଠାକାର ସରକାର ମନାକରିବା ପରେ ଭାରତର ସରକାର ଏକ ସ୍ୱତନ୍ତ୍ର ପ୍ରୟୋଗଶାଳା ସହିତ ଡାକ୍ତର ଓ ବିଶେଷଜ୍ଞଙ୍କୁ ଇରାନ୍‌ ପଠାଇଛନ୍ତି । ସେପଟେ ଆମେରିକାରେ ମୃତ୍ୟୁ ସଂଖ୍ୟା ବଢୁଥିବା ଦେଖି,  ଦେଶରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ । କରୋନା ମୁକାବିଲା ପାଇଁ ୫୦ ବିଲିୟନ ଡଲାରର ଫଣ୍ଡ ରଖାଯାଇଛି । ଯାହାକୁ ଦେଶର ସବୁ ରାଜ୍ୟରେ କରୋନା ମୁକାବିଲା ପାଇଁ ଖର୍ଚ୍ଚ କରାଯିବ ବୋଲି ଟ୍ରମ୍ପ କହିଛନ୍ତି ।

କାହିଁକି ଅନଲାଇନ୍ ଟ୍ରାଞ୍ଜାକ୍ସନ କରିବା ଆପଣଙ୍କ ପାଇଁ ଜରୁରୀ, କ’ଣ କରିଲେ କାର୍ଡ ହେବନି ବ୍ଲକ୍ ଜାଣନ୍ତୁ

ଆସନ୍ତା ୧୬ ତାରିଖରେ ଅକାମି ହୋଇଯିବ ଆପଣଙ୍କ କ୍ରେଡିଟ ଓ ଡେବିଟ କାର୍ଡ । ଅନ୍‌ଲାଇନ୍‌ ଟ୍ରାଞ୍ଜେକସନ୍‌ କରୁନଥିଲେ ଏବେ କେବଳ ଟଙ୍କା ଉଠାଣ ଓ ଜମା କରିପାରିବେ । ଏହାପରେ କୈାଣସି ଅନଲାଇନ୍‌ କାରବାର କରିପାରିବେ ନାହିଁ ଗ୍ରାହକ । ରିଜର୍ଭ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆ ଜାରି କରିଛି ଏଭଳି ନିର୍ଦ୍ଦେଶନାମା । ତେଣୁ କାର୍ଡ ବ୍ୟବହାର କରୁଥିଲେ, ଆପଣଙ୍କୁ ଅନ୍‌ଲାଇନ୍‌ କାରବାର କରିବା ଏବେ ବାଧ୍ୟତାମୂଳକ ହୋଇଛି।

ଆପଣଙ୍କ କାର୍ଡ ଡେଡ୍ ହେବାର ସମ୍ଭାବନା କେତେ ?

ଆପଣ ଯଦି ନିଜ ଡେବିଟ୍ କାର୍ଡକୁ କେବଳ ଟଙ୍କା ଉଠାଇବା ପାଇଁ ବ୍ୟବହାର କରୁଛନ୍ତି ଓ କ୍ରେଡିଟ୍ କାର୍ଡକୁ କେବଳ ଅଫଲାଇନରେ ସ୍ୱାପ୍ କରୁଛନ୍ତି ତେବେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ । କାରଣ ଗ୍ରାହକଙ୍କୁ ଅନଲାଇନ୍ ଠକେଇରୁ ବଂଚାଇବା ପାଇଁ ରିଜର୍ଭ ବ୍ୟାଙ୍କ ଏହି ନୂଆ ପଦେକ୍ଷପେ ନେଉଛି ।

ଏହା ଅନ୍ତର୍ଗତରେ  ଯଦି ଆପଣ କେବେ ମଧ୍ୟ କାର୍ଡକୁ ଅନଲାଇନ୍ ଟ୍ରାନ୍‌ଜାକ୍ସନ୍‌ ପାଇଁ ବ୍ୟବହାର କରି ନାହାନ୍ତି ତେବେ ଆପଣଙ୍କ କାର୍ଡ ଡେଡ୍  ହେବ ।  ଯାହାର ଅର୍ଥ ଆପଣ କେବଳ ଟଙ୍କା ଉଠାଇ ପାରିବେ ଓ ଜମା କରି ପାରିବେ । ଏହାସହ ଅଫଲାଇନ୍ ବା ଷ୍ଟୋର କିମ୍ବା ପେଟ୍ରୋଲ ପମ୍ପରେ କାର୍ଡ ସ୍ୱାପ୍ କରି ପାରିବେ  । କିନ୍ତୁ କେବେ ମଧ୍ୟ ସେହି କାର୍ଡରେ ଅନଲାଇନ୍ ସପିଂ କିମ୍ବା ବିଲ୍ ପେମେଣ୍ଟ୍ କରିପାରିବେ ନାହିଁ । ଏବେ ଆପଣ ନିଜକୁ ଦୁଇଟି ପ୍ରଶ୍ନ ପଚାରନ୍ତୁ ।

ଆପଣ କେବେ ଡେବିଟ୍‌ କାର୍ଡରେ ଅନ୍‌ଲାଇନ୍‌ ଟ୍ରାନ୍‌ଜାକ୍ସନ୍‌ କରିଥିଲେ?

ଶେଷଥର ପାଇଁ କେବେ କିଣାକିଣି କରିଥିଲେ କ୍ରେଡିଟ୍‌ କାର୍ଡରେ?

ଯଦି ଏ ଦୁଇଟି ପ୍ରଶ୍ନର ଉତ୍ତର ଆପଣଙ୍କ ପାଖରେ ନାହିଁ, ତେବେ ଆପଣଙ୍କୁ ମହଙ୍ଗା ହୋଇପାରେ। କାରଣ ଥରେ ବି ଅନ୍‌ଲାଇନ୍‌ରେ କାରବାର ପାଇଁ ନିଜ କାର୍ଡକୁ ବ୍ୟବହାର କରିନଥିଲେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଆପଣଙ୍କ କାର୍ଡକୁ ଡେଡ୍‌ ଡିକ୍ଳେର କରିବେ। ଏଥିପାଇଁ ଡେଡଲାଇନ୍‌ ହେଲା ମାର୍ଚ୍ଚ ୧୬ ।

ଅନେକ କାର୍ଡରେ କଣ୍ଟାକ୍ଟଲେସ୍‌ ଟ୍ରାଞ୍ଜେକସନ୍‌ ବ୍ୟବସ୍ଥା ଥିବାରୁ ସାଇବର ଲୁଟେରା ଅତି ସହଜରେ ଆପଣଙ୍କ ଆକାଉଣ୍ଟ ଖାଲି କରିପାରନ୍ତି। କେବଳ ଏତିକି ନୁହଁ ଅନେକ ଲୋକେ ଡେବିଟ ଓ କ୍ରେଡିଟ କାର୍ଡର ବ୍ୟବହାର ଜାଣିନଥିବାରୁ ସାଇବର ଠକ ଏହାର ଫାଇଦା ନିଅନ୍ତି। କାର୍ଡ ବ୍ୟବହାରକାରୀଙ୍କ ସାମାନ୍ୟ ଅବହେଳାରୁ ମାତ୍ର କିଛି ସେକେଣ୍ଡରେ ସବୁ ଟଙ୍କା ଚାଲିଯାଏ ସାଇବର ଠକଙ୍କ ପାଖକୁ ।  ଏସବୁ ସମସ୍ୟାକୁ ଏଡାଇବା ପାଇଁ ଆରବିଆଇ ଜାରି କିଛି ଏଭଳି ନିର୍ଦ୍ଦେଶନାମା।..

ଯଦି ଆପଣବି ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି ଓ ଅନଲାଇନ ଟ୍ରାନ୍‌ଜାକ୍ସନ୍‌ କରିନାହାନ୍ତି ତେବେ ୧୬ ମାର୍ଚ୍ଚ ପୂର୍ବରୁ କରିଦିଅନ୍ତୁ । ନଚେତ ଆପଣଙ୍କ କାର୍ଡ ଡେଡ୍ ହୋଇଯିବ।

ମାଓବାଦୀଙ୍କୁ ଜବାବ ଦେଇଥିବା ଆଦିବାସୀଙ୍କୁ ସୁରକ୍ଷା ଦେବ ବିଏସଏଫ୍

କଙ୍କ୍ରିଟ ରାସ୍ତାର ‘କ’ ଅକ୍ଷର ଜାଣିନଥିବା ଲୋକ ଦେଖିବେ ବିକାଶର ବାକ୍ସ । ଗୁଳିଗୋଳା, ପ୍ରଜାକୋର୍ଟ, ଧମକ ଭଳି ନୀତିଦିନିଆ ଭୟ ଓ ଆତଙ୍କର ଗୋଲକଧନ୍ଦାରେ ଧନ୍ଦି ହେଉଥିବା ମଣିଷ ଏଥର ଶାନ୍ତିରେ ନିଶ୍ୱାସ ନେବେ । ଏସବୁର ଶ୍ରେୟ କାହାକୁ ଯିବ ଜାଣନ୍ତି…ବିଏସଏଫ୍‌ । ଯାହାଙ୍କ ପାଇଁ ସମ୍ଭବ ହୋଇଛି ଗୁରୁପ୍ରିୟା ସେତୁ, ସ୍ୱାଭିମାନ ଅଞ୍ଚଳର ବିକାଶ, ଆହୁରି ଅନେକ କିଛି ।

କେବେକେବେ ଯନ୍ତ୍ରଣା ଜର୍ଜରିତ ପ୍ରସୂତି ମାଆ ପାଇଁ ଦେବଦୂତ ସାଜିଥିବା ବିଏସ୍‌ଏଫ୍‌ ଯବାନ ଆଜି ପୁଣି ପ୍ରାସଙ୍ଗିକ ହୋଇଛି କିଛି ନୂଆ କଥା ପାଇଁ ।

ଦିନେ ଫୁଟୁଥିଲା ଗୁଳି, ଏବେ ଶୁଭିବ ବିକାଶର ସ୍ୱର । ଭୟ ଓ ଆତଙ୍କର ଅସ୍ତିମଜ୍ଜାଗତ ସମସ୍ୟା ବଦଳରେ ଜନତା ସାଉଁଟିବେ ଆତ୍ମବିଶ୍ୱାସର ଆସର । ନୀରିହ ଆଦିବାସୀଙ୍କୁ ନିରସ୍ତ୍ର କରି ଆଉ ଚାଲିବନି ଛଦ୍ମ ବିକାଶର ଠିକାଦାରୀ ।

ନୀତି ଭୁଲିଥିବା ଦିଶାହୀନ ଲାଲ୍‌ବାହିନୀକୁ ଏଥର ଠିକଣା ଦିଶା ଦେଖାଇବ ବିଏସ୍‌ଫ୍‌ । ମୁଖ୍ୟସ୍ରୋତରେ ସାମିଲ ହୁଅ, ନଚେତ୍‌ ଆଦିବାସୀଙ୍କ ସରଳପଣରେ ବିଷ ମିଶାଇଲେ ମିଳିବ କଡ଼ା ଜବାବ୍‌ । ବିକାଶର ସେତୁ ଗୁରୁପ୍ରିୟା ଠାରୁ ୨୫ କିଲୋମିଟର ଦୂର ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ । ଏଠି ପ୍ରତିଷ୍ଠା ହେବ ବିଏସ୍‌ଏଫ୍‌ କ୍ୟାମ୍ପ ।  କିଛି ଦିନ ତଳେ ବିକାଶର ବାଟ ଓଗାଳୁଥିବା ମାଓବାଦୀଙ୍କ ବିରୋଧରେ ଏଇଠୁ ଉଠିଥିଲା ସ୍ୱାଭିମାନର ସ୍ୱର ।

ହନ୍ତାଳଗୁଡ଼ାର ରାସ୍ତାକାମକୁ ବିରୋଧ କରିବାକୁ ଆସିଥିବା ଲାଲବାହିନୀଙ୍କୁ ହତ୍ୟା କରି ଠିକଣା ଜବାବ୍‌ ଦେଇଥିଲେ ଆଦିବାସୀ । ଏହାପରେ ରାଗରେ ଲାଲ୍‌ ପଡ଼ିଥିବା ଲାଲ୍‌ବାହିନୀ ଯୋଡାମ୍ବରେ ପଶି ଲୋକଙ୍କ ଘର ପୋଡିଦେଇଥିଲେ । ଏହାପର ଠାରୁ ଭୟରେ ହସ ଭୁଲିଯାଇଥିବା ଲୋକଙ୍କୁ ଜଗିଥିଲେ ସୁରକ୍ଷାବାହିନୀ । ଆଉ ଏବେ ସେଠାରେ ତିଆରି ହେଉଛି ବିଏସ୍‌ଏଫ୍‌ କ୍ୟାମ୍ପ ।

ଗୁରୁପ୍ରିୟା ସେତୁ ଉଦଘାଟନ ସମୟରେ ସ୍ୱାଭିମାନ ଅଞ୍ଚଳର ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଶହେ କୋଟିର ପ୍ୟାକେଜ୍‌ । ତା’ପରେ ଗୋଟିଏ ପରେ ଗୋଟିଏ ଜାଗାକୁ ଯୋଡ଼ି ହେଉଛି ବିକାଶର ରାସ୍ତା । ପୂର୍ବରୁ ପେପରମେଟଲା, ହନ୍ତାଳଗୁଡ଼ାରେ ରାସ୍ତା ପରେ ଏବେ ଯୋଡ଼ାମ୍ବର ପାଳି ।

ବିଏସ୍‌ଏଫ୍‌ ଉପସ୍ଥିତିରେ ଏଠି ବି ତିଆରି ହେବ ସବୁଦିନିଆ ସଡ଼କ, ଥାନା, ଦକ୍ଷତାବିକାଶ କେନ୍ଦ୍ର । ୫ଟି ପଞ୍ଚାୟତ ପାଇଁ ତିଆରି ହେଉଥିବା ଏହି କ୍ୟାମ୍ପ ଆଦିବାସୀ ଯ଼ୁବକଙ୍କୁ ଚଖାଇବ ସ୍ୱାବଲମ୍ୱୀ ହେବାର ସ୍ୱାଦ । ଯାହାର ସୂତ୍ରଧର ସାଜିବେ ବିଏସ୍‌ଏଫ୍‌ ଯବାନ।